• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

6
ପୁରୀରେ ଲ୍ୟାଣ୍ଡଫଲ୍‌ କଲା ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି। ଏହା ଫଳରେ ଜୋରରେ ବର୍ଷା ହେବା ସହ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏଥିଯୋଗୁ ପୁରୀରେ ସମୁଦ୍ର ପୂରା ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ […]

  • Friday, 16 July 2021
a1
ବାତ୍ୟା ଆଶ୍ରୟସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଏହା ପୁରୀ ପାଖାପାଖି କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ। ତେବେ ୟା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ବାତ୍ୟା ଆଶ୍ରୟସ୍ଥଳରୁ ଏକ ଦୁଃଖଦ ଖବର ଆସିଛି। ଏଠାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଣାପଡ଼ିନି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ଦେବେନ୍ଦ୍ର ନାରାୟଣପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଗତକାଲି ବୃଦ୍ଧା […]

  • Friday, 16 July 2021
4
‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀରେ ଏବେ ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି। ଆଗକୁ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। କାରଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିପାରେ। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଆକଳନ କରିଥିଲା ଯେ […]

  • Friday, 16 July 2021
2
ବାତ୍ୟା ‘ଫୋନି’ ପାଇଁ ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଆଉ ପ୍ରାୟ ଦେଢ଼ ଘଣ୍ଟା ପରେ ପୁରୀ ପାଖାପାଖି କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ପୁରୀ ସମେତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପୁରୀରେ ୧.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଫୋନି ପାଇଁ ଭୁବନେଶ୍ୱରର ବିଭିନ୍ନ ଆଶ୍ରୟସ୍ଥଳୀରେ […]

  • Friday, 16 July 2021
puri
ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନି ଶ୍ରୀମନ୍ଦିର ରୀତିନୀତି

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ତେବେ ବାତ୍ୟା ଯୋଗୁ ପୁରୀ ଶ୍ରୀମନ୍ଦିରର ରୀତିନୀତି କୌଣସି ଭାବରେ ପ୍ରଭାବିତ ହୋଇନାହିଁ। ଆଜି ଭୋର ୪ଟା ୪୫ ମିନିଟ୍‌ରେ ଶ୍ରୀମନ୍ଦିରର ପ୍ରଥମ ଦୈନନ୍ଦିନ ରୀତି ଅ ଦ୍ୱାର ଫିଟା ଅନୁଷ୍ଠିତ ହୋଇଥିଲା।   ଦାୟିତ୍ୱରେ ଥିବା ସେବାୟତ ଏହି ନୀତି ଅନୁସାରେ ଶ୍ରୀମନ୍ଦିର ସିଂହଦ୍ୱାରର ମୁଖ୍ୟ ଦ୍ୱାର ଖୋଲିଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ କିଛି ଭକ୍ତଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।

  • Friday, 16 July 2021
1
ଓଡ଼ିଶାର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇ ଓଡ଼ିଶାର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଆଜି ସକାଳ ୮ଟାରୁ ୧୦ଟା ଭିତରେ ଯେକୌଣସି ସମୟରେ ‘ଫୋନି’ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାତ୍ୟା ‘ଫୋନି’ ପୁରୀ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ସୂଚନା ମିଳିଛି। ଲ୍ୟାଣ୍ଡଫଲ ବେଳେ ପବନ ବେଗ ୧୭୦ରୁ ୧୮୦ କି.ମି. ରହିବା ସମ୍ଭାବନା ରହିଛି। ସକାଳ ସାଢ଼େ ୬ଟା ସୁଦ୍ଧା ପୁରୀରୁ ୮୦ କିଲୋମିଟର ଓ ଗୋପାଳପୁରରୁ […]

