ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ପୁଲିସ ସାଜିଲା ଲୁଟେରା। ଗାଡ଼ି ଚେକିଂ ବାହାନାରେ ୩ଜଣ ବ୍ୟବସାୟୀଙ୍କଠୁ ଦେଢ ଲକ୍ଷ ଟଙ୍କା ଲୁଟି ଧରାପଡ଼ିଲେ ୩ ପୁଲିସ୍ କର୍ମଚାରୀ । ପରେ ଚାକିରି ଚାଲିଯିବା ଭୟରେ ସେମାନେ ଟଙ୍କା ଫେରାଇଲେ ମଧ୍ୟ ପୁଲିସ୍ ସେମାନଙ୍କୁ ଗିରଫ କରିଛି। କଟକ ଜିଲ୍ଲା ନିର୍ଗୁଣ୍ଡି ନିକଟରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ଟାଙ୍ଗି ପୁଲିସ ତିନିଜଣ ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ଟାଙ୍ଗି ଥାନା କର୍ମଚାରୀ। ମିଳିଥିବା ସୂଚନା […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଜିଲ୍ଲା ଏସପି ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି। ପୁଲିସ ଡିଜି ବିକେ ଶର୍ମା ମଧ୍ୟ ନିଜ ଟିମ୍ ଗଢ଼ିଛନ୍ତି। ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରମାର ସ୍ମିତ ପୁରୁଷୋତ୍ତମ ଦାସ- ମୟୂରଭଞ୍ଜ ମୁକେଶ କୁମାର ଭାମୋ – କୋରାପୁଟ ଭିନିତ୍ ଅଗ୍ରୱାଲ- ନୂଆପଡ଼ା(ଇନଚାର୍ଜ) କନୱର ବିଶାଲ ସିଂହ- ସମ୍ବଲପୁର […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ବିଜୟ କୁମାର ଶର୍ମା ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ବିଭାଗରେ ଏଭଳି ବଡ଼ଧରଣର ଅଦଳବଦଳ ହୋଇଛି। ଶ୍ରୀ ଶର୍ମା ନିଜର ନୂଆ ଟିମ୍ ଗଢ଼ିଛନ୍ତି। ଆଇପିଏସ୍ ଓ ଓପିଏସସ୍ତରରେ ୩୯ଜଣ ବରିଷ୍ଠ ପୁଲିସ ଅଫିସରଙ୍କ ବଦଳି ହୋଇଛି।ଭୁବନେଶ୍ୱର-କଟକ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ନୂଆ ପୁଲିସ କମିଶନର ହେବେ। ଗୃହ ବିଭାଗ […]
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଣ ଭିଡ଼ା ବେଳେ ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୁଡ଼ିପଡ଼ାରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବାଣ ବିସ୍ଫୋରଣରେ ଘରଟି ପାଉଁଶ ହୋଇଯାଇଛି। ଗୋଡିପଡା ଗାଁର ଅକ୍ଷୟ ସେଠୀ ଆଜି ବାଣ ଭିଡ଼ୁଥିଲେ! ପାଖରେ ବହୁ ବାଣ ଗଚ୍ଛିତ ଥିଲା। ତେବେ ଏହି ସମୟରେ କୌଣସି କାରଣରୁ ବାଣରେ ଅଗ୍ନି ସଂଯୋଗ ହୋଇଯାଇଥିଲା। ଫଳରେ […]
ଭୁବନେଶ୍ୱର : ଏଣିକି ରକେଟ୍ ବେଗରେ ଯିବ ସରକାରୀ ଫାଇଲ୍ । ନାଲିଫିତା ତଳେ ଚାପି ହୋଇଯିବନି କି ଟେବୁଲ୍ ଉପରେ ପଡ଼ିରହିବନି। ଇଏ ହେଉଛି ନୂଆ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ କାମ କରିବା ଫଣ୍ଡା । ନୂଆ ଦାୟିତ୍ୱ ନେଇଥିବା ୧୯୮୬ ବ୍ୟାଚ୍ର ଏହି ଆଇଏଏସ୍ ଅଫିସରଙ୍କ ସାମ୍ନାରେ ଅନେକ ସମସ୍ୟା ରହିଛି । ସମସ୍ତ ସମସ୍ୟାକୁ କିଭଳି ସାମ୍ନା କରି ରାଜ୍ୟ ପ୍ରଶାସନକୁ ଆଗକୁ ନେବେ ଏହା ତାଙ୍କ ପାଇଁ ସବୁଠାରୁ […]
ଭୁବନେଶ୍ୱର : ଭବାନୀପାଟଣା ଓ ଜୁନାଗଡ଼ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏଣିକି ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ୍ ଟ୍ରେନ୍ ଚଳାଚଳ କରିବ। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏନଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହାପରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବ୍ୟବସ୍ଥା ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ […]
ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍। ପୁଲିସ ଉକ୍ତ ଘରେ ଚଢ଼ଉ କରି ରାଣୀ ମହୁମାଛି ସହ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏଥିସହ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍, ୭ଟି ମୋବାଇଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୁଲିସ ୨ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁ ଏବଂ ୩ ଜଣ ଗ୍ରାହକ […]
ପୁରୀ : ରାତି ପାହିଲାବେଳକୁ ସାଜ ସରଞ୍ଜାମ ଧରି ପହଞ୍ଚି ସାରିଥିଲା ପ୍ରଶାସନ। ଆଇନଶୃଙ୍ଖଳା ବଜାୟ ରଖିବାକୁ ସଜାଗ ହୋଇ ରହିଥିଲେ ୨୪ ପ୍ଲାଟୁନ୍ ଫୋର୍ସ। ନିର୍ଦ୍ଧାରିତ ସମୟର ଠିକ୍ ଘଣ୍ଟାଏ ପରେ ଅର୍ଥାତ୍ ସକାଳ ୭ଟାରେ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସଲଗ୍ନ ମେଘନାଦ ପାଚେରୀ କଡ଼ରୁ ଉଚ୍ଛେଦ କାମ। ବୁଲଡୋଜର ଲଗାଇ ପ୍ରଥମେ ଦୁଇ ମହଲା ବିଶିଷ୍ଟ ଏକ ଶୌଚାଳୟଙ୍କୁ ଧରାଶାୟୀ କରିବା ପରେ ପାଖରେ ଥିବା ଜୋତାଷ୍ଟାଣ୍ଡ ଓ ଶ୍ରୀମନ୍ଦିର କୁଡ଼ୁଆ […]
ବାଲିଗୁଡ଼ା (ଅଜିତ ନାୟକ): ଘାଟିରୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଫଳରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କନ୍ଧମାଳ ଜିଲ୍ଲା କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମାତ୍ର ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ୫୦ରୁ ୬୦ ଜଣ ଯାତ୍ରୀଙ୍କୁ ଧରି କୋଟଗଡ଼ରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ‘ଦୀପକ’ ନାମକ ଏକ ଯାତ୍ରୀବାହୀ ବସ୍ ଆଡାରି ନିକଟ ଡଡୁମା ଘାଟିରୁ ତଳକୁ ଖସୁଥିବା ବେଳେ ପୋଲ ଉପରୁ ତଳକୁ ଖସିପଡ଼ିଥିଲା। ଫଳରେ ୩୦ରୁ ଊର୍ଦ୍ଧ୍ୱ […]
କଟକ : କଟକ ଏସ୍ସିବିରେ ଜଗା ଓ କାଳିଆଙ୍କ ଚିକିତ୍ସା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଡାକ୍ତରୀ ଟିମ୍। ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍ରେ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଜେ.ଏନ. ବେହେରା, ନ୍ୟୁରୋଲୋଜି ବିଭାଗ, ସର୍ଜରୀ ବିଭାଗ ଭଳି ଅନ୍ୟ ବିଭାଗର ମଧ୍ୟ ବରିଷ୍ଠ ଡାକ୍ତର ଏଥିରେ ସାମିଲ ଅଛନ୍ତି। ଜଗା ଓ କାଳିଆ ଓଡ଼ିଶା ଆସିବା ପରେ ସେମାନଙ୍କୁ ଏସ୍ସିବି ଅଣାଯିବ। ଏଠି ସର୍ଜରୀ ବିଭାଗର […]
ଉଦଳା( ମାନସ ପାଣି) : ରାସ୍ତା ଉପରେ ପଢ଼ିଲେ ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଜଡାବଣୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମନୋରମା ବେହେରା ସ୍କୁଲ ପରିସରରେ ଥିବା ଗଛକୁ ବିନା କାହାରି ଅନୁମତିରେ କାଟିବା ସହିତ ଉକ୍ତ କାଠକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହା ସହିତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ହେରଫେର କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ପକ୍ଷରୁ […]
ଜଳେଶ୍ୱର(ଅଜିତ ଦାସ):ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ଜେଜେବାପା ଥାନାଲେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୧୭ ତାରିଖ ଦିନ ଶିଶୁଟିକୁ ଗାଁର ଜଣେ ସଂପର୍କୀୟ ଭାଇ ଘରକୁ ଡାକିଥିଲା। ପରେ ଶିଶୁଟିକୁ ଦୁଷ୍କର୍ମ କରିଥିଲା। ଏନେଇ ଶିଶୁଟି ଘରେ କହିବା ପରେ ପରିବାର ଲୋକେ ଗାଁ କମିଟିକୁ କହିଥିଲେ। ତେବେ ଗାଁ କମିଟି କୌଣସି ନିଷ୍ପତ୍ତି ନ ନେଇପାରିବା ପରେ ଶେଷରେ ପରିବାର […]
ଭୁବନେଶ୍ୱର : ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ଏହି ପ୍ରିପେଡ୍ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ। ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ୍ ମିଟର ଲଗାଯିବ। ମିଟରରେ ଡିଜିଟାଲ କାର୍ଡ ରହିବ। ଉପଭୋକ୍ତା ଏହାକୁ ରିଚାର୍ଜ କରିବେ। ଆଗୁଆ ପଇସା ପକାଇ ରିଚାର୍ଜ କରି ବିଦ୍ୟୁତ୍ ବ୍ୟବହାର କରିବେ ଗ୍ରାହକ। ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଆରମ୍ଭ କରାଯିବ। ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରି […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରଭାବତି ପବ୍ଲିକ୍ ସ୍କୁଲରୁ। ଏହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାର ଭିଡିଓ ଭାଇରାଲ ହେବାପରେ ଟିଟିଲାଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲକୁ ଜାତୀୟପତାକାରେ ସଜାଯାଇଥିଲା। ତେବେ ଜାତୀୟ ପତାକାଟି ସ୍କୁଲର ଥିବା ଷ୍ଟେଜ୍କୁ ଲାଗି ପୋତାଯାଇଥିଲା। ଉକ୍ତ […]
ଭୁବନେଶ୍ୱର : ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପରିଚୟ ଦେଇ ଯୁବତୀଙ୍କୁ ବିବାହ ଉଦ୍ୟମ। ଭୁବନେଶ୍ୱର ନୟାପଲ୍ଲୀ ପୁଲିସ ଦ୍ୱାରା ଯୁବକ ଗିରଫ। ତାଙ୍କ ନାଁ ବିରଞ୍ଚି ନାରାୟଣ ନାଥ। ଘର ଭୁବନେଶ୍ୱର ନୟାପଲ୍ଲୀ ସାଲିଆ ସାହିରେ। ସେ ଏକ ମାଟ୍ରୋମୋନୀ ସାଇଟ୍ରେ ନିଜକୁ ଦିଲ୍ଲୀ AIIMSର ଡାକ୍ତର କହି ପ୍ରୋଫାଇଲ୍ ତିଆରି କରିଥିଲେ। ଏହା ଦେଖି ବାଲେଶ୍ୱର ଅଂଚଳର ଜଣେ ପ୍ରଫେସର ତାଙ୍କ ଡାକ୍ତରୀ ଝିଅ ପାଇଁ ଯୋଗାଯୋଗ କରିଥିଲେ। କିନ୍ତୁ ସଂପୃକ୍ତ ଯୁବକ ବିଷୟରେ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ପୁଇଁତଳାର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାରୁ ଉଠିଲା ପରଦା। ହନୁମାନ ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଇଁତଳା SDPO ଶ୍ରୀମନ୍ତ ବାରିକ। ଗତ ୮ ତାରିଖରେ ପୁଇତଁଳାର ଶ୍ରୀକାନ୍ତଙ୍କୁ ଅପହରଣ ହୋଇଥିଲା। ଶ୍ରୀକାନ୍ତଙ୍କ ବାପାଙ୍କ ପାଖରେ ହନୁମାନ ପଇସା ଥିବା ନେଇ ସନ୍ଦେହ କରିଥିଲେ ଅପହରଣକାରୀ। ପୁଅର ଜୀବନ ବଦଳରେ ତାଙ୍କଠୁ ହନୁମାନ ପଇସା ମାଗିବା ପାଇଁ ଯୋଜନା […]
ସମ୍ୱଲପୁର : ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍ ଖୋଲିଲା; ଏବେ ୭ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ବାମ ପାର୍ଶ୍ୱରେ ୫ ଓ ଦକ୍ଷିଣ ପାର୍ଶ୍ୱରେ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପୂର୍ବରୁ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୦ ଦଶମିକ ୨୭ ଫୁଟ ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ଏକ ଲକ୍ଷ ୫୧ ହଜାର ୨୫୫ […]
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଆର୍ଦ୍ରଭୂମି ପରିଚାଳନା ଚିନ୍ତା। ଆଗାମୀ ୫ ବର୍ଷ ମଧ୍ୟରେ ଚିଲିକା ଅଞ୍ଚଳରେ ଖର୍ଚ୍ଚ ହେବ ୧୫୮ କୋଟି ଟଙ୍କା । ଏଥିରେ ସ୍ଥାନୀୟ ୧୫୧ଟି ଗ୍ରାମର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ଏଥିନେଇ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍କୁ ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଅନୁମୋଦନ ମିଳିଛି। ଏହି ଅର୍ଥରେ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷିତ କରାଯିବା ସହ ଚିଲିକା ହ୍ରଦର ପରିବେଶ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି ବୈଠକ […]
ବଲାଙ୍ଗିର ( ମନୋରଂଜନ ଯୋଶୀ) : ମଧ୍ୟାହ୍ନ ଭୋଜନରେ ମିଳିଲାନି ମିଲ୍। ଆଉ ତା ବଦଳରେ ଛାତ୍ରଛାତ୍ରୀ ଖାଇଲେ ମୁଢ଼ି । ବଲାଙ୍ଗିର ଜିଲ୍ଲା ଆଗଲପୁର ସଂସା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ସ୍କୁଲ ବାରଣ୍ଡାରେ ବସି ମୁଢ଼ି ମିକ୍ସଚର୍ ଖାଇଲେ ଛାତ୍ରଛାତ୍ରୀ। କିଏ ଥାଳି ତ କିଏ କାଗଜରେ । ଯିଏ ଯେତିକି ପାଇଲା ସେତିକି ଖାଇଲା। ସୂଚନା ମୁତାବକ ,ଗତ ୧୬ ଓ ୧୭ ତାରିଖରେ ସ୍କୁଲରେ ଜାଳେଣୀ କାଠ ନଥିଲା […]
ଭୁବନେଶ୍ୱର : ଆର ପାରିରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ। ଗତକାଲି ମଧ୍ୟ ରାତ୍ରିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ରଣଜିତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସଂକ୍ରମଣ ଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ଶନିବାର ରାତି ପ୍ରାୟ ସାଢ଼େ ୧୨ଟାରେ ତାଙ୍କର ଦେହାନ୍ତ ହୋଇଛି। ରଣଜିତ ଗୁରୁଙ୍କ ବିୟୋଗରେ […]
ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଓ ଝାରସୁଗୁଡ଼ା। […]
ଜୟପୁର( ଗୌରୀ ଶଙ୍କର) : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି। ଗତକାଲି ସେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲେ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ତାଙ୍କ ଠାରୁ ଜବତ ହୋଇଥିଲା ୧ ଲକ୍ଷ ୯୧ ହଜାର ଟଙ୍କା। ପରେ ତାଙ୍କୁ ଗିରଫ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଜବତ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି, ଯୋଗାଣ ଅଧିକାରୀ ଅଭିମନ୍ୟୁ […]
ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ କିଶନନଗର ଅଞ୍ଚଳରେ ଅଘଟଣ। ଗୋଡ଼ ଖସି ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ। ଆଜି ସକାଳୁ ସୁକୁପାଇକା ନଦୀକୂଳକୁ ଦୁଇ ସମ୍ପର୍କୀୟ ଭଉଣୀ ଫୁଲ ତୋଳିବାକୁ ଯାଇଥିଲେ। ବନ୍ଧରୁ ଦୁଇ ଜଣଙ୍କ ଗୋଡ଼ ଖସି ଯିବାରୁ ସେମାନେ ନଦୀରେ ପଡ଼ି ଯାଇଥିଲେ। ଉଭୟେ ପାଣିରେ ବୁଡ଼ି ଯାଇଥିଲେ। ଦୁଇ ମୃତକ ହେଲେ ସୁଜାତା ଦାସ ଓ ସୁମନ ଦାସ। ଅନ୍ୟ ଜଣେ ଭଉଣୀ ସୁନିତା ଦାସ ଅଳ୍ପକେ ବର୍ତ୍ତି […]
ଭୁବନେଶ୍ୱର : ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି। ଦିନ ୧୦ଟା ୩୦ ଯାଏ ୮ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ ଓ ଦେବଗଡ଼।
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି। କେନ୍ଦ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେଭଳି ବାଧ୍ୟତାମୂଳକ ଚାକିରିରୁ ବିଦା କରାଯାଉଛି, ଠିକ୍ ସେହିଭଳି ୧୫ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ଏହା ସହିତ ଅନ୍ୟ ୨ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ମଧ୍ୟ ବନ୍ଦ କରାଯାଇଛି। ଏହି ୧୭ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ […]