• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

reshma
ଅଜଣା ରୋଗରେ ପୀଡ଼ିତ ବାପା : ଟିଉସନ୍ କରି ପରିବାର ଚଳାଉଛଉନ୍ତି ରେସମା

ଆଳି(ବନମାଳୀ ସାହୁ): ରୋଗିଣା ବାପାର ଗୁଣମତୀ ଝିଅ। ରୋଗଶଯ୍ୟାରେ ପଡ଼ି ଛଟପଟ୍ ହେଉଛନ୍ତି ଘରର ମୁରବୀ, ପରିବାର ଚଳାଉଛି ପାଠୋଇ ଝିଅ। ରୋଜଗାରିଆ ମଣିଷ ଘର ଦୁଆରେ ପଡ଼ି ରହିବା ପରେ  ଅସହାୟ ହୋଇ  ପଡ଼ିଥିଲା ପୂରା ପରିବାର। ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନଥିଲା । ଆଉ ଏପରି ସମୟରେ ରେଶମା ପୁଅ ପରି ଘର ପାଇଁ . . .  ବାପା ପାଇଁ . . . ଆଶା ବାଡ଼ି ସାଜିଛନ୍ତି। ବାପା […]

  • Tuesday, 13 July 2021
odisha
ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଛି।ମାଉସୀ ଘରକୁ ବୁଲିବାକୁ ଆସିଥିବାବେଳେ ଟ୍ୟୁବ୍‌ୱେଲ୍‌ ଗାତରେ ପଡ଼ି ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା‌ ଅନ୍ତର୍ଗତ ଶାଳଗଢିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ସନିଆ ନାୟକଙ୍କ ପତ୍ନୀ ଝିଅ ସରୋଜିନୀକୁ ଧରି ଗୋଆପାଳରେ ରହୁଥିବା ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ। ମାଉସୀ ଘରେ ଟ୍ୟୁବ୍‌ୱେଲ୍‌ ଖୋଳା ଯାଉଥିବା ବେଳେ ଗାତରେ ଶିଶୁ କନ୍ୟାଟି ପଡ଼ି ଯାଇଥିଲେ। […]

  • Tuesday, 13 July 2021
satakosia
ସାତକୋଶିଆ ଇକୋ ରିଟ୍ରିଟ୍‌ରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୩ଟି କଟେଜ୍, ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତି

କଟକ: ନରସିଂହପୁର ଥାନା ବାଲିପୁଟ ନିକଟସ୍ଥ ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା କଟେଜ୍। ଅଗ୍ନିକାଣ୍ଡରେ ୩ଟି କଟେଜ୍ ସମ୍ପୂର୍ଣ୍ଣ ଜଳି ଯାଇ ଛାରଖାର ହୋଇଯାଇଛି । ଭୋର୍ ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ ହେଉଛି। ସୌଭାଗ୍ୟବଶତଃ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପର୍ଯ୍ୟଟକ। ତେବେ ଅଗ୍ନିକାଣ୍ଡ ପରେ ପର୍ଯ୍ୟଟକ ଭୟଭୀତ ଅବସ୍ଥାରେ ଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି। ଦମକଳ ବିଭାଗ ପହଞ୍ଚି ନିଆଁକୁ ବର୍ତ୍ତମାନ ସୁଦ୍ଧା […]

  • Tuesday, 13 July 2021
bolangir
ସଫେଇ କାମରେ ନିୟୋଜିତ ହେବେ କିନ୍ନର : ରୋଜଗାର ଯୋଗାଇଦେଲା ବଲାଙ୍ଗିର ପୌରସଂସ୍ଥା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସ୍ୱଚ୍ଛତାର ସାରଥୀ ସାଜିବେ କିନ୍ନର। ତୃତୀୟଲିଙ୍ଗୀଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବ। କିନ୍ନର ମାନେ ଆଉ ଲୋକଙ୍କ ସାମ୍ନାରେ ହାତ ପତେଇ ଭିକ ମାଗିବେନି କି ତାଙ୍କୁ ଦୀନହୀନ ହୋଇ ଜୀବନ ବିତାଇବାକୁ ପଡ଼ିବ ନାହିଁ। ସମାଜରେ ସାଧାରଣ ମଣିଷ ପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିପାଇଁ ସୁଯୋଗ ସୃଷ୍ଟି କରିଛି ବଲାଙ୍ଗିର ପୌରସଂସ୍ଥା । ବ୍ୟାଟେରି ଚାଳିତ ଗାଡ଼ିରେ ସହରର ଗଳିକନ୍ଦିରୁ ଅଳିଆ ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡରେ ପହଞ୍ଚାଇବେ । […]

  • Tuesday, 13 July 2021
Age-Fraud
ଦୁଇ ବର୍ଷରେ ବୟସ ବଢ଼ିଲା ୨୪ ବର୍ଷ; ଥିଲା ୪୨ ହେଲା ୬୪

ଜଳେଶ୍ୱର(ଅଜିତ କୁମାର ଦାସ): ବର୍ଷକ ମଧ୍ୟରେ ବୟସ ବଢ଼ି ଯାଇଛି ୨୦ ବର୍ଷ। ଖାଲି ଜଣକର ନୁହେଁ କାହାର ବୟସ ୫ ବର୍ଷ ବଢ଼ି ଯାଇଛି ତ ଆଉ କାହାର ୧୦ ବର୍ଷ ଏବଂ ଆଉ କାହାର ୧୫ ବର୍ଷ ବଢ଼ି ଯାଇଛି। ଏପରିକି କାହାର ବୟସ ଏକାଥରକେ ୧୦ ବର୍ଷ ବଢ଼ି ଯାଇଛି। ସାମାଜିକ ସୁରକ୍ଷାରେ ବିଭିନ୍ନ ସୁବିଧା ପାଇବା ଲାଗି ଏହି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳରୁ […]

  • Tuesday, 13 July 2021
bhadrak
ଧାନ ପାଇଁ ବିଷ ପିଇଦେଲେ ଚାଷୀ: ଟୋକନ୍ ଥାଇ ସୁଦ୍ଧା SHG ଧାନ ନକିଣିବାରୁ ଚରମ ପଦକ୍ଷେପ

ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇଦେଲେ ଭଦ୍ରକର ଚାଷୀ। ଟୋକନ ଥିବା ସତ୍ତ୍ୱେ SHG ଧାନ ନ କିଣିବାରୁ ଚରମ ପଦକ୍ଷେପ ନେଇଛନ୍ତି ରାମକୃଷ୍ଣ ପଣ୍ଡା। ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର SHG ଗ୍ରୁପ ବିରୋଧରେ ଧାନକିଣା ଅନିୟମିତତା ହୋଇଥିବା କହି ପଞ୍ଚାୟତ ଅଫିସ୍ ଆଗରେ ସେ ବିଷ ପିଇ ଦେଇଛନ୍ତି। ବାରମ୍ବାର ଗୁହାରି ସତ୍ତ୍ୱେ ଧାନ କିଣା ଯାଇନଥିବା ଅଭିଯୋଗ ହୋଇଛି। ତେବେ ଗୁରୁତର ତାଙ୍କୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ […]

  • Tuesday, 13 July 2021
metro rail in odisha
ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍‌ ସେବା ଲାଗି ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଦ୍ୱୈତନଗରୀ ମଧ୍ୟରେ ମେଟ୍ରୋ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ […]

  • Tuesday, 13 July 2021
bbsr
ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା : ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ମହାମାରୀ କାୟା ବିସ୍ତା କରୁଥିବା ବେଳେ ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକା ଦିଆଯିବ। ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ  ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି […]

  • Tuesday, 13 July 2021
puri
ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ

ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ, ପ୍ରଶାସନ ପାଇଁ ଅଲୋଡ଼ା, ହେଲେ ହାରି ନାହାନ୍ତି। ପୋଲିଓ ଆକ୍ରାନ୍ତ ଜଗଦୀଶ୍ ନିଜ ଅକ୍ଷମତା ପାଇଁ ଦୁଃଖ ନକରି ପର୍ଯ୍ୟଟକଙ୍କୁ ନୂଆ ଜୀବନ ଦେଉଛନ୍ତି

  • Tuesday, 13 July 2021
guideline
୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର: ସପ୍ତାହେ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ

ଭୁବନେଶ୍ୱର: ସାରା ଦେଶରେ ପୁଣି ଥରେ କରୋନା କାୟା ମେଲାଉଥିବା ବେଳେ ମହାମାରୀକୁ ନେଇ ରାଜ୍ୟରେ ଜାରି ହୋଇଛି କଡ଼ା କଟକଣା। ଏଣିକି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯିବ। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏସବୁ ରାଜ୍ୟରୁ ଯେଉଁ ଯାତ୍ରୀମାନେ […]

  • Tuesday, 13 July 2021
poet
ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନନ୍ଦକିଶୋରଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା

ଆସିକା(ମନୋଜ ମୁନୀ):  କବି। ଶଦ୍ଦକୁ ଶବ୍ଦରେ ଛନ୍ଦି ଦୁନିଆଁ ବୁକୁରେ ଆଙ୍କି ପାରନ୍ତି ଦୀନ ଦଳିତର କରୁଣ ଛବି। ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ତୋଳି ଲେଖି ପକାନ୍ତି କେତେ ପ୍ରକାର କବିତା।  ଏମିତି ଜଣେ ନିଆରା କବି ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗାଁର ନନ୍ଦକିଶୋର ପ୍ରଧାନ। ସେ ଜଣେ ସାଧାରଣ ମଣିଷ , ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ। ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି,ତଥାପି ତାଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି […]

  • Tuesday, 13 July 2021
child-rescued
ଦେଢ଼ ମାସ ପରେ ଉଦ୍ଧାର ହେଲା ଚିଣ୍ଟୁ, କେବେ ମିଳିବ ପିହୁ ?

ଯାଜପୁର(ଗୁଲାମ ଗସ୍‌): ନିଖୋଜ ହେବାର ଦେଢ଼ ମାସ ପରେ ୪ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରୁ ଯାଜପୁର ଜିଲ୍ଲାର ଏହି ଶିଶୁ ପୁତ୍ର  ନିଖୋଜ ଥିଲେ। ତେବେ ଗତକାଲି ତାଳଚେରରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରେ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ନିକଟ ଆଦିବାସୀ ବସ୍ତିରେ ରହୁଥିବା ରାମ ଜଜଙ୍କ ୪ ବର୍ଷର ପୁଅ ଚିଣ୍ଟୁଙ୍କୁ କେହି ଅପହରଣ କରି ନେଇଥିଲେ। ଏନେଇ ପରିବାର […]

  • Tuesday, 13 July 2021
business-man
ଘରକୁ ଫେରୁଥିବା ବେଳେ ହୋଟେଲ୍‌ ମାଲିକଙ୍କ ଉପରକୁ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ରାଉରକେଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହୋଟେଲ ମାଲିକ ସଜନ ମିତ୍ତଲ। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୋଟେଲ୍‌  କାମ ସାରି ସଜନ ଘରକୁ ଫେରୁଥିଲେ। ଏହି ସମୟରେ ଯୋଜନା ମୁତାବକ ପୂର୍ବରୁ ଛକି ରହିଥିବା ୨ଜଣ ଦୃର୍ବୃତ୍ତ ବାଇକ୍‌ରେ ଆସି ରାଉରକେଲା ଡିଲକ୍ସ ହୋଟେଲ୍‌ ଗଳିରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ସଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର […]

  • Tuesday, 13 July 2021
Padmanabha Behera
ସର୍ବାଧିକ ୫ଟି ଜିଲ୍ଲାରେ ଖର୍ଚ୍ଚ ହୋଇଛି ଖଣିଜ ପାଣ୍ଠି : ଗୃହରେ ଉଠିଲା DMF ଅର୍ଥ ଖର୍ଚ୍ଚ ସଂପର୍କିତ ପ୍ରଶ୍ନ

ଭୁବନେଶ୍ୱର: ବିଧାନସଭାରେ ଆଜି ଉଠିଛି ଜିଲ୍ଲା ଖଣିଜ ପାଣ୍ଠି ବା DMF ଅର୍ଥ ଖର୍ଚ୍ଚ ସଂପର୍କୀତ ପ୍ରଶ୍ନ। ବିଭିନ୍ନ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେର। ବିଧାୟକଙ୍କ ଉତ୍ତରରେ ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଛି। କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଏବଂ ଝାରସୁଗୁଡାରେ ଜିଲ୍ଲାରେ ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଛି। କେନ୍ଦୁଝର […]

  • Tuesday, 13 July 2021
congress-fight
ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ : ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗରେ ଗଣ୍ଡଗୋଳ

ଭୁବନେଶ୍ୱର: ପଦାରେ ପଡିଲା ରାଜ୍ୟ କଂଗ୍ରେସର ଅନ୍ତରୀଣ କନ୍ଦଳ। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଡିଆପିଟା ହୋଇଛନ୍ତି ଦୁଇ ଗୋଷ୍ଠୀ।  ଆଜି କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା, ଏପରିକି ସାଧାରଣ ପରିଷଦ […]

  • Tuesday, 13 July 2021
jhrarphula
ଖୁବ୍‌ ଶୀଘ୍ର ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା !

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୁବ୍ ଶୀଘ୍ର ପରଦା ହଟିପାରେ। ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍‌କୁ ମିଳିଥିବା ବେଳେ ଏହାକୁ ନେଇ ପୋଲିସ୍‌ ତର୍ଜମା କରୁଛି। ତେଣୁ ଖୁବ୍‌ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି। ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ନାହିିଁ ? ଯଦି ହତ୍ୟା କରାଯାଇଛି ତା‘ହେଲେ କିପରି ହତ୍ୟା କରାଯାଇଛି, ସେସବୁର ପ୍ରମାଣ ମିଳିପାରେ ବୋଲି ଆଶା କରାଯାଉଛି। ରମାଦେବୀ […]

sun hospital
ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ୍

କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ସନ୍ ହସ୍ପିଟାଲ୍‌କୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ହସ୍ପିଟାଲ୍‌କୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି। ଅଗ୍ନି ନିରାପତ୍ତା ଆଇନ୍‌ ଖିଲାପ କରିବା ସହ ବେଆଇନ୍ ଭାବେ ଚାଲିଥିବାରୁ ଏହାକୁ ବନ୍ଦ କରି ଦିଆଯିବାକୁ ନିଷ୍ପତ୍ତି […]

grass cutter machine
ପେଡାଲ ମାରିଲେ ଚାଲୁଛି ଚାରି ଚକିଆ ଘାସକଟା ମେସିନ: କମାଲ୍ କଲେ ରାଉରକେଲା ଏସକେଡିଏଭି ପଲିଟେକନିକ୍‌ ଛାତ୍ରଛାତ୍ରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିନା ଇନ୍ଧନରେ ଘାସ କାଟିବ ମେସିନ୍। ନା ଥିବ ପେଟ୍ରୋଲ କିଣାର ଟେନସନ୍, ନା ପ୍ରଦୂଷଣର ଝନଝଟ। ସିଟରେ ବସି ପେଡାଲ ମାରିଲେ ଚାଲିବ ମେସିନ। ରାଉରକେଲା ଏସ କେଡିଏଭି ପଲିଟେକ୍ନିକ କଲେଜର ଫାଇନାଲ ଇଅର ମେକାନିକାଲ ବିଭାଗର ୧୦ ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ବିନା ଇନ୍ଧନରେ ଚାଳିତ ଚାରି ଚକିଆ ଘାସ କଟା ମେସିନ। ମେସିନର ସମ୍ମୁଖ ଭାଗରେ ଲାଗିଥିବା କଟର ଘାସ କାଟି ସଫା କରିଦେଉଛି। ବିଶେଷ କିଛି ଖର୍ଚ୍ଚ […]

  • Tuesday, 13 July 2021
small potato
ବଢ଼ୁଛି ଠୁରୀ ଆଳୁର ଚାହିଦା: ବିନା ଶୀତଳ ଭଣ୍ଡାରରେ ବର୍ଷ ତମାମ ରହୁଛି ସତେଜ

କନ୍ଧମାଳ: ରୋଷେଇ ଘରର ରାଜା ଆଳୁ। ଆମର ନିତିଦିନିଆ ଖାଦ୍ୟର ଆଳୁର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଣୁ ବର୍ଷତମାମ ଆଳୁର ଆବଶ୍ୟକତା ବି ପଡିଥାଏ। ରାଜ୍ୟରେ ଅଧିକ ଆଳୁ ଉତ୍ପାଦନ ହୋଇପାରୁ ନଥିବାରୁ  ବାହାର ରାଜ୍ୟରୁ ଆଳୁ ଆମଦାନୀ କରି ଶୀତଳ ଭଣ୍ଡାରରେ ସଂରକ୍ଷିତ କରନ୍ତି ବ୍ୟବସାୟୀ। କିନ୍ତୁ କନ୍ଧମାଳ ଜିଲ୍ଲାର ଚାଷୀମାନେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାକି ବର୍ଷ ତମାମ ବିନା ଶୀତଳ ଭଣ୍ଡାରରେ ସତେଜ ରହିପାରିବ। ସାର ପ୍ରୟୋଗ ହେଉନଥିବାରୁ ଏହା ଦେହ […]

  • Tuesday, 13 July 2021
bus catches fire
ବିଳମ୍ବିତ ରାତିରେ ଜଳିଗଲା ୪ ବସ୍‌, ଗୋଟିଏ କାର୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ରାସ୍ତାକଡ଼ରେ ଥିବା ଏକ ଗ୍ୟାରେଜରେ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଗାଡ଼ି। ସୌଭାଗ୍ୟବଶତଃ, ବସ୍‌ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗ୍ୟାରେଜ୍‌ରେ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ବସ୍‌ ଭିତରେ ଶୋଇଥିବା କର୍ମଚାରୀଙ୍କୁ ଏସମ୍ପର୍କରେ ଆଲର୍ଟ କରାଇଥିଲେ। ଏହାପରେ […]

  • Tuesday, 13 July 2021
tiger-skin
ବିକ୍ରି ପାଇଁ ଡିଲ୍ ବେଳେ ବାଘ ଚମଡ଼ା, ହାତୀ ଦାନ୍ତ ଜବତ

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚ କବ୍‌ଜାରେ ବନ୍ୟପ୍ରାଣୀ ସ୍ମଗଲିଂ ଗ୍ୟାଙ୍ଗ। ବିକ୍ରି ପାଇଁ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଘ ଚମଡ଼ା ଓ ହାତୀ ଦାନ୍ତ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାରେ […]

  • Tuesday, 13 July 2021
kalia scheme
କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା । ଆଜି ବିଧାସନଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଦେବାପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ନିମନ୍ତେ କାଳିଆ ଯୋଜନା ହିତାଧିକାରୀ ଚୟନରେ ତୃଟି ଯୋଗୁଁ ପାଖାଖାପି ୨ ଲକ୍ଷ୯୧ ହଜାର ୮୮୦ ପରିବାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବାରୁ […]

  • Tuesday, 13 July 2021
babusan
ଓଲିଉଡ ଅଭିନେତାଙ୍କ ମହାନତା : ଇଚ୍ଛା ପୂରଣ କରିବାକୁ ଯାଇ କୁନି ପ୍ରଶଂସକଙ୍କୁ ମେଡିକାଲରେ ଭେଟିଲେ ବାବୁସାନ୍

ଢ଼େଙ୍କାନାଳ: ମହାନତା ଦେଖାଇଲେ ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି। ସିନେ ପରଦାରେ ହଜାର ହଜାର ଲୋକଙ୍କ ମନ ଜିଣିଥିବା ଅଭିନେତା ରିୟଲ୍ ଲାଇଫରେ ବି ଆଜି ସମସ୍ତଙ୍କ ମନ ଜିଣି ନେଇଛନ୍ତି। ନିଜର କୁନି ପ୍ରଶଂସକର ଇଛା ପୂରଣ କରିବା ପାଇଁ ଅଚାନକ ପହଞ୍ଚି ଯାଇଥିଲେ ବଡ଼ ମେଡିକାଲରେ। ଆଉ ମେଡିକାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପ୍ରଶଂସକଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଗୁରୁତର ହୋଇ ଚିକିତ୍ସିତ […]

  • Tuesday, 13 July 2021
puri
ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ

ପୁରୀ: ପୂର୍ବପରି ଭକ୍ତମାନେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଏନେଇ ଖୁବ୍‌ଶୀଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବାକୁ ଯାଉଛି। କରୋନା ଯୋଗୁ ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେବେ ଏହାର ପୁନଃସମୀକ୍ଷା କରି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର […]

joranda mela
ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା: ବିନା ଭକ୍ତ ଓ ସାଧୁସନ୍ଥରେ ପାଳିତ ହେବ ମାଘ ମେଳା

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା । ବିନା ଭକ୍ତ ଓ ସାଧୁସନ୍ଥରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ମାଘ ମେଳା। ଆସନ୍ତା ଗୁରୁବାର ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଆଉ ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ଶେଷ ବୈଠକରେ ପ୍ରସ୍ତୁତ ହୋଇଛି ଚୁଡାନ୍ତ ରୂପରେଖ। କେବଳ ବିଧିରକ୍ଷା ପାଇଁ ହେବ ମେଳା। ଆସିବେନି ଭକ୍ତ,କି ବାହାରୁ ସାଧୁସନ୍ଥ। […]

  • Tuesday, 13 July 2021