  • Friday, 16 July 2021
cylon1
ଡିପ୍ରେସନ୍‌ର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର: ଭାରତ ମହାସାଗରର ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ଏବେ ଡିପ୍ରେସନର ରୂପ ନେଇଛି।୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ଏବେ ଲଘୁଚାପ ଚେନ୍ନାଇରୁ ୧୪୯୦କିଲୋମିଟର ଏବଂ ମଛଲିପଟନମରୁ ୧୭୬୦ କିଲୋମିଟର ଦୂରରେ ରହିଛି। ଡିପ୍ ଡିପ୍ରେସନର ୧୨ ଘଣ୍ଟା ପରେ ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନ ରହିଛି। ୩୦ ତାରିଖ ସୁଦ୍ଧା ତାମିଲନାଡ଼ୁ ଓ ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଆସୁଥିବା […]

  • Friday, 16 July 2021
gun
ବ୍ୟବସାୟୀଙ୍କୁ ଗୁଳି କରି ଲୁଟି ନେଲେ ୧୫ ହଜାର ଟଙ୍କା

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ଗୁଳିକରି ବ୍ୟବସାୟୀଙ୍କଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦିଲୀପ ବେହେରା ନାମକ ଜଣେ ବ୍ୟବସାୟୀ ଦୋକନ ବନ୍ଦ କରି ଘରକୁ ଫେରୁଥିଲେ, ସେତେବେଳେ ରେଲ୍‌ୱେ ଓଭରବ୍ରିଜ୍ ତଳେ ହଠାତ ୪ଜଣ ଯୁବକ ଦୁଇଟି ପଲ୍‌ସରରେ ଆସି ତାଙ୍କୁ ଅଟକାଇଥିଲେ। ପ୍ରଥମେ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ସେ ଟଙ୍କା ନଦେବାରୁ ତାଙ୍କ ଉପରକୁ ଗୁଳି ଚଳାଇ ୧୫ହଜାର ଟଙ୍କା ଓ ମୋବାଇଲକୁ ଛଡ଼ାଇ ନେଇଯାଇଥିଲେ। […]

  • Friday, 16 July 2021
a1
ଅପହୃତ ଠିକାଦାରଙ୍କୁ ଉଦ୍ଧାର କଲା ପୁଲିସ୍‌

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଆଲିପୁରରେ ଗତକାଲି ଜଣେ ଠିକାଦାର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ କରାଯାଇଥିବା ବେଳେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଛି। ସେମାନେ ହେଲେ ପ୍ରସନ୍ନ ଗୌଡ଼ ଏବଂ କାଳୁ ଜେନା। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଉଭୟେ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ଆଲିପୁର ଗ୍ରାମ ରାସ୍ତାରେ ହଠାତ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ବନ୍ଧୁକ ଦେଖାଇ ଉଭୟଙ୍କୁ ଅପହରଣ କରି ନେଇଯାଇଥିଲେ। ଏନେଇ […]

  • Friday, 16 July 2021
a2
ଭଡ଼ା ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଭଡ଼ା ଘରୁ ନବ ବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝିଅକୁ ହତ୍ୟା କରାଯାଇଥିବା ନେଇ ମୃତ ନବବଧୂଙ୍କ ବାପଘର ଲୋକେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବା ପରେ ତଦନ୍ତ ଜାରି ରଖିଛି। ତିନି ମାସ ତଳେ ବରଗଡ଼ର ମହାନ୍ତିପଡ଼ାର ସିଦ୍ଧାର୍ଥ ସାହୁଙ୍କ ଝିଅ ଆଦିତ୍ୟା ଐଶ୍ୱର୍ଯ୍ୟା ରାଉରକେଲାର ଆଦିତ୍ୟ ସାହୁଙ୍କୁ  ବିବାହ କରିଥିଲେ। […]

  • Friday, 16 July 2021
dead-murder-suicide.jpg.image.784.410
ଘର ବାହାରେ ଶୋଇଥିଲା ବେଳେ ଦୁବୃର୍ତ୍ତଙ୍କ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ବଲାଙ୍ଗିର: ଘର ବାହାରେ ଶୋଇଥିଲା ବେଳେ ଜଣଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ। ବଲାଙ୍ଗିର ଜିଲ୍ଲା ସଇଁତଳାର ଝରବାହାଲି ଗାଁରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଜଗଦୀଶ ମନହୀରା। ଗତ କାଲି ରାତିରେ ଘର ବାହାରେ ଜଗଦୀଶ ଶୋଇଥିବାବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡକୁ କୌଣସି ଅସ୍ତ୍ରରେ ଆକ୍ରମଣ କରିଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଟିକରପଡ଼ା ଫାଣ୍ଡି ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Friday, 16 July 2021
z1
ପୁଲିସ୍‌ କବ୍‌ଜାରେ ଆଇପିଏଲ୍ ବେଟିଂ ଗ୍ୟାଙ୍ଗ

ପାରଳାଖେମୁଣ୍ଡି: ଆଇପିଏଲ୍ ବେଟିଂ  ଗ୍ୟାଙ୍ଗ୍‌କୁ ଧରିଲା ପାରଳାଖେମୁଣ୍ଡି ପୁଲିସ୍‌। ସୋମବାର ସନ୍ଧ୍ୟାରେ ପୁରୁଣା ଓଏସ୍ଆରଟିସି ଗ୍ରାଉଣ୍ଡ ନିକଟରେ ପୁଲିସ୍‌ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ସେଠାରେ ଆଇପିଏଲ୍ ମ୍ୟାଚ୍‌କୁ ନେଇ ଟଙ୍କା କାରବାର କରୁଥିବା ପୁଲିସ୍‌ ସୂଚନା ଦେଇଛି। ସେମାନଙ୍କଠାରୁ ୮ଟି ମୋବାଇଲ ଏବଂ ୬୧ ହଜାର ଟଙ୍କା ପୁଲିସ୍‌ ଜବତ କରିଛି।  

  • Friday, 16 July 2021
q1
ପେପର ମିଲ୍‌ ସାମ୍ନାରେ ଧାରଣା

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ବିଜେପୁର ନିକଟରେ ଥିବା ଏକ ପେପର ମିଲ୍‌ ସାମ୍ନାରେ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ସହ ବକେୟା ଟଙ୍କା ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି। ପେପର ମିଲ୍ ସାମ୍ନାରେ କମ୍ପାନୀର ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ଲୋକେ ଧାରଣାରେ ବସିଛନ୍ତି। କମ୍ପାନୀ ପୂର୍ବରୁ ଠିକଠାକ୍ ଚାଲୁଥିବା ବେଳେ ପରିଚାଳନାଗତ ତ୍ରୁଟି ଯୋଗୁ କମ୍ପାନୀ ବନ୍ଦ ହୋଇଥିଲା। […]

  • Friday, 16 July 2021
a1
ମାଲବାହୀ ଟ୍ରେନ୍‌ର ଇଞ୍ଜିନରେ ତ୍ରୁଟି

ରାୟଗଡ଼ା: ରାୟଗଡ଼ାର କେଉଟଗୁଡ଼ା ଷ୍ଟେସନ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ର ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ଦୀର୍ଘ ୫ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ୩ଟି ପାସେଞ୍ଜର ଟ୍ରେନ୍ ଅଟକି ରହିଛି। ଏଥିପାଇଁ ଖରା ଗରମରେ ଶହ ଶହ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ମାଲବାହୀ ଟ୍ରେନ୍‌ ଇଞ୍ଜିନ ସଜଡ଼ା ହୋଇ ନ ଥିବା ଜଣାପଡ଼ିଛି। ତେବେ ଏନେଇ ରେଳ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।  

  • Friday, 16 July 2021
airport
କଷ୍ଟମ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ଯାତ୍ରୀଙ୍କୁ ଧମକାଇ ଟଙ୍କା ନେଇଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରର ଜଣେ କଷ୍ଟମ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ବ୍ୟାଙ୍କକ୍‌ରୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଧମକାଇ ସେ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣଙ୍କ ସୁନା ଆଣିଥିବାରୁ ବିଭିନ୍ନ ଆଳ ଦେଖାଇ ସେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯାତ୍ରୀ ଜଣଙ୍କ ବୈଧ ଡକ୍ୟୁମେଣ୍ଟ ଦେଖାଇବା ସତ୍ତ୍ୱେ କଷ୍ଟମ ଅଧିକାରୀ ଜଣଙ୍କ ତାଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ତେବେ CISFର ହସ୍ତକ୍ଷେପ ପରେ ସେ […]

