• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

summer
ଜଳୁଛି ସାରା ଓଡ଼ିଶା; ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗଙ୍କୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଗତକାଲି ୪୪. ୬ ଡିଗ୍ରୀ ସହ ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ଥିବାବେଳେ ୪୪.୫ ଡିଗ୍ରୀ ସହ ଟିଟିଲାଗଡ଼ ଦ୍ୱିତୀୟ ସ୍ଥାନରେ ଥିଲା। ସେହିପରି ତାଳଚେରରେ ତାପମାତ୍ରା ୪୩.୬ ଡିଗ୍ରୀ, ଅନୁଗୁଳ ୪୩.୭ ଡିଗ୍ରୀ, ସମ୍ବଲପୁର ୪୩ ଡିଗ୍ରୀ, ବଲାଙ୍ଗିର ୪୨ ଡିଗ୍ରୀ, ଭବାନୀପାଟଣା ୪୨ […]

  • Saturday, 10 July 2021
rainfall
ଓଡ଼ିଶାରେ ଲ୍ୟାଣ୍ଡ ଫଲ୍ କରିପାରେ ‘ଫୋନି’, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ ଓଡ଼ିଶାରେ ଲ୍ୟାଣ୍ଡ ଫଲ୍ କରିବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଏହା ଜଣାପଡ଼ିଛି। ଏପ୍ରିଲ ୩୦ ସୁଦ୍ଧା ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ।  ମେ ୧ ତାରିଖରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।  ତାମିଲନାଡୁ ବା ଆନ୍ଧ୍ରପ୍ରଦେଶରେ ଫୋନି ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ ଓ ୟୁଏସ୍‌ ନାଭି ପକ୍ଷରୁ ସତର୍କ ସୂଚନା ମିଳିବା […]

  • Saturday, 10 July 2021
PHIO
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍: ଅଭିନେତ୍ରୀ କହିଲେ ମୁଁ ଜାଣିନି

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ କରିବାକୁ ଘଟଣାକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଦିବ୍ୟା। ସେ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ସେ ବେଶ୍ ଅବଗତ। ଭିତରକୁ ସେ ମୋବାଇଲ୍ ନେଇ ନଥିଲେ। ଆନନ୍ଦବଜାରରେ ଖାଉଥିବା ବେଳେ କିଏ ଫଟୋ ଉଠାଉଥିଲେ ସେ ଜାଣିନାହାନ୍ତି। ତେବେ ସେ ଫଟୋ ଉଠାଇ ନାହାନ୍ତି। ସେଠାରେ ବହୁତ ଲୋକ ଫଟୋ ଉଠାଉଥିଲେ। କାହା ଆକାଉଣ୍ଟରୁ ଫଟୋ ଅପଲୋଡ୍ ହୋଇଛି ତାହା ଜାଣିବା ଦରକାର ବୋଲି ଦିବ୍ୟା ନିଜ ପ୍ରତିକ୍ରିୟାରେ କହିଛନ୍ତି। […]

  • Saturday, 10 July 2021
man
ଦୁଇ ଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ

ଜଗତସିଂହପୁର: ନୃଶଂସତାର ଚରମ ସୀମା ଅତିକ୍ରମ କରିଯାଉଛି ମଣିଷ। ଦୟା, ଧର୍ମ ଓ ମାନବିକତାର ଯେମିତି ମାନେ କିଛି ନାହିଁ। ଏଭଳି ଏକ ନୃଶଂସକାଣ୍ଡ ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଞ୍ଚଳରେ। ଏଠି ଦାଆଗାଁ ସ୍କୁଲ ଭିତରେ ଜଣେ ଯୁବକଙ୍କୁ ଦୁଇ ଗୋଡ଼ ବନ୍ଧି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ତେବେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଯୁବକ ଜଣକ କିଏ ଓ ଦାଆଗାଁରେ ତାଙ୍କୁ କାହିକି, କିଏ […]

  • Saturday, 10 July 2021
33333
ଗାଧୋଇବାବେଳେ ଭାସିଗଲେ ୬ ଯୁବତୀ, ୫ ଉଦ୍ଧାର

ସମ୍ବଲପୁର: ମହାନଦୀରେ ଗାଧୋଇବା ବେଳେ ଆଜି ୬ ଜଣ ଯୁବତୀ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ଜଣେ ନିଖୋଜ ଅଛନ୍ତି। ଏମାନେ ମହାନଦୀର ସଡ଼କଘାଟରେ ଗାଧୋଉଥିଲେ। ଏମାନେ ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳା ପଡ଼ାର ବୋଲି ଜଣାପଡିଛି।  ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।  

  • Saturday, 10 July 2021
342324
ଚାକିରି ଛାଡ଼ି ବସ୍ତିରେ ପାଠ ପଢାଉଛନ୍ତି ଯୁବ ଇଞ୍ଜିନିୟର

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀ ନଗରର ଅଶ୍ୱିନୀ ପାଢ଼ୀ। ପେଶାରେ ଇଞ୍ଜିନିୟର। ବାଙ୍ଗାଲୁରରେ ଉଚ୍ଚ ବେତନର ଚାକିରୀ। ହେଲେ ଏସବୁ ବାନ୍ଧି ରଖି ପାରି ନ ଥିଲା ଅଶ୍ୱିନୀଙ୍କୁ । ଅନ୍ୟପାଇଁ କିଛି କରିବାର ନିଶା ତାଙ୍କୁ ସବୁବେଳେ ଅନ୍ୟମନସ୍କ କରି ଦେଉଥିଲା।  ମନରେ ସବୁବେଳେ ପ୍ରଶ୍ନ ଉଠୁଥିଲା, ଜୀବନର ଲକ୍ଷ୍ୟ କ’ଣ କେବଳ ପାଠ ପଢି ଅର୍ଥ ଉପାର୍ଜନ କରିବା ? ଏଇ ପ୍ରଶ୍ନର ଉତ୍ତର ଖୋଜି ଖୋଜି ଆସି ପହଞ୍ଚି ଯାଇଥିଲେ ଜନ୍ମମାଟି ଭୁବନେଶ୍ୱରରେ । […]

  • Saturday, 10 July 2021
434343
ପାର୍ବଣରେ ଜମୁଛି ବିଜେପୁର ନିର୍ବାଚନ ପ୍ରଚାର

ବିଜେପୁର: ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ। ପ୍ରଚାର ମଧ୍ୟ ଜୋର ଧରିଲାଣି। ଏଥିପାଇଁ ପାର୍ବଣ ବି ଏକପ୍ରକାର ମାହୋଲ ଯୋଗାଇ ଦେଇଛି। ତେଣୁ ପାର୍ବଣରେ ବିଜେପୁର ନିର୍ବାଚନ ପ୍ରଚାର ଏକଦମ୍‌ ଜମୁଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେବା ସହ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଗାଈସିଲେଟ୍ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ପୂଜାମଣ୍ଡପ ବୁଲି ମାଆଙ୍କ ପୂଜାର୍ଚ୍ଚନା କରିବା […]

  • Saturday, 10 July 2021
contractor
ଠିକାଦାରଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲେରପଙ୍ଗା ଗାଁରେ ମାଓବାଦୀମାନେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ କୈଳାସ ଦିଗଲ୍‌ (୪୦)। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କିଛି ମାଓବାଦୀ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି।

  • Saturday, 10 July 2021
4334434
ବାପା ଆଗରେ ପୁଅକୁ ମାରିଦେଲେ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଆଳସାହିରେ ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗାଁରେ ଗୋଷ୍ଠୀ  ବିବାଦକୁ ନେଇ ବାପ ଆଗରେ ପୁଅକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ଅଠତିରାଗାଁର ଦିଲୀପ  ସ୍ୱାଇଁ। ଏହାର ପ୍ରତିବାଦ କରିବାକୁ ଯାଇ ଦିଲୀପଙ୍କ ବାପାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି।  ସମସ୍ତ ଆହତଙ୍କୁ ଭୁବନେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ମୃତ ଦିଲୀପଙ୍କ ପରିବାରର ଆଉ ଏକ ଗୋଷ୍ଠୀ ସହ […]

  • Saturday, 10 July 2021
2333333
ଆଜି ମହାଷ୍ଟମୀ, ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ମହାଷ୍ଟମୀ।  ଚାରିଆଡ଼େ ଶାରଦୀୟ ଦୁର୍ଗାପୂଜାର ଉଲ୍ଲାସ।  ଗତକାଲି ସପ୍ତମୀରେ ଚକ୍ଷୁଦାନ ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା’। ଧୂପ, ଦୀପ, ନୈବେଦ୍ୟ ସହ ପୂଜକଙ୍କ ଚଣ୍ଡୀପାଠ ଓ ମନ୍ତ୍ରୋଚ୍ଚାରଣ, ଆଉ ଶ୍ରଦ୍ଧାଳୁଙ୍କ ଭକ୍ତିଶ୍ରଦ୍ଧାରେ ଉଛୁଳି ଉଠୁଛି ପୂଜାମଣ୍ଡପ। ଗତକାଲିଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ  ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।  ଭୁବନେଶ୍ୱରରେ ଇନ୍ଦ୍ରପୁରୀ, ପଦ୍ମାବତୀ ପ୍ୟାଲେସ୍, ଲକ୍ଷ୍ନୌ ପ୍ୟାଲେସ୍ ଓ ଅକ୍ଷରଧାମ୍ ଶୋଭା ପାଉଥିବାବେଳେ, ରାଉରକେଲାରେ ଭୁବନେଶ୍ୱରର କମିଶନରେଟ୍ ପୋଲିସ କାର୍ଯ୍ୟାଳୟ, […]

  • Saturday, 10 July 2021
5454545
ରାଜନୀତି ମୋହ ଛାଡ଼ି ସମ୍ପାଦକ ହୋଇଥିଲେ ଭଲ ହୋଇଥାନ୍ତା-ସୌମ୍ୟ ପଟ୍ଟନାୟକଙ୍କୁ ଏମିତି କହି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:“ ସୌମ୍ୟବାବୁ ଜଣେ ବିଶାଳ ବ୍ୟକ୍ତିତ୍ୱ। ତାଙ୍କର ନିଜସ୍ୱ ବିଚାର ଓ ବିବେକ ଅଛି। ସଭ୍ୟ ସମାଜରେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ଛଡ଼ା ଅନ୍ୟ ବିକଳ୍ପ ବି ମୋର ନାହିଁ । କିନ୍ତୁ  ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହେଁ ଯେ, କେବେକେବେ ମୋତେ ଲାଗେ ଯଦି ସୌମ୍ୟବାବୁ ଏମ୍‌ପି କିମ୍ବା ଏମଏଲଏ ହେବାର ମୋହ ଛାଡ଼ି କେବଳ ସମ୍ପାଦକ ହୋଇଥାନ୍ତେ ତା’ହେଲେ ମୋ ରାଜ୍ୟ ଓଡ଼ିଶା ଆହୁରି ସମ୍ଭାବନା ଆଡ଼କୁ ଯାଇପାରିଥାନ୍ତା।”  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

  • Saturday, 10 July 2021
5454554
ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର: ହାତୀଙ୍କୁ ହରପିସ୍ ସଂକ୍ରମଣ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।  ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି।  ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି । ଖୁବଶୀଘ୍ର ଏହାର ବୈଠକ ହେବ ବୋଲି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ନନ୍ଦନକାନନରେ ଗତ ଗତ ୧ ମାସ ଭିତରେ ହରପିସ୍‌ରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି […]

  • Saturday, 10 July 2021
434434
ହାତ ଧରି ଘରକୁ ଆଣିଥିଲେ, ହାତ ଧରି ସବୁଦିନ ପାଇଁ ଚାଲିଗଲେ

ବାଲେଶ୍ୱର: ସ୍ୱାମୀ-ସ୍ତ୍ରୀ ସମ୍ପର୍କର ଅନାବିଳ ପ୍ରେମର ଦୁହେଁ ଥିଲେ ଉଦାହରଣ। ଜୀଇଁଥିବାବେଳେ ନୁହେଁ, ମୃତ୍ୟୁ ପରେ ପ୍ରମାଣ ଦେଇଗଲେ-କେତେ ନିବିଡ଼ ଥିଲା ସେମାନଙ୍କର ଭଲ ପାଇବା । ଜଣକ ବିନା ଅନ୍ୟ ଜଣେ ଯେ ବଞ୍ଚି ପାରିବେନି ଏହା ପ୍ରକୃତରେ ସତ୍ୟ ଥିଲା ଉଭୟଙ୍କ ପାଇଁ। ତେଣୁ ଦୁହେଁ ହାତ ଧରି ବିଦାୟ ନେଲେ ଇହଧାମରୁ। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବଣପାରିଆ ଗାଁର ଏଇ ଦମ୍ପତିଙ୍କ କଥା ଯିଏ ହାତ ଧରାଧରି ହୋଇ […]

  • Saturday, 10 July 2021
village
ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଘୋଷଣା

କୋରାପୁଟ: ଲୋକକଳା, ଲୋକନୃତ୍ୟ ସହ ଲୋକ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଲାଗି ସାରା ରାଜ୍ୟରେ ଘୋଷଣା ହୋଇଛି ଲୋକକଳା ଗ୍ରାମ। ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଖଜୁରିପୁଟକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଖବର ପାଇବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଲୋକକଳା ଗ୍ରାମର ମାନ୍ୟତା ମିଳିବା ପରେ ଗାଁ ଲୋକେ ଢେମ୍‌ସା ନୃତ୍ୟ […]

  • Saturday, 10 July 2021
4343434
ମା‘ ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା

କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ।  ଏହି ଶକ୍ତିପୀଠମାନଙ୍କରେ ମୂଳାଷ୍ଟମୀଠାରୁ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଓ ପରମ୍ପରା ସହ ଚାଲିଛି ପୂଜା । ବାଦ୍ୟ ଓ ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳି ପଡୁଛି ବାଙ୍କିର ଆରାଧ୍ୟ ଦେବୀ  ମା’ ଚର୍ଚ୍ଚିକାଙ୍କ ପୀଠ । ଚାଲିଛି ଷୋଡ଼ଶ ଉପଚାର ପୂଜା। ଏହି ସ୍ୱତନ୍ତ୍ର ପୂଜାରେ ପ୍ରତିଦିନ ଭୋରୁ […]

  • Saturday, 10 July 2021
767668
ଏଥର ନିଆରା ପୂଜା; ଡିଜେ ବାଜିବନି, ଲାଗିବ ୧୦୦୦ ଚାରା

ଭୁବନେଶ୍ୱର: ମୂର୍ତ୍ତିରେ କେମିକାଲ୍ ରଙ୍ଗ ଲାଗିବନି। ପୂଜା ଓ ଭସାଣି ବେଳେ ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ହେବନି। କାହାକୁ ଚାନ୍ଦା ମଗାଯିବନି। ଏହା ବଦଳରେ ପରିବେଷ ସୁରକ୍ଷା ପାଇଁ କେବଳ ୧୦୦୦ ମୂଲ୍ୟବାନ ଚାରାରୋପଣ କରାଯିବ ଏବଂ ଜଗାରଖା କରାଯିବ। ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ଓନର୍‌ ଆସୋସିଏଶନ୍ ପକ୍ଷରୁ ଏବର୍ଷ ଏମିତି ନିଆରା ଶୈଳୀରେ ପାଳନ କରାଯିବ ଶାରଦୀୟ ପୂଜା । ଚଳିତ ବର୍ଷ ପୂଜା କମିଟି ୧୨ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ […]

  • Saturday, 10 July 2021
ganja seized
କାର୍‌ରୁ ୩୨ କେଜି ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ(ବିଶ୍ୱଜିତ ଆଚାର୍ଯ୍ୟ): କାର୍‌ରୁ ୩୨ କିଲୋଗ୍ରାମ ଗଞ୍ଜେଇ ଜବତ। ଆଜି ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଟିମ୍‌ କଟକ ସ୍ଥିତ ଲିଙ୍କ୍‌ରୋଡ୍‌ରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଦୁଇଟି ବସ୍ତାରେ ଭର୍ତ୍ତି ଗଞ୍ଜେଇକୁ ଏକ କାର୍‌ ଯୋଗେ କନ୍ଧମାଳରୁ ବାଲେଶ୍ୱରକୁ ଚାଲାଣ ହେଉଥିବା ବେଳେ ଏନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହାପରେ ଚଢ଼ାଉ କରାଯାଇ ଏହାକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ […]

  • Saturday, 10 July 2021
bolero accident
ବୋଲେରୋ ଓଲଟି ୧୪ ଶ୍ରମିକ ଆହତ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ବୋଲେରୋ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରାସ୍ତାର ଚୋପ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡ଼ିବା ଫଳରେ ୧୪ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କାମ କରିବା ପାଇଁ ଭଞ୍ଜନଗର ତିଳିସିଙ୍ଗିରୁ ଜଗନ୍ନାଥପ୍ରସାଦ ଯାଉଥିବା ବେଳେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।

  • Saturday, 10 July 2021
man killed his brother
ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନିରେ ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ସୋମା ଏକ୍କା। ତାଙ୍କ ବଡ଼ ଭାଇଙ୍କ ନାଁ କୋକା ଏକ୍କା। ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋକା ଏକ କଟୁରିରେ ସୋମାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ […]

  • Saturday, 10 July 2021
vlcsnap-error882
ଖାତରୁ ଉଦ୍ଧାର ହେଲା ମା’ ଓ ଛୁଆ ହାତୀ

ସମ୍ବଲପୁର: ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଲକ୍‌ର ବସିଆପଡ଼ା ଜଙ୍ଗଲର ଏକ ଖାତରୁ ଦୁଇ ହାତୀଙ୍କୁ ବନ ବିଭାଗ ଉଦ୍ଧାର କରିଛି। ପାଣି ପିଇବାକୁ ଯାଇଥିବା ଛୁଆ ହାତୀ ପ୍ରଥମେ ଖାତରେ ଖସି ପଡ଼ିଥିଲା। ଏହାପରେ ଛୁଆ ହାତୀକୁ ଉଦ୍ଧାର କରିବାକୁ ମାଆ ହାତୀ ଉଦ୍ୟମ କରିଥିଲା। ତେବେ ଛୁଆକୁ ଉଦ୍ଧାର କରିବା ବେଳେ ମାଆ ହାତୀ ବି ଖାତରେ ପଡ଼ି ଯାଇଥିଲା। ଖବର ପାଇ ସମ୍ବଲପୁର ରେଞ୍ଜ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି […]

  • Saturday, 10 July 2021
6757
କୋଣାର୍କ ହେବ ଟେଣ୍ଟ ସିଟି

ଭୁବନେଶ୍ୱର: କୋଣାର୍କରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ।  କୋଣାର୍କ ହେବ ଟେଣ୍ଟ ସିଟି । ଏଥିଲାଗି କୁଶଭଦ୍ରା ନଦୀ ମୁହାଁଣ ସନ୍ନିକଟ ବେଳାଭୂମି ଓ ବେଳାମାର୍ଗ ପାର୍ଶ୍ୱ ଜମି ବୁଲି ଦେଖିଛନ୍ତି କ୍ରୀଡା ଓ ଯୁବ ସେବା, ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ପର୍ଯ୍ୟଟନ ସଚିବ ବିଶାଳ ଦେବ, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ,  ସ୍ଥାନୀୟ ତହସିଲଦାର ଓ ପର୍ଯ୍ୟଟନ ଅଧିକାରୀ ଉପସ୍ଥିତି ରହି ଏହି ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଦେଖାଇବା ସହ ଜମିର ସ୍ଥିତି […]

  • Saturday, 10 July 2021
man killed  his wife
ସ୍ତ୍ରୀର ଗଳା କାଟି ହତ୍ୟା ପରେ ନିଜ ଗଳାରେ ଛୁରୀ ଲଗାଇଲା ସ୍ୱାମୀ

ସୋର(ଶଶିକାନ୍ତ ବେହେରା): ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ପାରମହଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବେବି ଖାତୁନ୍‌। ସୂଚନା ଅନୁସାରେ, ପାରମହଲା ଅଞ୍ଚଳର ଜଣେ ବ୍ୟକ୍ତି ସେହି ଅଞ୍ଚଳରେ ରହୁଥିବା ବେବିଙ୍କୁ ଗତ ୮ମାସ ତଳେ ବିବାହ କରିଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବେବିଙ୍କ ସ୍ୱାମୀ ବେବିଙ୍କ ଗଳା କାଟି […]

  • Saturday, 10 July 2021
6574648
ଗୌରହରି ଦାସ, ବିପିନ ନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ

ଭୁବନେଶ୍ୱର: କଥାକାର ଡ.ଗୌରହରି ଦାସ ଓ କବି ଶ୍ରୀ ବିପିନ ନାୟକ ପାଇବେ ଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ଅନୁଷ୍ଠାନ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା । ପୁରସ୍କାର ସ୍ୱରୂପ […]

  • Saturday, 10 July 2021
65688678
ଦୁଷ୍କର୍ମ ପୀଡ଼ିତା ବୋଲି ହାତ ଛାଡ଼ିଦେଲେ ବାପା-ମା’

ଫୁଲବାଣୀ: ଦୁର୍ଗମ ରାସ୍ତାରେ ହାତ ଧରି ଚାଲି ଶିଖାଇଥାନ୍ତି ବାପା। ଆଉ ସେଇ ରାସ୍ତାରେ ଯଦି ଝଡ଼ ଆସେ ପଣତ ତଳେ ନିର୍ଭୟ ଆଶ୍ରୟ ଦିଏ ମା’। ହେଲେ ଏହି ନାବାଳିକାଙ୍କୁ କିଛି ବି ମିଳିଲାନି। ବିପଦ ବେଳେ ନା ମିଳିଲା ବାପାଙ୍କ ହାତର ସହାରା ନା ମା’ର ପଣତ ଛାଇ। ଏକା ଏକା ଏବେ ଜୀବନ ଯୁଦ୍ଧ କରୁଛନ୍ତି  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଦୁଷ୍କର୍ମ ପୀଡ଼ିତା ଏହି ନାବାଳିକା। ତେବେ ତାଙ୍କର ଦୋଷ କ’ଣ […]

  • Saturday, 10 July 2021
dharmendra
‘କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍‌। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍‌ମିଟ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି। କେନ୍ଦ୍ରାପଡ଼ାର ସ୍ୱାଭିମାନ ଲୋକେ ଏହାର କଡ଼ା ଜବାବ ଦେବେ। ସେହିପରି ନବୀନଙ୍କୁ ଧର୍ମେନ୍ଦ୍ର ଜବାବ ମାଗିଛନ୍ତି। ନବୀନ ଗତ ୧୯ ବର୍ଷରେ କ’ଣ କରିଥିଲେ ଓ ଆଗାମୀ ୫ ବର୍ଷରେ କ’ଣ ଯୋଜନା ରହିଛି ଧର୍ମେନ୍ଦ୍ର ତାହାର ଜବାବ ମାଗିଛନ୍ତି। […]

  • Saturday, 10 July 2021