କଟକ: ଜୁନ୍ ୨୩ରେ ପଡ଼ୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବିଳମ୍ବରେ ହେଲେ ବି ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ହେବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ରଥ କାମ ଯଦି ଠିକ ସମୟରେ ନ ସରିବ ସବୁ ଆଶା ମଉଳିଯିବ। ତେଣୁ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି […]
ଅନଗୁଳ: ସାମାଜିକ ଦୂରତ୍ୱ ନ ମାନିଲେ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯିବ । ଏଭଳି ଚେତାବନୀ ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି। ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଅଯଥା ଗହଳି ଜମୁଛି । ଲୋକମାନେ ସାମାଜିକ ଦୂରତା ମାନୁନାହାନ୍ତି । ତେଣୁ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ ଜିଲ୍ଲାପାଳ ଏମିତି ଚେତାବନୀ ଦେଇଛନ୍ତି। ଲୋକଙ୍କ ସୁବିଧା ପାଇଁ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ […]
ଭୁବନେଶ୍ୱର: ଲକ୍ଡାଉନ୍ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ ବୋଲି କୁହାଯାଇଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କର ଚିନ୍ତା ବଢାଇ ଦେଇଛନ୍ତି। ରାଜ୍ୟରେ ଏବେ ହୁ-ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ପରିସ୍ଥିତିରେ ଟ୍ରେନ ଚଳାଚଳ ଆରମ୍ଭ ହୋଇ […]
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଜୋନ୍ କଟକଣା। ସରକାରୀ ଭାବେ ଏହି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଇନଥିଲେ ମଧ୍ୟ ରେଡ୍ ଜୋନ୍ର ସମସ୍ତ କଟକଣା ଏହି ଜିଲ୍ଲାରେ ଲାଗୁ କରାଯାଇଛି । ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇ କହିଛନ୍ତି, ଅନୁଗୁଳରେ ଆଜି ୧୩ ଜଣ କରୋନା ପଜିଟିଭ ବାହାରିବା ପରେ ଏହି କଡ଼ା ପଦକ୍ଷେପ ନିଆଯାଇଛି । ଆଗରୁ ଅନୁଗୁଳରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହା ଗ୍ରୀନ୍ ଜୋନ୍ରେ […]
ଭୁବନେଶ୍ୱର: ଓଡ଼ିଶା କରୋନା ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କି ? ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ରହିଛି କି ? ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। ବାହାର ରାଜ୍ୟରୁ ପ୍ରବାସୀ ଆସୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକ ସଂଖ୍ୟାରେ ସଂକ୍ରମଣ ଆମ ଗୋଷ୍ଠୀ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ଡାକ୍ତର ଜୟନ୍ତ […]
ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା କ୍ୱାରେଣ୍ଟିନ୍ କେନ୍ଦ୍ର ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗୁଡିକର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି ଗାଇଡଲାଇନ୍। ଏହି ସବୁ କେନ୍ଦ୍ର ଗୁଡିକରେ ଯେପରି ସଂକ୍ରମଣ ନଘଟେ ଏଥିଲାଗି ଗାଇଡଲାଇନ୍ ଜାରି ହୋଇଛି । କ୍ୱାରେଣ୍ଟିନ କେନ୍ଦ୍ର ଗୁଡିକରେ କଣ ସବୁ କରିବେ, କଣ କରିବେ ନାହିଁ ଏହାକୁ ନେଇ ଓଡ଼ିଆରେ ଲେଖାଥିବା ଏକ ମାର୍ଗଦର୍ଶିକା ସମସ୍ତ କେନ୍ଦ୍ରରେ ପ୍ରଦର୍ଶିତ ହେବ । ଯଦି କାହା ପାଖରେ ଲକ୍ଷଣ […]
ବ୍ରହ୍ମପୁର: ଡାକ୍ତରଙ୍କ ଉପରେ ରୋଗୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରହ୍ମପୁର MKCGରେ ଆଜି ଡାକ୍ତର-ରୋଗୀ ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। MKCGର ପ୍ରସୂତୀ ବିଭାଗରେ ଜଣେ ମହିଳା ଲେବର ରୁମ୍ରେ ଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ। ହେଲେ ଲେବର୍ ରୁମ୍କୁ ଯିବାପାଇଁ ପ୍ରବେଶ କରିବାର ଅନୁମତି ସଂପୃକ୍ତ […]
ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରେଳ ବିଭାଗ । ୫ହଜାର ରେଲୱେ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଓଡିଶାର ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ୍ କେୟାର କୋଚ୍ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦିଆଯାଇଛି । ସମ୍ବଲପୁର, ଟିଟଲାଗଡ, କଣ୍ଟାବାଞ୍ଚି, ରାୟଗଡା, କୋରାପୁଟ, ଝାରସୁଗୁଡା ଓ ରାଉରକେଲାରେ କୋଚ୍ ପ୍ରସ୍ତୁତ ପାଇଁ ଯୋଜନା ରହିଛି । ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ରାଉରକେଲାର ବୋଲି ଜଣାପଡ଼ିଛି। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ରାଜ୍ୟରେ ଏଯାବତ୍ କରୋନାରୁ ୬୩ ଜଣ ସୁସ୍ଥ ହେଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିବାରୁ ଚିନ୍ତା ବଢିଛି। ଆଜି ସକାଳେ ରାଜ୍ୟରେ ୨୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯଇଥିଲା। […]
ଭୁବନେଶ୍ୱର: ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ଚିନ୍ତା ବଢାଇଛନ୍ତି। ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ନିୟମ କଡାକଡି କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଗ ଟେଷ୍ଟ ପରେ ପ୍ରବେଶ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏବେ ସେମାନଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏପରିକି କ୍ୱାରେଣ୍ଟିନ ଅବଧି ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ । ଆଜି ରାଜ୍ୟ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍ ଫେରନ୍ତା ଚିନ୍ତା ବଢାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି। ହାଇକୋର୍ଟ। ସଂପୃକ୍ତ ରାଜ୍ୟରେ ପ୍ରଥମେ RT-PCR ଟେଷ୍ଟ କରିବାକୁ ପଡ଼ିବ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିପାରିବ। ଆଜି ଏକ […]
ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ । ସକାଳେ ୨୦ ପଜିଟିଭ ଚିହ୍ନଟ ହେବାର କିଛି ଘଣ୍ଟା ପରେ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହଇଛନ୍ତି ଏହି ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ଛୁଇଁଲା। ତେବେ ଏହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ତାହା ଜଣାପଡ଼ି ନାହିଁ। […]
ବାଲେଶ୍ୱର: ଲକ୍ଡାଉନ ଯନ୍ତ୍ରଣା ଦିନକୁ ଦିନ ଦୁର୍ବିସହ ହୋଇ ପଡ଼ୁଛି। କେଉଁଠି ବାପାର ଶେଷ ଦର୍ଶନ କରିପାରୁନି ପୁଅ, କେଉଁଠି ବିଦେଶରେ ଜୀବନ ହରାଇଥିବା ପୁଅର ଶବ ଆସିପାରୁନି ଗାଁକୁ। ହେଲେ ଏହାର ପ୍ରତିକାର କିଛି ନାହିଁ। ଏବେ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଚାଲିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗର୍ଭବତୀ ୩ କିମି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। କରୋନା […]
କୋରାପୁଟ: କୋରାପୁଟ ଜିଲ୍ଲାରେ ମାଟି ଅତଡ଼ା ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଠିକା ଶ୍ରମିକ ଅଛନ୍ତି। ଅନ୍ୟ ଜଣେ ରେଳ ବିଭାଗର ଶ୍ରମିକ ବୋଲି ଜଣାପଡ଼ିଛି । ମୃତ ଶ୍ରମିକ ଦ୍ୱୟ ହେଲେ ଭିରା ସ୍ୱାମୀ ଓ ଓଚୁକା ସୁରି। ଉଭୟ ଠିକା ଶ୍ରମିକ । ଅନ୍ୟ ଜଣେ ହେଲେ ଭି. ସୁରେଶ କୁମାର । ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବୋରାରୁ ଚିମିଡ଼ିପାଲି ମଧ୍ୟରେ ଥିବା ରେଳ […]
ଯାଜପୁର:ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଯାଜପୁର ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ମଧ୍ୟାହ୍ନରେ ଜଣେ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିଲେ। ଏହାର କେଇ ଘଣ୍ଟା ପରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଯାଜପୁରରେ ଆକ୍ରାନ୍ତ ହୋଇଥିବା ଏଇ ଆକ୍ରାନ୍ତଙ୍କ ବୟସ ୫୭ ବର୍ଷ। ସେ କୋଲକାତାରୁ ଫେରଥିଲେ। ଏହା ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଛି। ଏନେଇ ରାଜ୍ୟ […]
