• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

murder
କମେଣ୍ଟ ମରାକୁ ନେଇ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

କାମାକ୍ଷାନଗର(ବିଦ୍ୟାଧର ବରାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ହତ୍ୟା। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡ଼ା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବାଇ। ଗୁରୁତର ଜଣଙ୍କ ହେଲେ ତାଙ୍କ ପୁଅ ମୋହନ ବାଇ। ଅଭିଯୋଗ ଅନୁଯାୟୀ, ମୋହନ ବାଇଙ୍କ ଝିଅ ପ୍ରତିଦିନ କଲେଜ ଯିବାବେଳେ ଗାଁର କିଛି ଯୁବକ ତାଙ୍କୁ କମେଣ୍ଟ ମାରୁଥିଲେ। […]

  • Tuesday, 13 July 2021
unique marriage
ଇଶାରା ଇଶାରାରେ ମନ ଦିଆନିଆ : ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ

ବାଲୁଗାଁ( ଶକ୍ତିପ୍ରସାଦ ମହାପାତ୍ର) : ପ୍ରେମରେ ବାଧକ ସାଜିପାରିଲାନି ଅକ୍ଷମତା । କଥା ନୁହେଁ ଇଶାରା ଇଶାରାରେ ପ୍ରେମ ହେଲା। ସତରେ ପ୍ରେମ ପାଇଁ ଦରକାର ପଡ଼େନି ଭାଷା। ଉଭୟେ ଉଭୟଙ୍କ ଭାଷା ବୁଝିପାରନ୍ତିନି,ହେଲେ ହୃଦୟ ସହ ହୃଦୟ ମିଶିଗଲା ।  ଆଉ ତା’ପରେ ସାତ ଜନମର ସାଥୀ ହେବା ପାଇଁ କଥା ଦିଆନିଆ ହେଲେ ଦୁଇ ଭିନ୍ନକ୍ଷମ ମଣିଷ। ବାଜା ବଜାଇ ବର ଆସିଲା। ଖୁସିରେ ମସଗୁଲ ହେଲେ ବରଯାତ୍ରୀ । ଦୁଇ ମନ ଦୁଇ […]

  • Tuesday, 13 July 2021
bhubaneswar
ଲୁଟ୍ ଓ ଛିନତାଇ ରୋକିବ କମିଶନରେଟ ପୁଲିସର‘ସ୍ପେଶାଲ ୨୬’ ଟିମ

ଛିନତାଇ ରୋକିବ ସ୍ପେଶାଲ ଟିମ୍ ସ୍ପେଶାଲ ଟିମ୍ ଗଠନ ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସର ନିଯୁକ୍ତ ହେବେ ଦାୟିତ୍ୱରେ ଥିବା ଅଫିସରଙ୍କୁ ଥାନାର ଅନ୍ୟ ଦାୟିତ୍ୱ ଦିଆଯିବ ନାହିଁ ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ନଜର ରଖିବେ ଭୁବନେଶ୍ୱର(ଆଲୋକ ମହାନ୍ତି) : ରାଜଧାନୀରେ  ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି […]

  • Tuesday, 13 July 2021
accident
ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ

ଆନନ୍ଦପୁର(ମୁନା ସିଂ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ।  ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ହଠାତ୍‌ ଲୁହାପଥର ବୋଝେଇ ଟ୍ରକ୍ ଖସି ପଡ଼ିଥିଲା‌। ଏହି ସମୟରେ ବସ୍‌ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ, କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, […]

  • Tuesday, 13 July 2021
women day
ସଫଳ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ

କେନ୍ଦ୍ରାପଡ଼ା,ଭଞ୍ଜନଗର( ମନୋଜ ସ୍ୱାଇଁ, ରାଜେଶ ପଣ୍ଡା) : ଏବେ ମହିଳାଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନି । କାରଣ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରୁଛନ୍ତି । କିଏ ଟେଲରିଂ କରି ନିଜ ପରିବାର ଚଳାଇବା ସହ ଅନେକ ପରିବାର ପାଇଁ ରୋଜଗାରର ମାଧ୍ୟମ ହେଉଛି ତ ଆଉ କିଏ ଘରେ ବସି ବିଭିନ୍ନ ସାମଗ୍ରୀ ତିଆରି କରି ହଜାର ହଜାର ଟଙ୍କା ରୋଜଗାର କରୁଛି। ଆଜି […]

  • Tuesday, 13 July 2021
SCB-Medical-College
SCBରେ ରୋଗୀଙ୍କ ଉପରେ ପଡ଼ିଲା ଫ୍ୟାନ୍, ICUରେ ଭର୍ତ୍ତି ହେଲେ ମହିଳା

କଟକ: SCBରେ ରୋଗୀଙ୍କ ଉପରେ ଖସି ପଡ଼ିଲା ଫ୍ୟାନ୍ । ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଚିକିତ୍ସିତ ହେଉଥିବ ମହିଳାଙ୍କ ଉପରେ ଫ୍ୟାନ୍ ଛିଡ଼ି ପଡ଼ିଛି। ତେବେ ଫ୍ୟାନ୍ ପଡ଼ିବା ପରେ ମହିଳା ରୋଗୀ ଜଣକ ଗୁରୁତର ହୋଇଛନ୍ତି, ତାଙ୍କୁ ଏବେ ICUରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ ଯାଜପୁର ଜିଲ୍ଲାର ମହିଳା ଜଣକ ନିଆଁରେ ପୋଡ଼ି ଯାଇଥିବାରୁ SCBରେ ଭର୍ତ୍ତି ହୋଇଥିଲେ ଓ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ । କଟକ SCBରେ ମହିଳା […]

  • Tuesday, 13 July 2021
money
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସରକାରୀ କର୍ମଚାରୀ

ସୋନପୁର/ସମ୍ବଲପୁର(ରବୀନ୍ଦ୍ର ହୋତା/ସଞ୍ଜୟ ଜେନା): ରାଜ୍ୟର ୨ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍‌ ହୋଇଛି। ବେଆଇନ୍‌ କିରୋସିନ୍ ଓ ଡିଜେଲ୍ କାରବାର ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ବେଳେ ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ପୂର୍ବତନ ଆର୍‌ଆଇ ଓ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲର ସୁପରଭାଇଜର ନଗେନ୍ଦ୍ର ମହାକୁର ଓ ସୁବଳୟାର ପୂର୍ବତନ ଆର୍‌ଆଇ ବାବାଜୀ ଚରଣ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। […]

  • Tuesday, 13 July 2021
barabati
ନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍ : ଫିଲ୍ଡକୁ ମ୍ୟାଚ୍ ଉପଯୋଗୀ କରିବାକୁ ଓସିଏର ନୂଆ ପ୍ରୟାସ

କଟକ(ଦେବାଶିଷ ମହାନ୍ତି) : ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ ହୋଇଛି ବାରବାଟୀ ଗ୍ରାଉଣ୍ଡ ମରାମତି । ପୂରା ଫିଲ୍ଡକୁ ବାଲିରେ ପୋତାଯାଇ ତିଆରି କରାଯାଉଛି । ଏଥିପାଇଁ ପିଚ୍ କ୍ୟୁରେଟରଙ୍କୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନିଂ […]

  • Tuesday, 13 July 2021
Kangana Ranaut
ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି: କଙ୍ଗନା

ପୁରୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଶ୍ରୀମନ୍ଦିର ରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ କଙ୍ଗନା ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। କଙ୍ଗନା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ନେଇ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ଅଭିନେତ୍ରୀ କଙ୍ଗନା […]

  • Tuesday, 13 July 2021
ganjam
ଲୋପ ପାଇଯାଇଛି ରାଜତନ୍ତ୍ର, ତଥାପି ଲିଭିନି ଜୁଇର ନିଆଁ

ଆସିକା(ମନୋଜ ମୁନି): ୨୬୧ ବର୍ଷ ଧରି ଲିଭିନି ଜୁଇ ନିଆଁ । ବର୍ଷ ପରେ ବର୍ଷ ଏହି ନିଆଁ ଜଳୁଛି।  ରାଜତନ୍ତ୍ର ବିଲୋପକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଏବେବି ଅନେକ ସ୍ଥାନରେ ରାଜକୀୟ ପ୍ରଥା ଓ ପରମ୍ପରା ବଜାୟ ରହିଛି । ସିଂହାସନ ଆହୋରଣ, ଦେବନୀତି ଓ ରାଜବଂଶ ପରମ୍ପରାରେ ଅନେକ ପ୍ରଥା ପାଳିତ ହୋଇ ଆସୁଛି ଏଭଳି ଏକ ରାଜକୀୟ ପରମ୍ପରା ପାଳିତ ହୋଇ ଆସୁଛି । ଗଂଜାମ ଜିଲ୍ଲା ଧରାକୋଟ ରାଜବଂଶରେ ଏଠାରେ […]

  • Tuesday, 13 July 2021
nilagiri
ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ : ଅସ୍ୱାଭାବିକ ଭାବେ ବଢ଼ୁଛି କୁନି ଝିଅର ମୁଣ୍ଡ

ନୀଳଗିରି(ବିଶ୍ୱମ୍ବର ଦାସ): ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ। ଶରୀର ତୁଳନାରେ ଅସ୍ୱାଭାବିକ ଭାବେ କୁନି ଝିଅର ମୁଣ୍ଡ ବଢ଼ୁଛି।  ଓଜନ ସମ୍ଭାଳି ନ ପାରି ଦିନରାତି ଯନ୍ତ୍ରଣାରେ କାନ୍ଦୁଛି ଦେଢ଼ ବର୍ଷର ଶିଶୁ। ଏତେ କମ ବୟସରୁ ତା’ଠାରୁ ଈଶ୍ୱର ଛଡ଼ାଇ ନେଇଛନ୍ତି ଶୈଶବ। ସେପଟେ ନିଜ ଛୁଆର ଯନ୍ତ୍ରଣାର କାହାଣୀ କହି କାନ୍ଦି ପକାଉଛି ମା’। ନିଷ୍ଠୁର ଭାଗ୍ୟ ମା’ ଛୁଆଙ୍କ ସହ ଖେଲୁଛି ନିର୍ଦ୍ଦୟ ଖେଳ। ଏଭଳି ଦୁଃଖଦ ସମୟରେ ଅର୍ଥ […]

  • Tuesday, 13 July 2021
spring season
ପ୍ରେମ ବାଣ୍ଟୁଛି ପ୍ରକୃତି: ଆମ୍ବ ବଉଳର ଭୁରୁ ଭୁରୁ ବାସ୍ନାରେ ଡେଣା ଝାଡ଼ୁଛି ବସନ୍ତ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା) : ଧରଣୀରୁ ଶୀତ ଚାଲିଯାଇଥିବା ବେଳେ, ଥିରି ଥିରି ପାଦ ଥାପୁଛି ବସନ୍ତ । ଏହି ଋତୁର ଆଗମନରେ ଚଳଚଂଚଳ ହୋଇଉଠିଛନ୍ତି ବୃକ୍ଷଲତା, ପ୍ରକୃତି ଓ ପରିବେଶ ଆଉ ପ୍ରେମିକ । ଗହଳିଆ ବନରୁ କୋଇଲିର କୁହୁ ତାନ ଶୁଭୁଛି। ମୃଦୁ ମଳୟର କାଉଁରୀ ସ୍ପର୍ଷରେ ଉଲ୍ଲସିତ ହେଉଛି ତନୁମନ। ରାସ୍ତାକଡ ଠାରୁ ଗାଁ ଆମ୍ବତୋଟା ଯାଏଁ ଚାରିଆଡ଼େ ବସନ୍ତ ଭରିଦେଇଛି ଆମ୍ବ ବଉଳ । ଲାଗୁଛି ସେତ କି ଯେମିତି ପ୍ରକୃତି […]

  • Tuesday, 13 July 2021
marriage
ବାହା ବେଦୀରୁ ଫେରାର ହୋଇଗଲେ ବଡ଼ ଭଉଣୀ, ସାନ ଭଉଣୀକୁ ବାହା ହୋଇ ଯୁବକ ହଟ୍ଟହଟ୍ଟା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ବାହା ହେବା ପାଇଁ ଆସିଥିଲେ। ବର, ବରଯାତ୍ରୀ, ରୋଷଣୀ, ବାଣ ନେଇ ଆସିଥିଲେ। ହେଲେ ବାହା ହେବେ କ’ଣ ହଟହଟ୍ଟା ହେଲେ। ପୁଣି ଥରେ ନୁହେଁ, ଦୁଇ ଦୁଇ ଥର। ପ୍ରଥମେ ବାହା ହେବାକୁ ଆସି ଶୁଣିଲେ କନିଆ ଫେରାର। ଶେଷରେ ତାଙ୍କର ନାବାଳିକା ସାନ ଭଉଣୀକୁ ବାହା  ହେବାକୁ ବସିଲେ ଯେ, ପୋଲିସ ପହଞ୍ଚି ବାହାଘର ଅଟକାଇଥିଲା। ଏମିତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅନ୍ତର୍ଗତ ତେନ୍ତୁଳି […]

  • Tuesday, 13 July 2021
speaker
ଏଥର ବିଧାନସଭାରେ ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ: ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ବାଚସ୍ପତି ସୂର୍ଯ୍ୟ ପାତ୍ର ଆଲୋଚନା କରିଛନ୍ତି। ଏଥର ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ। ଦିନ ସାଢ଼େ ୧୦ରୁ ସାଢ଼େ ୧ଟା, ଅପରାହ୍ନ ୪ରୁ ୬ଟା ଯାଏ ଅଧିବେଶନ ଚାଲିବ। ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେଶନ ସନ୍ଧ୍ୟା ୭ଟା ଯାଏ ଚାଲିବ। ପୂର୍ବଭଳି ଦିନ ୧୦ଟା ୩୦ରୁ ୧୧ଟା ୩୦ ଯାଏ ପ୍ରଶ୍ନକାଳ ହେବ। ମୁଲତବି […]

  • Tuesday, 13 July 2021
rourkela
ଇସ୍ପାତ ନଗରୀରେ ବଢ଼ୁଛି ପ୍ରଦୂଷଣ: ଷ୍ଟିଲ ପ୍ଳାଣ୍ଟରୁ ବାହାରୁଥିବା ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି ଲୋକ

ରାଉରକେଲା(ପୱନ କୁମାର ): ପ୍ରଦୂଷଣ ପାଇଁ ରାଉରକେଲା ଶ୍ରୀହିନ ହେବାକୁ ବସିଛି। ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରଦୂଷଣ। ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରେ ହେଉ କି ବାହାରେ ସବୁଠି ଏବେ ଖାଲି ଧୂଳି ଓ ଧୂଆଁର ଆସ୍ତରଣ। ସାରା ରାଜ୍ୟର ୭ ଟି ସହରରେ ପ୍ରଦୂଷଣର ବଢ଼ିଥିବେ ବେଳେ ସେହି ତାଲିକାରେ ଅଛି ଷ୍ଟିଲ ସିଟି। ରାଉରକେଲା ଷ୍ଟିଲ ପ୍ଳାଣ୍ଟରୁ ବାହାରୁଥିବା ଧୂଆଁ ଓ […]

  • Tuesday, 13 July 2021
accident
ଘର ପିଣ୍ଡାରେ ଛିଡ଼ା ହୋଇଥିଲେ, ଚଢ଼ିଗଲା କାର୍‌

ବରଗଡ଼/ବାଲିଗୁଡ଼ା(ଦୀପକ ଶର୍ମା/ଅଜିତ ନାୟକ): ରାଜ୍ୟ ୨ଟି ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ବରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ବ୍ରିଜ୍‌ରୁ ତଳକୁ ଅଟୋ ଖସି ପଡ଼ିବା ଯୋଗୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସର୍ନାପାଲିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ […]

  • Tuesday, 13 July 2021
lingaraj temple
ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ : କୋଭିଡ କଟକଣା ମଧ୍ୟରେ ପାଳନ ହେବ ଜାଗର ଯାତ୍ରା

ଜାଗରରେ ଏକାଠି ଦୀପ ଜାଳିବା ମନା ସେବାୟତ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ପରେ ନିଷ୍ପତ୍ତି ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ ଧ୍ୟାନ ଦିଆଯିବ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ ଭୁବନେଶ୍ୱର: ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ।  କୋଭିଡ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ । ଲିଙ୍ଗରାଜ […]

  • Tuesday, 13 July 2021
rain in odisha
୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ଥିବା ବେଳେ ସକାଳୁ ସକାଳୁ ସ୍ୱଳ୍ପ ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଏବଂ ଆସନ୍ତାକାଲି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ […]

  • Tuesday, 13 July 2021
ghost
ଭୂତ ବୁଲୁଛି ଚିକିଲି ଗାଁରେ . . . ଡରରେ ଜଡ଼ସଡ଼ ସ୍ଥାନୀୟ ବାସିନ୍ଦା

କଳାହାଣ୍ଡି(ଘଟେଶ୍ୱର ମିଶ୍ର, ଇଙ୍ଗିତ ପଣ୍ଡା): ଅନ୍ଧବିଶ୍ୱାସର କୁହେଳିକା ଭିତରେ ବସା ବାନ୍ଧିଛି ଭୂତ ଭୟ। ଗାଡ଼ି ଆଲୁଅରେ ସ୍ପଷ୍ଟ ଦିଶିଗଲା ଭୂତ । ଦେଖିବା ଲୋକଙ୍କ ମନରେ ଛନକା। କୋଳାହାଳ ଭିତରେ ଦେଖିବାକୁ ମିଳୁଛି ଧଳାଲୁଗା କିମ୍ବା ଗାମୁଛା ପିନ୍ଧିଥିବା ଜିନିଷଟି ହଲୁଛି। ଆଉ ଏହା  ଦେଖିବା ପରେ ସମସ୍ତଙ୍କ ମନରେ ଛନକା ପଶିବା ସ୍ୱାଭାବିକ। ବିଜ୍ଞାନ ଯୁଗରେ ଲୋକଙ୍କ ଭିତରେ ଭୂତପ୍ରେତ ପ୍ରତି ବିଶ୍ୱାସ ନଥିବା ବେଳେ କିଛି ଦିନ କଳାହାଣ୍ଡି ଜିଲ୍ଲାରେ ଭାଇରାଲ ହୋଇଥିବା […]

  • Tuesday, 13 July 2021
bank
୭୬ ହଜାର ଜମାକାରୀ ଫେରି ପାଇବେ ଟଙ୍କା

ବାରିପଦା(ମାଣିକ ଲାଲ୍‌ ପାଣି): ୭୬ ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବ ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କ୍। ଏ ନେଇ ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ବାରିପଦା DRCSଙ୍କୁ ଚିଠି ଲେଖିଛନ୍ତି। ଜମାକାରୀ କିଭଳି ସୁରୁଖୁରୁରେ ଟଙ୍କା ଫେରି ପାଇବେ ଏବଂ ହାଇକୋର୍ଟଙ୍କ ଆଦେଶ ପାଳନ ହେବ ସେ ନେଇ ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ନିର୍ଦ୍ଦେଶ ଦେଇଛନ୍ତି। ଆଜିଠୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ। ଟଙ୍କା ଫେରସ୍ତ ନେଇ ସୂଚନା ମିଳିବା […]

  • Tuesday, 13 July 2021
odisha
ପ୍ରତିକାର ପାଇଁ ଡାକ୍ତରଖାନା ନଯାଇ ଚାଲିଛି ଝଡ଼ାଫୁଙ୍କା ଓ ପୂଜାପାଠ

କଲ୍ୟାଣସିଂହପୁର(ମାଉଡି ବାରିକ): ଗାଁରେ ବ୍ୟାପିଛି ମିଳିମିଳା । ହେଲେ ପ୍ରତିକାର ପାଇଁ ଲୋକମାନେ ଡାକ୍ତରଖାନା ନ ଯାଇ ଯାଉଛନ୍ତି ଗୁଣିଆ, ପୂଜକଙ୍କ ପାଖକୁ। ଔଷଧ ଦେବା ବଦଳରେ କରୁଛନ୍ତି ଝଡ଼ାଫୁଙ୍କା ଓ ପୂଜାପାଠ । ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ଏଠି ଲୋକଙ୍କ ମନରୁ ଦୂର ହୋଇନି ଏମିତି ଅନ୍ଧବିଶ୍ୱାସ। ଡାକ୍ତରୀ ଚିକିତ୍ସା ଏମାନଙ୍କ ବିଶ୍ୱାସ ଜିତି ପାରିନି ।  ଯେତେ ସୁଯୋଗ ଦେଲେ, ସଚେତନ କରାଇଲେ  ବି ଲୋକେ ଏଠି ପାରମ୍ପରିକ ବିଶ୍ୱାସର […]

  • Tuesday, 13 July 2021
mkcg
ଦୀର୍ଘ ୬ମାସ ହେଲା ଥାଇରଏଡ୍ ମେସିନ୍ ଖରାପ : ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ବ୍ରହ୍ମପୁର: ଚିକିତ୍ସା ସେବା ପାଇଁ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର କହିଲେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବୁଝାଏ। ଏହା ଉପରେ ନିର୍ଭର କରନ୍ତି ଆଖପାଖ ଜିଲ୍ଲାର ରୋଗୀ। ପ୍ରତିଦିନ ମେଡିକାଲ ଆଉଟଡୋରକୁ ଆସନ୍ତି ଗଞ୍ଜାମ ଓ ଜିଲ୍ଲା ବାହାରୁ ଶହ ଶହ ରୋଗୀ। ହେଲେ ଏହି ମେଡିକାଲର ରୋଗ ନିଦାନ କେନ୍ଦ୍ରରେ ଦୀର୍ଘ ୬ମାସ ହେଲାଣି ଥାଇରଏଡ୍ ମେସିନ୍ ଖରାପ ହୋଇ ପଡିଛି । ଫଳରେ ରୋଗୀ ଥାଇରଏଡ୍ ପରୀକ୍ଷା ପାଇଁ ଘରୋଇ କ୍ଲିନିକ ଉପରେ ନିର୍ଭର […]

  • Tuesday, 13 July 2021
anubhab-barsa
ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା : ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ପାରିବାରିକ ମାମଲାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲା ଏବେ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ଦେଇଛନ୍ତି। […]

koraput
ଗାଁକୁ ରାସ୍ତାଟିଏ ନାହିଁ : ପାଠ ପଢ଼ିବା ପାଇଁ ନିତିଦିଦ ପାହାଡ଼ ଚଢ଼ୁଛନ୍ତି କୋମଳମତି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) :  ପାହାଡ଼ ଚଢ଼ିଲେ ପିଲାଏ ପାଠ ପଢ଼ିବେ। ଅବହେଳିତ ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ସହ ଖଳେ। ନାହିଁ ନାହିଁରେ ଉଜ୍ଜଳ ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପିଲାମାନେ। ପାଠ ପଢ଼ିବା ପାଇଁ ପିଲାଏ ନିତି ପ୍ରତିଦିନ  ନୟାନ୍ତ ହୋଇ ଯାଉଛନ୍ତି । ରାସ୍ତା ସୁବିଧା ନଥିବାରୁ ପ୍ରତିଦିନ ପାହାଡ଼ ଚଢ଼ି ପାଠପଢ଼ିବା ପାଇଁ ଯାଉଛନ୍ତି କୋମଳମତି। ସର୍ବଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ […]

  • Tuesday, 13 July 2021