କାଠମାଣ୍ଡୁ: ଏକ ନୂଆ ମ୍ୟାପ୍ ଜରିଆରେ ଭାରତର ଏକ ଅଞ୍ଚଳକୁ ନିଜର ଦର୍ଶାଇ ଭାରତ ଉପରେ କଡ଼ା ଆକ୍ରମଣ କରିଛି ନେପାଳ। ଚୀନ୍ ଏବଂ ଇଟାଲୀୟ ଅପେକ୍ଷା ଭାରତରୁ ଆସୁଥିବା ଭାଇରସ୍ ଅଧିକ ମାରାତ୍ମକ ଦେଖାଯାଉଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି। ସଂସଦରେ ନିଜର ଅଭିଭାଷଣ ରଖୁଥିବା ବେଳେ ଭାରତ ନେପାଳରେ କରୋନା ଭାଇରସ୍ ବାଣ୍ଟିଥିବା ଅଭିଯୋଗ କରିଛନ୍ତି ଓଲି। ଆଇନଗତ ଭାବେ ଯେଉଁମାନେ ଭାରତରୁ ଆସୁଛନ୍ତି ସେମାନେ ଦେଶରେ କରୋନା ସଂକ୍ରମଣ […]
ନୂଆଦିଲ୍ଲୀ: ଦେଶରେ ୧ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୮ ହଜାର ୮୦୨ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୩୯ ହଜାର ୧୭୩ ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୧୬୩ରେ ପହଞ୍ଚିଛି। ସେପଟେ ଗତ […]
ନୂଆଦିଲ୍ଲୀ: କୋଭିଡ୍ ୧୯ ପରିସ୍ଥିତି ପାଇଁ ବଢ଼ିଲା JEE ମେନ୍ ଆବେଦନ ଅବଧି। ମେ ୧୯ ଅର୍ଥାତ ଆଜିଠୁ ୨୪ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ ଏବଂ ପୂର୍ବରୁ କରିଥିବା ଆବେଦନ ପକ୍ରିୟା ଶେଷ କରି ଦାଖଲ କରିପାରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। jeemain.nta.nic.in ୱେବସାଇଟ ଜରିଆରେ ଆବେଦନ କରାଯାଇପାରିବ। ଆବେଦନର ଶେଷ ତାରିଖ ୨୪ ସଂଧ୍ୟା ୫ଟା ଏବଂ ସେହିଦିନ ୧୧ଟା ୫୦ […]
ବାଲେଶ୍ୱର: ଅମ୍ପନ ଆସୁଥିବା ଖବର ପରେ ସମୁଦ୍ରକୂଳିଆ ଲୋକେ ଛାନିଆ ହୋଇଗଲେଣି। ଆସନ୍ତାକାଲି ଏହା ସୁନ୍ଦରବନରେ ହିଟ୍ କରିବ। ଏଥିରେ ଅଧିକ ପ୍ରଭାବିତ ହେବ ପଶ୍ଚିମବଙ୍ଗ। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ସମ୍ଭାବନା ଥିବାରୁ ଏଥିରୁ ରକ୍ଷା ପାଇବାକୁ ଲୋକେ ନିଜ ଉଦ୍ୟମରେ ସମୁଦ୍ର ପାଣିକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ପଶ୍ଚିମ ମେଦିନୀପୁରର ସମୁଦ୍ର କୂଳିଆ ଲୋକେ ବାଡ଼ ତିଆରି କରି ବାଲିବସ୍ତା ପକାଇଛନ୍ତି। ସମୁଦ୍ର କୂଳର ଗାଁର ଲୋକେ ନିଜ ଉଦ୍ୟମରେ ଏସବୁ କରୁଛନ୍ତି। […]
ନୂଆଦିଲ୍ଲୀ: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଅମ୍ପନ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଓଡ଼ିଶା ସରକାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଲେଣି। ଏହି ବାତ୍ୟାରେ ଓଡ଼ିଶା ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହେବାରୁ ଦୁଇ ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ […]
ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଆଜି ପଞ୍ଚମ ତଥା ଶେଷ ପାଳି ଅର୍ଥ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିସାରିଛନ୍ତି। ପ୍ରଥମ ଦିନରେ ଏମ୍ଏସ୍ଏମ୍ଇ ପାଇଁ ୩୦ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିବା ସହିତ କୃଷି ଭିତ୍ତିଭୂମି ସଜାଡ଼ିବାକୁ ଘୋଷଣା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର […]
ନୂଆଦିଲ୍ଲୀ: ଆଜି ପଞ୍ଚମ ଥର ପାଇଁ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ ସଂପର୍କରେ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍ମିଟ୍ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ନର୍ମଳା ପ୍ୟାକେଜ୍ ସମ୍ପର୍କିତ ଘୋଷଣା କରିବେ। ପୂର୍ବରୁ ଅପରାହ୍ନ ୪ଟା ବେଳେ ପ୍ୟାକେଜ୍ ଘୋଷଣା କରୁଥିବା ବେଳେ ଆଜି ଦିନ ୧୧ଟାରେ ପ୍ୟାକେଜ୍ ଘୋଷଣା ହେବ। ଗତକାଲିର ଘୋଷଣା- ଗତକାଲି କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ […]
ନୂଆଦିଲ୍ଲୀ: କରୋନା ମାଡ଼ରେ ଘାଇଲା ଅର୍ଥନୀତିକୁ ସଜାଡ଼ିବାକୁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଥିବା ବେଳେ ଫୋକସରେ ରହିଛି ଆର୍ଥିକ ସଂସ୍କାର। କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ ଭଳି ୮ଟି କ୍ଷେତ୍ରରେ ସଂସ୍କାର ଲାଗି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ନିର୍ମଳା। […]
ନୂଆଦିଲ୍ଲୀ: କରୋନା ମହାମାରୀ ସମୟ ଦେଶର ଗରିବ ମାଆ ଭଉଣୀଙ୍କୁ ନୂଆ ଉର୍ଜା ଦେଇଛି। ଲକଡାଉନ ଭଳି ସମୟରେ ଘରେ ଗ୍ୟାସ ପହଞ୍ଚାଯାଇ ମହିଳାଙ୍କ ଦୁଃଖ ଦୂର କରାଯାଇ ପାରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ଭାଗରୁ ହଜାରେରୁ ଅଧିକ ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ସେ ଏହା କହିଛନ୍ତି। ସେହିପରି ଉଜ୍ଜଳା ଯୋଜନା ସେମାନଙ୍କ ଆଖିର ଲୁହ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ସହିତ ତୁଳନା କଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏକ ଘରୋଇ ଟିଭି ଚ୍ୟାନେଲ୍ରେ ନିଜର ମତ ରଖୁଥିବା ବେଳେ ମମତାଙ୍କୁ କିମ୍ଙ୍କ ସହିତ ତୁଳନା କରିଛନ୍ତି ଗିରିରାଜ। ସେ କହିଛନ୍ତି, ମମତା ବାନାର୍ଜୀ ସମସ୍ତ ମର୍ଯ୍ୟାଦା ବାଙ୍ଗି ଦେଇଛନ୍ତି। ସେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଭଳି ବ୍ୟବହାର କରିଛନ୍ତି। ଯିଏ ତାଙ୍କ […]
ନୂଆଦିଲ୍ଲୀ: ଭାରତକୁ କରୋନା ଯୁଦ୍ଧରେ ସହାୟତା ପାଇଁ ଆମେରିକା ହାତ ବଢ଼ାଇବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱ ଆହୁରି ସୁଦୃଢ଼ ହୋବ ବୋଲି କହିଛନ୍ତି ମୋଦି। ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ଏହି ମହାମାରି ବିରୋଧରେ ସମସ୍ତେ ଏକାଠି ଲଢୁଛେ। ଏହି ସମୟରେ ସମସ୍ତ ଦେଶ ଏକାଠି ମିଶି ପୃଥିବୀକୁ ସ୍ୱାସ୍ଥ୍ୟକର କରିବା ଦିଗରେ କାର୍ଯ୍ୟ କରିବା ଓ କୋଭିଡ୍ ୧୯ରୁ ମୁକ୍ତ […]
ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଆଜି ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଘୋଷଣା କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସଂସ୍କାର, ବିମାନ ସେବା, ମହାକାଶ ଓ ଆଣବିକ ବିଜ୍ଞାନ କ୍ଷେତ୍ରରେ ସଂସ୍କାର ଆଣିବା ନେଇ ଅର୍ଥ ଘୋଷଣା ହୋଇଛି। ବିଭିନ୍ନ ସେକ୍ଟର ଏବେ ବିଭିନ୍ନ ଚାଲେଂଜର ସାମ୍ନା କରୁଛି। ଉକ୍ତ ସେକ୍ଟରଗୁଡ଼ିକୁ ସମୃଦ୍ଧ କରିବା ଜରୁରୀ ହୋଇପଡ଼ିଛି। ଏଥିସହିତ ଅନେକ ସେକ୍ଟର ପିଲିସି ସରଳୀକରଣ ଆବଶ୍ୟକ କରୁଛନ୍ତି ବୋଲି […]
ଦିସପୁର: ଦୁଷ୍କର୍ମ କରିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ୍ କଲା ପୁଲିସ୍। ଶୁକ୍ରବାର ଆସାମର ହୋଜାଇ ଜିଲ୍ଲାରେ କମ୍ରୁଲ୍ ହକ୍ ଚୌଧୁରୀ ନାମକ ଜଣେ ବିଜେପି ନେତାଙ୍କୁ ଗିରଫ୍ କରିଛି ଆସାମ ପୁଲିସ। ସେ ଜିଲ୍ଲାର ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ। ହୋଜାଇ ଜିଲ୍ଲାର ଲଙ୍କା ପୁଲିସ୍ ଷ୍ଟେସନ୍ର ତାଙ୍କ ବିରୋଧରେ ଆପିସି ଧାରା ୩୭୬ (ଦୁଷ୍କର୍ମ),୫୧୧(ଦଣ୍ଡନୀୟ ଅପରାଧ କରିବାକୁ ପ୍ରୟାସ) ଏବଂ ୫୦୬(ଅପରାଧିକ ଧମକ) ଆଧାରରେ ମାମଲା ରୁଜ୍ଜୁ ହୋଇଛି। ହୋଜାଇ ଦିଲ୍ଲା ଅତିରିକ୍ତ ଏସ୍ପି […]
ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏଥିପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ କମ୍ପାନୀ ଦରମା କାଟ୍ କରିବା ଖବର ଶୁଣିବାକୁ ମିଳୁଛି। ଏବେ ଅନ୍ଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜମାଟୋ ମଧ୍ୟ ୧୩ ପ୍ରତିଶତ କର୍ମଚାରୀ କାଟ୍ କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଡାଉନ୍ରେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଶୁକ୍ରବାର ଏଭଳି ଘୋଷଣା କରିଛି କମ୍ପାନୀ। ଏହି କମ୍ପାନୀରେ ବିଭିନ୍ନ ବର୍ଗରେ ପ୍ରାୟ […]