• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kalinga1
କଳିଙ୍ଗନଗରକୁ ନ୍ୟାଶ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକଚରିଂ ଜୋନ୍‌ ସ୍ୱୀକୃତି

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଥିବା କଳିଙ୍ଗନଗରକୁ ନ୍ୟାଶ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ୍‌  ମ୍ୟାନୁଫ୍ୟାକଚରିଂ ଜୋନ୍‌ ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସ୍ଥାନକୁ ସଡ଼କ ପଥ, ରେଳ ପଥ ଏବଂ ଜଳପଥ ସୁବିଧା ଥିବାରୁ ଏଭଳି ମାନ୍ୟତା ଦିଆଯାଇଛି ବୋଲି ସେ କହିଛନ୍ତି। ଦେଶର ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ର ଭାବେ ଏହି ସ୍ଥାନ ଉପଯୁକ୍ତ ବୋଲି ବିବେଚନା କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ସ୍ୱୀକୃତି ପାଇଁ […]

  • Saturday, 10 July 2021
adibasi meli
ସ୍ୱାଭିମାନୀ ଅଞ୍ଚଳରେ ଏକଜୁଟ ହେଲେ ଆଦିବାସୀ, ବିକାଶ ପାଇଁ ଶପଥ ନେଲେ

ମାଲକାନଗିରି: ଲାଲଗଡ଼ରେ ଆଦିବାସୀ ମେଳି। ଅଞ୍ଚଳର ବିକାଶ ପାଇଁ ମେଳି ବାନ୍ଧିଛନ୍ତି ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଶହଶହ ଆଦିବାସୀ । ଲାଲ୍‌ ବାହିନୀର ନାଲି ଆଖିକୁ ଖାତିର ନକରି ନିଜ ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ନେଇ ମୁଦୁଲିଗୁଡ଼ାରେ ୨୫ ଖଣ୍ଡ ଗାଁର ଶହଶହ ଲୋକ ଆଜି ଏକ ଏକ୍‌ଜୁଟ ହୋଇଥିଲେ। ଏକ  ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିବା ପରେ ସମ୍ମିଳନୀର ଆୟୋଜନ କରିଥିଲେ। ସମ୍ମିଳନୀରେ ନିଜ ନିଜ ଅଞ୍ଚଳର ସମସ୍ୟା ଓ […]

  • Saturday, 10 July 2021
bls-1
ଧୋକା ଦେଲା ୧୦୮, ଗୁରୁତର ବୃଦ୍ଧାଙ୍କୁ ହାତରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ ସମାଜସେବୀ

ବାଲେଶ୍ୱର: ପୁଣି ଧୋକା ଦେଲା ୧୦୮ ଆମ୍ବୁଲାନ୍ସ। ଶେଷରେ ଜଣେ ସମାଜସେବୀ ଅସହାୟ ଗୁରୁତର ବୃଦ୍ଧାଙ୍କୁ ହାତରେ ବୋହି କିଛି ବାଟ ନେବା ପରେ ଏକ ଭଡା ଗାଡ଼ି କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପହଞ୍ଚାଇଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ  ହୋଇ ପଡ଼ିଛି। ଶୁକ୍ରବାର ଅଚ୍ୟୁତପୁର ଗାଁର ସାବିତ୍ରୀ ସାହୁ ନାମକ ଜଣେ ବୃଦ୍ଧା ରୋଗରେ ଆକ୍ରାନ୍ତ ହୋଇ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଅବସ୍ଥା ଗୁରୁତର […]

  • Saturday, 10 July 2021
pic10
ଧାନର ଅଭାବୀ ବିକ୍ରିକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଦିନକ ପରେ ରବି ଋତୁ ପାଇଁ ଧାନ କିଣା ବନ୍ଦ ହେବାକୁ ଯାଉଛି। ଖରିଫ ଋତୁ ପାଇଁ ଚାଷ କାମ ଆରମ୍ଭ ହୋଇଥିଲେ ମଧ୍ୟ ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀଙ୍କ ପାଖରେ ବିହନ କିଣିବାକୁ ଟଙ୍କା ନାହିଁ। ବସ୍ତା ବସ୍ତା ଧାନ ବିକ୍ରି ନ ହୋଇ ପଡ଼ିରହିଛି। ବର୍ଷାରେ ଭିଜି ଭିଜି ଧାନରୁ ଗଜା ବାହାରିବାକୁ ବସିଲାଣି। ହେଲେ କିଣିବାକୁ ମିଲର୍ସଙ୍କ ଦେଖା ନାହିଁ। ସେପଟେ ଆଜି ବିଧାନସଭାର ଚତୁର୍ଥ ଦିନରେ ବିଭିନ୍ନ ପ୍ରସଙ୍ଗ […]

  • Saturday, 10 July 2021
pic4
ପଙ୍ଖା, କାର୍‌ ଭିତରୁ ବାହାରିଲା ନାଗ ସାପ

ପୁରୀ : ବର୍ଷା ଦିନରେ ସାପଠୁ ସତର୍କ ରୁହନ୍ତୁ। ଏହି ସମୟରେ ସାପ ଆପଣଙ୍କ ଘରେ, ଜୋତା ଭିତରେ, ଏପିରିକି ଟେବୁଲ୍ ଫ୍ୟାନ୍ ଭିତରେ କେଉଁଠି ବି ରହିପାରେ। ଏମିତି ଏକ ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ସାମ୍ନାକୁ ଆସିଛି। ଏକ ଟେବୁଲ ଫ୍ୟାନ୍ ଭିତରୁ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଡେଲାଙ୍ଗ ଥାନା ଶ୍ରୀପତିପୁର ଗାଁର ଗଦାଧର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଘରେ ଥିବା ଟେବୁଲ ଫ୍ୟାନ୍ ଲଗାଇବା ପାଇଁ […]

  • Saturday, 10 July 2021
train-3
ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ

ରାୟଗଡ଼ା: ସମଲେଶ୍ୱରୀ ଟ୍ରେନ ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ଟାୱାର ମେଣ୍ଟେନାସ ଇଞ୍ଜିନ ଧକ୍କା ଓ ଏଥିରେ ତିନି ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଆଜି ରାୟଗଡ଼ା ଯାଇ କୋଲକତା ସ୍ଥିତ ସେଫ୍ଟି କମିଶନର ଆର୍‌.କେ. ଶର୍ମା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ତଦନ୍ତକାରୀ ଟିମ୍‌ରେ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲେଓ୍ୱର ଚିଫ୍ ସେଫ୍ଟି ଅଫିସର, ଇଲେକ୍ଟ୍ରିକାଲ୍‌ ଓ ଟେକନିକାଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ରହିଛନ୍ତି। ଏହି ତଦନ୍ତକାରୀ ଟିମ୍ ସିଙ୍ଗାପୁର ରୋଡ ଓ କେଉଟକଗୁଡ଼ା […]

  • Saturday, 10 July 2021
pic2
ବ୍ୟାଙ୍କ୍‌ ଲୁଟ୍‌ କରିନପାରି ଫେରିଗଲେ ଦୁର୍ବୃତ୍ତ

କଟକ: କଟକ ମଙ୍ଗଳାବାଗ SBI ଶାଖାରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୩ ରୁ ୪ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟାଙ୍କର ସଟର ଭାଙ୍ଗିଥିଲେ। ସୂଚନା ଅନୁସାରେ ୩ ରୁ ୪ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟାଙ୍କର ସଟର ଭାଙ୍ଗିଥିଲେ। ପରେ ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କ ରୁମ୍‌ର ତାଲାକୁ ଭାଙ୍ଗିଥିଲେ। ଏହାପରେ ବ୍ୟାଙ୍କରୁ ଟଙ୍କା ଲୁଟ୍ ପାଇଁ ଦୁର୍ବୃତ୍ତମାନେ ଲକର୍‌ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସାଇରନ୍ ବାଜିବାରୁ […]

