ଉଦଳା( ମାନସ ପାଣି) : ରାସ୍ତା ଉପରେ ପଢ଼ିଲେ ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଜଡାବଣୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମନୋରମା ବେହେରା ସ୍କୁଲ ପରିସରରେ ଥିବା ଗଛକୁ ବିନା କାହାରି ଅନୁମତିରେ କାଟିବା ସହିତ ଉକ୍ତ କାଠକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହା ସହିତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ହେରଫେର କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ପକ୍ଷରୁ […]
ଜଳେଶ୍ୱର(ଅଜିତ ଦାସ):ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ଜେଜେବାପା ଥାନାଲେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୧୭ ତାରିଖ ଦିନ ଶିଶୁଟିକୁ ଗାଁର ଜଣେ ସଂପର୍କୀୟ ଭାଇ ଘରକୁ ଡାକିଥିଲା। ପରେ ଶିଶୁଟିକୁ ଦୁଷ୍କର୍ମ କରିଥିଲା। ଏନେଇ ଶିଶୁଟି ଘରେ କହିବା ପରେ ପରିବାର ଲୋକେ ଗାଁ କମିଟିକୁ କହିଥିଲେ। ତେବେ ଗାଁ କମିଟି କୌଣସି ନିଷ୍ପତ୍ତି ନ ନେଇପାରିବା ପରେ ଶେଷରେ ପରିବାର […]
ଭୁବନେଶ୍ୱର : ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ଏହି ପ୍ରିପେଡ୍ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ। ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ୍ ମିଟର ଲଗାଯିବ। ମିଟରରେ ଡିଜିଟାଲ କାର୍ଡ ରହିବ। ଉପଭୋକ୍ତା ଏହାକୁ ରିଚାର୍ଜ କରିବେ। ଆଗୁଆ ପଇସା ପକାଇ ରିଚାର୍ଜ କରି ବିଦ୍ୟୁତ୍ ବ୍ୟବହାର କରିବେ ଗ୍ରାହକ। ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଆରମ୍ଭ କରାଯିବ। ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରି […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରଭାବତି ପବ୍ଲିକ୍ ସ୍କୁଲରୁ। ଏହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାର ଭିଡିଓ ଭାଇରାଲ ହେବାପରେ ଟିଟିଲାଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲକୁ ଜାତୀୟପତାକାରେ ସଜାଯାଇଥିଲା। ତେବେ ଜାତୀୟ ପତାକାଟି ସ୍କୁଲର ଥିବା ଷ୍ଟେଜ୍କୁ ଲାଗି ପୋତାଯାଇଥିଲା। ଉକ୍ତ […]
ଭୁବନେଶ୍ୱର : ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପରିଚୟ ଦେଇ ଯୁବତୀଙ୍କୁ ବିବାହ ଉଦ୍ୟମ। ଭୁବନେଶ୍ୱର ନୟାପଲ୍ଲୀ ପୁଲିସ ଦ୍ୱାରା ଯୁବକ ଗିରଫ। ତାଙ୍କ ନାଁ ବିରଞ୍ଚି ନାରାୟଣ ନାଥ। ଘର ଭୁବନେଶ୍ୱର ନୟାପଲ୍ଲୀ ସାଲିଆ ସାହିରେ। ସେ ଏକ ମାଟ୍ରୋମୋନୀ ସାଇଟ୍ରେ ନିଜକୁ ଦିଲ୍ଲୀ AIIMSର ଡାକ୍ତର କହି ପ୍ରୋଫାଇଲ୍ ତିଆରି କରିଥିଲେ। ଏହା ଦେଖି ବାଲେଶ୍ୱର ଅଂଚଳର ଜଣେ ପ୍ରଫେସର ତାଙ୍କ ଡାକ୍ତରୀ ଝିଅ ପାଇଁ ଯୋଗାଯୋଗ କରିଥିଲେ। କିନ୍ତୁ ସଂପୃକ୍ତ ଯୁବକ ବିଷୟରେ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ପୁଇଁତଳାର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାରୁ ଉଠିଲା ପରଦା। ହନୁମାନ ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଇଁତଳା SDPO ଶ୍ରୀମନ୍ତ ବାରିକ। ଗତ ୮ ତାରିଖରେ ପୁଇତଁଳାର ଶ୍ରୀକାନ୍ତଙ୍କୁ ଅପହରଣ ହୋଇଥିଲା। ଶ୍ରୀକାନ୍ତଙ୍କ ବାପାଙ୍କ ପାଖରେ ହନୁମାନ ପଇସା ଥିବା ନେଇ ସନ୍ଦେହ କରିଥିଲେ ଅପହରଣକାରୀ। ପୁଅର ଜୀବନ ବଦଳରେ ତାଙ୍କଠୁ ହନୁମାନ ପଇସା ମାଗିବା ପାଇଁ ଯୋଜନା […]
