• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

gold
ବିଶ୍ୱାସରେ ବିଷ: ଯେଉଁ ଘରେ କାମ କରୁଥିଲେ, ସେହି ଘରେ କଳାକନା ବୁଲାଇଲେ

ଭୁବନେଶ୍ୱର: ଘରୋଇ ସହାୟିକାଙ୍କ ମାୟା ଜାଲରେ ଧୋକ୍କା ଖାଇଲେ ମାଲିକାଣୀ। ମାଲିକଙ୍କ ଅଗୋଚରରେ ଘରେ ବୁଲାଇ ଦେଲେ କଳାକନା। ଯେଉଁଘରେ କାମ କରୁଥିଲେ ସେହି ଘରୁ ସମସ୍ତ ସୁନା ଚୋରି କରି ଏବେ ଧରାପଡିଛନ୍ତି। ଘରୋଇ ସହାୟିକା ଜଣକ ଚୋରି କଲା ପରେ ଯେପରି କାହାର ସନ୍ଦେହ ନହେବ, ସେଥିପାଇଁ ଫେରାର ନହୋଇ ମାଲିକଙ୍କ ଘରେ କାମ ମଧ୍ୟ କରୁଥିଲେ। ତେବେ ଘରୁ ଚୋରି ହେବା ପରେ ମାଲିକ ଏନେଇ ଭୁବନେଶ୍ୱର ଖଣ୍ଡିଗରି ଥାନାରେ ଏତଲା ଦେଇଥିଲେ। […]

  • Tuesday, 13 July 2021
Bhrugu Baxipatra
କୋଟିଆ ପରେ ପାତ୍ରପୁର ଉପରେ ଆନ୍ଧ୍ରର ଆଖି

ଭୁବନେଶ୍ୱର: କେବଳ କୋରାପୁଟ ଜିଲ୍ଲା କୋଟିଆ ନୁହେଁ, ଗଞ୍ଜାମ ଜିଲ୍ଲା ଚିିକିଟିର ପାତ୍ରପୁରରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ଓଟିଭି ବିତର୍କରେ ସାମିଲ ହୋଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି। ଏହି ପ୍ରସଙ୍ଗରେ ଆପତ୍ତି ଉଠାଇ ଭୃଗୁ କହିଛନ୍ତି ଯେ, କେବଳ କୋଟିଆ ନୁହେଁ, ଓଡ଼ିଶାର ସୀମା ଆଜି ଅସୁରକ୍ଷିତ। ଆଜି ଚିକିଟି ବିଧାନସଭାର ପାତ୍ରପୁର ବ୍ଲକ୍‌ରେ ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଛି।କୋଟିଆ ଏବଂ ଚିକିଟି ପାତ୍ରପୁରରେ ଓଡ଼ିଆ ଲୋକ ଆନ୍ଧ୍ରପ୍ରଦେଶର […]

Naavin-KO
’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’: ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

ଭୁବନେଶ୍ୱର: ’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’। ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି। ନବୀନ କହିଛନ୍ତି, ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ। ଏବେ ସମୟ ଆସିଛି ଦେଶ ଏମିତି ନିର୍ବାଚନୀ ବାତାବରଣରୁ ଉର୍ଦ୍ଧ୍ୱକୁ ଆସିବା ଆବଶ୍ୟକ। ନିର୍ବାଚନ ବାତାବରଣରୁ ବାହାରି ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ ବୋଲି […]

  • Tuesday, 13 July 2021
Paintin
ଚିତ୍ରଶିଳ୍ପୀଙ୍କ ସ୍ପର୍ଶରେ ଜୀବନ୍ତ ହୋଇଉଠିଲା ନିର୍ଜୀବ କାନଭାସ: କରୋନା କାଳରେ କମାଳ ଦେଖାଇଲେ ଆଦିବାସୀ ଚିତ୍ରଶିଳ୍ପୀ 

