ରାୟଗଡ଼ା: ରାୟଗଡ଼ାର କେଉଟଗୁଡ଼ା ଷ୍ଟେସନ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ର ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ଦୀର୍ଘ ୫ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ୩ଟି ପାସେଞ୍ଜର ଟ୍ରେନ୍ ଅଟକି ରହିଛି। ଏଥିପାଇଁ ଖରା ଗରମରେ ଶହ ଶହ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ମାଲବାହୀ ଟ୍ରେନ୍ ଇଞ୍ଜିନ ସଜଡ଼ା ହୋଇ ନ ଥିବା ଜଣାପଡ଼ିଛି। ତେବେ ଏନେଇ ରେଳ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରର ଜଣେ କଷ୍ଟମ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ବ୍ୟାଙ୍କକ୍ରୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଧମକାଇ ସେ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣଙ୍କ ସୁନା ଆଣିଥିବାରୁ ବିଭିନ୍ନ ଆଳ ଦେଖାଇ ସେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯାତ୍ରୀ ଜଣଙ୍କ ବୈଧ ଡକ୍ୟୁମେଣ୍ଟ ଦେଖାଇବା ସତ୍ତ୍ୱେ କଷ୍ଟମ ଅଧିକାରୀ ଜଣଙ୍କ ତାଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ତେବେ CISFର ହସ୍ତକ୍ଷେପ ପରେ ସେ […]
ମୟୂରଭଞ୍ଜ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି। ମୟୂରଭଞ୍ଜ କପ୍ତିପଦା ଥାନା ମହୁଲପଙ୍ଖା ଗାଁରେ ଏହି ଅଘଟଣ ଘଟିଛି। ଗାଁର ଟୁନା ବେସ୍ରା ଓ ସ୍ତ୍ରୀ ଚମ୍ପା ବେସ୍ରାଙ୍କ ମଧ୍ୟରେ ଗତ ସନ୍ଧ୍ୟାରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚମ୍ପା ସ୍ୱାମୀ ଟୁନାର ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ଏଥିସହ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମଧ୍ୟ ଗୁରୁତର ହୋଇଥିଲା। ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ […]
ଦେବଗଡ଼: ଦେବଗଡ଼ରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜିଲ୍ଲାର ପ୍ରଭାଶୁଣୀ ନିକଟରେ ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସଟି ବୁର୍ଲାରେ ରୋଗୀ ଛାଡ଼ି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଯାଜପୁର: ଯାଜପୁରରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ରାତିରେ ଯାଜପୁର ଦେଉଳି ପାହାଡ଼ ନିକଟରେ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଧର୍ମଶାଳା ପୁଲିସ୍ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ବାଇକ୍, ବିଭିନ୍ନ ମାରଣାସ୍ତ୍ର ସହ ଏଟିଏମ୍ କାର୍ଡକୁ ପୁଲିସ୍ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ପୁଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
କଟକ: କଟକ ବଡ଼ ମେଡ଼ିକାଲ କ୍ୟାମ୍ପସ୍ରେ ଥିବା ଓମ୍ଫେଡ୍ ପାର୍ଲରରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁ ଲାଗିଥିବା ଖବର ପାଇ ମେଡିକାଲ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ପାର୍ଲରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
ପୁରୀ : ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ପରମ୍ପରା, ରିତନୀତିର ଦୃଶ୍ୟପଟକୁ ଅତିନିକଟରୁ ଦେଖିବେ ପର୍ଯ୍ୟଟକ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରକୁ ନେଇ ବସିଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏନେଇ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ଇଣ୍ଟରପ୍ରିଟେସନ ସେଣ୍ଟର ବା ବାଖ୍ୟାନ ସେଣ୍ଟର ନିର୍ମାଣ କରାଯାଉଛି। ଏଥିପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗାମୀ ଏକ ବର୍ଷ ମଧ୍ୟରେ ଏହା […]
ବାଲେଶ୍ୱର: ପୁଣି ଖାକିରେ ଦାଗ ଲାଗିଛି। ବେଲ୍ କରାଇବା ନାଁରେ ବାରମ୍ବାର ଲାଞ୍ଚ ନେଉଥିବା ଅଭିଯୋଗରେ ବାଲେଶ୍ୱର ଟାଉନ ଥାନା ଏଏସ୍ଆଇ ଗିରଫ ହୋଇଛନ୍ତି। ତାଙ୍କ ନାଁ ନରହରି ମହାଲିକ। ଗତକାଲି ଥାନା ଆଗରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଜମିଜମା ବିବାଦକୁ ନେଇ ବାଲେଶ୍ୱର ସୁନହଟ ଅଞ୍ଚଳର ସେକ୍ ସକିଲ ଅହମ୍ମଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସକିଲଙ୍କୁ ବେଲ୍ କରାଇ ଦେବାକୁ କହି ଏଏସ୍ଆଇ […]
ଫୁଲବାଣୀ: ନିର୍ବାଚନ ପୂର୍ବରୁ କନ୍ଧମାଳ ପୁଲିସ୍କୁ ବଡ଼ ସଫଳତା ମିଳିଛି। କନ୍ଧମାଳରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଗତବର୍ଷ ଠାରୁ ମାଓବାଦୀ ସଂଗଠନରେ କାମ କରୁଥିବା ଭରତ କହଁର ଗତକାଲି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି। ସେ ଗତବର୍ଷ ମାର୍ଚ୍ଚ ମାସରେ CPI ମାଓବାଦୀ KKBN Divisionରେ ସାମିଲ ହୋଇଥିଲା। ମାଓ ସଂଗଠନରେ ଜଣେ ପାର୍ଟି ମେମ୍ବର ଭାବେ ଭରତ କହଁର କାର୍ଯ୍ୟ କରୁଥିଲା। ଗଗରପଟା ଗାଁରେ ପୁଲିସ୍ ସହ ଗୁଳି ବିନିମୟ ଘଟଣା ଏବଂ ସୁଡ୍ରୁକୁମ୍ପା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ ହୋଇଛି। ହଳଦିପଡ଼ିଆ ବସ୍ତିରୁ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ପ୍ରାୟ ୨୦ ଗ୍ରାମ୍ର ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଗାଁର ତେଜରାତି ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସୁବିଧାରେ ମଦ ମିଳୁଥିବାରୁ ଛୁଆଠୁ ବୁଢ଼ା, ମଦ ପିଇ ନିଶାରେ ଚୁର ରହୁଛନ୍ତି। ଫଳରେ ଗଣ୍ଡଗୋଳ ହେଉଛି। ଏଣୁ ଗାଁକୁ ମଦମୁକ୍ତ କରିବା ଲାଗି ସବୁ ମହିଳା ଏକାଠି ହୋଇଥିଲେ। ଗାଁ ବଗିଚାରେ ସଭା କରି ମଦ ନଷ୍ଟ କରିବାକୁ ଶପଥ ନେଇଥିଲେ। ଏହାପରେ ସମସ୍ତେ […]
କୋଣାର୍କ (ସଞ୍ଜୟ ପତି): ନିମାପଡ଼ା କୁଶଭଦ୍ରା ନଦୀରେ ବୁଡ଼ିଯାଇଥିବା ୩ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଧିରପୁରର ବାଲିଘାଟ ନିକଟରେ ଗାଧୋଉଥିବା ବେଳେ ୩ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଏବଂ ନିମାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି। ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ନିମାପଡ଼ା ଅଟୋନମସ୍ କଲେଜର ଯୁକ୍ତ ୩ ଛାତ୍ର ଜ୍ୟୋତିରଞ୍ଜନ ସାହୁ ଏବଂ ନିମାପଡ଼ା ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର […]
ପୁରୀ : ଫେବ୍ରୁଆରୀ ୨୭ତାରିଖରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହେବ। କିନ୍ତୁ ତା ପୂର୍ବରୁ ଆମିକସ କ୍ୟୁରି ରଞ୍ଜିତ କୁମାର ପୁରୀ ଆସି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ସରକାରଙ୍କ ସହ ଆଲୋଚନା କରିବେ। ଆସନ୍ତା ୨୨ ଓ ୨୩ତାରିଖରେ ସେ ପୁରୀ ଆସିବେ। ଏହାପରେ ସେ ସୁପ୍ରିମ୍କୋର୍ଟରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ। ଆଜି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣିବେଳେ ଆମିକସ କ୍ୟୁରି ରଞ୍ଜିତ କୁମାର ପୂର୍ବ ରିପୋର୍ଟ ସମ୍ପର୍କରେ ଅବଗତ […]
ଭୁବନେଶ୍ୱର : ଆସନ୍ତା ୧୫ତାରିଖରେ ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ। ଏହି ଦିନ ସେ ସମ୍ବଲପୁର ଆସିବେ। ସମ୍ବଲପୁରରେ ୪ଟି ଲୋକସଭା କ୍ଷେତ୍ରର ସଂଗଠକମାନଙ୍କୁ ନେଇ ଅମିତ୍ ଶାହ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବୁଥ୍ ସଭାପତି, ସଂପାଦକ ଓ ପ୍ରଭାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହ। କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ବୁଥ୍ ସ୍ତରୀୟ ସଂଗଠକ ଯୋଗଦେବାର କାର୍ଯ୍ୟକ୍ରମ […]
ଭୁବନେଶ୍ୱର : ମମତା ବାନାର୍ଜୀ କଥା ହେବା ପ୍ରସଙ୍ଗକୁ ଅସ୍ୱୀକାର କରିଛନ୍ତି ନବୀନ। ଗତ ବର୍ଷ ମଧ୍ୟରେ ଟିଏମ୍ସିର କୌଣସି ନେତା ତାଙ୍କ ସହ ଆଲୋଚନା କରିନଥିବା ନବୀନ କହିଛନ୍ତି। ସିବିଆଇ ଜେରା ନେଇ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସ୍ପଷ୍ଟୀକରଣ ମାଗିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଭର୍ତ୍ସନା କରିଛନ୍ତି। ଏହା ଆବସୋଲ୍ୟୁଟଲି ନନ୍ସେନ୍ସ ବୋଲି ନବୀନ କହିଲେ। ନବୀନଙ୍କୁ ସିବିଆଇ ଜେରା କରିପାରେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା […]
ଭୁବନେଶ୍ୱର : ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରେ ମାଳ ମାଳ ଯୋଜନାର ଗୋଲାପୀ ଚିତ୍ର। କୃଷି, ଶିଶୁ ମୃତ୍ୟୁହାର,ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତୀକରଣ, ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ର ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ଶହେରୁ ଅଧିକ ଯୋଜନା ସମ୍ପର୍କରେ ବଖାଣିଛନ୍ତି ରାଜ୍ୟପାଳ। କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ କାଳିଆ ଯୋଜନାରେ ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ରାଜ୍ୟପାଳ। ସେହିପରି ସର୍ବାଧିକ ୨୪.୬୧ ପ୍ରତିଶତ ଦାରିଦ୍ର୍ୟ […]
ଭୁବନେଶ୍ୱର : କୋଲକାତାରେ ସିବିଆଇ-ମମତା ସରକାର ମୁହାଁମୁହିଁ। ଦିଲ୍ଲୀରେ ହଲଚଲ୍। ଆଉ ପ୍ରସଙ୍ଗ ସମାନ ଦେଖି ଦିଦିଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡି ନେତା। ସଂସଦରେ ଏହି ପ୍ରସଙ୍ଗ ଉଠାଇ ସବିଆଇ ଉପରେ ବର୍ଷିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ଆଉ କହିଛନ୍ତି, ସିବିଆଇ କେନ୍ଦ୍ରର ରାଜନୈତିକ ଅସ୍ତ୍ର ପାଲଟିଛି। ଦୁର୍ନୀତି ବିରୋଧରେ ତଦନ୍ତ ନେଇ ଆପତ୍ତି ନାହିଁ। କିନ୍ତୁ ଯେଭଳି ସିବିଆଇର ଆଚରଣ ରହୁଛି। ତାକୁ ସେ ନିନ୍ଦା କରିଥିଲେ। ତେବେ ମମତାଙ୍କ […]
ନୟାଗଡ଼ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖଣ୍ଡଯୁଦ୍ଧ। ମୁହାଁମୁହିଁ ହେଲେ ପୁଲିସ୍ ଓ ଆନ୍ଦୋଳନକାରୀ। ଉତ୍ତେଜନା ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍। ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ପ୍ରତି, ପ୍ରଶାସନର ଆକ୍ରୋଶର ପ୍ରତିବାଦ କରି ୧୫ ଦଫା ଦାବି ନେଇ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ। ଏଥିରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ତେବେ, ଦୀର୍ଘ ସମୟ […]
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ସେଠୀ ସେହି ସ୍କୁଲର ଜଣେ ଖେଳ ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ବିବାହ କରିବାକୁ ମନା କରିବାରୁ ଶିକ୍ଷୟିତ୍ରୀ ଜଣକ ଏ ସମ୍ପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ […]
ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା। ରିଆମାଳ ଥାନା ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ପାଖ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ୫ଟି ପଞ୍ଚାୟତର ଚାଷୀ। ରାସ୍ତା ଅବରୋଧ ଯୋଗୁଁ ଦେବଗଡ଼ ଓ ଅନୁଗୁଳ ମଧ୍ୟରେ ଯାତାୟତ ଠପ୍ ହୋଇଛି। ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ ଅଟକି ରହିଛି। ନାଉଲିପଡ଼ା ମଣ୍ଡିରେ ଚଳିତ ବର୍ଷ ବୁଡ଼ିଦୋ, ମଳେହିପଡ଼ା, କଣ୍ଟାବାହାଲ, ଲୁଲଙ୍ଗ […]
ଗଞ୍ଜାମ : ବିଭିନ୍ନ ଦଫା ଦାବି ନେଇ କୃଷକ ସଂଘ ସମିତି ପକ୍ଷରୁ କୃଷକ ପଦଯାତ୍ରା। ଗଞ୍ଜାମ ହୁମ୍ମା ଠାରୁ ଛତ୍ରପୁରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ କୃଷକ ପଦଯାତ୍ରା କରିଛନ୍ତି। ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କୃଷକ ପଦଯାତ୍ରାର ଆୟୋଜନ କରାଯାଇଛି। କୃଷି ଋଣ ଛାଡ଼, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା, ବୋନସ ୭୫୦ ଟଙ୍କା ପ୍ରଦାନ, ଚାଷୀଙ୍କ ପାଇଁ ମାସିକ ୩ ହଜାର […]
ଭୁବନେଶ୍ୱର: କୋଲକାତା ପୁଲିସ୍ କମିଶନରଙ୍କ ଘରେ ସିବିଆଇ ଅଧିକାରୀଙ୍କ ପ୍ରବେଶକୁ ବିଜେଡି ନିନ୍ଦା କରିଛି। ଲୋକସଭାରେ ବିବୃତି ରଖି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହାକୁ ନିନ୍ଦା କରିଛନ୍ତି। ମହତାବ କହିଛନ୍ତି ଯେ, ସିବିଆଇ ତଦନ୍ତ କରିବା ଯୁକ୍ତିଯୁକ୍ତ ହେଲେ ଯେଉଁ ଢଙ୍ଗରେ ରାଜୀବ କୁମାରଙ୍କ ଘରେ ପୁଣି ୪୦ ଜଣ ଅଧିକାରୀ ପ୍ରବେଶ କଲେ, ତାହା ଆଦୌ ଗ୍ରହଣୀୟ ନୁହଁ। ଗତ କିଛି ବର୍ଷ ହେଲା ସିବିଆଇ ଯେଉଁ ଢଙ୍ଗରେ କାମ କରୁଛି, […]
ଭୁବନେଶ୍ୱର : ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ହୋଇଥିବା ଅଗ୍ନିକାଣ୍ଡରେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ୭୭ ବର୍ଷୀୟ ଦିପ୍ତୀ ମୁଖାର୍ଜୀ ମାସେ ହେବ ଆପୋଲୋ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଶରୀରରେ ଇନ୍ଫେକ୍ସନ୍ କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଶନିବାର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କୁ ହସ୍ପିଟାଲରୁ ସ୍ଥନାନ୍ତରିତ କରାଯାଇଥିଲା। ଯାହାର ଫଳ ସ୍ୱରୁପ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ […]
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। କଂଗ୍ରେସ ବିଧାୟକ ଦଳ ବୈଠକ ବସି ସରକାରଙ୍କୁ ଗୃହରେ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି କରାଯାଇଥିଲା। ସେପଟେ ବିଧାନସଭାର ବଜେଟ […]
ଯାଜପୁର : ବିଜେଡିରେ ନୀତି ଆଦର୍ଶ ନାହିଁ। ଏଠି ପରିବାରବାଦ୍ ରାଜନୀତି ଚାଲିଛି ବୋଲି ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେବା ଅବସରରେ ଏଭଳି ଅଭିଯୋଗ କରିଛନ୍ତି ଯୁବନେତା ଆଲୋକ ବେହେରା। ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଥିବା ଆଲୋକ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ଆଲୋକ […]