• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Dog
ରାସ୍ତା ମଝିରେ ଛୁଆକୁ ଜଗିଥିଲା ମା’ କୁକୁର, ଚାଟୁଥିଲା, ହେଲେ ଜାଣି ନ ଥିଲା...

ସୋର(ଶଶିକାନ୍ତ ବେହେରା): ମୋ ଛୁଆକୁ ଛାଡ଼ି କୁଆଡେ ଯିବିନି.. ଉଠୁ ଧନ..ଆ, ଖେଳିବୁ ମୋ ସାଙ୍ଗରେ…। ସତେ ଯେମିତି ଏହି ଭାବ ନେଇ ଛୁଆକୁ ଚାଟି ପକାଉଛି। ହେଲେ ଛୁଆ ଉଠୁନି। କେମିତି ବା ଉଠିବ ? ସେ ଶୋଇଯାଇଛି ଚିର ନିଦ୍ରାରେ। ଯେତେ ଡାକିଲେ ବି ସେ ଆଉ ଉଠିବନି। ହେଲେ ମାତୃ ହୃଦୟ ତା’ର କେମିତି ବୁଝିବ ଏକଥା ? ମୃତ ଛୁଆକୁ ରାସ୍ତା ମଝିରେ ଜଗି ରହିଛି ମାଆ କୁକୁରଟି । ମା’ […]

  • Tuesday, 13 July 2021
vaccine-1111
କାଲିଠୁ ଆରମ୍ଭ ହେବ ଟିକାକରଣ: କିଏ ନେବେ ପ୍ରଥମ ଟିକା, ଜାଣନ୍ତି ?

ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଏହାର ଗୋଟିଏ ଦିନ ପୂର୍ବରୁ  କାହାକୁ ଟିକା ଦିଆଯିବ, କିଏ ଟିକା ନେବା ଉଚିତ୍ ନୁହେଁ ସେ ନେଇ ସୂଚନା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ।୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି କୋଭିଡ ଟିକା ନନେବାକୁ ପରାମର୍ଶ ଦିଆଯାଇଛି । ଗତକାଲିଠାରୁ […]

  • Tuesday, 13 July 2021
7am-Sena-Divasa
ଆଜି ସେନା ଦିବସ: ସହିଦଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ପତ୍ନୀ, ସନ୍ତାନ

ନୂଆଦିଲ୍ଲୀ: ସେମାନଙ୍କ ପାଇଁ ଦିନ ରାତି ସମାନ। ବର୍ଷା, ଖରା କି ଶୀତରେ ସେମାନଙ୍କ ପାଇଁ କିଛି ନୂତନତା ନ ଥାଏ। ଜୀବନ ସେମାନଙ୍କର ଏଇ ଅଛି ଏଇ ନାହିଁ…। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। ଦେଶର ସୁରକ୍ଷା କବଚ। ସେନା ଦିବସରେ ଆଜି ବୀର ଯବାନଙ୍କୁ ସଲାମ..। ଆଜି ୭୩ ତମ ସେନା ଦିବସ । ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ସେନା ଦିବସ ପାଳନ କରାଯାଇ ଆସୁଛି । ପ୍ରତିବର୍ଷ […]

  • Tuesday, 13 July 2021
11111
ଗୁଗୁଲ୍‌ରେ ବିରୋଧୀ ଦଳ ନେତାଙ୍କ ନାଁରେ କିଏ ଲେଖିଲା ଏମିତି ଅଶାଳୀନ ଭାଷା ?

ଭୁବନେଶ୍ୱର(ଜଗଦୀଶ ଦାସ୍‌): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନାଁକୁ କଦର୍ଥ କରି ଅଶାଳୀନ ଭାଷାରେ ଲେଖାଯାଇଥିବା ଗୁଗଲରେ ଆସୁଛି। ବିରୋଧୀ ଦଳ ନେତା ଏହାକୁ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ cyber ଥାନାରେ ଅଭିଯୋଗ କରିବା ସହ DGଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ରାଜନୀତିକୁ ନେଇ […]

  • Tuesday, 13 July 2021
ratha yatra
ରଥଯାତ୍ରା ପାଇଁ ପିଟିସନ୍ ପରେ ପିଟିସନ୍

ପୁରୀ: ରଥଯାତ୍ରା ପାଇଁ ପିଟିସନ୍ ପରେ ପିଟିସନ୍ ଦାୟର ହେବାରେ ଲାଗିଛି। ଗତକାଲି ସୁପ୍ରିମକୋର୍ଟରେ ୩ଟି ପିଟିସନ୍‌ ଦାୟର ହୋଇଥିବାବେଳେ ଆଜି ଆଉ ୨ଟି modification ପିଟିସନ୍ ଦାୟର ହୋଇଛି। ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା କରିବାକୁ ପିଟିସନ୍ ଦାୟର‌ କରିଛନ୍ତି ବିଜନ ପାଇକରାୟ ଓ ସଞ୍ଜୀବ କୁମାର ଚିନ୍ନାରା। ଆବଶ୍ୟକ ସ୍ଥଳେ ପୁରୀକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଶୁଣାଇଥିବା ରାୟରେ ଆଶିଂକ […]

  • Tuesday, 13 July 2021
kayakalpa
ଶ୍ରେଷ୍ଠ ପ୍ରମାଣିତ ହେଲା ଓଡ଼ିଶା

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଶ୍ରେଷ୍ଠ ପ୍ରମାଣିତ କରିପାରିଛନ୍ତି ସରକାର। ଏପରିକି ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ଏହି ଶ୍ରେଷ୍ଠତ୍ୱକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ  ରାଜ୍ୟ ସରକାରଙ୍କୁ ମିଳିଛି ଆଉ ଦୁଇଟି ପୁରସ୍କାର। ଜାଗା ମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଭିଡିଓ କନ୍‌ଫରେନ୍ସିଂରେ କେନ୍ଦ୍ର ଗୃହ […]

  • Tuesday, 13 July 2021
vaccine]
କୋଭିସିଲ୍‌ଡ ପରେ ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ୱର: ଗତକାଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍‌ଡ ପହଞ୍ଚିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା କୋଭାକ୍ସିନ। କମ୍ପାନୀ ପକ୍ଷରୁ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ୍ ଓ ICMR ଦ୍ୱାରା ପ୍ରସ୍ତୁତ ଟିକା ପହଞ୍ଚିବା ପରେ କରୋନା ମୁକାବିଲା ପାଇଁ ଆଶାର କିରଣ ଦେଖା ଦେଇଛି।  ତେବେ କୋଭିସିଲ୍‌ଡ ୩୦ଟି ଜିଲ୍ଲାକୁ ପଠାଯିବ। କିନ୍ତୁ ଭୁବନେଶ୍ୱର ମହାନଗରରେ କୋଭାକ୍ସିନ ଦିଆଯିବ ବୋଲି କୁହାଯାଇଛି। ପ୍ରାୟ […]

fish
ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ, ଦାମ୍‌ କେତେ ଜାଣନ୍ତି ?

ବୌଦ୍ଧ: ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏକ ୪୦ କିଲୋ ଓଜନର ମାଛ ପଡ଼ିଥିଲା। ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ନାଁ ‘କଣା ବୁଦା’। ଏହି ମାଛର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ମାଛ […]

  • Tuesday, 13 July 2021
elephant.JPG-1
ରାସ୍ତାରେ ବୁଲି ଖାଦ୍ୟ ମାଗୁଛି ଗଜରାଜ

ସୁନ୍ଦରଗଡ(ରଂଜିତ ଚୌଧୁରୀ): ରାଜରାସ୍ତାରେ ବୁଲୁଛି । ଦିନେ ବା ଦୁଇ ଦିନ ନୁହଁ, ଦୀର୍ଘ ୭ ଦିନ ଧରି ବୁଲୁଛି।  ଜଙ୍ଗଲରୁ ଆସି ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଉଛି। ଖାଇବାକୁ ମାଗୁଛି। ଆଉ ଖାଇବା ପାଇଗଲେ ପୁଣି ଜଙ୍ଗଲକୁ ଚାଲି ଯାଉଛି।  ଏଠି ଆମେ ସେଇ ଗଜରାଜ କଥା କହୁଛୁ ଯିଏ ବେଶ କିଛି ଦିନ ହେବ ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ ଏମିତି ବୁଲୁଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ […]

  • Tuesday, 13 July 2021
odisha
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

କଳାହାଣ୍ଡି: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍‌ ବାବୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ASI ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟ୍ରରକୁ ରିଲିଜ୍‌ କରିବା ପାଇଁ ASI ମଳୟ ରଣା ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ […]

driving 1
ସେପ୍ଟେମ୍ବର ୩୦ ଯାଏ ଗାଡ଼ି ସମ୍ପର୍କିତ ଏହି ସମସ୍ତ ଡକ୍ୟୁମେଣ୍ଟ୍‌ସ୍‌ର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଫିଟ୍‌ନେସ୍‌, ପରମିଟ୍‌(ସମସ୍ତ ପ୍ରକାରର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ କିମ୍ବା ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍‌ସ୍‌ର ଅବଧି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦, ଫେବୃଆରୀ ୧ରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସ୍ପେପଟେମ୍ବର ୩୦ ତାରିଖ ଯାଏ ବୈଧ ରହିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ଅନୁସାରେ ମାର୍ଚ୍ଚ ୧୮ ତାରିଖ ଯାଏ ବୈଧ ଥିବା ଲର୍ଣ୍ଣସ୍‌ […]

  • Tuesday, 13 July 2021
ca-1
କାର ଦୁର୍ଘଟଣାରେ ଆଖିବୁଜିଲେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ, ବୋହୂ ଗୁରୁତର

ପାରାଦୀପ(ରମାକାନ୍ତ ନାୟକ):କଟକ-ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଜଗତ୍‌ସିଂହପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏକମାତ୍ର ପୁଅ ବୋଲି ଜଣା ପଡ଼ିଛି। ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀରାମ ସାହୁଙ୍କର ଏକମାତ୍ର ପୁଅ ଶ୍ରୀକାନ୍ତ ସାହୁ।  ଶ୍ରୀରାମଙ୍କର ପାରାଦୀପ ବନ୍ଦରରେ ବଡ ଧରଣର ବ୍ୟବସାୟ ରହିଛି। ତାଙ୍କର ନିଜ ଘର ଜଗତସିଂହପୁରର  ଆଶ୍ରମ ପାଟଣାରେ। […]

  • Tuesday, 13 July 2021
odisha 1
ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡ଼ିଆ ଯବାନ ନୁଦୁରାମ, ଚନ୍ଦ୍ରକାନ୍ତ

ରାଇରଙ୍ଗପୁର/ବାଲିଗୁଡ଼ା: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ଆଜି ସେମାନଙ୍କର ଜନ୍ମମାଟିର ସମ୍ପନ୍ନ ହୋଇଛି। କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ୁଥିବାବେଳେ ବୀର ଓଡ଼ିଆ ପୁଅଙ୍କୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ଓଡ଼ିଆ ଯବାନ ନୁଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ତାଙ୍କର ଜନ୍ମମାଟି ବଡଚମ୍ପାଉଦା ଗାଁରେ ସମ୍ପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ରାଇରଙ୍ଗପୁରରୁ ବଡଚମ୍ପାଉଦା ଗାଁକୁ ସହିଦଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ତାଙ୍କୁ […]

  • Tuesday, 13 July 2021
locust
ପୁଣି ଓଡ଼ିଶାକୁ ପଙ୍ଗପାଳ ଭୟ ! ଚିନ୍ତାରେ ଚାଷୀ

ସୁନ୍ଦରଗଡ଼: ପୁଣି ଓଡ଼ିଶାକୁ ପଙ୍ଗପାଳ ଭୟ ! ଜୁନ୍ ୧ରେ ପଙ୍ଗପାଳ ଦଳ ମଧ୍ୟପ୍ରଦେଶରୁ ଛତିଶଗଡ଼ କରେୟା ଜିଲ୍ଲା ଭରତପୁର ଅଞ୍ଚଳକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇ ଗୋଟିଏ ଦିନରେ ପୁଣି ମଧ୍ୟପ୍ରଦେଶକୁ ଫେରି ଯାଇଥିଲେ। ତେବେ ଏହି ପଙ୍ଗପାଳ ଦଳ ପୁଣି ଛତିଶଗଡ଼ରେ ପ୍ରବେଶ କରିଛନ୍ତି। ଏବେ ପଙ୍ଗପାଳ ଦଳ ଛତିଶଗଡ଼ର କରେୟା ଜିଲ୍ଲା ଭରତପୁର ବ୍ଲକ୍‌ ଅନ୍ତର୍ଗତ ଡଙ୍ଗୋରିଟୋଲି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ କରେୟା ଜିଲ୍ଲା ପ୍ରଶାସନ ଓ […]

