ପାଟଣାଗଡ଼ (ବଂଶୀଧର ସେଠ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ପୁଲିସ ASI ସସ୍ପେଣ୍ଡ। ତାଙ୍କ ନାଁ ଅନାଦି ମଟାରି। ଗତକାଲି ପିଲାଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ ଏବଂ ଲକ୍ଷେଘର ଗଣ୍ଡ ସମାଜ। ତେବେ ଏହି ସମୟରେ ପୁଲିସ ଏଏସ୍ଆଇ ଅନାଦି ମଟାରୀ ନବଜାତ ଶିଶୁର ବାପାଙ୍କୁ ମାଡ଼ ମାରିଥିଲେ। ଏଥିରେ ନବଜାତ ଶିଶୁର ବାପା ଚେତା ହରାଇବା ସହ ମେଡିକାଲରେ […]
ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ) : କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଭାଗବତ ରାଉତ। ସେ ଆଜି ସକାଳେ ଘାଟରେ ଗାଧୋଉଥିଲେ। ଏହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ତେବେ କୁମ୍ଭୀର ସହ ଲଢି ସେ କୌଣସି ମତେ ନିଜକୁ ବଂଚାଇଥିବା ଜଣାପଡିଛି। ଭାଗବତଙ୍କୁ ପ୍ରଥମେ […]
ଉମରକୋଟ (କାର୍ତ୍ତିକ ମଲ୍ଲିକ୍) : ନବରଙ୍ଗପୁରର ଝରିଗାଁରେ ଅଭାବନୀୟ ଘଟଣା। ବାର୍ହା ଫାଶରେ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇପଡିଛନ୍ତି। ସୂଚନା ଅନୁସାରେ, ଝରିଗାଁ ବ୍ଲକ୍ ନାଗଯୋଡି ଗାଁରେ ବାର୍ହା ମାରିବା ପାଇଁ ବିଦ୍ୟୁତ୍ ତାର ବିଛା ଯାଇଥିଲା। କିନ୍ତୁ ଗତକାଲି ରାତିରେ ସେହି ରାସ୍ତାରେ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଜଲିଲା ହରିଜନ ଓ ଲକ୍ଷ୍ମୀ ହରିଜନ ଫାଶରେ ପଡିଯାଇଥିଲେ। ଜଲିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ୍ମୀଙ୍କୁ […]
ଜୟପୁର ( ଟି.ଗୌରୀ ଶଙ୍କର) : ଆସନ୍ତାକାଲି ଜୟପୁର ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କୋରାପୁଟ କଂଗ୍ରେସ। ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଓଡ଼ିଶାରେ ରାହୁଲ ଗାନ୍ଧି କଣ କହିବେ ତାକୁ ସମସ୍ତଙ୍କ ଅପେକ୍ଷା। ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜା ଠାରେ ଆୟୋଜିତ ହୋଇଛି ସଭାସ୍ଥଳ। ରାହୁଲଙ୍କ ଗସ୍ତ ନେଇ ଏସ୍ପିଜି ସଭାସ୍ଥଳରେ ତଦାରଖ କରିଛି। […]
ପାଟଣାଗଡ଼ (ବଂଶୀଧର ସେଠ୍) : ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ତେଜୁଛି ଅସନ୍ତୋଷ। ଦୀର୍ଘ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ହଟିଲା ଆନ୍ଦୋଳନ। ଚୋରି ହୋଇଥିବା ଶିଶୁକୁ ଉଦ୍ଧାର ସହ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ହଟିଛନ୍ତି ପରିବାର ଲୋକେ। ଗତକାଲି ପିଲାଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ ଏବଂ ଲକ୍ଷେ […]
ପାଟଣାଗଡ଼(ବଂଶୀଧର ସେଠ୍) : ପୁଣି ଶିଶୁ ଚୋରି ଅଭିଯୋଗ। ଆଖି ସାମନାରେ ମେଡିକାଲରୁ ନବଜାତ ଶିଶୁପୁତ୍ରକୁ ନେଇ ପଳାଇଲା ମହିଳା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମେଡିକାଲରୁ। ଗତ ରବିବାର ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡିଙ୍କ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଆଜି ସକାଳେ ଜଣେ ଅଚିହ୍ନା ମହିଳା ମେଡିକାଲକୁ ଆସି ଜୟନ୍ତୀଙ୍କୁ ସଂପର୍କୀୟ ବୋଲି ପରିଚୟ ଦେଇଥିଲେ। ଆଉ ନବଜାତ ପୁତ୍ରକୁ ଦେଖିବା ବାହାନାରେ ଧରିଥିଲେ। ତେବେ ହଠାତ୍ ସେ […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ହେଲେ ଏପଟେ ପରୀକ୍ଷା ହଲ୍ରୁ ଗାଏବ୍ ହେଲାଣି ସିସିଟିଭି। ଏମିତି ଏକ ଖବର ଆସିଛି ପୁରୀ ଜିଲ୍ଲା ସାତପଡ଼ାରୁ। ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ସାତପଡ଼ାର ଏକ +୨ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଗାଏବ ହୋଇଥିବା ଅଭିଯୋଗ ହୋଇଛି। ସାତପଡା ପଞ୍ଚାୟତ ଜୁନିଅର କଲେଜରୁ ୨ଟି ରୁମ୍ରୁ ୨ଟି ସିସିଟିଭି ଗାଏବ ହୋଇଛି। ଏନେଇ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ ହୋଇଛି। […]
ସାଲେପୁର ( ମନୋଜ ଆଚାର୍ଯ୍ୟ): ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପିସି ନେଉଛନ୍ତି। ମାହାଙ୍ଗାରେ ପିସି ନଦେଲେ କାମ ହେଉନି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା। ଗତକାଲି ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ବିକ୍ରମ ବର୍ମା କହିଛନ୍ତି, ଏଥର ପରିବର୍ତ୍ତନ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଉ ଥରେ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା ରଖିଛନ୍ତି। ସେପଟେ ବିକ୍ରମ […]
ଭୁବନେଶ୍ୱର( ନିରଞ୍ଜନ ରେଡ୍ଡୀ) : ବିଭିନ୍ନ ଦାବିରେ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ତରଫରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ବାସଭବନ ଆଗରେ ଧାରଣା। ୬ ମାସିଆ ଠିକା କର୍ମଚାରୀ ପରିବର୍ତ୍ତେ ୧୨ମାସ ଚାକିରି। ଅନ୍ୟ ବିଭାଗରେ ୬ବର୍ଷ ପରେ ନିୟମିତ କଲାଭଳି ନିୟମିତ କରିବା। ନିଯୁକ୍ତି ଓ ଯୋଗ୍ୟତା ଅନୁଯାୟୀ ବ୍ଳକ୍, ତହସିଲ ଓ ଓଟିଡିସିର ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି କରିବାକୁ ସଂଗଠନ ଦାବି କରିଛି। ଏହାସହ ସରକାରଙ୍କ ଖାଲି ପଡିଥିବା ଲଞ୍ଚ ଡ୍ରାଇଭର […]
ଭୁବନେଶ୍ୱର ( ନିରଞ୍ଜନ ରେଡ୍ଡୀ): ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଇଭିଏମ୍ ସଚେତନତା ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୫ଶହ ୫୫ଟି ଗାଁରେ ଇଭିଏମ୍ର ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରାଯିବ। ଏଥିପାଇଁ ପ୍ରାୟ ୩୪ଟି ଗାଡ଼ିକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ି ବିଭିନ୍ନ ଗାଁକୁ ଯାଇ ଇଭିଏମ୍ ସଂପର୍କରେ ଲୋକଙ୍କୁ ସଚେତନ କରିବ। ଏହାସହ ଭୋଟର ଭେରିଫାଇଡ୍ […]
ନୂଆପଡ଼ା( ମାୟାଧର ସରାଫ୍) : ନୂଆପଡ଼ା ବିଜେଡିକୁ ଶକ୍ତ ଧକ୍କା। ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ପାଢ଼ୀ ଏବଂ ତାଙ୍କ ସହ ମଧ୍ୟ ଇସ୍ତାଫା ଦେଇଛନ୍ତି ଛାତ୍ର ନେତା ହେମନ୍ତ କର ଓ ଅନ୍ୟ ବରିଷ୍ଠ ବିଜେଡି ନେତା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେମାନେ ସମସ୍ତେ ବିଜେପିରେ ମିଶିଛନ୍ତି। ବିଜେଡିରେ ଅଣଦେଖା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାରେ ପ୍ରଭାବିତ ହୋଇ ବିଜେଡି ଛାଡ଼ିଥିବା ଏମାନେ କହିଛନ୍ତି। ଆଗାମୀ […]
ଭୁବନେଶ୍ୱର : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଏହି ଘଟଣା ଘଟିଛି। ଗତକାଲି ଆଶୁତୋଷ ନଗର ଅଞ୍ଚଳରେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳାଙ୍କ ପରିବାର ଲୋକେ ପହଞ୍ଚିଥିଲେ। ତେବେ ପୁଲିସକୁ ଏ ସମ୍ପର୍କରେ ଶାଶୂ ଘର ଲୋକେ ଜଣାଇନଥିବା ସେମାନେ କହିଛନ୍ତି। ଗତ କିଛି ଦିନ ଧରି ଯୌତୁକକୁ ନେଇ ଶାଶୂ […]
