• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ନିରଞ୍ଜନ ପଟ୍ଟନାୟକଙ୍କୁ ଫାଇନ୍‌

ଭୁବନେଶ୍ୱର: କରୋନା ବେଳେ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରି ବିକ୍ଷୋଭ କରିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ୫ ଶହ ଟଙ୍କା ଫାଇନ୍ ପଡ଼ିଛି। ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ନିରଞ୍ଜନଙ୍କ ନାଁରେ ୫ ଶହ ଟଙ୍କା ଜରିମାନା କଟିଛି। ନିରଞ୍ଜନଙ୍କ ବ୍ୟତୀତ ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକର ସାଧାରଣ […]

  • Tuesday, 13 July 2021
corona
୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୭ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୩୬। ସମସ୍ତ ନୂଆ ରୋଗୀ ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି। ଆଜି ସର୍ବାଧିକ ରୋଗୀ ଚିହ୍ନଟ  ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ। ଏହି ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ କରୋନା ରୋଗୀ […]

  • Tuesday, 13 July 2021
husband killed wife
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର: ବାଡ଼ିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବକ୍ସିବାରି ଗାଁରେ ଜଣେ ବ୍ୟକ୍ତି ବାଡ଼ିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପୁଟକୁନି ମୁଣ୍ଡା। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ଘାସିରାମ ମୁଣ୍ଡା। ଗତକାଲି ଘାସିରାମ ଓ ତାଙ୍କ ସ୍ତ୍ରୀ ପୁଟକୁନି ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ […]

  • Tuesday, 13 July 2021
Digital-Door-No
ଏଣିକି ସ୍ମାର୍ଟ ଠିକଣା ପାଇବେ ରାଜଧାନୀବାସୀ

ଭୁବନେଶ୍ୱର: ସ୍ମାର୍ଟ ସିଟିବାସୀଙ୍କ ଘରେ ଲାଗିବ ସ୍ମାର୍ଟ ନମ୍ବର।  ସ୍ମାର୍ଟ ନମ୍ବର ଲାଗିଲେ ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ। ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର। ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ।  ଏହି ନମ୍ବର ପାଖରେ ଥିଲେ ଠିକଣା ଖୋଜିବାକୁ ବି କୌଣସି ଅସୁବିଧା ହେବନି। ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍ ଦେବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି । ଘର ଠିକଣା ଲେଖିବା ବେଳେ ଲେନ୍ ନମ୍ବର, […]

  • Tuesday, 13 July 2021
hirakud dam
କାଲି ଛଡ଼ାଯିବ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟା ପରେ ଯେକୌଣସି ମୁହୂର୍ତ୍ତରେ ଖୋଲିବ ହୀରାକୁଦ ଜଳଭଣ୍ଡାର। କାଲି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବାବେଳେ ଆସନ୍ତାକାଲି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି। ସେଥିପାଇଁ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସେମାନଙ୍କୁ ସଚେତନ କରାଯାଉଛି। ସୂଚନା ଅନୁସାରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୧୬ ଫୁଟ ଜଳ […]

  • Tuesday, 13 July 2021
accident
ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝା଼ଡ଼ି ଛକ ନିକଟରେ ଏକ ପ୍ରବାସୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ବସ୍‌ଟି ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ପାଟନା ଯାଉଥିବାବେଳେ ଜାମୁଝା଼ଡ଼ି ଛକ ନିକଟରେ ବସ୍‌ଟି ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

  • Tuesday, 13 July 2021
Bhubaneswar Youth
ଜୀବନ ଯୁଦ୍ଧରେ ହାରିଗଲେ ଦିବ୍ୟରଞ୍ଜନ

ଜୀବନ ଯୁଦ୍ଧରେ ହାରିଗଲେ କଟକର ଦିବ୍ୟରଞ୍ଜନ ବେହେରା । କରୋନାରେ ପୀଡିତ ହୋଇଥିଲେ ଦିବ୍ୟରଞ୍ଜନ । ଭୁବନେଶ୍ବରରେ ଚାଲିଥିଲା ଇକମୋ ଚିକିତ୍ସା ।

rainfall
ଆସନ୍ତା ୫ଦିନ ଯାଏ ବର୍ଷା !

