ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସିଙ୍କୁ ମାଡ଼ମରା ଘଟଣାର ତଦନ୍ତ କରୁଥିବା HRPC ଟିମ୍ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଅତିରିକ୍ତ ଏସ୍ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ୍ ମେଡିକାଲ ଯାଇ ସିଡିଏମ୍ଓଙ୍କୁ ଭେଟିଛି। ଏଥିସହ ଆହତ ପୋଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ ନାବାଳକର ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ମଧ୍ୟ ଟିମ୍ ଆଲୋଚନା କରିଛି । ତେବେ ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ଗଣମାଧ୍ୟମକୁ ସବିଶେଷ […]
ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପେତାଇ’। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେତାଇ’ ସ୍ଥଳଭାଗ ଛୁଇଁଛି । ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଏହା ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପେତାଇକୁ ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ତତ୍ପର ହୋଇଛନ୍ତି। ୧୨ଟି NDRF ଟିମ୍ ମହଜୁଦ ରହିବା ସହ ୬ଟି ଜିଲ୍ଲାର ୩୫୦ ଗାଁର […]
ଯାଜପୁର: ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଆଉ ସେଥିପାଇଁ ଯାଜପୁର ଜିଲ୍ଲାର ଦୁର୍ଗମ ଝାଲପଡା ଗ୍ରାମରୁ ବାହାରି ସଂସଦ ଭବନରେ ଦେଖାଇ ପାରିଛନ୍ତି ନିଜର ଜଲୱା । ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ନୃତ୍ୟ ଦେଖି ସ୍ତବ୍ଧ ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଅନ୍ୟମାନେ। ଏମାନେ ହେଲେ ସତ୍ୟବ୍ରତ ସାହୁ ଓ ତାଙ୍କ ଭଉଣୀ ସାଗରିକା। ଝାଲପଡ଼ା ବିପ୍ରଚରଣ ସାହୁଙ୍କ ତିନି ସନ୍ତାନ। ସାନ ପୁଅ-ଝିଅ ସତ୍ୟବ୍ରତ ଓ ସାଗରିକାକୁ ନେଇ ତାଙ୍କର ଚିନ୍ତା। ଦୁହେଁ ଭିନ୍ନକ୍ଷମ। […]
ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଏଟିଏମ୍ ଲୁଟ୍, ସୁନା ଅଳଙ୍କାର, ଟଙ୍କା, ବାଇକ୍, ମୋବାଇଲ୍ ଇତ୍ୟାଦି ଲୁଟ୍ ଚାଲିଥିବା ବେଳେ ଏହା ଭିତରେ ଲୁଟେରାମାନେ ଲୁଟ୍ ପାଇଁ ଆଉ ଏକ ଅଭିନବ ଉପାୟ ଆପଣାଇଛନ୍ତି। ମ୍ୟାଜିକ୍ ପେନ୍ରେ ଚାଲିଛି ଲକ୍ଷାଧିକ ଟଙ୍କା ଲୁଟ୍। ଆପଣ ନିଶ୍ଚୟ ଭାବୁଥିବେ କି ମ୍ୟାଜିକ୍ ପେନ୍ରେ କେମିତି କେହି ଜଣେ ଲୁଟ୍ କରିପାରିବ। ତାହା ବି ପୁଣି ଲକ୍ଷାଧିକ ଟଙ୍କା। ତେବେ ପଢ଼ନ୍ତୁ ଏହି ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଳପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଉଜ୍ଜଳପୁର ଭାଲୁପତ୍ର ଅଂଚଳର ନିରଞ୍ଜନ ସାହୁ ଓ ପ୍ରଦୀପ ଚୌଧୁରୀ । ଉଜ୍ଜ୍ୱଳପୁର ବାଇପାସ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା। ରବିବାର ରାତି ପ୍ରାୟ ସାଢେ ୧୧ଟାରୁ ୧୨ଟା ମଧ୍ୟରେ ନିରଞ୍ଜନ ଓ ପ୍ରଦୀପ ବାଇକ୍ରେ ଘରକୁ ଫେରୁଥିଲେ। ଦ୍ରୁତ ଗତିରେ ଆସୁଥିବାବେଳେ ଛିଡା ହୋଇଥିବା ଏହି ଟ୍ରକ […]
ନୂଆପଡ଼ା : ଗାଁକୁ ରାସ୍ତା ନାହିଁ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ରେ ଘଟିଛି। ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ରାସ୍ତା ନାହିଁ ଓ ବର୍ଷା ଲାଗି ରହିଥିବାରୁ ପତ୍ନୀଙ୍କୁ ମେଡିକାଲ୍ କେମିତି ନେବେ? ଏହାକୁ ନେଇ ବିଜେଶ୍ୱର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗାଁ […]
ଝାରସୁଗୁଡ଼ା: ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍ପାଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ଲୁଟପାଟ ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି ଚୋରି ସମୟର ଭିଡିଓ ଫୁଟେଜ୍। ସୁନ୍ଦରଗଡ଼ ଟାଉନ ଥାନା ସୁନାରୀପଡ଼ା ଛକରେ ଗତ ୨୨ ତାରିଖ ଦିନ ୧୧ଟା ସମୟରେ ଏହି ଲୁଟପାଟ୍ ହୋଇଥିଲା। ସିସିଟିଭିରେ କଏଦ୍ ହୋଇଥିବା ଭିଡିଓରେ ୩ ଜଣ ଚୋର ପୂରା ଯୋଜନାବଦ୍ଧ ଭାବେ ଆସି ଟଙ୍କା ଚୋରି କରୁଥିବାର ଦେଖାଯାଉଛି। ଆଉ ଜଣେ […]
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମାଆ ବାପାଙ୍କୁ ଅତ୍ୟାଚାର ନେଇ ରାଜ୍ୟରେ ୨୮୬ଟି ମାମଲା ରୁଜୁ ହୋଇଛି । ତା ମଧ୍ୟରୁ ୧୧୯ଟି ମାମଲା ଫଇସଲା ହୋଇଛି । ପୁରୀ ଜିଲ୍ଲାର ଜଣଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିବା ଶ୍ରୀ ପଣ୍ଡା […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୧୦୪୦ କିଲୋମିଟର ଦୂରରେ ଓ ଦକ୍ଷିଣ-ଦକ୍ଷିଣ ପୂର୍ବ ମାଛଲିପଟନମ୍ (ଆନ୍ଧ୍ରପ୍ରଦେଶ) ଠାରୁ ୧୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆଜି ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଫଳରେ ଏହାର ପ୍ରଭାବରେ ଆସନ୍ତାକାଲି […]
ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି। କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ ଏକ ଅସ୍ଥାୟୀ ମାଟି ପୋଲ ନିର୍ମାଣ କରିଥିଲେ। ଏବେ ବନ୍ୟର ଯୋଗୁ ଏହି ଅସ୍ଥାୟୀ ପୋଲ ଭାସି ଯାଇଛି। ପୋଲ ଉପରେ ୫ ଫୁଟର ପାଣି ଚାଲୁଛି। ଫଳରେ ଯାତାୟାତ […]
ସୋନପୁର: ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛି ଚୋର। ଚୋରକୁ ଧରି ଫେରିବା ବାଟରେ ପୁଲିସ ବାବୁଙ୍କୁ ଥକ୍କା ଲାଗିଲା। ଚୋରକୁ ଗାଡ଼ିରେ ବସାଇ ଯାଇଥିଲେ ଚା ପିଇବାକୁ। ଚା ପିଇ ସାରିବା ବେଳକୁ ଚୋର ଛୁ…। ଘଟଣା ଘଟିଛି ଦେଓଗାଁ ଥାନା ଅଞ୍ଚଳରେ। ଆଜି ବିଦ୍ୟୁତ ତାର ଚୋରି ଅଭିଯୋଗରେ ଦେଓଗାଁ ପୁଲିସ ସମ୍ବଲପୁର ଗଣ୍ଡେରପୁର ଗାଁରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକଙ୍କ ନାଁ ଗୁଲେଠୁ ଭରାଗାଗର। ଅଭିଯୁକ୍ତ ଗୁଲେଠୁଙ୍କୁ ଧରି ଫେରିବା ବାଟରେ […]
ସୋର (ଶଶିକାନ୍ତ ବେହେରା): କେନାଲରେ ବୁଡ଼ି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ବାଲେଶ୍ୱର ଖଇରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଖଇରା ଥାନା ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ଶିକ୍ଷକଙ୍କୁ ଗାଁ ଲୋକେ ଦୀର୍ଘ ୧୦ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛନ୍ତି । ଏହି ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକାଙ୍କୁ ବୁଝାଶୁଝା କରିବା ପରେ ପ୍ରତି ମୃତଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଉପଜିଲ୍ଲାପାଳ […]
ନବରଙ୍ଗପୁର: ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଦୁଇ ଦୁଇଟି ଭାଲୁ। ୧୫ ଦିନ ହେଲା ସହରର ବିଭିନ୍ନ କଲୋନୀରେ, ଗଳିକନ୍ଦିରେ ବୁଲୁଛନ୍ତି। ଆମ ନବରଙ୍ଗପୁର ସହର କଥା କହୁଛୁ। ସହରରେ ୧୫ ଦିନ ହେଲାଣି ଭାଲୁ ଆତଙ୍କ ସୃଷ୍ଟି କରିଛି। ସହରର ଜମାଲ କଲୋନୀରେ ୨ଟି ଭାଲୁ ପଶିଯାଇ ଏଣେ ତେଣେ ବୁଲୁଛନ୍ତି । ଲୋକେ ଆତଙ୍କିତ ହୋଇପଡିଛନ୍ତି । ହେଲେ ବନ ବିଭାଗର ନିଘା ନାହିଁ। ତେଣୁ ନିଜ ସୁରକ୍ଷା ନିଜେ କରୁଛନ୍ତି […]
