ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲା ରେ ଦାଖଲ ହୋଇଛି ଚାର୍ଜସିଟ୍। ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଚାର୍ଜସିଟ୍ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ କୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏସ୍ଆଇଟି ଉକ୍ତ ମାମଲାର ଚାର୍ଜସିଟ୍ ଦାଖଲ କରିଛି। ସୂଚନାଥା ଥାଉ କି, […]
ପୁରୀ: ଶ୍ରୀମନ୍ଦି ର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେଇଛି। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବକୁ ମୋହର ବାଜିଛି। ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବସିଥିଲା। ବୈଠକରେ ପ୍ରସ୍ତାବିତ ନକ୍ସାକୁ ଅନୁମୋଦନ ମିଳିଥିବା ଜଣାଯାଇଛି। ଏହି ଚିଠା ପ୍ରସ୍ତାବ ଅନୁଯାୟୀ,୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ। ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ […]
ଭୁବନେଶ୍ୱର: ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଡ଼ିଶା ଫାଇନାନ୍ସ ସର୍ଭିସ(OFS)ର ଜଣେ ଅଧିକାରୀ। ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ଆଜି ସେ ଭୁବନେଶ୍ୱର ସ୍ଥିତ ଟ୍ରେଜେରି ଅଫିସ୍ରେ ଯୋଗ ଦେଇଥାନ୍ତେ। ହେଲେ ତା’ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା […]
ଭୁବନେଶ୍ୱର: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ କୁ ନେଇ ବନ ବିଭାଗକୁ ଘାରିଛି ଚିନ୍ତା । ଏହି ଅଭୟାରଣ୍ୟରେ ଗତ ୧୪ ଦିନ ମଧ୍ୟରେ ୬ଟି ମାଈ ହାତୀଙ୍କ ଜୀବନ ଯାଇଥିବାବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସିଏଫ୍ ଶଶି ପଲ୍। ରାଜ୍ୟର ଦୁଇ ଜଣିଆ ପ୍ରତିନିଧି ଦଳ ସହ କର୍ଲାପାଟ ଯାଇ କିଭଳି ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଉଛି ଅନୁଧ୍ୟାନ କରିବା ସହ ତେନ୍ତୁଳିପଦର ଗାଁରୁ ଫେରିଛନ୍ତି। କାହିଁକି ହାତୀର ମୃତ୍ୟୁ […]
ତେଲକୋଇ: ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ ବାଟରେ ଚାଲିଗଲା ପୁଅର ଜୀବନ। କେନ୍ଦୁଝର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୈତାରୀ ଥାନା ଅନ୍ତର୍ଗତ ବାଲିପର୍ବତ ଗେଟ୍ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇର ଗାଲୁ ମୁର୍ମୁ। ସୂଚନା ଅନୁସାରେ, ଗାଲୁ ଏକ ଲୁହା ଖଣିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ପତ୍ନୀଙ୍କ ସହ ସେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୭ ଥିବା ଜଣାଯାଇଛି। ସମସ୍ତ ରୋଗୀ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରାୟ ନ […]
ଚିତ୍ରକୋଣ୍ଡା: କୁମ୍ଭୀର ନେଲା ନାବାଳକଙ୍କ ଜୀବନ ! ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲାସାହି)ରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ହେଲେ ଟେମ୍ପ୍ରରାରୀ କଲୋନୀରେ ରହୁଥିବା ଅର୍ଜୁନ ମାଝୀଙ୍କ ୧୦ ବର୍ଷୀୟ ପୁଅ। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ମୃତ ନାବାଳକଙ୍କୁ ସିଲେରୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର […]
ଭଦ୍ରକ( ପାର୍ଥ ସାରଥୀ ନାୟକ): ଦିନେ କୋଭିଡ ଯୋଦ୍ଧାଙ୍କୁ ମିଳୁଥିଲା ସମ୍ମାନ। କେତେବେଳେ ଫୁଲତୋଡା ଦେଇ ସ୍ୱାଗତ କରୁଥିଲେ ତ କେତେବେଳେ ହେଲିକପ୍ଟରରୁ ଫୁଷ୍ପବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରୁଥିଲେ। ହେଲେ ଏବେ ସେମାନଙ୍କୁ ପର କରି ଦଇଛନ୍ତି ସରକାର। ଚାକିରିରୁ ବାହାର କରି ଦେଇଛନ୍ତି। ଏବେ ସେମାନଙ୍କ ପାଖରେ ନା ଅଛି ଚାକିରି ନା ଅଛି ପେଟ ପୋଷିବାର ଅନ୍ୟ ପନ୍ଥା। କୋଭିଡ ଯୋଦ୍ଧାମାନେ ଏବେ ବୃତ୍ତି ହରାଇ ଏବେ ଭିକ୍ଷାବୃତ୍ତି ଆପଣେଇ ଅଭିନବ ପ୍ରତିବାଦ […]
ଭୁବନେଶ୍ୱର: ପୁଣି ଫେରିଲା କାଳିଆ ଯୋଜନା । ଏହି ଯୋଜନାରେ ପୁଣି ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ଚୁପ୍ ବସିଥିବା ରାଜ୍ୟ ସରକାର ହଠାତ୍ ଚେଇଁଛନ୍ତି । ଡିବିଟି ଜରିଆରେ ୫୩ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ […]
ଭୁବନେଶ୍ୱର: ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାରୁ ବାପଘର ଲୋକ, ଶ୍ୱଶୁର ଘର ଲୋକଙ୍କ ଉପରେ ଆକ୍ରମଣ କରିଥିବା ନେଇ ରାଜଧାନୀର ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏ ନେଇ ଖଣ୍ଡଗିରି ଥାନାରେ ସମ୍ପୃକ୍ତ ଯୁବତୀ ଜଣକ ବାପଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତ ୨୫ ତାରିଖରେ ନୟାପଲ୍ଲୀର ଜଣେ ଯୁବତୀ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଶିରିପୁର ଅଞ୍ଚଳର ଜଣେ ଯୁବକଙ୍କୁ କୋର୍ଟ […]
କଟକ: କଟକ ମୁଣ୍ଡଳୀ ଠାରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ମଧ୍ୟ ରାତିରୁ ଏହି ବନ୍ୟା ଜଳ ପ୍ରବାହିତ ହେବାର ଲାଗିଛି। ହୀରାକୁଦ ଡ୍ୟାମ୍ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ବ୍ୟାରେଜର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। […]
ଭବାନୀପାଟଣା:କଳାହାଣ୍ଡି କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ନାଳପାଣି ପିଇ ହାତୀ ମରିଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି PCCF ଶଶୀ ପଲ୍। ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହାତୀ ଦେହରେ ସେପ୍ଟିସେମିଆ ଭୂତାଣୁ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଗାଈଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି॥ ସଂପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନପଶିବା ପାଇଁ ବନ କର୍ମଚାରୀ ସଜାଗ ରହିଛନ୍ତି। ସଂପୃକ୍ତ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଟିପିସିଗଡ଼ଇ ଓ ଏହାର ଆଖପାଖ ଗାଁରେ ବାଘ ଆତଙ୍କ ଖେଳି ଯାଇଛି। ଗ୍ରାମର କାଂଶବାଂଶ ନଦୀ କୂଳ ବକ୍ରେଶ୍ୱର ମନ୍ଦିର ପାଖରେ ଲୋକ ବାଘ ବୁଲୁଥିବା ଦେଖିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୬ ତାରିଖରେ ବାଘ ନଦୀ କୂଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବାଘକୁ ଦେଖିବା ପରେ ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ଔପଦା ରେଞ୍ଜର ବବିତା ସୋରେନ ଓ ଅନ୍ୟାନ୍ୟ ବନ କର୍ମଚାରୀ […]
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ କରାଯାଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ଅନ୍ୟାନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ସହ ସମାନତା ଆଣିବା ନିମନ୍ତେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ଏଣିକି ୪ ବର୍ଷ କରାଯାଇଛି। ସେହିପରି ଛାତ୍ରଛାତ୍ରୀ ବିଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ଅନୁଶାସନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ରହିଛି । ବିପିୟୁଟିର […]
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ସରପଞ୍ଚ ରଇଲା ମାଝୀ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି। ଅଧିକ ପଚରାଉଚରା ପାଇଁ ତାଙ୍କୁ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ସୂଚନା ଅନୁଯାୟୀ, ଏକ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ରଇଲା ମୁଜାଙ୍ଗ ପଞ୍ଚାୟତର ଭକ୍ତଗୁଡା ଗାଁର ଗଙ୍ଗାଧର ସାଉନ୍ତାଙ୍କଠାରୁ୨୦ ହଜାର ଟଙ୍କା […]
ଧର୍ମଗଡ଼: ପୋଲ ତଳୁ ମିଳିଲା Indian Reserve Battalion (IRB) ଯବାନଙ୍କ ମୃତଦେହ।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ– କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଆଜି ସକାଳେ ଜଣେ ଆଇଆର୍ବି ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ଗୋଳାମୁଣ୍ଡାର ବିଶ୍ଵଜିତ ମଙ୍ଗରାଜ। ବିଶ୍ଵଜିତ ଜାରିଂ ସ୍ଥିତ ଆଇଆରବି କ୍ୟାମ୍ପରେ ମୁତୟନ ହୋଇଥିଲେ। ଗତକାଲି ଛୁଟି ନେଇ ସନ୍ଧ୍ୟାରେ ସେ ନିଜ ଗାଁ ଗୋଳାମୁଣ୍ଡାକୁ ଫେରୁଥିବା ସମୟରେ ପୋଲ ତଳେ […]
ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ସୂଚୀ। ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। ପ୍ରଥମ ଦିନ ଅର୍ଥାତ ମେ ୩ ତାରିଖରେ ରହିଛି ମାତୃଭାଷା ଓଡ଼ିଆ। ମେ ୫ରେ ଇଂଲିଶ ଏବଂ ୭ ତାରିଖରେ ହେବ ହିନ୍ଦୀ ପରୀକ୍ଷା। ସେହିପରି ମେ ୮ ତାରିଖରେ ସଂସ୍କୃତ ଏବଂ ୧୦ରେ ଗଣିତ ପରୀକ୍ଷା ହେବ। ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଦିନେ ନୁହେଁ କି ଦୁଇ ଦିନ ନୁହେଁ ପାଖାପାଖି ମାସେ କାଳ ଜେଲ୍ରେ ରହିଲେଣି ସେମାନେ। ହେଲେ ସେମାନଙ୍କର ଭୁଲ କିଛି ନ ଥିଲା। କାହା ଭୁଲ ପାଇଁ ଦୁଇଜଣ ଏକାଠି ଜେଲର ପାଚେରୀ ଭିତରେ କଟୁଛି ଦିନ ରାତି। ଏ ଦୁହେଁ କିଏ ଜାଣିଛନ୍ତି ? ଏମାନେ ମଣିଷ ନୁହଁନ୍ତି, ଦୁଇଟି ଗଞ୍ଜା। ହାଜତ ଭିତରେ କୁକୁଡା ! ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ହୋଇ ଯାଉଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଏମାନେ ପୁଣି […]
ପୁରୀ: କାର୍ଯ୍ୟକାରୀ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେଲା। ପ୍ରତ୍ୟାହାର କରାଯାଇଥିବା ନେଇ ନିଜ ଟ୍ୱିଟ୍ର ହାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ […]
ଭୁବନେଶ୍ୱର:ରାଜ୍ୟରେ ଆଜିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆ ଯାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୁସିର କଥା, ଆଜି ୧୦ ଜିଲ୍ଲାରୁ କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏମାନଙ୍କ ମଧ୍ୟରୁ ୪୯ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୩ ଜଣ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ୨୦ ଜିଲ୍ଲାରୁ ସମସ୍ତ […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କୋଭିଡ୍ ଟିକା। କଟକ ଇନଡୋର ଷ୍ଟାଡିୟମ୍ରେ କରାଯାଇଥିବା ଟିକାକେନ୍ଦ୍ରରେ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସୁଯୋଗ ମିଳିଲେ ଟିକା ନେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ଡିଜିପି । ଟିକାକରଣ ସରକାରଙ୍କ ବଡ଼ ପଦକ୍ଷେପ। ସମସ୍ତଙ୍କ ସମର୍ଥନ ଜରୁରୀ ବୋଲି ସେ କହିଛନ୍ତି । ଖାଲି ପୋଲିସ ଡିଜି ନୁହଁନ୍ତି, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଏବଂ ବରିଷ୍ଠ ଅଧିକାରୀମାନେ […]
ଭଦ୍ରକ: ଜମି ଅନ୍ୟର ଦଖଲରେ। କୋର୍ଟରୁ ଡିଗ୍ରୀ ପରେ ବି ହଟୁ ନାହାନ୍ତି ଜବରଦଖଲକାରୀ।ଗୁହାରୀ କଲା ପରେ ବି ପୋଲିସ ଶୁଣୁନି। ଶେଷରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ହୋଇ ମାଆପୁଅ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ତେବେ କିରୋସିନ ଢାଳି ଡିଆସିଲ ମାରିବା ପୂର୍ବରୁ ସେମାନଙ୍କୁ କାବୁ କରି ନେଇଛି ପୋଲିସ। ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଗାଁର ପଞ୍ଚାନନ ପାତ୍ର ଓ ତାଙ୍କ ମା’ ଜୋତ୍ସାରାଣୀଙ୍କ ଜମିକୁ ନେଇ ବିବାଦ ଦେଖା ଦେଇଛି। […]
କୋଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ୧୩ କୋଟିର ପ୍ରକଳ୍ପ ଉଦ୍ଘାଟନ ୫ କୋଟିର ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି କୋଟିଆ ହେବ ଆଦର୍ଶ ପଞ୍ଚାୟତ ଖୁବ୍ ଶୀଘ୍ର ମୁଁ କୋଟିଆ ଯିବି – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ‘କୋଟିଆ ହେବ ଆଦର୍ଶ ପଞ୍ଚାୟତ। ଖୁବ୍ ଶୀଘ୍ର ମୁଁ କୋଟିଆ ଯିବି।’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ […]
ଭୁବନେଶ୍ୱର: ଭାରତରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର। ଦେଶରେ ପ୍ରଥମର ଥର ପାଇଁ ଏପରି ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଆଉ ଖୁସିର କଥା ଏହି ଅନୁଷ୍ଠାନ ଓଡ଼ିଶାରେ ହେବ। ଖୁବ୍ ଶୀଘ୍ର ଏହି କେନ୍ଦ୍ର ବାଲେଶ୍ୱରରେ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ଡର ମୃତ୍ୟୁଞ୍ଜୟ ମହାପାତ୍ର । ଦେଶରେ ପ୍ରଥମ ଥର ଲାଗି ଏଭଳି ଏକ ଅନୁଷ୍ଠାନର ପରିକଳ୍ପନା ଭୂ-ବିଜ୍ଞାନ ମନ୍ତ୍ରଣାଳୟର ନିଷ୍ପତି କ୍ରମେ ନିଆଯାଇଛି। IMD, […]