ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ ପୁରୀରେ କଳା ପାସ୍ ହାର ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ କଳାରେ ପାସ୍ ହାର ସର୍ବନିମ୍ନ ୪୭.୪୬% ରହିଛି। ଗତଥର ବି ନବରଙ୍ଗପୁରରେ କଳା ପାସ୍ […]
ଅନୁଗୁଳ: ଅନୁଗୁଳ ଥାନା ରନ୍ତଲେଇରେ ଗତକାଲି ବଜ୍ରପାତରେ ଜଣେ ମହିଳା ଓ ତାଙ୍କର ପୁଅର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଭଇନା ବାଲାନାଥ ଓ ତାଙ୍କ ପୁଅ ହେଉଛନ୍ତି, ନନ୍ଦୁ ବାଲାନାଥ। ସେମାନଙ୍କ ଘର ମହାରାଷ୍ଟ୍ର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ମୃତକ ଦୁହେଁ ଯାଯାବର ସମ୍ପ୍ରଦାୟର ଲୋକ। ବଜ୍ରପାତରେ ଦୁହିଁଙ୍କର ମୃତ୍ୟୁ ହେବା ପରେ ପୁଲିସ୍ କିମ୍ୱା ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ପୂର୍ବରୁ ମୃତ ମହିଳାଙ୍କ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଡବଲ ମର୍ଡର ହୋଇଛି। ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାଭଟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଦୁଇ ଜଣ ହେଲେ ମକର ନାୟକ ଓ କରୁଣା ନାୟକ। ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁଣି ଗାରେଡ଼ିକୁ ନେଇ ମକର ଓ କରୁଣାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ମକର ଜଙ୍ଗଲ ଯାଇଥିବା ବେଳେ କରୁଣା ଏକ ଠେଙ୍ଗାରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲା। ମକରଙ୍କ ନିଜ […]
ଜୟପୁର: ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଇଣ୍ଟରନେଟ ବ୍ୟାଙ୍କିଂ ହେଉ କିମ୍ବା ୱେବସାଇଟରେ ଚିଟିଂ କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ଭିଜୁଆଲ ଭାଇରାଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ। ଏସବୁକୁ ରୋକିବା ପାଇଁ ଦୃଢ ତଦନ୍ତ ବ୍ୟବସ୍ଥା ନଥିବାରୁ ଦୋଷୀ ଖସିଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ତିନୋଟି ନୂଆ ସାଇବର ଥାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଜୟପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଏହି ଥାନା ପ୍ରତିଷ୍ଠା କରାଯିବା […]
ଭୁବନେଶ୍ୱର:ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି। ସେପଟେ ଆଜି ଓଡ଼ିଶା ଆସୁଛି ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର। ସୋମବାର ଜାମ୍ମୁ ଓ କାଶ୍ମୀର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । […]
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସୂଚନାଯୋଗ୍ୟ, ଜୁନ୍ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।
ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ୍ରୁ ଉଦ୍ଧାର ହୋଇଛନ୍ତି ୮ ଜଣ ମହିଳା ଶ୍ରମିକ। ଏମାନଙ୍କ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ଏହି ସମସ୍ତ ଶ୍ରମିକଙ୍କ ଘର ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଓ କେରଳର ବିଭିନ୍ନ ଚିଙ୍ଗୁଡ଼ି ସଂସ୍ଥାକୁ ଏମାନେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି। ବେଆଇନ ଭାବେ ଏମାନଙ୍କୁ ଚାଲାଣ କରାଯାଉଥିବା ବେଳେ ଷ୍ଟେସନରୁ ଏମାନଙ୍କୁ ଉଦ୍ଧାର କରାଯାଇଛି।
ଭୁବନେଶ୍ୱର: ଗହୀରମଥାରେ ବିରଳ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଏବେ ବି ଜାରି ରହିଛି। ଅଲିଭ ରିଡ଼୍ଲେ ଦୀର୍ଘ ଦୁଇ ମାସ ଧରି ଅଣ୍ଡା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବିରଳ ଅଲିଭରିଡଲେ କଇଁଛଙ୍କୁ ସଧାରରତଃ ଅକ୍ଟୋବର ଶେଷ ସପ୍ତାହରେ ଗହୀରମଥା ଉପକୂଳରେ ଦେଖିବାକୁ ମିଳିଥାଏ। ଦୀର୍ଘ ୪ ମାସ ଧରି ମିଳନ ପ୍ରକ୍ରିୟାରେ ସାମିଲ ହେବା ସହ ଅଣ୍ଡାଦାନ କରନ୍ତି। ଫେବ୍ରୁଆରିରୁ ମାର୍ଚ୍ଚ ତୃତୀୟ ସପ୍ତାହ ମଧ୍ୟରେ ଏମାନେ ଛୁଆ ଫୁଟାଇ ଗଭୀର ସମୁଦ୍ର ମଧ୍ୟକୁ […]
ଭୁବନେଶ୍ୱର: ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଓଡ଼ିଆ ଭାରୋତ୍ତୋଳକ କେ. ରବିକୁମାର ପ୍ରତିକ୍ରିୟା ରଖିଛନ୍ତି। ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି, ଏନେଇ ନାଡା ନିକଟରେ ଅପିଲ କରିବେ। ଯେଉଁ ଉତ୍ପାଦ ସେ ସେବନ କରିଥିଲେ, ତାହା ବ୍ୟାନ୍ ହୋଇଥିବା ନେଇ ତାଙ୍କ ପାଖରେ ସୂଚନା ନଥିଲା। ତେବେ ଏହା ପଛରେ କୌଣସି ପ୍ରକାର ଷଡ଼ଯନ୍ତ୍ର ନଥିବା ସେ କହିଛନ୍ତି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି- NADA ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବିକୁମାରଙ୍କ […]
ଝାରସୁଗୁଡ଼ା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ପ୍ରମାଣିତ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଯାତ୍ରୀ। ଘଟଣାଟି ଥିଲା ଏମିତି। ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ ଅଟକିଲା। ଜଣେ ଯାତ୍ରୀ ଷ୍ଟେସନରେ ଓହ୍ଲାଇଲେ ପିଇବା ପାଇଁ। ଚା’ ପିଉଥିଲେ। ହଠାତ୍ ଟ୍ରେନ ଛାଡ଼ିଦେଲା। ଟ୍ରେନ ଗଡ଼ିବା ଆରମ୍ଭ ହେବା ଦେଖି ଯାତ୍ରୀ ଜଣକ ଦୌଡ଼ି ଆସି ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ପ୍ଲାଟଫର୍ମ ଓ ଚଳନ୍ତା ଟ୍ରେନ […]
ଭୁବନେଶ୍ୱର: ଆସନ୍ତାକାଲି ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନ୍ରେ ତାଙ୍କର ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଅଫ୍ଲାଇନ୍ରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନ୍ରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥଲେ।
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଣ୍ଡିରେ ପଡ଼ି ରହିଛି ଧାନ। ମିଲର ଧାନ କିଣୁ ନଥିବାରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିବାଦରେ ଚାଷୀ ରାସ୍ତାରୋକ କରିଛନ୍ତି। ଜିଲ୍ଲାର ଜଲାମୁଣ୍ଡା ମଣ୍ଡି ବାହାରେ ୪୦୦୦ରୁ ଅଧିକ ବସ୍ତା ଧାନ ପଡ଼ି ରହିଛି। ହେଲେ ଧାନ କିଣିବା ପାଇଁ ମିଲର ଆସୁ ନାହାନ୍ତି। ଚାଷୀମାନେ ଧାନକୁ ଜଗି ମଣ୍ଡି ବାହାରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ଦିନରେ ପ୍ରବଳ ଖରା, ଅନ୍ୟପଟେ ସଂଧ୍ୟାରେ କାଳବୈଶାଖୀ। ୪ ଦିନ ଧରି […]
ଭୁବନେଶ୍ୱର: ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ତ୍ରାହି ମିଳିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ଯାହା ସୂଚନା ମିଲୁଛି ମୌସୁମୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୦ରୁ ୨୨ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ୨୦ରୁ ୨୨ ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ। ୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ। […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ହରିହରପୁର ଗାଁରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଇଟାଭାଟି ମାଲିକ ଓ ଅନ୍ୟ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି। ମୃତ ଇଟାଭାଟି ମାଲିକ ହେଲେ ଅନନ୍ତ ଚରଣ ସାହୁ ଏବଂ ମୃତ ଶ୍ରମିକ ଜଣକ ହେଉଛନ୍ତି ମିଞ୍ଜରୀ ମୁଣ୍ଡା। ମିଞ୍ଜରୀଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ। ସୂଚନା ଅନୁସାରେ, ଇଟାଭାଟିରେ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍ ତାର ଯାଇଥିଲା। ପୋଷା କୁକୁରକୁ ବାନ୍ଧିବା ପାଇଁ […]
ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁ ନିକଟ ଏକ ଆମ୍ୱ ଗଛରୁ ଆଜି ସକାଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଘର ଡଲାସିଂହା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର କୋଠଭୂଇଁ ଅଞ୍ଚଳରେ। ପୁଲିସର କହିବା ଅନୁଯାୟୀ, ଉଭୟ ବିବାହିତ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏପରିକି ୬ ମାସ ହେଲା ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁକୁ ଛାଡ଼ି […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି। ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କୁ ଇଟା ଗଢ଼ିବାକୁ ଆନ୍ଧ୍ର ଚାଲାଣ କରୁଥିଲା […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି।
ପୁରୀ: ନେପାଳରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଜୟ କୁମାର ଜେନାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ମୃତ ଦେହ ପହଞ୍ଚିବା ପରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁରେ ଶୋକର ଛାୟା ଖେଳି ଯାଇଛି। ଭାରତର ଏକ ତୀର୍ଥଯାତ୍ରୀ ବସ୍ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁର ବିଜୟ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା। ୨ ଓଡ଼ିଆ ତୀର୍ଥଯାତ୍ରୀ ସର୍ବେଶ୍ୱର ଜେନା […]
ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ମୃତ। ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ନୂଆଖେତା ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରମେଶ ସାହୁ। ସୂଚନା ଅନୂସାରେ, ରମେଶ ସାହୁ କୌଣସି କାମରେ ଘର ନିକଟ ଜଙ୍ଗଲ ପାଖକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀମାନଙ୍କ କବଳରୁ ଫସଲ ଓ ଧନ ଜୀବନର ସୁରକ୍ଷା ଦେବା ସହ […]
ଭୁବନେଶ୍ୱର: SOG କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କ ବିରୋଧରେ ଆସିଥିବା ଦୁର୍ବ୍ୟବହାର ଅଭିଯୋଗ ଜଟିଳ ରୂପ ନେଇଛି। ଟ୍ରେନି SI ବିଶ୍ୱଜିତ୍ ବେହେରା ଏପରି ଅଭିଯୋଗ କରି ଅନ୍ଲାଇନ୍ରେ ଚନ୍ଦକା ଥାନାରେ ଫେରାଦ ହୋଇଛନ୍ତି। କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଅନ୍ଲାଇନ୍ରେ ଚନ୍ଦକା ଥାନାରେ ଏତଲା ଦେଇ ବିଶ୍ୱଜିତ କହିଛନ୍ତି ଯେ, ଟ୍ରେନିଂ ବେଳେ ଅନିରୁଦ୍ଧ ସିଂ ତାଙ୍କ ସହ ଦୁର୍ବ୍ୟବହାର ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ, ଟ୍ରେନିଂ ବେଳେ […]
ଯାଜପୁର:ସାଧାରଣ ନିର୍ବାଚନ ସରିବା ପରେ ଏବେ ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ଗୋଟିଏ ପଟେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ, ଅନ୍ୟ ପଟେ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ। ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ଅଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନୀତି ଓ ପିସି କାରବାର ଅଭିଯୋଗ ଆଣିଛନ୍ତି । ପିସି କାରବାର ବନ୍ଦ କରିବା ତଥା ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରି ଗୋଟିଏ ଗୋଷ୍ଠୀ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। […]
ବାଲେଶ୍ୱର: ଓଡ଼ିଶାରେ ପ୍ରେମିକା, ଦୁବାଇରେ ପ୍ରେମିକ। ଉଭୟ ରୋଜଗାରିଆ। ଚାକିରି କରିବାକୁ ଉଭୟ ରହୁଥିଲେ ବାହାରେ। ଡିସେମ୍ବରରେ ବାହାଘର ପାଇଁ କଥା ଦେଇଥିଲା ପ୍ରେମିକା। କିନ୍ତୁ ଦୁଇ ଦିନ କାଳ ଫୋନ୍ ନ ଲାଗିବାରୁ ପ୍ରେମିକାକୁ ହତ୍ୟା କରିବାର ଯୋଜନା। ଏହି କାଣ୍ଡ ପାଇଁ ସୁଦୂର ଦୁବାଇରୁ ଚାକିରି ଛାଡ଼ି ଆସିଥିଲା ପ୍ରେମିକ। ହେଲେ ପ୍ରେମିକାକୁ ନ ପାଇ ତାଙ୍କ ମାଆକୁ ଆକ୍ରମଣ କରିଥିଲା ହତାଶ ପ୍ରେମିକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶ୍ୟାମାନନ୍ଦିପୁରରେ ଏହି ଘଟଣା […]
କେନ୍ଦ୍ରାପଡ଼ା: ଅସହାୟ ଓ ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସବୁ ଯୋଜନାର ଲାଭ ମିଳିପାରୁନାହିଁ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏରଡଙ୍ଗ ପଂଚାୟତରେ ଅନେକ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କିଛି ସୁଫଳ ମିଳୁନଥିବା ଏବଂ ପଂଚାୟତରେ ଥିବା ଅନେକ ଧନୀ […]
ଝାରସୁଗୁଡ଼ା: ଚାଷ ଜମିକୁ ସୁବିଧାରେ ପାଣି ପହଞ୍ଚାଇବା ପାଇଁ ସରକାର ଅନେକ ଜଳସେଚନ ପ୍ରକଳ୍ପ କରିଛନ୍ତି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଲୋକମାନେ ବିରୋଧ କରି ଲିଖିତ ଅଭିଯୋଗ କରିଛନ୍ତି। ଝାରସୁଗୁଡା କୋଲାବିରା ଅମାତି ନୂଆପଡ଼ାରେ ରହିଛି ରବଡେଗା ନାଳା। ଏହି ନାଳାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ସରକାରୀ ଟଙ୍କା ଅନୁମୋଦନ ହେଇସାରିଛି। କାମ ଆରମ୍ଭ କରିବା ପାଇଁ ଚିପ୍ସ, ବାଲି ପଡିବା ସହିତ ଟେଣ୍ଡର ସରିଛି। ହେଲେ କାମ ଆରମ୍ଭ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡରେ ଗୋଟିଏ ପରେ ଗୋଟିଏ ଘଡିଆଳ କୁମ୍ଭୀରଙ୍କର ମୃତ୍ୟୁ ଘଟୁଛି। ଘଡିଆଳଙ୍କ ଏପରି ମୃତ୍ୟୁ ପରିବେଶବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଁ ନନ୍ଦନକାନନ କୁମ୍ଭୀର ଗବେଷଣା କେନ୍ଦ୍ରରୁ କିଓ ଘଡିଆଳ ପ୍ରଜାତିର କୁମ୍ଭୀର ଅଣାଯାଇ ଗଣ୍ଡରେ ଛଡ଼ାଯିବାକୁ ଯୋଜନା ଚାଲିଛି। ବର୍ଷା ଋତୁ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫ଟି କୁମ୍ଭୀର ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଅନୁଗୁଳର ସାତକୋଶିଆ ଗଣ୍ଡ ଘଡ଼ିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି ପାଇଁ ପ୍ରକୃଷ୍ଟ ଆବାସସ୍ଥଳୀ। […]