• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled-4
ପୁଣି ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର

ଭବାନୀପାଟଣା: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି ଦୁର୍ଘଟଣା । ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ସହ ଜଣେ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର […]

  • Tuesday, 13 July 2021
bhadrakh-1
ମାସ୍କ ପିନ୍ଧି ନ ଥିଲେ ବୋଲି ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ

ଭଦ୍ରକ: ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ପୋଲିସ କର୍ମୀ । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଚାରି ପାଞ୍ଚ ଜଣ ପୋଲିସ କର୍ମୀ ମିଶି ଜଣେ ବ୍ୟକ୍ତିଙ୍କୁ ପିଟି ଚାଲିଛନ୍ତି । ବନ୍ତ ଥାନା ନିକଟରେ ଜଣେ ବ୍ୟକ୍ତି ଜଣକ ମାସ୍କ ନ ପିିନ୍ଧି ରାସ୍ତାରେ ବୁଲୁଥିଲେ। ଏହି ସାମାନ୍ୟ ଅପରାଧ ପାଇଁ ତାଙ୍କୁ ଧରି  ପୋଲିସ ଏଭଳି ଅମାନୁଷିକ ଭାବେ ତାଙ୍କୁ ପିଟି ଚାଲିଛି।  […]

  • Tuesday, 13 July 2021
police
ବର୍ଷେ ତଳେ ନକ୍ସଲ ସଂଗଠନ ଛାଡ଼ିଥିଲେ, ହେଲେ ଆତ୍ମହତ୍ୟା କଲେ

ଫୁଲବାଣୀ: ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ। ଅନ୍ୟମାନଙ୍କ ପରି ସେ ବି ଘର ସଂସାର କରିବେ। ପରିବାରର ହସଖୁସି ଭିତରେ ନିଜକୁ ସାମିଲ କରି ଶାନ୍ତିରେ  ବଞ୍ଚିବେ। ସେଥିପାଇଁ ନକ୍ସଲଙ୍କ ହାତ ଛାଡ଼ି ଦେଇଥିଲେ। ଗତବର୍ଷ ମାର୍ଚ୍ଚ ୨୯ ତାରିଖରେ ନକ୍ସଲ ସଂଗଠନ ଛାଡ଼ି ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ହେଲେ ଫୁଲବାଣୀ ପୋଲିସ ବାରକ୍‌ ପରିସରରୁ ଗତକାଲି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏମିତି ଦୁଃଖଦ କାହାଣୀ ହଉଛି ମାଓବାଦୀରୁ ସାଧାରଣ ମଣିଷ ପାଲଟିଥିବା ସୁଜା […]

  • Tuesday, 13 July 2021
siba-bibaha
ସମ୍ବଲପୁରରେ ଶୀତଳଷଷ୍ଠୀ, ଆଜି ଦେବ ନିମନ୍ତ୍ରଣ

ସମ୍ବଲପୁର; ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉପଲକ୍ଷେ ବିଧି ମୁତାବକ ସଂପନ୍ନ ହୋଇଛି ପତର ପେଣ୍ଡି କାର୍ଯ୍ୟକ୍ରମ । ପୂର୍ବରୁ ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱରଙ୍କର ପତରପେଣ୍ଡି ସରିଥିବା ବେଳେ ଗତକାଲି ଅନ୍ୟ ସବୁ ସ୍ଥାନରେ ଏହି ପରଂପରା ଶେଷ ହୋଇଛି। ଆଜି ଏସବୁ ସ୍ଥାନରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ହନୁମାନ ନିୟୁତା । ପ୍ରଭୁ ହନୁମାନ ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିବେ। ଏହି […]

  • Tuesday, 13 July 2021
mo bus
ଆଜିଠାରୁ ଗଡ଼ିବ ‘ମୋ ବସ୍’

ଭୁବନେଶ୍ୱର: କରୋନା ଲକ୍‌ଡାଉନ ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍‌’ ଆଜିଠାରୁ ରାଜ୍ୟରେ ପୁଣି ଚାଲିବ ।  ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ଟି ରୁଟରେ ମୋ ବସ୍ ଗଡ଼ିବ । ରୁଟ୍‌ ଗୁଡ଼ିକ ହେଲା ଏୟାରପୋର୍ଟରୁ କଟକ,  ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ୍, ଡୁମୁଡୁମାରୁ ମଞ୍ଚେଶ୍ୱର ଓ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ । ତେବେ ଏସବୁ ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ହିଁ […]

  • Tuesday, 13 July 2021
loot
ଗାଁ ଭିତରେ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଗାଁର ଜଣଙ୍କ ଘରକୁ ଲକ୍ଷ୍ୟ କରି ଏହି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ଫଳରେ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ୩ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।  ଗାଁର ଅନ୍ୟ ୨ ଜଣ ମଧ୍ୟ ଆହତ […]

  • Tuesday, 13 July 2021
mada
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଲିକର୍‌ ପାର୍ଟି

କେନ୍ଦୁଝର: କ୍ୱାରେଣ୍ଟିନ୍ ସେଣ୍ଟରରେ ଚାଲିଛି ଖୁଲମ୍‌ଖୁଲମ୍‌ ମଦ୍ୟପାନ।  କେନ୍ଦୁଝର ରାମଚନ୍ଦ୍ରପୁର ଖଲଣା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଏହି ସମୟର ଦୃଶ୍ୟ କେହି ରେକର୍ଡିଂ କରି ନେଇଛି ଯାହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହି ମାମଲାରେ ରାମଚନ୍ଦ୍ରପୁର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ଖଲଣା ଗାଁର ବିଷ୍ଣୁ ରାଉତ। ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି। ରାଜ୍ୟରେ ମଦ ଦୋକାନ ବନ୍ଦ […]

  • Tuesday, 13 July 2021
exam-1111
ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ sanitizer ବ୍ୟବହାର ଉପରେ ଜୋର ଦିଆଯାଇଛି । ଖାତା ଦେଖା ସକାଳ ୧୦ରୁ ଦିନ ୩ଟା ମଧ୍ୟରେ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ। ଏହି  ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ […]

  • Tuesday, 13 July 2021
migrant
ପୁଣି ଚେନ୍‌ ପୁଲିଂ, ଅଧାବାଟରୁ ପଳାଇଲେ ୨୦୦ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନ ନିକଟରେ ପୁଣି ଚେନ୍ ପୁଲିଂ । ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ  ଚେନ୍ ଟାଣି ଓହ୍ଲାଇ ପଡ଼ିଲେ ୨୦୦ପ୍ରବାସ ଫେରନ୍ତା ଓଡ଼ିଆ।  ଏନେଇ ବନ୍ଧମୁଣ୍ଡା ARM ସୂଚନା ଦେଇଛନ୍ତି। ଟ୍ରେନଟି ମହାରାଷ୍ଟ୍ର କୋହ୍ଲାପୁରରୁ ଝାଡ଼ଖଣ୍ଡ ବୋକାରୋ ଯାଉଥିଲା । ସେଥିରେ ଥିଲେ ବୌଦ୍ଧଓ ସୋନପୁର ଜିଲ୍ଲାର ପ୍ରାୟ ୪୦୦ ଶ୍ରମିକ । ପ୍ରଥମେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାକୁ ଚାହିଁଥିଲେ । ତେବେ ଆଗୁଆ ସୂଚନା ନ ଥିବାରୁ ସେମାନଙ୍କ […]

  • Tuesday, 13 July 2021
corona
ନୂଆପଡ଼ା ଛୁଇଁଲା କରୋନା; ରାଜ୍ୟରେ ପୁଣି ୬୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରୁ ପୁଣି ୬୭ କରୋନା ପଜଟିଭ ଆଜି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୬ ଜଣ ଅଛନ୍ତି। ଏଥିସହିତ ପ୍ରଥମ କରି ନୂଆପଡ଼ି ଜଲ୍ଲାରୁ ଚିହ୍ନଟ ହାଇଛନ୍ତି କରୋନା ରୋଗୀ। ନୂଆ ଚିହ୍ନଟ ୬୭ ଜଣଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର। ୪ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ପୁରୀରୁ […]

  • Tuesday, 13 July 2021
school-1
ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ପ୍ରଧାନଶିକ୍ଷକଙ୍କୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ବ୍ରହ୍ମପୁର: କରୋନା ମୁକାବିଲା ସାଙ୍ଗକୁ କ୍ୱାରେଣ୍ଟିନ ସେଣ୍ଟର ଓ ପ୍ରବାସୀଙ୍କ ସମସ୍ୟା ଏବେ ମୁଖ୍ୟ ଚିନ୍ତାର କାରଣ ପାଲିଟିଛି।  କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ ଖାଇବା, ଶୋଇବାରେ ଅବ୍ୟବସ୍ଥା ତ କେଉଁଠି ପ୍ରବାସୀମାନେ ଏଠାରେ ରହିବାକୁ ଚାହୁଁ ନାହାନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରକୁ ଗ୍ରାମବାସୀ ବିରୋଧ କରୁଛନ୍ତି। । ତେବେ ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ଜଣେ ପ୍ରଧାନଶିକ୍ଷକ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀ ବିଦ୍ୟାଳୟର ପ୍ରଧାନଶିକ୍ଷକ । […]

  • Tuesday, 13 July 2021
quarentine
କ୍ୱାରେଣ୍ଟିନ ସେଣ୍ଟରରେ ବିଛଣା‌ ନାହିଁ କି ବିଦ୍ୟୁତ୍‌ ନାହିଁ

ଭ୍ରଦକ:  ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା ଆଉ ଏକ କ୍ୱାରେଣ୍ଟିନ୍ କେନ୍ଦ୍ରର ଭିଡିଓ। ଏଥର ଖାଇବା ନୁହେଁ ଅନ୍ତେବାସୀଙ୍କ ଶୋଇବା ଅବ୍ୟବସ୍ଥାକୁ ନେଇ ଭାଇରାଲ ହୋଇଛି ଭିଡ଼ିଓ। ଭିଡିଓଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର କ୍ୱାରେଣ୍ଟିନ୍ ସେଣ୍ଟରର। ଏହି ସେଣ୍ଟରରେ କୌଣସି ବେଡ ବ୍ୟବସ୍ଥା କରାଯାଇ ନାହିଁ। ସେହପରି ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ଠିକ୍ ନଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । କେନ୍ଦ୍ରରେ ୭ଜଣ ଅନ୍ତେବାସୀଙ୍କ ସହ ୨ଜଣ ଛୋଟ ପିଲା ରହୁଛନ୍ତି […]

  • Tuesday, 13 July 2021
EXjQ3H-WAAAniMw
୨୬ ଜିଲ୍ଲାରେ କାୟା ବିସ୍ତାର କଲା କରୋନା, ନୂଆ ୮୦ ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନୂଆ ୮୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ତେବେ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଆଜି ଚିହ୍ନଟ ୮୦ ପଜିଟିଭ୍ ମଧ୍ୟରୁ କେବଳ ଗଞ୍ଜାମର ସର୍ବାଧିକ ୧୯ ଜଣ ଅଛନ୍ତି। ସେହିପରି  ଯାଜପୁରରୁ […]

  • Tuesday, 13 July 2021
prabasi odia
ମହାରାଷ୍ଟ୍ରରୁ ଆସି ଘର ପାଖରେ ପହଞ୍ଚିଲେ, ତଥାପି ଘର ହୋଇଯାଇଛି ଅପହଞ୍ଚ

ଭୁବନେଶ୍ୱ‌ର: କରୋନା କବଳରୁ ନିଜକୁ ବଞ୍ଚ।ଇବ। ନିଜ ମାଟିକୁ ଫେରି ଆସିଲେ ସିନା ଦୁର୍ଦ୍ଦଶା ସେମାନଙ୍କର ପିଛା ଛାଡ଼ୁନି। କ।ରଣ ଜୀବନକୁ ବିପଦ ମୁହଁକୁ ଠେଲି ମହାରାଷ୍ଟ୍ରରୁ ଓଡ଼ିଶା ଆସିଲେ, ହେଲେ ଘରେ ପହଞ୍ଚି ପାରୁନାହାନ୍ତି ଦୁଇ ପ୍ରବାସୀ ଶ୍ରମିକ। ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ଯୁବତୀ ନିଜ ଖର୍ଚ୍ଚରେ ମହାରାଷ୍ଟରୁ ଆସି ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱ‌ରରେ ପହଞ୍ଚିଥିଲେ। ଉଭୟଙ୍କ ଘର ଚିଲିକା ମଝିରେ ଥିବା ମହିସା ବ୍ରହ୍ମପୁରା ଗାଁରେ।  ଉଭୟେ ଭୁବନେଶ୍ୱ‌ରୁ ଯାଇ […]

  • Tuesday, 13 July 2021
donate
କରୋନା ପାଇଁ କୁମ୍ପି ଖୋଲି ଦେଲା କୁନି ଝିଅ

ଆସିକା: ଛୋଟ ସିନା ଦାନ ତା ମହାନ୍‌। ଯାହା ବଡମାନେ କରିପାରୁ ନାହାନ୍ତି ତାହା ୧୦ ବର୍ଷ କୁନି ଝିଅଟିଏ କରିପାରୁଛି।  କରୋନା ମୁକାବିଲା ପାଇଁ ସଞ୍ଚି ସଞ୍ଚି ରଖିଥିବା ଅର୍ଥ କରୋନା ମୁକାବିଲା ପାଇଁ ଦାନ କରି ଦେଇଛି। ଏଇ କୁନି ଝିଅଟି ହେଉଛି ଗଞ୍ଜାମ ଧରାକୋଟ ଅଞ୍ଚଳର ଅସ୍‌ମାନ ପ୍ରଧାନ। କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌। ସମସ୍ତେ ନିଜ ନିଜ ଘରେ । ବିଶେଷ କରି ଘରେ ରହୁଥିବା ଛୋଟ ପିଲାମାନେ […]

  • Tuesday, 13 July 2021
covid-er
ପୁଣି ଭୁବନେଶ୍ୱରକୁ ଫେରିଲା କରୋନା

ଭୁବନେଶ୍ୱର:ମାତ୍ର କେଇ ଘଣ୍ଟା ପରେ ପୁଣି ଭୁବନେଶ୍ୱରକୁ ଫେରିଲା କରୋନା।  ଆଜି ଚିହ୍ନଟ ୧୦୨ ପଜିଟିଭ ମଧ୍ୟରୁ ଭୁବନେଶ୍ୱରର ଦୁଇ ଜଣ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଜଣଯାକ ଲୋକାଲ କେସ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗତକାଲି ୩ ଆକ୍ରାନ୍ତ ସୁସ୍ଥ ହେବା ପରେ ଭୁବନେଶ୍ୱର କରୋନା ମୁକ୍ତ ଘୋଷଣା ହୋଇଥିଲା । ଏପଟେ ଆଜି ରାଜ୍ୟରେ ଆଉ ୩୦ ଜଣ କରୋନା […]

  • Tuesday, 13 July 2021
ampun
ଅମ୍ପାନ: ଓଡ଼ିଶାକୁ ସେତେ ଭୟ ନାହିଁ

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାକୁ ଛୁଇଁ ସାରିଛି ବାତ୍ୟା ଅମ୍ପନର ଆଉଟର କ୍ଲାଉଡ ଓ୍ୱାଲ । ଗୋପାଳପୁର ଠାରୁ ୨୧୦ କିଲୋମିଟର ଦୂରରେ ଏହା ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆର. […]

  • Tuesday, 13 July 2021
batya-1
ବଦଳିଲା ନିଷ୍ପତ୍ତି; ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାମ

ପୁରୀ: ଅମ୍ପନ ପ୍ରଭାବରେ ପୁରୀରେ ଆକାଶ ମେଘୁଆ ରହିଛି । ସମ୍ଭାବ୍ୟ ବାତ୍ୟା ସତର୍କତା ସୂଚନା ପାଇବା ପରେ ରଥଖଳାରେ ରଥ ନିର୍ମାଣ କାମକୁ ୨ ଦିନ ପାଇଁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ମେଘୁଆ ପାଗ ସତ୍ତ୍ୱେ ଆଜି ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା । ପାଗକୁ ଦେଖି […]

  • Tuesday, 13 July 2021
base
ଦୁର୍ବଳ ହେଉଛି ‘ଅମ୍ପନ’; ମହାବାତ୍ୟାରୁ ହେଲା ଅତିଭୀଷଣ ବାତ୍ୟା

ଭୁବନେଶ୍ୱର: ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା କାଲି ସକାଳଠାରୁ ସଂଧ୍ୟା ଯାଏ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବେଶି ପ୍ରଭାବ ପଡ଼ିବ।  ଓଡ଼ିଶାରେ ଆଜି ରାତିରୁ […]

  • Tuesday, 13 July 2021
corona death
କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଭଦ୍ରକ: କ୍ୱାରେଣ୍ଟିନ ସେଣ୍ଟରରେ ଜଣ ପ୍ରବାସୀ ଓଡ଼ିଆଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତକ ଜଣକ  କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି। କୋଲକାତାରୁ ଫେରି ସେ  ଭଦ୍ରକ ଭଣ୍ଡାରିପୋଖରୀର ବୟାବନାପୁର ନୋଡାଲ ସ୍କୁଲରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଥିଲେ। ମୃତକଙ୍କ ନାଁ ଦେବେନ୍ଦ୍ର ରାଉତ ଓ ତାଙ୍କର ବୟସ ୭୨ ବର୍ଷ ବୋଲି ଜଣାପଡ଼ିଛି।  ସେ ଗତ ରବିବାର ରାତିରେ କୋଲକତାରୁ ଫେରି ଭଣ୍ଡାରୀପୋଖରୀ ସରକାରୀ ଆଇଟିଆଇରେ ନାମ ପଞ୍ଜୀକରଣ କରିଥିଲେ । ସେଠାରେ ଅସୁସ୍ଥ […]

  • Tuesday, 13 July 2021
maxresdefault
ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର: ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା । ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି  ଖାତାଦେଖା ସ୍ଥଗିତ କରାଯାଇଛି। ଏ ନେଇ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୁଣି କେବେ ଖାତା ଦେଖା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଥାଉ କି, ୨୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବାର ଥିଲା […]

  • Tuesday, 13 July 2021
niv
ରାଜ୍ୟରେ ପୁଣି ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କଟକ ଜିଲ୍ଲାର ଓ ତାଙ୍କର ବୟସ ୭୫ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣକ ଅସୁସ୍ଥ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ଫୁସ୍‌ଫୁସ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ନମୂନା ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। […]

  • Tuesday, 13 July 2021
corona
ରାଜ୍ୟରେ ପୁଣି ୧୦୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୨ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର ହୋଇଥିବାବେଳେ ୫ ଜଣ ବାହାରର। ଏମାନଙ୍କ ମଧ୍ୟରେ ଯାଜପୁରର ୩୧ ଜଣ ଆକ୍ରାନ୍ତ ଥିବାବେଳେ  ଜଗତସିଂହପୁର ୨୩, ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪, […]

  • Tuesday, 13 July 2021
accident
ଦୁର୍ଘଟଣା: ପ୍ରବାସୀଙ୍କ ସମେତ ୨ ମୃତ

ବାଲେଶ୍ୱର/ଟାଙ୍ଗି: ବାଲେଶ୍ୱର ଜିଲ୍ଲାର ୨ଟି ସ୍ଥାନରେ ଦୁର୍ଘଟଣା ଘଟି ଜଣେ ପ୍ରବାସୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖନ୍ତାପଡ଼ା ଉଳିଆପାଟଣାରେ ଟ୍ରକ ପଛରୁ ଟ୍ରକ ଧକ୍କା ଦେବାରୁ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି । ଆଗ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି । ପ୍ରବାସୀ ଜଣକ ପଛ ଟ୍ରକର ସାମନାରେ ବସିଥିଲେ । ସେହିପରି ପଣପଣା ନିକଟରେ କୋଲକାତାରେ […]

  • Tuesday, 13 July 2021
batya
ଦୁର୍ବଳ ହେଉଛି ମହାବାତ୍ୟା ଅମ୍ପନ !

ଭୁବନେଶ୍ୱର: ଦୁର୍ବଳ ହେଉଛି ମହାବାତ୍ୟା ଅମ୍ପନ। ଧୀରେ ଧୀରେ ଶକ୍ତି ହରାଉଛି ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଇଏମ୍‌ଡି ଡିଜି  ଦେଇଥିବା ସୂଚନା ଅନୁସାରେ ମହାବାତ୍ୟା ଅମ୍ପନ ୬ ଘଣ୍ଟାରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହାର ପ୍ରଭାବ ପ୍ରଥମେ ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଅନୁଭୂତ ହେବ । ପରେ ପରେ ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ଓଡ଼ିଶାକୁ ବିଶେଷ ବିପଦ […]

  • Tuesday, 13 July 2021