/odishatv-khabar/media/post_attachments/uploadimage/library/16_9/16_9_0/koraput-collector_1626173451.jpg)
koraput collector
ଜୟପୁର: କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି। କଟକ ପିଡି ଡିଆର୍ଡିଏ ମହମ୍ମଦ ଅବଦାଲ ଅଖତରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଘଟଣା ପରେ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି।
ମଧୁସୂଦନ ମିଶ୍ରଙ୍କୁ ଏବେ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କୋରାପୁଟର ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଶାସନ ପଞ୍ଚାୟତ ନିର୍ବାଚନ କରୁଥିବା ନେଇ ଖବର ପ୍ରସାରଣ ପରେ ହଇଚଇ ସୃଷ୍ଟି ହୋଇଛି। ଓଡ଼ିଶା ଲୋକଙ୍କୁ ଫୁସୁଲାଇ ଆନ୍ଧ୍ର ନିଜର ପଞ୍ଚାୟତ ନିର୍ବାଚନରେ ଭାଗ ନେବାକୁ ସକ୍ଷମ ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲାକୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)