ଖୋର୍ଦ୍ଧା: ବାପ ପୁଅଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁର୍ବୃତ୍ତ ମାନେ ସେମାନଙ୍କଠୁ ଟଙ୍କାକୁ ଝାମ୍ପି ନେଇଛନ୍ତି। ଟାଉନ୍ ଥାନା ଗୋଡ଼ିପୋଖରୀ ନିକଟରେ ଲୁଟ୍ର ଅଭିଯୋଗ ହୋଇଛି। ସେପଟେ ବାଙ୍କୀରେ ଟଙ୍କା ଡିପୋଜିଟ୍ ପାଇଁ ଯାଉଥିବା ବେଳେ ଲୁଟ୍ ହୋଇଛି। ଏକ ଗ୍ୟାସ୍ ଏଜେନ୍ସି କର୍ତ୍ତୃପକ୍ଷଙ୍କ ଠାରୁ ୪ ଲକ୍ଷ ୯୬ ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। ଏସ୍ବିଆଇ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା […]
ଭୁବନେଶ୍ୱର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ। ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। […]
ଭୁବନେଶ୍ୱର: ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ ଖୋଦ୍ ପୋଲିସ କମିଶନର ଓ ଗୁଇନ୍ଦା ବିଭାଗ ଡିଆଇଜିଙ୍କ ନାଁରେ ଖୋଲିଛି ଫେକ୍ ଫେସବୁକ୍ ଆକାଉଣ୍ଟ। ଅର୍ଥାତ୍ ସିପି ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ଫଟୋ ଓ ପ୍ରୋଫାଇଲ୍ ଥିବା ଏ ଆକାଉଣ୍ଟ ଜାଲ୍। ଏମିତିକି ଏଥିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଯାଇ ଟଙ୍କା ମଗାଯାଉଥିବା କଥା ନଜରକୁ ଆସିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏ ଦୁଇ ବରିଷ୍ଠ ପୋଲିସ ଅଫିସର। ଏଭଳି ଜାଲ୍ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଷ୍ଟ […]
ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ୨ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ବାଲେଶ୍ୱରରେ ପିସିସି ସଭାପତିଙ୍କ ପୁଅଙ୍କୁ ଟିକେଟ୍ ଦିଆଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଅନ୍ତ ଘଟିଛି। ବିଳମ୍ବରେ ହେଲେ ବି ଆଜି ପ୍ରାର୍ଥୀ ତାଲିକା […]
ବାଲେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ଉପ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। ସେହିପରି ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ, ବିଜେଡି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି ତିର୍ତ୍ତୋଲ ଆସନ ପାଇଁ ବିଜେପି ରାଜକିଶୋର ବେହେରା ଓ ବିଜେଡି ବିଜୟ ଶଙ୍କର […]
ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଯୋଦ୍ଧା ତୟାର, ମଇଦାନ ପ୍ରସ୍ତୁତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଉଭୟଙ୍କୁ ଦଳ ଟିକେଟ୍ ଦେଇଛି। ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ୫ଟି ଜିଲ୍ଲା ହେଉଛି- କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା। ଡିପ୍ ଡିପ୍ରେସନ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗତକାଲିଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜନବସତି ଅଞ୍ଚଳରୁ ଉଦ୍ଧାର ହେଲା ଅଜଗର। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଗଛରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଗଛରେ ଝୁଳୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପ ଲାଇନ୍କୁ ସୂଚନା ଦେଇଥିଲେ। ଖବର ପାଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସାନୁଜ ମିଶ୍ର ଏବଂ କାହ୍ନା ଶତପଥି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗଛରେ ଗୁଡେଇ ହୋଇ ରହିଥବା ସାପକୁ ସେଠାରୁ ବହୁ […]
ଖୋର୍ଦ୍ଧା: ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଥାନାରେ ଦିଆଯାଇଛି ଏତଲା। ସେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅରୂପ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି। ଇନ୍ଦ୍ରମଣି ବେଗୁନିଆ ଥାନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅରୂପ ଗଡ଼ମାଣିତ୍ରୀ ଗାଁକୁ ଯାଇଥିବା ବେଳେ କୋଭିଡ୍ ନିୟମ ମାନିନଥିଲେ। ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତା ନିୟମ ମାନିନଥିବା ଅଭିଯୋଗ […]
ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରାର ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ ବୋଲି ସୂଚନା ମିଳିଛି। ଏଥିସହ ରଥଯାତ୍ରା ପୂର୍ବରୁ ବିରଜାଙ୍କ ସମସ୍ତ ସେବାୟତଙ୍କର କୋଭିଡ଼ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। […]
ଭୁବନେଶ୍ୱର: ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ। ସେମାନେ ପାଠ ପଢୁଥିବା ଡି.ଆଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ। ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍ରେରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ତେବେ ପରୀକ୍ଷା କୋଭିଡ୍ ଗାଇଡ୍ଲାଇନ୍ ପାଳନ ସହ ଅନୁଷ୍ଠିତ ହେବ। ରାଜ୍ୟରେ ମୋଟ୍ ୮୦ ଟି ସେଣ୍ଟର ମଧ୍ୟରୁ ଯେଉଁଠି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଚାହିଁବେ […]
ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ କାର ଜାଳି ଦେଇଛନ୍ତି କୋଇଲା ମାଫିଆ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମାରପୁର ଗାଁରେ ଘଟିଛି ଏପରି ଘଟଣା। ଭଦ୍ରକ-ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବାବେଳେ ଚଳନ୍ତା ଟ୍ରେନରୁ ମାଫିଆମାନେ କୋଇଲା ଚୋରି କରି ନେଉଥିଲେ। ଏପରି ଘଟଣା ଏଠାରେ ନିୟମିତ ଘଟୁଥିବାବେଳେ କୋଇଲା ଚୋରି କରି ମାଫିଆମାନେ ମାଲାମାଲ ହେଉଥିଲେ। ଏ ନେଇ ଗତକାଲି […]
ବାଙ୍କୀ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଟ୍ୱିନ୍ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ବାଙ୍କୀରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଅଛନ୍ତି। ଆଜି ସକାଳେ ବାଙ୍କୀ ଥାନା ଅନ୍ତର୍ଗତ ଦୋଳଣାପୁର ନିକଟରେ ୫ ଜଣ ବିଲକୁ କାମ କରିବାକୁ ଯାଉଥିଲେ। ବର୍ଷା ସାଙ୍ଗକୁ ବଜ୍ରପାତ […]
ଭୁବନେଶ୍ୱର: ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍’ ସୁଜଳ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଓ ପୁରୀରେ ୧୨ଟି ସ୍ଥାନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲୋକାର୍ପିତ ହୋଇଛି। ତେବେ ଏହି ଯୋଜନାରୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଭୁବନେଶ୍ୱର, ପୁରୀ, […]
କେନ୍ଦୁଝର: ସାର ପାଇଁ ଲୋକେ ଭୁଲିଗଲେ କରୋନା କଟକଣା । ସାମାଜିକ ଦୂରତା ଭୁଲି ସାର ନେବାକୁ ଠେଲାପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବ୍ଲକରେ । ସାର ନେବା ପାଇଁ ବ୍ଲକ୍ରେ ଚାଷୀମାନେ ଭିଡ଼ ଲଗାଇଥିଲେ…
ବ୍ୟାଙ୍କରୁ ଲୁଟି ନେଲେ ୨୦ ଲକ୍ଷ,ଜାଣନ୍ତୁ କେଉଁ ସ୍ଥାନରୁ ଲୁଟିଲେ
କଟକ: ୨୫ ବର୍ଷ ପରେ ପୋଲିସ କର୍ମଚାରୀଙ୍କୁ ମିଳିଲା ନ୍ୟାୟ। ଚାକିରୀରୁ ବହିଷ୍କୃତ ହୋଇଥିବା ପୋଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ। ତେବେ ନୋ ଓ୍ୱାର୍କ ନୋ ପେ ନୀତିରେ ଦୋଳମଣିଙ୍କୁ କୌଣସି ଆର୍ଥିକ ସୁବିଧା ଫାଇଦା ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଦୋଳମଣି ବିଶି ସମସ୍ତ ଚୟନ ପକ୍ରିୟାରେ ଉତ୍ତିର୍ଣ୍ଣ ହୋଇ ବଲାଙ୍ଗିର ଜିଲ୍ଲାର ରାଇଟର କନଷ୍ଟେବଳ ଭାବେ ୧୯୯୩ ମସିହା ଫେବୃୟାରୀ […]
ଭୁବନେଶ୍ୱର: KYC ଅପଡେଟ୍ କରିବା ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା । ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ । ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇ ଯାଇଥିବା କହି ସାଇବର ଠକ, ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ…
ବାଲୁଗାଁ: କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ। ଗତକାଲି ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ କାଠଚୋର ସନ୍ଦେହରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତାଙ୍କୁ ଟାମଣା ପାହାଡ଼ରୁ ଧରି ବନ ବିଭାଗ କର୍ମଚାରୀ ବିଟ୍ ହାଉସ୍ ନେଇଥିଲେ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡ଼ିଥିଲା। କୌଣସି କାରଣରୁ ବଳଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବା ପରେ ହସ୍ପିଟାଲରେ […]
ଭୁବନେଶ୍ୱର: ସୁନାମି ମୁକାବିଲା ପାଇଁ ମକଡ୍ରିଲ୍। ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ଭର୍ଚୁଆଲ୍ ମକ୍ଡ୍ରିଲ୍ର ଆୟୋଜନ ହୋଇଛି। ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ଭର୍ଚୁଆଲ୍ ମକଡ୍ରିଲ୍ କରାଯାଇଛି। ମକଡ୍ରିଲ୍ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଏହି ମକଡ୍ରିଲ୍ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲା ସାମିଲ୍ ହୋଇଥିଲେ। ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ସରପଞ୍ଚ ସାମିଲ୍ ହୋଇଥିଲେ। ସୁନାମି ସଂପର୍କିତ ତଥ୍ୟ ଗାଁରେ କିପରି […]
ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ…
କଟକ: ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ। ଏଭଳି ଅଭିଯୋଗ ହୋଇଛି କଟକ ଚାଉଳିଆଗଞ୍ଜ ଥାନାରେ। ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ।ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ସେ କଟକ ସ୍ଥିତ ପ୍ରଫେସରପଡ଼ାରେ ରହୁଥିବା ବଡ଼ଭଉଣୀ ଭିଣୋଇଙ୍କ ଘରେ ରହୁଥିଲା। ସେମାନେ ମଧ୍ୟ ଗାଳିଗୁଳଜ କରି ଘରଛାଡ଼ି ଚାଲିଯିବାକୁ ଧମକ ଦେବାରୁ ସେ ଘରଛାଡ଼ି […]
ଭୁବନେଶ୍ୱର: ବିକ୍ଷୋଭ, ପାଟିତୁଣ୍ଡ ଆଉ ନାରାବାଜି। ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ସମର୍ଥକ। ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି, ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ଉପୁଜିଛି ଏଭଳି ସ୍ଥିତି। ଗତକାଲି ବିଳମ୍ବିତ ରାତି ଯାଏଁ ରବୀନ୍ଦ୍ରଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଆଜି ମଧ୍ୟ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଦଳୀୟ ନେତା ଓ କର୍ମୀମାନେ ଆସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବରୁପଙ୍କୁ ପରିବର୍ତ୍ତନ କରି ରବୀନ୍ଦ୍ର ଜେନା […]