ସମ୍ୱଲପୁର : ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍ ଖୋଲିଲା; ଏବେ ୭ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ବାମ ପାର୍ଶ୍ୱରେ ୫ ଓ ଦକ୍ଷିଣ ପାର୍ଶ୍ୱରେ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପୂର୍ବରୁ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୦ ଦଶମିକ ୨୭ ଫୁଟ ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ଏକ ଲକ୍ଷ ୫୧ ହଜାର ୨୫୫ […]
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଆର୍ଦ୍ରଭୂମି ପରିଚାଳନା ଚିନ୍ତା। ଆଗାମୀ ୫ ବର୍ଷ ମଧ୍ୟରେ ଚିଲିକା ଅଞ୍ଚଳରେ ଖର୍ଚ୍ଚ ହେବ ୧୫୮ କୋଟି ଟଙ୍କା । ଏଥିରେ ସ୍ଥାନୀୟ ୧୫୧ଟି ଗ୍ରାମର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ଏଥିନେଇ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍କୁ ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଅନୁମୋଦନ ମିଳିଛି। ଏହି ଅର୍ଥରେ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷିତ କରାଯିବା ସହ ଚିଲିକା ହ୍ରଦର ପରିବେଶ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି ବୈଠକ […]
ବଲାଙ୍ଗିର ( ମନୋରଂଜନ ଯୋଶୀ) : ମଧ୍ୟାହ୍ନ ଭୋଜନରେ ମିଳିଲାନି ମିଲ୍। ଆଉ ତା ବଦଳରେ ଛାତ୍ରଛାତ୍ରୀ ଖାଇଲେ ମୁଢ଼ି । ବଲାଙ୍ଗିର ଜିଲ୍ଲା ଆଗଲପୁର ସଂସା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ସ୍କୁଲ ବାରଣ୍ଡାରେ ବସି ମୁଢ଼ି ମିକ୍ସଚର୍ ଖାଇଲେ ଛାତ୍ରଛାତ୍ରୀ। କିଏ ଥାଳି ତ କିଏ କାଗଜରେ । ଯିଏ ଯେତିକି ପାଇଲା ସେତିକି ଖାଇଲା। ସୂଚନା ମୁତାବକ ,ଗତ ୧୬ ଓ ୧୭ ତାରିଖରେ ସ୍କୁଲରେ ଜାଳେଣୀ କାଠ ନଥିଲା […]
ଭୁବନେଶ୍ୱର : ଆର ପାରିରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ। ଗତକାଲି ମଧ୍ୟ ରାତ୍ରିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ରଣଜିତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସଂକ୍ରମଣ ଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ଶନିବାର ରାତି ପ୍ରାୟ ସାଢ଼େ ୧୨ଟାରେ ତାଙ୍କର ଦେହାନ୍ତ ହୋଇଛି। ରଣଜିତ ଗୁରୁଙ୍କ ବିୟୋଗରେ […]
ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଓ ଝାରସୁଗୁଡ଼ା। […]
ଜୟପୁର( ଗୌରୀ ଶଙ୍କର) : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି। ଗତକାଲି ସେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲେ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ତାଙ୍କ ଠାରୁ ଜବତ ହୋଇଥିଲା ୧ ଲକ୍ଷ ୯୧ ହଜାର ଟଙ୍କା। ପରେ ତାଙ୍କୁ ଗିରଫ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଜବତ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି, ଯୋଗାଣ ଅଧିକାରୀ ଅଭିମନ୍ୟୁ […]
ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ କିଶନନଗର ଅଞ୍ଚଳରେ ଅଘଟଣ। ଗୋଡ଼ ଖସି ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ। ଆଜି ସକାଳୁ ସୁକୁପାଇକା ନଦୀକୂଳକୁ ଦୁଇ ସମ୍ପର୍କୀୟ ଭଉଣୀ ଫୁଲ ତୋଳିବାକୁ ଯାଇଥିଲେ। ବନ୍ଧରୁ ଦୁଇ ଜଣଙ୍କ ଗୋଡ଼ ଖସି ଯିବାରୁ ସେମାନେ ନଦୀରେ ପଡ଼ି ଯାଇଥିଲେ। ଉଭୟେ ପାଣିରେ ବୁଡ଼ି ଯାଇଥିଲେ। ଦୁଇ ମୃତକ ହେଲେ ସୁଜାତା ଦାସ ଓ ସୁମନ ଦାସ। ଅନ୍ୟ ଜଣେ ଭଉଣୀ ସୁନିତା ଦାସ ଅଳ୍ପକେ ବର୍ତ୍ତି […]
ଭୁବନେଶ୍ୱର : ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି। ଦିନ ୧୦ଟା ୩୦ ଯାଏ ୮ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ ଓ ଦେବଗଡ଼।
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି। କେନ୍ଦ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେଭଳି ବାଧ୍ୟତାମୂଳକ ଚାକିରିରୁ ବିଦା କରାଯାଉଛି, ଠିକ୍ ସେହିଭଳି ୧୫ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ଏହା ସହିତ ଅନ୍ୟ ୨ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ମଧ୍ୟ ବନ୍ଦ କରାଯାଇଛି। ଏହି ୧୭ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ […]
ଭୁବନେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରିଲା ବେଳକୁ ଉପକୂଳ ଓଡ଼ିଶାରେ ବନ୍ୟା ବିପଦ। ମହାନଦୀରେ ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବା ପରେ ଫୁଲି ଉଠିଛନ୍ତି ଏହାର ପ୍ରମୁଖ ଶାଖା ନଦୀ । ଫଳରେ ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି। ଏସବୁ ଜିଲ୍ଲାର କିଛି କିଛି ଅଞ୍ଚଳ ବନ୍ୟାରେ ଉବୁଟୁବୁ ହେଉଥିବାରୁ ହଜାର ହଜାର ଲୋକ ବିପନ୍ନ ହେବା ସହ ଚାଷବାସକୁ ବ୍ୟାପକ […]
ଭୁବନେଶ୍ୱର : ଆଜି ପଶ୍ଚିମ ଓଡ଼ିଶାର ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଆକାଶ ମାର୍ଗରୁ ବଲାଙ୍ଗିର ସମେତ କଳାହାଣ୍ଡି, ବୌଦ୍ଧ, ସୋନପୁରର ବନ୍ୟାଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଞ୍ଚଳ ବୁଲିବା ପରେ କେନ୍ଦ୍ରମନ୍ତ୍ରୀ ବଲାଙ୍ଗିର ଏନ୍ଏଚ୍ଏମ୍ ହଲ୍ରେ ଅନୁଷ୍ଠିତ ଏକ ବୈଠକରେ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ।
ସୁନ୍ଦରଗଡ଼ (ବିଜୟ ବରୁଆ) : ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି ହେମଗିର ଥାନା ପୁଲିସ। SDJMଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ କରାଯାଇଛି। କନିକା ଅଞ୍ଚଳର ଜଣେ ମହିଳାଙ୍କ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି। ଏସ୍ପିଙ୍କ ବିରୋଧରେ ଦଫା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୩୪୨, ୩୧୩, ୧୬୬, ୧୬୭, ୫୦୩ ଓ ୫୦୪ରେ ପୁଲିସ ମାମଲା ରୁଜୁ କରିଛି। ଜୁଲାଇ ୩ ତାରିଖ ରାତିରେ […]
ରାଉରକେଲା(ପୱନ ତିୱାରୀ) : ପିଲା ହେଲାନି ବୋଲି ଲ୍ୟାବୋରୋଟାରୀରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ପିଇ ଜୀବନ ହାରିଲେ ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଓ ତାଙ୍କ ପତ୍ନୀ! ଆଉ ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ୪ ପୃଷ୍ଠାର ସୁଇସାଇଡ୍ ନୋଟ୍। ପୁଲିସ ସେହି ସୁଇସାଇଡ୍ ନୋଟ୍କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ୨୦୧୧ରୁ ରାଉରକେଲା ଏନ୍ଆଇଟିରେ ଲାଇଫ ସାଇନ୍ସ ବିଭାଗରେ ଅଧ୍ୟାପନା କରୁଥିଲେ ତାମିଲନାଡୁ ମଦୁରାଇର ଆର.ଜୟବାଲାନ। ଆଉ ତାଙ୍କ ପତ୍ନୀ ମାଳିନୀ କେଶୱନ୍ତ ଏନ୍ଆଇଟି […]
ଭୁବନେଶ୍ୱର : ଚୋରା ପଥର ଖଣି ମାମଲାରେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ବା ଏସ୍ଟିଏଫ୍ ଆଜି ଜୋରଦାର ଜେରା କରିଛି। କ୍ରାଇମବ୍ରାଞ୍ଚର ନୋଟିସ ମୁତାବକ ଦୁଇ ଅଧିକାରୀ ଆଜି ହାଜର ହୋଇଥିଲେ। ୨୦୦୦ କୋଟି ଟଙ୍କାର ବେଆଇନ ପଥର ଖଣି କାରବାର ପଛରେ ଏମାନଙ୍କର କଣ ଲିଙ୍କ ବା ଭୂମିକା ରହିଛି, ତାହାର ଖୋଳତାଡ଼ ଚାଲିଛି। ଚୋରା ପଥର ଖଣି ବ୍ୟବସାୟୀଙ୍କ ସହ […]
କଟକ : କଟକ SCB ମେଡିକାଲ ଆସିବେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା -କାଳିଆ। ନୂଆଦିଲ୍ଲୀ ଏମ୍ସରୁ ଦୁଇ ଜଣଙ୍କୁ କଟକ SCB ଅଣାଯିବ। କେବେ ଆସିବେ ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଯେ ,ଏମ୍ସରେ ଅପରେସନ ପରେ ଯୋଡ଼ା ମୁଣ୍ଡ ଅଲଗା କରାଯାଇଥିଲା। ଜଗା ଓ କାଳିଆଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର ପାଇଁ ଯୋଜନା ଥିଲା। ମାତ୍ର ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ […]
ଚୌଦ୍ୱାର : ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଇମ୍ଫାର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ଥଣ୍ଡା ପାନୀୟ ଜଳପ୍ରକଳ୍ପ ଓ ରାମଲୀଳା ଗୋଷ୍ଠୀ ଉନ୍ନୟନ ମଣ୍ଡପ ଉଦଘାଟିତ ହୋଇଛି। ଚୌଦ୍ୱାର ଆଗ୍ରାହାଟସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଏକ ଥଣ୍ଡା ପାନୀୟ ଜଳପ୍ରକଳ୍ପ ଓ ଦୌଲତାବାଦ ସ୍ଥିତ କାଳି ମନ୍ଦିର ସାମ୍ନାରେ ଅନ୍ୟ ଏକ ପ୍ରକଳ୍ପକୁ ଇମ୍ଫାର ବରିଷ୍ଠ ଉପସଭାପତି ବିଜୟା ନନ୍ଦ ମହାପାତ୍ର ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ […]
ନୂଆପଡ଼ା : କିଓସ୍କ ବ୍ୟାଙ୍କ ଠକେଇରେ ବନ୍ଧା ହେଲେ କେନ୍ଦ୍ର ପରିଚାଳକ। ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଗାଁରୁ ଆସିଛି ଏହି ଅଭିଯୋଗ। ଏହି ଶାଖାରେ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କେନ୍ଦ୍ର ପରିଚାଳକ ଦାଶରଥୀ ସୁନାନୀଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନିକଟରୁ ୧୦ ଲକ୍ଷ ୪ ହଜାର ୩୦୦ ଟଙ୍କା ଜବତ କରାଯାଇଛି। ଏହା ସହିତ କେନ୍ଦ୍ରରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆଧାରକାର୍ଡ, ବ୍ୟାଙ୍କ ପାସବୁକ୍ ଆଦି ଜବତ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସଚିବ ଭାବେ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ସେହିପରି ୧୯୮୫ ବ୍ୟାଚ୍ ଆଇଏଏସ୍ ତଥା କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ନିଜର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଫେରାଇ ନେବାପରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି […]
ଭୁବନେଶ୍ୱର : ଅଭିନେତା ପପୁ ପମ୍ ପମ୍ଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଛିଡ଼ା ହୋଇଛି ବିବାଦ। ପରେ ଥାନାକୁ ଗଲା ମାମଲା। ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ସେ ଏଫଆଇଆର୍ରେ ଉଲ୍ଲେଖ କରିଛନ୍ତି। ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଅଭିନେତା ପପୁ ପପୁପମ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହାସହ ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ୍ […]