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗର ଯାଏ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ […]

accident
ଶ୍ରମିକଙ୍କୁ ନେଇ ଯାଉଥିଲା ଭ୍ୟାନ; ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ହେମଗିରି ଥାନା କନିକା ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୧୬ ଜଣ ଆହତ ହୋଇଛନ୍ତି। ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପିକଅପ୍‌ ଭ୍ୟାନ୍‌ଟି ୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା। ଭ୍ୟାନଟି ଯାଉଥିବାବେଳେ ଏକ ବାର୍‌ହା ରାସ୍ତା ଉପରକୁ ଚାଲି ଆସିଲା। ଫଳରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ବାର୍‌ହାକୁ ଧକ୍କା ଦବେ ସହ […]

  • Tuesday, 13 July 2021
rainfall
ଆସନ୍ତା ୨୪ ଘଣ୍ଟାରେ ବର୍ଷା ! ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଏବେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗରରେ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାସହ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ […]

accident
ଟ୍ରକ୍‌କୁ ସାମ୍ନାପଟୁ ଧକ୍କା ଦେଲା କଣ୍ଟେନର, ୩ ଡ୍ରାଇଭରଙ୍କ ମୃତ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାୟକ ବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସିମେଣ୍ଟ ବୋଝେଇ ଟ୍ରକ୍‌କୁ ସାମ୍ନାପଟୁ ଏକ କଣ୍ଟେନର ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶଙ୍କର୍ଷଣ ମଣ୍ଡଳ, ମନମୋହନ ସିଂ ଓ ଠାକୁର ସିଂ। ଶଙ୍କର୍ଷଣଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାବଳପୁର ଅଞ୍ଚଳରେ। ମନମୋହନ ସିଂଙ୍କ ଘର ଭଦ୍ରକ ଓ ଠାକୁର ସିଂଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ଫେରାରେ। ଆଜି ସକାଳେ […]

  • Tuesday, 13 July 2021
rd-student
ଝିଅର ମୃତ୍ୟୁକୁ ନେଇ ସନ୍ଦିଗ୍ଧ ଯୁବକଙ୍କ ନାଁ କହିଲେ ଝରାଫୁଲଙ୍କ ବାପା

ଭୁବନେଶ୍ୱର: ଭୁବନେଶ୍ୱର ରମା ଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ଗୋଟିଏ ପରେ ଗୋଟିଏ ପରଦା ହଟୁଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଛାନଭିନ କରିବା ପରେ ଗତକାଲି ସିସିଟିଭି ଫୁଟେଜରୁ ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଆଜି ଦୁଇ ଯୁବକଙ୍କୁ ଚିହ୍ନଟ କରିଥିଲା ପୋଲିସ। ଯାଜପୁର ଏସ୍‌ପି […]

  • Tuesday, 13 July 2021
odisha
ମା’ ଆଖିରେ ଲୁହ, ୩ ମାସ ହେଲା ମିଳୁନି ପୁଅର ପତ୍ତା

ଖଲ୍ଲିକୋଟ: କୁଏତରେ କାମ କରିବାକୁ ଯାଇ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଯାଇଛନ୍ତି। ୩ ମାସ ହେଲା ସମ୍ପୃକ୍ତ ଯୁବକଙ୍କ କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକ ଏବେ ଚିନ୍ତାରେ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ଫାରକାପଲ୍ଲୀ ଗାଁର ଟୁନା ନାୟକ ମାର୍ଚ୍ଚ ୨ ତାରିଖରୁ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କୁଏତର ଏକ ଘରୋଇ କମ୍ପାନୀରେ ସେ ଦର୍ଜି(ଟେଲର୍)‌ ଭାବେ କାମ କରୁଥିଲେ। ଶେଷ ଥର ପାଇଁ ମାର୍ଚ୍ଚ ୨ […]

  • Tuesday, 13 July 2021
mp
‘ପୂର୍ବତନ ବିଧାୟକ ହୋଇ ଜାଣି ପାରିଲି, ସାଂସଦ ହୋଇ ଜାଣି ପାରିଲେନି ?’

କଟକ: କଟକ ଖାନ୍‌ନଗରରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍ ବିବାଦ ଦିନକୁ ଦିନ ଘନଉଛି। ଏହି ବସ୍‌ ଟର୍ମିନାଲ ନେଇ ସାଂସଦ ଭର୍ତ୍ତୃହରି ମହତାବ୍‌ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଟର୍ମିନାଲ ନେଇ ଭର୍ତ୍ତୃହରି କିଛି ଜାଣି ନଥିବା ମନ୍ତବ୍ୟ ଉପରେ ଦେବାଶିଷ କହିଛନ୍ତି ‘ଜଣେ ସରକାରୀ ଦଳ ସାଂସଦ ହୋଇ ଅବଗତ ନଥିବା କହିବା ଦୁଃଖଦାୟକ ‘ ସେ କହିଛନ୍ତି,  ‘ପୂର୍ବତନ ବିଧାୟକ […]

  • Tuesday, 13 July 2021
Ko---sudhikriya
ବଞ୍ଚି ଥାଉ ଥାଉ ପୁଅର ଶୁଦ୍ଧିକ୍ରିୟା କଲେ ବାପା-ମା’

ବ୍ରହ୍ମପୁର: ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ଆମ ଧର୍ମର ଏକ ପରମ୍ପରା। ଆପଣାର ଲୋକଙ୍କୁ ହରାଇବାର ଦୁଃଖ ଯେତେ ଗଭୀର ହେଉ ନା କାହିଁକି, ଶୁଦ୍ଧିକ୍ରିୟା ଆମକୁ କରିବାକୁ ପଡ଼ିବ। ହେଲେ ବଞ୍ଚିଥିବା ମଣିଷର ଶୁଦ୍ଧିକ୍ରିୟା ! ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ବଞ୍ଚି ଥାଉ ଥାଉ ଶିଶୁର ଶୁଦ୍ଧିକ୍ରିୟା କରିବାକୁ ବାଧ୍ୟ ହୋଇଛନ୍ତି ପରିବାର ଲୋକେ। କଷ୍ଟ ହେଲେ ମଧ୍ୟ ଗ୍ରାମବାସୀଙ୍କ ଚାପରେ ବାପା-ମା‘ ଏପରି କରିବାକୁ ବାଧ୍ୟ ହୋଇଛନ୍ତି।  ଏମିତି ଏକ ଅଭାବନୀୟ ଘଟଣା […]

  • Tuesday, 13 July 2021
smbl-liv
ବୀର ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସର ଆଉ ଏକ ଅଗ୍ନିଶିଖା। ସ୍ୱାଭିମାନୀ ସମ୍ବଲପୁରର ସ୍ପର୍ଦ୍ଧିତ ସ୍ୱର। ୧୮୦୯ ଆଜିର ଦିନରେ ଏଇ ବୀର ପୁତ୍ରଙ୍କର ଜୟନ୍ତୀ । ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ହେଲେ ଏହା ପୂର୍ବରୁ ଏଇ ବୀର ପୁତ୍ର ଇଂରେଜମାନଙ୍କ ବିରୋଧରେ ଉଠାଇଥିଲେ ସ୍ୱର। ଲଗାଇଥିଲେ ବିଦ୍ରୋହର ନିଆଁ। ଯେଉଁ ନିଆଁ ଶେଷ ପର୍ଯ୍ୟନ୍ତ ଜଳୁଥିଲା। ଦୁର୍ଦ୍ଦଷ ଇଂରେଜମାନେ ସିପାହୀ ବିଦ୍ରୋହ ନିଆଁକୁ ସିନା […]

  • Tuesday, 13 July 2021
Pangolin
କୂଅ ଭିତରୁ ଉଦ୍ଧାର ହେଲା ବଜ୍ରକାପ୍ତା

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ରେଞ୍ଜ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟିର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳେ ଗାଁ ଲୋକେ କୂଅ ଭିତରେ ବଜ୍ରକାପ୍ତା ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଠଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ବନ ବିଭାଗର କର୍ମଚାରୀମାନେ କୂଅ ଭିତରୁ ବଜ୍ରକାପ୍ତାଟିକୁ […]

  • Tuesday, 13 July 2021
0088
ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ:ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଙ୍କ ଜନ୍ମମାଟି କଟକର ଓଡିଆ ବଜାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ଅବସରରେ ଆଜି କଟକରେ ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ ହୋଇଛି। […]

  • Tuesday, 13 July 2021
ANM-KO
କ’ଣ ରହିଛି ଏଇ ଘଣ୍ଟାର ମୁଖ୍ୟ ଖବର ?

ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର ଗାନ୍ଧି ମାର୍ଗରେ ANM କର୍ମୀଙ୍କୁ ଉଠାଇ ନେଲା ପୋଲିସ ଭଦ୍ରକ ପୁରୁଣାବଜାର ଥାନା ଛଡ଼ାକମହଲାରୁ ନକଲି ଜର୍ଦ୍ଦା କାରଖାନା ଠାବ ପବିତ୍ର ଶାମ୍ବ ଦଶମୀ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଜୋରଦାର ପ୍ରସ୍ତୁତି -ଭୁବନେଶ୍ୱର:ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର […]

  • Tuesday, 13 July 2021
0060-puri
୧୦ ବର୍ଷ କଟିଗଲା ହ୍ୱିଲ ଚେୟାରରେ..ଏବେ ଜଗା ଚାହିଁଲେ ଚାଲିବି..

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀଜିଉଙ୍କୁ ନିଜ ମନର କଥା କହିବେ। ଦୁଃଖ ଜଣାଇବେ। ସେଥିପାଇଁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଦମ୍ପତ୍ତି।  ୨୫ତମ ବିବାହ ବାର୍ଷିକୀ ଅବସରରେ ଦିଲ୍ଲୀରୁ ପୁରୀ ଆସିଛନ୍ତି ପବନ ଓ ତାଙ୍କ ପତ୍ନୀ। ମନରେ ଅନେକ ଆଶା।  ମହାପ୍ରଭୁଙ୍କ ଅନେକ ଅଲୌକିକ କାହାଣୀ ଶୁଣିଛନ୍ତି। କାଳେ ତାଙ୍କୁ ବି ଠାକୁର ଦୟ କରିବେ ! ବିନା କୋଭିଡ କଟକଣାରେ ଜଗା ଦର୍ଶନ ମିଳୁଛି। ଏହା ଶୁଣିବା ପରେ  ପବନ ତାଙ୍କ ପତ୍ନୀଙ୍କୁ ହ୍ୱିଲ୍ […]

  • Tuesday, 13 July 2021
prafulla
ବୋହୂ ପାଇଁ ମୁହଁ ଖୋଲିଲେ ଖଣିମନ୍ତ୍ରୀ

କାମାକ୍ଷାନଗର ( ବିଦ୍ୟାଧର ବରାଳ) : କାମାକ୍ଷାନଗର କଲେଜରେ ଅଧ୍ୟାପିକା ଅଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ। କଲେଜ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ ଅଛନ୍ତି ଖୋଦ ଖଣିମନ୍ତ୍ରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଖଣିମନ୍ତ୍ରୀଙ୍କ ଅଧ୍ୟାପିକା ବୋହୂ ଛୁଟିରେ ଥାଇ ବି ମାସ ମାସ ଧରି ନେଇଛନ୍ତି  ଦରମା। ୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ଦରମା ନେଇଥିବାବେଳେ ସେ କୁଆଡ଼େ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଥିବା ଦର୍ଶାଇଥିଲେ । ଯାହାକି ମିଛ ବୋଲି ଆରଟିଆଇ […]

  • Tuesday, 13 July 2021
bls
ହାତ ଧରାଧରି ହୋଇ ଚାଲିଗଲେ ବୃଦ୍ଧ ଦମ୍ପତି; ପୋଖରୀ ହୁଡ଼ାରେ ପଡ଼ିଛି ଶବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକ ଫୁଲବଣି ଗାଁର ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି। ବାର୍ଦ୍ଧକ୍ୟରେ ହାତ ଧରା ଧରି ହୋଇ ଚାଲି ଯାଇଛନ୍ତି ଉଭୟେ। ପୋଖରୀ ହୁଡ଼ାରୁ ସେମାନଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ। ଆଜି ସକାଳୁ ସକାଳୁ ଫୁଲବଣି ଗାଁ ପୋଖରୀ ହୁଡ଼ାରେ ପଡ଼ିଥିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ  ପାରିପାର୍ଶ୍ୱିକ ସ୍ଥିତିକୁ […]

  • Tuesday, 13 July 2021
accident
ଅଟୋକୁ ଧକ୍କା ଦେଲା ଡମ୍ପର; ଆଖି ବୁଜିଲେ ପରିବାରର ୩ ସଦସ୍ୟ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏହି ଦୁର୍ଘଟଣା ଘଟିଛି।  ଏକ ପିଚୁ ବୋଝେଇ ଡମ୍ପର ଆସି ହଠାତ୍‌ ଯାତ୍ରୀବାହି ଅଟୋକୁ ଧକ୍କା ଦେଇଥିଲା। ଅଟୋକୁ ଧକ୍କା ଦେଇ ଡମ୍ପରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟାଇବା ପରେ ଡମ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ତେବେ ଦୁର୍ଘଟଣାସ୍ଥଳରେ ୨ ଜଣ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ଅନ୍ୟ […]

  • Tuesday, 13 July 2021
Traffice
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟର ପେଜ୍‌ରେ ସ୍ଥାନ ପାଇଲା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭିଡିଓ

ନୟାଗଡ଼: ଟ୍ରାଫିକ ଓ ହେଲମେଟ୍ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରିବାକୁ ଯାଇ ଭିଡିଓ କରିଥିଲେ। ଏହି ଭିଡିଓ ପାଇଁ ଦିନେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଜସ୍ର ପ୍ରଶଂସା ସାଉଁଟି ଥିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏବେ ପୁଣି ଥରେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି। ଏହି ଭିଡିଓଟି ଏବେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦମନ୍ତ୍ରୀଙ୍କ ଟ୍ୱିଟର ପେଜ୍‌ରେ ସ୍ଥାନ ପାଇଛି। ନୟାଗଡ଼ ଜିଲ୍ଲା ନୋଟାରରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ୍ ଆଇଡିଆ କଂପିଟିସନ- ୨୦୨୦ରେ […]

  • Tuesday, 13 July 2021
jaga
ମିଳିଲା ଜଗା ଦର୍ଶନ..ବିହ୍ୱଳ ହେଲେ ଭକ୍ତ

ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର।  ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହଟିଛି କଟକଣା।  ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ […]