ରାୟଗଡ଼ା : ପ୍ରେମ, ପ୍ରତାରଣା ପରେ ପ୍ରେମିକାର ଧାରଣା ମାମଲାରେ ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଯୁବତୀଙ୍କ ପ୍ରେମିକ ଓ ତିନି ଜଣ ମାନବାଧିକାର କର୍ମୀ ଅଛନ୍ତି। ସୂଚନା ଅନୁଯାୟୀ ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବା ପରେ ଦୁଇ ପରିବାରଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ସମ୍ପୃକ୍ତ ମାନବାଧିକାର କର୍ମୀ ଡାକିଥିଲେ। କିନ୍ତୁ ବୁଝାମଣା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏ […]
ରାୟଗଡ଼ା : ୭ ବର୍ଷ ହେବ ଶିକୁଳିରେ ବନ୍ଧା ଜୀବନ। ମାନସିକ ବିକୃତ ଝିଅର ଚିକିତ୍ସା ନକରାଇପାରିବାରୁ ବେସାହାରା ମାଆ ତାକୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ରଖିଛି। ପାଖରେ ଅର୍ଥ ନାହିଁ। ନିଜେ ଓ ଝିଅର ପେଟରେ ମୁଠାଏ ଦାନା ପାଇଁ ମୂଲ ଲାଗି ଚଳୁଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଶିକୁଳିରେ ବନ୍ଧା ହୋଇଛି ଗୋଡ଼। ତଥାପି ରହିଛି ମାଆର ମମତା। ଝିଅର ମୁଣ୍ଡ କୁଣ୍ଡାଇବା ସହ ଖୁଆଇ […]
ମାଲକାନଗିରି : ମାଓପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ । ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି। ୭ ରୁ ୮ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁବିଧା ମିଳିନଥିଲା। ନାନା ଅସୁବିଧାର […]
ସୋର( ଶଶିକାନ୍ତ ବେହେରା) : ଚୋରିର ନୂଆ ତରିକା। କୌଣସି ପେସାଦାରଙ୍କୁ ବି ଚକମା ଦେବା ଭଳି କାରନାମା। ଫିଲ୍ମ ଷ୍ଟାଇଲରେ ହୋଇଛି ଚୋରି। ସିସିଟିଭିରୁ ନଜର ହଟାଇବା ପାଇଁ ଶାଢ଼ୀରେ ନିଜକୁ ଲୁଚାଇ ଲୁଗା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଏଠାରେ ଥିବା ଲୁଗା ଦୋକାନରୁ ସଂପୃକ୍ତ ଚୋର ହଜାର ହଜାର ଟଙ୍କାର ଶାଢୀ ଚୋରି କରି ନେଇଛି। ଚୋରି ପୂର୍ବରୁ ଦୋକାନ ପଛରେ ଲାଗିଥିବା […]
ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ) : ଗ୍ୟାଙ୍ଗଷ୍ଟର୍ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା ଓରଫ ଚିନ୍ମୟକୁ ବାଲେଶ୍ୱର ପୁଲିସ୍ ଗିରଫ କରିଛି। ଗତକାଲି ବାଲେଶ୍ୱର ଡିଏସ୍ପି ମନୋଜ ରାଉତଙ୍କ ନେତୃତ୍ୱରେ ପୁଲିସ୍ର ଏକ ସ୍ପେଶାଲ୍ ଟିମ୍ କଟକରୁ ଚିନ୍ମୟକୁ ଗିରଫ କରିଥିଲା। ତା’ ନାଁରେ ବିଭିନ୍ନ ଥାନାରେ ବହୁ ହତ୍ୟା ଓ ଅପରାଧିକ ମାମଲା ରହିଛି। ପାପା ଦୁଇ ବର୍ଷ ହେବା ଫେରାର ଥିଲା। ୨୦୧୬ରେ ଗ୍ୟାଙ୍ଗଷ୍ଟର୍ ଖାସୁଆ ଓରଫ ସୁଶାନ୍ତ ଦାସକୁ ହତ୍ୟାକରି ସେ ଫେରାର […]
ଭୁବନେଶ୍ୱର : ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା। ଗୋଟିଏ ସାପ ଧରିଲେ ଲୋକଙ୍କୁ ୧୦୦ ଟଙ୍କା ମିଳିବ। ଏହା ସହିତ ସାପ ଧରିବା ଲୋକଙ୍କୁ ବନ ବିଭାଗ ପଞ୍ଜୀକରଣ କରିବ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବନ ବିଭାଗ। ଗତକାଲି ଅବସର ନେଇଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।
ଆଠଗଡ଼ (ନୀଳକଣ୍ଠ ଦୋରା) : ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି। ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ଜିଲ୍ଲାର ଆଠଗଡ଼ରୁ। ଖମାର ନୂଆଗାଁର କୁନି ମହାରଣାଙ୍କର ଆଜି ସକାଳେ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଓଏଏସସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ପ୍ରଦୀପ୍ତ କୁମାର ସାହାଣୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବିଶ୍ୱଜିତ୍ ବିଶ୍ୱାଳଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ବିଶ୍ୱନାଥ ସାହୁଙ୍କୁ ବୁର୍ଲା ମେଡିକାଲ କଲେଜ […]
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁସଂଖ୍ୟା ଉପରେ ବ୍ରେକ୍ ଲଗାଇବାକୁ ବନ ବିଭାଗର ନୂଆ ଖସଡ଼ା। ଏଣିକି ହାତୀଙ୍କ ସୁରକ୍ଷାରେ ସାମିଲ ହେବେ ଗଜବନ୍ଧୁ। ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁସଂଖ୍ୟା ଉଦବେଗଜନକ ହେବା ପରେ ଗଜରାଜଙ୍କ ସୁରକ୍ଷା ଲାଗି ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ ଚାଲିଛି ମାନସମନ୍ଥନ। ଏଥିରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଖସଡ଼ା ଅନୁସାରେ ଏଣିକି ହାତୀଙ୍କ ସମ୍ପର୍କରେ ସୂଚନା ଦେବାକୁ ମୁତୟନ ହେବେ ସାଧାରଣ ଲୋକେ। ଯେଉଁମାନଙ୍କୁ […]
ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀଠୁ ୭୫ ମିଟର ଯାଏଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ୨ ଦିନ ପାଇଁ ବନ୍ଦ ରହିବ। ଆସନ୍ତାକାଲି ରବିବାର ଓ ପରଦିନ ଗଣେଶ ପୂଜା ଛୁଟି ଥିବାରୁ ଉଚ୍ଛେଦ କାମ ବନ୍ଦ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ମଙ୍ଗଳବାରଠୁ ପୁଣି ଉଚ୍ଛେଦ ଆରମ୍ଭ ହେଲେ ଏହାପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଏମାର ମଠ ଭଙ୍ଗା ନେଇ […]
କେନ୍ଦ୍ରାପଡ଼ା/ବାଲେଶ୍ୱର (ମନୋଜ ସ୍ୱାଇଁ/ରଶ୍ମିରଞ୍ଜନ ଦାସ) : ଆସାମ ପରେ ଓଡ଼ିଶାରେ କରାଯାଇପାରେ ନାଗରିକ ତାଲିକା(ଏନ୍ଆରସି)। ଏଠି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସରକାରୀ ଭାବେ ୪ ହଜାର ଭିତରେ ସୀମିତ ଥିବା ବେଳେ ଏମାନଙ୍କ ସଂଖ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ଜାଲ୍ ନୋଟଠୁ ଆରମ୍ଭ କରି ନିଶା କାରବାର ପରି ଅପରାଧ ବଢୁଥିବାରୁ ଏମାନଙ୍କୁ ଚିହ୍ନଟ କରି ରାଜ୍ୟ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ବିରୋଧୀ। କେନ୍ଦ୍ରାପଡ଼ା ଜିଲ୍ଲା […]
ଭୁବନେଶ୍ୱର : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଅସଦାଚରଣରେ ଶିକାର ହୋଇଥିଲା। ସ୍କୁଟି ଚଳାଉଥିବା ଜଣେ ଅଭିଯୁକ୍ତ ସାଇକେଲରେ ଯାଉଥିବା ନାବାଳିକାକୁ ଅସଦାଚରଣ କରିଥିଲା। ଏହି ଘଟଣା ରାଜଧାନୀରେ ଚହଳ ପକାଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶରେଟ୍ ପୁଲିସ ଅଭିଯୁକ୍ତ ଯୌନ ପିପାସୁକୁ ଗତକାଲି ଗିରଫ କରିଥିଲା। ଆଜି ତାକୁ ନେଇ ସ୍ପଟ୍ ଆଇଡେଣ୍ଟିଫିକେସନ କରିଛି ପୁଲିସ। ଅଭିଯୁକ୍ତ କିଭଳି ନାବାଳିକାକୁ ପିଛା କରିଥିଲା ଓ କେଉଁଠି ଅସଦାଚରଣ କରିଥିଲା ସେହି ତଥ୍ୟ ସେ […]
ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି। ଅଯଥାରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା ଓ ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏହା ସହିତ ଟ୍ରାଫିକ ସୁପରିଚାଳନା ନିମନ୍ତେ ପ୍ରଥମଥର ପାଇଁ ଅନେକ ଧରଣର ନୂଆ ଜୋରିମାନା ସାମିଲ କରାଯାଇଛି । ଏହି ନୂଆ […]
ଭୁବନେଶ୍ୱର : ୬ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିଏମ୍ଓ। ଜିରୋ ଟଲେରାନ୍ସ ନୀତି ଅନୁସାରେ ୬ଜଣଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପତ୍ରରେ ଦର୍ଶାଯାଇଛି ଯେ, କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସମସ୍ତ ଅଧିକାରୀ ଦୁର୍ନୀତିରେ ସଂପୃକ୍ତି ଥିଲେ। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ୍ର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ। ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ। […]
ଉଦଳା( ମାନସ ପାଣି) : ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜିଡିହା ଗ୍ରାମରେ। ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ। ସୂଚନା ମୁତାବକ , ନିଜ ସମୁଦି ଘରକୁ ବୁଲିବାକୁ ଆସିଥିଲେ ବାରିପଦା ଅଂଚଳର ଗୁରୁଭା ସିଂ। ଜଣେ ସଂପର୍କୀୟଙ୍କୁ ବାରମ୍ବାର ଜ୍ୱର ହେଉଥିବାରୁ ସେ ନେଇ ଘରେ ପୂଜା କରିବାକୁ ଗୁରୁଭାଙ୍କୁ ତାଙ୍କ ସମୁଦି କହିଥିଲେ। ଏହା […]
ବାଲେଶ୍ୱର ( ରଶ୍ମି ରଂଜନ ଦାସ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ରସାଳପୁରସ୍ଥିତ ଯଦୁନାଥ କଲେଜର ଜଣେ ଯୁକ୍ତ ୩ର ୩ୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏହି କଲେଜର କିଛି ଛାତ୍ର କଲେଜ ପରିସରରେ ସମ୍ପୃକ୍ତ ୩ୟ ବର୍ଷର ଛାତ୍ରଙ୍କୁ ଏକ ପୋଖରୀରେ ବୁଡ଼ାଇବା ପାଇଁ ଉଦ୍ୟମ କରିଛନ୍ତି। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି କଲେଜର ଗୋଟିଏ ଗୋଷ୍ଠୀର ଛାତ୍ରଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଛାତ୍ର ନିର୍ଯାତନା […]
ଭୁବନେଶ୍ୱର : ବଢ଼ିଲା ଆଧାର ଲିଙ୍କର ସମୟ ସୀମା। ରାସନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଫଳରେ ଯେଉଁମାନେ ଆଧାର ଲିଙ୍କ କରିପାରିନଥିଲେ, ସେମାନେ ନିଜ ନିଜ ଆଧାର ଏଣିକି […]
ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମାଲବାହୀ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିମଳ ଜେନା। ତାଙ୍କ ଘର ଜିଲ୍ଲାର ନଛିମପୁର ପଞ୍ଚାୟତର ଦେଉଳା ଗାଁରେ। ବିମଳ ଆଜି ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଏକ ମାଲବାହୀ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା। […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ଗୁଣିଆ ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା। ଏହି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଓରେଲଗୁଡ଼ା ଗାଁରୁ। ମୃତକ ଜଣକ ହେଲେ ଜଗା କାବାସି। ମିଳିଥିବା ସୂଚନା ମୁତାବକ, କିଛି ଦିନର ଅସୁସ୍ଥତା ପରେ ଗତକାଲି ଏହି ଗାଁର ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ସନ୍ଦେହ କରିଥିଲେ ଜଗା କାବାସି ଗୁଣି କରିବାରୁ ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଛି। […]
ପୁରୀ : ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତଙ୍କ ଅସନ୍ତୋଷ । ତାଙ୍କ ବିନା ଅନୁମତିରେ ମଠ ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। କିଛି ଦିନ ତଳେ ସେ ଲାଇବ୍ରେରୀର ନବୀକରଣ କରିଥିଲେ। ସେହିପରି ଏହା ଅସୁରକ୍ଷିତ ନଥିଲା। ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ଓଟିଭିକୁ କହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜଦାସ। ମଠ ଭିତରେ ଥିବା ଅସୁରକ୍ଷିତ ଓ ଅବ୍ୟବହୃତ ଘରଗୁଡିକୁ […]
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆଜି ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ଜାଗାରେ ଆଜି ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି, “ଆଜି ମାଲକାନଗିରି, […]
ଭୁବନେଶ୍ୱର : ଅଭିଯୋଗକାରୀଙ୍କ ଫିଡ୍ବ୍ୟାକ୍ ଆଧାରରେ ପ୍ରସ୍ତୁତ ହେବ ପୁଲିସ ଥାନାର ରିପୋର୍ଟ କାର୍ଡ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ। ଥାନାରୁ କିଭଳି ସେବା ପାଇଲେ ତାର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାଯ୍ର୍ୟକ୍ରମ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି ବି.କେ.ଶର୍ମା। କଲ୍ ସେଣ୍ଟରରୁ ଫୋନ୍ […]
କରଞ୍ଜିଆ : ବୋହୂକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ତାତିଲେ ମହିଳା। ଅଭିଯୁକ୍ତକୁ ଧରିବାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା। ଗତ ୧୭ ତାରିଖରେ ମୟୂରଭଞ୍ଜ ମହୁଲଡ଼ିହା ଥାନା କଇଲିପାଳରେ ନବବଧୂଙ୍କୁ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ୫୩ ନମ୍ବର ରାଜ୍ୟ ରାଜପଥ ମହୁଲଡ଼ିହା ଥାନା […]
ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି। ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ମଧ୍ୟ ଭଙ୍ଗାଯାଉଛି। ମଠ ଭିତରେ ଥିବ ମହନ୍ତ ମହାରାଜଙ୍କ ଘରଗୁଡିକୁ ମଧ୍ୟ ଖାଲି କରାଯାଇଛି। ଏଥି ସହିତ ମଠର କିଛି ଅଂଶରେ ଚାଲିଥିବା ଖଜା ଦୋକାନଗୁଡିକୁ ମଧ୍ୟ ଆଜି ଭଙ୍ଗାଯାଉଛି। ଶ୍ରୀମନ୍ଦିର ସମ୍ମୁଖରେ ଶହ […]
ବାଲିଗୁଡ଼ା ( ଅଜିତ୍ ନାୟକ) : ବିଦ୍ୟୁତ୍ ଖୁଣ୍ଟ ପଡ଼ି ୨ ଯୁବକ ମୃତ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ଅନୁସାରେ ,ମୃତକ ୨ଜଣଙ୍କ ନାଁ ରଂଜନ ପ୍ରଧାନ ଓ ଲିଟୁ ପ୍ରଧାନ। ଉଭୟେ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ବିଲ ଦେଇ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ରଂଜନ ଓ […]