• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mini marathon
ବିଜୁଙ୍କ ସ୍ମୃତିରେ ରାଜଧାନୀରେ ମିନି ମାରାଥନ

ଭୁବନେଶ୍ୱର :  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ମିନି ମାରାଥନ ଆୟୋଜନ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସକାଳ ୭ଟାରେ ବିମାନବନ୍ଦର ପାଖ ବିଜୁ ପଟ୍ଟନାୟକ ଛକରୁ ମାରାଥନ ଆରମ୍ଭ ହୋଇ ଶିଶୁ ଭବନ, ରାଜମହଲ, ଏଜି ସ୍କୋୟାର, ରାଜଭବନ, ପାଓ୍ୱାର ହାଉସ ଛକ ହୋଇ କଳିଙ୍ଗ ଷ୍ଟାଡିଅମ ଯାଏ ଚାଲିଥିଲା ମିନି ମାରାଥନ। ସୂଚନା ଅନୁସାରେ, ଏଥିରେ […]

  • Friday, 16 July 2021
bjd
ଆଜିଠୁ ବିଜେଡି ଆରମ୍ଭ କରିବ 'ଘରେ ଘରେ ଶଙ୍ଖ ଅଭିଯାନ'

ଭୁବନେଶ୍ୱର :  ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ରାଜ୍ୟରେ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ସେପଟେ ଆଜିଠୁ ବିଜେଡି ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ପାଇଁ ଏହି ଅଭଯାନ ଆରମ୍ଭ କରିବ ଦଳ। ୧୯ ବର୍ଷ କ୍ଷମତାରେ ରହିବାପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା […]

  • Friday, 16 July 2021
scjhool
OMR ହଜିବା ଘଟଣାରେ ୨ ନିଲମ୍ବିତ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର ଓ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ  ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଆଜି ଏହି ଦୁଇ ଜଣଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦେଇଥିଲେ ସ୍ଥାନୀୟ ବିଇଓ। ଏଥି ସହ ପରୀକ୍ଷା କେନ୍ଦ୍ର ଅବଜର୍ଭର ଓ ଜଣେ ପିଅନଙ୍କ ନାଁରେ […]

  • Friday, 16 July 2021
madipa
ମହାଦୀପ ଦର୍ଶନ କଲେ ହଜାର ହଜାର ଭକ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ଉଠିଥିଲା ମହାଦୀପ। ଆଜି ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥିଲେ ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ଅପେକ୍ଷା କରିଥିଲେ ମହାଦୀପ ଦର୍ଶନକୁ। ମହାଦୀପ ଉଠିବା ପରେ ହଜାର ହଜାର ଭକ୍ତ ଏହାର ଦର୍ଶନ କରିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ […]

  • Friday, 16 July 2021
7
ହାଇୱା ତଳେ ଚାପି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

କୋଣାର୍କ ( ସଂଜୟ ପତି) : ପୁରୀ ଜିଲ୍ଲା କାକଟପୁର ରାସ୍ତା କଲରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ତଳେ ଚାପି ହୋଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମୃତକ ହେଲେ ଜଗନ୍ନାଥପୁରର ବାବୁଲି ବେହେରା। ଆହତ ପ୍ରକାଶ କାଣ୍ଡିଙ୍କୁ ଚାରି ଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ନିମାପଡ଼ା-କାକଟପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ […]

  • Friday, 16 July 2021
bjd
ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି

ଭୁବନେଶ୍ୱର :  ଆସନ୍ତାକାଲିଠୁ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି।  ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଏକ ଅଭିଯାନ ଆରମ୍ଭ କରିବ ବିଜୁ ଜନତା ଦଳ।  ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’। ନିର୍ବାଚନ ଇସ୍ତାହାର ପାଇଁ ୮୬ ଲକ୍ଷ ଘରେ ପହଞ୍ଚି ମତାମତ ସଂଗ୍ରହ କରାଯିବ।  ଏ ନେଇ ଆଜି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବିଜେଡି ନେତା ଅରୁଣ ସାହୁ ଓ ସସ୍ମିତ ପାତ୍ର।  […]

  • Friday, 16 July 2021
deadbody
ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ

କାମାକ୍ଷାନଗର ( ରାକେଶ ଦେହୁରୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ। କଙ୍କଡ଼ାହାଡ଼ ଥାନା ଆମ୍ବତଇଲା ଗାଁ ପାଖ ବିଲରେ ମହିଳାଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିରହିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ସେପଟେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Friday, 16 July 2021
blast
ରୋଷେଇ ସମୟରେ ଫାଟିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର

ଧର୍ମଗଡ଼ : ହାଣ୍ଡିଶାଳରେ ବିସ୍ଫୋରଣ। ରୋଷେଇ କରୁଥିବାବେଳେ ରନ୍ଧନଗ୍ୟାସ୍ ସିଲିଣ୍ଡର ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଟେମରୀ ଗାଁରେ। ଗାଁର ସୁକାନ୍ତି ପୁଟେଲ ନାମକ ଜଣେ ମହିଳା ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ। ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ପାଖରେ ଥିବା ତାଙ୍କ ୨୨ ବର୍ଷର ପୁଅ ସଂଜୀବଙ୍କ ମୃତ୍ୟୁ ହେବା ସହ ଘରର ଛାତ ଉଡ଼ିଯାଇ ନିଆଁ ଲାଗିଯାଇଥିଲା। […]

  • Friday, 16 July 2021
jail puri
ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା !

ପୁରୀ : ପୁରୀ-କୋଣାର୍କ ବେଳାମାର୍ଗର ଟିକନା ସ୍ଥିତ ପୁରୀ ଜିଲ୍ଲା କାରାଗାରରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ଶେଖ୍ ଆକବର ମେହେମୁଦ୍। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସରଧାପୁରରେ। ପୁଲିସର କହିବା କଥା, ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଛି। ଆଜି ମଧ୍ୟାହ୍ନରେ ଖାଇ ସାରିବା ପରେ ସେ ନିଜ କୋଠରୀ ନିକଟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍‌ କହିଛି। […]

  • Friday, 16 July 2021
cm
ପୌର କର୍ମଚାରୀଙ୍କ ଲାଗି ୭ମ ବେତନ କମିଶନ ଘୋଷଣା

ଭୁବନେଶ୍ୱର : ପୌର କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ ହାରରେ ଦରମା।  ରାଜ୍ୟର ପୌର କର୍ମଚାରୀଙ୍କ ଲାଗି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଘୋଷଣା ରାଜ୍ୟର ସବୁ ପୌରସଂସ୍ଥାରେ ଲାଗୁ ହେବ। ୨୦୧୬ମସିହା ଏପ୍ରିଲ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ କମିଶନ ହାରରେ ଦରମା ପାଇବେ ପୌର କର୍ମଚାରୀ। ରାଜ୍ୟ ନିଜ ପାଣ୍ଠିରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

  • Friday, 16 July 2021
well
ସରକାରଙ୍କ ଗଭୀର ନଳକୂପ ସେଚ ଯୋଜନା ବାଟବଣା

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ) : ଚାଷ ଜମିକୁ ପାଣି ମାଡ଼ିବ। ଭଲ ଫସଲ ହେବ। ଋଣ ଶୁଝି ହସଖୁସିରେ ପରିବାର ପ୍ରତିପୋଷଣ କରିବେ। ଏ ଆଶା ନେଇ ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚନ ଯୋଜନାରେ, କୋରାପୁଟ ମହାଦେଇପୁଟ ପଞ୍ଚାୟତର ଅନେକ ଚାଷୀ କୋରାପୁଟ ସ୍ଥିତ ୟୁନିୟନ ବ୍ୟାଙ୍କ୍‌ରେ ୧୦ହଜାର ଟଙ୍କା ଲେଖାଏଁ ବାନ୍ଧିଥିଲେ। ହେଲେ ଆଶା ରହିଗଲା ଆଶାରେ। ଆଜକୁ ଦେଢ଼ ବର୍ଷ ହେଲା ବୋର୍‌ୱେଲ ଖୋଲା  […]

