• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

gurudijhatia
ବଦଳିବେ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ

ଆଠଗଡ଼ (ନୀଳକଣ୍ଠ ଦୋରା) : ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ। ମେଡିକାଲରେ ତାଲା ପଡ଼ିବା ଯୋଗୁ ପ୍ରସୂତିଙ୍କୁ ଚିକିତ୍ସା ନ ମିଳିବା ଘଟଣାର ତଦନ୍ତ କରି ସମସ୍ତ କର୍ମଚାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ସିଡିଏମ୍‌ଓ। କଟକ ସିଡିଏମ୍ଓଙ୍କ ନେତୃତ୍ୱରେ ଆଜି ୪ ଜଣିଆ ଟିମ୍‌ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ତଦନ୍ତ କରିଛନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଏହି ଟିମ୍‌ ପଚରାଉଚରା କରଛି। ଗତକାଲି ପ୍ରସୂତିଙ୍କ ଚିକିତ୍ସାରେ ଅବ୍ୟବସ୍ଥା ନେଇ […]

  • Monday, 19 July 2021
narendra singh
ତାଲିକା ନଦେଲେ ଟଙ୍କା କେମିତି ମିଳିବ କହିଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର  : ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟକୁ ପୁଣି ଥରେ ଚାଷୀଙ୍କ ତାଲିକା ମାଗିଲେ କେନ୍ଦ୍ର ସରକାର। ଦେଶରେ ସାଢେ ୧୪ କୋଟି ଚାଷୀ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି। ହେଲେ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନଦେଲେ ଟଙ୍କା କେମିତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ପିଏମ୍‌ କିଷାନ ଯୋଜନାରେ ସାମିଲ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ ଲକ୍ଷ […]

  • Monday, 19 July 2021
1
ବଢୁଥିବା ଅସନ୍ତୋଷକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର  : ପୁରୀରେ ଉଚ୍ଛେଦ ଅଭିଯାନକୁ ନେଇ ବଢୁଥିବା ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ବାସଗୃହ ପାଇଁ ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ସାଙ୍ଗକୁ ବ୍ୟବସାୟୀମାନଙ୍କୁ ମଧ୍ୟ ୩ଟି ବର୍ଗ କରି ଥଇଥାନ ରାଶି ଘୋଷଣା ହୋଇଛି । ସେହିପରି ଉଚ୍ଛେଦ ମଠଗୁଡ଼ିକ ପାଇଁ ବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସ ବ୍ୟବସ୍ଥା […]

  • Monday, 19 July 2021
child
ବଢୁଛି କୁନି କୁନି ପିଲାଙ୍କ ବିରୋଧରେ ଅପରାଧ ; କିଏ ଦେବ ଶିଶୁଙ୍କୁ ସୁରକ୍ଷା , ତାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର  : କୋମଳମତି ଶିଶୁଙ୍କ ଉପରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ବଢୁଛି। ଘରେ ହେଉ ବା ଶିକ୍ଷାନୁଷ୍ଠାନ କେଉଁଠି ସୁରକ୍ଷିତ ନୁହଁନ୍ତି କୁନି କୁନି ପିଲା। ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ଚାଇଲ୍‌ଡ ସେଫ୍‌ ଏନ୍‌ଭାର୍ଣ୍ଣମେଣ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ ରାଜ୍ୟ ସରକାର। ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୪ ଅଗଷ୍ଟରେ ଏହି ଗାଇଡ୍‌ଲାଇନ ଜାରି ହୋଇଥିଲେ ମଧ୍ୟ […]

  • Monday, 19 July 2021
nuakhai
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଭୁବନେଶ୍ୱର :  ରାତି ପାହିଲେ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥିପାଇଁ ବଲାଙ୍ଗିରରେ ପୂର୍ବଦିନ ପାଳିତ ହୋଇଥାଏ ପାହୂର ଯାତ୍ରା। ନୂତନ ବସ୍ତ୍ର, ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଶୋଭାଯାତ୍ରରେ ସବୁ ଇଷ୍ଟଦେବୀଙ୍କ ପୀଠକୁ ନିଆଯାଇଥାଏ।  ଆଜି ଅପରାହ୍ଣରେ ଏହି ପର୍ବ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଛି। ସେପଟେ ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର […]

