ଆନନ୍ଦପୁର(ମୁନା ସିଂହ): ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ଶୋଷ ଥାନା କୁସଟିକିରି ଗାଁର ଶୁକ ଖଣ୍ଡେଇ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ, ଆଜି ଭୋରରୁ ଶୁକ ଶୌଚ ପାଇଁ ସାଳନ୍ଦୀ ନଦୀକୁ ଯାଇଥିଲେ। ସେଠାରେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ। ଏହା ଫଳରେ ଘଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଏପର୍ଯ୍ୟନ୍ତ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ। ଟ୍ରେନ୍ ଚଳାଚଳ ପୁରା ସ୍ୱାଭାବିକ ହେବାକୁ ଆହୁରି ତିନି ଚାରି ଦିନ ସମୟ ଲାଗିବ। ଏଥିଯୋଗୁ ଅନେକ ଯାତ୍ରୀ ଷ୍ଟେସନ୍ରେ ଅଟକି ରହିଛନ୍ତି। ଅନ୍ୟପକ୍ଷରେ ଷ୍ଟେସନ୍ର ଆନୁଷଙ୍ଗିକ ମରାମତି କାମ କରିବାକୁ ଆହୁରି ୧୦ରୁ ୧୫ଦିନ ସମୟ ଲାଗିବ ବୋଲି ଭୁବନେଶ୍ୱର ଷ୍ଟେସନ୍ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ ସୂଚନା ଦେଇଛନ୍ତି। ଏବେ ଡିଜି ସେଟ୍ […]
ଭୁବନେଶ୍ୱର: ବାତ୍ୟା ପରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍ ଲାଗିଛି। ବାତ୍ୟା ଆଗରୁ ହାତରେ ଯେତେ କ୍ୟାସ୍ ଥିଲା, ତାହା ଶେଷ ହେବାକୁ ବସିଲାଣି। ନେଟ୍ଓ୍ୱର୍କ ନ ଥିବାରୁ ଅନ୍ ଲାଇନ୍ ପେମେଣ୍ଟ ବି ହୋଇ ପାରୁନାହିଁ। ଏହା ସହ ଛୋଟମୋଟ ଜିନିଷ କିଣିଲେ ଅନ୍ ଲାଇନ୍ ପେମେଣ୍ଟ ସମ୍ଭବ ନୁହେଁ। ତେଣୁ ଏଟିଏମ୍ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ଅଧିକାଂଶ ଏଟିଏମ୍ ଅଚଳ ହୋଇ ପଡ଼ିଥିବାରୁ ଯେଉଁ କେତେଟା ଚାଲୁଛି, ସେଠାରେ ବହୁତ ଭିଡ଼ […]
ଭୁବନେଶ୍ୱର: ‘ଫୋନି’ରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଓ ଭୁବନେଶ୍ୱରରେ ୪ ଦିନ ହେଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଜୁଳି ବିନା ଜନଜବୀନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଲାଣି। ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ପୁରୀରେ କେବେ ବିଜୁଳି ଆସିବ ସେ କଥା ଶକ୍ତି ବିଭାଗ କହିବା ସ୍ଥିତିରେ ନାହିଁ। ସବୁଆଡ଼େ […]
ଭୁବନେଶ୍ୱର: ସରକାରୀ ଭାବେ ‘ଫୋନି’ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର SEOC ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୫ଟି ଜିଲ୍ଲାରୁ ମୃତ୍ୟୁ ଖବର ଆସିଥିବା ବେଳେ କେବଳ ପୁରୀ ଜିଲ୍ଲାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଯାଜପୁର ଜିଲ୍ଲାରେ ୪, ମୟୂରଭଞ୍ଜ ଜିଲ୍ଲାରେ ୪, କଟକ ଜିଲ୍ଲାରେ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବାତ୍ୟା ଫୋନିରେ ସରକାରୀ ମୃତ୍ୟୁ ସଂଖ୍ୟା ୩୫ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଉ ଏକ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରୁ ଗଳିତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ। କାର୍ତ୍ତିକ ମାଷ୍ଟର କ୍ୟାଣ୍ଟିନରେ ଚା’ ଦୋକାନ କରିଥିଲେ। ବାତ୍ୟା ପରଠୁ ସେ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମାଷ୍ଟର କ୍ୟାଣ୍ଟିନ ନିକଟରେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଏକ ହୋର୍ଡିଂ ତଳୁ କାର୍ତ୍ତିକଙ୍କ ମୃତଦେହ […]
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ। ରଥଖଳାରେ ତିନିଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇ ରଥ କାମ ଅନୁକୂଳ କରାଯିବ। ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ପୂଜାର୍ଚ୍ଚନା ସମ୍ପନ୍ନ କରିଥାନ୍ତି। ଏହାପରେ ମହାରଣା ସେବାୟତ ରଥ କାଠ ଅନୁକୂଳ କରିଥାନ୍ତି। ତେବେ ବାତ୍ୟା ‘ଫୋନି’ରେ ପୁରୀ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାରୁ ଆଜିର ରଥ ଅନୁକୂଳକୁ ନିରାଡ଼ମ୍ବର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। […]
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି। ଏହା ଫଳରେ ଜୋରରେ ବର୍ଷା ହେବା ସହ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏଥିଯୋଗୁ ପୁରୀରେ ସମୁଦ୍ର ପୂରା ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ […]
ପଟ୍ଟାମୁଣ୍ଡାଇ: ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଏହା ପୁରୀ ପାଖାପାଖି କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ। ତେବେ ୟା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ବାତ୍ୟା ଆଶ୍ରୟସ୍ଥଳରୁ ଏକ ଦୁଃଖଦ ଖବର ଆସିଛି। ଏଠାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଣାପଡ଼ିନି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ର ଦେବେନ୍ଦ୍ର ନାରାୟଣପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଗତକାଲି ବୃଦ୍ଧା […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀରେ ଏବେ ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି। ଆଗକୁ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। କାରଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିପାରେ। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଆକଳନ କରିଥିଲା ଯେ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଆଉ ପ୍ରାୟ ଦେଢ଼ ଘଣ୍ଟା ପରେ ପୁରୀ ପାଖାପାଖି କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ପୁରୀ ସମେତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପୁରୀରେ ୧.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଫୋନି ପାଇଁ ଭୁବନେଶ୍ୱରର ବିଭିନ୍ନ ଆଶ୍ରୟସ୍ଥଳୀରେ […]
ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ତେବେ ବାତ୍ୟା ଯୋଗୁ ପୁରୀ ଶ୍ରୀମନ୍ଦିରର ରୀତିନୀତି କୌଣସି ଭାବରେ ପ୍ରଭାବିତ ହୋଇନାହିଁ। ଆଜି ଭୋର ୪ଟା ୪୫ ମିନିଟ୍ରେ ଶ୍ରୀମନ୍ଦିରର ପ୍ରଥମ ଦୈନନ୍ଦିନ ରୀତି ଅ ଦ୍ୱାର ଫିଟା ଅନୁଷ୍ଠିତ ହୋଇଥିଲା। ଦାୟିତ୍ୱରେ ଥିବା ସେବାୟତ ଏହି ନୀତି ଅନୁସାରେ ଶ୍ରୀମନ୍ଦିର ସିଂହଦ୍ୱାରର ମୁଖ୍ୟ ଦ୍ୱାର ଖୋଲିଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ କିଛି ଭକ୍ତଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।
ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇ ଓଡ଼ିଶାର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଆଜି ସକାଳ ୮ଟାରୁ ୧୦ଟା ଭିତରେ ଯେକୌଣସି ସମୟରେ ‘ଫୋନି’ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାତ୍ୟା ‘ଫୋନି’ ପୁରୀ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ସୂଚନା ମିଳିଛି। ଲ୍ୟାଣ୍ଡଫଲ ବେଳେ ପବନ ବେଗ ୧୭୦ରୁ ୧୮୦ କି.ମି. ରହିବା ସମ୍ଭାବନା ରହିଛି। ସକାଳ ସାଢ଼େ ୬ଟା ସୁଦ୍ଧା ପୁରୀରୁ ୮୦ କିଲୋମିଟର ଓ ଗୋପାଳପୁରରୁ […]
ଭୁବନେଶ୍ୱର: ଭାରତ ମହାସାଗରର ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ଏବେ ଡିପ୍ରେସନର ରୂପ ନେଇଛି।୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ଏବେ ଲଘୁଚାପ ଚେନ୍ନାଇରୁ ୧୪୯୦କିଲୋମିଟର ଏବଂ ମଛଲିପଟନମରୁ ୧୭୬୦ କିଲୋମିଟର ଦୂରରେ ରହିଛି। ଡିପ୍ ଡିପ୍ରେସନର ୧୨ ଘଣ୍ଟା ପରେ ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନ ରହିଛି। ୩୦ ତାରିଖ ସୁଦ୍ଧା ତାମିଲନାଡ଼ୁ ଓ ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଆସୁଥିବା […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ଗୁଳିକରି ବ୍ୟବସାୟୀଙ୍କଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦିଲୀପ ବେହେରା ନାମକ ଜଣେ ବ୍ୟବସାୟୀ ଦୋକନ ବନ୍ଦ କରି ଘରକୁ ଫେରୁଥିଲେ, ସେତେବେଳେ ରେଲ୍ୱେ ଓଭରବ୍ରିଜ୍ ତଳେ ହଠାତ ୪ଜଣ ଯୁବକ ଦୁଇଟି ପଲ୍ସରରେ ଆସି ତାଙ୍କୁ ଅଟକାଇଥିଲେ। ପ୍ରଥମେ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ସେ ଟଙ୍କା ନଦେବାରୁ ତାଙ୍କ ଉପରକୁ ଗୁଳି ଚଳାଇ ୧୫ହଜାର ଟଙ୍କା ଓ ମୋବାଇଲକୁ ଛଡ଼ାଇ ନେଇଯାଇଥିଲେ। […]
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଆଲିପୁରରେ ଗତକାଲି ଜଣେ ଠିକାଦାର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ କରାଯାଇଥିବା ବେଳେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରିଛି। ସେମାନେ ହେଲେ ପ୍ରସନ୍ନ ଗୌଡ଼ ଏବଂ କାଳୁ ଜେନା। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଉଭୟେ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ଆଲିପୁର ଗ୍ରାମ ରାସ୍ତାରେ ହଠାତ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ବନ୍ଧୁକ ଦେଖାଇ ଉଭୟଙ୍କୁ ଅପହରଣ କରି ନେଇଯାଇଥିଲେ। ଏନେଇ […]
ଝାରସୁଗୁଡ଼ା: ଭଡ଼ା ଘରୁ ନବ ବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝିଅକୁ ହତ୍ୟା କରାଯାଇଥିବା ନେଇ ମୃତ ନବବଧୂଙ୍କ ବାପଘର ଲୋକେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ପୁଲିସ୍ ଶବ ବ୍ୟବଚ୍ଛେଦ କରିବା ପରେ ତଦନ୍ତ ଜାରି ରଖିଛି। ତିନି ମାସ ତଳେ ବରଗଡ଼ର ମହାନ୍ତିପଡ଼ାର ସିଦ୍ଧାର୍ଥ ସାହୁଙ୍କ ଝିଅ ଆଦିତ୍ୟା ଐଶ୍ୱର୍ଯ୍ୟା ରାଉରକେଲାର ଆଦିତ୍ୟ ସାହୁଙ୍କୁ ବିବାହ କରିଥିଲେ। […]
ବଲାଙ୍ଗିର: ଘର ବାହାରେ ଶୋଇଥିଲା ବେଳେ ଜଣଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ। ବଲାଙ୍ଗିର ଜିଲ୍ଲା ସଇଁତଳାର ଝରବାହାଲି ଗାଁରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଜଗଦୀଶ ମନହୀରା। ଗତ କାଲି ରାତିରେ ଘର ବାହାରେ ଜଗଦୀଶ ଶୋଇଥିବାବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡକୁ କୌଣସି ଅସ୍ତ୍ରରେ ଆକ୍ରମଣ କରିଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଟିକରପଡ଼ା ଫାଣ୍ଡି ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପାରଳାଖେମୁଣ୍ଡି: ଆଇପିଏଲ୍ ବେଟିଂ ଗ୍ୟାଙ୍ଗ୍କୁ ଧରିଲା ପାରଳାଖେମୁଣ୍ଡି ପୁଲିସ୍। ସୋମବାର ସନ୍ଧ୍ୟାରେ ପୁରୁଣା ଓଏସ୍ଆରଟିସି ଗ୍ରାଉଣ୍ଡ ନିକଟରେ ପୁଲିସ୍ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ସେଠାରେ ଆଇପିଏଲ୍ ମ୍ୟାଚ୍କୁ ନେଇ ଟଙ୍କା କାରବାର କରୁଥିବା ପୁଲିସ୍ ସୂଚନା ଦେଇଛି। ସେମାନଙ୍କଠାରୁ ୮ଟି ମୋବାଇଲ ଏବଂ ୬୧ ହଜାର ଟଙ୍କା ପୁଲିସ୍ ଜବତ କରିଛି।
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ବିଜେପୁର ନିକଟରେ ଥିବା ଏକ ପେପର ମିଲ୍ ସାମ୍ନାରେ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ସହ ବକେୟା ଟଙ୍କା ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି। ପେପର ମିଲ୍ ସାମ୍ନାରେ କମ୍ପାନୀର ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ଲୋକେ ଧାରଣାରେ ବସିଛନ୍ତି। କମ୍ପାନୀ ପୂର୍ବରୁ ଠିକଠାକ୍ ଚାଲୁଥିବା ବେଳେ ପରିଚାଳନାଗତ ତ୍ରୁଟି ଯୋଗୁ କମ୍ପାନୀ ବନ୍ଦ ହୋଇଥିଲା। […]
ରାୟଗଡ଼ା: ରାୟଗଡ଼ାର କେଉଟଗୁଡ଼ା ଷ୍ଟେସନ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ର ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ଦୀର୍ଘ ୫ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ୩ଟି ପାସେଞ୍ଜର ଟ୍ରେନ୍ ଅଟକି ରହିଛି। ଏଥିପାଇଁ ଖରା ଗରମରେ ଶହ ଶହ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ମାଲବାହୀ ଟ୍ରେନ୍ ଇଞ୍ଜିନ ସଜଡ଼ା ହୋଇ ନ ଥିବା ଜଣାପଡ଼ିଛି। ତେବେ ଏନେଇ ରେଳ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରର ଜଣେ କଷ୍ଟମ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ବ୍ୟାଙ୍କକ୍ରୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଧମକାଇ ସେ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣଙ୍କ ସୁନା ଆଣିଥିବାରୁ ବିଭିନ୍ନ ଆଳ ଦେଖାଇ ସେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯାତ୍ରୀ ଜଣଙ୍କ ବୈଧ ଡକ୍ୟୁମେଣ୍ଟ ଦେଖାଇବା ସତ୍ତ୍ୱେ କଷ୍ଟମ ଅଧିକାରୀ ଜଣଙ୍କ ତାଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ତେବେ CISFର ହସ୍ତକ୍ଷେପ ପରେ ସେ […]
ମୟୂରଭଞ୍ଜ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି। ମୟୂରଭଞ୍ଜ କପ୍ତିପଦା ଥାନା ମହୁଲପଙ୍ଖା ଗାଁରେ ଏହି ଅଘଟଣ ଘଟିଛି। ଗାଁର ଟୁନା ବେସ୍ରା ଓ ସ୍ତ୍ରୀ ଚମ୍ପା ବେସ୍ରାଙ୍କ ମଧ୍ୟରେ ଗତ ସନ୍ଧ୍ୟାରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚମ୍ପା ସ୍ୱାମୀ ଟୁନାର ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ଏଥିସହ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମଧ୍ୟ ଗୁରୁତର ହୋଇଥିଲା। ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ […]
ଦେବଗଡ଼: ଦେବଗଡ଼ରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜିଲ୍ଲାର ପ୍ରଭାଶୁଣୀ ନିକଟରେ ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସଟି ବୁର୍ଲାରେ ରୋଗୀ ଛାଡ଼ି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଯାଜପୁର: ଯାଜପୁରରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ରାତିରେ ଯାଜପୁର ଦେଉଳି ପାହାଡ଼ ନିକଟରେ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଧର୍ମଶାଳା ପୁଲିସ୍ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ବାଇକ୍, ବିଭିନ୍ନ ମାରଣାସ୍ତ୍ର ସହ ଏଟିଏମ୍ କାର୍ଡକୁ ପୁଲିସ୍ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ପୁଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି।