• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ମର୍ଡର !

ନରସିଂହପୁର: ମନ୍ଦିର ଭିତରେ ମର୍ଡର ! କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ପୂଜକ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ ବ୍ରାହ୍ମଣୀଦେଈ ମନ୍ଦିରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ୫୨ ବର୍ଷୀୟ ସରୋଜ ପ୍ରଧାନ। ହତ୍ୟାକାରୀ ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସାରା ଦେଶ କରୋନା ସହ ଲଢ଼ୁ ଥିବାବେଳେ ଏହାକୁ ଦୂର କରିବାକୁ ତାଙ୍କୁ […]

bus
ଆଜିଠୁ ଗଡ଼ିଲା ଘରୋଇ ବସ୍

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ବସ୍‌ରେ ମାତ୍ର ୧୫ ଜଣ ଯାତ୍ରୀ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ଆଉ ୨ଟି ବସ୍ ଯାତ୍ରା ଆରମ୍ଭ କରିଛି। ଭଦ୍ରକ ବସ୍‌ଷ୍ଟାଣ୍ଡ୍‌ରୁ ମଧ୍ୟ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ ପୂର୍ବରୁ ବସ୍‌କୁ […]

  • Tuesday, 13 July 2021
electricity
ଚଳିତ ମାସ ବିଦ୍ୟୁତ୍‌ ବିଲ୍‌ରେ ଲାଗୁ ହେବନି ଅଧିକ ଚାର୍ଜ

ଭୁବନେଶ୍ୱର: ମେ‘ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍ ବିଲ୍ ଦେଇଛନ୍ତି ମେ’ ମାସରେ ମଧ୍ୟ Orissa Electricity Regulatory Commission(OERC) ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ। ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସେସୁର କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇ ପାରୁନାହାନ୍ତି। ତେଣୁ ପୁରୁଣା ମାସର […]

electrocution
ବିଦ୍ୟୁତ୍‌ ନେଲା କୁନି ଝିଅର ଜୀବନ

ଭଦ୍ରକ: ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ଜଣେ ୫ ବର୍ଷୀୟା ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଚକ୍ରଧର ମଲ୍ଲିକଙ୍କ ୫ ବର୍ଷର ଝିଅ ଆଜି ସକାଳେ ନିଜ ବାଡ଼ିରେ ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହାପରେ ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ […]

odisha
ଗାଁ ମୁଖିଆଙ୍କୁ ହତ୍ୟା କରି ଶବ ଜଗିଲା ହତ୍ୟାକାରୀ

ଉମରକୋଟ: ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ମୃତଦେହକୁ ଜଗିରହିଲା ହତ୍ୟାକାରୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ହଳଦୀ ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତକଙ୍କ ନାଁ ମିନିଚାନ୍ଦ ଚୌହାନ। ପୁଲିସ୍‌ ଅଭିଯୁକ୍ତ ହିରଣ୍ୟ ବାଘଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,ବହୁ ବର୍ଷ ତଳେ ହିରଣ୍ୟ ଜମାଦାରପଡ଼ା ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲା। ବିବାହ ପରଠାରୁ ପରିବାରରେ କଳହ ଲାଗି ରହୁଥିଲା। ଏହି ବିବାଦର ସମାଧାନ ପାଇଁ ଜମାଦାରପଡ଼ା ଗାଁ ମୁଖିଆ […]

  • Tuesday, 13 July 2021
odisha
ଜିଲ୍ଲାପାଳ ଓ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି

ବରଗଡ଼: ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ଏସ୍‌ପି ପଦ୍ମିନୀ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି। ଜଣେ ଅଜଣା ବ୍ୟକ୍ତି ଫେସ୍‌ବୁକ୍‌ରେ ଏହି ଫେକ୍‌ ଆକାଉଣ୍ଟ୍‌ କରି ଏହାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ଜଣକ ଫେକ୍‌ ଆକାଉଣ୍ଟ୍‌ରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ ଭ୍ରମିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ […]

  • Tuesday, 13 July 2021
locust
ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ ! କୃଷକମାନଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: କରୋନା ସଙ୍କଟ ଦେଇ ରାଜ୍ୟ ଏବେ ଗତି କରୁଛି। ନିକଟରେ ବାତ୍ୟା ଅମ୍ପନ୍‌ ଆସି ଏହି ସଙ୍କଟକୁ ଆହୁରି ଦ୍ୱିଗୁଣିତ କରି ଦେଇଥିଲା। ଏସବୁ ଭିତରେ ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ। ଯାହାକୁ ନେଇ ଏବେ ରାଜ୍ୟବାସୀ ଚିନ୍ତାରେ। ବିଶେଷ କରି କୃଷକମାନଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓ OUAT ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଏନେଇ କୃଷି […]

  • Tuesday, 13 July 2021
odisha
କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର୍‌

ଭଦ୍ରକ: କ୍ୱାରେଣ୍ଟିନ୍‌ ସେଣ୍ଟରରେ ଅଗ୍ନିକାଣ୍ଡ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ରୋଷେୟା ଆହତ ହୋଇଛନ୍ତି। ତେବେ ୩୨ ଜଣ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡରେ ରୋଷେଇ ପାଇଁ ରଖାଯାଇଥିବା ସମସ୍ତ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ ହେଉଥିବା ବେଳେ କୌଣସି […]

  • Tuesday, 13 July 2021
odisha
ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ରେ ପୂର୍ବତନ ସରପଞ୍ଚଙ୍କ ସମ୍ପୃକ୍ତି, ଧରିଲା ବନ ବିଭାଗ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ବିରଳ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୭ ଜଣ ଶିକାରୀ ଓ ଜଣେ ବ୍ୟବସାୟୀଙ୍କୁ ବନ ବିଭାଗ ଗିରଫ କରିଛି। ସମସ୍ତେ ସମ୍ବଲପୁର, ନାକଟିଦେଉଳ ବ୍ଲକ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ନିକଟରୁ ୨ କିଲୋ ୬ ଶହ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରାଯାଇଛି। ଏମାନେ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଟିକିରା ନଦୀର ବାଲି ଭିତରେ […]

  • Tuesday, 13 July 2021
mp
ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲେ ସାଂସଦ ସପ୍ତଗିରି ଉଲାକା

ରାୟଗଡ଼ା: ଦିଲ୍ଲୀରୁ ଫେରିବା ପରେ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା। ମେ’୨୫ରେ ସେ ଦିଲ୍ଲୀରୁ ଫେରି ଗତକାଲି ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ସେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟିନ୍‌ ଷ୍ଟିକର ଲଗାଯାଇଛି। ଜୁନ ୮ ଯାଏ ଅର୍ଥାତ୍‌ ୧୪ ଦିନ ପାଇଁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ସାଂସଦଙ୍କୁ କୁହାଯାଇଛି। ସୂଚନାଥାଉ କି, ଗତ ମାର୍ଚ୍ଚରେ ସଂସଦ ଅଧିବେଶନରେ ଯୋଗ ଦେବାପାଇଁ ସେ ଦିଲ୍ଲୀ […]

  • Tuesday, 13 July 2021
odisha
୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଯୁବକ

ବ୍ରହ୍ମପୁର: ଗାଁ ଭିତରେ ଲୋକେ ପୂରାଇ ନ ଦେବାରୁ ବାଧ୍ୟ ହୋଇ ଗତ ୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁର ଗାଁରେ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗାଁର ମାଧବ ପାତ୍ର ନାମକ ଜଣେ ବିହାରରେ ରହୁଥିଲେ। ଲକ୍‌ଡାଉନ୍‌ ପରେ ଗାଁକୁ ପଳାଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲା। […]

  • Tuesday, 13 July 2021
mo bus.
“ଖୁବ୍‌ ଶୀଘ୍ର ଗଡ଼ିବ ‘ମୋ ବସ୍‌’ ”

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ ଶୀଘ୍ର ‘ମୋ ବସ୍‌’ ଚଳାଚଳ କରିବ। କେଉଁ ରୁଟ୍‌ରେ କେତେ ବସ୍‌ ଚଳାଚଳ କରିବ, ସେନେଇ ଆସନ୍ତାକାଲି ଅବଗତ କରାଯିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି। ସୂଚନାଥାଉ କି, ‘ମୋ ବସ୍’ ଗୁଡ଼ିକ ଏବେ ପ୍ରବାସୀଙ୍କ ନେବା ଆଣିବାରେ ନିୟୋଜିତ ହୋଇଛି। ତେବେ ‘ମୋ ବସ୍‌’ ଚଳାଚଳ କରିବା ପୂର୍ବରୁ ବସ୍‌ ଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟବସ୍ଥା […]

  • Tuesday, 13 July 2021
odisha
ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

କଣ୍ଟାବାଞ୍ଜି: ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାବେଳେ ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ସମସ୍ତ ଶ୍ରମିକ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହି ଶ୍ରମିକମାନେ ଗୁଜରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ଏକ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ତେବେ କଣ୍ଟାବାଞ୍ଜି ଷ୍ଟେସନରେ […]

  • Tuesday, 13 July 2021
beer
ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି

କଟକ: କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗି ରହିଥିବା ଟଣାଓଟରା ଭିତରେ ଶେଷରେ ହଁ ଭରିଛି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ଆଜି ସକାଳ […]

  • Tuesday, 13 July 2021
bus
କାଲିଠୁ ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ୱର: ରାଜ୍ୟ ଭିତରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ ଓ ଟ୍ୟାକ୍ସି। ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସିଟି ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ମିଳିଛି। ବସ୍ ସହ ଅଟୋ ରିକ୍ସା, ଓଲା, ଉବେର ଗାଡ଼ି ମଧ୍ୟ ଚାଲିବ। ସେହିପରି ୪ ଚକିଆ ଓ ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ୨ ଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଛି। ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ […]

  • Tuesday, 13 July 2021
park
କଟକଣା ସହ ଖୋଲିଲା ରାଜଧାନୀର ଏହିସବୁ ପାର୍କ

ଭୁବନେଶ୍ୱର: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି। ପରୀକ୍ଷାମୂଳକ ଭାବେ ଏହି ପାର୍କ ଗୁଡ଼ିକୁ ବିଏମ୍‌ସି ପକ୍ଷରୁ ଖୋଲା ଯାଇଛି। ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ। ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲା ରହିବ। ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି। ପାର୍କକୁ ଯାଉଥିବା ଲୋକମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ […]

  • Tuesday, 13 July 2021
beer
ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ; ହୋମ୍‌ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ। ଅନଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।  ଉଭୟ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ହୋମ୍ ଡେଲିଭରି କରିପାରିବେ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଏହି ହୋମ୍‌ ଡେଲିଭରି ହୋଇପାରିବ ନାହିଁ। ଅନ୍‌ଲାଇନ୍‌ରେ ମଦ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ରାଜ୍ୟ ଅବକାରୀ ବିଭାଗ ଅନୁମତି ଦେଇଛି। ଅନ୍‌ଲାଇନ୍‌ରେ ମଦ ବିକ୍ରି ନିଷ୍ପତ୍ତି ପରେ ଏହି ଦୁଇ ସଂସ୍ଥା ହୋମ୍‌ ଡେଲିଭରି ପାଇଁ […]

  • Tuesday, 13 July 2021
odisha
ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ଭିଟାମାଟିକୁ ଫେରୁଥିବାବେଳେ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଭିତରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ରାଧା କର। ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଜଡା ଗାଁରେ। ଟ୍ରେନ୍‌ଟି ବିଶାଖାପାଟଣାରୁ ବଲାଙ୍ଗିର ଷ୍ଟେସନ୍‌ରେ ପହଞ୍ଚିବା ପରେ ଜିଆର୍‌ପି(Government Railway Police) ଟ୍ରେନ୍‌ରୁ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଜିଆର୍‌ପି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମହିଳା ଜଣକ ନିଜ ଭିଟାମାଟିକୁ ଫେରୁଥିବାବେଳେ ଟ୍ରେନ୍‌ ଭିତରେ ତାଙ୍କର […]

  • Tuesday, 13 July 2021
representational image
କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ଏମିତି ଅଭିଯୋଗ

ପାଟଣାଗଡ଼: କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଟିକେମଣି ତଅଲ। ଟିକେମଣି ଛତିଶଗଡ଼ରେ ତାଙ୍କ ପୁଅ ପାଖରେ ରହୁଥିଲେ। ଗତ ୧୭ ତାରିଖରେ ନିଜ ଗାଁକୁ ଫେରିବା ପରେ ତାଙ୍କୁ କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ରଖାଯାଇଥିଲା। ତାଙ୍କ ଶରୀର ଅସୁସ୍ଥ ଥିଲା। କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୨୦ ତାରିଖରେ ଟିକେମଣି ଅଧିକ ଅସୁସ୍ଥ ହୋଇପଡ଼ିବାରୁ […]

  • Tuesday, 13 July 2021
cloudy
ଆହୁରି ୩ ଦିନ କଲବଲ କରିବ ତାତି, ମେ’ ୨୫ ଓ ୨୬ରେ କାଳବୈଶାଖୀ !

ଭୁବନେଶ୍ୱର: ବାତ୍ୟା ପରେ ପୁଣି ଫେରିଲା ତାତି। ଆଗାମୀ ୩ ଦିନ ଯାଏ କଲବଲ କରିବ ତାତି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ। ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ୩ ଦିନ ଯାଏ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ […]

  • Tuesday, 13 July 2021
truck 1
ବାଲି ଉଠାଇବାକୁ ଘାଟକୁ ଯାଇଥିଲେ ହଠାତ୍‌ ମାଡ଼ି ଆସିଲା ପାଣି, ତା’ପରେ...

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ବୈତରଣୀ ନଦୀ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇଓ୍ୱା ଗାଡ଼ି ବୁଡ଼ି ଯାଇଛି। ଆଜି ଭୋର ସମୟରେ ନଦୀରୁ ବାଲି ଉଠାଇବା ଲାଗି ଗାଡ଼ି‌ ଗୁଡ଼ିକ ଘାଟ ଭିତରେ ପଶିଥିଲା। ହଠାତ୍‌ ଚେକ୍‌ପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡ଼ି‌ ଗୁଡ଼ିକ ବୁଡ଼ି ଯାଇଥିଲା। ଏହାସହ ବାଲି ଲୋଡିଂ କରୁଥିବା ମେସିନ୍‌ ଗୁଡ଼ିକ‌ ମଧ୍ୟ ବୁଡ଼ି ଯାଇଛି। ଗାଡ଼ି ଗୁଡ଼ିକର ଡ୍ରାଇଭର ଓ କର୍ମଚାରୀ ଦୌଡ଼ି ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି […]

  • Tuesday, 13 July 2021
airport
ମେ’ ୨୫ରୁ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଆସନ୍ତା ମେ’ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି। ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଯାତ୍ରା ନେଇ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏଠାରୁ ବିମାନ ଉଡାଣ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଏସ୍‌ପି, ବିମାନବନ୍ଦରର ନିର୍ଦ୍ଦେଶକ, ଜିଲ୍ଲା ଚିକିତ୍ସାଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ବିମାନ ଯାତ୍ରା ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି […]

  • Tuesday, 13 July 2021
odisha
ଧାରୁଆ ଅସ୍ତ୍ରରେ ନିଜ ପାପୁଲି କାଟି ଅଲଗା କଲେ ଯୁବକ

ବ୍ରହ୍ମପୁର: ନିଜ ପାପୁଲିକୁ କାଟି ଅଲଗା କରିିଦେଲେ ଯୁବକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଯୁବକଙ୍କ ନାଁ ପି. ସମେଶ୍ୱର। ଗତକାଲି ସନ୍ଧ୍ୟାରେ ଏକ କାତିରେ(ଧାରୁଆ ଅସ୍ତ୍ର) ସମେଶ୍ୱର ତାଙ୍କ ବାମ ହାତ ପାପୁଲିକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ସେ ମାନସିକ […]

  • Tuesday, 13 July 2021
odisha
ମୃତ୍ୟୁ ଏମିତି ବି ଆସେ: ଅଣ୍ଡର୍‌ଗ୍ରାଉଣ୍ଡ୍‌ରେ ପଶିଗଲେ ୩ ଭାଇ, ହେଲେ ବାହାରି ପାରିଲେନି

ମୋହନା: ଜିନିଷପତ୍ର ରଖିବା ପାଇଁ ଘର ଭିତରେ ଥିବା ଏକ ଅଣ୍ଡର୍‌ଗ୍ରାଉଣ୍ଡ୍‌ରେ ପଶି ବାହାରି ନ ପାରି ୩ ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜନ୍ ମାଝୀଙ୍କ ୩ ପୁଅ ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ ଟାରେ ବିପ୍ର ମାଝି ଜିନିଷ ପତ୍ର […]

  • Tuesday, 13 July 2021
odisha
ମୁମ୍ବାଇରୁ ଧାଇଁ ଆସିଥିଲେ ବାପାଙ୍କୁ ଦେଖିବା ପାଇଁ, କଲେ ଶେଷକୃତ୍ୟ

ନୀଳଗିରି: କରୋନା ଭୟ ଓ ଲକ୍‌ଡାଉନ୍‌ କଟକଣା କେତେ ଯେ ନିଷ୍ଠୁର ହୋଇପାରେ ତା’ର ଆଉ ଏକ ଛାତିଥରା କାହାଣୀ ସାମ୍ନାକୁ ଆସିଛି। ଘର ନିକଟରେ ରହିଥିଲେ ମଧ୍ୟ ଅସୁସ୍ଥ ବାପାକୁ ଦେଖା କରିପାରିଲା ନାହିଁ ପୁଅ। ଶେଷରେ କ୍ୟାନସରରେ ପୀଡ଼ିତ ବାପାକୁ ସବୁଦିନ ପାଇଁ ହରାଇଲେ ପୁଅ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ଅନ୍ତର୍ଗତ ବାଉଁଶବଣିଆ ଗୁହାଳିଆ ଗାଁରେ। କ୍ୟାନସରରେ ପୀଡ଼ିତ ବାପାଙ୍କୁ ଦେଖା କରିବା ପାଇଁ ମୁମ୍ବାଇରୁ ଓଡ଼ିଶାକୁ ଧାଇଁ […]

  • Tuesday, 13 July 2021