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚିତ୍ର ନୁହେଁ ତ ସତେ ଯେମିତି ଆଙ୍କି ହୋଇପଡ଼ିଛି ପ୍ରକୃତିର ଶୋଭାରାଜି। ପରିବେଶକୁ ତୂଳୀରେ ବାନ୍ଧି ରଖିଛି କଳାକାର। କରୋନା ଯୋଗୁଁ ପ୍ରାୟ ବର୍ଷେ ହେଲା ବନ୍ଦ ଥିଲା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହେଉଛି। ଏପରି ସମୟରେ ବଲାଙ୍ଗିରରେ ଆୟୋଜିତ ହୋଇଛି ଆଦିବାସୀ ଚିତ୍ରଶିଳ୍ପୀ ଶିବିର। ଆଦିବାସୀ ପରମ୍ପରା ଓ ଚିତ୍ର ମାଧ୍ୟମରେ କଳାକୁ ଜୀବନ୍ତ କରିଛନ୍ତି କଳାକାର।  କଳାକୃତୀକୁ ଦେଖି କିଛି […]

  • Tuesday, 13 July 2021
cuttack
ପରିଣତ ବୟସରେ ଅଲୋଡ଼ା ଜନ୍ମଦାତ୍ରୀ: କେଉଁଠି ମାଡ଼ ଖାଉଛି ମା’, ଆଉ କେଉଁଠି ରୋଗିଣା ମା’କୁ ନପଚାରି ବାହାରେ ରହୁଛି ପୁଅ

ତିଗିରିଆ(ଶଶିକାନ୍ତ ବେହେରା) : ମାଆ- ଦୁନିଆର ସବୁଠାରୁ ମଧୁର ଶବ୍ଦ। ମାଆ-ଏକ ଉପମା ବିହୀନ ଶବ୍ଦ। କୁହାଯାଏ, ମାଆ ଋଣ କେବେ ସୁଝି ହୁଏନି। ହେଲେ ଆଜିକା ଯୁଗରେ ପୁଅ ପାଇଁ ମାଆ ବାପା ସତେ ଯେମିତି ଅଲୋଡ଼ା ହୋଇଯାଇଛନ୍ତି। ଭାଗ୍ୟର ବିଡମ୍ବନା, କେଉଁଠି ପୁଅ ବାପାମା’ଙ୍କୁ ପଚାରୁନି ତ କେଉଁଠି ମାକୁ ମାଡ଼ ମାରୁଛି।  ଆଉ କେଉଁଠି ରୋଗୀଣା ମାଆ ଓ ବାପାକୁ ନପଚାରି ବାହାରେ ରହୁଛି ପୁଅ। ମାଆ ପାଇଁ ଅସହ୍ୟ ହେଉଛି ପୁଅର […]

  • Tuesday, 13 July 2021
arrest
ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ

ଅନୁଗୁଳ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ। ଅନୁଗୁଳ ସଦର ପୋଲିସ୍ ସୁଶୀଲଙ୍କୁ ଗିରଫ କରିଛି। ସୁଶୀଲ ଓ ତାଙ୍କର ଜଣେ ବ୍ୟବସାୟୀ ବନ୍ଧୁଙ୍କଠାରୁ ଅନୁଗୁଳର ଜଣେ ଶିକ୍ଷକ ବଂଶୀଧର ଦେହୁରୀ ଟଙ୍କା କରଜ ନେଇଥିଲେ। ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ବାବଦକୁ ୨୫ ଲକ୍ଷ ଟଙ୍କା ସୁଧ ଆକାରରେ ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ଉଦ୍ଧାର ଆଣିବା ପରେ ମାସକୁ ମାସ  ସୁଧ ସହ ଋଣ ଶୁଝୁଥିଲେ ଶିକ୍ଷକ ଜଣକ। ମାତ୍ର […]

  • Tuesday, 13 July 2021
teacher
ଅଦରକାରୀ ପଦାର୍ଥରେ କିଟିମିଟିଆ ଗଣିତ ପାଠ : ସହଜ ଗଣିତ ଶିକ୍ଷା ଦେବା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ନିଆରା ପ୍ରୟାସ

ଭଦ୍ରକ(ପାର୍ଥ ସାରଥୀ ନାୟକ): କାଚ ଚୁଡ଼ିରେ ବୃତ୍ତର ପରିଧି, ପରିସୀମା ଓ ଜ୍ୟାର ପରିକଳ୍ପନା। ବାଡ଼ିରେ ରେଖା ସରଳରେଖା, ପୁଣି କାଡ଼ବୋର୍ଡ଼ ଅବ୍ୟବହୃତ, ସୋଲ, ଧୂପକାଠି, ଅଣ୍ଡାଖୋଳ ଝାଡ଼ୁକୁ ବ୍ୟ‍ବହାର ଗଣିତ ପାଠକୁ ସରଳ ଭାଷାର ବୁଝାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଅଳିଆ ଅବାର୍ଜନା ଓ ଅଦରକାରୀ ପଦାର୍ଥରେ ତ୍ରିଭୁଜ, ଚତୁର୍ଭଜ, ବୃତ୍ତ ଚିତ୍ର ସାଙ୍ଗକୁ ତାହାର ସରଳ ସୂତ୍ର ଦ୍ୱାରା ପିଲାଙ୍କୁ ବୁଝାଇବା ଲାଗି ଏଭିଳି ଅଭିନବ ପ୍ରୟାସ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ  ଚଉଁରମୁକୁନ୍ଦରପୁର […]

