ନୂଆଦିଲ୍ଲୀ / ଭୁବନେଶ୍ୱର : ମହାନଦୀ ଜଳ ବିବାଦରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆପୋଷ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରସ୍ତାବ ଦେଇଛନ୍ତି ମହାନଦୀ ଟ୍ରିବ୍ୟୁନାଲ। ଉଭୟ ପକ୍ଷର ବୈଷୟିକ ଟିମ୍ ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଯଦି ଏହା ନ ହୁଏ, ତେବେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ। ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ କରି ଦାବି କରିଥିଲା ଯେ, ଅଣ ମୌସୁମୀ ସମୟରେ ରାଜ୍ୟକୁ […]
ଭୁବନେଶ୍ୱର : ୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଭୁବନେଶ୍ୱର ମହାନଗର ନିଗମ କମିଶନର। ବିଏମ୍ସି କମିଶନର ଥିବା ଶୁଭମ୍ ସାକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାପାଳ ଅନୀଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆର୍ଡିସି ଭାବେ ବଦଳି କରାଯାଇଥିବାବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ହେଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ। ଜଗତସିଂପୁର ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କୁ ସ୍ୱାସ୍ଥ୍ୟ […]
ଭୁବନେଶ୍ୱର : ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଲୁଟ୍। ବସ୍ ଭିତରୁ ଜଣେ ଯାତ୍ରୀଙ୍କ ପାଖରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି। ବସ୍ ଭିତରେ ପଶି ଟଙ୍କା ବ୍ୟାଗ୍ ଝାମ୍ପି ନେଇଛନ୍ତି ବାଇକ୍ରେ ଆସିଥିବା ଏକ ଲୁଟେରା ଗ୍ୟାଙ୍ଗ୍। କୃଷ୍ଣଚନ୍ଦ୍ର ସାହୁ ନାମକ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି। କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ବେଗୁନିଆରୁ କଟକ ଯିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଟ୍ର ଶିକାର ହୋଇଥିଲେ। ଲୁଟ୍ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଏବେଠୁ ଜୋରଦାର ହେଲାଣି ରାଜନୈତିକ ଦଳଙ୍କ ଅଙ୍କ କଷା। ଓଡ଼ିଶା ଜୟ ଲାଗି ପଣ କରିଥିବା ବିଜେପି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାର। ଦୁଇ ଦଳର କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି। ପୁରୀ ଓ ସାଲେପୁରରେ ଅମିତ୍ ଶାହ, କାମାକ୍ଷାନଗର ଓ ପାରାଦୀପରେ ନୀତୀନ ଗଡ଼କରୀ, ଆଉ ଆଜି କେନ୍ଦୁଝରରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଗଲା […]
ଭୁବନେଶ୍ୱର : ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରର ଏହା ଥିଲା ଶେଷ ଅଧିବେଶନ। ଗତ ୪ ତାରିଖରେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ସହ ଆରମ୍ଭ ହୋଇଥିବା ଏହି ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି। ବଡ଼ କଥା ହେଲା ଏ ଅଧିବେଶନର କୌଣସି ଗୋଟିଏ ବି ଦିନ ସୁରୁଖୁରରେ ଚାଲିପାରି ନାହିଁ। ଶେଷ ଅଧିବେଶନରେ ଚାଷୀ, ଚିଟ୍ଫଣ୍ଡ ଓ […]
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନରେ ଲଗାତାର ୪ଦିନ ଧରି ପ୍ରଶ୍ନକାଳରେ ସମାନ ଚିତ୍ର। ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ। ହେଲେ ଆଜି କିନ୍ତୁ ବିରୋଧୀଙ୍କୁ ଟକ୍କର ଦେବାକୁ ଶାସକ ବିଧାୟକ ଅସ୍ତ୍ର କରିଥିଲେ ବେରୋଜଗାରୀକୁ। ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ଦେଇଥିଲେ ସ୍ଲୋଗାନ। ଆଉ ବିରୋଧୀ ବି ନିଯୁକ୍ତି ଓ ବିଜେପି ବିକ୍ଷୋଭ ବେଳେ ପୁଲିସ୍ ଜୁଲମ୍ ତଥା ଚାଷୀ ପ୍ରସଙ୍ଗକୁ ନେଇ ତମ୍ବିତୋଫାନ କରିଥିଲେ। ମାତ୍ର ୧ ମିନିଟ୍ ପରେ ଗୃହକୁ […]
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଜଣେ ଯୁବକ ଗିରଫ। ଅଭିଯୁକ୍ତ ହେଲେ ବୁର୍ଲାର ପ୍ରଭାସ ପୃଷେଠ। ୟୁଥ୍ ଏଗେନ୍ଷ୍ଟେ କରପ୍ସନ ଅଭିଯାନ ନାଁରେ ସେ ଫେସ୍ବୁକ୍ରେ ସମାଲୋଚନା କରିଥିଲେ। ଏହାକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରଭାସଙ୍କ ନାଁ ରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ତେଣୁ ତାଙ୍କୁ ଗିରଫ କରିଛି ପୁଲିସ୍। ଗିରଫଦାରିକୁ ବିରୋଧ କରି ଅଭିଯୁକ୍ତ ପ୍ରଭାସ ଅନଶନ କରିଛନ୍ତି। […]
ଭୁବନେଶ୍ୱର : ଆୟକର ଫାଙ୍କି ଓ ବିଦେଶରୁ ବେଆଇନ ଉପାୟରେ ପୁଞ୍ଜି ଆଣିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ତାଙ୍କ ପାରିବାରିକ କଂପାନୀର ୬୦ ବର୍ଷର ରେକର୍ଡ ରହିଛି। ଏ କଂପାନୀଗୁଡ଼ିକ ଅନେକ ବିଦେଶୀ ସଂସ୍ଥା ସହ କାରବାର କରିଛନ୍ତି, ଯେଉଁଥିରେ ନିବେଶ ଗ୍ରହଣ ଓ ଋଣ ଦେବା ଭଳି କାରବାର ବି ରହିଛି। ଏଗୁଡିକ ମଧ୍ୟରୁ କେତେକରେ ଲାଭ […]
ଭୁବନେଶ୍ୱର : ଆହାର କେନ୍ଦ୍ରରେ ଆହାର ବଦଳରେ ମିଳିଲା ପାହାର। ଆହାର କେନ୍ଦ୍ରର ସଟର୍ ଦେଇ ତା ଭିତରେ ଯୁବକଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ। ଏହି ଅଭିଯୋଗ କରିଛନ୍ତି ଢେଙ୍କାନାଳର ଜଣେ ଯୁବକ। ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଭୁବନେଶ୍ୱର ଷ୍ଟେସନ ବଜାର ନିକଟରେ ଘଟିଛି । ସେଠାରେ ଥିବା ଆହାର କେନ୍ଦ୍ରରେ ଯୁବକ ଜଣକ ଅଭିଯୋଗ କରିଛନ୍ତି, ଦିନ ସାଢ଼େ ଗୋଟାଏରେ ସେ ଆହାର କେନ୍ଦ୍ରକୁ ଯାଇଥିଲେ। ଖାଦ୍ୟ ଥାଇ ମଧ୍ୟ ମନା କରିଥିଲେ […]
ବ୍ରହ୍ମପୁର : ରେଶମ ନଗର ବ୍ରହ୍ମପୁରରେ ସାଇବର ଠକେଇର ପର୍ଦ୍ଦାଫାଶ। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଲିସ୍ ହାତରେ ଧରା ପଡିଛନ୍ତି ୫ ଜଣିଆ ଠକ ଗ୍ୟାଙ୍ଗ। ଏହି ରାକେଟ୍ରେ ୪ ଯୁବତୀଙ୍କ ସହ ଅଛନ୍ତି ଜଣେ ଯୁବକ। ଫୋନ୍ରେ ସୁମଧୁର କଥା କହି ଯୁବକଙ୍କୁ ଫସାଇବା ପରେ ହୋଇଯାଏ ପକେଟ୍ ଖାଲି। ପ୍ରଥମେ ଫୋନ କଲ୍। ଆଉ ତା ପରେ ଋଣ କରାଇ ଦେବା ନାଁରେ କହି ଯୁବକଙ୍କୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି। ଯୁବକଙ୍କ ମଧ୍ୟରେ […]
ବ୍ରହ୍ମଗିରି : ଝିଙ୍କ ଉଦ୍ଧାର। ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍ ଅଁଳାକୁଦା ଗାଁରୁ ଏକ ଝିଙ୍କ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ଆଜି ସକାଳୁ ଅଂଳାକୁଦ ଗ୍ରାମବାସୀ ଜମିକୁ କାମ ପାଇଁ ଯାଇଥିବାବେଳେ ଝିଙ୍କଟିକୁ ଦେଖିଥିଲେ। ତେବେ କୁକୁର ଏହାକୁ ଆକ୍ରମଣ କରୁଥିବା ଦେଖି ଲୋକେ କୁକୁର କବଳରୁ ଝିଙ୍କଟିକୁ ବଂଚାଇ ଗାଁକୁ ନେଇଆସିଥିଲେ। ତେବେ ଆଣିବା ପରେ ଝିଙ୍କଟି ଜଣଙ୍କ ଘରେ ପଶି ଯିବାରୁ ଗାଁ ଲୋକେ ତାକୁ […]
ଭୁବନେଶ୍ୱର : ୮ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଧାରଣା। ରାଜ୍ୟ ଗଣଶିକ୍ଷକ ଓ ସହକାରୀ ମହାସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଚାକିରି ନିୟମିତ ସହ ଅନ୍ୟାନ୍ୟ ଦାବି ପାଇଁ ସଂଘ ଦାବି କରିଛି। ଏହି ଗଣଶିକ୍ଷକମାନେ ୨୦୦୮ରେ ନିଯୁକ୍ତି ପାଇଥିବାରୁ ଏମାନଙ୍କ ଲାଗି OTET ବ୍ୟବସ୍ଥା ଲାଗୁ ନ କରିବା ଲାଗି ସଂଘ ନିବେଦନ କରିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା […]
ଭୁବନେଶ୍ୱର : ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ହୋଇଛି ବିଧାନସଭା। ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଚାଲିଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଗୃହ ଭିତରେ ହୋହଲ୍ଲା କରିଥିଲେ। ଚାଷୀ ଓ ବେକାରୀ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବିରୋଧୀ। ସେହିପରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ପାଟିତୁଣ୍ଡ କରିଥିଲେ ଶାସକ ବିଜେଡିର ସଦସ୍ୟମାନେ। ଫଳରେ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି। ଏହାପରେ ଗୃହ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ […]
କୋଣାର୍କ : ୩ ଜଣଙ୍କୁ ଆଜୀବନ କାରାଦଣ୍ଡ। ବହୁଚର୍ଚ୍ଚିତ ଅସ୍ତରଙ୍ଗ ଥାନା ଦିନାଡିଆରେ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା। ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ। ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ୍ ଖାଁ , ରହିମଙ୍କ ପତ୍ନୀ ଆୟେଶା ବେଗମ୍ ଓ ମୃତ ଦୀନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ୨୦୧୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଦିନାଡିଆର ଅବସରପ୍ରାପ୍ତ ଡିଆଇ ଦିନବନ୍ଧୁ ମଲ୍ଲିକ, […]
ଭବାନୀପାଟଣା : ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ। ଏଭଳି ଅଭିଯୋଗ ଆଣି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି। ଆଜି ଭବାନୀପାଟଣା ସମାବେଶରେ ଯୋଗ ଦେଇ ରାହୁଲ୍ କହିଛନ୍ତି, ଚିଟ୍ଫଣ୍ଡ ଦୁର୍ନୀତିରେ ଥିବା ନବୀନ ସରକାର ମୋଦିଙ୍କ ଇସାରାରେ କାମ କରୁଛି। ମୋଦି ଯେତେବେଳେ ରିମୋର୍ଟ ଦବାନ୍ତି ତା ଅନୁସାରେ ନବୀନ କାମ କରନ୍ତି। ଭୁବନେଶ୍ୱର ସମାବେଶ ଭଳି ଆଜିର ସଭାରେ ବି କୃଷି ଋଣ […]
ଭୁବନେଶ୍ୱର : ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ଯୋଗେଶ ସିଂହ। ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ର ପୂବର୍ତନ ବିଧାୟକ ଯୋଗେଶ ସିଂହ। ବିଜେଡି ରାଜ୍ୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ବିଜେଡିରେ ସାମିଲ୍ ହୋଇଛନ୍ତି। ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗେଶ। ସୁନ୍ଦରଗଡ଼ର ବିକାଶକୁ ଆଧାର କରି ସେ ବିଜେଡିରେ ମିଶିଥିବା କହିଛନ୍ତି। ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ଅବସରରେ ଯୋଗେଶଙ୍କୁ ଦଳରେ ମିଶାଇ କଂଗ୍ରେସକୁ ଚେକ୍ […]
କେନ୍ଦ୍ରାପଡ଼ା : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ମିଳିଲାନି ଅନୁମତି। ତାଙ୍କ ହେଲିକପ୍ଟରକୁ କେନ୍ଦ୍ରାପଡ଼ାରେ ଓହ୍ଲାଇବା ପାଇଁ ଅନୁମତି ଦେଲାନି ପୁଲିସ୍। ମିଳିଥିବା ସୂଚନା ଅନୁସାରେ, ଆଜି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ବତୀଘର ଯିବାର ଥିଲା। ଏଥିପାଇଁ ତାଙ୍କ ହେଲିକପ୍ଟରକୁ ଅବତରଣ କରିବା ଲାଗି ଜମି ମାଲିକ ଆବଶ୍ୟକ ଅନୁମତି ଦେଇଥିଲେ। ଏହାସତ୍ତ୍ୱେ ହେଲିକପ୍ଟରକୁ ଓହ୍ଲାଇବା ପାଇଁ ଅନୁମତି ଦିଆଯାଇନାହିଁ ବୋଲି ବୈଜୟନ୍ତ ଟୁଇଟ୍ କରିଛନ୍ତି। ସେ ଅନୁମତି ପତ୍ର ସହ କେନ୍ଦ୍ରାପଡ଼ା […]
ଉଦଳା : ନବନିର୍ମାଣ ସଂଗଠନ ଚାଷୀ ସମାବେଶକୁ ଯୋଗ ଦେବାକୁ ଯାଉଥିବା ଚାଷୀଙ୍କୁ ମୟୁରଭଞ୍ଜ ଉଦଳାରେ ଅଟକ ରଖାଯାଇଛି। ଏହାର ପ୍ରତିବାଦରେ ଉଦଳା-ବାରିପଦା ରାସ୍ତାର କଲେଜ ଛକରେ ଅବରୋଧ କରିଛନ୍ତି ଶତାଧିକ ଚାଷୀ। ଏଥିଯୋଗୁଁ ଉଦଳା-ବାରିପଦା ମଧ୍ୟରେ ଯୋଗାଯୋଗ ପ୍ରଭାବିତ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ସେହିପରି ଯାଜପୁରରେ ମଧ୍ୟ ପୁଲିସ୍ କିଛି ଚାଷୀଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନରେ ବି ଚିଟ୍ଫଣ୍ଡ ତାତି। ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଧାୟକ। ବିରୋଧୀ ବିଜେପି ବିଧାୟକ ଗତକାଲି ଭଳି ଚିଟ୍ଫଣ୍ଡ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦଶର୍ନ କରିଛନ୍ତି। ଗୃହ ମଧ୍ୟ ଭାଗକୁ ଆସି ବିଜେପି ବିଧାୟକ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଚିଟଫଣ୍ଡ୍ ସଂପର୍କିତ ଲେଖାଥିବା ଗାଉନ୍ ପିନ୍ଧି ଦଳୀୟ ବିଧାୟକମାନେ ଗୃହ ମଧ୍ୟ ଭାଗରେ ଗର୍ଜନ କରିଛନ୍ତି। […]
କଳାହାଣ୍ଡି : ଆଜି କଂଗ୍ରେସକୁ ଫେରିବେ ପୂର୍ବତନ ସାଂସଦ ସୁବାସ ନାୟକ। ଦଳ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ୍ ହେବେ। ସୁବାସଙ୍କ ବାସଭବନକୁ ଯାଇ ଆଜି ଏନେଇ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା। ସୁବାସ ୧୯୯୧ମସିହା ନିର୍ବାଚନରେ କଂଗ୍ରେସ ଟିକେଟରେ କଳାହାଣ୍ଡିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଗତ […]
ଭୁବନେଶ୍ୱର : ଆଜି ବିଜେଡିରେ ସାମିଲ ହୋଇପାରନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦାନ କରିବେ। ଏନେଇ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ ଯୋଗେଶ। ଗତ ୨ ତାରିଖରେ ଯୋଗେଶ ପ୍ରସଙ୍ଗରେ ବିଜେଡି କର୍ମୀଙ୍କୁ ମନାଇବା ଲାଗି ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ଘରେ ଏକ ବୈଠକ ବସିଥିଲା। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ […]
ଭୁବନେଶ୍ୱର : ଆଜି ରାଜଧାନୀରେ ପୁଣି ଗର୍ଜିବ ନବନିର୍ମାଣ କୃଷକ ସଂଗଠନ। କୃଷକଙ୍କ ହକ୍ ନେଇ ନବ ନିର୍ମାଣ ସଂଗଠନ ପକ୍ଷରୁ ବିଶାଳ ସମାବେଶର ଡାକରା ଦିଆଯାଇଛି। ଏଥିପାଇଁ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି ଶତାଧିକ ଚାଷୀ। ଏପଟେ ସମାବେଶ ଭଣ୍ଡୁର ପାଇଁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ସଂଗଠନର ନେତା ସଂଘର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସମାବେଶ କରାଇ ନଦେବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ସମାବେଶକୁ ଆସୁଥିବା କୃଷକଙ୍କୁ ଅଟକାଉଛି। […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଜୁନାନି ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜୁନାନି ଗାଁ ନିକଟ ଏନ୍ଏଚ୍ ୩୫୩ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଛ ମିନି ଟ୍ରକ୍। ଫଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଉପରପିଟା ଗାଁରୁ କଣ୍ଟାବାଞ୍ଜିକୁ ଦାଦନ ଖଟି ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ନାଗପୁରରୁ ସ୍ୱତନ୍ତ୍ର ବିମାନରେ ବାହାରି ଗଡ଼କରୀ ଦିନ ୧୦ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏଠାରୁ ସିଧା ହେଲିକପ୍ଟରରେ କାମାକ୍ଷାନଗର ଯାଇ NH ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ପାରାଦୀପ ଓ କାମାକ୍ଷାନଗରରେ ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଭୁବନେଶ୍ୱରରେ ‘ଭାରତ […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ହେଭିୱେଟ୍ ନେତା। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ପଶ୍ଚିମ ଓଡ଼ିଶାର ୨ପ୍ରମୁଖ ସ୍ଥାନ ଭବାନୀପାଟଣା ଓ ରାଉରକେଲାରେ ଜୋରଦାର ପ୍ରସ୍ତୁତି। ୧୨ ଦିନ ଭିତରେ ତାଙ୍କର ଦୁଇ ଦୁଇ ଥର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୁରା ଜୋସ୍ରେ। ଏଥର ରାହୁଲଙ୍କ ଫୋକ୍ସରେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଭୋଟ୍ ବ୍ୟାଙ୍କ୍। ୨୦୧୦ ମସିହାରେ ନିୟମଗିରି ଆନ୍ଦୋଳନରେ ନିଜକୁ ଆଦିବାସୀଙ୍କ ସିପାହୀ କହି ସାମିଲ […]