ଭୁବନେଶ୍ୱର: ବଡିବିଲଡିଂ ବା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କମାଲ ଦେଖାଇବେ ଓଡିଆ ଝିଅ । ରାଜ୍ୟରେ ଧୀରେ ଧୀରେ ବଡିବିଲଡିଂ ପ୍ରତି ଯୁବତୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଛି ରାଜ୍ୟ ମହିଳା ଫିଟନେସ ଚାମ୍ପିୟାନସିପ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଶାରୀରିକ ଗଠନର ଚମକ ଦେଖାଇଛନ୍ତି ମହିଳା ପ୍ରତିଯୋଗୀ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜଲୱା ଦେଖାଉଛନ୍ତି ଓଡ଼ିଆ ମହିଳା। ଘର କୋଣରେ ପଡ଼ି ନରହି ଷ୍ଟେଜ ଉପରେ ପୁରୁଷଙ୍କ ପରି ପୋଜ ଦେଉଛନ୍ତି […]
ପୁରୀ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଜୋର ଧରିଲାଣି ରାଜନୈତିକ ଉଷ୍ମତା । ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ। ତେବେ ଉପନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଉପନିର୍ବାଚନୀ ତାତିକୁ ଆହୁରି ସରଗରମ କରିଦେଇଛନ୍ତି ମନ୍ତ୍ରୀ । ପିପିଲି ନିର୍ବାଚନମଣ୍ଡଳୀର ଲୋକେ ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ବୋଲି ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ […]
ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଏନେଇ ପ୍ରେସମିଟ୍ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବିବନଙ୍କୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍ ଓ ତାଙ୍କ […]
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ […]
ମେଡକାଲରେ ଖାଲି ପଡ଼ିଛି ବିଶେଷଜ୍ଞ ଓ ପ୍ରଫେସର ପଦବୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ରୋଗୀ ହନ୍ତସନ୍ତ କୋରାପୁଟ: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିବା ସାଙ୍ଗକୁ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ […]
ଜଗନ୍ନାଥ ବନ ପ୍ରକଳ୍ପ ଫେଲ୍ ମାରିଥିବା ସେବାୟତଙ୍କ ଅଭିଯୋଗ ନୟାଗଡ଼ରେ କାଠ ଅଭାବ କଥାକୁ ସ୍ୱୀକାର କଲେ ନୀତି ପ୍ରଶାସକ ପୁରୀ(ମଧୁସୂଦନ ମିଶ୍ର) : ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା । ନୟାଗଡ଼ ବନଖଣ୍ଡ ବଦଳରେ ବୌଦ୍ଧରୁ ଅଧିକ ମାତ୍ରାରେ ଆସୁଛି ରଥ କାଠ, ଯାହା ନୟାଗଡ଼ରେ ରଥକାଠ ଅଭାବ କଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ସେବାୟତଙ୍କ ଅଭିଯୋଗ, ଫେଲ୍ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ । ସେପଟେ ଅଭିଯୋଗକୁ ସିଧାସଳଖ […]
୨୦୨୦ରେ ବଢିଛି ହତ୍ୟା, ବଳାତ୍କାର, ଦଙ୍ଗା ଓ ସିନ୍ଧିଚୋରି ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି ୧ଲକ୍ଷ ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି ଦୁର୍ଘଟଣା କମିଥିବା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଲ୍ଲେଖ ୨୦୨୦ରେ ରାଜ୍ୟରେ ୧୪୭୦ ହତ୍ୟା, ୫୧୪ ଡକାୟତି, ୪୫୦୦ ସିନ୍ଧିଚୋରି NDPS ମାମଲାରେ ପୋଲିସ ହଜାରେରୁ ଅଧିକ ମାମଲା ରୁଜୁ କରିଥିଲା ୧୮୦୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ଭୁବନେଶ୍ୱର: ମହାମାରୀ କାଳରେ ରାଜ୍ୟରେ […]
ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ କାମୁଡିଥିବା ନାଗ ସାପଟିକୁ ଧରି ଏବେବି ପରିବାର ଲୋକେ ଘରେ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଚିକିତ୍ସା ଲାଗି ତାଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଇଘର ବିଡିଓ।
ଅନୁଗୁଳ(ବିରଜା ଦାସ): ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକୁଥିଲେ। ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ବାପପୁଅଙ୍କୁ ପୋଲିସ୍ ଗିରଫ କରିଛି। ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅନୁଗୁଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନାଙ୍କ ପୁଅଙ୍କୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରି କରାଇ […]
ଉମରକୋଟରେ ଟି. ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ବ୍ୟବସାୟୀଙ୍କ ଅଣ୍ଟାରେ ବାଜିଛି ଗୁଳି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବ୍ୟାଙ୍କ ସମ୍ମୁଖରେ ବାଇକ୍ ଧରି ଠିଆ ହୋଇଥିବା ବେଳେ ଗୁଳିମାଡ଼ ଗୁଳିମାଡ଼ କରି ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର, କାରଣ ଅସ୍ପଷ୍ଟ ଉମରକୋଟ(କାର୍ତ୍ତିକ ମଲ୍ଲିକ): ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି। ତାଙ୍କ ଅଣ୍ଟାରେ ଗୁଳି ବାଜିଛି । […]
କଟକ: ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଇମାମ ନଗରରେ ଏହି ଅଭାବନୀୟ ଘଟିଛି। ଏଥିରେ ପାଖାପାଖି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଅଛନ୍ତି। ଆହତଙ୍କୁ କଟକ ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଇମାମ ନଗର ଅଞ୍ଚଳରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଫଳରେ ଲୋକମାନଙ୍କ ଯା’ଆସ ଲାଗି ରହିଥିଲା। ଏହି ସମୟରେ […]
୧୧ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜରେ ବର୍ଷା ସମ୍ଭାବନା ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ରେ ହୋଇପାରେ ବର୍ଷା ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକକୁ ୟେଲୋ ଓ୍ୱାର୍ଣ୍ଣିଂ ମୟୂରଭଂଜ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡ଼ିଶା, ଝାରସୁଗୁଡ଼ା, […]
୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ ଆଜି ସେକେଣ୍ଡ ସଟର ଡେ, ଆସନ୍ତାକାଲି ରବିବାର ଛୁଟି ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା ବେଳେ ଆସନ୍ତାକାଲି ରବିବାର ଆଉ ତାପରଦିନ ଅର୍ଥାତ ମାର୍ଚ୍ଚ ୧୫ ଓ ୧୬ ତାରିଖ ୨ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ଫଳରେ ମାର୍ଚ୍ଚ ୧୩ ରୁ […]
ମୁକୁଳା ପଡ଼ିଛି ଘାଇ ବାଲି ବସ୍ତା ପକାଯାଇ କରାଯାଇଛି ଅସ୍ଥାୟୀ ମରାମତି ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ସମସ୍ୟା ଆଳି(ବନମାଳି ସାହୁ) : ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ। କେବଳ ବାଲି ବସ୍ତା ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି ନଦୀବନ୍ଧ । ଯାହା ଫଳରେ କେନ୍ଦ୍ରାପଡ଼ା ଆଳିର ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ମୁକୁଳା ପଡ଼ିଛି […]
ଭୁବନେଶ୍ୱର: ଗୃହରେ ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ । ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସାନିଟାଇଜର ପିଇବା ସମୟରେ ଛଡ଼ାଇ ନେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଧାୟକ। ଆଜି ଆରମ୍ଭରୁ ବିଧାନସଭାରେ ଧାନକିଣାକୁ […]
ଭୁବନେଶ୍ୱର : ବିଧାନସଭାରେ ମଣ୍ଡି ତାତି । ମଣ୍ଡିରୁ ଚାଷୀଙ୍କ ସବୁ ଧାନ ଉଠାଇବା ଦାବିରେ ଗୃହରେ କଂଗ୍ରେସ ଓ ବିଜେପିର ହଟଗୋଳଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି। ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖାଯାଇଥିଲା । ହେଲେ ପରେ ବି ଗୃହ ସ୍ୱାଭାବିକ ନହେବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି । ତାସହ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେବାକୁ […]
ମାଲିକାନଗିରି (ଜିତେନ୍ଦ୍ର ବେଉରା) : ମାଲିକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ବେଆଇନ କାର୍ଯ୍ୟକୁ ନେଇ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ମଣ୍ଡିରେ ଚାଲିଥିବା ଦଲାଲରାଜକୁ ଦମନ କରି କାଲିମେଳା ଲ୍ୟାମ୍ପ୍ସର ଏମଡି ସରୋଜ ସୁନ୍ଦର ରାୟଙ୍କୁ ନିଲମ୍ବନ କରାଯାଇଛି । ମଣ୍ଡିରେ ବେଆଇନ କାର୍ଯ୍ୟ କରାଯିବା ସହ ନକଲି ଚାଷୀଙ୍କ ଧାନ କିଣାଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । କାଲିମେଳା ବ୍ଲକର ବିଭିନ୍ନ ବ୍ଲକରେ ଜାଲ୍ କାଗଜପତ୍ର ଜରିଆରେ ନକଲି ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଥିଲା […]
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ ହୋଇଛି। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗତ ୧୫ ଦିନ ହେବ ଏହିକ ଭଡ଼ା ଘରେ କିଛି ମହିଳା ରହୁଥିଲେ। ବହୁ ସମୟରେ ଏଠାକୁ ପୁରୁଷ ଆସୁଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଏ ନେଇ […]
କଳାହାଣ୍ଡି(ରାଜକୁମାର ସିଂଦେଓ): କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ନେଉନି। ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍ ହାତୀ ମୃତ୍ୟୁର ଅନୁଧ୍ୟାନ କରିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ହାତୀ ମୃତ୍ୟୁର ଖବର। ଅଭୟାରଣ୍ୟରୁ ପୁଣି ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟପକ୍ଷେ, ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରି କେନ୍ଦ୍ରୀୟ ଟିମ୍ ଫେରିଛନ୍ତି। ସବୁ ହାତୀର […]
ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟା କନ୍ୟାଶ୍ରମର ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। କେହି ଜଣେ ଦୁର୍ବୃତ୍ତ ଫୋନ୍ କରି ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ଏହାସହ କନ୍ୟାଶ୍ରମ ଉଡ଼ାଇଦେବା ଲାଗି ମଧ୍ୟ ଦୁର୍ବୃତ୍ତ ଜଣକ ଧମକ ଦେଇଛନ୍ତି। ଆଜି ସକାଳ ୯ଟାରେ ଏହି ଧମକପୂର୍ଣ୍ଣ ଫୋନ୍କଲ୍ ଆସିଥିଲା। ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକର ଏହା ହେଉଛି ଦ୍ୱିତୀୟ ଘଟଣା। ଗତକାଲି ମଧ୍ୟ କେହି […]
କଟକର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିନା ଟେଣ୍ଡରରେ ଚାଲିଛି ଆବର୍ଜନା ଉଠା ପ୍ରକ୍ରିୟା କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ ଅବ୍ୟବସ୍ଥାର ପରିଣାମ ଭୋଗୁଛନ୍ତି ସହରବାସୀ କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : କଟକରେ କୋମାରେ ପଡ଼ିଛି ପରିମଳ ବ୍ୟବସ୍ଥା ବିନା ଟେଣ୍ଡରରେ ଠିକାରେ ଚାଲିଛି ଆବର୍ଜନା ଉଠା ପ୍ରକ୍ରିୟା । ଏପରିକି ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ହଡ଼ପ ମଧ୍ୟ ହୋଇଥିବା ଅଭିଯୋଗ ଆସିଛି । କିନ୍ତୁ ସିଏମସି ପାଖରେ ଖବର ନାହିଁ । ଅନ୍ୟପଟେ କଟକରେ […]
ନୀଳଗିରି (ବିଶ୍ୱମ୍ବର ଦାସ): ବାହାଘରର ୪ ଦିନ ପରେ ଜିଦରେ ଅଟଳ ବୋହୂକୁ ବାପଘରକୁ ଛାଡିଲେ ଶ୍ୱଶୁର ଘର ଲୋକେ । ଶ୍ୱଶୁର ଘର ଛାଡ଼ିବାକୁ ଯିଦ୍ ଧରିଥିବା ବୋହୂକୁ ଶେଷରେ ଆପୋଷ ବୁଝାମଣା ପରେ ଛାଡିଛନ୍ତି ଶ୍ୱଶୁର ଘର ଲୋକେ। ଏପରି ଅଭାବନୀୟ ଘଟଣା ଘଟିଥିଲା ବାଲେଶ୍ୱର ନୀଳଗିରି ମାଧପୁର ଅଞ୍ଚଳରେ । ଅଭିଯୋଗ ଅନୁସାରେ, ବିବାହର ୪ ଦିନ ପରେ ବୋହୂ ଶ୍ୱଶୁର ଘରେ ରହିବାକୁ ମନା କରିଥିଲା । ବାପଘରକୁ ନଗଲେ ବୋହୂ […]
ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରୁ ଗିରଫ କଲା ବନ ବିଭାଗ ୪୧୫ ଫୁଟର ଫାସ ଜବତ କଲା ବନବିଭାଗ ଠେକୁଆ ଶିକାର ଲାଗି କରୁଥିଲା ଫାସର ବ୍ୟବହାର କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଆଉ ଜଣେ ଶିକାରୀ ଗିରଫ ହୋଇଛି। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଶିକାରୀ ହେଲେ ଖଡ଼କୁଦ ଗାଁର […]
କଟକ: କଟକ ଟାଙ୍ଗୀର ବନ୍ଦାଳୋ ଟୋଲ୍ଗେଟ୍ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ରୋଗୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇ ଜଣ ମହିଳା ଅଛନ୍ତି। ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ପଛପଟୁ ଧକ୍କା ଫଳରେ ଏହି ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗରୁ ରୋଗୀଙ୍କୁ ନେଇ ଆସୁଥିବା ବେଳେ ବନ୍ଦାଳୋ ଟୋଲ୍ଗେଟ୍ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ […]
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ କଟକଣା ୨ଶହ ଲୋକଙ୍କୁ ଦଣ୍ଡନାଚ ପାଇଁ ଅନୁମତି ସଂଖ୍ୟା ଅଧିକ ହେଲେ ଆୟୋଜକ ଦାୟୀ କୌଣସି ଭୋଜିଭାତ କିମ୍ବା ପ୍ରସାଦସେବନ କାର୍ଯ୍ୟକ୍ରମକୁ ବାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ଦଣ୍ଡନାଚ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ବାଧ୍ୟତାମୂଳକ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ନେଇ ଅସନ୍ତୋଷ । କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ […]