• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

1111111
ମହଙ୍ଗା ପଡ଼ିଲା ଅବହେଳା; ନିଲମ୍ବିତ ହେଲେ ସିଡିଏମ୍ଓ

ସୁନ୍ଦରଗଡ଼/ରାଉରକେଲା : କର୍ତ୍ତବ୍ୟରେ ଅବହେଳା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ମହଙ୍ଗା ପଡ଼ିଛି । ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।  ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି ।  ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ 5ଟି ସଚିବ ଭି.କେ ପାଣ୍ଡିଆନ୍ ଓ […]

  • Saturday, 10 July 2021
2334565
ଜୁଇରେ ଶୋଇଥିଲେ, ମୁଖାଗ୍ନି ଦେବା ପୂର୍ବରୁ ଜିଇଁ ଉଠିଲେ

ଭଞ୍ଜନଗର: ଜୁଇରୁ ଜୀଇଁଲା ଶବ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ। ଗାଁରୁ ସୀମାଞ୍ଚଳ ମଲ୍ଲିକଙ୍କୁ ମୃତ ବୋଲି ଭାବି ପରିବାର ଲୋକେ  ତାଙ୍କୁ ଶ୍ମଶାନକୁ ନେଇଥିଲେ। ଜୁଇରେ ଶୁଆଇ ଦେଇଥିଲେ । ମୁଖାଗ୍ନି ଦେବାକୁ ଯାଉଥିଲେ। ଆଉ ତା ପରେ ଘଟିଲା ଅଭାବନୀୟ ଘଟଣା। ଜୁଇରୁ ଜୀବନ ଫେରି ପାଇଲେ ସୀମାଞ୍ଚଳ। ଘଟଣା ଏହିପରି। ଗତକାଲି ସକାଳେ […]

  • Saturday, 10 July 2021
mobile network
ବାତ୍ୟା ପାଇଁ ଟେଲିକମ୍‌ କମ୍ପାନୀ ଏକାଠି: ସବୁ ମୋବାଇଲ୍‌ ଗ୍ରାହକଙ୍କୁ ମିଳିବ ନେଟ୍‌ୱର୍କ ସେବା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ୍‌ ସେବା ଯୋଗାଇବାକୁ ଟେଲିକମ୍‌ କମ୍ପାନୀ ଏକାଠି ହୋଇଛନ୍ତି। ବିଏସ୍ଏନ୍ଏଲ, ଏୟାରଟେଲ୍‌, ଭୋଡାଫୋନ୍‌, ଆଇଡିଆ ଏବଂ ଜିଓ ନେଟ୍‌ଓ୍ୱର୍କ ଏକାଠି ହୋଇ ଗ୍ରାହକଙ୍କୁ ଏହି ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ମୋବାଇଲ ଫୋନ୍‌ ଗ୍ରାହକ ସେମାନଙ୍କ ଫୋନ୍‌ର ସେଟିଂକୁ ଯାଇ ଏହି ସେବା ପାଇପାରିବେ।  ସେଟିଂକୁ ଯାଇ ମୋବାଇଲ ନେଟ୍‌ଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟ୍‌କୁ ଆକ୍ଟିଭେଟ୍ […]

  • Saturday, 10 July 2021
34343434343
ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଜିତୁ ଗୁରୁତର

କଟକ: କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଆଜି ପୁଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଆହତ ହୋଇଛି।  ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଜିତୁ ପାଖରୁ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଦୁର୍ଦ୍ଦାନ୍ତ ଜିତୁ ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି। ଜିତୁ ନିକଟସ୍ଥ […]

  • Saturday, 10 July 2021
economist
ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ  ୯୯ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ମିଶ୍ର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ବେଶ୍ ପରିଚିତ ଥିଲେ । ୧୯୪୯ରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଓୟୁଏଟିର ଏଗ୍ରିକଲଚର୍ ଅର୍ଥନୀତି ପ୍ରଫେସର୍ ଏବଂ ୧୯୮୧ରୁ ୮୫ […]

  • Saturday, 10 July 2021
323323232
ଅଧୂରା ରହିଗଲା ସ୍ୱପ୍ନ...ଦୁର୍ଘଟଣା ନେଇଗଲା ଜୀବନ

ନାରାୟଣପାଟଣା: ରୋଜଗାର କରିବେ, ପରିବାର ଲୋକଙ୍କୁ ଭଲରେ ରଖିବେ..ଏଇ ଆଶା ନେଇ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଦୁର୍ଘଟଣାରେ ପ୍ରାଣ ହରାଇଲେ ସନ୍ତୋଷ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତରେ। ବାରୀ ଗ୍ରାମର ଆଦିବାସୀ ଯୁବକ ସନ୍ତୋଷ (୨୫ ବର୍ଷ) ଗାଁର ଅନ୍ୟମାନଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ କାକିନାଡ଼ାର ଏକ କାରଖାନାରେ କାମ କରୁଥିଲେ। […]

