• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha cm
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସରକାରୀ ITI ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ITIରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍‌‌ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଏପ୍ରିଲ୍ ମାସ‌ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ୍‌ କରାଯାଇଛି। କରୋନା ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ତେଣୁ ଏହି ସମୟରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାରୀ […]

  • Tuesday, 13 July 2021
olx
OLXରେ ଓ୍ୱାସିଂମେସିନ୍ ବିକ୍ରି ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା

ଭୁବନେଶ୍ୱର:  ଅନଲାଇନରେ ଓ୍ୱାସିଂମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା। ୧୯ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଲୁଟେରା। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା […]

  • Tuesday, 13 July 2021
college reopen
ଆରମ୍ଭ ହେଲା +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଠପଢ଼ା : କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି

ଆଜିଠାରୁ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାର ହେବ କଡ଼ାକଡ଼ି ପାଳନ ଭୁବନେଶ୍ୱର: ଦୀର୍ଘ ୧୦ ମାସ ପରେ କରୋନାର ପ୍ରାଦୁର୍ଭାବ ଟିକିଏ କମିବା ପରେ ଆଜିଠାରୁ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍। ଏତେ ଦିନ ପରେ ଛାତ୍ରଛାତ୍ରୀ ପାଇଁ ଚଳଚଞ୍ଚଳ ହୋଇପଡିଛି […]

  • Tuesday, 13 July 2021
minor girl
ନାବାଳିକା କୋଳରେ ଶିଶୁପୁତ୍ର : ବିବାହର ପ୍ରତିଶ୍ରୁତି ଦେଇ ଧୋକାବାଜ ପ୍ରେମିକ ଫେରାର

ବାସୁଦେବପୁର(କିର୍ତ୍ତୀ ଦାସ): ପୁଣି ଲଭ୍-ସେକ୍ସ-ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ନାବାଳିକା ସହ ପ୍ରେମ କରି ପ୍ରତାରଣା। ପ୍ରେମିକ ଫେରାର ହୋଇଯାଇଥିବା ବେଳେ, ମା ହୋଇଥିବା ନାବାଳିକାଟି ଏବେ ସ୍ତ୍ରୀର ସ୍ୱୀକୃତି ମାଗୁଛି। ଆଉ କଅଁଳ ଶିଶୁଟି ବାପର ପରିଚୟ ପାଇଁ ଅନାଇ ରହିଛି । ପ୍ରେମିକ ପ୍ରତାରଣା କରିବା ପରେ ବାପଘରେ କୁନି ପୁଅକୁ ଧରି ପଡିରହିଛି ନାବାଳିକା। ତେବେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ ବି ଆଜିଯାଏ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିନି କି […]

  • Tuesday, 13 July 2021
accident-1
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପରିବାର ଲୋକଙ୍କ ଆଖି ସାମ୍ନାରେ ଚାଲିଗଲା ୮ ବର୍ଷ ପୁଅର ଜୀବନ

ପାରାଦୀପ/ନୟାଗଡ଼(ରମାକାନ୍ତ ନାୟକ/ଆର୍ତ୍ତତ୍ରାଣ ପ୍ରଧାନ): ଗୋଟିଏ ପରେ ଗୋଟିଏ ତିନି ତିନିଟି ଦୁର୍ଘଟଣା। ନୟାଗଡ଼ରେ ୨ଟି ଦୁର୍ଘଟଣା ଘଟିଥିବା ବେଳେ ପାରାଦୀପରେ ଗୋଟିଏ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଡ଼ଗାଁ ରଘୁନାଥ ଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା […]

  • Tuesday, 13 July 2021
Bus
ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟଣା:  ଚଳନ୍ତା ବସରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବିଶାଖାପାଟଣା ପାଇକରାଓପେଟା NH୫ ନିକଟରେଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଜଳିଯାଇଛି। ସର୍ଟସର୍କିଟ ହୋଇ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ବସରେ ଡ୍ରାଇଭର, ହେଲପରଙ୍କ ସମେତ ୩୨ ଜଣ ଯାତ୍ରୀ ଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା   ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ବିଶାଖାପାଟଣା ପାଇକରାଓପେଟା ନିକଟରେ NH୫ରେ […]

