• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cctv-2
ରାଜଧାନୀରେ ବଢୁଛି ଗୁଣ୍ଡାରାଜ ; ସିସିଟିଭିରେ କଏଦ୍‌ ଭିଜୁଆଲ୍‌

ଭୁବନେଶ୍ୱର : ରାଜଧାନୀରେ ବଢୁଛି ଅପରାଧ। ସଂଗଠିତ ଅପରାଧର ଚିତ୍ର କଏଦ ହୋଇଛି ସିସିଟିଭିରେ। ଥାନାରେ ଅଭିଯୋଗ ହୋଇଛି ହେଲେ। ଦୁର୍ବୃତ୍ତଙ୍କ ଟେର ପାଉନି କମିଶନରେଟ୍ ପୁଲିସ। ଭୁବନେଶ୍ୱରର ୩ଟି ସ୍ଥାନରେ ଘଟିଥିବା ଅପରାଧର ସିସିଟିଭି ଫୁଟେଜ୍‌ରୁ ପୁଲିସ୍‌ର ନଜରକୁ ଆସିଛି କିଛି ଘଟଣା। ଜାଗମରାସ୍ଥିତ ଏକ ଟ୍ରାଭେଲ ଏଜେନ୍ସି ଭିତରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ। ମଦ୍ୟପାନ କରି ଗାଳି ଗୁଲଜ କରିବାକୁ ବିରୋଧ କରିବାରୁ ଟ୍ରାଭେଲ ଏଜେନ୍‌ସି କର୍ମଚାରୀଙ୍କୁ ଅଫିସ୍ ଭିତରେ ପଶି […]

  • Friday, 16 July 2021
naveen
୨ ଓଡ଼ିଆ ସହିଦ୍‌ଙ୍କ ପରିବାରଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨ ଓଡ଼ିଆ ସହିଦ୍‌ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସହିଦ୍‌ଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ସହିଦ୍‌ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଏବଂ ସହିଦ୍‌ଙ୍କ ମା’ ଓ ପତ୍ନୀଙ୍କ ସହ ମଧ୍ୟ ଟେଲିଫୋନ୍‌ରେ କଥା ହୋଇଛନ୍ତି ନବୀନ। ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦ୍‌ଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି।

  • Friday, 16 July 2021
congress screening
ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଆସନ୍ତା ୨୫ ସୁଦ୍ଧା କଂଗ୍ରେସର ବିଧାନସଭା ଓ ଲୋକସଭା ସମସ୍ତ ପ୍ରାର୍ଥୀ ତାଲିକା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସିଙ୍କୁ ଦିଆଯିବ। କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ଭି.ଡି ସାଥିସାନ୍ ଏହି ସୂଚନା  ଦେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ ବୋଲି ସେ କହିଛନ୍ତି। ସେହିପରି ସ୍କ୍ରିନିଂ କମିଟିର ଅନ୍ୟତମ ସଦସ୍ୟ ନୌସାଦ୍ ସୋଲାଙ୍କି […]

  • Friday, 16 July 2021
yoga3
ବାହାଦୁଲ୍‌ ନଗର ଯୁବ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭଣ୍ଡାରୀ ପୋଖରୀ  : ଗତ ଶନିବର ଦିନ ଭଣ୍ଡାରୀ ପୋଖରୀ ବ୍ଲକ୍‌ ଅନ୍ତର୍ଗତ ସାନ ଶାସନ ପଞ୍ଚାୟତ ବାହାଦୂଲ ନଗରର ଯୁବ ସଂଗଠକ ପକ୍ଷରୁ ,ରକ୍ତଦାନ ଶିବିର ଗ୍ରାମ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳୀ ଯୁବ ଭାରତର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ପିତାମ୍ବର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ଶିବିରକୁ ଭଦ୍ରକ ଅତିରିକ୍ତ ଏସ୍‌ପି  ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପରିଡ଼ା ଉଦ୍‌ଘାଟନ କରିଥିଲେ। ଭଦ୍ରକ ବ୍ଲଡ୍‌ ବ୍ୟାଙ୍କ୍‌ ପକ୍ଷରୁ ଶ୍ରୀ ରବି ନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳ […]

  • Friday, 16 July 2021
peetha --1
‘ପିଠା’ କାର୍ଯ୍ୟକ୍ରମ ବେଳେ ଫାୟାରିଂ

ବିନିକା : ବିନିକା ଡୁଙ୍ଗୁରୀପାଲିରେ ‘ପିଠା’ କାର୍ଯ୍ୟକ୍ରମ ବେଳେ ଫାଙ୍କା ଗୁଳି ଚାଳନା। ‘ପିଠା’ ଶିବିରରେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଅଚିହ୍ନା ଯୁବକ ଚମ୍ପଟ। ମିଳିଥିବା ସୂଚନା ଅନୁସାରେ, ରାଜୀବ ଭବନରେ ଚାଲିଥିଲା ‘ପିଠା’ କାର୍ଯ୍ୟକ୍ରମ। ତା ଭିତରକୁ ପଶି ଆସିଥିଲା ଏହି ଯୁବକ ଜଣକ। ଏହି ଯୁବକ ଲୋକଙ୍କୁ ଅସୌଜନ୍ୟ ବ୍ୟବହାର କରିବାରୁ ପ୍ରତିବାଦ କରିଥିଲେ ଲୋକେ। ଲୋକଙ୍କୁ ଡ଼ରାଇବାକୁ ପିସ୍ତଲରୁ ଫାଙ୍କା ଗୁଳି ଚଳାଇଥିଲା ସଂପୃକ୍ତ ଯୁବକ।

  • Friday, 16 July 2021
jundice
ବାଲୁଗାଁରେ ଜଣ୍ଡିସ୍ ଆତଙ୍କ

ନୟାଗଡ଼ : ନୟାଗଡ଼ ବାଲୁଗାଁରେ ଜଣ୍ଡିସ୍ ଆତଙ୍କ। ପ୍ରାୟ ୧୦ ଦିନ ହେଲାଣି ଗାଁରେ ୫୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ପିଇବା ଯୋଗୁ ଏହା ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁକୁ ଯୋଗାଣ ହେଉଥିବା ପାଣି ପାଇପ୍ ଅଧିକାଂଶ ସ୍ଥାନରେ ଫାଟି ଯାଇଛି। ସେହିପରି ଯେଉଁ ସ୍ଥାନରୁ ପାଣି ସପ୍ଲାଇ କରାଯାଉଛି, ସେଠାରେ ଦୂଷିତ ପାଣି ଜମା ହୋଇ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି […]

  • Friday, 16 July 2021
Capture
୭  ବର୍ଷର ଶିଶୁକୁ ୧୦ ଚେଙ୍କ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦାମଡ଼ାପଡା ଅଞ୍ଚଳରେ ପୁଣି ଚେଙ୍କ ଚିକିତ୍ସା ଘଟଣା ସାମ୍ନାକୁ ଆସିଛି। ଏପରି ଅନ୍ଧବିଶ୍ୱାସର ଶିକାର ହୋଇ ଜଣେ ୭ ବର୍ଷର ପିଲା ଗୁରୁତର ହୋଇପଡ଼ିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୧୦ଟି ଚେଙ୍କ ଚିହ୍ନ ରହିଛି । କିଛି ଦିନ ପୂର୍ବେ ଅସୁସ୍ଥ ହୋଇପଡିଥିବା ଶିଶୁକୁ ପରିବାର ଲୋକେ ଡାକ୍ତର ନ ଦେଖାଇ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଥିଲେ।  ସେଠାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହାପରେ  ଅବସ୍ଥା ଗୁରୁତର […]

  • Friday, 16 July 2021
hanging death
ଘର ଭିତରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା  : ଖୋର୍ଦ୍ଧା ଜଟଣୀ ଥାନା ଅଞ୍ଚଳରେ ଲଜ୍ଜା। ନବମଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର। ତେବେ ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି। ପଡ଼ୋଶୀ ଭଡ଼ାଟିଆ ଜଣେ ଯୁବକ ଦୁଷ୍କର୍ମ ପରେ ମାରି ଝୁଲାଇ ଦେଇଥିବା ସେ  ଅଭିଯୋଗ କରିଛନ୍ତି। ଏନେଇ ଜଟଣୀ ଥାନାରେ ଅଭିଯୋଗ ପରେ ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

  • Friday, 16 July 2021
bhadrak
ଝୁଲନ୍ତା ଅବସ୍ଥାରେ ସାନ ଭଉଣୀର ମୃତଦେହ ଉଦ୍ଧାର ,ବିଷ ପିଇ ବଡ଼ ଭଉଣୀ ଗୁରୁତର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଅଭାବନୀୟ ଘଟଣା। ଗାଁର ଲକ୍ଷ୍ମୀଧର ଦାସଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବାପା, ମା’ଙ୍କ ଅନୁପସ୍ଥିତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସର ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସାନ ଭଉଣୀ ରୂପା ଦାସ […]

  • Friday, 16 July 2021
nav
ବିଜୁ ଯୁବ ବାହିନୀ ଆଞ୍ଚଳିକ ଯୁବ ସମାବେଶରେ ଯୋଗଦେଲେ ନବୀନ

କନ୍ଧମାଳ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ନବୀନ ଆଜି ଏହି ଜିଲ୍ଲା ପାଇଁ ମୋଟ ୨୫୦ କୋଟିର ଭିନ୍ନ ଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହାସହ କନ୍ଧମାଳ ଷ୍ଟାଡିୟମ୍‌ରେ ଆୟୋଜିତ ବିଜୁ ଯୁବ ବାହିନୀର ଆଞ୍ଚଳିକ ଯୁବ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ, କନ୍ଧମାଳ, ଗଜପତି, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜୁ ବାହିନୀର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ […]

  • Friday, 16 July 2021
rape
ଖାକିରେ ଲାଗିଲା କଳଙ୍କ ; ଥାନା ଏଏସ୍ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ବରଗଡ଼ : ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପଦାକୁ ଆସିଛି ଏମିତି ଏକ କଦର୍ଯ୍ୟ ମାନସିକତାର ଚିତ୍ର। ଜଣେ ଥାନା ଏଏସ୍ଆଇ ଓ ଆଉ ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଉଭୟ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ,ନାବାଳିକା ଜଣକ ଟ୍ୟୁସନ୍‌ ସାରି ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ପରେ ଉଭୟ ଏଏସ୍ଆଇ ଓ ଯୁବକ ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ କରିଥିବା ସୋହେଲା ଥାନାରେ ପୀଡ଼ିତାଙ୍କ […]

  • Friday, 16 July 2021
jogesh-kusum
ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ

ସୁନ୍ଦରଗଡ଼ : ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ ବିଜେଡି ନେତ୍ରୀ କୁସୁମ୍ ଟେଟେଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ ବିବାଦ। ଉଭୟେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ୬ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ସିଂ ବିଜେଡିରେ ସାମିଲ ହେବା ପରେ ୮ତାରିଖରେ ସୁନ୍ଦରଗଡ଼ରେ ବାଇକ୍ ରାଲି ସହ ବାଣ ଫୁଟାଇ ରାଲି କରିଥିଲେ। ହେଲେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ତଥା ସ୍ୱତନ୍ତ୍ର ଉନ୍ନୟନ […]

  • Friday, 16 July 2021
pension
ଅସହାୟଙ୍କ ଭତ୍ତା ଟଙ୍କା ଚଳୁ କରିଦେଲେ ସରକାରୀ ବାବୁ !