  • Friday, 16 July 2021
medical
ପରକୀୟା ପ୍ରୀତିରୁ ହତ୍ୟା ଉଦ୍ୟମ

ମୋହନା : ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଅନ୍ୟ ଜଣେ ମହିଳା। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମହିଳା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି ଗାଁ ଲୋକେ। ଆହତ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ଅନୈତିକ ସଂପର୍କ ଥିବାରୁ ଏଭଳି ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ପୁଲିସ୍‌ ଅଧିକ ତଥ୍ୟ ଜାଣିବା […]

  • Friday, 16 July 2021
airport
ଭୁବନେଶ୍ୱର ବିମାନବନ୍ଦରରେ ବଢ଼ିବ ଯାତ୍ରୀ ପରିବହନ କ୍ଷମତା

ଭୁବନେଶ୍ୱର  : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବଢ଼ିବ ଯାତ୍ରୀ ପରିବହନ କ୍ଷମତା। ଆଗକୁ ଏହି ବିମାନବନ୍ଦରରେ ସମସ୍ତ ଆଧୁନିକୀକରଣ ସହ ଏହାର ଯାତ୍ରୀ ପରିବହନ କ୍ଷମତାକୁ ୩ ଗୁଣା ବୃଦ୍ଧି କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ସିହ୍ନା କହିଛନ୍ତି, ଏବେ ୩୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ଥିବା ବେଳେ ଆଗକୁ ଏହା ୯୦ ଲକ୍ଷ ହେବ। ଏଥିପାଇଁ ଆଉ ଏକ ନୂଆ ଟର୍ମିନାଲ ନିର୍ମାଣ […]

  • Friday, 16 July 2021
jayanta sinha
‘ଡବଲ ଇଞ୍ଜିନର ସରକାର ହେଲେ ଦ୍ରୁତ ବିକାଶ ହେବ’ : ଜୟନ୍ତ ସିହ୍ନା

ଭୁବନେଶ୍ୱର : ଡବଲ ଇଞ୍ଜିନର ସରକାର ହେଲେ ଦେଶ ଓ ରାଜ୍ୟର ଦ୍ରୁତ ବିକାଶ ହେବ। ସାଧାରଣ ଜନତାଙ୍କୁ ଶାସନ ବ୍ୟବସ୍ଥାରୁ ଅଧିକ ଫାଇଦା ମିଳିବ। ଓଡିଶା ଗସ୍ତରେ ଆସିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସିହ୍ନା କହିଛନ୍ତି ଯେତେବେଳେ ଉଭୟ ଦେଶ ଓ ରାଜ୍ୟରେ ଗୋଟିଏ ଦଳର ସରକାର ଚାଲେ, ସେତେବେଳେ ଲୋକେ ଶାସନ ଓ ପ୍ରଶାସନ ଠାରୁ ଅଧିକ […]

  • Friday, 16 July 2021
ଜଷ୍ଟିସ୍ ଅଜିତ୍ ସିଂହ ହେଲେ ରାଜ୍ୟର ପ୍ରଥମ ଲୋକାୟୁକ୍ତ

ଭୁବନେଶ୍ୱର : ଜଷ୍ଟିସ ଅଜିତ୍ ସିଂହ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୫ କାର୍ଯ୍ୟକ୍ଷମ ହେବାପରେ ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ମିଳିଛି। ଲୋକାୟୁକ୍ତ ଚୟନ କମିଟିର ସୁପାରିସ୍ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ଜଷ୍ଟିସ ସିଂହ ଗୌହ୍ୱାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ୧୯୫୬ ମସିହାରେ […]

  • Friday, 16 July 2021
vigilance
ରୁରାଲ ଲେବର ଇନ୍ସପେକ୍ଟର ଭିଜିଲାନ୍ସ ଦ୍ୱାରା ଗିରଫ

ରାଉରକେଲା : ବଣାଇ ଲେବର ଅଫିସ୍‌ରେ କାର୍ଯ୍ୟରତ ଅଶୋକ ଡୁଙ୍ଗଡୁଙ୍ଗ ଭିଜିଲାନ୍ସ ଦ୍ୱାରା ଗିରଫ। ଲେବର କାର୍ଡ କରାଇ ଦେବା ପାଇଁ ସେ ୬୫ ଜଣଙ୍କ ଠାରୁ ୫୦ ଟଙ୍କା ଲେଖାଏ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି। ଅଶୋକ ଡୁଙ୍ଗଡୁଙ୍ଗ ଏବେ ରୁରାଲ ଲେବର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ଆଜି ସନ୍ଧ୍ୟାରେ ସେ ସୁନ୍ଦରଗଡ଼ ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଦିଲୀପ କୁମାର ଲହେରୀଙ୍କ ଠାରୁ ୩ ହଜାର ୨ଶହ ୫୦ ଟଙ୍କା ଲାଞ୍ଚ ନେଉଥିବା […]

  • Friday, 16 July 2021
pankodhar
ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ

ପୁରୀ : ଶ୍ରୀକ୍ଷେତ୍ରରେ ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ ଆଦି ପାଦୁକ କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଆଜିର ପବିତ୍ର ତିଥିରେ ସେବାୟତ ଓ ଭକ୍ତ ଏକାକାର ହୋଇ ଏହି ପଙ୍କ ଉଦ୍ଧାର କରିଥିଲେ। ଫଳରେ ଆଜି ହିଁ ଗୋଟିଏ ଦିନ ଭକ୍ତ ମାନେ ଶ୍ରୀଲୋକନାଥଙ୍କ ଲିଙ୍ଗ ସମ୍ପୂର୍ଣ୍ଣ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଏହି ପବିତ୍ର ଅବସରରେ […]

  • Friday, 16 July 2021
electricity
ଅଘୋଷିତ ବିଦ୍ୟୁତ୍‌କାଟ ଓ ଲୋ ଭୋଲଟେଜ୍ ଯୋଗୁଁ ଲୋକେ ଅତିଷ୍ଠ

ଭଦ୍ରକ  : ଅଘୋଷିତ ବିଦ୍ୟୁତ୍‌ କାଟ ଓ କମ୍‌ ଭୋଲଟେଜ୍ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ୭ଟି ପଞ୍ଚାୟତବାସୀ। ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟକ୍ଷମ ହେଉନି ଷ୍ଟ୍ରକ୍‌ଚର। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ବାରମ୍ବାର ବିଦ୍ୟୁତ୍‌ କାଟ ଓ କମ୍‌ ଭୋଲଟେଜ୍ ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ବି ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏମିତି କି ଛାତ୍ରଛାତ୍ରୀମାନେ କମ୍‌ ଭୋଲଟେଜ୍ ଯୋଗୁଁ ପାଠପଢ଼ାରେ ଅସୁବିଧା […]

  • Friday, 16 July 2021
murder
ସାମାନ୍ୟ କଳହରୁ ହତ୍ୟାକାଣ୍ଡ ; ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ

ସମ୍ବଲପୁର : ସାମାନ୍ୟ କଳହରୁ ହତ୍ୟାକାଣ୍ଡ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲେଦିମଦୁଲି ଗାଁରେ ଏହି ଘଟଣା ଘଟିଛି। ସାମାନ୍ୟ ବଚସା ଯୋଗୁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ସେଥିରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାଟି ଗତକାଲି ରାତିରେ ଘଟିଥିବା ବେଳେ ଆଜି ଅଭିଯୁକ୍ତ ସ୍ୱାମୀ ଉପେନ୍ଦ୍ର ଦୀପ କୁଚିଣ୍ଡା ଥାନାରେ ଆତ୍ମସମର୍ପଣ କରିଥିଲେ। ପରେ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ଠେଙ୍ଗା ଜବତ କରି ମୃତଦେହକୁ ଜବତ କରିବା […]

  • Friday, 16 July 2021
rahul
୮ ତାରିଖରେ ଜୟପୁର ଆସିବେ ରାହୁଲ ଗାନ୍ଧି

ଜୟପୁର  : କଂଗ୍ରେସର ଫୋକ୍‌ସରେ ଓଡ଼ିଶା। ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର କସରତ କରୁଛି କଂଗ୍ରେସ। ଉପକୂଳ, ପଶ୍ଚିମ ଓଡ଼ିଶା ଗସ୍ତ ପରେ ଏବେ କଂଗ୍ରେସ ସଭାପତିଙ୍କ ଟାଗେର୍ଟରେ ଦକ୍ଷିଣ ଓଡ଼ିଶା। ଏହି ଧାରାରେ ଆସନ୍ତା ୮ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ରାହୁଲ। ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଗତକାଲି ଜୟପୁର ଜିଲ୍ଲା କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି […]

  • Friday, 16 July 2021
congress
କଂଗ୍ରେସ-ବାମ ଦଳ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର :  ନିର୍ବାଚନ ପୂର୍ବରୁ ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିବାକୁ କଂଗ୍ରେସର କସରତ। ଆସନ ଭାଗବଣ୍ଟ ନେଇ କଂଗ୍ରେସ ସହ ବାମଦଳଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ହୋଇଥିବା ବୈଠକରେ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ବିଭୁ ତରାଇଙ୍କ ସହ ବାମଦଳର ବହୁ ବରିଷ୍ଠ ନେତା ଆଲୋଚନା କରିଛନ୍ତି। ଆଜି ସିପିଆଇ ସହ କଂଗ୍ରେସର ବୈଠକ ଶେଷ ହୋଇଥିବାବେଳେ ଆସନ୍ତାକାଲି ସିପିଏମ୍ ସହ ବୈଠକ […]

  • Friday, 16 July 2021
representational image
ଢେଙ୍କାନାଳରୁ ମିଳିଲା ଦନ୍ତାହାତୀର ମୃତଦେହ

ଢେଙ୍କାନାଳ  : ଢେଙ୍କାନାଳ ମହାବୀର୍ ରୋଡ୍‌ ରେଞ୍ଜରୁ ମିଳିଲା ଦନ୍ତାହାତୀର ମୃତଦେହ। ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ପ୍ରାଣ ହରାଇଛି ଦନ୍ତାହାତୀ। କେନ୍ଦୁଝର ଜିଲ୍ଲାରୁ ଗତ କିଛି ମାସ ତଳେ ହାତୀଟି ଏହି ଅଞ୍ଚଳକୁ ଆସିଥିଲା। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଉଥିଲା। ତିନି ଦିନ ତଳେ ହାତୀଟି ଜଙ୍ଗଲ ନିକଟ ଏକ ବିଲ ମଝିରେ ପଡ଼ି ଯାଇଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସକ ପହଞ୍ଚି ଅସୁସ୍ଥ ହାତୀର […]

  • Friday, 16 July 2021
cm
ବଡ଼ଚଣାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର  : ଯାଜପୁର ବଡ଼ଚଣା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବଡ଼ଚଣା ବ୍ଲକ୍‌ର ଚଣ୍ଡିଖୋଲ ଠାରେ ପ୍ରାୟ ୫ଶହ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି  ଅବସରରେ ଆୟୋଜିତ ସାଧାରଣ ସଭାରେ ସେ  କାଳିଆ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରିବା ସହ କେନ୍ଦ୍ର ସରକାରଙ୍କ ପିଏମ୍‌ କିଶାନ ଯୋଜନାକୁ ସମାଲୋଚନା କରିଥିଲେ। ରାଜ୍ୟର ସବୁ ବର୍ଗର […]

  • Friday, 16 July 2021
gg
ଅଧାରାସ୍ତାରୁ ବରକୁ ଗିରଫ କଲା ପୁଲିସ୍‌

ଅସ୍ତରଙ୍ଗ : ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ପ୍ରତାରଣା। ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ କରିବାକୁ ଯିବା ବେଳେ ବରକୁ ଗିରଫ କଲା ପୁଲିସ୍‌। ପୁରୀ ଅସ୍ତରଙ୍ଗରୁ ଆସିଛି ଏହି ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ନାନକେରା ଗାଁର ହାପି କାଣ୍ଡି ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ କଥା ଜଣାପଡିବା ପରେ ବିବାହ କରାଇଦେବାକୁ ଉଭୟ ପରିବାର ସ୍ଥିର କରିଥିଲେ। ତେବେ ଗତକାଲି ହାପି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବା […]

  • Friday, 16 July 2021