ବାଲେଶ୍ୱର: ଦୁଇଦିନ ହେଲା ବାଲିଆପାଳରେ ଥମୁନି ଉତ୍ତେଜନା । ନାବାଳକ ବିଜୟ ଦଳାଇର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗାଁ ଲୋକେ । ଗତକାଲି ବିଜୟର ମୃତ ଦେହ ଉଦ୍ଧାର କରିବା ପରେ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତୁରନ୍ତ ଅଭିଯୁକ୍ତର ଗିରଫ ଦାବି କରିଥିଲେ ସ୍ଥାନୀୟ ଲୋକେ । ଏପରିକି ପୁଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଏହି […]
ଅନୁଗୋଳ (ବିରଜା ଦାଶ): ଜଣେ ନାବାଳିକା ଦୁଷ୍କର୍ମକାରୀ ତଥା ହତ୍ୟାକାରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ‘ପକ୍ସୋ’ କୋର୍ଟ। ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହି ମାମଲାର ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏମିତି ଥିଲା ଘଟଣା ଜାନୁଆରୀ ୨୦ ତାରିଖରେ ନାବାଳିକା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଲା। ନାବାଳିକାକୁ ଏକୁଟିଆ ପାଇ ଅଭିଯୁକ୍ତ […]
ସମ୍ବଲପୁର: ସମ୍ବଲପୁରରେ ଜୟଶ୍ରୀ ନିଖୋଜ ମାମଲାର ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହୋଇଛି ଖୋଳତାଡ଼। ପୁଲିସ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି। ଅଭିଯୁକ୍ତର ବୟାନ ଆଧାରରେ ଖୋଜାଖୋଜି କରିବା ପରେ ଖପୁରୀର କିଛି ଅଂଶକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହାକୁ ଯାଞ୍ଚ କରାଯାଉଛି। ୨୦୧୧ ଅକ୍ଟୋବର ୧୩ ତାରିଖରେ ଜୟଶ୍ରୀ ନିଖୋଜ ହୋଇଯାଇଥିଲେ । ଏନେଇ ମାମଲା ରୁଜୁ କରାଯାଇଥିଲା। ତେବେ ତଦନ୍ତରେ ଅଗ୍ରଗତି ନହେବାରୁ ଗତ […]
କଟକ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଏଯାଏ ପ୍ରମାଣିତ ହୋଇ ପାରିନାହିଁ । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି । ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଏହି ମାମଲାରେ ମୋଟ୍ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ଏଥିରୁ ଅଭିଯୋଗକାରିଣୀଙ୍କ ସହ ଅନୁଭବ ଓ ଅନୁପ୍ରାସଙ୍କର କେବଳ ପାଟିତୁଣ୍ଡ ହୋଇଥିଲା ଏବଂ […]
ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ନବନିଯୁକ୍ତ ASOଙ୍କ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବା ସହ ମନୋନୀତ ୫୦୦ ଜଣ ASOଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନବନିଯୁକ୍ତ ଏଏସ୍ଓଙ୍କୁ ଉଦ୍ବୋଧନ ଦେବା ସହ ସେମାନଙ୍କୁ ନିଷ୍ଠାର ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୂଚନାଥାଉ କି, ନବନିଯୁକ୍ତ ASOଙ୍କ ମଧ୍ୟରେ ୫ ଜଣ IITରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଜିର ଏହି ଉତ୍ସବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର […]
ଯାଜପୁର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧାନ କ୍ଷେତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ରହେମାନପୁର ଗାଁରେ ଏହି ଅଘଟଣ ଘଟିଛି। ମୃତକଙ୍କ ନାଁ ରବି ମଳିକ। ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ରବି ବିଲକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ବିଲରେ ଛିଡ଼ି ପଡିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଧାନ […]
ସୋର: ସୋରରେ ସିରିଜ୍ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଏହିପରି ୩ଟି ଦୁର୍ଘଟଣା ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋରରେ ଘଟିଛି। ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ଛପୋଲିଆ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ପୁଲିସ୍ ଗାଡ଼ି ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଚାଲୁଥିବା ସମୟରେ ଛିଡ଼ା ହୋଇଥିବା ପୁଲିସ୍ ଗାଡିକୁ ଆଉ ଏକ […]
ଭୁବନେଶ୍ୱର:ବିଧାନସଭାର ଶୂନ୍ୟକାଳରେ ଆଜି କଣ୍ଟାବାଞ୍ଜିରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଦୁଷ୍କର୍ମ ଉଦ୍ୟମ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ବି ପୋଲିସ ମାମଲା ରୁଜୁ କରି ନ ଥିବା ସେ ଅଭିଯୋଗ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଏ ପ୍ରସଙ୍ଗରେ ଗୃହରେ ବୁଲେଇ ବଙ୍କେଇ ତଥ୍ୟ ଦେଉଛନ୍ତି। ଭୁଲ ତଥ୍ୟ ଦେଉଛନ୍ତି ଏବଂ ବାଚସ୍ପତି ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସାଲୁଜା ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟରେ […]
ଭୁବନେଶ୍ୱର: ଦାଦନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ । ରାଜ୍ୟରେ କୁଶଳୀ ଯୁବକଯୁବତୀଙ୍କ ଅଭାବ ନଥିବା ସତ୍ତ୍ୱେ ଦାଦନ ଅବସ୍ଥା ଅତି ଭୟଙ୍କର ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୩୦ଟି ପୋଷ୍ୟ ପଞ୍ଚାୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଟାଟା ଟ୍ରଷ୍ଟ ସହ ସରକାରଙ୍କ ଏମ୍ଓୟୁ ଶୀତଳ ଭଣ୍ଡାରରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ୨୦୦୭-୦୮ରେ ରାଜ୍ୟର ଦାଦନ ଶ୍ରମିକଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ […]
ଭୁବନେଶ୍ୱର: ଲଗାତାର କିଛି ଦିନର ତାତି ପରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଲଘୁଚାପ ଜନିତ ବର୍ଷା ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଭିଜାଇ ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଫଳରେ ରାଜ୍ୟର ଉତ୍ତର ଏବଂ ଦକ୍ଷିଣ ଜିଲ୍ଲାରେ ବର୍ଷା ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ […]
ପୁରୀ: ହେରାପଞ୍ଚମୀର ପୂର୍ବ ଦିନ ଆଡ଼ପମଣ୍ଡପରେ ବିରାଜମାନ କରିଥିବା ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଶ୍ରୀ ଜିଉଙ୍କର ଆଉ ବନକଲାଗି ନୀତି ହୋଇନଥିଲା। ବାହୁଡା ବିଜେ ପରେ ରତ୍ନବେଦୀରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରି ପଛ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ […]
ରାୟଗଡ଼ା/ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ସ୍ୱାସ୍ଥ୍ୟସେବା। କେଉଁଠି ଡାକ୍ତର ନହାନ୍ତି ତ ଆଉ କେଉଁଠି ବେଡ୍ ନାହିଁ। କେଉଁଠି ରୋଗୀ ଡଷ୍ଟବିନ୍ ପାଖେ ଶୋଇଛି ତ କେଉଁଠି ବାରଣ୍ଡାରେ ଶୋଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଯେତେ ଅଭିଯୋଗ ଆଣିଲେ, ଆନ୍ଦୋଳନ କଲେ ବି ଏଇ ଡାକ୍ତରଖାନା ସମସ୍ୟାର ସମାଧାନ ହେଉନାହିଁ କି ରୋଗୀଙ୍କ ଦୁଃଖର ଅନ୍ତ ହେଉନାହିଁ। ରାୟଗଡ଼ା […]