ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଦିଲ୍ଲୀ। ରବିବାର ଦିନ ୧.୪୫ ମିନିଟ୍ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୁତ। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୫ ରହିଥିଲା। ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି। ଦିଲ୍ଲୀ ବିପର୍ଯ୍ୟୟ ସୂଚନା କେନ୍ଦ୍ରର ସୁଚନା ଅନୁସାରେ, ଏହି ଭୁମିକମ୍ପ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଅନୁଭୁତ ହୋଇଥିଲା। ଦିଲ୍ଲୀ ଓ ୟୁପିର ସୀମାରେ ୧୫ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ […]
ଚେନ୍ନାଇ: ଧର୍ମୀୟ ଭାବନାକୁ ଆଘାତ କରୁଥିବା ବିଜ୍ଞାପନ ଦେଇଥିବା ଅଭିଯୋଗରେ ଗିରଫ୍ ହୋଇଛନ୍ତି ଚେନ୍ନାଇର ଜଣେ ବେକେରୀ ଷ୍ଟୋର୍ ମାଲିକ ଟି.ନାଗର। ସେ ତାଙ୍କ ଷ୍ଟୋର୍ ପାଇଁ ଏକ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ତାଙ୍କ ଷ୍ଟୋର୍ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କେବଳ ଜୈନ୍ୟମାନେ ହିଁ ତିଆରି କରନ୍ତି, ମୁସଲମାନ କର୍ମଚାରୀଙ୍କ ଦ୍ୱାରା ନୁହେଁ ବୋଲି ଦର୍ଶାଯାଇଥିଲା। ଏହି ବିଜ୍ଞାପନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ବିଜ୍ଞାପନରେ ଧର୍ମୀୟ ଭେଦଭାବ ଥିବାରୁ […]
ନୂଆଦିଲ୍ଲୀ: ୧୦ଟି ବହୁଳ ପ୍ରଭାବିତ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇବ କେନ୍ଦ୍ର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୁଜରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଏହି ୧୦ଟି ଟିମ୍ ଯିବ। ସେଠାରେ କୋଭିଡ୍ ପରିଚାଳନାରେ ଓ କଣ୍ଟେନମେଣ୍ଟ କଟକଣା କଡ଼ାକଡ଼ି କରିବାରେ ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବ। ଏହି ଟିମ୍ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ସଚିବ […]
ନୂଆଦିଲ୍ଲୀ: ଏମ୍ଏସ୍ଏମ୍ଇରେ ସାମିଲ ହୋଇପାରନ୍ତି ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାର। ସେମାନଙ୍କୁ ଏମ୍ଏସ୍ଏମ୍ଇ ଭାବେ ପଞ୍ଜୀକରଣ ପ୍ରସ୍ତାବ ଉପରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଲଘୁ, କ୍ଷୁଦ୍ରୁ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ। ଭାରତୀୟ ଖୁଚୁରା ବିକ୍ରେତା ସଂଘ ଏବଂ କାର୍ଯ୍ୟରତ ଯନ୍ତ୍ରୀ, ଆର୍କିଟେକ୍ଚର୍ ଓ ଟାଉନ ପ୍ଲାନର ସଂଘ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଆମଦାନୀର ବିକଳ୍ପ ଖୋଜିବା ଏବଂ ଜନସଂଖ୍ୟା ବହୁଳ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ଅପପ୍ରଚାର ହେଉଥିବାରୁ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ଗୃହମନ୍ତ୍ରୀ । ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବଂ କରୋନା ମହାମାରୀକୁ ନେଇ ସରକାରଙ୍କ ଲଢ଼େଇରେ ବ୍ୟସ୍ତ ରହୁଛି। ଫେସବୁକ, ଟୁଇଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଚାରିତ ହେଉଥିବା ଅଯଥା ମନଗଢ଼ା ଓ ଗୁଜବକୁ ଖଣ୍ଡନ କରିଛନ୍ତି। […]
ନୂଆଦିଲ୍ଲୀ: ରେଳ ଧାରଣାରେ ନଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଟ୍ରାକ୍ରେ କୌଣସି ବ୍ୟକ୍ତି ଚାଲୁଥିବା ଦେଖିଲେ ସତର୍କ କରାଇବେ ରେଲୱେ କର୍ମଚାରୀ। ଏଥିପାଇଁ ଜାରି ହୋଇଛି ଆରପିଏଫ ସିକ୍ୟୁରିଟି ହେଲ୍ପଲାଇନ୍ ନମ୍ବର। ୧୮୨ ଟ୍ରାକ୍ରେ ଚାଲୁଥିବା ଲୋକଙ୍କ ସମ୍ପର୍କରେ ଏହି ନମ୍ବରରେ ସୂଚନା ଦିଆଯିବ। ରେଲୱେ ଟ୍ରାକ୍ରେ ଚାଲିବା ବିପଦପୂର୍ଣ୍ଣ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି ପୂର୍ବତଟ ରେଳବାଇ। ଔରଙ୍ଗାବାଦ୍ରେ ରେଳଟ୍ରାକ୍ରେ ଯାଉଥିବା ଲୋକଙ୍କୁ ଟ୍ରେନ୍ ଚଢ଼ିଯିବା […]
ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ହେବ ବାକିଥିବା ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଆଜି ଏହି ଘୋଷଣା କରିଛନ୍ତି। ଦିଲ୍ଲୀରେ ସିବିଏସଇ ଦଶମ ଶ୍ରେଣୀର କିଛି ପେପର ବାକି ଥିବା ବେଳେ ଦେଶବ୍ୟାପୀ ଯୁକ୍ତ ଦୁଇ ପରୀକ୍ଷା ଅଧାରେ ଅଟକି ଯାଇଥିଲା ସାମାଜିକ ଦୂରତ୍ୱ ରଖି ପାଠପଢ଼ା ଆଗେଇ ନେବାକୁ ଯୁଗ୍ମ ଓ ଅଯୁଗ୍ମ ରୋଲ ନମ୍ବର ଭିତ୍ତିରେ କ୍ଲାସ କରାଇବା ଲାଗି NCERT ମାନବସମ୍ବଳ ବିକାଶ ମନ୍ତ୍ରଣାଳୟକୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଫଳରେ ଲୋକମାନେ ଘରେ ବନ୍ଦୀ ଜୀବନ ବିତାଉଥିବାବେଳେ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳୁଛି। ଏନେଇ ବଲିଉଡର ଅଭିନେତା ଅର୍ଶଦ ୱାର୍ସି ଏକ ଭିଡିଓ ପୋଷ୍ଟ କରିଛନ୍ତି,ଯେଉଁଥରେ ଭାଲୁଟିର ଚମତ୍କାର ବୁଦ୍ଧି ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡିଓଟିକୁ ସୋସିଆଲ ମିଡିଆରେ ଲୋକମାନେ ବାରମ୍ୱାର ଦେଖିବା ସହ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି। Now even bears […]
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହାକୁ ମେ’୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମୟରେ, ସାମାଜିକ ଦୂରତାର ଆବଶ୍ୟକତା ଅନୁସରଣ କରି କେବଳ ଆବଶ୍ୟକ ଦୋକନଗୁଡିକ ଖୋଲା ଯାଇଛି। ଲୋକେ ସୋଶିଆଲ ଡିଷ୍ଟାନ୍ସିଂ ପ୍ରତି ଯଥେଷ୍ଟ ସଚେତନ ଅଛନ୍ତି। ଦୋକାନ ବଜାରରେ ଭିଡ କମାଇବା ପାଇଁ ହୋମ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଜଣେ ବ୍ୟକ୍ତି ସୋଶାଲ ଡିଷ୍ଟାନ୍ସିଂ ରକ୍ଷା ପାଇଁ ଯେପରି […]
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍ ବଲଟିସ୍ତାନ। ପିଓକେର ଏହିସବୁ ଅଞ୍ଚଳର ପାଣିପାଗ ରିପୋର୍ଟ ପ୍ରକାଶ କରିବ ଭାରତୀୟ ପାଣିପାଗ ବିଭାଗ। ପାଣିପାଗର ଏକ ସବଡିଭିଜିନ୍ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍-ବଲଟିସ୍ତାନ ଏବଂ ମୁଜାଫରାବାଦ ସ୍ଥାନ ପାଇଛି। ପ୍ରକାଶ ଥାଉକି, ମୁଜାଫରାବାଦ ପିଓକେର ଏକ ସହର। ଏହି ସହର ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ବା ପିଓକେରେ ଅଛି। ମଙ୍ଗଳବାରଠାରୁ […]
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ସଂକଟରେ ଯୁଝୁଛି। ଦିନକୁ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦେଶବାସୀଙ୍କୁ ନିଦ ହଜାଇଲାଣି। କରୋନାକୁ ନେଇ ପକ୍ଷ ବିପକ୍ଷ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥିବା ବେଳେ କଂଗ୍ରେସ ଦଳକୁ ନେଇ ଏବେ ଆଉ ଏକ ଚର୍ଚ୍ଚା ଜୋର୍ ଧରିଛି। ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ଯେ କଂଗ୍ରେସର ଜଣେ ବରିଷ୍ଠ ନେତା ବିଜେପିରେ ଯୋଗ ଦେଇପାରନ୍ତି। ଏହି ବରିଷ୍ଠ ନେତା ହେଲେ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ […]
ଶ୍ରୀନଗର: ହିଜ୍ବୁଲ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁର ସେନା ଏନ୍କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଳିବିଳେଇଛି ପାକିସ୍ତାନର ହିଜ୍ବୁଲ୍ ମୁଖ୍ୟ ସୟଦ୍ ସଲାଉଦ୍ଦିନ। ଭାରତକୁ ଧମକ ଦେଇ ସଲାଉଦ୍ଦିନ କହିଛି, ରିୟାଜ୍ର ତ୍ୟାଗ ଆମ ମିଶନ ହାସଲ କରିବାରେ ସାହାଯ୍ୟ କରିବ। ଯାହା ସେମାନେ ହାସଲ କରିବାକୁ ଚାହୁଁଥିଲେ। ଏଥିସହିତ ସେ ଆହୁରି ମଧ୍ୟ କହିଛି ଯେ କାଶ୍ମୀର ପ୍ରସଙ୍ଗ ହେଉଛି ଏକ ନିଆଁଝୁଲ। ଯାହା ଅଗ୍ନି ସଂଯୋଗ କରିମାତ୍ରେ ସମଗ୍ର ଅଞ୍ଚଳକୁ ଘେରିଯିବ ବୋଲି ଧମକ […]
କୋଲକାତା: ଦେଶରେ କୋରନା ଭୂତାଣୁ ଲାଗତର ଭାବେ ବଢ଼ି ଚାଲିଛି। ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ମୃତ୍ୟୁ ମଧ୍ୟ ହେଉଛି। କରୋନାକୁ ନେଇ ଦେଶରେ ନାନା ପ୍ରକାର ରୋଚକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କରୋନା ତାଣ୍ଡବ ଭିତରେ ଟିଏମ୍ସି ସାଂସଦ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ଏଥିରେ ରୋଚକ କଥା ହେଲା ସାଂସଦ ତାଙ୍କ ସଦ୍ୟଜାତ କନ୍ୟାଙ୍କ ନାଁ ରଖିଛନ୍ତି କରୋନା। TMC MP Aparupa Poddar gives birth […]
ଚେନ୍ନାଇ: ଛତିଶଗଡର ରାୟଗଡ଼ ପେପର୍ ମିଲ୍, ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ପରେ ଏବେ ତାମିଲ୍ନାଡୁର କୁଡ୍ଡାଲୋର୍ରେ ଥିବା ଏକ ପବ୍ଲିକ ସେକ୍ଟର କୋଇଲା କମ୍ପାନୀ ପୁଣି ଏକ ଅଘଟଣ ଘଟିଛି। କମ୍ପାନୀର ବଏଲର୍ ବିସ୍ଫୋରଣ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ନେଭେଲି ଲିଗ୍ନାଇଟ୍ କୋର୍ପୋରେସନ୍(ଏନ୍ଏଲ୍ସି) ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଛି। ସଦ୍ୟ ସୂଚନାନୁସାରେ, ଘଟଣାସ୍ଥଳରେ ଏନ୍ଏଲ୍ସିର ମୁଖ୍ୟ ଅଧିକାରୀଙ୍କ ସମେତ ପୁଲିସ୍ ଓ ଅଗ୍ନିସମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା […]
ଛତିଶଗଡ଼: ଛତିଶଗଡ଼ର ରାୟଗଡ଼ ଦିଲ୍ଲାରେ ଏକ ପେପର୍ ମିଲ୍ରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବାରୁ ୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସ୍ଥାନୀୟ ପୁଲିସ୍ ଏହି ସୂଚନା ଦେଇଛି। ବୁଧବାର ସନ୍ଧ୍ୟାରେ ଟେଟ୍ଲା ଗାଁରେ ଥିବା ଶକ୍ତି ପେପର୍ ମିଲ୍ରେ ଜଣେ ସଫେଇ କର୍ମୀ ଏକ ଖୋଲା ଟାଙ୍କିରେ ସଫା କରୁଥିବା ସମୟରେ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିବା ରାୟଗଡ଼ ପୁୱିଲ୍ ସୁପିରିଟେଣ୍ଡଟେଣ୍ଟ ସନ୍ତୋଷ ସିଂହ କହିଛନ୍ତି। ତେବେ କାରାଖନା ମାଲିକ କିନ୍ତୁ ଏ ଦୁର୍ଘଟଣା […]
ବିଶାଖାପାଟନମ୍: ବର୍ଷ ୨୦୨୦ ପ୍ରତ୍ୟୋକ ମାସ କିଛି ନା କିଛି ଦୁଃଖ ଖବର ଦେଉଛି। ଦେଶ ଏବେ କରୋନା ମହାମାରୀ ସହିତ ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟଣ ଗ୍ୟାସ୍ ଲିକ୍ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏବଂ ମନେ ପକାଇଦେଇଛି ୧୯୮୪ ଲୋମଟାଙ୍କୁରା ଘଟଣା ଭୋପାଲ୍ ଗ୍ୟାସ୍ ଟ୍ରାଜେଡି କଥା। ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଘଟଣାରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ କୋଟିଏ […]
ବିଶାଖାପାଟନମ୍: ବିଶାଖାପାଟନମ୍ ଏଲ୍ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ଏଥିରେ ଜଣେ ଶିଶୁ ମଧ୍ୟ ରହିଛି। ଗ୍ୟାସ୍ ଲିକ୍ରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ମୁଣ୍ଡବିନ୍ଧା, ବାନ୍ତି ଓ ପ୍ରସ୍ୱାସ୍ ନେବାର ସମସ୍ୟା ହେଉଥିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ […]
କୋଲକାତା: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ସରକାର ବୁଧବାର ମଦର ହୋମ୍ ଡେଲିଭରି କରିବା ପାଇଁ ଅନୁମତି ଦେଇଛନ୍ତି। ଷ୍ଟେଟ ବେଭରେଜ କରର୍ପୋରେସନ୍(BEVCO) ଏକ ୱେବସାଇଟ୍ ଆରମ୍ଭ କରିଛନ୍ତି। ଏହି ୱେବସାଇଟ୍ ମାଧ୍ୟମରେ ୨୧ ବର୍ଷରୁ ଅଧିକ ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ। ଖବର ଅନୁଯାୟୀ, ମଦ ଦୋକାନା ଆଗରେ ଭିଡକୁ କମ୍ କରିବା ପାଇଁ ଏହି ୱେବସାଇଟ୍ ଖୋଲାଯାଇଛି । […]
ଲକ୍ଷ୍ନୌ: ରାଜ୍ୟରେ ମଦର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ମଦର କ୍ୟାଟେଗୋରୀ ଓ ଆକାର ଅନୁସାରେ, ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ମିଟିଂରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ଆର୍ଥିକ ବର୍ଷ ୨୦-୨୧ ପାଇଁ ୨,୩୫୦ କୋଟିର ରାଜସ୍ୱ ଯୋଗାଡ଼ କରିବାରେ ସାହାଯ୍ୟ ହେବ ବୋଲି ୟୁପି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି। ମଦର ଦର […]
ନୂଆଦିଲ୍ଲୀ: ଦେଶରେ ୫୦ ହଜାର ନିକଟତର ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୨ ହଜାର ୯୫୮ ନୂଆ କେସ୍ ସହ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୯ ହଜାର ୩୯୧ରେ ପହଞ୍ଚିଛି। ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୬ ଜଣଙ୍କ ଜୀବନ ନେଇଛି ଏହି ଘାତକ ମହାମାରୀ। ୩୩ ହଜାର ୫୧୪ ଚିକିତ୍ସାଧୀନ ଥିବା ବେଳେ ୧୪ ହଜାର ୧୮୩ ସୁସ୍ଥ […]
ଶ୍ରୀନଗର: ଗଣିତ ସାର୍ରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦ୍ଦିନର କମାଣ୍ଡର। ସବୁଠାରୁ ଲମ୍ବା ସମୟ ଧରି ହିଜ୍ଜବୁଲ୍ ମୁଜାହିଦ୍ଦିନର କମାଣ୍ଡର ରହିଥିବା ଆତଙ୍କବାଦୀ ରିୟାଜ ନାୟକୁ ଏବଂ ତାର ସହଯୋଗୀ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅଞ୍ଚଳରେ ଇଣ୍ଟର୍ନେଟ୍ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି। ବୁଧବାର ରିୟାଜ ନାୟକୁର ପୈତୃକ ଗାଁ ପୁଲୱାମା ଜିଲ୍ଲା ବେଗପୋରାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ନିହତ ହୋଇଥିଲା। […]
ନୂଆଦିଲ୍ଲୀ: ସେମାନଙ୍କ ସମ୍ପର୍କ ଖାଦ୍ୟ-ଖାଦକ। କିନ୍ତୁ ଖାଦକ ଏଠି ଖାଦ୍ୟକୁ ଖାଇବା ବଦଳରେ ଜୀବନ ବଞ୍ଚାଉଛି। ସୋସିଆଲ ମିଡିଆରେ ଏକ ଜବରଦସ୍ତ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓରେ ଏପରି କିଛି ଦୃଶ୍ୟ ରହିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓଟିରେ ଦେଖିବାକୁ ମିଳିଛି, କୁକୁରଟି ତଳେ ପଡିଥିବା ଦୁଇଟି ଗୋଲ୍ଡ ଫିସ୍କୁ ନିଜ ପାଟିରେ ପୁରାଉଛି। ଦେଖିଲେ ତ ଲାଗିବ ଯେମିତି ତାକୁ ସେ ଖାଇଦେବ। ହେଲେ ନା। ସେମିତି କିଛି […]