  • Tuesday, 13 July 2021
bank
ବ୍ୟାଙ୍କ୍‌ରୁ ୧୪ ଲକ୍ଷରୁ ଅଧିକ ଟଙ୍କାର କଏନ୍‌ ଗାଏବ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ଗଡ଼ ୟୁନିଅନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍ ଗାଏବ ହୋଇଯାଇଛି। ଏନେଇ ବ୍ୟାଙ୍କ ମ୍ୟାନେଜର ପାରାଦୀପ ଲକ୍ ଥାନାରେ ୪ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ବ୍ୟାଙ୍କ୍‌ର କେହି ପୂର୍ବତନ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ୍‌ ବେଳେ ୧୪ ଲକ୍ଷରୁ ଅଧିକ ଟଙ୍କାର କଏନ୍ ଗାଏବ୍ ହୋଇଯାଇଥିବା ଜଣାପଡ଼ିଥିଲା। ୨୦୧୬ ରୁ ୨୦୨୦ ମସିହା ମଧ୍ୟରେ […]

  • Tuesday, 13 July 2021
shankar narayan
ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା: ମଫସଲି ମଣିଷ ପରି ସାଧାରଣ ଜୀବନ ବିତାଉଛନ୍ତି ରିଟାୟାର୍ଡ IAS

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା। ନା ଅଛି ବଡ଼ ଗାଡ଼ି ଓ ନା କୋଠାବାଡ଼ି। ଆଜିର ଯୁଗରେ ବି ତାଙ୍କ ପାଖରେ ମୋବାଇଲ୍ ଖଣ୍ଡେ ବୋଲି ନାହିଁ। ସହରୀ ଜୀବନର ଆଡ୍ଡାଚଉଡ଼ା ନୁହେଁ ତାଙ୍କ ପାଇଁ ବଡ଼ ତାଙ୍କର ଆଦର୍ଶ। ଚାକିରିରୁ ଅବସର ପରେ ଗାଁରେ ନିରାଡ଼ମ୍ବର ଜୀବନଯାପନ କାଟୁଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ। ଆଦର୍ଶ ଓ ସଂସ୍କାରକୁ ନେଇ ଜୀବନ ବିତାଉଥିବା ଏହି […]

  • Tuesday, 13 July 2021
Jharafula
ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ଡେମୋ ଦେଖାଇଲେ ବୟଫ୍ରେଣ୍ଡ୍‌

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ। ଗତକାଲି ପୋଲିସ୍‌  ରାକେଶଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ତା’ର ଡେମୋ କରି ଦେଖାଇଥିଲେ ରାକେଶ। ଏହାପରେ ତାଙ୍କୁ ପୁଣି କୁଆଖିଆ ଥାନାକୁ ଅଣାଯାଇଥିଲା। ରିମାଣ୍ଡର ପ୍ରଥମ ଦିନରେ ରାକେଶଙ୍କୁ ପୋଲିସ୍‌ ଥାନାରେ ପଚରାଉଚରା କରିଥିଲା। ଏହାପରେ […]

Police Commissioner Sudhanshu Sarangi
ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି

ମାସକରେ ୧୨୦୭ ଫ୍ରଡ୍ କଲ୍ ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ ରାଜ୍ୟରେ ମୋଟ ଠକେଇ ହୋଇଛି ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଭୁବନେଶ୍ୱରରେ ୩୬୮ଟି ଫ୍ରଡ୍ କଲ୍ ଦ୍ୱାରା ଅଧ କୋଟି ଟଙ୍କା ଲୁଟ୍  ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି ଭୁବନେଶ୍ୱର: ସାଇବର ଠକେଇ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ‌ଆଜି ଏକ ପ୍ରେସମିଟ୍ କରିଛନ୍ତି। ସାଇବର ହେଲ୍ପ ଡେସ୍କକୁ […]

  • Tuesday, 13 July 2021
kamala-pujari
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର(ଟି.ଗୌରୀଶଙ୍କର): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ତାଙ୍କୁ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗତ ମାସେ ଧରି ଅସୁସ୍ଥ ହେବା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଅଧିକ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର […]

  • Tuesday, 13 July 2021
sonepur
ଦାରିଦ୍ର୍ୟର କଷାଘାତ ଭିତରେ ପରିବାରର ୩ ଦିବ୍ୟାଙ୍ଗ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ଗୋଟିଏ ପଟେ ଦାରଦ୍ର୍ୟତା, ଅନ୍ୟପଟେ ପରିବାରରେ ତିନି ତିନି ଜଣ ଦିବ୍ୟାଙ୍ଗ। ଏହି ଭଳି ସ୍ଥିତିକୁ ନେଇ ଚିନ୍ତାରେ ପୂରା ପରିବାର। ଲୁହ ପୋଛିବାକୁ କେହି ନାହାନ୍ତି। ଜଣେ ଜଣକୁ ସାହାଯ୍ୟ କରିବାକୁ ଅକ୍ଷମ। ଏ ଦୁଃଖଦ କାହାଣୀ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସୁବର୍ଣ୍ଣପାଲି ଗାଁର ସଚ୍ଚିକାନ୍ତ ବଗର୍ତ୍ତିଙ୍କ ପରିବାରର। ବର୍ତ୍ତମାନ ଭଗବାନଙ୍କ ଭରସାରେ ପଡ଼ି ରହିଛନ୍ତି ତିନିପ୍ରାଣୀ କୁଟୁମ୍ବ। ଗରିବ ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର କରୁଛନ୍ତି […]

  • Tuesday, 13 July 2021
121943453_3702558863164461_7536466257296732586_n
୫ ବର୍ଷ ପରେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ : ଏତେ ଦିନ ପରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇଗଲେ ମେଦିନପୁର ଅଞ୍ଚଳର ଜୟା ବିବି

ଦୀର୍ଘ ୫ ବର୍ଷର ଅପେକ୍ଷା, ଆଉ ଏବେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ ଏତେ ଦିନ ପରେ ସ୍ୱାମୀଙ୍କୁ ଦେଖି ଅମାନିଆ ଲୁହ ବୋଲ ମାନୁନି ଛଳଛଳ ଆଖିରେ ସ୍ତ୍ରୀକୁ ପାଖରେ ପାଇଁ ଖୁସିରେ ଆତ୍ମହରା ସ୍ୱାମୀ ପୁଣି ଥରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହେଲେ ମେଦିନପୁର ଅଞ୍ଚଳର ମହିଳା କଟକ : ୫ ବର୍ଷ ପରେ ପରିବାର ପାଖକୁ ଫେରିଲେ ମହିଳା। ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ମହିଳାଙ୍କୁ ଖୋଜି ପାଇଛନ୍ତି ପରିବାର ଲୋକେ। କଟକ ଚୌଦ୍ୱାର ଅଞ୍ଚଳରେ […]

  • Tuesday, 13 July 2021
school-opening
୧୦ ମାସ ପରେ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର : ୧୦ ମାସ ପରେ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା। ପିଲାମାନେ ଦୀର୍ଘମାସ ପରେ ସ୍କୁଲ୍ ଯାଇ ବେଶ୍ ଉତ୍ସାହିତ ଅଛନ୍ତି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସମସ୍ତ ସ୍କୁଲରେ  କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପିଲାଙ୍କ ଓରିଏଣ୍ଟେସନ କ୍ଲାସ କରାଯାଉଛି। ପିଲାମାନେ ରୋଲ୍ ନମ୍ବର ଜାଣି ନ ଥିବା ବେଳେ ସେମାନଙ୍କୁ ଏ ନେଇ ତଥ୍ୟ ପ୍ରଦାନ କରାଯାଉଛି। କ୍ଲାସ୍ ନେଇ ଟାଇମ୍ ଟେବୁଲ୍ ମଧ୍ୟ ପିଲାଙ୍କୁ […]

142317078_5013717595369184_2890488471238805495_n
ରୋଜଗାରର ନୂଆ ପନ୍ଥା : ଚାକିରିରୁ ଅବସର ପରେ କୁଣ୍ଡରେ ମାଛଚାଷ ଆରମ୍ଭ କଲେ କପିଳ ଚରଣ

ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ ବାୟୋଫ୍ଲକ୍ ମାଛ ଚାଷ ରୋଜଗାରର ରାସ୍ତା ଦେଖାଇଛି ନିଆଳି(ବିନୟ ମିଶ୍ର): ରୋଜଗାରର ନୂଆ ବାଟ ଦେଖାଇଛି ବାୟୋଫ୍ଲକ୍ ମାଛ ଚାଷ। କଟକର କପିଳ ଚରଣ ନାୟକ ଚାକିରିରୁ ଅବସର ପରେ ଗାଁରେ ଆରମ୍ଭ କରିଛନ୍ତି ମାଛଚାଷ। ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ସଫଳ ହୋଇଛନ୍ତି। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କଟକ ଜିଲ୍ଲାରେ ମୁଖ୍ୟତଃ ଧାନ, ପାନ, ମାଛ ଓ ପନିପରିବା […]

  • Tuesday, 13 July 2021
kuladi village
ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗାଁ : ଲୋକଙ୍କ ସମସ୍ୟା ଓ ଦାରିଦ୍ର୍ୟତାର ଫାଇଦା ନେଉଛି ପଡ଼ୋଶୀ ରାଜ୍ୟ

ପାତ୍ରପୁର(ଅଶୋକ ବ୍ରହ୍ମା): ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ଗଂଜାମର ସୀମାନ୍ତବର୍ତ୍ତୀ ଗାଁ। ସମସ୍ୟା ଓ ଦାରିଦ୍ର୍ୟର ଫାଇଦା ନେଉଛି ଆନ୍ଧ୍ର। କେବଳ କୋଟିଅ ନୁହେଁ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଗଂଜାମ ଜିଲା ପାତ୍ରପୁର ବ୍ଲକର ଅନେକ ଗାଁ ଉପରେ ଆନ୍ଧ୍ର କବଜା କରିବାକୁ ବସିଲାଣି। ଆସନ୍ତା ୧୩ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଲୋକଙ୍କୁ ନିଜ ଭୋଟର ଭାବେ ବ୍ୟବହାର କରିବାକୁ ମସୁଧା ଚଳାଇଛି ଆନ୍ଧ୍ର। ଗଂଜାମ ଜିଲା ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତର […]

  • Tuesday, 13 July 2021
Leopard..
କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଗିରଫ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁରୁ ୩ ଜଣ ଓ ପଙ୍କଳ ସାହିରୁ ଅନ୍ୟ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ବାର୍‌ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି। ଗତ ଶୁକ୍ରବାର ଦିନ ବୁଗୁଡ଼ା ବନାଞ୍ଚଳ ମାଣିତର ନଗୁଡ଼ୁ ନିକଟରେ ଶିକାରୀ ବସାଇଥିବା ବାର୍‌ହା ଫାଶରେ ଏହି କଲରାପତରିଆ ବାଘ ପଡ଼ି […]

  • Tuesday, 13 July 2021
italian couple
୩ ବର୍ଷର ଅପେକ୍ଷା ପରେ ଗଞ୍ଜାମର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଇଟାଲୀୟ ଦମ୍ପତି ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ଗ୍ରହଣ କରିଛନ୍ତି। ସ୍ପେଶାଲ୍‌ ଆଡପସନ୍‌ ଏଜେନ୍ସି ମାଧ୍ୟମରେ ଇଟାଲୀୟ ଦମ୍ପତିଙ୍କ ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା। ଏନେଇ ଜାଣିବା ପରେ ଇଟାଲିର ଏହି  ଦମ୍ପତି ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହିଁଥିଲେ। ୩ ବର୍ଷର ଅପେକ୍ଷା ପରେ ଶେଷରେ […]

