ମାଲକାନଗିରି: ପେଶାରେ ସରକାରୀ ଚାକିରୀଆ କିନ୍ତୁ ନିଶା ତାଙ୍କର ଅଭିନୟ କରିବା। ଏଭଳି ପେଶା ଆଉ ନିଶାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରେମାନ୍ ଖରସେଲ। କାରଣ ଜଣେ ନାୟିକାଙ୍କ ସହ ଏକ ରୋମାଣ୍ଟିକ୍ ଆଲବମ୍ରେ ତାଙ୍କୁ ଆଜିକାଲି ଦେଖିବାକୁ ମିଳିଛି। ପୁରା ପୋଖତ ଅଭିନେତା ଭଳି ଅଭିନୟ ବି କରୁଛନ୍ତି ଲରେମାନ। କିନ୍ତୁ ଏହାକୁ ନେଇ ବିବାଦ ବି ଛିଡ଼ା ହୋଇଥିବା କୁହାଯାଉଛି। ଏହି ଭିଡ଼ିଓ ଆଲବମ୍ରେ ତାଙ୍କ […]
ତେଲକୋଇ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତାର ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୨ ଚକିଆ ଟ୍ରକ୍ ଏକ ବାଇକ୍ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭଗାମୁଣ୍ଡା ଗାଁର ସଞ୍ଜୀବ ମହାରଣା ଓ ପିଣ୍ଟୁ ପାତ୍ର। ସେମାନେ ହରିଚନ୍ଦନପୁରରୁ ନିଜ ଗାଁକୁ ଫେରୁଥିବାବେଳେ ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ […]
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମହାରଥୀଙ୍କୁ ବିଜେଡିର ଜଣେ ଟାଣୁଆ ନେତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। Hon’ble Governor condoles the sad demise of Hon’ble MLA & Ex Minister Pradeep […]
ମାଲକାନଗିରି: ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ NH- ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍ଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍ଟି NH- […]
ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ଖୋଲିଲା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଜି ସକାଳ ୮ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଆଜି ଛୁଟି ଦିନ ଥିବାରୁ ପର୍ଯ୍ୟଟକ ମାନେ ଆସି ଏଠାରେ ଭିଡ ଜମାଇବେ ବୋଲି ଆଶା ରଖାଯାଉଛି। ସେପଟେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହ୍ୟାଣ୍ଡ […]
ଖଲିକୋଟ(ସିଲୁ ବିଶ୍ୱାଳ): ତିନି ମାସ ମଧ୍ୟରେ ଅନାଥ ହୋଇଗଲା ଏକ ବଡ଼ ଯୌଥ ପରିବାର। ମହାମାରୀ ବିପତ୍ତି ବେଳେ ମୁରବୀ ବିହିନ ହୋଇଯାଇଛି ଗଞ୍ଜାମ ବେଗୁନିଆପଡ଼ା ଅଙ୍ଗାରଗାଁର ଧବଳେଶ୍ୱର ସାହୁଙ୍କ ପରିବାର। ଜଣ ଜଣ କରି ଚାରି ଭାଇ ଆଗ ପଛ ହୋଇ ଆରପାରିକୁ ଚାଲିଯାଇଛନ୍ତି। ଏବେ ସଂସାର ବୋଝକୁ କେମିତି ସହିବ ପୁରୁଷ ଶୂନ୍ୟ ପରିବାର ସେ ନେଇ ଚିନ୍ତା। ପ୍ରଥମେ ସାନ ଭାଇ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ତିନିଦିନ ପରେ କରୋନା […]
ପୁରୀ: ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ମୁଖାଗ୍ନି ଦେଇଥିବା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଥିଲା ସ୍ୱାର୍ଗଦ୍ୱାର। ବିଭିନ୍ନ ଦଳର ନେତା, ମହାରଥୀଙ୍କ ନିର୍ବାଚନମଣ୍ଡଳୀରୁ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ତାଙ୍କ […]
ଭୁବନେଶ୍ୱର: ଆଉ ୩ ଦିନ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ୧୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ, ପୁରୀ, କନ୍ଧମାଳ ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କଟକ, ମୟୂରଭଂଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। […]
ଭୁବନେଶ୍ୱର: ରାଜଧାନୀରେ ଦୁଇ ପ୍ରହରରେ ମର୍ଡର। ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର ସାମନ୍ତରାପୁରରେ। ଜଣେ ଯୁବକ ସେଠାରେ ମିଠା ଦୋକାନ କରିଥିଲେ। ସେଠାରେ ଅନ୍ୟ ଏକ ଦୋକାନୀଙ୍କ ସହ ବ୍ୟବସାୟିକ ଶତ୍ରୁତା ହୋଇଥିଲା। ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଛି। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ମାରଣାସ୍ତ୍ରରେ ହତ୍ୟା କରାଯାଇଛି। ବ୍ୟାବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରଥମେ ଆକ୍ରମଣକାରୀ ଜଣକ […]
ମାଲକାନାଗିରି: ପାହାଡ଼, ପାହାଡ଼ ଉପରେ ମଂଚା, ମଂଚା ଉପରେ ଭବିଷ୍ୟତ। ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଆଉ ଉପାୟ ବା କଣ ? ଗାଁରେ ନେଟ୍ଓ୍ୱାର୍କ ନାହିଁ, ସବୁ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଧରିବାର ସାମର୍ଥ୍ୟ ବି ନାହିଁ ଯେଉଁଠି ନେଟ୍ଓ୍ୱାର୍କ ଗୋଟିଏ ମୋବାଇଲକୁ ବେଢ଼ି ସେଇଠି ପାଠପଢ଼ା। ବର୍ଷା ନଥିଲା ବେଳେ କେନ୍ଦୁଝର ତେଲକୋଇ ବ୍ଲକ୍ର କୃଷ୍ଣପୁର ଗାଁ ପାଖ ଏ ପାହା଼ଡ଼ରେ ଏବେ ଏମିତି ଚାଲୁଛି ଅନ୍ଲାଇନ୍ କ୍ଲାସ୍। ସରକାର ନବୁଝିଲେ ନାଇଁ […]
ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସରୋଜ କୁମାର ମିଶ୍ର ହେଲେ ଜଗତସିଂହପୁରର ନୂଆ ଜିଲ୍ଲାପାଳ। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସଂଗ୍ରାମଙ୍କ ଘର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ହୋଇଥିବାରୁ କଂଗ୍ରେସ ଆପତ୍ତି ଉଠାଇଥିଲା। ତିର୍ତ୍ତୋଲରେ ଉପନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ପାଖେ କଂଗ୍ରେସ ଫେରାଦ ହୋଇଥିଲା। ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ […]
ଭୁବନେଶ୍ୱର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆରୋଗ୍ୟ କାମନା କିରଛନ୍ତି। ଏଥିପାଇଁ ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପଙ୍କ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସେବେଠାରୁ ଟ୍ରମ୍ପଙ୍କୁ ୱାଶିଂଟନ୍ର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀ ପଟ୍ଟନାୟକ ଟ୍ୱିଟରରେ ତାଙ୍କ ବାଲୁକା […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଣି ଓଟିଭି ଅଧିକାରୀଙ୍କୁ ଜେରା। ଓଟିଭି ସିଏଫ୍ଓଙ୍କୁ ମହିଳା ଥାନାକୁ ଡାକି ପଚରାଉଚରା କରିଛି ପୋଲିସ। ତାଙ୍କୁ ଆଜି ସାଢେ ୪ ଘଣ୍ଟା ଧରି ପୋଲିସ ପଚରାଉଚରା କରିଛି। ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୂର୍ବରୁ ଓଟିଭିର ବରିଷ୍ଠ ସାମ୍ବାଦିକ ଓ କର୍ମଚାରୀଙ୍କୁ ପୋଲିସ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ଜେରା କରିଛି, ମାମଲା ସହ ଯେଉଁମାନଙ୍କର କୌଣସି ସମ୍ପର୍କ ବି ନାହିଁ। ତଥାପି ଏହି ମାମଲାର ତଦନ୍ତରେ […]
ଭୁବନେଶ୍ୱର: ଆସନ୍ତା ୯ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଡ଼କୁ ମୁହାଁଇପାରେ । ପରବର୍ତ୍ତୀ ୨ରୁ ୩ ଦିନ ଭିତରେ ଏହା ଡିପ୍ରେସନରେ ପରିଣତ ହୋଇପାରେ ।ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପାଣିପାପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ରାଜ୍ୟରେ ଏବେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । […]
ଭୁବନେଶ୍ୱର: ସେପ୍ଟେମ୍ବର ୨୯ ତାରିଖ ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସଂପୃକ୍ତ ଥିବା ଡକାୟତଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସର ଉଦ୍ୟମ କରୁଛି। ସେପ୍ଟେମ୍ବର ୨୯ ତାରିଖ ଦିନ ବରୀମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ପସି ବନ୍ଧୁକ […]
ଆସିକା(ମନୋଜ ମୁନି): ଆମ୍ବୁଲାନ୍ସକୁ ସାଧାରଣତଃ ଆପଣ ରୋଗୀ ମାନଙ୍କୁ ନେବାର ଦେଖିଥିବେ। କିନ୍ତୁ ଏଥର ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ପାଖରେ ଗୋଟିଏ ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ କରାଯାଇଛି। ପିପିଇ କିଟ୍ ଢଙ୍କା ହୋଇ ଗଞ୍ଜେଇ ଚାଲାଣ କରାଯାଉଥିଲା। ଗାଡ଼ି ଯାଞ୍ଚ ବେଳେ ପୋଲିସ୍ ଗଞ୍ଜେଇ ପକେଟକୁ ଜବତ କରିଛି। ଏହାସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ୍ ଅଟକ ରଖିଛି। ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ […]
ବାରିପଦା(ମାନିକଲାଲ ପାଣି): ବନ୍ଦ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ଏକମାତ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ। ଆୟୁଷ ମନ୍ତ୍ରାଳୟ ପକ୍ଷରୁ କଲେଜକୁ ଏନେଇ ସୂଚନା ଦିଆଯାଇଛି। କରୋନା ସମୟରେ ଆୟୁଷ ଡାକ୍ତର ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏବେ ଅବହେଳିତ ହୋଇପଡିଛି ଏହି ହସ୍ପିଟାଲ। ଶହ ଶହ ଆୟୁଷ ଡାକ୍ତରଙ୍କୁ ଜନ୍ମ ଦେଇଥିବା ଏହି ବାରିପଦାର ଏହି ମେଡିକାଲ କଲେଜକୁ ସଞ୍ଜିବନୀ ଯୋଗାଇବାକୁ ଦାବି ହୋଇଛି। ୨୦୧୬-୧୭ ବ୍ୟାଚ୍ରୁ ଏହି କଲେଜରେ ନାମଲେଖା ବନ୍ଦ ହୋଇଯାଇଛି। […]
ଖୋର୍ଦ୍ଧା: ନିଜ ବାସସ୍ଥାନ ଛାଡ଼ି ଏବେ ସହର ମୁହାଁ ହେଉଛନ୍ତି ହାତୀ। ଖାଲି ସହର ମୁହାଁ ନୁହେଁ, ଏଥର ମେଡିକାଲ ଭିତରେ ପଶି ଯାଇଛନ୍ତି । ପାଚେରୀ ଭାଙ୍ଗି ହାତୀ ମେଡିକାଲ ପରିସର ଭିତରେ ପଶିଯିବା ପରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏଭଳି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଚେରୀ ଭାଙ୍ଗି ଭିତରକୁ ପଶି ଆସିଥିଲେ ୨ଟି ହାତୀ । ସେତିକି ନୁହେଁ, […]
ପୁରୀ: ପୁରୀ ବାସେଳି ସାହି ଥାନା ପୋଲିସ ନିଶା କାରବାର କରୁଥିବା ଏକ ବଡ଼ ଧରଣର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ମଙ୍ଗଳାଘାଟ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିବା ବେଳେ ଏକ କଳା ରଙ୍ଗର ପଲ୍ସର ଓ ଏକ ଟାଟା ସଫାରି ପୁରୀ ଅଭିମୁଖେ ଆସୁଥିଲା। ସେହି ଗାଡିକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୨୭୩ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ଯାହାର ଦାମ୍ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଗିରଫ ଅଭିଯୁକ୍ତମାନେ […]
ଭୁବନେଶ୍ୱର: ଗୋଟିଏ ବ୍ୟକ୍ତି, ଦୁଇ ଦୁଇଟି ବ୍ୟାଙ୍କ୍ ଲୁଟ୍। ଗୋଟିଏ ମାସରେ ରାଜଧାନୀର ଦୁଇଟି ବ୍ୟାଙ୍କ୍ ଲୁଟ୍ରେ ରହିଛି ଗୋଟିଏ ବ୍ୟକ୍ତିର ସଂପୃକ୍ତି। କମିଶନରେଟ୍ ପୋଲିସ୍ର ସ୍ପେଶାଲ୍ ସ୍କାର୍ଡର ତଦନ୍ତରେ ପର୍ଦ୍ଦାଫାଶ ହୋଇଛି ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ମାମଲା। ୭ ସେପ୍ଟେମ୍ବର କଳାରାହାଙ୍ଗ IOC ବ୍ୟାଙ୍କ ଓ ସେହି ମାସ ୨୯ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ କରିଥିଲା ଜଣେ ବ୍ୟକ୍ତି। ମୁଣ୍ଡରେ ହେଲମେଟ୍ ଲଗାଇ ବ୍ୟାଙ୍କରେ ପଶି ଲୁଟ୍ କରିଥିବା କମିଶନରେଟ ପୋଲିସ୍ ସୂଚନା […]
ପୁରୀ: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେହି ମାନୁନାହାନ୍ତି କୋଭିଡ ଗାଇଡ ଲାଇନ। ଏପରିକି ମନ୍ତ୍ରୀ ଓ ବିଧାୟକ ମଧ୍ୟ ମାନୁ ନାହାନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଆସିଛି କୋଭିଡ୍-୧୯ ଆଇନ୍ ଉଲ୍ଲଂଘନ ଅଭିଯୋଗ । ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଥାନାରେ ଏତଲା କରିଛି ପୁରୀର ଶ୍ରୀ ଜଗନ୍ନାଥ ସେନା । ଏତଲା ଅନୁସାରେ, କିଛି ଦିନ ତଳେ ସମୀର ଦାଶ ଓ ଉମାକାନ୍ତ ସାମନ୍ତରାୟ […]
ବଲାଙ୍ଗିର: ବଲାଙ୍ଗିରରେ ଏକ ବ୍ୟାଙ୍କ ଲୁଟ୍ ହୋଇଛି। ବ୍ୟାଙ୍କରୁ ଜଣେ ବ୍ୟକ୍ତି ୫ଲକ୍ଷ ଟଙ୍କା ଉଠାଇ ଫେରିବା ବେଳେ ତାଙ୍କ ହାତରୁ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିକ୍ରାପଡ଼ାର ବ୍ୟବସାୟୀ ସଞ୍ଜୟ ଶତପଥୀ ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ। ବ୍ୟାଙ୍କରୁ ବାହାରିବା ବେଳେ ହଠାତ୍ ୨ ଜଣ ଯୁବକ ଏକ ପଲ୍ସର ବାଇକ୍ରେ ଆସି ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଥିଲେ। ୨ ଲୁଟେରାଙ୍କ ଭିତରୁ ଜଣେ ହେଲମେଟ୍ ପିନ୍ଧିଥିବା […]
ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁ ମିଜାଇଲ କେ-୧୫ର ସ୍ମାର୍ଟ-୧ ଭର୍ସନ ମିଜାଇଲ୍ ପରୀକ୍ଷଣ ହୋଇଛି। ଦିନ ୧୧ଟା ୪୦ରେ ଏହାର ପରୀକ୍ଷଣ କରାଯାଇଛି। ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ କିଲୋମିଟର ବା ୪୬୬ ମାଇଲ ଯାଏ ଲକ୍ଷ୍ୟ ଭେଦ କରିପାରିବ। ହଜାରେ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର ଏହାର କ୍ଷମତା ରହିଛି। କେ-୧୫ ହେଉଛି ବୁଡାଜାହାଜ ଦ୍ୱାରା ଦୁଇ ପର୍ଯ୍ୟୟରେ ପରୀକ୍ଷା କରାଯାଉଥିବା ମିଜାଇଲ୍। ଏହି ମିଜାଇଲ୍ଟି ସ୍ଥଳଭାଗରୁ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଆଡମିଶନ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା। କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବ୍ୟାସନଗର ପ୍ରଥମରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଛି। ସେହିପରି ବିଜ୍ଞାନରେ ୮୬.୩୩ ପ୍ରତିଶତ କଟ୍ଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି। ଏପଟେ ବାଣିଜ୍ୟରେ ୭୯.୬୭ ପ୍ରତିଶତ ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନ ନେଇଛି। ଯୁକ୍ତ ୨ […]
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ, ସମ୍ବଲପୁର ଓ ସୁବର୍ଣ୍ଣପୁର। ଏସବୁ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। […]