  • Tuesday, 13 July 2021
odisha
ଅଭିନବ ଠକେଇ: ୯୯୯ ଟଙ୍କା ରିଚାର୍ଜରେ ମାଗଣା କଲ୍‌ର ଲୋଭନୀୟ ଅଫର ଦେଇ ଠକୁଥିଲେ

ଚୌଦ୍ୱାର(ପ୍ରକାଶ ନାୟକ): ଦିନକୁ ଦିନ ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍‌ଲାଇନ୍‌ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁଥିବା ବେଳେ ଏବେ ମୋବାଇଲ ଓ ଟିଭି ରିଚାର୍ଜ ନାଁରେ ଠକେଇ ଘଟଣା ସାମ୍ନାକୁ ଆସିଛି। ସାଙ୍ଗଭି ନାମକ ଏକ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି। ସଂପୃକ୍ତ ସଂସ୍ଥା ରିଚାର୍ଜ ଓଡ଼ିଶା ନାଁରେ ଅଫର ଦେଇ ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର […]

  • Tuesday, 13 July 2021
angul-sambalpur
ନିର୍ମାଣ ନ ସରୁଣୁ ଜାତୀୟ ରାଜପଥ ଫାଟି ଆଁ: ୧ ୨୫୫ କୋଟି ଟଙ୍କାରେ ନିର୍ମିତ ୧୫୦ କିଲୋମିଟର ରାସ୍ତାର ଦୁରବସ୍ଥା କହିଲେ ନ ସରେ

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର-ଅନୁଗୁଳ ୪୨ ନମ୍ବର ଜାତୀୟ ରାଜପଥରେ ଯିଏ ଥରେ ଯିବ, ସେ ଅନୁଭବ କରିବ ରାସ୍ତାର ଦୂରାବସ୍ଥା। ନିର୍ମାଣ ସରିନି, କିନ୍ତୁ ଏନ୍ଏଚ୍ ଫାଟି ଆଁ କଲାଣି। ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଫାଟ ପ୍ୟାଚ୍ ପକାଯାଉଛି, ତଥାପି ଫାଟ ଜଳଜଳ ଦିଶୁଛି। ହଜାର ହଜାର କୋଟି ଟଙ୍କାରେ ନିର୍ମାଣାଧୀନ ଏହି NHରେ ଫାଟ କଥା କେବଳ ଲୋକଙ୍କ ଅଭିଯୋଗ ଭିତରେ ସୀମିତ ନାହିଁ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି […]

  • Tuesday, 13 July 2021
odisha
କଂଗ୍ରେସର ଓଡ଼ିଶା ବନ୍ଦ: ସକାଳ ୭ରୁ ଦିନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ […]

  • Tuesday, 13 July 2021
136466107_125277762816104_4129275760235382857_n
ମେଡିକାଲରେ ହେଲା ପ୍ରେମ: ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କଲେ ଲିଜାରାଣୀ

ଭଲ ପାଇ ଜଣେ ଦିବ୍ୟାଙ୍ଗକୁ ନିଜ ଜୀବନସାଥି କରିଛନ୍ତି ଲିଜାରାଣୀ

  • Tuesday, 13 July 2021
rakesh-swain
ଝରାଫୁଲ ମୃତ୍ୟୁ ରହସ୍ୟ; ପୋଲିସ୍‌ ହାତରେ ଲାଗିଲା ଆଉ ଏକ ପ୍ରମାଣ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍‌ ହାତରେ ଆଉ ଏକ ପ୍ରମାଣ ଲାଗିଛି। ଝରାଫୁଲଙ୍କ ମୃତ୍ୟୁ ଦିନ ଝରାଫୁଲଙ୍କ ବୟଫ୍ରେଣ୍ଡ୍ ତଥା ଅଭିଯୁକ୍ତ ରାକେଶ ସ୍ୱାଇଁ ପିନ୍ଧିଥିବା ପ୍ୟାଣ୍ଟ୍‌,ଶର୍ଟକୁ ପୋଲିସ୍‌ ଜବତ କରିଛି। ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି। ତିନି ଦିନିଆ ରିମାଣ୍ଡ ସରି ଯାଇଥିବାରୁ ଯାଜପୁର କୁଆଖିଆ ପୋଲିସ୍‌‌ ଆଜି ରାକେଶଙ୍କୁ କୋର୍ଟରେ ହାଜର କରିବ। ରିମାଣ୍ଡରେ ନେବା ପରେ ପ୍ରଥମେ ରାକେଶଙ୍କୁ […]

botanical
ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ: ଭୋଜି କରୁଥିବା ବେଳେ ପିଣ୍ଡିରୁ ନିଆଁ ଲାଗିଥିବା ଆଶଙ୍କା

ଭୁବନେଶ୍ୱର: ନନ୍ଦନକାନନ ବଟାନିକାଲ୍ ଗାର୍ଡ଼େନରେ ଅଗ୍ନିକାଣ୍ଡ। ଭୋଜି କରୁଥିବା ବେଳେ ପିଣ୍ଡିରୁ ନିଆଁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏବେ ଗାର୍ଡ଼େନର ଜଙ୍ଗଲିଆ ଅଞ୍ଚଳରେ ହୁତୁହୁତୁ ହୋଇ ନିଆଁ ଜଳୁଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଛନ୍ତି ବାରଙ୍ଗ ଅଗ୍ନିଶମ ଟିମ୍। ତେବେ ଏହି ଅଗ୍ନକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ତେବେ ଏ‍ବେ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ପର୍ଯ୍ୟନ୍ତ ଜଣାପଡିନାହିଁ । ଭୁବନେଶ୍ୱର: ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ, ଜଙ୍ଗଲିଆ […]

  • Tuesday, 13 July 2021
accident-11
ଗଛରେ ପିଟି ହେଲା ଇନୋଭା, ବ୍ୟାଙ୍କ ମ୍ୟାନେଜର ମୃତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର-ଟିଟିଲାଗଡ ରାସ୍ତାର ସାଗରପାଲି ଛକ ନିକଟରେ ଆଜି ଭୋର ୪ଟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ମ୍ୟାନେଜର ଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି। ୪ ଜଣ ଗୋଟିଏ ଇନୋଭା କାର୍‌ରେ ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିଲେ। ଏହି […]

  • Tuesday, 13 July 2021
OTV-portal-post-card
ଇଣ୍ଟରନେଟ ଯୁଗରେ ପୋଷ୍ଟକାର୍ଡ ପ୍ରେମ: ଏକକାଳୀନ ୭ହଜାର ପୋଷ୍ଟକାର୍ଡ ପଠାଇ ନିଆରା ଉଦାହରଣ ସୃଷ୍ଟି କଲେ ଚିତ୍ତରଞ୍ଜନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଣ୍ଟରନେଟ ଯୁଗରେ ପୋଷ୍ଟକାର୍ଡ ଲେଖା। ଭାବର ଆଦାନ ପ୍ରଦାନ ପାଇଁ ମାଧ୍ୟମ ସାଜିଛି ପୋଷ୍ଟକାର୍ଡ। ପୋଷ୍ଟକାର୍ଡରେ ଅତୀତର ମିଠା ମିଠା ସ୍ମୃତି ସାଉଣ୍ଟି ଚର୍ଚ୍ଚାରେ ଜଣେ ଯୁବକ। ଆଜିକା ସମୟରେ ହ୍ୱାଟସଆପ୍,ଫେସବୁକ, ମେସେଞ୍ଜର, ଇନଷ୍ଟାଗ୍ରାମରେ ଲୋକେ ସବୁବେଳେ ସକ୍ରିୟ ଥିବା ବେଳେ ବନ୍ଧୁବାନ୍ଧବଙ୍କୁ ଶୁଭେଚ୍ଛା ଜଣାଇବାକୁ ଏକକାଳୀନ ୭ ହଜାର ପୋଷ୍ଟ କାର୍ଡ ପଠାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବକ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଚିତ୍ତରଞ୍ଜନ […]

  • Tuesday, 13 July 2021
kotia
କୋଟିଆରେ ଆନ୍ଧ୍ର ଭୋଟ୍;‌ ୩ ଗାଁରୁ ଛିଡ଼ା ହେଲେ ୧୫ ଜଣ

ଜୟପୁର(ଟି.ଗୌରୀଶଙ୍କର): ଧିରେ ଧିରେ ଆନ୍ଧ୍ର-ଓଡ଼ିଶା ବିବାଦ ଅଧିକ ଜଟିଳ ହେଉଛି। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଓଡ଼ିଶାର ତଳଗଞ୍ଜେଇପଦରର ନୂଆ ନାଁ ଆନ୍ଧ୍ର ଗଞ୍ଜେଇବାଦ୍ରା ଦେଇ ଏଠାରୁ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ଜଣ ସରପଞ୍ଚ, ୧୦ ଜଣ […]

  • Tuesday, 13 July 2021
Dharmendra Pradhan
ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ : ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ ରାଜ୍ୟର ଭୌଗୋଳିକ ସୀମାକୁ ସୁରକ୍ଷିତ କରିବା ଆମ ଦାୟିତ୍ୱ ଆନ୍ଧ୍ର ହେଉ ବା ଅନ୍ୟ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ତିକ୍ତତା ଆଣୁଛି ଆମ ଭୌଗୋଳିକ ସୀମାରେ ପଶି କାଲି ଆନ୍ଧ୍ର ନିର୍ବାଚନ କରିବା ଚିନ୍ତାର ବିଷୟ ମାତୃଭୂମି ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବାକୁ ମିଳିତ ପ୍ରୟାସ କରିବା ଉଚିତ୍ ଭୁବନେଶ୍ୱର: ’ନେଡିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ […]

  • Tuesday, 13 July 2021
koraput collector
ବଦଳିଲେ କୋରାପୁଟ ଜିଲ୍ଲାପାଳ

ଜୟପୁର: କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି। କଟକ ପିଡି ଡିଆର୍‌ଡିଏ ମହମ୍ମଦ ଅବଦାଲ ଅଖତରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଘଟଣା ପରେ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ମଧୁସୂଦନ ମିଶ୍ରଙ୍କୁ ଏବେ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ତାଙ୍କୁ ଜଙ୍ଗଲ ଓ ପରିବେଶ […]

  • Tuesday, 13 July 2021
anganabadi
ବିପଦସଙ୍କୁଳ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ପିଲାଙ୍କୁ ପଠାଇବାକୁ ଭୟ କରୁଛନ୍ତି ଅଭିଭାବକ

କେନ୍ଦ୍ରାପଡା( ମନୋଜ ସ୍ୱାଇଁ) :କୁନି କୁନି ଶିଶୁଙ୍କ ବୌଦ୍ଧିକ ବିକାଶ ସାଙ୍ଗକୁ ମୌଳିକ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା ହୋଇଛି।  ହେଲେ ଅଙ୍ଗନୱାଡି କେନ୍ଦ୍ରର ପ୍ରକୃତ ଅବସ୍ଥା ଦେଖିଲେ ଜଣାପଡୁଛି ସରକାରଙ୍କ ଆନ୍ତରିକତା।  କେଉଁଠି କେନ୍ଦ୍ର ଘର ଅଧା ପଡିଛି ତ ଆଉ କେଉଁଠି ଭଙ୍ଗା ଚାଳ ଘରେ ଅସୁରକ୍ଷିତ ଅବସ୍ଥାରେ ପଢୁଛନ୍ତି କୋମଳମତି ଶିଶୁ। ଚାଳ କଣା ହୋଇ ଖରା ପଡୁଛି। ପରିଥିନ୍ ଜରି ଫାଟି ଠାଏ ଠାଏ କଣା […]

  • Tuesday, 13 July 2021
deadbody found
ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମୃତଦେହ ନିକଟରୁ ଛୁରୀ, ଗ୍ଲୋଭସ୍ ମିଳିଛି। ଏ ସବୁକୁ ତଦନ୍ତ ଲାଗି ଫୋରେନସିକ୍ ଟିମ୍ ସଂଗ୍ରହ କରିଛି। […]

  • Tuesday, 13 July 2021
Jharaphula death case
ଝରାଫୁଲ ମୃତ୍ୟୁ ରହସ୍ୟ; ପୋଲିସ୍‌ ହାତରେ ଲାଗିଲା ନୂଆ ସୁରାକ୍

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍‌ ହାତରେ ନୂଆ ସୁରାକ୍‌ ଲାଗିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୋଲିସ ଏକ ସ୍କୁଟର ଜବତ କରିଛି। ଜବତ ହୋଇଥିବା ଏହି ସ୍କୁଟରଟି ରାକେଶଙ୍କର ବୋଲି ଜଣାପଡ଼ିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ। ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶ […]

rathajatra
ଆଉ ଏକ ରଥଯାତ୍ରା ଆସିଲାଣି:ଏଯାଏଁ ଖଞ୍ଜା ହୋଇପାରିଲାନି ତିନି ରଥ

ପୁରୀ (ମଧୁସୂଦନ ମିଶ୍ର): ଗତ ବର୍ଷ ରଥଯାତ୍ରାରେ ଯେଉଁ ରଥ ତିଆରି ହୋଇଥିଲା, ସେହି ତିନି ରଥକୁ ସଂଗ୍ରହାଳୟରେ ରଖିବାକୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେତେବେଳେ କୁହାଯାଇଥିଲା, ଯେହେତୁ ଭକ୍ତମାନେ ପୁରୀ ଆସି ରଥଯାତ୍ରା ଦେଖିପାରିନାହାନ୍ତି, ସେଥିପାଇଁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ୩ ରଥକୁ ରଖାଯିବ। ଏହା ଦ୍ୱାରା ଭକ୍ତମାନେ ୩ ରଥକୁ ଦେଖିପାରିବେ କିନ୍ତୁ ବିଡମ୍ବନା, ସେ ରଥଯାତ୍ରା ଯାଇ ଆଉ ଏକ […]

  • Tuesday, 13 July 2021
andhra-nirbachana
ବାରଣ ସତ୍ତ୍ୱେ ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ:ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ

କୋରାପୁଟ: ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗ୍ରହଣ ଆରମ୍ଭ ସାରିଛି । ଆନ୍ଧ୍ର ବିଜିୟନଗରମ ଜିଲ୍ଲା ପ୍ରଶାସନ ପଟୁସିନେରିକୁ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି। ଏହି ଗାଁରେ ୧୦୨୫ ଜଣ ଭୋଟରଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରିଛି। କୋରାପୁଟ ଜିଲ୍ଲାରେ ଥିବା ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି। ଏଥିରେ ରହିଛି […]

  • Tuesday, 13 July 2021
marriage
ଇଏ ସେହି ମୁଣ୍ଡବିହୀନ ମହିଳା: ଆସିଲା ବିବାହ ବେଳର ଫଟୋ

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ କଟାମୁଣ୍ଡ ମିଳିଲା ପରେ ରହସ୍ୟ ଉପରୁ ଉଠିଲା ପରଦା। ତ୍ରିକୋଣୀୟ ପ୍ରେମ କାହାଣୀରୁ ବିବାଦ ଉପୁଜିଥିଲା, ଏବଂ ପ୍ରତିଶୋଧପରାୟଣ ହୋଇ ପ୍ରଥମେ ତଣ୍ଟି ଚିପି ମାରିବା ପରେ ମୁଣ୍ଡ କାଟ କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡର ୭ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ୍। ପ୍ରେସମିଟରେ ହତ୍ୟା ରହସ୍ୟର ଖୁଲାସା କଲେ ସୁଧାଂଶୁ ଷଡ଼ଙ୍ଗୀ। ମୁଣ୍ଡ ମିଳିବା ପରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି।  ମୃତ ମହିଳା ଜଣକ […]

cp-pressmeet
ମୁଣ୍ଡକାଟ ରହସ୍ୟର ଖୁଲାସା: ବିବାହ ବିବାଦରୁ ହୋଇଛି ହତ୍ୟାକାଣ୍ଡ, ପ୍ରଥମେ ତଣ୍ଟି ଚିପିବା ପରେ ମୁଣ୍ଡ କାଟିଥିଲା ଅଭିଯୁକ୍ତ

ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟିଲା। ପ୍ରେସମିଟରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ କଟାମୁଣ୍ଡର ଅବଶେଷ ଜବତ କରିଛି ପୋଲିସ। ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବୋଲି ଜଣାପଡ଼ିଛି, ତାଙ୍କ ଘର […]

  • Tuesday, 13 July 2021