• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

training
ଭୋଟ୍‌ ଗଣତି ପୂର୍ବରୁ ଟ୍ରେନିଂ ନେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର: ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଭୋଟ୍ ଗଣତିକୁ ନେଇ ଭୁବନେଶ୍ୱରରେ ରିଟଣ୍ଣିଂ ଅଫିସରଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ଏହି  କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ। ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ୍‌ ଭୋଟ୍‌ ଗଣତି କେନ୍ଦ୍ରରେ ଆଜି ୧୪ଟି ଜିଲ୍ଲାର ୧୧୨ ରୁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। କେମିିତି […]

  • Saturday, 10 July 2021
khurda
ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣୀ ଗାଁର ଏକ ବୁଦାମୂଳରୁ ଆଜି ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ୍ ମହାପାତ୍ର (୧୬)। ତାଙ୍କ ବୟସ ୧୪ରୁ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ କୋଦୁଅବେରେଣୀ ଗାଁର ରବି ମହାପାତ୍ରଙ୍କ ପୁଅ। ବିଶ୍ୱଜିତ୍ ୫ ଦିନ ହେଲା ନିଖୋଜ ଥିଲେ। ବିଶ୍ୱଜିତ୍‌ଙ୍କ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। […]

  • Saturday, 10 July 2021
khurda
‘ଫୋନି’ ପରେ ମାଛି ଆତଙ୍କ, ବଢ଼ୁଛି ଅସ୍ୱାସ୍ଥ୍ୟକର ପରିବେଶ

ଖୋର୍ଦ୍ଧା: ବାତ୍ୟା ‘ଫୋନି’ ପରେ ଏବେ ମାଛି ଆତଙ୍କ। ମାଛି ଉପଦ୍ରବରେ ଗତ ୭ରୁ ୮ ଦିନ ହେଲା ଲୋକେ ଖାଇ-ଶୋଇ ପାରୁ ନାହାନ୍ତି। ଖାଦ୍ୟଠାରୁ ପାଣି ପର୍ଯ୍ୟନ୍ତ ସବୁଥିରେ ମାଛିଙ୍କ ଉତ୍ପାତ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଗାଁ ନିକଟରେ ୨ଟି ବଡ଼ ବଡ଼ କୁକୁଡା ଫାର୍ମ ବାତ୍ୟାରେ ଭାଙ୍ଗିଯିବା ପରେ ଶତାଧିକ ମଲା କୁକୁଡା ପଡି ରହିଥିବାରୁ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। […]

  • Saturday, 10 July 2021
1111
ସ୍ପିଲୱେ ନିର୍ମାଣକୁ ବିରୋଧ କଲେ ହୀରାକୁଦ ଚାଷୀ

ହୀରାକୁଦ: ହୀରାକୁଦ ଡ୍ୟାମର ଦକ୍ଷିଣ ପାର୍ଶ୍ୱରେ ପ୍ରସ୍ତାବିତ ସ୍ପିଲୱେ ନିର୍ମାଣ ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରାରେ ଏହି ଅଞ୍ଚଳର ଚିତ୍ର ଉତ୍ତୋଳନ କରାଯାଇଛି। ଏହାକୁ ଦେଖିବା ପରେ ହୀରାକୁଦ ଅଞ୍ଚଳ ଚାଷୀଙ୍କ ମଧ୍ୟରେ ଛନକା ପଶିଛି । ଚାଷୀ ଏଠାରେ ସ୍ପିଲ ୱେ ନିର୍ମାଣକୁ ବିରୋଧ କରୁଛନ୍ତି। ଏଠାରେ ସ୍ପିଲ ୱେ ନିର୍ମାଣ ହେଲେ ଚାଷୀ ପୁଣିଥରେ ସେମାନେ ବିସ୍ଥାପିତ ହେବେ, ଚାଷଜମି ହରାଇବେ। […]

  • Saturday, 10 July 2021
journalist attack
ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରଫୁଲ୍ଲ କୁମାର ମାଝୀ। ଘରକୁ ଫେରୁଥିବା ବେଳେ ଗରଡ଼ି ଛକରେ ଚୋରା କାଠ ମାଫିଆମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳଡିହା ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ କାରନାମା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ବନ ବିଭାଗ ଚଢ଼ାଉ କରି ଚୋରା କାଠ ଜବତ କରିଥିଲା। […]

  • Saturday, 10 July 2021
central team
‘ଫୋନି’ କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ୨ ଭାଗ ହୋଇ ‘ଫୋନି’ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। ଟିମ୍ ପ୍ରଥମେ ସଚିବାଳୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରିବେ। ସେଠାରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌କୁ ଅବଗତ କରାଇବେ। ଏସ୍ଆର୍‌ସି  ବାତ୍ୟା ‘ଫୋନି’ ନେଇ ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ କ’ଣ ପଦକ୍ଷେପ ଗ୍ରହଣ କରିଛି, […]

  • Saturday, 10 July 2021
protest
‘ଫୋନି’ର ୧୦ ଦିନ ପରେ ବି ରାଜଧାନୀର ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଆସିନି

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୧୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ଏବେବି ସ୍ୱାଭାବିକ ଅବସ୍ଥା ଫେରି ନାହିଁ। ସବୁ ଅଞ୍ଚଳକୁ ବିଦ୍ୟୁତ୍‌କୁ ସଂଯୋଗ ହୋଇନଥିବା ବେଳେ ଏସବୁକୁ ନେଇ ଲୋକେ ଧୈର୍ଯ୍ୟ ହରା ହୋଇଗଲେଣି। ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ ଆସିନାହିଁ, ସେଠାକାର ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏପରିକି ସେମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଲେଣି। ତୁରନ୍ତ ବିଦ୍ୟୁତ୍‌ ଯୋଗାଇ ଦେବା ଦାବିରେ ଗତକାଲି ଅପରାହ୍ନରେ ଭୁବନେଶ୍ୱର ଜାଭିୟର ଛକ […]

  • Saturday, 10 July 2021
434343
ଜାଲ୍‌ ଆକାଉଣ୍ଟ ଖୋଲି ୧୩୮ କୋଟିର ଜିଏସ୍‌ଟି ଠକେଇ

ରାଉରକେଲା: ରାଜ୍ୟରେ ବଡ ଧରଣର ଜିଏସ୍‌ଟି ଘୋଟାଲାର ପର୍ଦ୍ଦାଫାସ୍ ହୋଇଛି। ୧୩୮ କୋଟି ଜିଏସଟି ଠକେଇ ଅଭିଯୋଗରେ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଓଡ଼ିଶା ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।ଏମାନେ ହେଲେ ମାଷ୍ଟର ମାଇଣ୍ଡ ରାଉରକେଲାର ଅତୁଲ ବଂଶଲ, ରାଉରକେଲାର ଦୀନଦୟାଲ ଅଗ୍ରଓ୍ବାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ। GST କମିଶନର ସୁଶିଲ ଲୋହାନୀ ଏକ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି ଯେ, ଏକ […]

  • Saturday, 10 July 2021
12112
ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା

ଭବନେଶ୍ୱର:ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା।  ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥ ସଚିବ।  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି। ଅର୍ଥ ସଚିବ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି, ଯେତେବେଳେ ଲୋକଙ୍କ ପାଇଁ ଖର୍ଚ୍ଚ କରିବାର ଆବଶ୍ୟକତା ପଡୁଛି, ସେତେବେଳେ ଟ୍ରେଜେରୀରୁ ଟଙ୍କା କାଢ଼ି ସିଧାସଳଖ ଖର୍ଚ୍ଚ କର।  ବ୍ୟାଙ୍କରେ ଯେମିତି ସରକାରୀ ଟଙ୍କା ପାର୍କିଂ ନହୁଏ, ତା ଉପରେ ବିଭାଗୀୟ କର୍ତ୍ତୃପକ୍ଷ […]

  • Saturday, 10 July 2021
1111
ରାତିଅଧରେ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର:ମାତାଲ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ! ନିଶାଗ୍ରସ୍ତ ହୋଇ ଡାକ୍ତର ଜଣେ ବ୍ୟକ୍ତିଙ୍କ ଘରକୁ ପଶି ତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ସହରରେ। ସ୍ଥାନୀୟ ଟାଉନ ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଡାକ୍ତରଙ୍କ ନଁ ଅବିନାଶ ମିଶ୍ର । ରାତି ପ୍ରାୟ ୩ଟାରେ ରେଲେଓ୍ୱ ଷ୍ଟେସନ ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ନିଶାଶକ୍ତ ଅବସ୍ଥାରେ କେହି ଜଣେ ପଶି ଆସିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ […]

  • Saturday, 10 July 2021
konark
ବର୍ଷାପାଣିରେ ଭାସିଲା ମନ୍ଦିର

ପୁରୀ: ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରୁ ବର୍ତ୍ତି ପାରିନି ମନ୍ଦିର। କୋଣାର୍କ ସୂର୍ଯ୍ୟମନ୍ଦିର ପାଣି ଘେରରେ ଥିବାବେଳେ  ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିର ମଧ୍ୟ ଜଳମଗ୍ନ ହୋଇ ଯାଇଛି। ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ପାଣିରେ ବୁଡ଼ି ରହିଛି ସୂର୍ଯ୍ୟ ମନ୍ଦିର। ମନ୍ଦିରର ମୁଖ୍ୟ ଭାଗରୁ ଆରମ୍ଭ କରି ପୂରା ସୂର୍ଯ୍ୟ ମନ୍ଦିରରେ ପାଣି ଆଉ ପାଣି। ପର୍ଯ୍ୟଟକ ମନ୍ଦିର ଭିତରକୁ ପଶିବା ଏକରକମ ମୁସ୍‌କିଲ୍ ହୋଇପଡ଼ିଛି। ମନ୍ଦିର ପରିସରରେ ଆଣ୍ଠୁଏ ଲେଖାଏ […]

  • Saturday, 10 July 2021
rayagada
ଧସିଲା ପାହାଡ଼, ମାଟିରେ ମିଶିଗଲା ୨୦ ଘର

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପାହାଡ ଧସି ଘର ଭୁଶୁଡ଼ି ଯାଇଥିବାବେଳେ କେନ୍ଦ୍ରାପଡ଼ାରେ ଅଞ୍ଚଳରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲାରେ ଗତକାଲି ରାତି ତମାମ ବର୍ଷା ଲାଗି ରହିଥିଲା । ଗୁଣପୁରର ରିଜିଙ୍ଗତାଲ ନିକଟରେ ପାହାଡରୁ ପଥର ଧସି ଯାଇଛି। ଫଳରେ ରାସ୍ତା ଉପରେ ପଥର ପଡ଼ି […]

  • Saturday, 10 July 2021
1231332
ବିଜେପୁରରେ ରୀତାଙ୍କ ବିଜୟ; ଭାଙ୍ଗିଲେ ରେକର୍ଡ

ବରଗଡ଼: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ରେକର୍ଡ ସହ ପୁଣି ଥରେ ବାଜି ମାରିଛି ବିଜେଡି। ସାଧାରଣ ନିର୍ବାଚନର ରେକର୍ଡକୁ ଭାଙ୍ଗି ଦଳୀୟ ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି। ରୀତା ମୋଟ ୧, ୩୫, ୯୫୭ ଭୋଟ ପାଇଥିବା ବେଳେ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ପଡ଼ି ଯାଇଛନ୍ତି। ବିଜେପିର ସନତ ଗଡ଼ତିଆଙ୍କୁ ୩୭, ୯୬୭ ଭୋଟ ମିଳିଥିବା ବେଳେ କଂଗ୍ରେସର […]

  • Saturday, 10 July 2021
1211
୮୦ ହଜାର ଭୋଟରେ ଆଗେଇଲେ ରୀତା

ବରଗଡ଼: ବିଜେପୁର ବିଧାନସଭା ଫଳାଫଳ ସ୍ପଷ୍ଟ ହୋଇ ଆସୁଛି। ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଅଛନ୍ତି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୧୭ ରାଉଣ୍ଡ ଗଣତି ଶେଷ ହୋଇ ଯାଇଛି।  ପ୍ରଥମ ରାଉଣ୍ଡରୁ ବିଜେଡି ଆଗରେ ଥିବାବେଳେ ବର୍ତ୍ତମାନ ୧୭ ରାଉଣ୍ଡ ଗଣତି ବେଳକୁ ରୀତା ସାହୁ ପ୍ରାୟ ୮୦ ହଜାର ଭୋଟରେ ବିଜେପିଠାରୁ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା […]

  • Saturday, 10 July 2021
mahanadi river
ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଘୁଞ୍ଚିଲା। ଏଥିସହ ଉଭୟ ଓଡ଼ିଶା ଓ ଛତିଶଗଡ଼ ୪ ସପ୍ତାହ ସମୟ ନେଇଛନ୍ତି। ବାତ୍ୟା ପାଇଁ ତୃତୀୟ ମିଳିତ ବୈଠକ ହୋଇପାରିନଥିବାରୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମୟ ମାଗିଥିଲେ। ତେବେ ୨ ରାଜ୍ୟର ଆବେଦନକୁ ମହାନଦୀ ଟ୍ରିବ୍ୟୁନାଲ ଗ୍ରହଣ କରିଛନ୍ତି। ଜୁଲାଇ ୧୩ ପୂର୍ବରୁ ସ୍ଥଳ ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଜୁଲାଇ ୧୩ରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ।

  • Saturday, 10 July 2021
representational image
ନଦୀରେ ବୁଡ଼ି ୧୨ ବର୍ଷ ବାଳକର ମୃତ୍ୟୁ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ନଦୀରେ ବୁଡ଼ି ଜଣେ ୧୨ ବର୍ଷର ଜଣେ ବାଳକର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାବୁଦାରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଘର ହରିପୁର ଗାଁରେ। କୃଷ୍ଣଚନ୍ଦ୍ର ଆଜି ତାଙ୍କ ପରିବାର ସହ କାଳାବୁଦା ସ୍ଥିତ ଶନ୍ନିଶ୍ଚର ପୀଠକୁ ଜଳାଭିଷେକ କରିବାକୁ ଆସିଥିଲେ। ଜଳାଭିଷେକ ପରେ ଚିତ୍ରୋତ୍ପଳା ନଦୀରେ କୃଷ୍ଣଚନ୍ଦ୍ର ଗାଧୋଇବାକୁ ଯାଇଥିଲେ। ଏହି […]

  • Saturday, 10 July 2021
train
ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ

ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ-ବାଲେଶ୍ୱର ମଧ୍ୟବର୍ତ୍ତୀ ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଟ୍ରେନରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା କରାଯାଇଛି। ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିବା ସୂଚନା […]

  • Saturday, 10 July 2021
435633736
ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହିଁ-ରୀତା

ଭୁବନେଶ୍ୱର:‘ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି। ବିଜେଡି ଏଠି ସର୍ବାଧିକ ଭୋଟରେ ଜିତିବ।’ ବିଜେପୁର ଉପନିର୍ବାଚନ ଭୋଟ ଗଣତି ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆତ୍ମବିଶ୍ୱାସର ସହ ଏହା କହିଛନ୍ତି। ବିଜେପୁର ବ୍ୟାଟଲ୍‌ ଆଜି ଶେଷ ପର୍ଯ୍ୟାୟରେ। ଆଜି ସକାଳୁ ଆରମ୍ଭ ହୋଇ ଯାଇଛି ଭୋଟ ଗଣତି। ଭୋଟ ଗଣତି ଫଳାଫଳରୁ ଯାହା ଜଣାପଡ଼ୁଛି, ଫଳାଫଳ ବିଜେଡି ମୁହାଁ । ବିଜେଡି ପ୍ରାର୍ଥୀ ରୀତା  ସାହୁ ଆଗରେ ଅଛନ୍ତି। ଏହାକୁ ଦେଖି ରୀତା ଖୁବ୍‌ ଉତ୍ସାହିତ ଅଛନ୍ତି। […]

  • Saturday, 10 July 2021
maoist landmine blast
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ବୋଗାପଦର ପାହାଡ଼ରେ ମାଓ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି ଯବାନମାନେ ଅପରେସନ୍‌ରେ ଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ପାହାଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ଜଣାପଡ଼ିଛି।  

  • Saturday, 10 July 2021
112113123
ବିଜେପୁର ଭୋଟ; ୬ଷ୍ଠ ରାଉଣ୍ଡ ସୁଦ୍ଧା ରୀତା ସାହୁ ଆଗରେ

ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବଚନର ଫଳାଫଳ ଆଜି ଜଣାପଡ଼ିବ।  ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୬ଷ୍ଠ ରାଉଣ୍ଡ ଭୋଟ ଗଣତି ସରିଲାଣି।  ପ୍ରଥମ ୫ଟି ରାଉଣ୍ଡ  ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଥିବାବେଳେ ୬ଷ୍ଠ ରାଉଣ୍ଡରେ ମଧ୍ୟ ସେ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି  ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ […]

  • Saturday, 10 July 2021
maoist deadbody
ପରିବାରବର୍ଗଙ୍କୁ ହସ୍ତାନ୍ତର ହେଲା ୩ ମାଓବାଦୀଙ୍କ ଶବ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ବୁଧବାର ହୋଇଥିଲା ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ। ଏଥିରେ ୫ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ମୃତଶରୀରକୁ ବ୍ୟବଚ୍ଛେଦ ପରେ ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି କୋରାପୁଟ ପୋଲିସ। ଏହି ତିନିଜଣଙ୍କ ମଧ୍ୟରୁ ପାଲେଶୁ ୱେଙ୍କଟ କାମେଶ୍ୱରୀର ଘର ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଭିମାବରମ, ବିଡିକା ଲକ୍ଷ୍ମୀଙ୍କ ଘର ବିଜୟନଗରମ୍ ଜିଲ୍ଲାରେ ହୋଇଥିବା ବେଳେ କ୍ରିଷ୍ଣା ଓ୍ୱାଡେକା ନାରାୟଣପାଟଣା ବ୍ଲକ କାର୍ତ୍ତୁଲପେଟାର ବାସିନ୍ଦା […]

  • Saturday, 10 July 2021
1211
ବିଜେପୁର ଭୋଟ: ଆଗରେ ବିଜେଡି

ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଓ  ଦ୍ୱିତୀୟ ରାଉଣ୍ଡ ପରେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ଦୁଇ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଥିବାବେଳେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧ ମଧ୍ୟ ସେ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି  ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ […]

  • Saturday, 10 July 2021
12222
ବର୍ଷା ଯୋଗୁ ବାତିଲ ହେଲା ଏହିସବୁ ଟ୍ରେନ

ଭୁବନେଶ୍ୱର: ଗତକାଲିଠାରୁ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାକୁ ଦେଖି ଇଷ୍ଟ କୋଷ୍ଟ ରେଲୱେର ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ଭୁବନେଶ୍ୱର ଛାଡ଼ିବାକୁ […]

  • Saturday, 10 July 2021
12112
ଏହି ୬ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ତଳିଆ ଅଞ୍ଚଳ ଜଳମଗ୍ନ ହୋଇଗଲାଣି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଥମେ ଗଞ୍ଜାମ, ଗଜପତି ଓ ଭଦ୍ରକ ଜିଲ୍ଲାର ସବୁ ସ୍କୁଲ, […]

  • Saturday, 10 July 2021
pick up van catches fire
ପିକ୍ଅପ୍ ଭ୍ୟାନ୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅନୁଗୁଳ(ବିରଜା ଦାସ): ଅନୁଗୁଳ-ଗୋପାଳପ୍ରସାଦ ରାସ୍ତାର ନତଡା ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ହଠାତ୍‌ ନିଆଁ ଲାଗିଯାଇଛି। ଗାଡ଼ି ଚାଳକ ଓ ସହଯୋଗୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓଡି ୧୯- ୧୮୫୫ ନମ୍ବର ବିଶିଷ୍ଟଏକ ପିକ୍ଅପ୍ ଭ୍ୟାନ୍‌ ବ୍ୟବସାୟୀ ସାମଗ୍ରୀ ନେଇ ଅନୁଗୁଳରୁ ଗୋପାଳପ୍ରସାଦ ଅଭିମୁଖେ ଯାଉଥିବା ବେଳେ ନତଡା ନିକଟରେ ହଠାତ୍‌ ଗାଡ଼ିର ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ରାସ୍ତା କଡ଼ରେ ଗାଡ଼ି ଚାଳକ ପାର୍କ କରିବା ସହ ଅଗ୍ନିଶମ ବାହିନୀକୁ […]

  • Saturday, 10 July 2021