ଭୁବନେଶ୍ୱର : ଆଜି ମାଟ୍ରିକ୍ରେ ହେବ ବିଜ୍ଞାନ ବିଷୟରେ ପରୀକ୍ଷା। ମାଟ୍ରିକ୍ ପରୀକ୍ଷାରେ କେବଳ ସଂସ୍କୃତ ବିଷୟକୁ ଛାଡିଦେଲେ ଆଉ ସମସ୍ତ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନିୟମିତତାରେ ସାମିଲ ଶିକ୍ଷକଙ୍କ ବିରୋଧରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ମାଲକାନଗିରି ପଡ଼ିଆ SSD ହାଇସ୍କୁଲରେ ଗଣିତ ପରୀକ୍ଷାର OMR ସିଟ୍ ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ପରୀକ୍ଷା ସେଣ୍ଟର […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକକୁ ନେଇ ବିଜେପିର କଡ଼ା ସମାଲୋଚନା। ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ୨୦୧୪ ମସିହାରେ ଘୋଷଣା କରିଥିବା ଇସ୍ତାହାର ପୂରଣ କରିବାରେ ଫେଲ୍ ମାରିଥିବା ସେ ଅଭିଯୋଗ କରିଛନ୍ତି। ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଗ୍ରାମାଞ୍ଚଳରେ ସ୍ୱଂୟ ସମ୍ପୂର୍ଣ୍ଣ ହସ୍ପିଟାଲ ପ୍ରତିଷ୍ଠା ନିର୍ମାଣ, ସବୁ ଜିଲ୍ଲାର ବ୍ଲକ୍ସ୍ତରରେ ରକ୍ତ ଭଣ୍ଡାର ଓ ଭ୍ରାମ୍ୟମାଣ ଡାକ୍ତରଖାନା […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍କାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ ତଥା ସାର୍ପ ସୁଟର୍ ବିଜୟ ନାୟକକୁ ଏନ୍କାଉଣ୍ଟର ହୋଇଛି। କେନ୍ଦ୍ରାପଡ଼ାର କଜଳ ନିକଟସ୍ଥ ଏନ୍ଏଚ୍-୫ ନିକଟରେ ହୋଇଛି ଏନ୍କାଉଣ୍ଟର। ଦୀର୍ଘ ବର୍ଷ ଧରି ନିଜ ପରିଚୟ ଲୁଚାଇ ପୁଲିସ୍କୁ ଚକ୍ମା ଦେଉଥିଲା ବିଜୟ। ତେବେ ଆଜି ସେ ଗୌରୀ ବରହମ୍ପୁରରେ ଥିବା ଘରକୁ ଆସୁଥିବା ବେଳେ ପୁଲିସକୁ ଏନେଇ ଖବର ମିଳିଥିଲା। କେନ୍ଦ୍ରାପଡ଼ା ସଦର ପୁଲିସ୍ ଓ ସ୍ପେଶାଲ୍ […]
ଭୁବନେଶ୍ୱର : ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୁଲିସ। ଏହି ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି କମିଶନରେଟ୍ ପୁଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଗୁଡିକ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଏହି ଘଟଣାରେ ସଂପୃକ୍ତ କାହାକୁ ଛଡାଯିବ ନାହିଁ ବୋଲି ପୁଣି ଥରେ କହିଛନ୍ତି ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି। ରବିବାର ରାତିରେ କିଛି ଦୁର୍ବୃତ୍ତ ସହିଦନଗର ଥାନା ଭିତରେ ପଶି ଏଏସ୍ଆଇ […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହାଇସ୍କୁଲରୁ ମାଟ୍ରିକ୍ ଗଣିତ OMR ସିଟ୍ ଗାଏବ ହେବା ଘଟଣାରେ ଆଉ ୨ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ପଡ଼ିଆ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସୁପାରିସ୍ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଜଳନ୍ଧର ବେହେରା ଓ ପ୍ରଭାକର ପାତ୍ରଙ୍କୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ଉପ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା। ଗତକାଲି ସ୍କୁଲରୁ ମାଟ୍ରିକ୍ ପରୀକ୍ଷାର ଗଣିତ ବିଷୟର […]
ଭୁବନେଶ୍ୱର : ମାଡ଼ ଖାଇ ବି ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଏତଲା ରୁଜୁ ହୋଇଛି। ହେଲେ ଘଟଣାର ୩୬ ଘଣ୍ଟା ପରେ ବି ଜଣେ ହେଲେ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ। ଗତକାଲି ଠାରୁ ସିସିଟିଭି ଫୁଟେଜ ପାଇ ତଦନ୍ତ କରୁଥିବା ପୁଲିସ କାହାକୁ ଗିରଫ କରି ପାରିନାହିଁ। ଅଭିଯୁକ୍ତମାନେ ଶାସକ ଦଳର ହୋଇଥିବାରୁ, ପୁଲିସ ନିଜ ଉପରେ ହୋଇଥିବା ଆକ୍ରମଣକୁ ବି ହଜମ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି। […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଓଟିଭି ସହ କଥା ହୋଇ ତଥାଗତ ଏନେଇ ସ୍ପଷ୍ଟ କରିଛନ୍ତି। ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡୁଛନ୍ତି ବୋଲି ତଥାଗତ କହିଛନ୍ତି। ସାମ୍ବାଦିକତା କର ଓ ଘରେ ରୁହ ବୋଲି ପୁଅ କହିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ସବୁ ସାମ୍ବାଦିକ ମୁଣ୍ଡ ବିକି ଦେଇଛନ୍ତି। ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକଙ୍କର […]
ମାଲକାନଗିରି( ଜିତେନ୍ଦ୍ର ବେଉରା): ସମ୍ବିଧାନ ବଞ୍ଚାଅ ଆହ୍ୱାନରେ ସମ୍ବିଧାନ ସୁରକ୍ଷା କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ପାଳନ ହେଉଛି। ମଞ୍ଚର ଡାକରାକୁ ସମର୍ଥନ କରି ମାଲକାନଗିରିରେ ବନ୍ଦ ପାଳନ ହୋଇଛି। ଫଳରେ ଜିଲ୍ଲାରେ ଜନଜୀବନ ଠପ୍ ହୋଇଛି। ସେହିପରି ନବରଙ୍ଗପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା […]
ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହୋଇଛି ମୃତଦେହ। ମୃତ ଛାତ୍ରୀ ହେଉଛନ୍ତି ସରୋଜିନୀ ଦାସ। ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା ଇଟାପଡ଼ା ଗାଁରେ। ସେ ପଟ୍ଟାମୁଣ୍ଡାଇ ରମାଦେବୀ ନର୍ସିଂ କଲେଜରେ ପାଠ ପଢୁଥିଲେ। ସେ ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଅନ୍ତର୍ଗତ ବେଲତଳ ଗାଁରେ ଭଡ଼ାରେ ରହୁଥିଲେ। ଗତକାଲି ରାତିରେ ପୁଲିସ ଖବର ପାଇ ଭଡ଼ା ଘରକୁ ଯାଇ ସରୋଜିନୀଙ୍କ […]
ଭୁବନେଶ୍ୱର : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଏ ନେଇ ସେ ଗତକାଲି ଅନୁଗୁଳରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଖୁବ୍ ଶୀଘ୍ର ସେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି। ସାମ୍ବାଦିକତାକୁ ପୁଣି ଗୁରୁତ୍ୱ ଦେବେ ବୋଲି ତଥାଗତ କହିଥିବା ସୂଚନା ମିଳିଛି। ତଥାଗତ ସତପଥୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ମିନି ମାରାଥନ ଆୟୋଜନ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସକାଳ ୭ଟାରେ ବିମାନବନ୍ଦର ପାଖ ବିଜୁ ପଟ୍ଟନାୟକ ଛକରୁ ମାରାଥନ ଆରମ୍ଭ ହୋଇ ଶିଶୁ ଭବନ, ରାଜମହଲ, ଏଜି ସ୍କୋୟାର, ରାଜଭବନ, ପାଓ୍ୱାର ହାଉସ ଛକ ହୋଇ କଳିଙ୍ଗ ଷ୍ଟାଡିଅମ ଯାଏ ଚାଲିଥିଲା ମିନି ମାରାଥନ। ସୂଚନା ଅନୁସାରେ, ଏଥିରେ […]
ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ରାଜ୍ୟରେ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ସେପଟେ ଆଜିଠୁ ବିଜେଡି ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ପାଇଁ ଏହି ଅଭଯାନ ଆରମ୍ଭ କରିବ ଦଳ। ୧୯ ବର୍ଷ କ୍ଷମତାରେ ରହିବାପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍ ଗଣିତ OMR ସିଟ୍ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର ଓ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଆଜି ଏହି ଦୁଇ ଜଣଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦେଇଥିଲେ ସ୍ଥାନୀୟ ବିଇଓ। ଏଥି ସହ ପରୀକ୍ଷା କେନ୍ଦ୍ର ଅବଜର୍ଭର ଓ ଜଣେ ପିଅନଙ୍କ ନାଁରେ […]