  • Monday, 19 July 2021
traffic man help
ଦୃଷ୍ଟିହୀନଙ୍କ ଦରଦୀ ବନ୍ଧୁ ସାଜିଲେ ଟ୍ରାଫିକ୍‌ ପୁଲିସ୍‌

ଭୁବନେଶ୍ୱର  : ପୁଲିସର ନିଃସ୍ୱାର୍ଥପର ସେବା କଥା କହିଲେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ହେଲେ ଏବେ ଯେଉଁ ଚିତ୍ର ଆସିଛି ତାହା ଦେଖିଲେ ହୁଏତ ଆପଣଙ୍କର ଏ ଭାବନା ବଦଳି ଯାଇପାରେ । ପୁଲିସ ବି ଅସହାୟ ଲୋକଙ୍କ ଦରଦୀ ବନ୍ଧୁ ସାଜିପାରେ ତାହା କଟକର ଜଣେ ଟ୍ରାଫିକ୍‌ ପୁଲିସ କରି ଦେଖାଇଛନ୍ତି। ଜଣେ ଅସହାୟ ଦୃଷ୍ଟିହୀନ ପରିବାରକୁ ରାସ୍ତା ପାର କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ହାବିଲଦାର ଲଲିତ୍‌ […]

  • Monday, 19 July 2021
ndrf -1
ସ୍ୱେଚ୍ଛାସେବୀମାନଙ୍କୁ ଏନ୍‌ଡିଆର୍‌ଏଫ୍‌ ପ୍ରଶିକ୍ଷଣ

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସାଧାରଣ ଧନଜୀବନ ରକ୍ଷା କରାଯିବ ? କିଭଳି ଲୋକଙ୍କୁ ଉଦ୍ଧାର କରାଯିବ ? କୋଠା ଭୁଶୁଡ଼ିଲେ କିଭଳି ସେଠାରୁ ଲୋକଙ୍କୁ ଉଦ୍ଧାର କରାଯିବ ? ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି ସାଧାରଣ ଯୁବକ ଓ ଯୁବତୀ। ଏମାନେ ସମସ୍ତେ ନେହରୁ ଯୁବ କେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ। କଟକ ମୁଣ୍ଡଳୀ ନ୍ୟାଶନାଲ୍‌ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ୍‌) ବାଟାଲିୟନ ପରିସରରେ ଏମାନଙ୍କୁ ଏହି ସମସ୍ତ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। […]

  • Monday, 19 July 2021
girl death
ଗଛ ପଡି ଗୁରୁତର ଥିବା ଛାତ୍ରୀଙ୍କ ମୃତ୍ୟୁ , ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍‌

କେନ୍ଦ୍ରାପଡା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ବସ୍‌ଷ୍ଟାଣ୍ଡ ରାସ୍ତାର କେନ୍ଦ୍ରାପଡା ଅରବାନ କୋପେରଟିଭି ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ଶବ ରଖି କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ରୋକ୍‌ କରିଛନ୍ତି। କଜଳା ଗ୍ରାମର ଶେଜଲ ବଳ ଗତକାଲି ସକାଳେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ କଜଳା ଅର୍ବାନ୍‌ ବ୍ୟାଙ୍କ ପଛ ରାସ୍ତାରେ ଥିବା ଏକ ଝାଉଁ ଗଛକୁ ସ୍ଥାନୀୟ ଲୋକେ କାଟୁଥିଲେ । ଗଛ କଟାଯିବା ନେଇ କୌଣସି […]

  • Monday, 19 July 2021
old house
ସରକାରଙ୍କ ଯୋଜନା ଗଲା କୁଆଡେ ? ଭଙ୍ଗା କୁଡ଼ିଆରେ ରହୁଛନ୍ତି ବୃଦ୍ଧ ଦମ୍ପତ୍ତି

ଫୁଲବାଣୀ( ତ୍ରିନାଥ ସାହୁ) : ବାସହୀନଙ୍କୁ ଆବାସ ଯୋଜନାରେ ଘର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ଯୋଜନା ରହିଛି। ହେଲେ ପ୍ରକୃତ ପକ୍ଷେ  ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍‌ ପଡିଥିବା ଦେଖିବାକୁ ମିଳିଛି। ଘର ନଥିବାରୁ ଗାଁରେ ବୃଦ୍ଧ ଦମ୍ପତ୍ତି ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି। ଭଙ୍ଗା କୁଡ଼ିଆ ଘର। ଉପରେ ଚାଳ ଉଡିଯାଇଛି। ଦିନବେଳେ ସୂର୍ଯ୍ୟାଲୋକ।  ଆଉ ରାତି ହେଲେ ଅନ୍ଧାରରେ ଜୀବନ ବିତେ ବୃଦ୍ଧ […]

  • Monday, 19 July 2021
truck
ଶାଗୁଆନ କାଠ ବୋଝେଇ ଟ୍ରକ୍‌କୁ ଜବତ କଲା ବନବିଭାଗ

ନୟାଗଡ଼  : ନୟାଗଡ଼ ଖଣ୍ଡପଡ଼ା ଅଂଚଳରେ ଶାଗୁଆନ କାଠ ଚୋରା ଚାଲାଣ ଅଭିଯୋଗରେ ବନବିଭାଗର ଚଢ଼ଉ। କୋସକା ଅଞ୍ଚଳରେ ଚଢ଼ଉ କରି ଶାଗୁଆନ କାଠ ବୋଝେଇ ଏକ ଟ୍ରକ୍‌କୁ ଜବତ କରିଛି ବନବିଭାଗର ଟିମ୍। ଜବତ କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଖଣ୍ଡପଡ଼ା କୋସକା ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦଶପଲ୍ଲା ଅଞ୍ଚଳକୁ କାଠ ଚାଲାଣ ହେଉଥିବା ଖବର ପାଇ, କଣ୍ଟିଲୋ-ସିଦ୍ଧମୂଳ ରାସ୍ତାର ଅକୁରାବନ୍ଧ ଗାଁ ନିକଟରେ ଟ୍ରକ୍‌ଟିକୁ ଜବତ […]

  • Monday, 19 July 2021
puri
ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା । ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ।  ଅଧିଗୃହିତ ଅଞ୍ଚଳରେ ଥିବା ଘର ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ। ସ୍ଥାନାନ୍ତରିତ ପରିବାରର ପରିବହନ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ମିଳିବ। […]

  • Monday, 19 July 2021
medical team
ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ଆଠଗଡ଼  : ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ପ୍ରସୂତୀଙ୍କ ଅଧା ପ୍ରସବ ଘଟଣାରେ ଆରମ୍ଭ ହେଲା ତଦନ୍ତ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣିଆ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କଟକ ସିଡିଏମ୍ଓ ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମେଡିକାଲ୍‌ରେ ଥିବା ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ମେଡିକାଲ୍‌ରେ ତାଲା କାହିଁକି ପଡ଼ିଲା, ଦାୟିତ୍ୱରେ ଥିବା ଡାକ୍ତରଙ୍କ ସମ୍ପର୍କରେ ପଚରାଉଚରା ହୋଇଛି। […]

  • Monday, 19 July 2021
murder
ପୁଅକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ବାପା

କେନ୍ଦୁଝର  : ଟଙ୍କା ଭାଗବଣ୍ଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟାକଲା ନୃଶଂସ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଭଦ୍ରପୁର ଗାଁରେ। ଟ୍ରାନ୍ସପୋର୍ଟିଂ ଟଙ୍କା ଭାଗବଣ୍ଟାକୁ ନେଇ ବାପପୁଅ ମଧ୍ୟରେ ବଚସା ହୋଇଥିଲା।  ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ବେଳେ ପୁଅ ପୀତାମ୍ବର ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ପାଖରେ ଥିବା ଏକ ପଥର ଆଣି ବାପା ନାରାୟଣ ତଳେ ପଡ଼ିଥିବା ପୀତାମ୍ବରଙ୍କ ମୁଣ୍ଡକୁ ଛେଚି ଦେଇଥିବା […]

  • Monday, 19 July 2021
naba -pregnant lady
ଗୁରୁଡ଼ିଝାଟିଆ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଆଠଗଡ଼ : କୋଉ ଉପାନ୍ତ, ଅପନ୍ତରା ଅଞ୍ଚଳ ନୁହେଁ ,ଉପକୂଳ ଓଡ଼ିଶାରେ ବି ଜନନୀ ଯନ୍ତ୍ରଣାର ଭୟଙ୍କର ଚିତ୍ର। ଡାକ୍ତରଖାନା ବନ୍ଦ ଥିବାରୁ ସେବା ନପାଇ ଡାକ୍ତରଖାନା ପରିସରରେ ଜଣେ ମହିଳା ସନ୍ତାନ ପ୍ରସବ କରିବା ଏବଂ ଚିକିତ୍ସା ନପାଇ ଶିଶୁଟିର ମୃତ୍ୟୁ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି। କଟକ ଆଠଗଡ଼ ଅଞ୍ଚଳରେ ଆଜି ସାମ୍ନାକୁ ଆସିଛି ଏମିତି ଚିତ୍ର । ଏଇ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ […]

  • Monday, 19 July 2021
badaakhda
ଦିନକ ପରେ ଭଙ୍ଗାଯିବ ପୁରୀ ବଡ଼ଆଖଡ଼ା ମଠ : ଉଚ୍ଛେଦକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ପୁରୀ :  ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର ମଠ ମାଟିରେ ମିଶିବା ପରେ ଏବେ ପାଳି ଆଉ ଏକ ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠର। ଛୁଟି ଥିବାରୁ ଦିନକ ପରେ ୟାକୁ ବି ଧୂଳିସାତ୍ କରିବ ପ୍ରଶାସନ। ଇତିହାସ କହେ ଜଗନ୍ନାଥ ମନ୍ଦିରକୁ ବର୍ହିଃ ଶତ୍ରୁ ଆକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ୧୪୦୨ ମସିହାରେ ବୈଷ୍ଣବ ନାଗା ସାଧୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଐତିହ୍ୟ ସଂପନ୍ନ ବଡ଼ ଆଖଡ଼ା ମଠ। ସେବେଠୁ […]

  • Monday, 19 July 2021
police--1
ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ପୁଲିସ କମିଶନର

ଭୁବନେଶ୍ୱର : ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ନୂଆ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଜେଲ କର୍ମଚାରୀଙ୍କ ଠାରୁ ରହୁଥିବା ଅପରାଧୀଙ୍କ ବିଷୟରେ ପଚାରି ବୁଝିଛନ୍ତି କମିଶନର। ଅପରାଧୀମାନେ କେଉଁ ଅପରାଧ କରି ଜେଲରେ ଅଛନ୍ତି। କିଏ ଖଲାସ ହୋଇଛନ୍ତି, କିଏ ନୂଆ ଆସିଛନ୍ତି ଏବଂ  ଆଉ କେଉଁ କେଉଁ ଅପରାଧୀ ଜେଲରେ ଏବେ ଅଛନ୍ତି।  ସେମାନଙ୍କ ବିରୋଧରେ କେଉଁଭଳି ମାମଲା ରହିଛି।  ଏସବୁ ପଚାରି ବୁଝିଛନ୍ତି କମିଶନର।ଏପଟେ ଏହା ଏକ ସ୍ୱାଭାବିକ […]

  • Monday, 19 July 2021
ganesh
ଗଜାନନଙ୍କ ଆବାହନ ସହ କାଲିଠାରୁ ପାର୍ବଣ ଋତୁ ଆରମ୍ଭ ; ଝଲସିଲାଣି ସହର ବଜାର

ଭୁବନେଶ୍ୱର :  ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା ସହ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ସାରାରାଜ୍ୟ ଉତ୍ସବ ମୁଖର। ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସିଲାଣି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର।  ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ପୂଜା ପାଇବେ ଗଜାନନ। ସେପଟେ ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ତାଳଚେର ସହର ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜେଇ ହେଲାଣି। ପୂଜା ମଣ୍ଡପରେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି […]

  • Monday, 19 July 2021
traffic
ଲାଗୁ ହେଲା କଡ଼ା ଟ୍ରାଫିକ୍ ରୁଲ୍ : ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ ଉଲ୍ଲଂଘନକାରୀ

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଜରିମାନା। ଦେବାକୁ ପଡୁଛି ପୂର୍ବ ପରିମାଣର ପ୍ରାୟ ୧୦ ଗୁଣା ଫାଇନ୍। ଭୁବନେଶ୍ୱର, କଟକ, ରାଉରକେଲା ଓ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ  ଟ୍ରାଫିକ୍ ନିୟମ ଖିଲାପକାରୀଙ୍କ ମୁଣ୍ଡରେ ଆଜି ଚଡ଼କ ପଡ଼ିଛି। ୧୦୦ କି ୫୦୦ ନୁହେଁ, କାନମୁଣ୍ଡ ଆଉଁସି ପକେଟ୍‌ରୁ ଖାଲି କରିବାକୁ ପଡ଼ିଛି ଅତିକମ୍‌ରେ ହଜାରେ ଟଙ୍କା। ସାରା […]

  • Monday, 19 July 2021
sir
ବିବାହର ପ୍ରତିଶ୍ରୁତି ଦେଇ ଠକିଥିଲେ ସାର୍‌ ; ପ୍ରତାରକ ପ୍ରେମିକଙ୍କ ସମେତ ୪ ଗିରଫ

ରାୟଗଡ଼ା  : ପ୍ରେମ, ପ୍ରତାରଣା ପରେ ପ୍ରେମିକାର ଧାରଣା ମାମଲାରେ ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଯୁବତୀଙ୍କ ପ୍ରେମିକ ଓ ତିନି ଜଣ ମାନବାଧିକାର କର୍ମୀ ଅଛନ୍ତି। ସୂଚନା ଅନୁଯାୟୀ ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବା ପରେ ଦୁଇ ପରିବାରଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ସମ୍ପୃକ୍ତ ମାନବାଧିକାର କର୍ମୀ ଡାକିଥିଲେ। କିନ୍ତୁ ବୁଝାମଣା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏ […]

  • Monday, 19 July 2021
disorder girl
ଦାଉ ସାଧୁଛି ଦାରିଦ୍ର୍ୟ ; ୭ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ଝିଅ ଶିକୁଳିରେ ବନ୍ଧା

ରାୟଗଡ଼ା : ୭ ବର୍ଷ ହେବ ଶିକୁଳିରେ ବନ୍ଧା ଜୀବନ। ମାନସିକ ବିକୃତ ଝିଅର ଚିକିତ୍ସା ନକରାଇପାରିବାରୁ ବେସାହାରା ମାଆ ତାକୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ରଖିଛି। ପାଖରେ ଅର୍ଥ ନାହିଁ। ନିଜେ ଓ ଝିଅର ପେଟରେ ମୁଠାଏ ଦାନା ପାଇଁ ମୂଲ ଲାଗି ଚଳୁଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଶିକୁଳିରେ ବନ୍ଧା ହୋଇଛି ଗୋଡ଼। ତଥାପି ରହିଛି ମାଆର ମମତା। ଝିଅର ମୁଣ୍ଡ କୁଣ୍ଡାଇବା ସହ ଖୁଆଇ […]

  • Monday, 19 July 2021
police
ଗାଁ ଲୋକଙ୍କ ସହ ମିଶି ରାସ୍ତା ମରାମତି କଲେ ଥାନା ବାବୁ

ମାଲକାନଗିରି : ମାଓପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ । ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି। ୭ ରୁ ୮ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁବିଧା ମିଳିନଥିଲା। ନାନା ଅସୁବିଧାର […]

  • Monday, 19 July 2021
photo-chora
ଚୋରିର ନୂଆ କୌଶଳ ; ଶାଢ଼ୀ ଘୋଡ଼ାଇ ହୋଇ ଶାଢ଼ୀ ଦୋକାନରୁ ଚୋରି

ସୋର( ଶଶିକାନ୍ତ ବେହେରା) : ଚୋରିର ନୂଆ ତରିକା। କୌଣସି ପେସାଦାରଙ୍କୁ ବି ଚକମା ଦେବା ଭଳି କାରନାମା। ଫିଲ୍ମ ଷ୍ଟାଇଲରେ ହୋଇଛି ଚୋରି। ସିସିଟିଭିରୁ ନଜର ହଟାଇବା ପାଇଁ ଶାଢ଼ୀରେ ନିଜକୁ ଲୁଚାଇ ଲୁଗା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଏଠାରେ ଥିବା ଲୁଗା ଦୋକାନରୁ ସଂପୃକ୍ତ ଚୋର ହଜାର ହଜାର ଟଙ୍କାର ଶାଢୀ ଚୋରି କରି ନେଇଛି। ଚୋରି ପୂର୍ବରୁ ଦୋକାନ ପଛରେ ଲାଗିଥିବା […]

  • Monday, 19 July 2021
papa
ପୁଲିସ୍‌ କବଜାରେ ଗ୍ୟାଙ୍ଗଷ୍ଟର ପାପା ପଣ୍ଡା

ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ) : ଗ୍ୟାଙ୍ଗଷ୍ଟର୍‌ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା ଓରଫ ଚିନ୍ମୟକୁ ବାଲେଶ୍ୱର ପୁଲିସ୍‌ ଗିରଫ କରିଛି। ଗତକାଲି ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତଙ୍କ ନେତୃତ୍ୱରେ ପୁଲିସ୍‌ର ଏକ ସ୍ପେଶାଲ୍‌ ଟିମ୍‌ କଟକରୁ ଚିନ୍ମୟକୁ ଗିରଫ କରିଥିଲା। ତା’ ନାଁରେ ବିଭିନ୍ନ ଥାନାରେ ବହୁ ହତ୍ୟା ଓ ଅପରାଧିକ ମାମଲା ରହିଛି। ପାପା ଦୁଇ ବର୍ଷ ହେବା ଫେରାର ଥିଲା। ୨୦୧୬ରେ ଗ୍ୟାଙ୍ଗଷ୍ଟର୍ ଖାସୁଆ ଓରଫ ସୁଶାନ୍ତ ଦାସକୁ ହତ୍ୟାକରି ସେ ଫେରାର […]

  • Monday, 19 July 2021
snake
ସାପ ଧରିଲେ ଟଙ୍କା ମିଳିବ

ଭୁବନେଶ୍ୱର : ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା। ଗୋଟିଏ ସାପ ଧରିଲେ ଲୋକଙ୍କୁ ୧୦୦ ଟଙ୍କା ମିଳିବ। ଏହା ସହିତ ସାପ ଧରିବା ଲୋକଙ୍କୁ  ବନ ବିଭାଗ ପଞ୍ଜୀକରଣ କରିବ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବନ ବିଭାଗ। ଗତକାଲି ଅବସର ନେଇଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।  

  • Monday, 19 July 2021
photo3
ପ୍ରସୂତିଙ୍କୁ ମିଳିଲାନି ଚିକିତ୍ସା ; ନବଜାତର ମୃତ୍ୟୁ

ଆଠଗଡ଼ (ନୀଳକଣ୍ଠ ଦୋରା) : ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି। ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ଜିଲ୍ଲାର ଆଠଗଡ଼ରୁ। ଖମାର ନୂଆଗାଁର କୁନି ମହାରଣାଙ୍କର ଆଜି ସକାଳେ […]

  • Monday, 19 July 2021