  • Tuesday, 13 July 2021
accident
ଓଲଟିଲା ଯାତ୍ରୀବାହୀ ବସ୍‌

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୪୦ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ରାୟଗଡ଼ାରୁ କଟକ ଯାଉଥିବାବେଳେ ଖ୍ରୀଷ୍ଟପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ର ସାମ୍ନା ପଟୁ ଏକ […]

  • Tuesday, 13 July 2021
highcourt
ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ରାଜ୍ୟର ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।  ଏ ନେଇ ଗଠିତ କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ଫି ହ୍ରାସ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କମିଟିର ରିପୋର୍ଟ ଗ୍ରହଣ କରିବା ନେଇ ଯଦି କାହାର ଆପତ୍ତି ଥିବ, ତା ହେଲେ ସାନି […]

  • Tuesday, 13 July 2021
Aparajita-Sarangi-1
ରାଜଧାନୀରେ ଆଉ ରହିବେନି ଭୋକିଲା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ କେହି ଭୋକିଲା ରହିବେ ନାହିଁ। ସମସ୍ତ ଭୋକିଲାଙ୍କୁ ମିଳିବ ଖାଦ୍ୟ। ଖାଲି ଖାଦ୍ୟ ନୁହେଁ, ସେମାନେ ରୋଜଗାରକ୍ଷମ ମଧ୍ୟ ହେବେ। ଏମିତି ପ୍ରତିଶ୍ରୁତି ଦେଇ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଟ୍ରଷ୍ଟ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗଠନ କରାଯାଇଛି ଏହି ଅନ୍ନପୂର୍ଣ୍ଣା ଟ୍ରଷ୍ଟ । ଏକ କ୍ଷୁଧାମୁକ୍ତ ଓଡ଼ିଶା ଗଠନ ସ୍ୱପ୍ନକୁ ସାକାର ଲାଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଟ୍ରଷ୍ଟ ଗଠନ କରାଯାଇଛି।  […]

  • Tuesday, 13 July 2021
rsp
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ) : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ରେ ଗ୍ୟାସ୍ ଲିକ୍ ହୋଇଛି। ବିଷାକ୍ତ ଗ୍ୟାସ ପ୍ରଭାବରେ ୧୦ ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣଙ୍କର ମୃତ୍ୟୁ ଘଟିଥିଲ। ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ୪ ଜଣଙ୍କର ପରିଚୟ ମଧ୍ୟ ଜଣାପଡ଼ିଛି। ଏମାନେ ହେଲେ ଗଣେଷ ଚନ୍ଦ୍ର ପହିଲ୍ (୫୫), ରବିନ୍ଦ୍ର ସାହୁ (୫୯), ଅଭିମନ୍ୟୁ ଶାହ(୩୩) ଏବଂ ଅନ୍ୟ […]

student-1
ମାଟ୍ରିକ ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: କରୋନା କଟକଣା ଭିତରେ ମାଟ୍ରିକ ପରୀକ୍ଷା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫର୍ମ ପୂରଣ ଅନଲାଇନରେ ହେବ ବୋଲି ଆସିଛି ନିର୍ଦ୍ଦେଶାବଳୀ । ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଅନଲାଇନ୍‌ରେ ଫର୍ମ ପୂରଣ ହେବ। ଉଭୟେ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନରେ ଫର୍ମ ଫିଲ୍ […]

  • Tuesday, 13 July 2021
rainfall
ଓଡ଼ିଶାରେ ୩ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାରେ ଲାଗି ରହିଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, […]

Rupees
ରାସ୍ତାରେ ପଡ଼ିଛି ବିଡ଼ା ବିଡା ଟଙ୍କା, ସମସ୍ତେ ଦେଖୁଛନ୍ତି, କିନ୍ତୁ ନେଉ ନାହାନ୍ତି

ଭୁବନେଶ୍ୱର: ରାସ୍ତାରେ ଯାଉଥିବେ, ହଠାତ ଦେଖିବେ ବିଡା ବିଡା ନୋଟ ପଡ଼ିଛି। କ’ଣ କରିବେ ? ଭୁବନେଶ୍ୱର ସହରର ଏକ ରାସ୍ତାରେ ଏମିତି ଆଜି ଟଙ୍କା ପଡି ଥିବା ଦେଖିବାକୁ ମିଳିଛି। ଖାଲି ଟଙ୍କା ନୁହେଁ,  ବିଡା ବିଡା ଟଙ୍କା ରାସ୍ତା ଉପରେ ପଡ଼ିଛି । ସେ ପୁଣି ୫୦୦ ଟଙ୍କିଆ ବିଡ଼ା। ଗୋଟିଏ ବା ଦୁଇଟି ବିଡା ନୁହେଁ, ପୂରା ୩ଟି ୫୦୦ ଟଙ୍କିଆ ବଣ୍ଡଲ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କେହି କହୁନାହାନ୍ତି […]

  • Tuesday, 13 July 2021
PSO
ବଣାଇ ବିଧାୟକଙ୍କ PSOଙ୍କ ଆତ୍ମହତ୍ୟା ! 

ବଣାଇ: ନିଜ ସର୍ଭିସ୍‌ ରିଭରଭଲ୍‌ରୁ ଗୁଳି କରି ‌ବିଧାୟକଙ୍କ PSO ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ PSO ଡମ୍ବରୁ ସାହୁ ନିଜ ସର୍ଭିସ୍‌ ରିଭରଭଲ୍‌ରୁ ଗୁଳି ଚଳାଇ ‌ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।  ସୂଚନା ଅନୁସାରେ, କୁର୍ଡା ବାସଭବନରେ ସେ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।  ତେବେ କେଉଁ କାରଣ ପାଇଁ ସେ ନିଜ ସର୍ଭିସ୍‌ ରିଭରଭଲ୍‌ରୁ ଗୁଳି ଚଳାଇ ଏଭଳି ପଦକ୍ଷେପ ଗ୍ରହଣ କଲେ ସେ […]

  • Tuesday, 13 July 2021
naxal
ଦଳ ଛାଡ଼ିଲେ ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ସହ ୪ ନକ୍ସଲ

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢୀ): ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ନିକଟରେ ଜଣେ ମୋଷ୍ଟ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ସହ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀ ପେଦାବାୟାଳୁ ଏରିଆ କମିଟି ମାଓ ଦଳରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ଜଣକ ହେଲେ କେ. ସୀତା ଓରଫ  ସ୍ୱର୍ଣ୍ଣା  ଓରଫ ଷୈଲୁ। ୨୫ବର୍ଷୀୟ ସ୍ୱର୍ଣ୍ଣା ବିଶାଖାପାଟଣା ଜିଲାର ପେଦାବାୟାଳୁ ପଂଚାୟତର ଜମିଗୁଡା ବାସିନ୍ଦ।  ସେ ଗତ ୨୦୧୦ ମସିହାଠାରୁ ମାଓ […]

  • Tuesday, 13 July 2021
court
ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୂରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏସ୍. ମୂରଲୀଧର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ୍ ମୂରଲୀଧରଙ୍କୁ କିଛି ଦିନ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁୁକ୍ତି ମିଳିଥିଲା । ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଆଜି ୯ଟା ୩୦ ସମୟରେ ଶପଥ ନେଇଛନ୍ତି […]

  • Tuesday, 13 July 2021
farmer-111
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଚିଠି ଜାରି କଲେ ମାଓବାଦୀ

ଚତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଶହଶହ ଚାଷୀ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନାହାନ୍ତି। ଯଦିଓ ଓଡ଼ିଶାରେ କୃଷି ଆଇନକୁ ନେଇ ଚାଷୀମାନେ ଧାରଣାକୁ ଓହ୍ଲାଇ ନାହାନ୍ତି ତେବେ ଏହି ଆନ୍ଦୋଳନକୁ ନକ୍ସଲପନ୍ଥୀମାନେ ସମର୍ଥନ କରୁଛନ୍ତି। ମାଓନେତା ଗଣେଶ ତେଲେଗୁ ଭାଷାର ଏକ  ଚିଠି ଦେଇ କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।  ମୋଦୀ ସରକାର ଆଣିଥିବା […]

  • Tuesday, 13 July 2021