ପୁଣି ବଦଳିଲା ସ୍କୁଲ ସମୟ। ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ। ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦୀର୍ଘ ୧୦ ମାସ ସ୍କୁଲ୍ ବନ୍ଦ ରହିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଶୀଘ୍ର ଖୋଲିପାରେ। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସଙ୍କେତ ଦେଇଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଅଙ୍ଗନବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବ। ଏଥିପାଇଁ SOP ପ୍ରସ୍ତୁତ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠାରୁ ସ୍କୁଲ୍ ଖୋଲିବ, ସେ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ […]
ଭୁବନେଶ୍ୱର : ୧୦ ମାସ ପରେ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା। ପିଲାମାନେ ଦୀର୍ଘମାସ ପରେ ସ୍କୁଲ୍ ଯାଇ ବେଶ୍ ଉତ୍ସାହିତ ଅଛନ୍ତି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସମସ୍ତ ସ୍କୁଲରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପିଲାଙ୍କ ଓରିଏଣ୍ଟେସନ କ୍ଲାସ କରାଯାଉଛି। ପିଲାମାନେ ରୋଲ୍ ନମ୍ବର ଜାଣି ନ ଥିବା ବେଳେ ସେମାନଙ୍କୁ ଏ ନେଇ ତଥ୍ୟ ପ୍ରଦାନ କରାଯାଉଛି। କ୍ଲାସ୍ ନେଇ ଟାଇମ୍ ଟେବୁଲ୍ ମଧ୍ୟ ପିଲାଙ୍କୁ […]