• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rss
‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଆରଏସ୍‌ଏସ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍) ସହାୟତାର ହାତ ବଢ଼ାଇଛି। ସଂଘ ପକ୍ଷରୁ ୧ ଲକ୍ଷ ୬୪ ହଜାର ୭୬ଜଣ ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି, ତାରପୋଲିନ ଓ ଔଷଧ ଯୋଗାଇ ଦିଆଯାଇଛି। ଏହାସହ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୧୦ ହଜାର ପରିବାରକୁ ଆରଏସ୍‌ଏସ୍ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇବ ବୋଲି ଜଣାପଡ଼ିଛି। ଏଥିସହ କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା […]

  • Saturday, 10 July 2021
car accident
ଦୁର୍ଘଟଣାରେ ଶାଶୂ,ଶ୍ୱଶୁର ଓ ବୋହୂ ମୃତ, ୩ ଗୁରୁତର

ଢେଙ୍କାନାଳ: ବାର୍‌ହାକୁ ଧକ୍କା ଦେଇ କାର୍‌ଟିଏ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ବୃଦ୍ଧ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବଂ ଦୁଇ ନାତିନାତୁଣୀ (୫ ବର୍ଷର ନାତି, ୯ ବର୍ଷର ନାତୁଣୀ) ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। […]

  • Saturday, 10 July 2021
accident
ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୫ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକ ନିକଟରେ ବସ୍ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ଜଣ ବସ୍‌ ଯାତ୍ରୀଙ୍କ ସମେତ ଟ୍ରକ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁପ୍ତା ନାମକ ବସ୍‌ଟି ରାଉରକେଲାରୁ ଗୟା ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ […]

  • Saturday, 10 July 2021
khatia
ଆମ୍ବୁଲାନ୍ସ ଆସିଲାନି, ୫ କିମି ଖଟିଆରେ ବୁହା ହେଲେ ରୋଗୀ

ଫୁଲବାଣୀ:ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହାର ପୁଣି ଏକ ନମୁନା ।  ରାସ୍ତା ଖରାପ ଯୋଗୁ ଗାଁକୁ ଗାଡ଼ି ଆସିପାରିଲାନି। ତେଣୁ ଖଟିଆରେ ବୁହା ହେଲେ ରୋଗୀ। ଏଥର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ମୁଣ୍ଡିମାସକା ଗାଁରେ। ମୁଣ୍ଡିମାସକା ଗାଁର କାମିନ ମଲ୍ଲିକ ନାମକ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ନଆସିବାରୁ ମହିଳାଙ୍କୁ ଗାଁରୁ ପ୍ରାୟ ୫ […]

  • Saturday, 10 July 2021
dharmendra pradhan
ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପରେ ଅନଲାଇନ୍ କାରବାର ସ୍ୱାଭାବିକ ହେବ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୈଳ ବିକ୍ରି ପ୍ରକ୍ରିୟା ଧରେ ଧୀରେ ସ୍ୱାଭାବିକ ହେଉଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକରେ ପେଟ୍ରୋଲ, ଡିଜେଲ ଓ LPG ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ୨୩୪ଟି ପେଟ୍ରୋଲ ପମ୍ପରୁ ଆଜି ସୁଦ୍ଧା ୨୩୨ଟି କାର୍ଯ୍ୟକ୍ଷମ ହୋଇଛି। ବାକି ୨ଟି କାଲି କାର୍ଯ୍ୟକ୍ଷମ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ୮ଟି ମୋବାଇଲ୍ ଟ୍ୟାଙ୍କର ଯୋଗେ ଡିଜେଲ, ପେଟ୍ରୋଲ […]

  • Saturday, 10 July 2021
new vc
ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ଓୟୁଏଟିର ନୂଆ କୁଳପତି

ଭୁବନେଶ୍ୱର: ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ହେଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏବେ ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ ତାରିଖରେ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ […]

  • Saturday, 10 July 2021
sarathi
କୋର୍ଟରେ ହାଜର ହେଲେ ସାରଥି

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସ୍‌ସି/ଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଆଜି କୋର୍ଟରେ ଅନ୍ୟ ୨ଦୁଇ ଜଣ ସାକ୍ଷୀ ଅନୁପସ୍ଥିତ ରହିବାରୁ ଚାର୍ଜଫ୍ରେମ୍ ହୋଇପାରିନାହିଁ। ଆସନ୍ତା ୧୭ରେ ସାରଥିଙ୍କୁ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Saturday, 10 July 2021
0000000000001
ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ଭୋଟ ପାଇବେ ରୀତା !

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଭୋଟ ପାଇବାରେ ମୁଖ୍ୟମନ୍ତ୍ରୀଙ୍କୁ ଟପିଯିବେ ରୀତା ସାହୁ । ଏଭଳି ଆକଳନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।  ସୁଶାନ୍ତ କହିଛନ୍ତି, ଗତ ନିର୍ବାଚନରେ ନବୀନ ଯେତିକି ଭୋଟ ପାଇଥିଲେ, ରୀତା ତାକୁ ଟପିଯିବେ । ସେ ଏକଥା ସିଧାସଳଖ ନ କହିଲେ ମଧ୍ୟ ପରୋକ୍ଷରେ ଏହିପରି ଆକଳନ କରିଛନ୍ତି । ସେ କହିଛନ୍ତି, ଉପନିର୍ବାଚନବେଳେ ବିଜେପୁର ମାହୋଲ ପୂରା ବିଜେଡ଼ି ସପକ୍ଷରେ ଥିଲା। ତେଣୁ ଏଥର  ବିଜେଡି ୧.୨୫ଲକ୍ଷରୁ ୧.୪୦ ଲକ୍ଷ ଭୋଟ […]

  • Saturday, 10 July 2021
44444444444444
ମାଓବାଦୀ ନାଁରେ ଟଙ୍କା ମାଗୁଥିଲେ, ଧରାପଡ଼ିଲେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ପୁଲିସ ଆଜି ଆଉ ତିନିଜଣ  ନକଲି ମାଓବାଦୀକୁ  ଗିରଫ କରିଛି।  ମାଓବାଦୀ ନାମରେ ଏମାନେ  ନାରାୟଣପାଟଣାର ଦୀପକ ବୁଧୱାର ନାମକ ଜଣେ  ସୁପର କ୍ଲାସ କଣ୍ଟ୍ରାକ୍ଟରଙ୍କ ଠାରୁ  ୨୫ ଲକ୍ଷ ଟଙ୍କା ଦାବି କରି ଆସୁଥିଲେ। ଏ ନେଇ କଣ୍ଟ୍ରାକ୍ଟରଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ।  ପୁଲିସ ଘଟଣାର ତଦନ୍ତ କରି ଏମାନଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ନାରାୟଣପାଟଣା ବ୍ଲକର ବୋଲି ଜଣାପଡ଼ିଛି। ତେବେ ଦୁଇଜଣ ସେମିଳିଗୁଡ଼ାରେ ରହୁଥିଲେ।  ଏମାନେ […]

  • Saturday, 10 July 2021
basudevpur
ବିଷାକ୍ତ ଫଳ ଖାଇ ଜଣେ ମୃତ, ୨ ଗୁରୁତର

ବାସୁଦେବପୁର(କୀର୍ତ୍ତି ଦାସ): କାଳ ହେଲା ବିଷାକ୍ତ ଫଳ। ଜ୍ୱର ଭଲ ହେବା ପାଇଁ କୋଚିଲା ଫଳ ଚୋପା ସିଝେଇ ଖାଇବାରୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ବିନାକାରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଥିବାବେଳେ ଆଉ ଜଣେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

  • Saturday, 10 July 2021
summer
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି; ଆହୁରି ୨ ଦିନ ଯାଏ ଲାଗି ରହିବ ହିଟ୍‌ ୱେଭ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ନାକେଦମ୍ କଲାଣି। ଆହୁରି ଦୁଇ ଦିନ ଯାଏ ଏଭଳି ହିଟ୍ ୱେଭ୍‌ ଲାଗି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଉପକୂଳ ଓଡ଼ିଶାରେ ପାରଦ କମ୍ ରହୁଥିଲେ ମଧ୍ୟ ଆଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ସୁବର୍ଣ୍ଣପୁର […]

  • Saturday, 10 July 2021
22222222222222222222
ଗାଡ଼ି କିଣିବା ପାଇଁ ସରକାରୀ ଚାକିରିଆଙ୍କୁ ବିନା ସୁଧରେ ମିଳିବ ଋଣ !

ଭୁବନେଶ୍ୱର: ରାଜ୍ୟରେ ଇଲେକ୍ଟ୍ରି ଗାଡ଼ିର ନିର୍ମାତା ଓ ଗ୍ରାହକଙ୍କୁ ମିଳିବ ପ୍ରୋତ୍ସାହନ।  ଏ ନେଇ ଆସନ୍ତା ମାସକ ମଧ୍ୟରେ ସ୍ୱତନ୍ତ୍ର ନୀତି ଆଣିବେ ରାଜ୍ୟ ସରକାର। ରାଜ୍ୟରେ ଇ-ଯାନ ଚଳାଚଳ ତ୍ୱରାନ୍ୱିତ କରିବାକୁ ବିପୁଳ ରିହାତି ଓ ପ୍ରୋତ୍ସାହନ ଦିଆଯିବ। ଇ-ଯାନ ନିମନ୍ତେ ପବ୍ଲିକ୍ ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଶିଳ୍ପ ବିଭାଗ ପକ୍ଷରୁ ରିହାତି ବ୍ୟବସ୍ଥା ହେବ। ଇ-ଯାନ ନିର୍ମାତାଙ୍କୁ ସୁବିଧାରେ ଜମି ଆବଣ୍ଟନ ସହ ସବ୍‌ସିଡି ପ୍ରଦାନ ପାଇଁ ଶିଳ୍ପ ବିଭାଗ ବ୍ୟବସ୍ଥା କରିବ।  […]

  • Saturday, 10 July 2021
rairangapur
ମରିଗଲା ମାନବିକତା: ଅଧା ରାସ୍ତାରୁ ମାଆ ଓ ଛୁଆକୁ ଛାଡ଼ି ପଳାଇଲା ଆମ୍ୱୁଲାନ୍ସ!

ରାଇରଙ୍ଗପୁର (ରାଜେଶ ଶର୍ମା): ମରିଗଲା ମାନବିକତା। ମାଆ ଓ ଛୁଆକୁ ଅଧା ରାସ୍ତାରେ ଛାଡ଼ି ପଳାଇଗଲା ୧୦୨ ଆମ୍ୱୁଲାନ୍ସ! ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ଜାମଦା ଥାନା ମାନବୀର ଗାଁର ଏକ ୬ ମାସର ଅସୁସ୍ଥ ଶିଶୁକୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  କିନ୍ତୁ ସେଠାରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ଡାକ୍ତର ବାରିପଦା ପିଏମ୍ଆର୍‌ଏମ୍‌ ମେଡିକାଲ୍‌କୁ ରେଫର୍ କରାଯାଇଥିଲା। ତେବେ ୧୦୨ ଆମ୍ବୁଲାନ୍ସରେ ବାରିପଦା ଯାଉଥିବା ବେଳେ ଶିଶୁଟିର ମୃତ୍ୟୁ […]

  • Saturday, 10 July 2021
representational image
କୁନ୍ଦୁଲି ପୀଡ଼ିତାଙ୍କ ଭଳି ପ୍ରାଣ ହାରିଲେ ଆଉ ଜଣେ ଗଣଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ଭଳି ଆଉ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାରୁ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ସଂପୃକ୍ତ ପୀଡ଼ିତା ଜଣେ କଲେଜ ଛାତ୍ରୀ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। କିଛି ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗଣଦୁଷ୍କର୍ମ ପରଠୁ ପୀଡ଼ିତା ଜଣକ ଭୁବନେଶ୍ୱର […]

  • Saturday, 10 July 2021
representationl image
ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ

ନୀଳଗିରି: ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗତକାଲି ଦିନରେ ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଉଦ୍ୟମ ବିଫଳ ହେବା ପରେ ଶ୍ୱଶୁର ବୋହୂକୁ ଠେଙ୍ଗାରେ ପିଟିଥିଲେ। ଏଥିସହ ଶ୍ୱଶୁର ଘର ଲୋକେ ମିଶି ବୋହୂଙ୍କୁ ହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ […]

  • Saturday, 10 July 2021
dharmendra pradhan
ପୁରୀରେ ବିଦ୍ୟୁତ୍ ଚିନ୍ତା: ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ପୁରୀରେ ଉଜୁଡ଼ି ଯାଇଥିବା ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏନେଇ ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପୁରୀରେ ବିଦ୍ୟୁତ୍‌ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଗ୍ୟାସ୍ କଟର ଏବଂ ପ୍ଲାଜ୍‌ମା କଟର ମେସିନ୍ ସହ କର୍ମଚାରୀ ନିୟୋଜିତ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। NDRF is going to deploy […]

  • Saturday, 10 July 2021
encounter
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): କିଛି ଦିନର ନିରବତା ପରେ ପୁଣି ଗଞ୍ଜାମରେ ପୁଲିସ୍‌ର ଏନ୍‌କାଉଣ୍ଟର। ପୁଲିସ୍‌ ସହ ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି। ଏଥିରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟର ଓ ୪ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆଜି ଭୋର ସାଢ଼େ ୪ଟା ବେଳେ ଖଲ୍ଲିକୋଟ ଥାନା ନାରାୟଣୀ ମନ୍ଦିର ରାସ୍ତାରେ ଏହି ଗୁଳି ବିନିମୟ ହୋଇଥିଲା। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ […]

  • Saturday, 10 July 2021
11111111
ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ: ପରବର୍ତ୍ତୀ ଶୁଣାଣି ୪ରେ

କଟକ: ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟରେ ଆଜିର ଶୁଣାଣି ଶେଷ ହୋଇଛି । ଆସନ୍ତା ନଭେମ୍ବର ୪ରେ ହେବ ପରବର୍ତ୍ତୀ ଶୁଣାଣି । ଅଦାଲତ ଅବମାନନା ପ୍ରସଙ୍ଗରେ ୧୪ ଜଣିଆ ବିଚାରପତିଙ୍କୁ ନେଇ ହାଇକୋର୍ଟ ଫୁଲ୍ ବେଞ୍ଚରେ ହୋଇଥିଲା ଶୁଣାଣି। ଶୁଣାଣି ସମୟରେ ହାଜର ହୋଇ ପକ୍ଷ ରଖିବାକୁ ଅଧିକ ୪ ସପ୍ତାହର ସମୟ ମାଗିଥିଲେ ହାଇକୋର୍ଟ ବାର୍ ସମେତ ଅନ୍ୟ ପ୍ରତିପକ୍ଷ । ହାଇକୋର୍ଟ ବାର ସାଧାରଣ ପରିଷଦରେ ଆଜି ବସିବ ରାଜ୍ୟର ବିଭିନ୍ନ […]

  • Saturday, 10 July 2021
1232322
ନକ୍ସଲ ଭୟ: ଭିଟାମାଟି ଛାଡ଼ି ପଳାଇଗଲେ ପରିବାର

ମାଲକାନଗିରି: ନକ୍ସଲ ଭୟରେ ମାଲକାନଗିରି ଜିଲ୍ଲା ଡାବୁଗୁଡାର ବହୁ ଲୋକ ଭିଟାମାଟି ଛାଡ଼ି ସାରିଲେଣି। ପୁଣି ଗୋଟିଏ ପରିବାରର ୧୩ ଜଣ ପ୍ରାଣ ବିକଳରେ ଭିଟାମାଟି ଛାଡିଥିବା ଜଣାଯାଇଛି। ଡାବୁଗୁଡା ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ରାକେଶର ମୃତ୍ୟୁ ପରେ ନକ୍ସଲମାନେ ପ୍ରଜାକୋର୍ଟ କରି ଏହି ପରିବାର ସମସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।  ଏତିକିରେ ସରି ନ ଥିଲା ସେମାନଙ୍କ ନିର୍ଯାତନା । ନକ୍ସଲମାନେ ସେମାନଙ୍କର ଘର ଏବଂ ଆସବାବପତ୍ର ମଧ୍ୟ  ଭଙ୍ଗାରୁଜା କରିଥିଲେ । […]

  • Saturday, 10 July 2021
odisha-1
ଆଜି ରାଜ୍ୟ କ୍ୟାବିନେଟ୍: ୧୧ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି ଏଜେଣ୍ଡା ଉପରେ ବିଚାରବିମର୍ଷ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଏହି କ୍ୟାବିନେଟ୍ ବୈଠକ ୧୯ତାରିଖ ସନ୍ଧ୍ୟା ୬ଟାରେ ହେବାର ଥିଲା। କିନ୍ତୁ ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ବୈଠକକୁ ୨୧ତାରିଖ ସନ୍ଧ୍ୟା ୬ଟାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। […]

  • Saturday, 10 July 2021
122323
ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ: ଅନ୍ଧାରରେ ବାଡ଼ି ବୁଲଉଛି ପୁଲିସ

ଯାଜପୁର: ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ମୃତ୍ୟୁ ପଛର ରହସ୍ୟ କ’ଣ ? ଏହା ହତ୍ୟା ନା ଆତ୍ମହତ୍ୟା? ଏସବୁକୁ ନେଇ ଲାଗି ରହିଛି ସସ୍ପେନ୍ସ। ପୋଲିସ ଘଟଣାର ଖୋଲତାଡ଼ କରୁଥିଲେ ବି କିଛି ଟେର ପାଉନି। ଅନ୍ଧାରରେ ବାଡ଼ି ବୁଲଉଛି ଯାହା। ସମସ୍ତଙ୍କ ନଜର  ସେହି ଗେଷ୍ଟହାଉସ୍ ଉପରେ । ଯେଉଁଠିକୁ ଦିନ ଦ୍ୱିପହରରେ ଯାଇଥିଲେ ପିଇଓ ଏବଂ […]

