• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bdo
‘କାଳିଆ’ ସମାବେଶରେ ଡ୍ରାଇଭରଙ୍କୁ ମାଡ଼ ମାରିଲେ ବିଡ଼ିଓ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା କାଳିଆ ସମାବେଶରେ ଡ୍ରାଇଭରଙ୍କୁ ବିଡ଼ିଓଙ୍କ ମାଡ଼। ଏଭଳି ଏକ ଘଟଣାର ଦୃଶ୍ୟ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଣ୍ଡାପଡ଼ା ଆସିଥିଲେ। ଏହି ସମାବେଶ ପାଇଁ ଲୋକଙ୍କୁ ଆଣିବାରେ ନିୟୋଜିତ ଗୋଟିଏ ଗାଡ଼ିର ଡ୍ରାଇଭରଙ୍କୁ ଯୋଡ଼ା ବିଡିଓ ମାଡ଼ ମାରିଥିଲେ। ସମାବେଶରେ ଡ୍ରାଇଭରଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇନଥିବାରୁ ସଂପୃକ୍ତ ଡ୍ରାଇଭର ଏନେଇ […]

  • Friday, 16 July 2021
road
ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର :  ରାଜଧାନୀ ରାସ୍ତାରେ ବୁଲୁଛନ୍ତି ଯମ ଓ ଚିତ୍ରଗୁପ୍ତ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଏଭଳି ଢଙ୍ଗରେ ସଚେତନ କରୁଛି ପୁଲିସ୍। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଝଡ଼ିପଡ଼ୁଛି ୧୨ରୁ ଅଧିକ ଜୀବନ। ଏଥିପାଇଁ ଯେ କେବଳ ଅସୁରକ୍ଷିତ ଗାଡ଼ିଚାଳନା ଦାୟୀ ତାହା ନୁହେଁ, ଭୁଲ୍ ରୋଡ୍ ଡିଜାଇନିଂ ବି କେତେକାଂଶରେ ଦାୟୀ। ଗତକାଲି ଠାରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏ ସମସ୍ତ ଦିଗ ଉପରେ ଫୋକସ କରି […]

  • Friday, 16 July 2021
jay panda
ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ କଲେ ବୈଜୟନ୍ତ

ସାଲେପୁର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଟକ ଜିଲ୍ଲା ଗସ୍ତ। ଆଜି ମାହାଙ୍ଗା ବ୍ଲକ୍‌ ଲଳିତଗିରି ପଂଚାୟତ ସ୍ଥିତ ଓଳାଶୁଣୀ ଗୁମ୍ଫାରେ ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ କରିବା ସହ ମେଳା ବୁଲି ଦେଖିଥିଲେ। ଏଥିସହ ଲଳିତଗିରି ଠାରେ ଥିବା ବୁଲେଟ୍‌ପ୍ରୁଫ୍ ମ୍ୟୁଜିୟମ୍‌ରେ ବୁଦ୍ଧଙ୍କ ବିଭିନ୍ନ ପ୍ରତିମୂର୍ତ୍ତି ଦର୍ଶନ କରିବା ସହ ବୁଦ୍ଧଙ୍କ ପବିତ୍ର ଅସ୍ଥିଖଣ୍ଡର ମଧ୍ୟ ଦର୍ଶନ କରିଥିଲେ। ତେବେ ଆଗକୁ ରାଜନୈତିକ ପଦକ୍ଷେପ ସଂପର୍କରେ ଲୋକମାନଙ୍କର ମତ ସଂଗ୍ରହ କରୁଛନ୍ତି, […]

  • Friday, 16 July 2021
representational image
ଡୁଙ୍ଗୁରି ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି(ରାଜ୍‌ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉର୍ଲଦାନୀ ରେଞ୍ଜର ଡୁଙ୍ଗୁରି ଜଙ୍ଗଲରୁ ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତିନି ଚାରି ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହା ଭିତରେ ହାତୀଟିର ମୃତଦେହ ପଚି ଯାଇଥିବା ଜଣାପଡ଼ିଛି। ହାତୀକୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ଓ ପୋଷ୍ଟମର୍ଟମ ପରେ ତାହା ଜଣାପଡ଼ିବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି।

  • Friday, 16 July 2021
3
‘ଫୋନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫୋନି’ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ‘ଫୋନି’ ଦ୍ୱାରା ବିଶେଷ ପ୍ରଭାବିତ ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଘରଭଙ୍ଗା, ଫସଲ ନଷ୍ଟ, ପଶୁ ସମ୍ପଦ କ୍ଷତିର ଆକଳନ ବିଳମ୍ବିତ ହେବା କାରଣରୁ ସରକାରୀ ସହାୟତା ମିଳିବାରେ ସମସ୍ୟା ଦେଖା ଦେଇଥିବା କଥା […]

  • Friday, 16 July 2021
2
‘ଫୋନି’ ଯୋଗୁ ଶ୍ରୀମନ୍ଦିରର ୫ କୋଟି ୧୦ ଲକ୍ଷ ଟଙ୍କା କ୍ଷତି

ପୁରୀ: ବାତ୍ୟା ‘ଫୋନି’ ଯୋଗୁ ପୁରୀ ଶ୍ରୀମନ୍ଦିରର ୫ କୋଟି ୧୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। କ୍ଷୟକ୍ଷତିର ରିପୋର୍ଟ SRCଙ୍କୁ ଦିଆଯାଇଛି ଓ ଭାଙ୍ଗି ଯାଇଥିବା ମୂର୍ତ୍ତିର ମରାମତି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ‘ଫୋନି’ ବାତ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରାପାଳ ଜୟଙ୍କ ମୂର୍ତ୍ତି ଭାଙ୍ଗିବା ସହ ମନ୍ଦିର ଉପରେ ଥିବା ସିଂହମୂର୍ତ୍ତି ମଧ୍ୟ ଭାଙ୍ଗିଛି। ତା’ସହ ଲୁହା ଭାରା ଖସି ସାକ୍ଷୀଗୋପାଳ […]

  • Friday, 16 July 2021
1
‘ଫୋନି’ କ୍ଷୟକ୍ଷତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ‍‘ଫୋନି’ ଜନିତ କ୍ଷୟକ୍ଷତିର ପୁନରୁଦ୍ଧାର ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଲୋଚନା କରିଛନ୍ତି। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୁଖ୍ୟତଃ ମୋବାଇଲ ନେଟ୍‌ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ତାଙ୍କ ସହ ଆଲୋଚନା ହୋଇଛି। ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଉଛି। […]

  • Friday, 16 July 2021
17
ଅକ୍ଷୟ ତୃତୀୟା ଉପଲକ୍ଷେ ଅଖିମୁଠୀ ଅନୁକୂଳ କଲେ ଚାଷୀ

ମୟୁରଭଞ୍ଜ: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଚାଷୀମାନେ ଅଖି ମୁଠି ଅନୁକୂଳ କରିଛନ୍ତି। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପୂଜା ପାଉଥିବା ଜାଗାକୁ ଯାଇ ଚାଷୀ ନିଜ ଘରୁ ଆଣିଥିବା ନୂଆ କୋଦାଳରେ ମାଟିକୁ ଖୋଳି ସେଥିରେ ପୂଜାର୍ଚ୍ଚନା କରିବା ସହ ଭୋଗ, ବସ୍ତ୍ର ଆଦି ସର୍ମପଣ କରି ଘରୁ ଆଣିଥିବା ବିହନକୁ ଜମିରେ ବୁଣି ଚାଷ କାମ ଆରମ୍ଭ କରିଥାଏ। ତେବେ ଏଥର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ଜଣେ ଚାଷୀ ଅଖିମୁଠୀ ଅନୁକୂଳ କରିବା ସହ, […]

  • Friday, 16 July 2021
MINOR
ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଆସିକା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଜଣେ ଦୁଇ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏକ ବାହାଘର ଭୋଜିରୁ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଏକ ନିଛାଟିଆ ରାସ୍ତାରେ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇଥିଲେ। ପରେ ଗାଁ ଲୋକ ନାବାଳିକାକୁ ଉଦ୍ଧାର କରି ପୁଲିସ୍‌କୁ ଜଣାଇଥିଲେ। ପାଟପୁର ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

  • Friday, 16 July 2021
16
ଶଳା ବାହାଘରରେ ଚାଲିଗଲା ୨ ଭିଣୋଇଙ୍କ ଜୀବନ

ଭଦ୍ରକ: ଶଳା ବାହାଘରରେ ୨ ଭିଣୋଇଙ୍କ ଜୀବନ ଯାଇଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଅସ୍ତଳର ରମେଶ ଦାସ ଏବଂ ପାଳିଆର କଦମ୍ବବନ୍ଧୁ ମିଶ୍ର। ଭଦ୍ରକ ଜିଲ୍ଲା ତିହିଡ଼ି ଗୋଳା ପୋଖରୀ ଛକରେ ପ୍ରୋସେସନ ବାହାରିବା ସମୟରେ ଦୁର୍ଘଟଣା ହୋଇଥିଲା।

  • Friday, 16 July 2021
train
ବାତ୍ୟା ଯୋଗୁ ରେଳସେବା ବାଧାପ୍ରାପ୍ତ, ପୁଣି ୭ଟି ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାତ୍ୟା ଯୋଗୁ ପୁଣି ରେଳସେବା ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଲେୱ ଆଜି ପୁଣି ୭ଟି ଟ୍ରେନ୍‌ ବାତିଲ କରିଛି। ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍, ନୀଳାଚଳ ଏକ୍ସପ୍ରେସ୍, ପୁରୀ-ସାଲିମାର ଏକ୍ସପ୍ରେସ, ପୂର୍ବରୁ ୬ରେ ବାହାରିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ହୋଇଛି। ଏହାବ୍ୟତୀତ  ଆସନ୍ତାକାଲି ଯିବାକୁ ଥିବା ସାଲିମାର-ପୁରୀ ଏକ୍ସପ୍ରେସ୍,   ଓ ଚେନ୍ନାଇ-ସନ୍ତ୍ରାଗାଚ୍ଛି ସୁବିଧା ଏକ୍ସପ୍ରେସ୍ ମଧ୍ୟ ବାତିଲ କରାଯାଇଛି। ଅନ୍ୟ କିଛି ଟ୍ରେନ୍ ରୁଟ୍‌ରେ ପୂର୍ବତଟ ରେଲେୱେ ଆଶିଂକ ପରବର୍ତ୍ତନ କରିଛି। ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ […]

  • Friday, 16 July 2021
14
ଗାଁକୁ ଚାଲିଆସିଲେ ହାତୀ: ଲୋକେ ଆତଙ୍କିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ କୋନାବିରା, ପେଣ୍ଡରାବନ, ବିଲେଇଅଞ୍ଚର, ଝାକ୍ରିପଡ଼ା ଗାଁକୁ ଚାଲି ଆସିଛନ୍ତି। ଗାଁକୁ ହାତୀପଲ ଚାଲିଆସିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୨୮ଟି ହାତୀ ଗାଁ ନିକଟକୁ ଚାଲି ଆସିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଦ୍ୟୁତ କାଟ କରାଯାଇଛି।

  • Friday, 16 July 2021
c3
ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ

ପୁରୀ: ବାତ୍ୟା ‘ଫୋନି’ରେ ପୁରୀ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବହୁ ଅଞ୍ଚଳରେ ଲୋକେ ବାସହରା ହୋଇଛନ୍ତି। ଏହି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ଥିତି ସମୀକ୍ଷା ଲାଗି ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ପେଣ୍ଠକଟା  ନିକଟରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ବାଣ୍ଟିଥିଲେ। ହେଲେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିପନ୍ନଙ୍କ ଅଭିଯୋଗ ହେଲା, ରିଲିଫ୍‌ରେ ମିଳିଥିବା ଚାଉଳ ପୋକରା ଏବଂ ଗନ୍ଧଯୁକ୍ତ। ଯାହାକୁ ପଶୁ ଖାଇବେ ନାହିଁ, ତାହାକୁ ମଣିଷ […]

  • Friday, 16 July 2021
12
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ ଲାଗି ବହୁ କ୍ଷୟକ୍ଷତି ହୋଇଛି। ଏହାର ପ୍ରାଶାସନିକ ବିଲ୍ଡିଂରେ ନିଆଁ ଲାଗିଛି। ତେବେ ଅଗ୍ନିକାଣ୍ଡରେ କେତେ କ’ଣ କ୍ଷୟକ୍ଷତି ହୋଇଛି, ତାହାର ସ୍ପଷ୍ଟ ସୂଚନା ମିଳି ନାହିଁ। ଏହା ସହ କେଉଁ କାରଣରୁ ନିଆଁ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଯୁକ୍ତ ଦୁଇ ଖାତା ଦେଖା ଚାଲିଥିବା ବେଳେ ଏହି ନିଆଁ ଲାଗିଛି। କୋଠା ଭିତରେ କିଛି ଅଧ୍ୟାପକ ଫସି ରହିଥିବା ମଧ୍ୟ ସୂଚନା ମିଳିଛି। […]

  • Friday, 16 July 2021
11
ପୁରୀର ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ‘ଫୋନି’

ପୁରୀ: ବାତ୍ୟା ‘ଫୋନି’ ପୁରୀର ଅଣ୍ଟା ଭାଙ୍ଗି ଦେଇଛି। ମାତ୍ର କେଇ ଘଣ୍ଟା ତାଣ୍ଡବରେ ପୁରୀର ପର୍ଯ୍ୟଟନ ଶିଳ୍ପ ଦୋହଲି ଯାଇଛି। ଦୀର୍ଘ ବର୍ଷର ହୋଟେଲ, ଲଜ୍, ଯାତ୍ରୀଙ୍କ ରହଣୀ ସ୍ଥାନରେ ଏବେ ଖାଲି ବାତ୍ୟା ପରର କରାଳ ଚିହ୍ନ ପଡ଼ି ରହିଛି। ପୁରୀ ସହରର ସମୁଦ୍ର କୂଳରେ ଥିବା ସବୁ ହୋଟେଲ ବ୍ୟାପକ ଭାବେ କ୍ଷତିଗସ୍ତ ହୋଇଛି। ବିଭିନ୍ନ ହୋଟେଲରେ ବିରାଟକାୟ ଗଛ, ମୋବାଇଲ୍ ଟାଓ୍ୱାର ଭାଙ୍ଗି ପଡ଼ିଛି। ଲକ୍ଷାଧିକ ଟଙ୍କାର ସୌଖୀନ ଆସବାବ ପତ୍ର […]

  • Friday, 16 July 2021
0
ଏଟିଏମ୍‌ ଭାଙ୍ଗି ଲୁଟ୍ ଉଦ୍ୟମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ବଜାରରେ ଥିବା ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି। କିନ୍ତୁ ଏଟିଏମ୍‌ରୁ ଲୁଟ୍‌ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି। ପୂର୍ବରୁ ଦୁଇ ତିନି ମାସ ତଳେ ମଧ୍ୟ ଦୁର୍ବୃତ୍ତମାନେ ଏହି ଏଟିଏମ୍‌ରୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ସେତେବେଳେ ଏଟିଏମ୍‌ ଭଙ୍ଗାରୁଜା କରିଥିଲେ ମଧ୍ୟ ଟଙ୍କା ଲୁଟ୍‌ […]

  • Friday, 16 July 2021
deadbody
ଯୁବକଙ୍କୁ ନିର୍ମମ ହତ୍ୟା

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଘଷିପୁରାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଜଣକ ନିକଟସ୍ଥ ଟିକିରା ଗାଁର ବିଦ୍ୟାଧର ମୁଣ୍ଡା। କୋଳିମାଟି ଗାଁରୁ ଗୋଡ଼ ହାତ ବନ୍ଧା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଖୋଲତାଡ଼  ଆରମ୍ଭ କରିଛି। ହେଲେ ଏ ଯାଏ ଅପରାଧୀଙ୍କ ଟେର ପାଇପାରିନି ପୁଲିସ୍‌।

  • Friday, 16 July 2021
9
ଆରମ୍ଭ ହେଲା ପବିତ୍ର ରମଜାନ ମାସ

ଭୁବନେଶ୍ୱର: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ। ସଂଯୁକ୍ତ ଆରବ ଏମିରେଟ୍ସର ରମଜାନ ଚାନ୍ଦ ଦର୍ଶନ କମିଟିର ଘୋଷଣା ଅନୁସାରେ ଗତକାଲି ରମଜାନ ମାସର ପ୍ରଥମ ଚାନ୍ଦ ଦେଖିବାକୁ ମିଳିଥିଲା। ଏହାସହ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି, ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ରମଜାନ ମାସ ଆରମ୍ଭ ହେବା ପରେ ନୂଆଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ଗତ ସଂଧ୍ୟାରେ ମୁସଲିମ୍ ସଂପ୍ରଦାୟଙ୍କ ଭିଡ଼ ଲାଗିଥିଲା। ଏହି ଅବସରରେ ମାସେ ଯାଏ ମୁସଲମାନ ଧର୍ମାବଲମ୍ବୀ ରୋଜା ରଖିଥାନ୍ତି। […]

  • Friday, 16 July 2021
representational image
ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଆନନ୍ଦପୁର(ମୁନା ସିଂହ): ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ଶୋଷ ଥାନା କୁସଟିକିରି ଗାଁର ଶୁକ ଖଣ୍ଡେଇ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ, ଆଜି ଭୋରରୁ ଶୁକ ଶୌଚ ପାଇଁ ସାଳନ୍ଦୀ ନଦୀକୁ ଯାଇଥିଲେ। ସେଠାରେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ। ଏହା ଫଳରେ ଘଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

  • Friday, 16 July 2021
6
ବାତ୍ୟାରେ ଧ୍ୱଂସ ବିଧ୍ୱଂସ ଭୁବନେଶ୍ୱର ରେଳ ଷ୍ଟେସନ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଏପର୍ଯ୍ୟନ୍ତ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ। ଟ୍ରେନ୍‌ ଚଳାଚଳ ପୁରା ସ୍ୱାଭାବିକ ହେବାକୁ ଆହୁରି ତିନି ଚାରି ଦିନ ସମୟ ଲାଗିବ। ଏଥିଯୋଗୁ ଅନେକ ଯାତ୍ରୀ ଷ୍ଟେସନ୍‌ରେ ଅଟକି ରହିଛନ୍ତି। ଅନ୍ୟପକ୍ଷରେ ଷ୍ଟେସନ୍‌ର ଆନୁଷଙ୍ଗିକ ମରାମତି କାମ କରିବାକୁ ଆହୁରି ୧୦ରୁ ୧୫ଦିନ ସମୟ ଲାଗିବ ବୋଲି ଭୁବନେଶ୍ୱର ଷ୍ଟେସନ୍‌ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ ସୂଚନା ଦେଇଛନ୍ତି। ଏବେ ଡିଜି ସେଟ୍ […]

  • Friday, 16 July 2021
4
ବାତ୍ୟା ପରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ବାତ୍ୟା ପରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍‌ ଲାଗିଛି। ବାତ୍ୟା ଆଗରୁ ହାତରେ ଯେତେ କ୍ୟାସ୍ ଥିଲା, ତାହା ଶେଷ ହେବାକୁ ବସିଲାଣି। ନେଟ୍‌ଓ୍ୱର୍କ ନ ଥିବାରୁ ଅନ୍ ଲାଇନ୍ ପେମେଣ୍ଟ ବି ହୋଇ ପାରୁନାହିଁ। ଏହା ସହ ଛୋଟମୋଟ ଜିନିଷ କିଣିଲେ ଅନ୍ ଲାଇନ୍ ପେମେଣ୍ଟ ସମ୍ଭବ ନୁହେଁ। ତେଣୁ ଏଟିଏମ୍ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ଅଧିକାଂଶ ଏଟିଏମ୍ ଅଚଳ ହୋଇ ପଡ଼ିଥିବାରୁ ଯେଉଁ କେତେଟା ଚାଲୁଛି, ସେଠାରେ ବହୁତ ଭିଡ଼ […]

  • Friday, 16 July 2021
3
ବିଜୁଳି ଯୋଗାଣକୁ ନେଇ ଅନ୍ଧାରରେ ଶକ୍ତି ବିଭାଗ

ଭୁବନେଶ୍ୱର: ‘ଫୋନି’ରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଓ ଭୁବନେଶ୍ୱରରେ ୪ ଦିନ ହେଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଜୁଳି ବିନା ଜନଜବୀନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଲାଣି। ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ପୁରୀରେ କେବେ ବିଜୁଳି ଆସିବ ସେ କଥା ଶକ୍ତି ବିଭାଗ କହିବା ସ୍ଥିତିରେ ନାହିଁ। ସବୁଆଡ଼େ […]

  • Friday, 16 July 2021
2
‘ଫୋନି’ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର: ସରକାରୀ ଭାବେ ‘ଫୋନି’ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର SEOC ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୫ଟି ଜିଲ୍ଲାରୁ ମୃତ୍ୟୁ ଖବର ଆସିଥିବା ବେଳେ କେବଳ ପୁରୀ ଜିଲ୍ଲାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଯାଜପୁର ଜିଲ୍ଲାରେ ୪, ମୟୂରଭଞ୍ଜ ଜିଲ୍ଲାରେ ୪, କଟକ ଜିଲ୍ଲାରେ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବାତ୍ୟା ଫୋନିରେ ସରକାରୀ ମୃତ୍ୟୁ ସଂଖ୍ୟା ୩୫ […]

  • Friday, 16 July 2021
1
ରାଜଧାନୀରୁ ଆଉ ଏକ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଉ ଏକ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରୁ ଗଳିତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ। କାର୍ତ୍ତିକ ମାଷ୍ଟର କ୍ୟାଣ୍ଟିନରେ ଚା’ ଦୋକାନ କରିଥିଲେ। ବାତ୍ୟା ପରଠୁ ସେ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମାଷ୍ଟର କ୍ୟାଣ୍ଟିନ ନିକଟରେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଏକ ହୋର୍ଡିଂ ତଳୁ କାର୍ତ୍ତିକଙ୍କ ମୃତଦେହ […]

  • Friday, 16 July 2021
Puri-Jagannath
ଆଜି ପବିତ୍ର ଅକ୍ଷୟ ତୃତୀୟା: ଶ୍ରୀଜିଉଙ୍କ ରଥକାଠ ହେବ ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ। ରଥଖଳାରେ ତିନିଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇ ରଥ କାମ ଅନୁକୂଳ କରାଯିବ। ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ପୂଜାର୍ଚ୍ଚନା ସମ୍ପନ୍ନ କରିଥାନ୍ତି। ଏହାପରେ ମହାରଣା ସେବାୟତ ରଥ କାଠ ଅନୁକୂଳ କରିଥାନ୍ତି। ତେବେ ବାତ୍ୟା ‘ଫୋନି’ରେ ପୁରୀ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାରୁ ଆଜିର ରଥ ଅନୁକୂଳକୁ ନିରାଡ଼ମ୍ବର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। […]

  • Friday, 16 July 2021