ଭୁବନେଶ୍ୱର :  ଭତ୍ତା ଟଙ୍କା ଚଳୁ କରିନେଲେ ସରକାରୀ ବାବୁ। ବିଧବା, ବୃଦ୍ଧ, ଭିନ୍ନକ୍ଷମ କେହି ବି ବାଦ୍‌ ପଡିଲେନି। ଗୋଟିଏ ବର୍ଷର ହିସାବ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାର ମୁଖା ଖୋଲିଛି। ୨୦୧୭- ୧୮ ବର୍ଷ ପାଇଁ ହୋଇଥିବା ଲୋକାଲ୍ ଫଣ୍ଡ ଅଡିଟ୍‌ର ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ବ୍ଲକ୍‌ ସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଛି।  ବ୍ଲକସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଥିବାର ଏ ତଥ୍ୟରୁ ଜଣାପଡ଼େ।୨୦୧୬-୧୭ ମସିହାରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା […]

  • Friday, 16 July 2021
police
କମିଶନରେଟ୍‌ ପୁଲିସ୍‌ର ଆପୋଷ ଯୋଜନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ସହ ପୁଲିସ୍‌ର ସଂପର୍କ ଯୋଡିବାକୁ ପ୍ରୟାସ। କମିଶନରେଟ୍‌ ପୁଲିସ୍‌ ଦ୍ୱାରା ଆରମ୍ଭ ହେବାକୁ ଯାଉଛି ଆପୋଷ ଯୋଜନା କାର୍ଯ୍ୟକ୍ରମ। ଏଥିରେ ସାମିଲ ହେବେ ବସ୍ତି ଅଂଚଳରେ ରହୁଥିବା ଯୁବକ ଓ କିଶୋର। ବସ୍ତି ଅଂଚଳରେ ଅପରାଧ ରୋକିବା, ଅପରାଧୀଙ୍କ ସଂପର୍କରେ ସୂଚନା ଦେବା, ବସ୍ତିବାସିନ୍ଦାଙ୍କ ସହ ସଂପର୍କ ଯୋଡିବା ଉଦ୍ଦେଶ୍ୟରେ ଏହି ଯୋଜନା କାମ କରିବ। ଏଥିରେ ବସ୍ତିରେ ଥିବା ବିଭିନ୍ନ କ୍ଲବ୍ ମାନଙ୍କୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେବା ସହ […]

  • Friday, 16 July 2021
chain----2
ମାନସିକ ବିକାରଗ୍ରସ୍ତ ପୁଅକୁ ଚେନ୍‌ରେ ବାନ୍ଧିଛନ୍ତି ପରିବାର ଲୋକ

ଢେଙ୍କାନାଳ : ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି। ୩ ବର୍ଷ ତଳେ ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା କରିଥିଲେ। କିନ୍ତୁ ପୁଅର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇନଥିଲା। ଅକ୍ଷୟଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଅଧିକ ଚିକିତ୍ସା କରି ପାରିନଥିଲେ। ଫଳରେ […]

  • Friday, 16 July 2021
ratha lkatha
ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି

ପୁରୀ : ବସନ୍ତ ପଞ୍ଚମୀ ଅବସରରେ ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବ। ପୁରୋହିତମାନେ ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିବେ। ପବିତ୍ର ଅକ୍ଷୟ ତୃତୀୟା ଭିତରେ ଆବଶ୍ୟକ କାଠ ପହଞ୍ଚିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।  

  • Friday, 16 July 2021
bjd
ବିଜେପିର ପ୍ରତିଶ୍ରୁତି ନୁହେଁ, ପ୍ରତାରଣା ସମାବେଶ : ବିଜେଡି

ଭୁବନେଶ୍ୱର : ବିଜେପି ଗତକାଲି କରିଥିବା ପ୍ରତିଶ୍ରୁତି ସମାବେଶକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ଦଳର ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସବର୍ମା। ସେ ଅଭିଯୋଗ କରିଛନ୍ତି, ବିଜେପିର ପ୍ରତିଶ୍ରୁତି ନୁହେଁ, ଏହା ପୁଣି ଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ। ଏହି ଅବସରରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛି।  ୨୦୧୪ମସିହାରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିଲେ ବି ୫ ବର୍ଷ ପରେ ବି ତାହା […]