  • Tuesday, 13 July 2021
prithviraj-harichandan
’ଓଡ଼ିଶାର ଚାଷୀଙ୍କୁ ବିଭ୍ରାନ୍ତ କରି ରାଜନୀତି କରିବା ବନ୍ଦ କର’

ଭୁବନେଶ୍ୱର : ରାଜ୍ୟସଭାରେ ସ୍ୱାମୀନାଥନ କମିଟି ରିପୋର୍ଟ ପ୍ରସଙ୍ଗରେ ବିଜେଡିକୁ ବିଜେପିର ଟାର୍ଗେଟ୍। ପାର୍ଲିଆମେଣ୍ଟରେ ବିଜେଡ଼ି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଥିବା ବିଜେପି ଅଭିଯୋଗ କରିଛି। ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପାର୍ଲିଆମେଣ୍ଟରେ ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ  ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। କଷ୍ଟ ଅଫ ପ୍ରଡ଼କ୍ସନକୁ ନେଇ ସସ୍ମିତ ପାତ୍ର ଦ୍ୱନ୍ଦ ଉଠାଇଥିଲେ, ତେବେ ଏଥିପାଇଁ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି […]

  • Tuesday, 13 July 2021
139724180_1374747546206111_8610181816336001784_n
ଜଣେ ନିଃସ୍ୱାର୍ଥପର ମଣିଷର ତ୍ୟାଗକୁ ସଲାମ୍ ! ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଛନ୍ତି ୨୮ବର୍ଷୀୟ ଯୁବକ ସିଲୁ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନଦୀ କୂଳରେ ବାଲିପଠା ଉପରେ ଖୋଲିଛି ଆର୍ମି ବାରାକ୍। ସେନା ପ୍ରଶିକ୍ଷଣ ପାଇଁ ହୋଇଛି ବିପୁଳ ବ୍ୟବସ୍ଥା। ପାରିଶ୍ରମିକ ଦେବାକୁ ପଡ଼ୁନି। ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗରେ ଚାଲିଛି ପ୍ରଶିକ୍ଷଣ। ଚାକିରି ଛାଡ଼ି ନିଜ ଅଂଚଳର ପିଲାଙ୍କୁ ମାଗଣାରରେ ଟ୍ରେନିଂ ଦେଉଛନ୍ତି ସିଲୁ ନାୟକ। ଶିକ୍ଷିତ ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଏବଂ ପୋଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଳା ନାଉଗାଁ ଥାନା ଅନ୍ତର୍ଗତ ଦେବୀ ନଦୀକୂଳରେ ପ୍ରତିଷ୍ଠା କରାଯାଇଛି ମହାଗୁରୁ ବାଟାଲିଅନ। […]

  • Tuesday, 13 July 2021
odisha
ରାଜସ୍ଥାନ ଯାଏ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍‌ର ଚେର

ବାଲୁଗାଁ(ଶକ୍ତି ମହାପାତ୍ର): ଖୋର୍ଦ୍ଧା ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌। ଏହି ମୂର୍ତ୍ତି ଚୋରି ରାକେଟ୍‌ର ଚେର ରାଜସ୍ଥାନକୁ ଲମ୍ବିଥିବା ଜଣାପଡ଼ିଛି। ମାମଲାରେ ବାଣପୁର ପୋଲିସ୍‌ ୪ ଆନ୍ତଃରାଜ୍ୟ ପେସାଦାର ମୂର୍ତ୍ତି ଚୋରଙ୍କୁ ଗିରଫ କରିବା ସହ ୯ଟି ମୂର୍ତ୍ତି ଉଦ୍ଧାର କରିଛି। ଏଥିସହ ୪ଟି ଧାତବ ଅବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ବୋଲି ପୋଲିସ ସୂଚନା ଦେଇଛି। ମାମଲାରେ ଅନ୍ୟ ୨ ଜଣଙ୍କର […]

  • Tuesday, 13 July 2021
mines
ସାରଦା ମାଇନ୍ସକୁ ୨ ହଜାର ୫୬ କୋଟିରୁ ଅଧିକ ଟଙ୍କାର ଜରିମାନା

କେନ୍ଦୁଝର(ପ୍ରଣୟ କୁମାର ପାଣି ): ପରିବେଶ ଅନୁମୋଦନଠାରୁ ଅଧିକ ଖଣି ଖନନ କରିବା ଅଭିଯୋଗରେ ସାରଦା ମାଇନ୍ସକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କାର ଜରିମାନା କରଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ସାରଦା ମାଇନ୍ସକୁ ଯୋଡ଼ା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି। ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶାଳୟର ଚିଠି ଅନୁସାରେ ସାରଦା ଖଣି କର୍ତ୍ତୃପକ୍ଷ ପରିବେଶ ମଞ୍ଜୁରୀ ନିୟମର ଉଲ୍ଲଂଘନ କରି […]

  • Tuesday, 13 July 2021
collage (17)
ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା। ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବାରୁ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋଷଲାଙ୍ଗ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କୋଷଲାଙ୍ଗ ଗାଁର ୬୫ ବର୍ଷୀୟ ବୃଦ୍ଧ କଣ୍ଠ କହଁର ନାମକ ବ୍ୟକ୍ତି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ଗାଁକୁ ରାସ୍ତା ନଥିବାରୁ ପାଖାପାଖି ୨କିଲୋମିଟର ପୂର୍ବରୁ […]

  • Tuesday, 13 July 2021
odisha
ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିବା ଏବଂ ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ କିରାଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ଓ୍ୱାଇ ବିଜୟ ଚାକିରିରୁ ବହିଷ୍କୃତ କରିଛନ୍ତି। ବହିଷ୍କୃତ ହୋଇଥିବା କର୍ମଚାରୀ ହେଉଛନ୍ତି ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା। ଖୋଳତାଡ଼ ପରେ ୨୪ବର୍ଷ ତଳେ ହୋଇଥିବା ଏହି ଜାଲିଆତି ସାମ୍ନାକୁ ଆସିଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଲକ୍ଷ୍ମୀପ୍ରିୟାଙ୍କୁ ଚାକିରିରୁ ବିଦା କରାଯାଇଛି। ପ୍ରାୟ ୨୪ ବର୍ଷ ଧରି ସେ […]

  • Tuesday, 13 July 2021
139531945_799991090876146_8195716436512410822_n
କଳିକାଳର କୁଲାଙ୍ଗାର ପୁଅ! ଗାଁ ବୁଲାଇନେବା ବାହାନାରେ ହାଡ଼ଭଙ୍ଗା ଜାଡ଼ରେ ମା’କୁ ରାସ୍ତାକଡ଼ରେ ଛାଡ଼ିଦେଲା

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମା’ ଚାଲ କୁଣିଆ ଯିବା। ଘରେ ବସି ବସି ବିରକ୍ତ ଲାଗିବଣି। ଗାଁ ବୁଲି ଆସିଲେ ଆସିଲେ ତତେ ବି ଭଲ ଲାଗିବ। ମାଡ଼ପିଟ୍ କରୁଥିବା ପୁଅ ମୁହଁରୁ ସରାଗଭରା କଥା ଶୁଣି ଖୁସି ଖୁସି ବାହାରି ପଡ଼ିଲା ମା’। ବୟସର ଅପରାହ୍ନରେ ପୁଅ ମନରେ ଥିବା ଛନ୍ଦକପଟକୁ ବା କିପରି ବୁଝି ପାରିଥାଆନ୍ତା। ହେଲେ ବୁଢ଼ୀ ମା’ର ବିଶ୍ୱାସରେ ବିଷ ଦେଲା ପୁଅ। ବୁଲାଇନେବା ବାହାନାରେ ଶୀତୁଆ ସଞ୍ଜରେ ମାମୁ ଘର ଗାଁ […]

  • Tuesday, 13 July 2021