ପୁରୀ: ବର୍ଷାରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠର ଅବସ୍ଥା ବେହାଲ ହୋଇଯାଇଛି। ଗୁରୁବାରଠାରୁ ମନ୍ଦିର ପରିସରରେ ଜମି ରହିଛି ବର୍ଷା ଜଳ। ଏପରିକି ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି ମାରୁଛି। ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ଏପରି ପରିସ୍ଥିତିରେ ଭକ୍ତ ପ୍ରଭୁ ଲୋକନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କାରଣ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିବା ସମ୍ଭବ ହେଉନି। ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଛି। ମନ୍ଦିର ଭିତରକୁ ଯିବା ସମ୍ଭବ […]
ଭବାନୀପାଟଣା(ରାଜକୁମାର ସିଂହଦେଓ): ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରି କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର ଏଭଳି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଲିଙ୍ଗ ମାଝୀଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଲିଙ୍ଗ ମାଝୀ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ରେଳ ଲାଇନରେ […]
ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସାନଜୋହେଲା ଗାଁରେ ଏବେ ଖେଳି ଯାଇଛି ଆତଙ୍କ। ଗାଁର ମହିଳା, ଯୁବତୀ ଓ ନାବାଳିକାଙ୍କ ଅସ୍ୱାଭାବିକ ବ୍ୟବହାର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗାଁର ପ୍ରାୟ ୫ରୁ ୬ ଜଣ ନାବାଳିକା ଓ ମହିଳା ଅସ୍ୱାଭାବିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କିଏ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛି ତ ଆଉ କିଏ ରାସ୍ତାରେ ଗଡ଼ୁଛି । କିଏ ପୁଣି ଅଜବ ବ୍ୟବହାର ଦେଖାଉଛି । ଗାଁ ଲୋକଙ୍କର […]
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ଚିକିତ୍ସା ଜନିତ ତ୍ରୁଟିକୁ ନେଇ ତୁମୁଳକାଣ୍ଡ ଘଟିଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଅଞ୍ଚଳର ଅନିଲ ନାୟକ ନାମକ ଜଣେ ଯୁବକ ତାଙ୍କ ମାଆଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ଆଣିଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ପରେ ଉଗ୍ର ରୂପ ନେଇ ପରେ […]
ରାୟଗଡ଼ା: ପୁଣି ସାମ୍ନାକୁ ଆସିଲା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର । ଏଠି ନା ଅଛି ରାସ୍ତାଘାଟ ସୁବିଧା, ନା ଗାଡ଼ିମଟର ସୁବିଧା। ବିପଦବେଳେ ଏଠି ଭରସା ସେଇ ଖଟିଆ, ପରିଜନ ଲୋକଙ୍କ କାନ୍ଧ। ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ତୁଲିପଡା ଗାଁରେ ଗତକାଲି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଖାନାରେ ନ ପହଞ୍ଚାଇଲେ ଜୀବନ ପ୍ରତି ବିପଦ। ହେଲେ ଡାକ୍ତରଖାନା ଯିବେ କେମିତି ? ଗାଁକୁ ଲାଗି ଯାଇଥିବା ନାଳ ଫୁଲୁଛି। […]
ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ଓ ଏଥିପାଇଁ ଲୋକଙ୍କଠୁ ଜରିମାନା ଆଦାୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଓଡ଼ିଶାରେ ମୋଟର ଯାନ ଆଇନ ତରବରିଆ ଭାବେ ଲାଗୁ କରାଯାଇଥିବା ସେ ଅଭିଯୋଗ କରିବା ସହ ଓଡ଼ିଶା ପୋଲିସର ୯୦% ଗାଡ଼ିର ଲାଇସେନ୍ସ ନ ଥିବା କହିଛନ୍ତି । ଏପରିକି ରାଜ୍ୟର ୭୦ରୁ ୮୦% ନେତାଙ୍କ ଗାଡ଼ିର ଲାଇସେନ୍ସ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଶ୍ରୀ ରାଉତରାୟ […]
ପୁରୀ: ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ କାମ କରି ଆସୁଥିବା ପରିବେଶବିତ୍ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସାକ୍ଷୀଗୋପାଳ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ “ଭାରତ ଗଛ ପୁରୁଷ” ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରକୃତିପ୍ରେମୀ ଡକ୍ଟର ଶ୍ରୀଚନ୍ଦନ ଛାତ୍ର ଜୀବନରୁ ଗଛ ଲଗାଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷରୁ ଅଧିକ ଗଛ […]
ବାଲେଶ୍ୱର:ଯାତ୍ରୀବାହୀ ବସ୍ରୁ ଜବତ ହୋଇଛି ବିପୁଳ ପରିମାଣର ଏସିଡ । ଗତକାଲି ବିଳମ୍ବିତ ରାତିରେ ଏହି ଏସିଡ଼କୁ ଜବତ କରିଛି ବାଲେଶ୍ୱର ପୁଲିସ। ନିଗମ ନାମକ ଏକ ଯାତ୍ରୀବାହୀ ବସ୍ କୋଲକାତାରୁ ଧାମରା ଯାଉଥିଲା। ବସ୍ରେ ଏସିଡ଼ ଯାଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ବସ୍ଟିକୁ ଅଟକାଇଥିଲା। ଖୋଳତାଡ଼ କରିବା ପରେ ପୁଲିସ୍ ବସ୍ ଭିତରୁ ଏହି […]
ପାଲଲହଡ଼ା: ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନା ଅବସ୍ଥା ବେହାଲ ହୋଇ ଯାଇଛି। ବର୍ଷା ପାଣି ସହ ଡ୍ରେନ ପାଣି ଡାକ୍ତରଖାନା ପରିସରରେ ଲହଡ଼ା ଭାଙ୍ଗୁଛି। ଡାକ୍ତରଖାନାର ଆଉଟଡ଼ୋର,ୱାର୍ଡ, ଡ୍ୟୁଟି ରୁମ୍ ବର୍ଷା ଓ ଡ୍ରେନ ପାଣିରେ ବୁଡି ରହିଛି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ୱାର୍ଡ ଭିତରେ ପାଣି ପଶି ଯାଇଥିବାରୁ ରୋଗୀମାନଙ୍କୁ ଉପର ମହଲାରେ ଥିବା ସର୍ଜରୀ ୱାର୍ଡକୁ ସ୍ଥାନାନ୍ତରିତ […]
ପୁରୀ: ଅଢେଇ ମାସ ଶିଶୁର ମୃତ୍ୟୁକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରିର ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ଡାକ୍ତରଖାନାର ମୁଖ୍ୟ ଫାଟକରେ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ। ଓଭରଡୋଜ୍ ପୋଲିଓ ଔଷଧ ଏବଂ ଚିକିତ୍ସାରେ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନରଣପୁର ଗାଁର ସ୍ମତିରଞ୍ଜନ ବିଶ୍ୱାଳଙ୍କ ଅଢ଼େଇ ମାସର ଶିଶୁ କନ୍ୟାକୁ ଗତ ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ଟୀକା […]
ଭୁବନେଶ୍ୱର: ଏକ ନୂଆ ଠକେଇ। ଠକେଇର ନାଁ କ୍ୟୁ ନେଟ୍ ସ୍କାମ୍ । ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଏ ଠକେଇ। ୫ ଲକ୍ଷ ଟଙ୍କା ଦିଅ, ୫ ବର୍ଷରେ ୫ କୋଟି ନେବ’- ଏମିତି କହି ଗୁପ୍ତରେ ବିଛା ଚାଲିଛି ଏହି ନେଟ୍ଓ୍ୱର୍କିଂର ମାୟାଜାଲ । ଆଉ ସେ ମାୟାଜାଲରେ ପଡ଼ି ଛଟପଟ ହେଉଛନ୍ତି ନିରୀହ ନିବେଶକାରୀ। ରାଜ୍ୟରେ ଚିଟ୍ଫଣ୍ଡ ଠକେଇଠୁ ବି ଏ ଠକେଇ ଆହୁରି ମାରାତ୍ମକ । ଚିଟିଂର ଏ ନୂଆ […]
ନୂଆଦିଲ୍ଲୀ: ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍ଜିଟି)ର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଏବେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନରେ ବନ ମହାନିର୍ଦ୍ଦେଶକ ଥିବା ସିଦ୍ଧାନ୍ତ ଦାସ ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବାର ଥିଲା। ୧୯୮୨ ବ୍ୟାଚ୍ର ଏହି ଆଇଏଫଏସ ଅଧିକାରୀ ଏବେ ବନ ମହାନିର୍ଦ୍ଦେଶକ ପଦ ସମେତ […]
ପୁରୀ: ପୁରୀ ମଠବାଡ଼ି ଭଙ୍ଗା ଅଭିଯାନ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ କ୍ରମରେ ବିଭିନ୍ନ ମଠ ଭଙ୍ଗାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦଗୁରୁ କହିଛନ୍ତି, “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ପୂର୍ବରୁ ବିଶେଷ କରି ମଠ ଭଙ୍ଗାଯିବା ପୂର୍ବରୁ କାହିଁକି ସଂସ୍କାର କମିଶନ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଲେନି? […]
