ଖୋର୍ଦ୍ଧା : ଚୋରା ପଥର ଖଣି ମାମଲାରେ ଖୋର୍ଦ୍ଧା ସଦର ଥାନାର ଆଇଆଇସି ବିକ୍ରମ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲ ଏସ୍ଟିଏଫ୍ରେ ହାଜର ହୋଇଛନ୍ତି। ଉଭୟଙ୍କୁ ଏଥିପାଇଁ ଆଗରୁ ନୋଟିସ୍ କରାଯାଇଥିଲା। ଖୋର୍ଦ୍ଧା ଅଞ୍ଚଳର ବେଆଇନ ପଥର ଖଣି ମାମଲାରେ ଚୋରା ବ୍ୟବସାୟୀଙ୍କ ସହିତ ଏମାନଙ୍କର କଣ ସଂପର୍କ ରହିଛି, ଚୋରା ପଥର କାରବାରରେ ଏମାନଙ୍କର କଣ ଭୂମିକା ଥିଲା, ତାର ଖୋଳତାଡ଼ କରିବ ଏସ୍ଟିଏଫ୍। ଆଗରୁ ବିକ୍ରମ ଜେନା ଓ ଶୁଭେନ୍ଦ୍ର ସାମଲଙ୍କ ଭୂମିକା […]
ପୁରୀ : ମାଲେସିଆ ଜାହାଜ ଜିନ୍ ୱାରୁ ତେଲ ଲିକ୍ ସମ୍ଭାବନା କମ୍ ରହିଛି। ପୁରୀ ଜିଲ୍ଲାପାଳ ସଂପୃକ୍ତ ମାଲେସୀୟ ଜାହାଜ ଉପରେ ନଜର ରଖିଛନ୍ତି। ଜାହାଜରୁ ତେଲ ଲିକ୍ ହେବା ସମ୍ଭାବନା କମ୍ ଥିବାବେଳେ ସେନେଇ SOPରେ କାମ କରୁଛୁ ବୋଲି କହିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ସିଡ଼ିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ବଙ୍ଗୋପସାଗରରେ ଥିବା ଜାହାଜଟି ଓଡ଼ିଶା ଜଳରାଶିରେ ଅଛି ବୋଲି ସୁଶାନ୍ତ କହିଛନ୍ତି। ପୂର୍ବରୁ ଜାହାଜ […]
ବଲାଙ୍ଗିର : କେନ୍ଦ୍ର ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା ବୈଠକ ପରେ ମୁହାଁମୁହିଁ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦଦେଓ ଏବଂ ବିଜେଡି ନେତା ଲଳିତ ନାୟକଙ୍କ ସମର୍ଥକ । ପରିସ୍ଥିତି ଏପରି ହେଲା କି କିଛି ସମୟ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି। ଆଜି ବନ୍ୟା କ୍ଷତିଗସ୍ତ ଅଞ୍ଚଳ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ। ଏହାପରେ ଏକ ସମୀକ୍ଷା ବୈଠକ ପରେ ଏପରି ତୁମୁଳକାଣ୍ଡ ଘଟିଛି। […]
ଭୁବନେଶ୍ୱର : ରାଜ୍ୟରେ ବଦଳିଲା ମେଡିକାଲ ଚୁକ୍ତି ପଲିସି। ମେଡିକାଲ ବଣ୍ଡ୍ ପଲିସି ଅନୁସାରେ ସରକାରୀ ମେଡିକାଲରେ ଯେଉଁମାନେ MBBS ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ। ପିଜି କୋର୍ସ କରୁଥିବା ମେଡିକାଲ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷ କାମ କରିବାକୁ ବାଧ୍ୟ। ଯଦି ସେମାନେ କାମ ନକରନ୍ତି ତାହାଲେ ଦେଢ କୋଟି ଟଙ୍କା ଦେବେ। ସେହିପରି ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀ […]
କଟକ : କଟକ ମୁଣ୍ଡଳୀରେ କମୁଛି ଜଳସ୍ତର। ଗତକାଲି ଯେତେ ପାଣି ପ୍ରବାହିତ ହେଉଥିଲା, ଆଜି ତାହା ପ୍ରାୟ ଅଧାକୁ ଖସି ଆସିଲାଣି । ଗତକାଲି ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୫୮ ହଜାର ୪୧୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ପ୍ରତି ଘଣ୍ଟାରେ ୮ ହଜାର କ୍ୟୁସେକ୍ ଜଳ କମୁଛି । କିନ୍ତୁ ହୀରାକୁଦରୁ ପାଣି ଆସିଲେ, ପୁଣି ଜଳସ୍ତର ବଢ଼ିବ। ଗତକାଲି […]
ଭୁବନେଶ୍ୱର : ପୁଣି ରାଜ୍ୟ ଶିକ୍ଷକ ଏବଂ କର୍ମଚାରୀଙ୍କ ଯୁଦ୍ଧଂ ଦେହି ଡାକରା। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ଦାବି ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜର ହଜାର ହଜାର ଶିକ୍ଷକ ଏବଂ କର୍ମଚାରୀ ମହାତ୍ମାଗାନ୍ଧୀ ମାର୍ଗରେ ଶୋଭାଯାତ୍ରା କରିବା ସହ ସମାବେଶ କରାଯାଇଛି। ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଛେଦ ସହ ପୂର୍ଣ୍ଣ ଅନୁଦାନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛି […]
ସମ୍ୱଲପୁର(ସଞ୍ଜୟ ଜେନା) : ଆଜି ହୀରାକୁଦ ଡ୍ୟାମର ୧୦ ଟି ଗେଟ୍ ବନ୍ଦ କରି ଦିଆଯାଇଛି। ଏବେ ଆଉ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ପ୍ରଥମେ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୬ଟି ଗେଟ ଖୋଲାଯାଇଥିଲା। ଏହାପରେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ତେବେ ଗତ ବୁଧବାର ଦିନ ସାଢ଼େ ଏଗାରଟା ବେଳେ ହୀରାକୁଦ ଡ୍ୟାମର ଗୋଟିଏ ଗେଟ୍ […]
ଭୁବନେଶ୍ୱର : ବରିଷ୍ଠ IAS ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚର ବରିଷ୍ଠ IAS ହେଉଛନ୍ତି ଗଗନ ଧଳ। ସେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ,ଗଗନ ଧଳଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ୨୦୨୦ଜାନୁଆରୀରେ ଅବସର ନେଇଥାନ୍ତେ ଗଗନ ଧଳ ।
ଭୁବନେଶ୍ୱର : ଟଳିଲା ବନ୍ୟା ବିପଦ । ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସଂପଦ ସଚୀବ ପ୍ରଦୀପ ଜେନା। ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ବର୍ଷା ପରିମାଣ କମିଛି। ହ୍ରାସ ପାଇଛି ସବୁ ନଦୀର ଜଳସ୍ତର। ଉପରମୁଣ୍ଡରେ କମ୍ ବର୍ଷା ଓ କମ୍ ପାଣି ଆସୁଥିବାରୁ ହୀରାକୁଦର ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଗତକାଲି ହୀରାକୁଦରୁ ଛଡ଼ା ଯାଇଥିବା ପାଣି ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ। […]
ବଣାଇ(ରଣଜିତ୍ ଚୌଧୁରୀ) : ହଳ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ ଗୋଗୁଆ ଗାଁରେ। ମୃତ ଚାଷୀଙ୍କ ନାଁ ଶ୍ୟାମଘନ ସାହୁ। ଆଜି ସକାଳେ ଶ୍ୟାମଘନ ନିଜ ଚାଷ ଜମିରେ ହଳ କରିବାକୁ ଯାଇଥିଲେ। ଏହି ସମୟରେ ଜମି ଭିତରେ ତାଙ୍କର ଏକ ବଳଦ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବଳଦକୁ ଉଦ୍ଧାର କରିବାକୁ […]
ବାଲିଗୁଡ଼ା(ଅଜିତ ନାୟକ) : ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିବା ବାଲିଗୁଡ଼ାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ ଆଜି ଆଖି ବୁଜିଛନ୍ତି। ଭୋର ୪ଟା ୧୫ମିନିଟ୍ରେ ବାଲିଗୁଡ଼ା ମେଡ଼ିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ସାହୁରା ମଲ୍ଲିକ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ଗତ ୧୯୭୪ ମସିହା, ୧୯୮୦ ମସିହା ଓ ୧୯୯୫ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। […]
ବାରିପଦା ( ମାଣିକଲାଲ୍ ପାଣି) : ଜାତିପ୍ରଥାକୁ ନେଇ ସାମାଜିକ କୁସଂସ୍କାର। ଜରିମାନା ଦେଇନପାରିବାରୁ ମୃତଦେହ ଉଠାଉନାହାନ୍ତି ଗ୍ରାମବାସୀ। ମୟୂରଭଂଜ କୁଳିଅଣା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ୩ ଦିନ ଧରି ଖଟରେ ପଡ଼ି ରହିଛି ମୃତଦେହ। ମହିଳାଙ୍କ ସ୍ୱାମୀ ଗାଁରେ ଜରିମାନା ଟଙ୍କା ଦେଇନପାରିବାରୁ ଗ୍ରାମବାସୀ ମୃତଦେହ ଉଠାଉ ନାହାନ୍ତି। ୩ ଦିନ ତଳେ ଅସୁସ୍ଥତା ଯୋଗୁଁ ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପରେ ଶବ ସତ୍କାର […]
ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ସମ୍ଭାବନା ନାହିଁ। ରାଜସ୍ଥାନରେ ମନସୁନ୍ ଟ୍ରପ୍ଲାଇନ୍ ସୃଷ୍ଟି ହୋଇଥିବାରୁ ସ୍ୱାଭାବିକ ବର୍ଷାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ। ତେବେ ଆସନ୍ତାକାଲି ଓ ପରଦିନ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ଏବଂ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପ ବର୍ଷା ହେବ। ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ, ବନ୍ୟା ସ୍ଥିତି ଉପୁଜିବନି ବୋଲି […]
କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ପ୍ରବେଶ କରିଛି ମହାନଦୀର ବନ୍ୟା ଜଳ। ଫଳରେ ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇଛି। ବ୍ଲକର ଖୁରୁଷିଆ, ପାଟୁଳିପଙ୍କ, ତିକ୍ଷିରି, ଟିକରପଙ୍କା, ଅମେଇପାଳ ପଞ୍ଚାୟତରେ ଥିବା ଚାଷ ଜମିରେ ଚାରିଫୁଟ ଉଚ୍ଚର ପାଣି ଜମିଛି। ଖୁରୁଷିଆ ନଦୀ ବନ୍ଧରେ ଥିବା ସ୍ଲୁଇସ ଗେଟ୍ ନିର୍ମାଣରେ ନିମ୍ନମାନର କାମ ହୋଇଥିବାରୁ ପାଣି ରହୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି। ମହାନଦୀରେ ସାମାନ୍ୟ ପାଣି ଆସିଲେ ବି ବନ୍ୟା ପରିସ୍ଥିତି […]
କେନ୍ଦୁଝର(ପ୍ରଣୟ ପାଣି): ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର କରି ଗାଁଲୋକଙ୍କ ରୋଷର ଶିକାର ହେଲେ ଆଇଆଇସି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଜିଲ୍ଲାର ପାଟଣା ଥାନା ଅଧିକାରୀଙ୍କୁ ସାହାରାପଡ଼ା ବ୍ଲକ୍ ଟଭାସୁଆ ଗାଁ ଲୋକେ ୬ ଘଣ୍ଟା ଧରି ଅଟକ ରଖିଥିଲେ। ସୂଚନା ଅନୁଯାୟୀ, ଗାଁର ତିନି ଜଣ ଦଲାଲ ସେହି ଗାଁର ତିନି ଜଣ ପିଲାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତିନି ମାସ ହେବ ବାହାର ରାଜ୍ୟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। […]
କଟକ : ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ଲକ୍ଷ ୭୪ହଜାର ୬୨୪କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ସେହିପରି ନରାଜରେ ୨ଲକ୍ଷ ୮୩ହଜାର ୧୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବା ପରେ କଟକକୁ ଘେରି ରହିଥିବା ଦୁଇ ନଦୀ କାଠଯୋଡି ଏବଂ ମହାନଦୀର ଜଳସ୍ତର ଆହୁରି ବଢିବ । ତେଣୁ ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ। […]
ଭୁବନେଶ୍ୱର : ୭୩ତମ ସ୍ୱାଧୀନତା ଦିବସ ଅବସରରେ ୭୩ କିଲୋମିଟର ଦୌଡ଼। ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଏଭଳି ଦୌଡ଼ିଥିଲେ ମାରାଥନ ରନର ସିଦ୍ଧାର୍ଥ ଦାସ ଏବଂ ତାଙ୍କ ସାଥୀ । ଏହି ଅବସରରେ ସେ କଳ୍ପନାଙ୍କ ଜନ୍ମସ୍ଥାନ ଢେଙ୍କାନାଳରୁ ଏହି ଦୌଡ଼ ଆରମ୍ଭ କରିଥିଲେ। ଗତକାଲି ସକାଳ ୭ଟା୩୦ରେ ଦୌଡ଼ ଆରମ୍ଭ କରିଥିବାବେଳେ ସନ୍ଧ୍ୟା ସାଢେ ୬ଟାରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ କ୍ରୀଡ଼ା ସଂଗଠନ […]
ଫୁଲବାଣୀ( ତ୍ରିନାଥ ସାହୁ) : ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଲେ ଶିକ୍ଷକ। ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡ଼ି ପଞ୍ଚାୟତର ବଗାଡ଼ି ଗ୍ରାମରେ। ସୂଚନା ମୁତାବକ ଗୁଞ୍ଜିବାଡ଼ିରୁ ବଗାଡ଼ିକୁ ଯିବାବେଳେ ବଗାଡ଼ି ନଦୀ ପଡିଥାଏ। ବର୍ତ୍ତମାନ ବଗାଡ଼ି ନଦୀରେ ୫ଫୁଟ ଉଚ୍ଚରେ ପାଣି ଚାଲୁଛି। ତେବେ ଗତକାଲି ସ୍ୱାଧୀନତା ଦିବସ ଥିବାରୁ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ଶିକ୍ଷକ ଜଣଙ୍କ ନିଜ […]
କଟକ : କଟକ ମାଲଗୋଦାମରେ ଅଗ୍ନିକାଣ୍ଡ। ପୋଡ଼ିଗଲା ତେଲ ଗୋଦାମ । କଟକ ମାଲଗୋଦାମ ଭିତରେ ଥିବା ଏକ ତେଲ ହୋଲସେଲିଂ ଗୋଦାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା। ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ନିଆଁ ବ୍ୟାପୀବା ପୂର୍ବରୁ ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି। ସେପଟେ ତେଲ ଗୋଦାମରେ ନିଆଁ କେମିତି ଲାଗିଲା, ତାର […]
ସମ୍ବଲପୁର ( ସଂଜୟ କୁମାର ଜେନା) : ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଗୁରୁବାର ପୂର୍ବାହ୍ନରେ ୧୬ଟି ଗେଟ୍ ଖୋଲିଥିବା ବେଳେ ସଂଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ପରିସ୍ଥିତି ଦେଖି ଆଉ ଗେଟ୍ ଖୋଲାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଳ ସଂପଦ ସଚିବ ସୂଚନା ଦେଇଛି। ତେବେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ବନ୍ୟାଜଳ ପ୍ରଭାବରେ ତଳମୁଣ୍ଡରେ ବିପଦ ସୃଷ୍ଟି କରିନାହିଁ ବୋଲି ଜଳ ସଂପଦ […]
ଭୁବନେଶ୍ୱର : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଯୋଗୁ ରାଜ୍ୟର ୧୧ଟି ଜିଲ୍ଲାର ୩୯ଟି ବ୍ଲକ୍ ଓ ୯ଟି ସହରାଞ୍ଚଳର ମୋଟ ୨ଲକ୍ଷ ୯୬ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୬୪,୩୫୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା କେବଳ ନିମାପଡ଼ାଠାରେ କୁଶଭଦ୍ରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳସ୍ତର ହ୍ରାସ ପାଉଥିବା ଜଣାପଡ଼ିଛି। […]
ଭୁବନେଶ୍ୱର : ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସାହ। ଗାଁରୁ ସହର, ପଲ୍ଲୀଠୁ ଦିଲ୍ଲୀ। ଫୁଲ-ଚନ୍ଦନ, ଧୂପ-ଦୀପ ଦେଇ ପ୍ରଥମେ ବନ୍ଦାପନା। ଆଉ ତା ପରେ ମିଠା-ପିଠା ଖୁଆଇ ଭାଇ ହାତରେ ଅତି ସରାଗରେ ରାକ୍ଷୀ ବାନ୍ଧିଛି ଗେହ୍ଲି ଭଉଣୀ । ସଂପର୍କର ଏ ବନ୍ଧନ ଏଇଠି ଅଟକିନି। ପିଏମ୍ଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ପିଲା। ଏପଟେ ଯେଉଁମାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର, ସେମାନେ ବି ବାନ୍ଧି ହୋଇଛନ୍ତି ସୁରକ୍ଷାର ବନ୍ଧନରେ। […]
ଭୁବନେଶ୍ୱର : ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ କରି ଲୋକଙ୍କ ସମସ୍ୟା ବୁଝିବା ସହ ପ୍ରଶାସନର କାର୍ଯ୍ୟକାରିତା ନେଇ ବି ନେବେ ଫିଡ୍ବ୍ୟାକ। ଏଥିପାଇଁ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ନୂଆ କାର୍ଯ୍ୟକ୍ରମ। 5Tକୁ ଭିତ୍ତିକରି ‘ମୋ ସରକାର’ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ୧୯ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଲୋକଙ୍କ […]
କୋଣାର୍କ(ସଂଜୟ ପତି) : ବାତ୍ୟା ଫୋନିରେ ଧ୍ୱସ୍ତ ବିଧ୍ୱସ୍ତ ସବୁଜିମାକୁ ଫେରାଇ ଆଣିବା ପାଇଁ ବୃକ୍ଷରେ ରାକ୍ଷୀ ବାନ୍ଧିଲେ ବାତ୍ୟା ବିପନ୍ନ ଅଞ୍ଚଳର ଛାତ୍ରୀ। ପବିତ୍ର ରକ୍ଷା ବନ୍ଧନ ଅବସରରେ ପୁରୀ ଜିଲ୍ଲାରେ ଫୋନି କ୍ଷତିଗ୍ରସ୍ତ ନିମାପଡା ଅଞ୍ଚଳରେ ଛାତ୍ରୀ ମାନେ ବୃକ୍ଷରାଜିରେ ରକ୍ଷା ବନ୍ଧନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ନିଜର ସୁରକ୍ଷା ପାଇଁ ଭାଇ ହାତରେ ଯେମିତି ଭଉଣୀ ରାକ୍ଷୀ ବାନ୍ଧେ ,ସେହିଭଳି ମଣିଷ ସମାଜକୁ ସୁରକ୍ଷା ଦେଉଥିବା ବୃକ୍ଷରାଜିରକୁ ଭାଇ ମାନି […]
ଭୁବନେଶ୍ୱର : ଏଣିକି ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜେ ଲୋକଙ୍କୁ ଫୋନ କରି ସେମାନଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ବିରୋଧୀ ସମାଲୋଚନା କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପ୍ୟାରେଡରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, 5T […]