• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

puri
ଗୁଜବର ପର୍ଦ୍ଦାଫାସ୍‌; ପୁରୀ ଯୁବରାଜ ନୁହଁନ୍ତି, ବରଂ ସେ...

ପୁରୀ: ପୁରୀର ନୂଆ ଯୁବରାଜ ଭାବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ଖବର ସମ୍ପୂର୍ଣ୍ଣ ଭୁଲ୍। ଏନେଇ ସୋଶାଲ୍‌ ମିଡିଆରେ ଯେଉଁ ଫଟୋ ପୋଷ୍ଟ କରି ଖବରଟିକୁ ଭାଇରାଲ୍ କରାଯାଇଛି ତାହା ପ୍ରକୃତରେ ନୀଳଗିରିର ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜଙ୍କର ନିର୍ବନ୍ଧ ଉତ୍ସବ ଫଟୋ। ଏହି ଫଟୋଟି ୨୦୧୬ ମସିହାର। ଫଟୋରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ନୀଳଗିରିର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ବି ଉପସ୍ଥିତ ଅଛନ୍ତି। କିଛି ବ୍ୟକ୍ତି ସୋଶାଲ୍‌ […]

  • Monday, 12 July 2021
odisha
ନର୍ସ ନିହାରିକା ହତ୍ୟା ମାମଲା: ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ରାଜା

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ନର୍ସ ନିହାରିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଅଞ୍ଚଳ। ରାଜାକୁ ଗତକାଲି ଆଳିପିଙ୍ଗଳ ସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି। ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍‌ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନିହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ ପୂରାଇ […]

  • Monday, 12 July 2021
odisha
ଥମୁନି ପିଲା ଚୋରି ଆତଙ୍କ: ଯୁବକଙ୍କୁ ନିସ୍ତୁକ ପିଟିଲେ ଲୋକେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ପିଲା ଚୋରି ଆତଙ୍କ। ଗୋଟିଏ ପରେ ଗୋଟିଏ ଗାଁକୁ ପିଲା ଚୋରି ଗୁଜବ ବ୍ୟାପିବାରେ ଲାଗିଛି। ଆଜି ଭୋରରୁ ନୂଆଗାଁ ବ୍ଲକ୍‌ର ମେନମେନା ପଞ୍ଚାୟତରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗାଁଲୋକେ ନିସ୍ତୁକ ମାଡ଼ ମାରି ପୁଲିସ୍‌ ଜିମା ଦେଇଛନ୍ତି। ସେହିପରି ଗତ ବୁଧବାର ରାତିରେ ପିଲା ଚୋରି ସନ୍ଦେହରେ ସେହି ନୂଆଗାଁ ବ୍ଲକର କୋକେରମାରେ ଜଣେ ଯୁବକକୁ ମଧ୍ୟ ଗାଁ ଲୋକେ ନିସ୍ତୁକ ମାଡ ମାରିଥିଲେ। ଏନେଇ […]

  • Monday, 12 July 2021
heavy rainfall
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ  ବରଗଡ଼। ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ସହ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ […]

  • Monday, 12 July 2021
omfed
ବଢ଼ିଲା ଓମଫେଡ୍ କ୍ଷୀର ଦର

ଭୁବନେଶ୍ୱର: ବଢ଼ିଲା ଓମଫେଡ୍ କ୍ଷୀର ଦର। ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି  ରାଜ୍ୟ ସରକାର। ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି। ଆସନ୍ତାକାଲିଠୁ ଓମଫେଡ୍‌ର ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଖାଉଟି ଟୋନ୍‌ଡ୍‌ କ୍ଷୀର ଲିଟର ପିଛା ୩୮ ଟଙ୍କାରେ କିଣିବେ। ସେହିପରି ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର […]

  • Monday, 12 July 2021
white tiger
ନନ୍ଦନକାନନରେ ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ଧଳା ବାଘ ଅସୁସ୍ଥ। ‘ଶୁଭ୍ରାଂଶୁ’  ଅସୁସ୍ଥ। ବାଘ ସଫାରୀରେ ରହୁଥିବା ‘ଶୁଭ୍ରାଂଶୁ’ ଗତ କିଛିଦିନ ଧରି ଅସୁସ୍ଥ ଅଛି। ଫଳରେ ତା’ର ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଧଳା ବାଘ ‘ଶୁଭ୍ରାଂଶୁ’ର କ’ଣ ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ‘ଶୁଭ୍ରାଂଶୁ’ ବର୍ତ୍ତମାନ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛି ଓ ତାର […]

  • Monday, 12 July 2021
puri
ବଦଳିବ ପୁରୀ ସ୍ୱର୍ଗଦ୍ୱାରର ରୂପରେଖ

ପୁରୀ: ପୁରୀ ସ୍ୱର୍ଗଦ୍ୱାରର ରୂପରେଖ ବଦଳିବ। ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ମହାପ୍ରସ୍ଥାନମ କ୍ରିମେଟୋରିୟମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ନବକଳେବର କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ହାଇଦ୍ରାବାଦରୁ ଏକ ଟିମ୍ ଆସି ସ୍ୱର୍ଗଦ୍ୱାରର ସ୍ଥିତି ଏବଂ ଅବସ୍ଥିତି ସମ୍ପର୍କରେ ଯାଞ୍ଚ କରିଥିଲା। ସେହିପରି ପୁରୀ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଗତ ଦୁଇ ମାସ ତଳେ ଆନ୍ଧ୍ର ଓ ତେଲେଙ୍ଗାନାରେ ନିର୍ମାଣ ହୋଇଥିବା ମହାପ୍ରସ୍ଥାନମ କ୍ରିମେଟୋରିୟମର ଅନୁଧ୍ୟାନ କରିଥିଲେ। ସେହି ଢାଞ୍ଚାରେ ଏବେ ପୁରୀ […]

  • Monday, 12 July 2021
fish
ମାଛ ଗୋଟାକ ୭ ଲକ୍ଷ !

ଚାନ୍ଦବାଲି: ମାଛର ମୂଲ୍ୟ ସାଢେ ୭ ଲକ୍ଷ ଟଙ୍କା। କଥାଟା ଶୁଣିକି ବିଶ୍ୱାସ ହେଉ ନ ଥିଲେ ବି ସତ।  ଭଦ୍ରକ ଜିଲ୍ଲା ଧାମରାରୁ ଏହି ବିରଳ ପ୍ରଜାତିର ମାଛ ଧରା ହୋଇଛି। ଯାହାର ଓଜନ ପ୍ରାୟ ୧ କ୍ୱିଣ୍ଟାଲ ହେବ। ଗତକାଲି ରାତିରେ ଧାମରା ନିକଟରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବାବେଳେ ଏହି ବିରଳ ପ୍ରଜାତିର ମାଛକୁ ଧରିଥିଲେ। ଏହାର ନାଁ ହ୍ୱେଲ୍‌ ସାର୍କ। ତେବେ ଧାମରା ମାଛ ଧରା ଜେଟିରେ ପହଞ୍ଚିବା ପରେ ମାଛ କିଣିବାକୁ […]

  • Monday, 12 July 2021
rain
ବର୍ଷା ଯୋଗୁ ସ୍ଥିତି ବେହାଲ୍‌; ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି

ଗଜପତି: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଆଜି ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ସେହିପରି ପୁରୀ ଜିଲ୍ଲାରେ ବି ଆଜି ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା […]

  • Monday, 12 July 2021
school
ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର: ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲିଠୁ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେବେ ସ୍କୁଲରେ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା […]

  • Monday, 12 July 2021
lightning
ବର୍ଷା ସହ ବଜ୍ରପାତ ସମ୍ଭାବନା; ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ଗଜପତି ଓ କେନ୍ଦୁଝର। ଦିନ ୧୦ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ସାରା ରାଜ୍ୟରେ ବର୍ଷା […]

  • Monday, 12 July 2021
pollution testing
ଅକ୍ଟୋବର ୧ରୁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ। ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍‌ଲୋଡ୍‌ ହୋଇଥିବା ଆବଶ୍ୟକ। ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍ ଜାରି କରିପାରିବେ ନାହିଁ। ତେବେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଜାରି କରାଯାଇଥିବା ମାନୁଆଲ୍ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍‌ (ପିୟୁସି) ସାର୍ଟିଫିକେଟ୍‌ଗୁଡ଼ିକୁ ଗ୍ରହଣ କରାଯିବା। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଗାଡ଼ି […]

  • Monday, 12 July 2021
snake
ଘାତକ ହେଉଛି ସର୍ପାଘାତ: ପୁଣି ଗଲା ଆଉ ୩ ଜୀବନ

ବାଲିଗୁଡ଼ା/ସୋର: ସାପ କାମୁଡ଼ାରେ ଗଲା ପୁଣି ଆଉ ୩ଜଣଙ୍କ ଜୀବନ। କନ୍ଧମାଳ ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋରରେ ଜଣଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଟେପରା ଗାଁରେ ସାପ କାମୁଡ଼ାରେ ମା’, ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରାଜଲକ୍ଷ୍ମୀ ମଲିକ ଓ ତାଙ୍କ ପୁଅ ଆଦିତ୍ୟ ପ୍ରଧାନ। ସୂଚନା ଅନୁସାରେ, ଗତ ରାତିରେ ସେମାନେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ସେମାନଙ୍କୁ […]

  • Monday, 12 July 2021
naxals killed
ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

ଚିତ୍ରକୋଣ୍ଡା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଜି. କେ. ବିଧି ଥାନା ଅନ୍ତର୍ଗତ ମାଡ଼ିଗାମାଲୁ ଠାରୁ ପ୍ରାୟ ୫ କିଲୋମିଟର ଦୂର ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଗୁଳିବିନିମୟ ହୋଇଥିଲା। ସିପିଆଇ ମାଓବାଦୀ ପକ୍ଷରୁ ସେପ୍ଟେମ୍ୱର ୨୧ରୁ ୨୮ ତାରିଖ ଯାଏ ପ୍ରତିଷ୍ଠା ସପ୍ତାହ […]

  • Monday, 12 July 2021
lightning
ବର୍ଷା ସହ ବଜ୍ରପାତ ସମ୍ଭାବନା; ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ। ଦିନ ୧ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୨ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ ପଢ଼ନ୍ତୁ: ୫ ଜିଲ୍ଲାରେ ପ୍ରବଳରୁ […]

  • Monday, 12 July 2021
rain
୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଜାରି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, […]

  • Monday, 12 July 2021
killed
ବିଚ୍‌ ରାସ୍ତାରେ ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ୨ ମୃତ, ୨ ଗୁରୁତର

ସମ୍ବଲପୁର: ଗୋଟିଏ ପରିବାରର ୪ ଭାଇଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏଥିରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ଦ୍ୱୟ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନନ୍ଦଲାଲ […]

  • Monday, 12 July 2021
odisha
ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ପୁଣି ମନ ବଳାଇଲା କୋରିଆ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପ୍ରକଳ୍ପ ଓହରିବା ପରେ ପୁଣି ଥରେ ପୁଞ୍ଜି ନିବେଶ କରିବାକୁ ଆଗକୁ ଆସିଛି କୋରିଆ। ଆଜି କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍‌କିଲ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟରେ ବହୁ ବାଧାବିଘ୍ନ ସହିବା ପରେ ଓଡ଼ିଶାରେ ନିଜ ପ୍ରକଳ୍ପକୁ ଓହରାଇଥିଲା ପୋସ୍କୋ। ତେବେ ଏହି ତିକ୍ତ ଅଭିଜ୍ଞତାରୁ ଶିକ୍ଷା ଲାଭ କରିଛି କୋରିଆ। ହେଲେ ଏହାକୁ ଭୁଲି ପୁଣିଥରେ ଓଡ଼ିଶାରେ ନିବେଶ କରିବାକୁ କୋରିଆ ଇଚ୍ଛା ପ୍ରକାଶ କରିଛି। […]

  • Monday, 12 July 2021
odisha
୨୫ ଲକ୍ଷ ଟଙ୍କା ଲଟେରି ଜିତିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷ

ଜୟପୁର: ମାତ୍ର ଗୋଟିଏ ଫୋନ୍‌ କଲ୍‌ ପାଇ ଲଟେରି ଜିତିଥିବା ନେଇ ବିଶ୍ୱାସ କରିନେଲେ ଆଉ ୨୫ ଲକ୍ଷ ଟଙ୍କା ଲଟେରି ଜିତିଥିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଟ୍ୟାକ୍ସ ନାଁରେ ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଦେଲେ  ଲକ୍ଷାଧିକ ଟଙ୍କା। କୋରାପୁଟ ଜିଲ୍ଲାର ଜଣେ ଯୁବକ ଲଟେରି ଲୋଭରେ ଏଭଳି କିଛି ଠକାମୀର ଶିକାର ହୋଇଥିବା ଘଟଣା ସାମ୍ନାକୁ ଅସିଛି। ଠକାମୀର ଶିକାର ହୋଇଥିବା ଯୁବକଙ୍କ ନାଁ ଭୀମସେନ ଗୌଡ଼। ଦାମନଯୋଡି […]

  • Monday, 12 July 2021
snake 11
ବିଷାକ୍ତ ସାପ କାମୁଡ଼ାରେ ଆଖିବୁଜିଲେ ଦୁଇ ଭଉଣୀ

ଅନୁଗୁଳ: ସାପ କାମୁଡ଼ାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍‌(୧୩) ଓ ସୁଜାତା(୧୧)। ସୂଚନା ଅନୁସାରେ, ଗତକାଲି ରାତିରେ ୨ ଭଉଣୀ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

  • Monday, 12 July 2021
heavy rainfall
ଆସନ୍ତା ୨୫ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୪ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ […]

  • Monday, 12 July 2021
protest
ଆଜିଠୁ ଭାରତୀୟ ମଜଦୁର ସଂଘର ଧର୍ମଘଟ; କୋଇଲ ଖଣି ଆଗରେ ଧାରଣା

ଅନୁଗୁଳ(ବିରଜା ପ୍ରସାଦ ଦାଶ): କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ଭାରତୀୟ ମଜଦୁର ସଂଘ ବିରୋଧ କରିଛି। ଏହାଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକ ଅବହେଳିତ ହେବେ ବୋଲି ସଂଘ କହିଛି। ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆଜିଠୁ ୫ ଦିନିଆ ଧର୍ମଘଟ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ସବୁ କୋଇଲା ଖଣି ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।  […]

  • Monday, 12 July 2021
chilika
ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ; ଲୋକେ ଭୟଭୀତ

ବାଲୁଗାଁ: ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ। ଗତକାଲି ଅପରାହ୍ଣରେ ଚିଲିକା ଭିତରେ କିଛି ସମୟ ପାଇଁ ଏହି ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲ୍‌ରେ କଏଦ୍‌ କରିଥିବା ଜଣାପଡ଼ିଛି। କାଳିଜାଈ ଓ ଜଟିଆନାଶୀ ମଝିରେ ପ୍ରାୟ ୧୫ ମିନିଟ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା। ଏହି ଘୂର୍ଣ୍ଣିବାୟୁ ଆକାଶରେ ବହୁ ଉପରକୁ ଲମ୍ବିଥିବା ନଜର ଆସିଥିଲା। ତେବେ କିଛି ସମୟ ମଧ୍ୟରେ ଆଖି ସାମ୍ନାରୁ ଏହା ଉଦ୍ଭାନ ହୋଇଯାଇଥିଲା। ଏହାକୁ […]

  • Monday, 12 July 2021
odisha
ଉଦ୍‌ଘାଟିତ ହେଲା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ଉଦ୍‌ଘାଟିତ ହୋଇଛି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏଡିଟୋରିଆଲ୍ ଡାଇରେକଟର୍ ପ୍ରଭୁ ଚାୱଲା କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଦେଶର ବିଭିନ୍ନ ଭାଷା ଓ ଭାଷା ଭିତ୍ତିକ ସଂସ୍କୃତି ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର […]

  • Monday, 12 July 2021
odisha
ଡ୍ରଗ୍ସ ମାଫିଆ ଘରେ ଚଢ଼ାଉ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍ ରାଜା ଘରେ କ୍ରାଇମ୍‌ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରିଛି। ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାରର ଗଳାପୋଲ ଥିବା ସେକ୍‌ ରାଜାର ଘରେ ଆଜି ସକାଳେ ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ ଚଢ଼ାଉ କରିବା ସହ ତା’ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ।  ସେକ୍ ରାଜାର ଡ୍ରଗ୍ସ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏସ୍‌ଟିଏଫ୍ ଟିମ୍  ଖୋଳତାଡ଼ ଜାରି ରଖିଛି। ସୂଚନାଯୋଗ୍ୟ, ସେକ୍‌ ରାଜା ସହ […]

  • Monday, 12 July 2021