ମାଲକାନଗିରି (ଜିତେନ୍ଦ୍ର ବେଉରା): କାମ ସମୟରେ ଅଫିସ୍ରେ ଯାଦୁ ( Magic show)ଦେଖିଲେ ଅଫିସର୍ ଓ କର୍ମଚାରୀ। ଆଉ ଉକ୍ତ ସମୟର ଭିଡ଼ିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡ଼ିଓଟିକୁ ଦେଖି ଲୋକେ ଏହି ଅଫିସ୍ କର୍ମଚାରୀଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଭାଇରାଲ୍ ହୋଇଥିବା ଏହି ଭିଡ଼ିଓଟି ମାଲକାନଗିରି ମ୍ୟୁନିସିପାଲିଟି ଅଫିସ୍ର। ଜଣେ ବ୍ୟକ୍ତି ଏହି ଭିଡ଼ିଓ ଶୁଟ୍ କରି ପ୍ରଥମେ ହ୍ୱାଟ୍ସଆପ୍ରେ ଛାଡ଼ି ଥିଲେ ବୋଲି ଜଣାପଡ଼ିଛି। ଭିଡ଼ିଓଟି ଦିନ ୧୧ଟା ୪୦ ମିନିଟ୍ […]
ପୁରୀ: ମଠ ଛାଡ଼ିବେନି ମହନ୍ତ । ଏମାର ମଠ ଉଚ୍ଛେଦକୁ ନେଇ ଆଜି OTVକୁ ଏଭଳି ସୂଚନା ଦେଇଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ସେ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ ଆଲୋଚନା ବେଳେ କହିଥିଲା। ହେଲେ ଏବେ ବିଭିନ୍ନ ସମୟରେ ବିଭିନ୍ନ କଥା ପ୍ରଶାସନ ପକ୍ଷରୁ କୁହାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ କୌଣସି ହାଲତରେ ମଠ ଭିତର ନିଜ ଗାଦି ଛାଡ଼ିବେନି ବୋଲି ଅଡ଼ି ବସିଛନ୍ତି। […]
ଭୁବନେଶ୍ୱର: ଏଣିକି ଥାନାକୁ ଗଲେ ଆପଣଙ୍କୁ କେହି ରୁକ୍ଷ ବ୍ୟବହାର କରିବେ ନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ପୁଲିସ୍ ବିଭାଗର କର୍ମଚାରୀ ଓ ଅଧିକାରୀ। ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାର ବି ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏନେଇ ପୁଲିସ୍ ଡିଜି ବିଜୟ କୁମାର ଶର୍ମା ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ପୁଲିସ୍ର ବ୍ୟବହାର ପରିମାର୍ଜିତ କରିବାକୁ ପ୍ରତି ଜିଲ୍ଲାରେ ଜଣେ କିମ୍ବା ଦୁଇ ଜଣ କର୍ମଚାରୀଙ୍କୁ ଏ ସମ୍ପର୍କିତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ […]
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ତାରିଖରେ ବସୁଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଭୁବନେଶ୍ୱର ଇଡକଲ ହଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକମାନେ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ। ସେପ୍ଟେମ୍ବର ୨ତାରିଖରେ ବିଜେଡି କାର୍ଯ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁୂଭାରମ୍ଭ କରିବେ ନବୀନ। ଗତ ଥର ୪୭ ଲକ୍ଷ […]
ଛତିଶଗଡ଼: ୪ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିଲେ। ଏବେ ମୁକୁଳିଲେ ଜେଲ୍ରୁ। ଆମ ଏଠି କୌଣସି ଅପରାଧୀଙ୍କ କଥା କହୁନୁ, କହୁଛୁ ୩ କଇଁଛ କଥା। ଘଟଣାଟି ଛତିଶଗଡ଼ ରାଜନନ୍ଦଗାର । ୨୦୧୫ ମସିହାରେ ବସନ୍ତପୁର ପୋଲିସ ବେଆଇନ ଭାବେ କଇଁଛ ରଖିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କରିଥିଲା। ଏଥିସହ ଏମାନେ ରଖିଥିବା ୪ଟି କଇଁଛ ଜବତ କରିଥିଲା । ସେହି କଇଁଛ ମଧ୍ୟରୁ ଗୋଟିକର ସେ ସମୟରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ କଇଁଛକୁ […]
ସମ୍ବଲପୁର (ସଞ୍ଜୟ ଜେନା ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ ମହଙ୍ଗା ପଡ଼ିଲା । ଆନ୍ଦୋଳନରେ ସାମିଲ ହୋଇଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକମାନଙ୍କର ଅଗଷ୍ଟ ମାସ ଦରମାରୁ ଏହି ଟଙ୍କା କଟାଯିବ ବୋଲି ନୋଟିସ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କୁଳପତିଙ୍କ ବିରୋଧରେ ନାନା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଥିଲେ […]
ପୁରୀ: ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଜାରି ରହିଛି । ଆଜି ସିଂହଦ୍ୱାର ସମ୍ମୁଖରେ ଥିବା ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଉଛି । ଚାରିତାଲା ବିଶିଷ୍ଟ ଏହି ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧତ୍କାରୀ ଉପସ୍ଥିତ ଅଛନ୍ତି। ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ […]
ଚିଲିକା : ଚିଲିକା ନିକଟ ରାଜହଂସରେ ଗତ ୭ ତାରିଖରୁ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରୁ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା। ପ୍ରତିଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଇଛି। ଜାହାଜଟିରେ ୩୩ ହଜାର ଲିଟର ତେଲ ରହିଛି। ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ।କମ୍ପାନୀର ଲୋକେ ଜାହାଜରୁ ତେଲ ବାହାର କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେପଟେ ଜୁଆର ଓ […]
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ବସ୍ଷ୍ଟାଣ୍ଡରେ ଜଳି ଯାଇଛି ଏକ ଯାତ୍ରୀବାହୀ ବସ୍। ବସ୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ବସ୍ଟିର ନାଁ ଚକାଡୋଳା । ଏହି ଘରୋଇ ଯାତ୍ରୀବାହୀ କଳାହାଣ୍ଡିରୁ ଆସି ଭୁବନେଶ୍ୱର ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ବସ୍କୁ ରଖିଦେଇ ଭିତରେ କର୍ମଚରୀ ଓ ଅନ୍ୟମାନେ ଶୋଇ ପଡିଥିଲେ। ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ବସ୍ କର୍ମଚାରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆସିଥିଲେ। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଅନ୍ୟପକ୍ଷେ […]
ଭୁବନେଶ୍ୱର: ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଥିସହ ବଜ୍ରପାତ ଓ ଘଡ଼ଘଡ଼ି ବି ମାରିବ। ଏଥିପାଇଁ ଅପରାହ୍ମ ୪ଟା ୩୦ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ।
ଭୁବନେଶ୍ୱର: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଅଲଗା ହେବା ପରେ ଶୀଘ୍ର ଓଡ଼ିଶା ଫେରିବେ । ଓଡ଼ିଶା ଆସିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଜଗା କାଳିଆଙ୍କ ପାଇଁ କ୍ୟାବିନ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ରହିଛନ୍ତି। ତେବେ ଦୁଇ ଶିଶୁ କେବେ ଦିଲ୍ଲୀରୁ ଫେରିବେ ଜଣା ପଡ଼ିନାହିଁ। ସପ୍ତାହକ ଭିତରେ ସେ ନେଇ ତାରିଖ ଘୋଷଣା ହେବ […]
ଭୁବନେଶ୍ୱର: ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ। ଆସନ୍ତା ୧ ତାରିଖ ଅର୍ଥାତ୍ ରବିବାରଠୁ ରାଜଧାନୀରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କୁ ଡ୍ରୋନ୍ ସହାୟତାରେ ଧରିବ କମିଶନରେଟ୍ ପୁଲିସ୍। ସେମାନଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯିବ। ବାଇକ୍ ହେଉ କି କାର୍ ଅଥବା ଅଟୋ, ନିୟମ ଉଲ୍ଲଘଂନ କଲେ ସମସ୍ତେ ଗଣିବେ ତଣ୍ଡ। ପ୍ରଥମ ଥର ପାଇଁ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ରାସ୍ତାକୁ ‘ନୋ ଓଭର ଟେକିଂ ଜୋନ୍’ ଘୋଷଣା […]