  • Saturday, 10 July 2021
2323223
୩୦୦ ନର୍ସିଂହୋମ୍‌ରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା। ଏହି ଯୋଜନାରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୩୦୦ ନର୍ସିଂହୋମ୍ ଆଉ ରୋଗୀଙ୍କୁ ସେବା କରିବେନି । ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାରୀ ମେଡିକାଲ ସହ ପ୍ରାୟ ୩ଶହ ନର୍ସିଂହୋମ ଅନୁବନ୍ଧିତ ହୋଇଥିଲେ । ତେବେ ୨୦୧୭ରୁ ସେମାନଙ୍କୁ ବକେୟା ଅର୍ଥ ମିଳିନି। ପ୍ରାୟ […]

  • Saturday, 10 July 2021
basant panda
ଦାମଙ୍କୁ କେବେ ବି ଅଣଦେଖା କରାଯାଇନି-ବସନ୍ତ ପଣ୍ଡା

ଭୁପନେଶ୍ୱର: ବିଜେପିରେ ମିଶିବାର ୭ ମାସ ପରେ ଆଜି ବରିଷ୍ଠ ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ସାରିଛନ୍ତି। ଦଳରେ ତାଙ୍କ  ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନ ଥିବା ଅନୁଭବ କରି ସେ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ  ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏ ନେଇ ମୁହଁ ଖୋଲିଛନ୍ତି।  କହିଛନ୍ତି, ଦଳରେ […]

  • Saturday, 10 July 2021
hus
କାଠଯୋଡ଼ିରେ ନିଖୋଜ ଦେବବ୍ରତଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର:ପତ୍ନୀ ଓ ପୁତ୍ରଙ୍କ ସାମ୍ନାରେ କାଠଯୋଡ଼ି ପୋଲରୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତଙ୍କ ମୃତଦେହ ଆଜି ମିଳିଛି।  ଗୋବିନ୍ଦପୁର ଥାନା ରହମ୍ବା ନିକଟ ଦେବୀ ନଦୀ କୂଳରୁ  ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେବବ୍ରତଙ୍କର ବୋଲି ସ୍ପଷ୍ଟ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି। ଗତ ୯ ତାରିଖ ନିଆଳି କରଞ୍ଜ ଗାଁର ଦେବବ୍ରତ ମହାପାତ୍ର ବାଇକ୍‌ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ। ସାଥୀରେ ତାଙ୍କର ପତ୍ନୀ ଓ ପୁଅ ଥିଲେ।  ହଠାତ୍‌ ଦେବବ୍ରତ ନିଜ ବାଇକକୁ […]

  • Saturday, 10 July 2021
122334
ବିଜେପିରେ ମିଶିବାର ନିଷ୍ପତ୍ତି ଭୁଲ ଥିଲା-ସମ୍ବିତ

ଭୁବନେଶ୍ୱର: ‘ଏକ ଦୁର୍ବଳ ମୁହୂର୍ତ୍ତରେ ବିଜେପିରେ ମିଶିବାର ନିଷ୍ପତ୍ତି ଭୁଲ ଥିଲା। ହେଲେ ବିଜୁ ବାବୁଙ୍କ ଆଦର୍ଶରେ ଦୀର୍ଘ ବର୍ଷ ନିଜକୁ ହଜାଇ ଦେବା ପରେ ଆଉ ଏକ ଦଳରେ ନିଜକୁ କମ୍ଫଟେବ୍‌ଲ ମନେ ନ କରିବା ସ୍ୱାଭାବିକ । ତେଣୁ ତାଙ୍କ (ଦାମ ରାଉତ) ସହ ସେମିତି କିଛି ହୋଇଥିବ, ଯେଉଁଥିପାଇଁ ସେ ଇସ୍ତଫା ଦେଇଥିବେ’ ବୋଲି କହିଛନ୍ତି ଦାମଙ୍କ ପୁଅ ସମ୍ବିତ ରାଉତରାୟ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୪ରେ ନୂଆଦିଲ୍ଲୀରେ […]

  • Saturday, 10 July 2021