କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏସ୍. ମୂରଲୀଧର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ୍ ମୂରଲୀଧରଙ୍କୁ କିଛି ଦିନ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁୁକ୍ତି ମିଳିଥିଲା । ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଆଜି ୯ଟା ୩୦ ସମୟରେ ଶପଥ ନେଇଛନ୍ତି […]
ଚତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଶହଶହ ଚାଷୀ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନାହାନ୍ତି। ଯଦିଓ ଓଡ଼ିଶାରେ କୃଷି ଆଇନକୁ ନେଇ ଚାଷୀମାନେ ଧାରଣାକୁ ଓହ୍ଲାଇ ନାହାନ୍ତି ତେବେ ଏହି ଆନ୍ଦୋଳନକୁ ନକ୍ସଲପନ୍ଥୀମାନେ ସମର୍ଥନ କରୁଛନ୍ତି। ମାଓନେତା ଗଣେଶ ତେଲେଗୁ ଭାଷାର ଏକ ଚିଠି ଦେଇ କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ମୋଦୀ ସରକାର ଆଣିଥିବା […]
ବାଲିଗୁଡ଼ା/ରାଇରଙ୍ଗପୁର: ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଏହି ୨ ଓଡ଼ିଆ ନିଜ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଛନ୍ତି। ସହିଦ ୨ ଓଡ଼ିଆ ଯବାନ ହେଲେ- ନନ୍ଦୁରାମ ସୋରେନ୍ ଓ ଚନ୍ଦ୍ରକାନ୍ତ ପ୍ରଧାନ। ପୁଅ ସହିଦ ହୋଇଥିବା ଖବର ପାଇ ୨ ଯବାନଙ୍କ ପରିବାର ପୂରାପୂରି ଭାଙ୍ଗି ପଡ଼ିଛନ୍ତି। ନନ୍ଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର […]
ଭୁବନେଶ୍ୱର:ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ସେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି । ଏନେଇ ଘୋଷଣା ହେବା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସର୍ବଶ୍ରେଷ୍ଠ ସାଂସଦ ବିବେଚିତ ହେବା ପରେ ଟ୍ୱିଟରରେ ନିଜେ ପ୍ରତିକ୍ରିୟା ବି ରଖିଛନ୍ତି । ଅପରାଜିତା କହିଛନ୍ତି ଲୋକଙ୍କ […]
ଭୁବନେଶ୍ୱର: ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନି। ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍ ଅନ୍ତର୍ଗତ ଚମ୍ପାରଦା ଗାଁରେ […]
ବାଲେଶ୍ୱର: ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ଆଜି ପରଲୋକ ହୋଇଯାଇଛି। ଏ ନେଇ ମଦନମୋହନଙ୍କ ପରଲୋକ ନେଇ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଯକୃତ ଜନିତ ସମସ୍ୟାରେ ସେ ପୀଡିତ ଥିଲେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବାଲେଶ୍ୱର ସଦରରୁ ଜିତିଥିଲେ। ବିଜେପି ଟିକେଟ୍ରେ […]
ବରଗଡ଼: ବଡ ମଣିଷ ହେବା ପାଇଁ, ସଫଳତାକୁ ହାତମୁଠାରେ ପାଇବା ପାଇଁ ସବୁବେଳେ ଆମ ପାଖରେ ସୁବିଧା ସୁଯୋଗ ଉପଲବ୍ଧ ନ ଥାଏ । କିନ୍ତୁ ଉପରକୁ ଉଠିବାର ଲକ୍ଷ୍ୟ ଯଦି ଦୃଢ ଥାଏ ତେବେ ସବୁ ଅସୁବିଧା କେତେବେଳେ ସୁବିଧାରେ ପରିଣତ ହୋଇଯାଏ ଜାଣି ହୁଏନି। ନଷ୍ଠା, ଆତ୍ମବିଶ୍ୱାସ ଏବଂ ଦୃଢ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି। ଏଇ ଚାବିକାଠିରେ ଏକ ବଡ ସଫଳତାକୁ ହାତମୁଠାରେ ପାଇ ପାରିଛନ୍ତି ବରଗଡ଼ ଜିଲ୍ଲାର ଜଣେ ଚାଷୀ ପୁଅ। […]