  • Saturday, 10 July 2021
5454545
ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭିଏସ୍ଏସ୍ ନଗର ଅଞ୍ଚଳର ଏକ ଘର ଭିତରରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ।  ଯୁବକ ଜଣକ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅବକାଶ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ ଚାକିରୀ କରୁଥିଲେ। ଭିଏସଏସ ନଗରରେ ରହୁଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ସହିଦନଗର ପୁଲିସ ଉଦ୍ଧାର କରିଛି। ଯୁବକଙ୍କ ପିଟି ପିଟି ହତ୍ୟା କରାଯାଇଥିବା ପରିବାରଲୋକେ ସହିଦ ନଗର ଥାନାରେ […]

  • Saturday, 10 July 2021
fani
‘ଫୋନି’ ତାଣ୍ଡବ: ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି

ଭୁବନେଶ୍ୱର: ସରକାରୀ ଭାବେ ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ପୁରୀରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୫ ଜଣ, କେନ୍ଦ୍ରାପଡ଼ାରେ ୩ଜଣ, ମୟୂରଭଞ୍ଜରେ ୪ଜଣ, ଯାଜପୁରରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟାରେ ମୋଟ୍ ୧୪ଟି ଜିଲ୍ଲାର ୧୫୫ ବ୍ଲକ୍‌ ଓ ୫୧ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ମୋଟ୍ ୧ କୋଟି ୪୮ ଲକ୍ଷ ଲୋକ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ପ୍ରଭାବିତ ହୋଇଛନ୍ତି।

  • Saturday, 10 July 2021
4343434
ଶଙ୍ଖ ଓ ବେଦଧ୍ୱନୀରେ କମ୍ପିଲା ସିଂହଦ୍ୱାର

ପୁରୀ: ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଶ୍ରୀମଦ୍ଦ ଭାଗବତ ଓ ବେଦ ଧ୍ୱନିରେ ପ୍ରକମ୍ପିତ ହୋଇଛି। ଶଙ୍ଖଧ୍ୱନୀ, ବେଦଧ୍ୱନୀ ସାଙ୍ଗକୁ ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କଣ୍ଠରୁ ଉଚ୍ଚାରିତ ଶ୍ରୀଜଗନ୍ନାଥାଷ୍ଟକମ୍ ଶ୍ରୀକ୍ଷେତ୍ର ପରିବେଶକୁ କରିଥିଲା ଆହୁରି ଭକ୍ତିମୟ। ଆଜି କୁମାର ପୂର୍ଣ୍ଣମୀରେ ସକାଳୁ ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଏପରି ପରିବେଶ ଭକ୍ତଙ୍କୁ ବିହ୍ୱଳିତ କରିଥିଲା।  ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]

  • Saturday, 10 July 2021
representational image
ଦେବଦୂତ ସାଜିଲେ ଫଟୋଗ୍ରାଫର; ଭାସି ଯାଉଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ

କୋଣାର୍କ: କୋଣାର୍କ ନିକଟ ଚନ୍ଦ୍ରଭାଗାରେ ଗାଧୋଇବାବେଳେ ବୁଡ଼ି ଯାଉଥିବା ଜଣେ ମହିଳାଙ୍କୁ ଦେବଦୂତ ସାଜି ଉଦ୍ଧାର କରିଛନ୍ତି ଫଟୋଗ୍ରାଫର। ମହିଳାଙ୍କୁ କୋଣାର୍କ  ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ କାକିନାଡ଼ାର ଅଞ୍ଚଳର  ଏହି ମହିଳାଜଣକ ତାଙ୍କର ସମ୍ପର୍କୀୟଙ୍କ ସହ କୋଣାର୍କ ବୁଲିବାକୁ ଆସିଥିଲେ। ଆଜି ସକାଳୁ ସମସ୍ତେ ଚନ୍ଦ୍ରଭାଗାରେ ଗାଧୋଇବାକୁ ଯାଉଥିବାବେଳେ ମହିଳାଜଣକ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ହେଲେ ସେଠାରେ ଥିବା ଫଟୋଗ୍ରାଫର ଦେବଦୂତଙ୍କ ପରି ସେଠାରେ ପହଞ୍ଚି ଯାଇଥିଲେ। […]

  • Saturday, 10 July 2021
pm modi
ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀଙ୍କ ‘ଫୋନି’ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ। ‘ଫୋନି’ ଘଟାଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡିଜିପି ଆର୍.ପି. ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ପ୍ରଭାବିତ ଅଞ୍ଚଳ ପରିଦର୍ଶନ […]

  • Saturday, 10 July 2021
pm modi
ଓଡ଼ିଶା ଗସ୍ତ ପୂର୍ବରୁ ଟ୍ୱିଟ୍‌ କରି ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର ରିଲିଫ ଏବଂ ଥଇଥାନ କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି। Will be in Odisha tomorrow morning, where I will review […]

  • Saturday, 10 July 2021
representational image
ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ। ସେମାନଙ୍କ ଘର ଆର ଉଦୟଗିରି ଥାନା ଅନ୍ତର୍ଗତ ଆକ୍ଲିମା ଗାଁରେ ବୋଲି ଜଣାପଡ଼ିଛି। ଉଭୟ ସ୍ୱାମୀ-ସ୍ତ୍ରୀ ବ୍ରହ୍ମପୁରରୁ ଏକ ବାଇକ୍‌ରେ ମୋହନା ଆସୁଥିଲେ। ଏହି ସମୟରେ ମଧୁରାମ୍ୱ ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। […]

  • Saturday, 10 July 2021
4343434
ରେଞ୍ଜରଙ୍କ ଦବଙ୍ଗଗିରି-ଗାଁ ସଭାପତିଙ୍କୁ ଆଣ୍ଠେଇଲେ

ଢେଙ୍କାନାଳ:ବନ ବିଭାଗ କର୍ମଚାରୀଙ୍କ ଦବଙ୍ଗଗିରି। ଚୋରାରେ କାଠ ଚାଲାଣ କରୁଥିବା ଅଭିଯୋଗରେ ଢେଙ୍କାନାଳ ପର୍ଜଙ୍ଗ ବ୍ଲକ  ଅଳାକଟା ଗାଁ ସଭାପତିଙ୍କୁ ଆଣ୍ଠେଇଲେ ବନ ବିଭାଗ ଅଧିକାରୀ । ଏହି ଫଟୋ ଏବେ ଭାଇରାଲ ହୋଇଛି। ଅଳାକଟା ଗାଁ ସଭାପତି କୈଳାସ ବେହେରା ଚୋରାକାଠ ଚାଲାଣ କରୁଥିବା ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହି ଅଭିଯୋଗରେ ରେଞ୍ଜର ଗାଁ ସଭାପତିଙ୍କୁ ସର୍ବ ସମ୍ମୁଖରେ ଆଣ୍ଠେଇଛନ୍ତି । ଏହାର ଦୃଶ୍ୟ କେହି ଉଠାଇ କରି ସୋଶାଲ […]

  • Saturday, 10 July 2021
facebook-1
ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ମାଗିଲେ ଟଙ୍କା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ମଗାଯାଉଛି ଲାଞ୍ଚ  । ଏପରି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜ ଫେସବୁକ୍‌ ପେଜ୍‌ରେ ସ୍ପଷ୍ଟୀକରଣ  ରଖିଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ କରି ଟଙ୍କା, ବିଭିନ୍ନ ଦାମୀ ଉପହାର ସହ ମୋବାଇଲ୍ ମାଗୁଥିବା ଅଭିଯୋଗ ହୋଇଆସୁଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ […]

  • Saturday, 10 July 2021
34343434
ଲେବର ରୁମ୍‌ରୁ ଫେରାଇ ଦେଲେ ଡାକ୍ତର, ଫୁଟ୍‌ପାଥରେ ପ୍ରସବ

ଭୁବନେଶ୍ୱର: ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଆଣିଛନ୍ତି 5-T । ହେଲେ ଏହି 5-T କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ଦେଖିବା ପାଇଁ  ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀ ରାଜ୍ୟ ସାରା ବୁଲୁଛନ୍ତି। ବିଭିନ୍ନ ଜିଲ୍ଲା ହସ୍ପିଟାଲ ବୁଲି ସ୍ୱାସ୍ଥ୍ୟସେବା କିପରି ଚାଲିଛି ଦେଖିଥିଲେ। ରୋଗୀଙ୍କ ସହ କଥା ହୋଇଥିଲେ। ହେଲେ ଏପଟେ ଖୋଦ୍ ରାଜଧାନୀରେ କିନ୍ତୁ ମୋ ସରକାର କାର୍ଯ୍ୟକ୍ରମକୁ ଅଣଦେଖା । ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଗରିବ […]

  • Saturday, 10 July 2021
556656575
ସାବାସ୍‌ ସାଙ୍ଗ! ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିଲା ଜୀବନ

କେନ୍ଦ୍ରାପଡ଼ା: ୟାକୁ କହନ୍ତି ସାଙ୍ଗ । ଛୋଟ ପିଲାଟିଏ, ତଥାପି ଯେମିତି ବୁଝିଛି ସାଙ୍ଗର ମୂଲ୍ୟ, ଭଲପାଇବା, ସାଙ୍ଗ ପ୍ରତି କର୍ତ୍ତବ୍ୟବୋଧ। ସେଥିପାଇଁ ତ ମୃତ୍ୟୁକୁ ଭୟ ନ କରି ବୁଡ଼ି ଯାଉଥିବା ସାଙ୍ଗକୁ ଉତ୍ତାଳ ସମୁଦ୍ର ଭିତରୁ ଟାଣି ଆଣିଥିଲା। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଞ୍ଚଳର।  ନିକଟରେ ଥିବା ସମୁଦ୍ରରେ ଗାଧୋଇବା ପାଇଁ ଦଶମ ଶ୍ରେଣୀରେ ପଢୁଥିବା କିଛି ଛାତ୍ର ଯାଇଥିଲେ।  ମନଖୁସିରେ ଗାଧୋଉଥିବାବେଳେ ହଠାତ୍‌ ମାଡ଼ି ଆସିଲା ସମୁଦ୍ରର ଉତ୍ତାଳ ତରଙ୍ଗ […]

  • Saturday, 10 July 2021
4353435
ଅନ୍‌ଲାଇନ୍‌ ସପିଂ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଏମିତି ଗାଏବ ହୋଇପାରେ ଟଙ୍କା

ରାଉରକେଲା: ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି କି ? ସାବଧାନ, ଏମିତି ବି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇ ପାରେ। ରାଉରକେଲା ବିଶ୍ରା ଅଞ୍ଚଳର ଜଣେ ଯୁବତୀଙ୍କ ଠାରୁ ଅନଲାଇନ ଲୁଟେରା ଲୁଟିନେଇଛନ୍ତି ୫୦ ହଜାର ଟଙ୍କା।   ଡିଟିଡିସି କୋରିଅର କମ୍ପାନୀ ନାଁରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଯୁବତୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।   ୟୁପିଆଇ ଆଇଡି ମାଧ୍ୟମରେ ପେଟିଏମ ଆକାଉଣ୍ଟରୁ ଲୁଟ୍ ହୋଇଥିବା ମହିଳା ଜଣକ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି । […]

  • Saturday, 10 July 2021
electric
‘ଫୋନି’ ତାଣ୍ଡବ: ବିଦ୍ୟୁତ୍‌ ସେବା ପ୍ରଭାବିତ, କଟକର ୨ଟି ଗ୍ରୀଡକୁ ବିଦ୍ୟୁତ୍‌ ଯୋଗାଣ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱର ସହ ପୁରୀ ଓ କଟକ ସହରରେ ବିଦ୍ୟୁତ୍‌ ସେବା ବିଶେଷ ଭାବେ ପୂରା ଠପ୍ ହୋଇଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଯିବା ସହ ଓ ତାର ଗୁଡ଼ିକ ଛିଣ୍ଡି ଯିବାରୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ, ବିଦ୍ୟୁତ୍‌ ଯୋଗାଉଥିବା ମଞ୍ଚେଶ୍ୱର ସ୍ଥିତ ଷ୍ଟେଟ୍ ଲୋଡ୍ ଡେସ୍‌ପାଚ୍ ସେଣ୍ଟରର ସୂଚନା […]

  • Saturday, 10 July 2021
546454566
ଆକାଂକ୍ଷୀ ଜିଲ୍ଲା ଯୋଜନା: ଆକ୍ସନ ପ୍ଲାନର ତଦାରଖ କରିବ କମିଟି

ଭୁବନେଶ୍ୱର: ପଛୁଆ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ। ୨୦୧୮ରୁ ଏହି ଯୋଜନା ଆରମ୍ଭ ହୋଇଥିଲେ ହେଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ  ସରକାର ତତ୍ପରତା ପ୍ରକାଶ କରିଛନ୍ତି।  ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଆକ୍ସନ ପ୍ଲାନ ଠିକ ଭାବେ କାମ କରୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ଗଠନ ହୋଇଛି ଏକ ରାଜ୍ୟସ୍ତରୀୟ କମିଟି । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ମୋଟ ୧୧୫ଟି ପଛୁଆ […]

  • Saturday, 10 July 2021
petrol
ପେଟ୍ରୋଲ ପାଇଁ ଲୋକଙ୍କ ଲମ୍ବା ଲାଇନ୍‌

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ର ତାଣ୍ଡବ ପୁରୀରେ ଅଧିକ ଦେଖିବାକୁ ମିଳିଛି। ଦୁଇ ଦିନ ପରେ ଏଠାରେ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେବି ଏଠାରେ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ୍‌ ସରବରାହ ବନ୍ଦ ରହିବା ଯୋଗୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି। ଫଳରେ ଖୋଲାରେ ପେଟ୍ରୋଲ ବିକ୍ରି ହେଉଥିବା ପେଟ୍ରୋଲ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପେଟ୍ରୋଲ ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡ଼ୁଛି। ବିଭିନ୍ନ ସ୍ଥାନକୁ ଯିବାକୁ ଚାହୁଁଥିବା ଲୋକମାନେ […]

  • Saturday, 10 July 2021
killed
ରାଜଧାନୀରେ ‘ଫୋନି’ ନେଲା ୫ ଜୀବନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ରାଜଧାନୀ ଭୁବନେଶ୍ୱରରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ହେଲେ ଭୁବନେଶ୍ୱର ଶିରିପୁର ଅଞ୍ଚଳର ବିଭୂତି ପ୍ରଧାନ, ନନ୍ଦନ କାନନ ଅଞ୍ଚଳର ବସନ୍ତ ରାଉତ , ଚନ୍ଦ୍ରଶେଖରପୁର ତାରିଣୀ ବସ୍ତିର ପ୍ରତାପ ପରିଡ଼ା। ତେବେ ସହିଦ ନଗର କାଳୀ ମନ୍ଦିର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଟଣୀ ଅଞ୍ଚଳରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏମାନଙ୍କର ପରିଚୟ ମିଳିପାରି ନାହିଁ। ଏହି ୫ […]

  • Saturday, 10 July 2021
kalinga stadium
‘ଫୋନି’ ପ୍ରଭାବରେ ବଦଳି ଯାଇଛି କଳିଙ୍ଗ ଷ୍ଟାଡିୟମ୍‌ର ଚିତ୍ର

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ପ୍ରଭାବରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ର ଚିତ୍ର ବଦଳି ଯାଇଛି। ପୂରା ଷ୍ଟାଡିୟମ୍‌ ଛାରଖାର ହୋଇଯାଇଛି। ସୁଇମିଂ ପୁଲ୍‌ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍‌ରେ ଅନେକ କ୍ଷୟକ୍ଷତି ହୋଇଛି। ଜୁନ୍‌ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲ୍ଡ ହକି ସିରିଜ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଆୟୋଜନ ହେବାକୁ ଥିବା ବେଳେ ତା’ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ।

  • Saturday, 10 July 2021
railway
ପୁରୀରୁ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ଲାଗି ସପ୍ତାହେ ଲାଗିପାରେ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପୁରୀ-ଭୁବନେଶ୍ୱର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍‌ରୁ ପୁରୀକୁ ଟ୍ରେନ୍‌ ଚଳାଚଳ ରାସ୍ତାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ସିଗ୍‌ନାଲିଂ ସିଷ୍ଟମ, ଅନେକ  ଷ୍ଟେସନ ବିଲ୍ଡିଂ, ଲେବଲ କ୍ରସିଙ୍ଗ ଗେଟ୍ ସବୁ ଭାଙ୍ଗିଯାଇଛି। ପୁରୀରୁ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରିବା ଲାଗି ସପ୍ତାହେ ଲାଗିପାରେ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି। ପ୍ଲାଟଫର୍ମ ସେଡ୍‌ର ୬୦ ପ୍ରତିଶତ ଛାତ ସମେତ ଫୁଟ୍‌ ଓଭର ବ୍ରିଜ୍‌ କଭର ସିଟ୍ […]

  • Saturday, 10 July 2021
representational image
‘ଫୋନି’ ତାଣ୍ଡବ: ପୁରୀରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁରୀ ଏଡିଏମ୍ଓଙ୍କ ସୂଚନା ଅନୁଯାୟୀ, ଏହି ୧୨ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲକୁ ଅଣାଯାଇଛି। ମୃତକ ମାନେ କେଉଁ ଅଞ୍ଚଳର, କେଉଁଭଳି ଅବସ୍ଥାରେ ଏମାନଙ୍କର ମୃତ୍ୟୁ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ଯଦି ମିଶାଯାଏ, ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ […]

  • Saturday, 10 July 2021