  • Friday, 16 July 2021
loot3
ନିଜକୁ CBI କହି ସୁରକ୍ଷା ଦେବା ଆଳରେ ୭ ଭରି ଅଳଙ୍କାର ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭିନବ ଉପାୟରେ ଲୁଟ୍। ନିଜକୁ ସିବିଆଇ ଅଧିକାରୀ କହି ଦମ୍ପତିଙ୍କଠାରୁ ଲୁଟିଲେ ସୁନା ଅଳଙ୍କାର। ମିଳିଥିବା ସୂଚନା ମୁତାବକ, ଭାସ୍କର ପାତ୍ର ଓ ତାଙ୍କ ପତ୍ନୀ କେ. ରାଜକୁମାରୀ ପାତ୍ର ଏକ ବାହାଘରରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ବୈଦ୍ୟନାଥପୁର ଥାନା ଜୟପ୍ରକାଶ ନଗର ମୁଖ୍ୟ ରାସ୍ତାରେ ଯାଉଥିବାବେଳେ ୩ ଜଣ ଯୁବକ ପ୍ରଥମେ ଅଟକାଇଥିଲେ। ରାସ୍ତାରେ କାହିଁକି ଏତେ ପରିମାଣର ଅଳଙ୍କାର ପିନ୍ଧି ଯାଉଛ ବୋଲି କହି ବୃଦ୍ଧାଙ୍କ ବେକରୁ […]

  • Friday, 16 July 2021
mahanadi
ମହାନଦୀ ଜଳ ବିବାଦ : ଆପୋଷ ସମାଧାନ କରିବାକୁ ଦୁଇ ରାଜ୍ୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ / ଭୁବନେଶ୍ୱର :  ମହାନଦୀ ଜଳ ବିବାଦରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆପୋଷ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରସ୍ତାବ ଦେଇଛନ୍ତି ମହାନଦୀ ଟ୍ରିବ୍ୟୁନାଲ। ଉଭୟ ପକ୍ଷର ବୈଷୟିକ ଟିମ୍ ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଯଦି ଏହା ନ ହୁଏ, ତେବେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ। ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ କରି ଦାବି କରିଥିଲା ଯେ, ଅଣ ମୌସୁମୀ ସମୟରେ ରାଜ୍ୟକୁ […]

  • Friday, 16 July 2021
odishaAssembly
IAS ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର : ୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଭୁବନେଶ୍ୱର ମହାନଗର ନିଗମ କମିଶନର। ବିଏମ୍‌ସି କମିଶନର ଥିବା ଶୁଭମ୍ ସାକ୍‌ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାପାଳ ଅନୀଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭାବେ ବଦଳି କରାଯାଇଥିବାବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ହେଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ। ଜଗତସିଂପୁର ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କୁ ସ୍ୱାସ୍ଥ୍ୟ […]

  • Friday, 16 July 2021
bus stand baramunda
ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲୁଟ୍

ଭୁବନେଶ୍ୱର :  ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲୁଟ୍। ବସ୍ ଭିତରୁ ଜଣେ ଯାତ୍ରୀଙ୍କ ପାଖରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି। ବସ୍ ଭିତରେ ପଶି ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଛନ୍ତି ବାଇକ୍‌ରେ ଆସିଥିବା ଏକ ଲୁଟେରା ଗ୍ୟାଙ୍ଗ୍। କୃଷ୍ଣଚନ୍ଦ୍ର ସାହୁ ନାମକ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି। କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ବେଗୁନିଆରୁ କଟକ ଯିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଟ୍‌ର ଶିକାର ହୋଇଥିଲେ। ଲୁଟ୍ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ […]

  • Friday, 16 July 2021
dum
କେନ୍ଦ୍ରୀୟ ନେତାଙ୍କ ଗସ୍ତରେ ସରଗରମ ରାଜ୍ୟ ନିର୍ବାଚନୀ ପାଣିପାଗ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଏବେଠୁ ଜୋରଦାର ହେଲାଣି ରାଜନୈତିକ ଦଳଙ୍କ ଅଙ୍କ କଷା। ଓଡ଼ିଶା ଜୟ ଲାଗି ପଣ କରିଥିବା ବିଜେପି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାର। ଦୁଇ ଦଳର କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୈତିକ ପାଣିପାଗକୁ  ଉଷ୍ଣ କରିଛି। ପୁରୀ ଓ ସାଲେପୁରରେ ଅମିତ୍‌ ଶାହ, କାମାକ୍ଷାନଗର ଓ ପାରାଦୀପରେ ନୀତୀନ ଗଡ଼କରୀ, ଆଉ ଆଜି କେନ୍ଦୁଝରରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଗଲା […]

  • Friday, 16 July 2021
state assembly
ସରିଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର :  ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରର ଏହା ଥିଲା ଶେଷ ଅଧିବେଶନ। ଗତ ୪ ତାରିଖରେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ସହ ଆରମ୍ଭ ହୋଇଥିବା ଏହି ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି। ବଡ଼ କଥା ହେଲା ଏ ଅଧିବେଶନର କୌଣସି ଗୋଟିଏ ବି ଦିନ ସୁରୁଖୁରରେ ଚାଲିପାରି ନାହିଁ।  ଶେଷ ଅଧିବେଶନରେ ଚାଷୀ, ଚିଟ୍‌ଫଣ୍ଡ ଓ […]

  • Friday, 16 July 2021
12
ବିଧାନସଭା ବଜେଟ୍ ଅଧିବେଶନରେ ଚାଷୀ ଓ ନିଯୁକ୍ତି ତାତି

ଭୁବନେଶ୍ୱର :  ବିଧାନସଭା ବଜେଟ୍ ଅଧିବେଶନରେ ଲଗାତାର ୪ଦିନ ଧରି ପ୍ରଶ୍ନକାଳରେ ସମାନ ଚିତ୍ର। ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ। ହେଲେ ଆଜି କିନ୍ତୁ ବିରୋଧୀଙ୍କୁ ଟକ୍କର ଦେବାକୁ ଶାସକ ବିଧାୟକ ଅସ୍ତ୍ର କରିଥିଲେ ବେରୋଜଗାରୀକୁ। ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ଦେଇଥିଲେ ସ୍ଲୋଗାନ। ଆଉ ବିରୋଧୀ ବି ନିଯୁକ୍ତି ଓ ବିଜେପି ବିକ୍ଷୋଭ ବେଳେ ପୁଲିସ୍ ଜୁଲମ୍ ତଥା ଚାଷୀ ପ୍ରସଙ୍ଗକୁ ନେଇ ତମ୍ବିତୋଫାନ କରିଥିଲେ। ମାତ୍ର ୧ ମିନିଟ୍ ପରେ ଗୃହକୁ […]

  • Friday, 16 July 2021
youth arrest
ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଜଣେ ଯୁବକ ଗିରଫ

ସମ୍ବଲପୁର  : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଜଣେ ଯୁବକ ଗିରଫ। ଅଭିଯୁକ୍ତ ହେଲେ ବୁର୍ଲାର ପ୍ରଭାସ ପୃଷେଠ। ୟୁଥ୍ ଏଗେନ୍‌ଷ୍ଟେ କରପ୍ସନ ଅଭିଯାନ ନାଁରେ ସେ ଫେସ୍‌ବୁକ୍‌ରେ ସମାଲୋଚନା କରିଥିଲେ। ଏହାକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରଭାସଙ୍କ ନାଁ ରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ତେଣୁ ତାଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫଦାରିକୁ ବିରୋଧ କରି ଅଭିଯୁକ୍ତ ପ୍ରଭାସ ଅନଶନ କରିଛନ୍ତି। […]

  • Friday, 16 July 2021