ଭୁବନେଶ୍ୱର: OSSSC ନର୍ସିଂ ଅଫିସର ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଓଡ଼ିଶା ସବ୍-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଖାଲି ପଡ଼ିଥିବା ୬୪୩୨ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପୂର୍ବରୁ ଏହି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲେ ହେଁ ଏବେ ଏହାର ସମୟ ସୀମା ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ସମୟ ଅନୁସାରେ ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୫ ତାରିଖ ୨୦୨୧ ଭିତରେ ଆବେଦନ କରିପାରିବେ। ବିଭାଗୀୟ ୱେବସାଇଟ୍ osssc.gov.inରେ ଜାରି ଅଧିସୂଚନା ଅନୁଯାୟୀ, […]
ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ଏହି ହତ୍ୟା ମାମଲା ନେଇ ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାୟର କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏଇ ମିସ୍ କେସ୍ ଦାୟର କରାଯାଇଥିବା ଜଣାଯାଇଛି। ନାବଳିକା ନିଖୋଜ ଏବଂ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ବାପା-ମା’ ଆତ୍ମାହୁତି ଉଦ୍ୟମ କରିବା ପରେ ସରକାର ଏହାର SIT ତଦନ୍ତ କରିଥିଲେ। ତଦନ୍ତ ପରେ SIT ମୁଖ୍ୟ ଅରୁଣ ବୋଥ୍ରା ଏକ ସାମ୍ବାଦିକ […]
ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ ସରକାର ଘୋଷଣା କରିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ସରକାରୀ ସ୍କୁଲରେ ଏପରି କଣ ବ୍ୟବସ୍ଥା କରାଯାଇଛି ଯେ, ସଂରକ୍ଷଣ କରାଯିବା କଥା ବୋଲି ପ୍ରଶ୍ନ କରିଛି ଦଳ। ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି, ସରକାରଙ୍କୁ ଏବେ କାହିଁକି ସଂରକ୍ଷଣ ବ୍ୟବସ୍ଥା କରିବାକୁ ପଡ଼ିଲା ? ସମ୍ବିଧାନରେ […]
ଯାଜପୁର: ଆଜିଠୁ ଖୋଲିଲା ଯାଜପୁରର ମା’ ବିରଜାଙ୍କ ମନ୍ଦିର। କୋଭିଡ୍ କଟକଣା ମଧ୍ୟରେ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ଭକ୍ତମାନେ କିଭଳି ସୁରୁଖୁରୁରେ ମାଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଦୀର୍ଘମାସ ପରେ ମନ୍ଦିର ଖୋଲୁଥିବାରୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ ଲାଗିଛି। ମହିଳା ଓ ପୁରୁଷ ଭକ୍ତମାନଙ୍କ ପାଇଁ ଅଲଗା ଅଲଗା ଧାଡି ହୋଇଛି । ମନ୍ଦିରର ମୁଖ୍ୟ ଦ୍ୱାରରେ ପୋଲିସ ମୁତୟନ ରହିଛନ୍ତି । ସେହିପରି ମନ୍ଦିରରେ ପ୍ରବେଶ ପୂର୍ବରୁ […]
ଭଦ୍ରକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମନ୍ଦିର ଏବେ ଗୋଟିଏ ପରେ ଗୋଟିଏ ଖୋଲୁଛି। ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ ପାଇବେ। ଏହାପର ୨ ଦିନ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ। ତେବେ […]
ଭୁବନେଶ୍ୱର: ବିଜୁ ଜନତା ଦଳର ଆଜି ୨୪ ତମ ପ୍ରତିଷ୍ଠା ଦିବସ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି । ରାଜ୍ୟସ୍ତରରୁ ଆରମ୍ଭ କରି ପ୍ରତି ନିର୍ବାଚନମଣ୍ଡଳୀରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ୨୪ ବର୍ଷ ତଳେ ଆଜିର ଦିନରେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ବିଜୁ ଜନତା ଦଳ ଗଠନ ହୋଇଥିଲା । ଦଳ ପକ୍ଷରୁ କୁହାଯାଇଛି, ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ସହ ଓଡିଶାର ସ୍ୱତନ୍ତ୍ର […]
କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ କଟକ ଘର ଯେମିତି ପାଲଟିଛି ଅସ୍ତ୍ର ଭଣ୍ଡାର ! ଗତକାଲି ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ପୁଣି ତାଙ୍କ ଘରେ ହୋଇପାରେ ସର୍ଚ୍ଚ ଅପରେସନ। ପୁଣି ଥରେ ଦୁଇ ଭାଇଙ୍କୁ ଆଣି ଘର ଯାଞ୍ଚ କରାଯିବ ବୋଲି ଗତକାଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ । ଗତକାଲି ଚଢ଼ାଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିଲା । ବିଭିନ୍ନ ସ୍ଥାନରେ ସିକ୍ରେଟ […]
କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା ।
ଜଳେଶ୍ଵର(ଅଜିତ କୁମାର ଦାସ): ଚାରି ପୁଅ ଥାଇ ବାପା ଆଜି ବେସାହାରା । ଏହି ହାଡ ଭଙ୍ଗା ଶୀତରେ ବି ପଲିଥିନ ତଳେ ଗୋଟିଏ ଗାଈକୁ ଧରି ଦିନ କଟାଉଛନ୍ତି ୭୦ ବର୍ଷୀୟ ବୃଦ୍ଧ। ଏମିତି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ସବୁଠାରୁ ଦୁଃଖର କଥା, ଗାଈକୁ ବିକିଲେନି ବୋଲି ୪ ପୁଅ ମିଶି ବୁଢା ବାପାକୁ ପର କରିଦେଲେ। ଭାବିଲେନି, ଯେଉଁ ବାପା ଦିନେ ତାଙ୍କୁ ହାତ ଧରି ଚାଲି ଶିଖେଇଛ, ନିଜେ […]
ପୁରୀ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଧନୀ ଅଙ୍ଗନବାଡ଼ି କର୍ମୀ । ପୁରୀର ଏଇ ଧନୀ ଅଙ୍ଗନବାଡ଼ି କର୍ମୀ ନାଁ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି। ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଲଡିଂ, ସଙ୍ଗମ ମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ୍, ବାଲି ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ର, ଡେଲାଙ୍ଗ ହାଟ ସାହିରେ […]
ବାଲେଶ୍ୱର: ୫ ଘଣ୍ଟାର ଛକାପଞ୍ଝା ପରେ ପୁଲିସ୍ ହାତରେ ଧରାପଡ଼ିଲା ଅପରାଧୀ। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ରେମୁଣା ଶ୍ୟାମରାଇପୁର ଗାଁରୁ ଜଣେ ଅପରାଧୀକୁ ପୁଲିସ୍ କାବୁ କରିଛି। ଧରା ପଡ଼ିଥିବା ଏହି ଅପରାଧୀର ନାଁ ଈଶ୍ୱର ମହାଳିକ। ଏକ ବଡ଼ ଲୁଟ୍ରେ ଇଶ୍ୱରର ସମ୍ପୃକ୍ତି ଜାଣି ଆଜି ସକାଳେ ତାକୁ ଧରିବା ପାଇଁ ରେମୁଣା ଓ ସହଦେବଖୁଣ୍ଟା ପୁଲିସ୍ ଟିମ୍ ଶ୍ୟାମରାଇପୁର ଗାଁକୁ ଯାଇଥିଲେ। ହେଲେ ଇଶ୍ୱରକୁ ଧରିବା ପାଇଁ ପୁଲିସ୍କୁ ନାକେଦମ୍ ହେବାକୁ […]
ଖୋର୍ଦ୍ଧା: ପାରିବାରିକ ବିବାଦରୁ ଘଟିଛି ବିଭିତ୍ସ ହତ୍ୟାକାଣ୍ଡ। ଆଉ କେହି ନୁହେଁ, ହେମଦସ୍ତାରେ ଛେଚି ସ୍ତ୍ରୀ ମାରି ଦେଇଛି ସ୍ୱାମୀକୁ । ପ୍ରମାଣ ନଷ୍ଟ କରିବାକୁ ଯାଇ ମାଟିତଳେ ପୋତି ଦେଇଛି ଶବ । ଦୀର୍ଘ ତିନିମାସ ପରେ ଗାଁ ଲୋକଙ୍କୁ ମିଛି କହିବା ପରେ ଗତକାଲି ସାମ୍ନାକୁ ଆସିଛି। ଗାଁ ଲୋକେ ମାଟିତଳୁ ଗଳିତ ଶବ ଉଦ୍ଧାର ପରେ ପଦାକୁ ଆସିଛି ଚାଞ୍ଚଲ୍ୟକର ସତ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ […]
ଫୁଲବାଣୀ: ରାଜ୍ୟରେ ଶୀତର ପ୍ରକୋପ ବଢୁଛି। ୧୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ୧୦ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଶୀତର ପ୍ରକୋପ ବଢୁଥିବାରୁ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅନୁଗୁଳ, ଝାରସୁଗୁଡ଼ା, ଢ଼େଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷେ କନ୍ଧମାଳ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ପାରଦ କମୁଥିବା ଦେଖିବାକୁ ମିଳିଛି। ଥଣ୍ଡାକୁ ଦଷ୍ଟିରେ ରଖି ସତର୍କ ରହିବାକୁ SRCଙ୍କ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପରୀକ୍ଷଣ କେନ୍ଦ୍ରରୁ ଆଜି ଏକ ଉନ୍ନତ ମାନର ମିଜାଇଲ ପରୀକ୍ଷା କରାଯିବ । ଏଥିପାଇଁ ଡିଆରଡିଓର ପରୀକ୍ଷଣ କେନ୍ଦ୍ରଠାରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ୬ଖଣ୍ଡ ଗାଁର ଲୋକଙ୍କୁ ଅସ୍ଥାୟୀ ଭାବେ ବିସ୍ଥାପିତ କରାଯାଉଛି । ଏହି ପଞ୍ଚାୟତର ପାଖାପାଖି ୮ ହଜାର ଲୋକଙ୍କୁ ପରୀକ୍ଷା ସରିବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା […]
ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍। ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍ ପୋଲିସ ଉଦ୍ଧାର କରିଛି । ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗ୍ସ ମିଳିଛି। ହେଲେ ସେଇ ଲେଗିଙ୍ଗସ୍ ସଂପୃକ୍ତ ନାବାଳିକାର ତ? ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୧୬ ଘଣ୍ଟା ଧରି ଜଳ ନିଷ୍କାସନ […]
ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଶେଷରେ ଖୋଲିଲା ଶ୍ରୀମନ୍ଦିର। ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀ ନିବାସୀଙ୍କ ପାଇଁ ଆଜିଠାରୁ ମନ୍ଦିର ଖୋଲାଯାଉଛି । କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ। ୨୬ ତାରିଖରୁ ୩୧ ତାରିଖ ଯାଏଁ ପୁରୀ ସହରର ସାଧାରଣ ଭକ୍ତ ଦର୍ଶନ କରିପାରିବେ । କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ବତନ୍ତ୍ର […]
ନୟାଗଡ଼:ପରୀ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଛି ଏବଂ ତା ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ତଦନ୍ତ କରୁଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହୁଥିବାବେଳେ ଏବେ ବୋଥ୍ରାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ। ଗତକାଲି ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT ଟିମ୍ ସରୋଜ ସେଠୀଙ୍କୁ ଗିରଫ କରିଛି। ସେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି […]
ପୁରୀ: ପୁଲିସ୍ କ୍ୱାର୍ଟର୍ସରୁ ଚୋରି। ରାତି ଅଧରେ ଟଙ୍କା, ସୁନା ଗହଣା ଲୁଟି କଳାକନା ବୁଲାଇଲେ ଦୁର୍ବୃତ୍ତ।ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ କ୍ୱାକ୍ ରୋଡରେ ଥିବା ପୁଲିସ୍ କ୍ୱାର୍ଟର୍ସରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ୩ରୁ ୪ ଜଣ ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ କ୍ୱାର୍ଟର୍ସରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ଘର ଭିତରକୁ ପ୍ରବେଶ କରି ଆଲ୍ମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା […]