ରାୟପୁର: ଛତିଶଗଡ଼ର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତଙ୍କ ଯୋଗୀଙ୍କ ପରଲୋକ ହୋଇଛି। ଶୁକ୍ରବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଜିତଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟରେ ସୂଚନା ଦେଇଛନ୍ତି। ମେ ୯ ତାରିଖରେ ୭୪ ବର୍ଷୀୟ ଅଜିତ ତାଙ୍କ ଛତିଶଗଡ଼ସ୍ତିତ ବାସଭବନରେ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ସେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। वेदना की इस घड़ी में […]
ବେଜିଂ: ଆମେରିକାର ମଧ୍ୟସ୍ଥି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଚାଇନା। ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ପୁଣିଥରେ ମଧ୍ୟସ୍ଥି ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ପରି ଚାଇନା ମଧ୍ୟ ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି। ଦୁଇଦେଶ ପରସ୍ପର ସହିତ ଆଲୋଚନା କରି ବିବାଦର ସମାଧାନ କରିବା ପାଇଁ ସକ୍ଷମ ଅଛନ୍ତି। ତେଣୁ ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଚୀନ […]
ନୂଆଦିଲ୍ଲୀ: ଦେଶର ବିମାନ ସେବା ଆରମ୍ଭ ପରେ ଭିନ୍ନ ଭିନ୍ନ ତିନିଟି କମ୍ପାନିର ଏୟାରଲାଇନ୍ସରେ ଯାତ୍ରା କରିଥିବା ୧୬ ଜଣ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କେବଳ ଇଣ୍ଡିଗୋ ବିମାନରେ ଯାତ୍ରା କରିଥିବା ୧୨ ଜଣ ଆକ୍ରାନ୍ତ ଥିବା ସଂପୃକ୍ତ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦିଲ୍ଲୀରୁ ଜାମ୍ମୁ ଫ୍ଲାଇଟ୍ରୁ ୩ଜଣ, ବେଙ୍ଗାଳୁରୁଠାରୁ କୋଏମ୍ବାଟୁର ଫ୍ଲାଇଟରେ ୬ଜଣ, ଦିଲ୍ଲୀ-କୋଏମ୍ବାଟୁର ଫ୍ଲାଇଟରେ ୨ ଜଣ ଓ ବେଙ୍ଗାଳୁର-ମଦୁରାଇ […]
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ) ଉପରେ ୫ କୋଟିର ଫାଇନ୍ ଲଗାଇଲା ଆର୍ବିଆଇ। ରାଷ୍ଟ୍ରାୟତ ବ୍ୟାଙ୍କର ପୂର୍ବ ନିୟମର ପାଳନ ନକରିବାରୁ ଗୁରୁବାର ବିଓଆଇ ଉପରେ ଫାଇନ୍ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ପୂର୍ବରୁ ୨୦୧୭ ମାର୍ଚ୍ଚ ୩୧ ଓ ୨୦୧୮ ମାର୍ଚ୍ଚରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ପରିଚାଳନା ନେଇ ତ୍ରୁଟି ଦେଖିବାକୁ ପାଇଥିଲା ଆର୍ବିଆଇ। ଯାହା ଫଳରେ ଏହି ଜାତୀୟ ବ୍ୟାଙ୍କ ବିରୋଧରେ ଆଇନଗତ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ବିଆଇର […]
ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍ଡାଉନ୍ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ନିଜ ଅର୍ଥରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଉଛନ୍ତି ଏହି ଅଭିନେତା। ଏପର୍ଯ୍ୟନ୍ତ ସେ ପ୍ରାୟ ୪୦ ହଜାରରୁ ଅଧିକ ପ୍ରବାସୀଙ୍କୁ ଘରକୁ ପଠାଇ ସାରିଲେଣି। ଶ୍ରମିକଙ୍କୁ ଏପରି ସହଯୋଗ ନେଇ ସୋନଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି। ବଡ଼ ପରଦାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତା ଏବେ ଶ୍ରମିକଙ୍କ ପାଇଁ ନାୟକ ସାଜିଛନ୍ତି। ସୋନୁଙ୍କର ଏଭଳି କାର୍ଯ୍ୟକୁ ଆଜି […]
ୱାଶିଂଟନ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଯୋଗୁ ଲାଗି ରହିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଉଭୟ ରାଷ୍ଟ୍ରକୁ ପରାମର୍ଶ ଦେଇଛି ଜାତିସଂଘ। କିଛିଦିନ ତଳେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଉପରେ ଜାତିସଂଘର ପ୍ରବକ୍ତା କହିଛନ୍ତି, ଏହି ଘଟଣାରେ କିଏ ମଧ୍ୟସ୍ଥତା କରିବ ତାହା ଭାରତ ଓ ଚାଇନା ଉପରେ ନିର୍ଭର କରେ। ତେବେ ବର୍ତ୍ତମାନ ଉଭୟ ରାଷ୍ଟ୍ର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟରୁ […]
ୱାଶିଂଟନ: ଆଉ ମାତ୍ର କିଛି ସମୟପରେ ଆରମ୍ଭ ହୋଇଥାନ୍ତା ନାସାର ଐତିହାସିକ ମହାକାଶଯାତ୍ରା। ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବାକୁ ଯୋଜନା କରିଥିଲା ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା(ନ୍ୟାସ୍ନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡ୍ମିନିଷ୍ଟ୍ରେସନ୍)। କିନ୍ତୁ ଖରାପ ପାଗ ସବୁ ବିଗାଡ଼ିଦେଲା। କାଉଣ୍ଟଡାଉନ୍ ଆରମ୍ଭ ହେବାର ୧୬ ମିନିଟ୍ ପୂର୍ବରୁ ଏହାର ପରୀକ୍ଷଣ ବନ୍ଦ କରିଦିଆଯାଇଛି। ପାଗ ଖରାପ ଓ ଭୟଙ୍କର ବଜ୍ରପାତ ଯୋଗୁ ଏହାର ପରୀକ୍ଷଣକୁ ଶନିବାରକୁ ଘୁଞ୍ଚାଇ ଦେଇଛି ନାସା। ପ୍ରାୟ […]
କିନ୍ତୁ ବର୍ତ୍ତମାନ ସମୟରେ ୟେଦ୍ୟୁରପ୍ପା କାମଚଳ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ଏମିତିରେ ୩ ଜଣଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି ହେଲେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଦଳୀୟ ମୁଖ୍ୟପାତ୍ର କହିଛନ୍ତି, ଦଳମତ ନିର୍ବିଶେଷରେ ଆମେ ମୁଖ୍ୟମନ୍ତ୍ରୀ କରିବୁ। ଆଗାମୀ ଦିନରେ ସାଧାରଣ ନିର୍ବାଚନ ହେବ ତେଣୁ ସ୍ଥିତି ଓ ପରିସ୍ଥିତିକୁ ଦେଖି ଆମେ ମୁଖ୍ୟମନ୍ତ୍ରୀ ଚୟନ କରିବୁ
ଭୁବନେଶ୍ୱର: ଦେଶରେ କରୋନା ଦାଉ ଏପଟେ ଖରାର ତାଉ। ହନ୍ତସନ୍ତ ଜୀବଜଗତ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୩.୭ ଡିଗ୍ରୀ ତାପମାତ୍ର ସହିତ ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ସେହିପରି ଟିଟିଲାଗଡ଼ରେ ୪୩, ବୌଦ୍ଧରେ ୪୨.୮ ଓ ସମ୍ବଲପୁରରେ ୪୨.୬ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦ, ବଲାଙ୍ଗିର ଓ ତାଳଚେରରେ ୪୨.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୨.୪, […]
ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦରେ ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଇଛନ୍ତି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସେ ଉଭୟ ଦେଶକୁ ଜଣାଇ ଥିବା ଟ୍ରମ୍ପ ଟୁଇଟ୍ କରିଛନ୍ତି। ଏପଟେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ମାସେ ଧରି ଲାଗି ରହିଥିବା ଛକାପଞ୍ଝା ଓ ଉତ୍ତେଜନା ଭିତରେ ସ୍ୱର ନରମ କରିଛି ଚୀନ। ଭାରତ-ଚୀନ୍ ପରସ୍ପର ପ୍ରତି ବିପଦ ନୁହନ୍ତି ବୋଲି କହିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସନ୍ ଓ୍ୱିଡୋଙ୍ଗ। ସୀମାରେ ସ୍ଥିତି ସ୍ଥିର […]
ୱାସିଂଟନ: ପ୍ରାୟ ଏକ ଦଶନ୍ଧି ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶକୁ ପୁଣି ଥରେ ନିଜର ମହାକାଶଚାରୀଙ୍କୁ ପଠାଉଛି। ଏକ ଘରୋଇ ସ୍ପେସ୍ ଫ୍ଲାଇଟ୍ କଂପାନୀ ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ ପ୍ରସ୍ତୁତ ହେଉଛି। ସ୍ପେସ୍ ଏକ୍ସ ଫାଲ୍କନ୍ -୯ ରକେଟ୍ ଏବଂ କ୍ରିଉ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶକୁ ଯିବ। ସ୍ତାନୀୟ ସମୟ ଅପରାହ୍ନ ୪ଟା ୩୩ ବା ଭାରତୀୟ ସମୟ […]
ନୂଆଦିଲ୍ଲୀ: ଦେଶରେ ୧ ଲକ୍ଷ ୫୧ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୭୦ ଜଣଙ୍କ ଜୀବନ ଯାଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଛି। ଏବେ ଦେଶରେ ୮୩ ହଜାର ୪ଟି ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହେଲେଣି ୬୪ ହଜାର ୪ ୨୫ ଜଣ ଲୋକ। ମହାରାଷ୍ଟ୍ରରେ ସ୍ଥିତି ଅଧିକ ସଂଗୀନ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୭୫୮ ଛୁଇଁଥିବା […]
ଚେନ୍ନାଇ: ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ତେଜସ୍ର ଦ୍ୱିତୀୟ ସ୍କ୍ୱାର୍ଡନ୍। ତାମିଲନାଡୁର ସୁଲୁର ଏୟାରବେସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଆର୍.କେ.ଏସ୍ ଭଦୋରିଆ। ଆଜି ଏହାକୁ ଉଡ଼ାଇଛନ୍ତି। ତେଜସ୍କୁ ଉଡ଼ାଉଥିବା ବାୟୁସେନାର ଏହା ଦ୍ୱିତୀୟ ସ୍କ୍ୱାର୍ଡନ୍। ଏହି ସ୍କ୍ୱାର୍ଡନ୍ର ନାଁ ଦିଆଯାଇଛି ଫ୍ଲାଇଙ୍ଗ୍ ବୁଲେଟ୍ସ। ସ୍ୱେଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ଚତୁର୍ଥ ପିଢ଼ିର ହାଲକା ଯୁଦ୍ଧ ବିମାନ। ନେପାଳ ଓ ଚୀନ ସହ ସୀମାରେ ଅଶାନ୍ତି ଲାଗି ରହିଥିବାବେଳେ ଏହା ବାୟୁସେନାର ବଳ […]
ନୂଆଦିଲ୍ଲୀ: ହାବାର୍ଡ ୟୁନିଭର୍ସିଟିର ପବ୍ଲିକ ହେଲ୍ଥ ଏକ୍ସପର୍ଟ ପ୍ରଫେସର ଆଶିଷ ଝାଙ୍କ ସହ ଭିଡିଓ କନଫରେନ୍ସ ରେ କଥା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଦିନକୁ ଦିନ ବଢ଼ୁଥିବା କରୋନା ସଙ୍କଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସାମାଜିକ ଦୂରତା ସହ ଘରେ ରହିବା ଉପରେ ଫୋକସ୍ ଦେଇଥିଲେ ଆଶିଷ ଝା। କରୋନା ଭ୍ୟାକ୍ସିନ୍ କେବେ ବାହାରିବ ସେ ନେଇ ଆଶିଷଙ୍କୁ ପ୍ରଶ୍ନ କରିଥିଲେ ରାହୁଲ୍। ଯବାବରେ ଆଶିଷ କହିଥିଲେ, ବିଭିନ୍ନ ଦେଶ ଭ୍ୟାକସିନ୍ […]
ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେଲାଣି। ରାଜ୍ୟରେ ୫୨ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୬୯୫ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ। ସ୍ଥିତି ଏମିତି ହେଲାଣି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ବେଡ୍ ମଧ୍ୟ ନାହିଁ। ରୋଗୀ ଯେଉଁଠି ଅଛନ୍ତି ସେଠାରେ ହିଁ ମୃତଦେହ ରଖାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାର ଫେଲ୍ ମାରିବାକୁ ନେଇ ଘେରିଛନ୍ତି ବିରୋଧୀ। […]
ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତର କଲା ୭୬ ଜଣ ପ୍ୟାସେଞ୍ଜରକୁ ନେଇ ଉଡ଼ାଣ ଭରିଥିବା ବିମାନ। ଜୟପୁରରୁ ହାଇଦ୍ରାବଦ ଆସୁଥିବା ଏୟାର ଏସିଆ ବିମାନ ୧୫୧୫୪୩ ମଙ୍ଗଳବାର ମଧ୍ୟାହ୍ନରେ ହାଇଦ୍ରାବାଦରେ ଜରୁରୀ ଆବତରଣ କରିଛି। ବିମାନଟି ହାଇଦ୍ରାବାଦରେ ପହଞ୍ଚିବାର ତୁରନ୍ତ ପରେ ଏପରି ସମସ୍ୟା ବିଷୟରେ ଜଣାପଡ଼ିଥିଲା। ବିମାନ ଇଞ୍ଜିନରୁ ଇନ୍ଧନ ଲିକ୍ ହେବା ନେଇ ପାଇଲଟ୍ ଜାଣିବା ପରେ ଗୋଟିଏ ଇଞ୍ଜିନ୍କୁ ବନ୍ଦ କରିଦେଇଥିଲେ। ଅନ୍ୟ ଏକ ଇଞ୍ଜିନ୍ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଦେଶର ରେକର୍ଡ ସଂଖ୍ୟକ ୬ ହଜାର ୭୬୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଏବେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କ ଜୀବନ ନେଇଛି ଏହି ପ୍ରାଣଘାତୀ ମହାମାରୀ। ଫଳରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ […]
ନୂଆଦିଲ୍ଲୀ: ଭାରତକୁ ୩୬ଟି ରାଫେଲ୍ ବିମାନ ଦେବାକୁ କୌଣସି ବିଳମ୍ବ ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ବିମାନ ସପ୍ଲାଏ ହେବ ବୋଲି ଫ୍ରାନ୍ସ ଆମ୍ବାସାଡର ଇମାନୁଏଲ୍ ଲେନାଇନ କହିଛନ୍ତି। ଅନ୍ୟ ଦେଶଗୁଡ଼ିକ ଭଳି ଫ୍ରାନ୍ସରେ କରୋନା ତାର ପ୍ରଭାବ ଜାରି ରଖିଛି। ଏଠାରେ ୧,୪୫,୦୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୮,୩୩୦ରେ ପହଞ୍ଚିଛି। ତେଣୁ ଏଭଳି ପରିସ୍ଥିତିରେ ରାଫେଲ୍ ସପ୍ଲାଏ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଇମାନୁଏଲ୍ ଏହି […]
ମୁମ୍ବାଇ: କିଛି ସମୟ ପୂର୍ବରୁ ଘରୋଇ ବିମାନ ଉଡ଼ାଣ ନେଇ ମନା କରୁଥିବା ମହାରାଷ୍ଟ୍ର ସରକାର କଥା ବଦଳେଇଛନ୍ତି। ରାଜ୍ୟରେ ୨୫ ଘରୋଇ ବିମାନ ଉଡ଼ାଣ ନେଇ ଅନୁମତି ଦେଇଛନ୍ତି ସରକାର। ବିମାନ ଚଳାଚଳ ନେଇ ରାଜ୍ୟ ପ୍ରସ୍ତୁତ ନଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଦେଇଥିବା ସୂଚନାର କିଛି ସମୟ ପରେ ରାଜ୍ୟ ମନ୍ତ୍ର ନୱାବ୍ ମଲ୍ଲୀକ ୨୫ ବିମାନ ଉଡ଼ାଣ ଅନୁମତି ନେଇ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସମସ୍ତ […]