  • Saturday, 10 July 2021
pic1
ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭର୍ସିଟି ଲ’ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଅଭିଯୋଗର ତଦନ୍ତ କରିବା ସହ ମାସକ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ଅଭିଯୋଗ ଅନୁଯାୟୀ, ୟୁନିଭର୍ସିଟି ଲ’ କଲେଜରେ ଗେଷ୍ଟ ଫାକଲଟି ମାନଙ୍କୁ କିଛି ମାସ ଧରି ଦରମା ଦିଆଯାଉ ନ ଥିବା ସହ ନିର୍ଦ୍ଧାରିତ ପରିମାଣର ଟଙ୍କା ଦିଆଯାଉ ନାହିଁ। ସେହିଭଳି ରେଗୁଲାର ଟିଚର ମାନେ ଏକ୍ସଟ୍ରା କ୍ଲାସ କରି […]

  • Saturday, 10 July 2021
chuda
ଲୋକଙ୍କୁ ମିଳୁନି, ପୋତା ହେଲା କୁଇଣ୍ଟାଲ କୁଇଣ୍ଟାଲ ଚୂଡ଼ା

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ପୋତି ଦିଆଯାଇଛି ହଜାର ହଜାର କୁଇଣ୍ଟାଲ ଚୂଡା। ଲୋକ ଖାଇବାକୁ ପାଉ ନ ଥିବାବେଳେ ଏତେ ପରିମାଣର ଚୂଡା ପୋତିଦେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫୋନି ବାତ୍ୟା ବେଳେ ବିପନ୍ନଙ୍କ ପାଇଁ ଆସିଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ରିଲିଫ ଚୂଡ଼ା। ଏହା ବଣ୍ଟା ନ ହୋଇ ପଡ଼ି ରହି ଖରାପ ହୋଇଯିବାରୁ ଏହାକୁ ପୋତି ଦିଆଯାଇଛି ବୋଲି କୁହାଯାଉଛି। ପୋତା ଯାଇଥିବା ଏହି ଚୂଡା କୃଷ୍ଣପ୍ରସାଦର ୭ଟି […]

  • Saturday, 10 July 2021
568-2-750x430
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଅବରୋଧ

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି-କଟକ ରାସ୍ତାର ତାରିଣୀ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହମ୍ପସ୍‌ ଦାବିରେ ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ବିନିତରା ଗାଁର ସୁବାସ ବିଶ୍ୱାଳ ଏକ ବାଇକ୍‌ରେ ଚାନ୍ଦବାଲିରୁ ଘରକୁ ଫେରୁଥିଲେ। ଏହି ସମୟରେ […]

  • Saturday, 10 July 2021
crocodile
ଭିତର କନିକାରେ ଠାବ ହେଲା କୁମ୍ଭୀରବସା, ଏଥର ୨ ଅଧିକ

ପଟ୍ଟାମୁଣ୍ଡାଇ: ଚଳିତବର୍ଷ କେନ୍ଦ୍ରାପଡ଼ା ଭିତର କନିକା ଜାତୀୟ ଉଦ୍ୟାନ ପରିସରରେ ଥିବା ନଦୀ ଓ ନାଳ ଗୁଡ଼ିକରେ କୁମ୍ଭୀରବସା ଚିହ୍ନଟ ପ୍ରକିୟା ଶେଷ ହୋଇଛି। ଏଥର ମୋଟ ୧୦୩ ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୨ଟି ବସା ଅଧିକ ରହିଛି। କନିକା ରେଞ୍ଜରେ ସର୍ବାଧିକ ୯୧ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୯ଟି, ଗହିରମଥାରେ ରେଞ୍ଜରେ ଗୋଟିଏ ଓ ମହାକାଳପଡ଼ା ରେଞ୍ଜରେ ୨ଟି ବସା ଚିହ୍ନଟ କରାଯାଇଛି ବୋଲି […]

  • Saturday, 10 July 2021
5612
ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଆନନ୍ଦପୁର(ମୁନା ସିଂହ): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ। ମୃତକ ହେଲେ ନବଘନ ସାହୁ(୬୫)। ଆହତ ମଞ୍ଜୁଲତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗତକାଲି ନବଘନ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ନବଘନ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ […]

  • Saturday, 10 July 2021
odisha
ବିଧାନସଭାରେ ଅଶ୍ୱିନୀ ଝଡ଼ ! ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

ଭୁବନେଶ୍ୱର: ବିଧାନସଭାରେ ଅଶ୍ୱିନୀ ଝଡ଼ । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଗୃହରେ ଜୋର ଧରିଛି ହୋହଲ୍ଲା ହଟ୍ଟଗୋଳ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଅଛି । ତାରା ଦତ୍ତ କମିଟି ରିପୋର୍ଟରେ ସ୍ପଷ୍ଟ ଭାବେ ଅଶ୍ୱିନୀଙ୍କ ନାଁ ଉଲ୍ଲେଖ ଅଛି । ଏପରିକି ଖଣି ମାଫିଆଙ୍କ ସହ ଅଶ୍ୱିନୀଙ୍କ ସଂପର୍କ ଥିବା ଅଭିଯୋଗ […]

  • Saturday, 10 July 2021
assembly
କେତେ ଚାଷୀଙ୍କୁ କାଳିଆ ଟଙ୍କା ଦେଇଛ ? ଏମିତି ପ୍ରଶ୍ନ ପଚାରି କୃଷିମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ସଂଖ୍ୟା କେତେ? କେଉଁ ଆଧାରରେ ବଣ୍ଟା ଯାଉଛି କାଳିଆ ଟଙ୍କା? ଏଇ ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ଶାସକ ଦଳ ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ। ପ୍ରଶ୍ନୋତ୍ତର କାଳରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଥମ ପ୍ରଶ୍ନ ଥିଲା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର। ତାରା ପ୍ରଶ୍ନ କରିଥିଲେ, ରାଜ୍ୟରେ ୨୦୧୦ ବେଳକୁ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ, […]

  • Saturday, 10 July 2021
hospita
ଅପରେସନ୍‌ ବେଳେ ପେଟରେ ରହିଗଲା ଛୁଞ୍ଚି

ଫୁଲବାଣୀ: ଟ୍ୟୁମର ଅସ୍ତ୍ରୋପ୍ରଚାର ବେଳେ ପେଟ ଭିତରେ ରହିଗଲା ଛୁଞ୍ଚି। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାସିରିପଡ଼ା ଗାଁର ଜଣେ ଛାତ୍ରୀ। ଝିଅର ଦୁଃଖ ଦେଖି ପରିବାର ଲୋକେ ସହି ପାରୁ ନାହାନ୍ତି। ହେଲେ କିଛି କରି ବି ପାରୁ ନାହାନ୍ତି। କାରଣ ପାଖରେ ଅର୍ଥ ନାହିଁ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଜାନୁୟାରୀ ମାସରେ ଝିଅର ପେଟରେ ଟ୍ୟୁମର ଅସ୍ତ୍ରୋପ୍ରଚାର କରାଯାଇଥିଲା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅସ୍ତ୍ରୋପ୍ରଚାର କରାଯାଇଥିଲା। ଅସ୍ତ୍ରୋପଚାର […]

  • Saturday, 10 July 2021
j i tag
ନୟାଗଡ଼ ଛେନାପୋଡ଼କୁ ଜି ଆଇ ଟ୍ୟାଗ୍‌ ଦାବି

ନୟାଗଡ଼: ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଜି ଆଇ ଟ୍ୟାଗ ପାଇଁ ଦାବି ଜୋର ଧରିଛି। ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ ପ୍ରସିଦ୍ଧ ନୟାଗଡ଼ ଛେନା ପୋଡ଼କୁ ଜି ଆଇ ଟ୍ୟାଗ ଦେବାକୁ ଦାବି କରିଛନ୍ତି। ସୁସ୍ୱାଦୁ ଓ ଉଚ୍ଚକୋଟିର ଗୁଣବତ୍ତା ଯୋଗୁ ରାଜ୍ୟରେ ନୟାଗଡ଼ ଛେନାପୋଡ଼ର ବେଶ ଚାହିଦା ରହିଛି। ଏପରିକି ନୟାଗଡ଼ ଅଞ୍ଚଳର ଅନେକ ବ୍ୟବସାୟୀ ଛେନାପୋଡ଼ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ୨୦୧୭ ଜୁନ ୫ ତାରିଖରେ ଓରମାସ ପକ୍ଷରୁ ରାଜ୍ୟ ସରକାରଙ୍କ […]

  • Saturday, 10 July 2021
padatyatra
ଓଭରବ୍ରିଜ୍‌ ପାଇଁ ପଦଯାତ୍ରାରେ ବାହାରିଲେ ଜନଜାଗରଣ ମଞ୍ଚ ସଭାପତି

ପୁରୀ: ପୁରୀ ସହରର ମାଟିଆପଡା ଓଭରବ୍ରିଜ ଦାବି ନେଇ ଆଜି ଶ୍ରୀମନ୍ଦିର ସମ୍ମୁଖରୁ ମଞ୍ଚର ସଭାପତି ଜ୍ୟୋତି ରଞ୍ଜନ ନାୟକ ଦିଲ୍ଲୀ ପଦଯାତ୍ରାରେ ବାହାରିଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଜନଜାଗରଣ ମଞ୍ଚ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲା। ପଦଯାତ୍ରାରେ ବାହାରିଥିବା ଜ୍ୟୋତିରଞ୍ଜନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରଣାଳୟ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ଦସ୍ତଖତ ଦଲିଲକୁ ପ୍ରଦାନ କରିବେ। ପ୍ରତିଦିନ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। […]

  • Saturday, 10 July 2021
road blocked
ଗୁଳିକାଣ୍ଡ ଘଟଣାକୁ ନେଇ ତାତିଲେ ଲୋକେ, ରାସ୍ତା ଅବରୋଧ କଲେ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅପରାଧମୂଳକ କାମ ରୋକିବା ତଥା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ବ୍ରଜରାଜନଗର ଗାନ୍ଧି ଛକରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ବ୍ରଜରାଜନଗର ବସ୍‌ଷ୍ଟାଣ୍ଡ ନିକଟରେ ଗୁଳିମାଡ଼ରେ ଅମିତ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଘଟଣାରେ […]

  • Saturday, 10 July 2021
vigilance
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବାଲେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳା କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ ଘରେ ଆଜି  ଭିଜିଲାନ୍ସ ଚଢ଼ାଉ ହୋଇଛି।  ପାଢୀଙ୍କ ନାଁରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ୍‌ ପକ୍ଷରୁ ପାଢୀଙ୍କ ଘର, କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢଉ ହୋଇଛି।   ଭିଜିଲାନ୍ସ ଟିମ୍‌ ପାଢୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କରିଛି ।

  • Saturday, 10 July 2021
pic88
‘ମୋ ବସ୍‌’ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ୱରରେ ‘ମୋ ବସ୍‌’ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ମାସିକ ୧୩ ହଜାର ଟଙ୍କା ନିୟମିତ ଦରମା ସହ ESI ଏବଂ EPF ପ୍ରଦାନ କରିବାକୁ ଦାବି କରିଛନ୍ତି ‘ମୋ ବସ୍‌’ କର୍ମଚାରୀ। ‘ମୋ ବସ୍‌‘ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ‘ମୋ ବସ’ ଗତବର୍ଷଠାରୁ ଚଳାଚଳ ଆରମ୍ଭ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୯୫ଟି ବସ୍‌ ଚଳାଚଳ କରୁଛି। ଏଥିରେ ୧୯୦ରୁ ଅଧିକ କର୍ମଚାରୀ ନିଯୁକ୍ତି ହୋଇଛନ୍ତି।

  • Saturday, 10 July 2021
PIC44
ସିଡିପିଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମୀ

କୋରାପୁଟ: ଅଙ୍ଗନବାଡି କର୍ମୀଙ୍କୁ ନିର୍ଯାତନା ଅଭିଯୋଗ ଅଭିଯୋଗ ଆସିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସିଡିପିଓ ସୁରମା ମହାପାତ୍ରଙ୍କ ବିରୋଧରେ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ପ୍ରତି ଅଙ୍ଗନବାଡି କେନ୍ଦ୍ରରୁ ରନ୍ଧା ଖାଦ୍ୟ ବାବଦରେ ସିଡିପିଓ ପିସି ମାଗୁଛନ୍ତି। ଏଥିସହ ଛତୁଆ ବଣ୍ଟନ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ମଧ୍ୟ ପିସି ମଗାଯାଉଛି। ଏନେଇ ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନ […]

  • Saturday, 10 July 2021
pic0
ବିଚାରାଧୀନ କଏଦୀ ରମେଶଙ୍କ ମୃତ୍ୟୁ

କଟକ: ଚୌଦ୍ୱାର ଜେଲ୍‌ରେ ଜଣେ ବିଚାରଧୀନ କଏଦୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କଟକ ତୁଳସୀପୁରର ରମେଶ ପ୍ରଧାନ। ଅନ୍ୟପକ୍ଷେ ରମେଶଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରମେଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ରମେଶଙ୍କୁ କଟକ ଏସସିବି ମେଡିକାଲକୁ ଅଣାଯାଇଛି ବୋଲି ଜେଲ ପକ୍ଷରୁ ଖବର ଦିଆଯାଇଥିଲା। ପରିବାର ଲୋକେ ହସ୍ପିଟାଲ କାଜୁଆଲଟିରେ ପହଞ୍ଚି ରମେଶଙ୍କ ବେକରେ ଗଭୀର ଆଘାତ ଲାଗିଥିବା ସହ ମୁଣ୍ଡର ପଛ ପଟେ ରକ୍ତ […]

  • Saturday, 10 July 2021
pic9
ପଦ୍ମଶ୍ରୀ ସମ୍ମାନ ଯୋଗୁ କାମ ମିଳୁନି, ପୁରସ୍କାର ଫେରାଇବେ ଦୈତାରୀ ନାଏକ

କେନ୍ଦୁଝର: ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ […]

  • Saturday, 10 July 2021
pic8
୫ ବର୍ଷର ପୁଅକୁ ଛୁରି ଭୁସି ମାରିଦେଲା ବାପା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆରଏସ୍‌ କଲୋନୀରେ  ଜଣେ ବ୍ୟକ୍ତି ତାଙ୍କର ୫ ବର୍ଷର ପୁଅକୁ ଛୁରି ଭୁସି ହତ୍ୟା କରିଛନ୍ତି। ଆଜି ଭୋରରେ ଏହି ଘଟଣାଟି ଘଟିଛି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ହୁଣ୍ଡୁ ଓରାମକୁ ପୁଲିସ୍‌ ଗିରଫ କରିଛି। ସୂଚନା ଅନୁଯାୟୀ, ହୁଣ୍ଡୁ ଓରାମ ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ। ପୁଅକୁ ନିଜର ବୋଲି ଭାବୁ ନ ଥିଲେ। ଆଜି ତାଙ୍କ ସ୍ତ୍ରୀ […]

  • Saturday, 10 July 2021
12
‘ମୋ ମୃତ୍ୟୁ ପାଇଁ ଜେଲ୍‌ ଅଧୀକ୍ଷକ ଦାୟୀ’

ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ସବ୍ ଜେଲ୍‌ର ଓ୍ୱାର୍ଡର ସୁକାନ୍ତ ବେହେରାଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି। ଜଙ୍ଗଲରୁ ତାଙ୍କର ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତଦେହ ପାଖରେ ତାଙ୍କର ସାଇକଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ମୃତଦେହକୁ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗତ ୧୮ ତାରିଖରୁ ଜେଲ୍‌ ଓ୍ୱାର୍ଡର ସୁକାନ୍ତ […]

  • Saturday, 10 July 2021