ପୁରୀ:ପୁରୀ ରଥଯାତ୍ରା ହେବ କି ନାହିଁ ଏଯାଏ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର। ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି ଭକ୍ତ, ସେବାୟତ ..। ସତରେ କ‘ଣ ଏଥର ବଡଦାଣ୍ଡରେ ରଥ ଗଡ଼ିବନି ? ଏକାଠି ହେବେନି ରଥ..ପଥ..ଭକ୍ତ..? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ। ଆଜିକୁ ମିଶାଇ ୧୧ ଦିନ ବିତି ଗଲାଣି। କିନ୍ତୁ ରଥକାମ ଆରମ୍ଭ ହେଲାନି। ଆଜି ନୃସିଂହ ଜନ୍ମ ଅବସରରେ ରଥର କୋଣଗୁଜ ଅନୁକୂଳ ହେବା କଥା। ସେ ନୀତି ମଧ୍ୟ […]
ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର।ଆଜି ତାଙ୍କର ମୃତ୍ୟୁ ଘଟିଛି। ୬ ମାସ ତଳେ ବିବାହ କରିଥିବା ବନ ଅଧିକାରୀ କିପରି ନିଆଁରେ ପୋଡି ହେଲେ ତାହାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର: ବାଲେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୭୮କୁ ଛୁଇଁଛି। ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ସେ ଅନେକ ଲୋକଙ୍କ ସହ ମିଶିଥିବା କୁହା ଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ […]
ଭୁବନେଶ୍ୱର: କ୍ୱାରେଣ୍ଟିନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରବାସୀ ଓଡ଼ିଆଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ଅମାନିଆଙ୍କୁ ଏମିତି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଅନେକ ସ୍ଥାନରେ କ୍ୱାରେଣ୍ଟିନରୁ ଖସି ପଳାଉଛନ୍ତି ରୋଗୀ। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ […]
ରେଢାଖୋଲ: ସମ୍ବଲପୁର ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅଞ୍ଚଳରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି। ଯୁବକଙ୍କୁ ଗୋଡାଇ ଗୋଡାଇ ଗାଁ ଦାଣ୍ଡରେ ସଂଘବଧ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ସାଲେଭଟା ପଞ୍ଚାୟତର ତାଲବଣିଆ ଗାଁର ଦୁଃଶାସନ ଦେହୁରୀ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ଦୁଃଶାସନଙ୍କ ସହ ଗାଁର କିଛି ଲୋକଙ୍କର ବାରମ୍ବାର ପାଟିତୁଣ୍ଡ ହୋଉଥିଲା। ଆଜି ଦୁଃଶାସନ ତାଙ୍କ ଝିଅ ଘରକୁ ଯାଉଥିବା ବେଳେ ଗାଁର […]
ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍। ତାହାରି ଭିତରେ ସରକାର ଜାରି କରିଛନ୍ତି ନା ନା କଟକଣା। ହେଲେ ଅମାନିଆଙ୍କ ପାଇଁ କିନ୍ତୁ କିଛି ଫରକ୍ ପଡ଼ୁନି। ସ୍ୱାର୍ଥ ପାଇଁ କିଏ ଗଳାବାଟର ଆଶ୍ରା ନେଉଛନ୍ତି, ତ ଆଉ କିଏ ଆଇନ ଆଖିରେ ଧୂଳି ଦେଉଛନ୍ତି। କଳାଧନ୍ଧାର ବେପାର ଲମ୍ବିଛି ଗାଁଠୁ ସହର ଯାଏଁ। ଲକ୍ ଡାଉନ୍ ସମୟରେ ବେଧଡ଼କ ଚାଲିଛି ମଦ ବେପାର। ସରକାର ଅନୁମତି ଦେଇଥିବା ବହି ଦୋକାନରେ ବିକ୍ରି ହେଉଛି ମଦ। ନୟାଗଡ଼ରେ ଏପରି ଚାଲିଛି […]
ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି/ଓଟିଭି ପ୍ରତିନିଧି) : କରୋନା ଲକ୍ଡାଉନ ଡାକି ଆଣିଛି ଅନେକ ବିପତ୍ତି। କିଏ ବାହାରେ ଫସି ରହିଛି, ଘରକୁ ଆସିବ ବୋଲି ଛଟପଟ ହେଉଛି। କିଏ ଘରେ ରହିବି ବାହାରକୁ ଯାଇ ନ ପାରି ଛଟପଟ ହେଉଛନ୍ତି। ଏପରି ବିପଦକାଳୀନ ପରିସ୍ଥିତିରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ସଲାମୀ ଶଶାଙ୍କର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁର ସଲାମୀ। […]
ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।
ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା । ୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । […]
ଖୋର୍ଦ୍ଧା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ତେଲଙ୍ଗାନା ହାଇଦ୍ରାବାଦରୁ ୪୦ ଜଣ ଓଡ଼ିଆଙ୍କୁ ନେଇ AP02-TA 0954 ନମ୍ବର ବସଟିି ବାଙ୍କି ଫେରୁଥିଲା। ବସ୍ଟି ଦ୍ରୁତଗତିରେ ଆସୁଥିଲା। ଭୋର ପ୍ରାୟ ୪ଟା ବେଳେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ପାଖରେ ବସ୍ଟି ପୂର୍ବରୁ ଛିଡ଼ା […]