  • Friday, 16 July 2021
deadbody
ପଥରରେ ଛେଚି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି।  ମୟୂରଭଞ୍ଜ କପ୍ତିପଦା ଥାନା ମହୁଲପଙ୍ଖା ଗାଁରେ ଏହି ଅଘଟଣ ଘଟିଛି। ଗାଁର ଟୁନା ବେସ୍ରା ଓ ସ୍ତ୍ରୀ ଚମ୍ପା ବେସ୍ରାଙ୍କ ମଧ୍ୟରେ ଗତ ସନ୍ଧ୍ୟାରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚମ୍ପା ସ୍ୱାମୀ ଟୁନାର ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ଏଥିସହ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମଧ୍ୟ ଗୁରୁତର ହୋଇଥିଲା। ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ […]

  • Friday, 16 July 2021
z1
ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍‌

ଦେବଗଡ଼: ଦେବଗଡ଼ରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜିଲ୍ଲାର ପ୍ରଭାଶୁଣୀ ନିକଟରେ ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସଟି ବୁର୍ଲାରେ ରୋଗୀ ଛାଡ଼ି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

  • Friday, 16 July 2021
a9
ଡକାୟତି ଯୋଜନା କରୁଥିବା ବେଳେ ଧରିଲା ପୁଲିସ୍‌

ଯାଜପୁର: ଯାଜପୁରରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ରାତିରେ ଯାଜପୁର ଦେଉଳି ପାହାଡ଼ ନିକଟରେ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଧର୍ମଶାଳା ପୁଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ବାଇକ୍, ବିଭିନ୍ନ ମାରଣାସ୍ତ୍ର ସହ ଏଟିଏମ୍ କାର୍ଡକୁ ପୁଲିସ୍‌ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ପୁଲିସ୍‌ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

  • Friday, 16 July 2021
a6
ଓମ୍‌ଫେଡ୍‌ ପାର୍ଲରରେ ଅଗ୍ନିକାଣ୍ଡ

କଟକ: କଟକ ବଡ଼ ମେଡ଼ିକାଲ କ୍ୟାମ୍ପସ୍‌ରେ ଥିବା ଓମ୍‌ଫେଡ୍‌ ପାର୍ଲରରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁ ଲାଗିଥିବା ଖବର ପାଇ ମେଡିକାଲ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ପାର୍ଲରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

  • Friday, 16 July 2021
meeting
ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶର ଦୃଶ୍ୟପଟକୁ ନିକଟରୁ ଦେଖିବେ ପର୍ଯ୍ୟଟକ

ପୁରୀ : ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ପରମ୍ପରା, ରିତନୀତିର ଦୃଶ୍ୟପଟକୁ ଅତିନିକଟରୁ ଦେଖିବେ ପର୍ଯ୍ୟଟକ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରକୁ ନେଇ ବସିଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏନେଇ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ଇଣ୍ଟରପ୍ରିଟେସନ ସେଣ୍ଟର ବା ବାଖ୍ୟାନ ସେଣ୍ଟର ନିର୍ମାଣ କରାଯାଉଛି।  ଏଥିପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗାମୀ ଏକ ବର୍ଷ ମଧ୍ୟରେ ଏହା […]

  • Friday, 16 July 2021
a5
ଲାଞ୍ଚ ନେବା ଅଭିଯୋଗରେ ଏଏସ୍ଆଇ ଗିରଫ

ବାଲେଶ୍ୱର: ପୁଣି ଖାକିରେ ଦାଗ ଲାଗିଛି। ବେଲ୍ କରାଇବା ନାଁରେ ବାରମ୍ବାର ଲାଞ୍ଚ ନେଉଥିବା ଅଭିଯୋଗରେ ବାଲେଶ୍ୱର ଟାଉନ ଥାନା ଏଏସ୍ଆଇ ଗିରଫ ହୋଇଛନ୍ତି। ତାଙ୍କ ନାଁ ନରହରି ମହାଲିକ। ଗତକାଲି ଥାନା ଆଗରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଜମିଜମା ବିବାଦକୁ ନେଇ ବାଲେଶ୍ୱର ସୁନହଟ ଅଞ୍ଚଳର ସେକ୍ ସକିଲ ଅହମ୍ମଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସକିଲଙ୍କୁ ବେଲ୍ କରାଇ ଦେବାକୁ କହି ଏଏସ୍ଆଇ […]

  • Friday, 16 July 2021
a4
କନ୍ଧମାଳରେ ଜଣେ ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ: ନିର୍ବାଚନ ପୂର୍ବରୁ କନ୍ଧମାଳ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କନ୍ଧମାଳରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଗତବର୍ଷ ଠାରୁ ମାଓବାଦୀ ସଂଗଠନରେ କାମ କରୁଥିବା ଭରତ କହଁର ଗତକାଲି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସେ ଗତବର୍ଷ ମାର୍ଚ୍ଚ ମାସରେ CPI ମାଓବାଦୀ KKBN Divisionରେ ସାମିଲ ହୋଇଥିଲା। ମାଓ ସଂଗଠନରେ ଜଣେ ପାର୍ଟି ମେମ୍ବର ଭାବେ ଭରତ କହଁର କାର୍ଯ୍ୟ କରୁଥିଲା। ଗଗରପଟା ଗାଁରେ ପୁଲିସ୍‌ ସହ ଗୁଳି ବିନିମୟ ଘଟଣା ଏବଂ ସୁଡ୍ରୁକୁମ୍ପା […]

  • Friday, 16 July 2021
a3
ରାଜଧାନୀରୁ ପୁଣି ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ ହୋଇଛି। ହଳଦିପଡ଼ିଆ ବସ୍ତିରୁ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଅବକାରୀ ଫ୍ଲାଇଂ ସ୍କ୍ୱାଡ୍‌ ପ୍ରାୟ ୨୦ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

  • Friday, 16 July 2021
wine
ବଡ଼ଖମାରରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଗାଁର ତେଜରାତି ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସୁବିଧାରେ ମଦ ମିଳୁଥିବାରୁ ଛୁଆଠୁ ବୁଢ଼ା, ମଦ ପିଇ ନିଶାରେ ଚୁର ରହୁଛନ୍ତି।  ଫଳରେ ଗଣ୍ଡଗୋଳ ହେଉଛି। ଏଣୁ ଗାଁକୁ ମଦମୁକ୍ତ କରିବା ଲାଗି ସବୁ ମହିଳା ଏକାଠି ହୋଇଥିଲେ। ଗାଁ ବଗିଚାରେ ସଭା କରି ମଦ ନଷ୍ଟ କରିବାକୁ ଶପଥ ନେଇଥିଲେ। ଏହାପରେ ସମସ୍ତେ […]

  • Friday, 16 July 2021
drowning
ନିଖୋଜ ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର

କୋଣାର୍କ (ସଞ୍ଜୟ ପତି): ନିମାପଡ଼ା କୁଶଭଦ୍ରା ନଦୀରେ ବୁଡ଼ିଯାଇଥିବା ୩ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଧିରପୁରର ବାଲିଘାଟ ନିକଟରେ ଗାଧୋଉଥିବା ବେଳେ ୩ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଏବଂ ନିମାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି। ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ନିମାପଡ଼ା ଅଟୋନମସ୍‌ କଲେଜର ଯୁକ୍ତ ୩ ଛାତ୍ର ଜ୍ୟୋତିରଞ୍ଜନ ସାହୁ ଏବଂ ନିମାପଡ଼ା ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର […]

  • Friday, 16 July 2021