ଭୁବନେଶ୍ୱର : ଜୋତା ଭିତରୁ ବାହାରିଲା ସାପ। ଭୁବନେଶ୍ୱର ପଞ୍ଚସଖା ନଗର ରାକେଶ କୁମାର ଦାଶଙ୍କ ଜୋତାରୁ ଏହି ତମ୍ପ ସାପ ବାହାରିଛି। ଆଜି ସକାଳେ ଅଫିସ ପାଇଁ ରାକେଶ ଜୋତା ପିନ୍ଧିଲା ବେଳକୁ ସାପ ଥିବା ଦେଖିବାକୁ ପାଇଥିଲେ। ଘଟଣା ପରେ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ ପରିବାର ଲୋକେ। ଘଟଣାସ୍ଥଳରେ ତମ୍ପ ସାପ ଛୁଆକୁ ଉଦ୍ଧାର କରାଯାଇଛି।
ଭୁବନେଶ୍ୱର : ରାଜ୍ୟରେ ଉଚ୍ଛେଦ ହେଲା ଗାର୍ଡ ଅଫ୍ ଅନର ବ୍ୟବସ୍ଥା । ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର। କେବଳ ୩ଟି ଦିବସରେ ମୁଖ୍ୟ ଅତିଥିଙ୍କୁ ମିଳିବ ଗାର୍ଡ ଅଫ୍ ଅନର୍। ଏହି ସବୁ ଦିନ ଗୁଡ଼ିକ ହେଲା, ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ। ବ୍ୟବସ୍ଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ […]
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଏଭଳି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସଂପୃକ୍ତ ୩ ବିଷୟରେ ପିଲା କମ୍ ନମ୍ବର ରଖୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା […]
ଆସ୍କା (ମନୋଜ ମୁନି) : ବନ୍ୟା ବିଭୀଷିକାରେ କେରଳରେ ଫସି ରହିଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ। ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ସୂଚନା ମୁତାବକ ,ଶ୍ରମିକମାନେ ଗତ କିଛି ମାସ ହେବ କେରଳରେ ବିଭିନ୍ନ କମ୍ପାନୀରେ କାମ କରୁଥିଲେ। ଏହି ଶ୍ରମିକମାନେ କେରଳର ଆନାକୁଲମ,ଆଲୁଆ, ଅଙ୍ଗଗାଲି ଅଂଚଳରେ ରହୁଥିଲେ। ହେଲେ ବନ୍ୟା ଯୋଗୁଁ ଶ୍ରମିକମାନଙ୍କୁ କାମ ତ ମିଳୁନି, ତାସହ ଯାହା ସଞ୍ଚୟ କରିଥିଲେ […]
ଭୁବନେଶ୍ୱର : ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭିନ୍ନ ଜିଲ୍ଲାର ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାବେଳେ କେବଳ କଳାହାଣ୍ଡି କାଳୀଗଙ୍ଗା ନଦୀର ଜଳସ୍ତର ବଢ଼ିଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, କଳାହାଣ୍ଡି ସାରଗଡ଼ ଗାଁରୁ […]
ଭୁବନେଶ୍ୱର : ଯୁକ୍ତ ୨ରେ ଖାଲି ପଡିଥିବା ସିଟ୍ ପୂରଣ ଲାଗି ଆଜିଠୁ ସାମସ୍ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅନ୍ଲାଇନ୍ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୨୪। ଅଗଷ୍ଟ ୨୯ରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ । ଅଗଷ୍ଟ ୩୦ ଓ ୩୧ରେ ମନୋନୀତ ଛାତ୍ରଛାତ୍ରୀ ଆଡ୍ମିଶନ୍ କରିପାରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବର୍ତ୍ତମାନ ରାଜ୍ୟରେ ୨ହଜାର ୯ଟି ଜୁନିୟର କଲେଜ୍ରେ ଏକ ଲକ୍ଷ ୩୪ ହଜାର ସିଟ୍ ଖାଲି ରହିଛି। […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ହୋଇପଡ଼ିଛି ବୌଦ୍ଧ ଜିଲ୍ଲା। ଜିଲ୍ଲାର କଣ୍ଟାମାଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ତେଲନଦୀ ଓ ଖଡ଼ଙ୍ଗ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଅନେକ ଗାଁ ଏବେ ପାଣି ଘେରରେ ରହିଛି। କଣ୍ଟାମାଳ-ମନମୁଣ୍ଡା ୪୧ ନମ୍ବର ରାଜ୍ୟ ସଡ଼କ ପଥର ଅଡ଼ାଗୌଡ଼ି ପୋଲ ଉପରେ ୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ କଣ୍ଟାମାଳରୁ ରୁବାଲିଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏଥିସହ ମାଣ୍ଡିଆ ଜୋର ପୋଲ […]
ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହା ସହିତ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବା ଯୋଗୁ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି। ସମ୍ବଲପୁର-ଟିଟିଲାଗଡ଼ ସେକ୍ସନର ଦେଉଗାଁ ରୋଡ୍ ଓ ବରଗଡ଼ ମଧ୍ୟରେ ଥିବା ରେଳ ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବାରୁ ଏହି ଲାଇନ୍ରେ […]
ସମ୍ବଲପୁର( ସଂଜୟ ଜେନା) : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ( ଭିମ୍ସାର୍)ର ସ୍ଥାୟୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ କୌଣସି ଡାକ୍ତର ଏହି ପଦବୀ ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। କାରଣ ନିର୍ଦ୍ଧାରିତ ସମୟ ଭିତରେ ଜଣେ ବି ଡାକ୍ତର ଏହି ପଦ ପାଇଁ ଆବେଦନ କରିନାହାନ୍ତି। ଫଳରେ ପୁଣି ଥରେ ଆବେଦନ ଅବଧି ଘୁଞ୍ଚାଇ ଦିଆଯାଇଛି। ଏହି ପଦ […]
ସମ୍ବଲପୁର( ସଂଜୟ ଜେନା) : ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ମହାନଦୀର ଜଳସ୍ତର। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବି ବଢିବାରେ ଲାଗିଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୫୪ ଫୁଟ ରହିଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପଶୁଛି ୮୦, ୪୯୧ ଘନଫୁଟ ଜଳ। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୮, ୫୧୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ଜଳପତ୍ତନକୁ ଦେଖି ଆସନ୍ତାକାଲି ଡ୍ୟାମ୍ରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏହି ସମୟରେ […]
ବଲାଙ୍ଗିର : ବଲାଙ୍ଗିର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଲଗାଣ ବର୍ଷା ଯୋଗୁ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଘରେ ଭିତରେ ପାଣି ପଶିଯାଇଛି। ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ […]
ଚୌଦ୍ୱାର : ଚଳନ୍ତା ଟ୍ରେନ୍ରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଟାଙ୍ଗୀର କପିଳାସ ରୋଡ୍ର ୧୭୩ ନମ୍ବର ଫାଟକ ଆଗରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗୁଆ ତିର୍କି। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ଟ୍ରେନ୍ ଆସିବା ପାଇଁ ଗେଟ୍ ପଡ଼ିଥିବା ବେଳେ ଝିପି ଝିପି ବର୍ଷାରେ ରେନ୍ କୋଟ୍ ପିନ୍ଧି ଗଙ୍ଗୁଆ ମୋବାଇଲ୍ରେ ଗପି ଗପି ଗେଟ୍ ପାର ହୋଇ ରେଳ ଧାରଣା ପାଖକୁ ଚାଲି […]
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏହାକୁ ନଜରରେ ରଖି ସମସ୍ତ ଜିଲ୍ଲାପାଳ ମାନଙ୍କୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହି ସମୟରେ ଉତ୍ତର ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, […]
ଭବାନୀପାଟଣା (ରାଜକୁମାର ସିଂହଦେଓ): ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୋହୂ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗୋଶାଲାପଡ଼ାରେ। ମୃତ ବୃଦ୍ଧାଙ୍କ ନା ରାଣୀମତି ସିଂ (୭୦)। ତାଙ୍କ ବୋହୂଙ୍କ ନାଁ ଯଶୋବନ୍ତୀ ସିଂ। ଯଶୋବନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ରାଣୀମତି ଓ ଯଶୋବନ୍ତୀ ରୋଷେଇ କରୁଥିବା ବେଳେ ରୋଷେଇ […]
ରାଇରଙ୍ଗପୁର : ମୟୂରଭଞ୍ଜ ବହଳଦା ଥାନା ବହଳଦା ବଜାରରେ ପୁଲିସର ରେଡ୍। ଏକ ଗୋଦାମରେ ଚଢ଼ଉ କରି ଗୋଟିଏ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ। ଅରୁଣାଚଳ ପ୍ରଦେଶରୁ ଏତେ ପରିମାଣର ମଦ ଆସିଥିଲା ବିନା ଲାଇସେନ୍ସରେ। ବେଆଇନ୍ ଭାବେ ଏହି ଗୋଦାମରେ ମଦ କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ନବରଙ୍ଗପୁର : ପାଠ ଚାପରୁ ଆତ୍ମହତ୍ୟା । ନବରଙ୍ଗପୁର ସହର ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ବାଥରୁମ୍ ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସୁଶୀଳା ପୂଜାରୀ। ତାଙ୍କ ଘର କୋଷାଗୁମୁଡ଼ା ଅଞ୍ଚଳରେ। ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ପାଠ ବୁଝିପାରୁନଥିବା ନେଇ ତାଙ୍କ ବାପାଙ୍କ ସହ […]
ଭୁବନେଶ୍ୱର : ୨୦୧୧ରୁ ୨୦୨୧ । ୧୦ ବର୍ଷରେ କେତେ ବଢ଼ିଛି ଆମ ଦେଶର ଜନସଂଖ୍ୟା ? ଲୋକ କେତେ ? ଘର କେତେ ? ନାଗରିକ କେତେ ? ୨୦୨୧ରେ ଏ ବଡ଼ ପ୍ରଶ୍ନର ଉତ୍ତର ପାଇବାକୁ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବବୃହତ୍ତ ଗଣନା ଅଭିଯାନ ପାଇଁ ପ୍ରାକ୍ ପରୀକ୍ଷଣ ବା ପାଇଲଟ୍ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଘର ଗଣନା ପ୍ରକ୍ରିୟା। ଭୁବନେଶ୍ୱର ମହାନଗର ନିଗମ, […]
ଭୁବନେଶ୍ୱର : କଣ ହେବ ରାଜ୍ୟ ଯୋଜନା ବୋର୍ଡର ଭବିଷ୍ୟତ ? ପୁନର୍ଗଠନ ହେବାକୁ ଯାଉଛି କି ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡ ? ଯଦି ଏଭଳି ହୁଏ ତାହେଲେ କେଉଁ କ୍ଷେତ୍ରକୁ ମିଳିବ ଅଧିକ ଗୁରୁତ୍ୱ ? ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ନେଇ ସଙ୍କେତ ମିଳିବାପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ଚର୍ଚ୍ଚା ହେଉଛି କେନ୍ଦ୍ରର ନୀତି ଆୟୋଗ ଢାଂଚାରେ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ କରିବାକୁ ସରକାର ବିଚାର କରୁଛନ୍ତି। କିଛିଦିନ ତଳେ ଜିଲ୍ଲା […]
ଭୁବନେଶ୍ୱ : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୨ ଓଡ଼ିଆ ସାଂସଦ। ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବି ନବୀନଙ୍କୁ ଏ ନେଇ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି କେନ୍ଦ୍ର ପାଖରେ ରଖାଯାଇଥିବା ସର୍ତ୍ତ ପୂରଣ ହେଲେ ଯାଇ ଏନେଇ ମୁଖ୍ୟମନ୍ତ୍ରୀ ବିଚାର କରିବେ। ସେପଟେ […]
ଭୁବନେଶ୍ୱର : ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ବ୍ଲାକମେଲିଂ। ଯୁବତୀଙ୍କ ଠାରୁ ଟଙ୍କା ଗହଣା ହଡପ ଅଭିଯୋଗରେ କମିଶନରେଟ୍ ପୁଲିସ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ହେଲେ ଦେବୀ ପ୍ରସାଦ ପତି। ପୁଲିସ ତାଠାରୁ ୧୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିଛି। ଛାତ୍ର ଜଣଙ୍କ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କର କିଛି ଅଶ୍ଳିଳ ଫଟୋ ଉତ୍ତୋଳନ କରିଥିଲେ। ପରେ ସେସବୁ ଫଟୋକୁ ଭାଇରାଲ୍ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି ) : ରାଉରକେଲା ବିଧାୟକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ମିଳିଛି ଧମକ। ଏନେଇ ଏକ ଧମକପୂର୍ଣ୍ଣ ଚିଠି ଘର କାନ୍ଥରେ ମରା ଯାଇଛି। ନଚେତ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ଅଛି। ଦୁର୍ବୃତ୍ତମାନେ ଗତ ରାତିରେ ରାଉରକେଲା ଝିରିପାଣି ଥାନା ଅଞ୍ଚଳରେ ରହୁଥିବା ଖଗେନ୍ଦ୍ର ପ୍ରସାଦ ଦାସଙ୍କ ଏକ ଟାଟା ଏସ୍ ଗାଡ଼ିରେ ନିଆଁ ଲଗାଇ ଦେବା ସହ ଏପରି ଧମକପୂର୍ଣ୍ଣ ଚିଠି ଛାଡ଼ି ଯାଇଛନ୍ତି। […]
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ମକା ଜମିରେ କୀଟନାଶକ ଔଷଧ ସିଞ୍ଚନ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଘରେ ଜନ୍ମ ନେଇଥିବା ବିଧାୟକ ପେଷାରେ ଜଣେ ଓକିଲ। ଜିଲ୍ଲାର ରାଇଘର, ଉମରକୋଟ,ଝରିଗାଁ,ଡାବୁଗାଁ ଏବଂ ଚନ୍ଦାହାଣ୍ଡିରେ ଚଳିତ ବର୍ଷ ମକା ଚାଷରେ ପୋକ ଲାଗିଥିବା ଖବର ପାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ବିଭିନ୍ନ ଅଂଚଳ ଗସ୍ତ କରିବା ସହ ଚାଷୀଙ୍କ ସହ […]
ବାଲେଶ୍ୱର(ରଂଜିତ୍ ପାକଳ) : ଯାତ୍ରୀବାହୀ ବସ୍ରେ ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଅଘଟଣ ଘଟିଛି ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ। ହଠାତ୍ ଯାତ୍ରୀମାନେ ବସ୍ ଭିତରେ ଧୂଆଁ ଦେଖି ଚିତ୍କାର କରିଥିଲେI ଡ୍ରାଇଭର ଯାତ୍ରୀ ମାନଙ୍କୁ ତତ୍କ୍ଷଣାତ ଓହ୍ଲାଇ ଦେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲେ I ବସ୍ର ଏସିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଇଛିI ଏଥିରେ ଯାତ୍ରୀମାନଙ୍କ କୌଣସି କ୍ଷୟକ୍ଷତି […]
ସୁନ୍ଦରଗଡ଼ : ସାପ କାମୁଡ଼ାରେ ଭାଇଭଉଣୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ସୁବୁଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ ,ଗତକାଲି ରାତିରେ ବର୍ଷା ଦଣ୍ଡସେନା (୧୩ ବର୍ଷର) ଓ ତାଙ୍କ ଭାଇ ଅବିନାଶ (୮ ବର୍ଷର)ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସପିଟାଲ ନେବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି।
ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ। ପ୍ରତାପ ଆଜି ସକାଳେ ହଠାତ୍ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ପହଞ୍ଚିବାବେଳେ ଡାକ୍ତର ନ ଥିବା ଦେଖିବାକୁ ପାଇଥିଲେ। ଏହାସହ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ତାଙ୍କ ପାଖରେ ଅଭିଯୋଗ ହୋଇଥିଲା। ଡାକ୍ତରଙ୍କ ପାଇଁ କ୍ୱାର୍ଟର ହୋଇଥିବାବେଳେ, ଏଠାରେ ଡାକ୍ତର ରହୁନଥିବା ଦେଖିବାକୁ ପାଇଥିଲେ। ତେବେ ଏଭଳି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତାପ।