ୱାସିଂଟନ: ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ରେ ଅଲ୍ କାଏଦା ଆତଙ୍କବାଦୀ କାସିମ୍-ଅଲ୍-ରିମି ନିହତ। ଗୁରବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। AQAP(ଅଲ୍କାଏଦା ଇନ୍ ଦି ଆରବିଆନ ପେନିନ୍ସୁଲା) ପ୍ରତିଷ୍ଠାତା କାସିମ୍-ଅଲ୍ ରିମିକୁ ୟେମେନ୍ରେ ଡ୍ରୋନ୍ ଷ୍ଟ୍ରାଇକ୍ କରି ହତ୍ୟା କରିଛି ଆମେରିକା। ଏହାସହ କାସିମ୍ ରିମିର ନିକଟତର ସହଯାଗୀ ଓ ଅଲ୍ କାଏଦାର ଦ୍ୱିତୀୟ ପାଓ୍ବର୍ ଫୁଲ୍ ଆତଙ୍କବାଦୀ ଐମ୍ୟାନ୍-ଅଲ୍-ଜାଓ୍ୱାହିରି ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଏହି ଜିହାଦି […]
ବେଜିଂ: କରୋନା ଭାଇରସରେ ହୁହୁ ହୋଇ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ଚୀନରେ ମୃତ୍ୟୁ ସଂଖ୍ୟା ୫୬୦ ଟପିଥିବା ବେଳେ ଏଥିରେ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି। କରୋନାର ଭୟାବହତାକୁ ଦେଖି ଚୀନ ସରକାର ଲୋକଙ୍କୁ ଏକାଠି ବସି ଖାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଛାଡ଼ିଦେଲେ ଏହି ଭାଇରସ ବିଶ୍ୱରେ ୨୫ଟି ଦେଶକୁ ବ୍ୟାପିଲାଣି। ଚୀନ ବାହାରେ ଏହି […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ଆସିଥିବା ରାୟର ୩ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଙ୍କ ମନ୍ଦିର ପାଇଁ ଟ୍ରଷ୍ଟ ଘୋଷଣା କରିଛନ୍ତି। ତେବେ ଏହା ପରେ ପରେ ଏହି ମାମଲାର ଅନ୍ୟତମ ପକ୍ଷ ସୁନ୍ନି ୱାକ୍ଫ ବୋର୍ଡ ମଧ୍ୟ ୫ ଏକର ଜମି ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ମସଜିଦ୍ ପାଇଁ ବୋର୍ଡ ‘ଇଣ୍ଡୋ-ଇସଲାମିକ୍ କଲଚର ଟ୍ରଷ୍ଟ’ […]
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂ ଠାକୁରର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି। ଦୋଷୀ ଅକ୍ଷୟ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାର ଏହି ଆବେଦନକୁ ଖାରଜ କରି ଦେଇଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୋଷୀ ଅକ୍ଷୟକୁ ମିଶାଇ ଏ ମାମଲାରେ ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଛି। ଏହା ପୂର୍ବରୁ ଦୋଷୀ […]
ନୂଆଦିଲ୍ଲୀ: ମଙ୍ଗବଳାର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱ ବିଦ୍ୟାଳୟ ବାହାରେ କିଛି ଲୋକ ‘ଦେଶ କେ ଗଦ୍ଦାରୋଁ କୋ ‘ଗୋଲି ମାରୋ ……କୋ’ ନାରା ଦେଇଥିବା ଖବର ମିଳିଛି। ସେମାନେ ବିଶ୍ୱ ବିଦ୍ୟାଳୟ ଆଡ଼କୁ ମାଡ଼ି ଆସି ଏଭଳି ନାରା ଦେବାପରେ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ପରିସ୍ଥିତିକ ଆୟତ କରିବା ପାଇଁ ଉପସ୍ଥିତ ପୁଲିସ୍ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିବା ସହ ଫେରିଯିବାକୁ କହିଥିଲା। ଏହି ଘଟଣା ପରେ ପ୍ରାୟ ୪୦ ଜଣ […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପାଖରେ ଯଦି ଦମ୍ ଅଛି, ତା’ହେଲେ ଦଳ ଆସନ୍ତାକାଲି ୧ଟା ସୁଦ୍ଧା ତା’ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁ। ଏଥିସହ କେଜ୍ରିୱାଲ ବିଜେପିର ଯେ କୌଣସି ନେତାଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି। ଯଦି ବିଜେପି ଆସନ୍ତାକାଲି ୧ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା […]
ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି। ଏହି ଭୟଙ୍କର ଭୂତାଣୁରେ ଆକ୍ରାନ୍ତ ହୋଇ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪ ଜଣଙ୍କ ଜୀବନ ଯାଇଛି। ଫଳରେ ଏଯାଏ କରୋନା ଭାଇରସ ଚାଇନାରେ ୪୨୫ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସ୍ଥିତି ଅଣାୟତ ହେଉଥିବାରୁ ଚାଇନା ଶେଷରେ ଆମେରିକାର ସହଯୋଗ ଲୋଡ଼ିଛି। ଗତକାଲି ଆମେରିକା କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରୁଛି ଏବଂ ୱାଶିଂଟନ ଚାଇନା […]
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ଆନ୍ଦୋଳନକୁ ବଡ଼ ଡ୍ରାମା କହି ଗାନ୍ଧିଙ୍କୁ ଅପମାନିତ କରିଥିବା ବିଜେପି ସାଂସଦ ଅନନ୍ତ କୁମାର ହେଗ୍ଡ଼େ ଆଜି ସିଧାସିଧା କଥା ଫାଙ୍କି ଦେଇଛନ୍ତି। ସେ ତାଙ୍କ ଭାଷଣରେ ଥରେ ହେଲେ ବି ଗାନ୍ଧିଙ୍କ ନାଁ ନେଇ ନାହାନ୍ତି ବୋଲି କହିଛନ୍ତି। ଏଥିସହିତ ସେ ତାଙ୍କ ପୂର୍ବ ଭାଷଣ ସହିତ ଏବେ ବି ଏକମତ ଥିବା କହିଛନ୍ତି ହେଗ୍ଡ଼େ। ହେଗ୍ଡ଼େ କହିଛନ୍ତି “ମିଡିଆରେ ଯାହା ଖବର ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ମିଛ। ମୁଁ […]
ନୂଆଦିଲ୍ଲୀ: ସାରା ଦେଶରେ ଏନ୍ଆର୍ସି ଲାଗୁ ହେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆଜି ଲୋକସଭାରେ ଲିଖିତ ଆକାରରେ ଏଭଳି ଉତ୍ତର ରଖିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଦେଶରେ ଏନ୍ଆର୍ସି ଲାଗୁ ହେବା ନେଇ ଲୋକସଭାରେ ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଗୃହମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲିଖିତ ଆକାରରେ ଏଭଳି ଉତ୍ତର ଦେଇଛନ୍ତି। ସେ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି “ଜାତୀୟ ସ୍ତରରେ ଏନ୍ଆର୍ସି […]
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଆତଙ୍କବାଦୀ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍କର। ଏଥିସହିତ ସେ ଆତଙ୍କବାଦୀ ନେଇ ପ୍ରମାଣ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ବେଳେ ଏକ ସାମ୍ବିଦାକି ସମ୍ମିଳନୀରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର। ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ଜାଭେଦ୍କର କହିଛନ୍ତି “ ଦିଲ୍ଲୀର ଜନତା, ଯେଉଁମାନେ ତାଙ୍କ ପକ୍ଷରେ ଛିଡ଼ା ହୋଇଥିଲେ ସେମାନେ ତାଙ୍କଠାରୁ ମୁହଁ […]
ଲକ୍ଷ୍ନୌ: ମହାନତା ଦେଖାଇଛି ଉତ୍ତର ପ୍ରଦେଶ ପୁଲିସ୍। ୨୩ ଜଣ ଶିଶୁଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଦୀର୍ଘ ୧୦ ଘଣ୍ଟାକାଳ ଆତଙ୍କରାଜ ଚଳାଇଥିବା ଦୁର୍ବୃତ୍ତର ବର୍ଷକର କନ୍ୟା ସନ୍ତାନଙ୍କୁ ଉତ୍ତର ପ୍ରଦେଶ ପୁଲିସର ଜଣେ ବରିଷ୍ଠ ଅଧିକାରୀ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ଗୋଟିଏ ଗାଁରେ ସୁଭାଷ ବାଥମ ନାମକ ଜଣେ ଜେଲ ଫେରନ୍ତା ନିଜ ପତ୍ନୀ ଓ ବର୍ଷର କନ୍ୟା ସହ ୨୩ ଜଣ ଶିଶୁଙ୍କୁ […]
ସାଙ୍ଘାଇ: କରୋନା ଭାଇରସ୍ର ଆତଙ୍କ ନେଇ ଆମେରିକା ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲା ଚାଇନା। କରୋନା ଭାଇରସ୍କୁ ନେଇ ଆମେରିକା ମିଛରେ ସାରା ବିଶ୍ୱକୁ ଡରାଉଛି ବୋଲି ଚାଇନା କହିଛି। ଆବଶ୍ୟକୀୟ ସହାୟତା ଦେବା ବଦଳରେ ନାଗରିକଙ୍କୁ ଫେରାଇ ନେଇ ଯାତ୍ରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଆମେରକା ଡରାଉଥିବା ଅଭିଯୋଗ କରିଛି ସାଙ୍ଘାଇ। କରୋନା ଭାଇରସ୍ ବ୍ୟାପିବା ପରେ ପ୍ରଥମେ ଆମେରିକା ହିଁ ଚାଇନାରୁ ନାଗରିକଙ୍କୁ ଫେରାଇ ଆଣିବା ସହିଚ ଚାଇନା ଉଡ଼ାଣ ପାଇଁ ସତର୍କତା ଜାରି […]
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମ ଉପରେ ଅପମାନମୂଳକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ବିଜେପି ସାଂସଦ ଅନନ୍ତକୁମାର ହେଗ୍ଡେଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ କହିଲା ବିଜେପି। ଅନନ୍ତକୁମାର ହେଗ୍ଡ଼େ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ‘ଷ୍ଟେଜ୍ ଶୋ’ ବୋଲି କହି ଜାତୀର ପିତାଙ୍କୁ ଅପମାନିତ କରିଥିଲେ। ଏହାପରେ ମହାତ୍ମା ଗାନ୍ଦୀଙ୍କ ଅଣନାତୀ ତୁସାର ଗାନ୍ଧିଙ୍କ ସମେତ ବିରୋଧୀ ବିଜେପି ଓ ହେଗ୍ଡେଙ୍କୁ ସମାଲୋଚନା କରିଥିଲେ। ନିକଟରେ କର୍ଣ୍ଣାଟକରେ ଆୟୋଜିତ […]
ବେଙ୍ଗାଲୁରୁ: ବିଜ୍ଞାନରେ ରୁଚି ରଖୁଥିବା ସ୍କୁଲ୍ ପିଲାମାନଙ୍କ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ) ସୋମବାର “ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ୨୦୨୦(YUVIKA)” ଲଞ୍ଚ୍ କରିଛି। ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ମହାକାଶ ଗବେଷଣା ବିଷୟରେ ରୁଚି ବଢ଼ାଇବା ପାଇଁ ପ୍ରଥମକରି ୨୦୧୯ରେ ଇସ୍ରୋ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହା ଆରମ୍ଭ କରିଛି ଇସ୍ରୋ। ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସୁଯୋଗ ଦେବା ପାଇଁ ଇସ୍ରୋ ଆଜି ଦିନ ୨ଟାରୁ ପିଲା ଚୟନ ପ୍ରକ୍ରିୟା […]
ଥିରୁଭବନ୍ତପରୁଣ: ଭାରତରେ କରୋନା ଭାଇରସ୍ର ତୃତୀୟ ରୋଗୀ ମଧ୍ୟ କେରଳରେ ଚିହ୍ନଟ ହୋଇଛି। ଖୋଦ୍ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳାଜା ଏହି ସୂଚନା ଦେଇଛନ୍ତି। କସରଗୋଡ଼ାରେ ଜଣେ ବ୍ୟକ୍ତିଙ୍କୁ ପରୀକ୍ଷା କରାଯିବା ପରେ ସେ କରୋନା ଭାଇରସ୍ରେ ସଂକ୍ରମିତ ଥିବା ଜଣାପଡ଼ିଛି ବୋଲି ଶୈଳାଜା ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ କେରଳରେ ଦୁଇଜଣ କରୋନା ଭାଇରସ୍ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସମସ୍ତ କରୋନା ରୋଗୀ ନିକଟରେ ଚୀନ୍ର ଉହାନ ସହରରୁ ଫେରିଛନ୍ତି। ଶୈଳାଜା କହିଛନ୍ତି “କରୋନା ଭାଇରସ୍ରେ […]
ନୂଆଦିଲ୍ଲୀ: ଚଳିତ ଥର ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୩.୩୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ 6% ବୃଦ୍ଧି କରାଯାଇ ୩.୧୮ରୁ ୩.୩୭ ଲକ୍ଷ କୋଟି କରାଯାଇଛି। ତେବେ ଡିଫେନ୍ସ ପେନ୍ସନ୍କୁ ଲଗାଇଲେ ଟୋଟାଲ୍ ସୁରକ୍ଷା ବଜେଟ୍ ୪.୭ ଲକ୍ଷ ହୋଇଛି। ସେନାର ଆଧୁନିକିକରଣ ଏବଂ ନୂଆ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୧,୧୦,୭୩୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ଗତ ସୁରକ୍ଷା ବଜେଟ୍ରୁ ମାତ୍ର ୧୦,୩୪୦ ଟଙ୍କା ଅଧିକ। ଡିଫେନ୍ସ ପେନ୍ସନ୍ […]
ନୂଆଦିଲ୍ଲୀ: ଜାମିଆ ପରେ ଆଜି ଶାହୀନବାଗର ସିଏଏ ବିରୋଧୀ ବିକ୍ଷୋଭ ସ୍ଥଳରେ ଜଣେ ଯୁବକ ଗୁଳି ଚଳାଇଛି। ଏହି ଘଟଣା ପରେ ପୁଲିସ ଉକ୍ତ ଯୁବକକୁ କାବୁ କରିନେଇଛି। ଶାହୀନ ବାଗର ଜସୋଲା ରେଡ୍ ଲାଇଟ୍ ନିକଟରେ ୪ଟା ୫୩ ମିନିଟ୍ରେ ଏହି ଗୁଳିମାଡ଼ ହୋଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ। କାରଣ ଯୁବକ ଜଣକ କାହାକୁ ଗୁଳି ନ ମାରି ଉପରକୁ ଫାଇରିଂ କରିଥିଲା ବୋଲି ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳ ଏନ୍ଆଇକୁ […]
ନୂଆଦିଲ୍ଲୀ: ନୋଏଡ଼ା ସେକ୍ଟର୍ ୬୫ରେ ଥିବା ହଳଦୀରାମ ବିଲ୍ଡିଂରେ ଆମୋନିଆ ଗ୍ୟାସ୍ ଲିକ୍ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଦିନ ୧୨ଟା ପାଖାପାଖି ସମୟରେ ହଳଦୀରାମ ବିଲ୍ଡିଂରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହାପରେ ଖବର ପାଇ ତୁରନ୍ତ ପୁଲିସ୍, ଅଗ୍ନିସମ ଓ ୪୭ ସଦସ୍ୟଙ୍କୁ ନେଇ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଦିନ ୩ ସୁଦ୍ଧା ପରିସ୍ଥିତିକୁ ଆୟତ କରିଥିଲେ। ଏଠାରେ ହଳଦୀରାମ ବିଲ୍ଡିଂରେ […]
ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିରେ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଟ ୩୦,୪୨,୨୩୦ କୋଟି ଟଙ୍କାର ବ୍ୟୟ ହୋଇଛି। ହେଲେ ଏତେ ପରିମାଣର ବଜେଟକୁ ଆମେ ଯଦି ଟଙ୍କାଟିଏରେ ହିସାବ କରିବା, ତା’ହେଲେ କେମିତି ରହିବ ହିସାବ ଆସନ୍ତୁ ଜାଣିବା। ଟଙ୍କାଟିଏ ଆସିବ କୁଆଡ଼ୁ ଋଣ ଓ ଅନ୍ୟାନ୍ୟ ଦାତା-୨୦ ପ. କର୍ପୋରେସନ ଟିକସ-୧୮ ପ. ଆୟକର-୧୭ ପ. ସୀମା ଶ୍ଳୁକ-୪ ପ. କେନ୍ଦ୍ରୀୟ ଉତ୍ପାଦନ ଶ୍ଳୁକ-୭ ପ. ଜିଏସଟି […]
ନୂଆଦିଲ୍ଲୀ: ସଂସଦରେ ୟୁନିୟନ୍ ବଜେଟ୍୨୦୨୦ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ତେବେ ଚଳିତ ଥର ବଜେଟ୍ରେ ବ୍ୟକ୍ତିଗତ କରଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କାରଣ ସରକାର ଆୟକରକୁ କମାଇ ଦେଇଛନ୍ତି। ଅନ୍ୟପଟେ ତମାଖୁ ସାମଗ୍ରୀ ଓ ମେଡିକାଲ୍ ସରଞ୍ଜାମରେ ଟ୍ୟାକ୍ସ ବଢ଼ାଇ ଦିଆଯିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇପାରେ। ସେହିଭଳି ଅଶୁଦ୍ଧ ଚିନି, କୃଷି ଓ ପଶୁ ସମ୍ପର୍କତି ସାମଗ୍ରୀ, ସ୍କିମ୍ଡ […]
ନୂଆଦିଲ୍ଲୀ: ବଜେଟ୍କୁ ସମ୍ପୂର୍ଣ୍ଣ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ କାଳ ବଜେଟ୍ ଉପସ୍ଥାପନ କରି ଏତେ ଥକି ଯାଇଥିଲେ ଯେ ବଜେଟ୍ର ଶେଷ ଦୁଇ ପେଜ୍ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ। ଶେଷ ଦୁଇ ପେଜ୍ ପଢ଼ିବା ବେଳେ ଅର୍ଥମନ୍ତ୍ରୀ ତରତର ହେଉଥିବାର ଦେଖାଯାଇଥିଲା। ଆଜି ଅର୍ଥମନ୍ତ୍ରୀ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଆଉ କିଛି […]
ନୂଆଦିଲ୍ଲୀ: ଚଳିତଥର ପଛୁଆ ବର୍ଗ ଏସି, ଏସ୍ଟି ଓବିସିଙ୍କ ଉନ୍ନତୀ ପାଇଁ ବଜେଟ୍ରେ ୧ ଲକ୍ଷ ୩୮ ହଜାର ୭୦୦ କୋଟି ବ୍ୟୟବରାଦ ହୋଇଛି। ସଂସଦରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏସ୍ସି, ଓବିସିଙ୍କ ଉନ୍ନତି ପାଇଁ ସରକାର ୮୫ ହଜାର କୋଟି ବ୍ୟୟବରାଦ କରିଛନ୍ତି। କେବଳ ଏସ୍ଟି ବର୍ଗଙ୍କ ପାଇଁ ଚଳିତ ବଜେଟ୍ରେ ୫୩,୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିସହିତ ବରିଷ୍ଠ ନାଗରିକ ଓ ଭିନ୍ନ କ୍ଷମାଙ୍କ ପାଇଁ ଚଳିତ ବଜେଟ୍ରେ ୯.୫୦୦ […]