• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

girl4
ବଢ଼ିଲା ନାବାଳିକାଙ୍କ ସୁରକ୍ଷା ଚିନ୍ତା ; ବିଚ୍ ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ

ଭୁବନେଶ୍ୱର : ଅସୁରକ୍ଷିତ ରାଜଧାନୀ। ଖାସ୍ କରି ମହିଳା ଓ ନାବାଳିକାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜଧାନୀର ରାସ୍ତାଘାଟ। ଛୋଟ ଛୋଟ ଝିଅଙ୍କୁ ଏକୁଟିଆ ସ୍କୁଲ କିମ୍ବା ଟିଉସନ ଛାଡୁଥିଲେ ସାବଧାନ। କାରଣ ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ। ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା। ସାଇକେଲ୍‌ରେ ଟ୍ୟୁସନ ଯାଉଥିବା ଜଣେ ଛାତ୍ରୀକୁ ବିଚ୍ ରାସ୍ତାରେ ଅସଦାଚରଣ କରିଛି ଯୌନ ପିପାସୁ। ଦୁର୍ବୃତ୍ତର ଏହି କଳା କାରନାମା ସିସିଟିଭିରେ […]

  • Monday, 19 July 2021
patient
ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟରେ ଅନ୍ୟ ଜଣଙ୍କୁ ଚିକିତ୍ସା କଲେ ଡାକ୍ତର ; ରୋଗୀ ଗୁରୁତର

କଟକ : ଅନ୍ୟ ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଆଧାରରେ ଚିକିତ୍ସା ପରେ ଆଉ ଜଣେ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ରୋଗୀ ଜଣକ କେନ୍ଦୁଝର ଅଞ୍ଚଳର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୦ ତାରିଖରେ କେନ୍ଦୁଝର ଜିଲ୍ଲାର ପ୍ରତାପ ଚନ୍ଦ୍ର ମହନ୍ତ ନାମକ ରୋଗୀ ଦୁର୍ଘଟଣାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ସିଟି ସ୍କାନ କରିବାକୁ କହିଥିଲେ। ଡାକ୍ତରଙ୍କ […]

  • Monday, 19 July 2021
ri-1
ଭିଜିଲାନ୍ସ ଜାଲରେ RI ; ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ

ଜୟପୁର : ଭିଜିଲାନ୍‌ସ ଜାଲରେ ଆର୍‌ଆଇ। ଜମି ମପାଚୁପା ପାଇଁ ୨ ହଜାର ୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୟପୁର ନନ୍ଦପୁର ତହସିଲ ବାଲଡା ରାଜସ୍ୱ ନିରିକ୍ଷକ କୈଳାଶଚନ୍ଦ୍ର ବିଶ୍ୱାଳ। ସେ ଦିବ୍ୟାଙ୍ଗ ଡମ୍ବରୁଧର ହନ୍ତାଳଙ୍କ ଜମି ମାପି ରିପୋର୍ଟ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଡମ୍ବରୁ ଲାଞ୍ଚ ଦେବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନସ ଟିମ୍ ଟ୍ରାପ୍‌ କରିଥିଲେ। ଏହାସହ ଭିଜିଲାନସ ଟିମ୍ ବାଲଡା ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ, […]

  • Monday, 19 July 2021
student death
ଡମ୍ଫର ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ରାଇରଙ୍ଗପୁର (ରାଜେଶ ଶର୍ମା) : ସ୍କୁଲରୁ ଦୁଇ ସାଥୀଙ୍କ ସହ ପଡ଼ୋଶୀଙ୍କ ବାଇକ୍‌ରେ ଘରକୁ ଫେରୁଥିଲେ ଆରତୀ। ହେଲେ ରାସ୍ତାରେ ଧକ୍କା ଦେଲା ଏକ ଡମ୍ଫର। ଘରକୁ ଫେରିବା ପୂର୍ବରୁ ଚାଲିଗଲା ଆରତୀଙ୍କ ଜୀବନ। ତାଙ୍କ ସାଥୀ ଓ ପଡ଼ୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି। ଧାଙ୍ଗଡ଼ିମୋତା ଗାଁର ଛେଡ଼ଗା ଭଦ୍ରା ଆଜି ୩ ଜଣ ଛୋଟ ଝିଅଙ୍କୁ ବାଇକ୍‌ରେ ବସାଇ ସରସ୍ୱତୀ […]

  • Monday, 19 July 2021
puri eviction
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦକୁ ବିରୋଧ ମାମଲା ଖାରଜ

ପୁରୀ : ଶ୍ରୀମନ୍ଦିର ଚାରିପଟର ୭୫ ମିଟର୍ ଯାଏ ଉଚ୍ଛେଦକୁ ବିରୋଧ ହୋଇ ଦାଏର ହୋଇଥିବା ମାମଲା ସୁପ୍ରିମକୋର୍ଟରେ ଖାରଜ। ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ମାମଲାକୁ ଆଜି ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ। ବିପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ମନ୍ଦିର ଚାରିପଟରେ ଥିବା ଐତିହ୍ୟରାଜିକୁ ସୁରକ୍ଷିତ ରଖିବାକୁ ସୁପାରିଶ ହୋଇଥିଲା। ତେବେ ଏବେ କାହିଁକି ଏସବୁକୁ ଭଙ୍ଗା ଯାଉଛି ବୋଲି କୋର୍ଟଙ୍କ ସମ୍ମୁଖରେ ଦର୍ଶାଇଥିଲେ ଚେନ୍ନାଇର ଜଣେ ସାଧାରଣ ବ୍ୟକ୍ତି […]

  • Monday, 19 July 2021
ashwin
ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ୍‌

ଭୁବନେଶ୍ୱର : ରୋଗୀଙ୍କୁ ଲୁଣ ଚିକିତ୍ସା ସଂପର୍କୀତ ଅଭିଯୋଗରେ ଭିମ୍‌ସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ କରାଯାଇଛି। ଓଡ଼ିଶା କାଉସେଲିଂ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍ଆର) ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ଲୁଣ ଚିକିତ୍ସା ନେଇ ପୂଜାହାରୀଙ୍କ ନାଁରେ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଲାଗି ସେପ୍ଟେମ୍ବର ୬ ତାରିଖରେ କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ହାଜର ହେବା ଲାଗି ନୋଟିସ୍ କରାଯାଇଛି। ସେହିଦିନ ଅପରାହ୍ଣ ୪ଟା ବେଳେ ହାଜର ହେବାକୁ ଅଶ୍ୱିନୀଙ୍କୁ […]

  • Monday, 19 July 2021
kuwait
ଘରକୁ ଫେରିଲେ କୁଏତରେ ଫସି ରହିଥିବା ଓଡ଼ିଆ ଶ୍ରମିକ

ଭୁବନେଶ୍ୱର : କୁଏତରୁ ଘରକୁ ଫେରିଛନ୍ତି ୧୨ ଓଡ଼ିଆ ଶ୍ରମିକ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଛନ୍ତି। ଏଥିପାଇଁ ଟ୍ୱିଟ୍‌ ଜରିଆରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ବିପୁଲଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। Relieved to hear of the return of the remaining 12 Indian labourers, from Odisha, who had been stranded in Kuwait. I had followed up their […]

  • Monday, 19 July 2021
anup sahu
ଓଟିଭି ଲୋଗୋ ବ୍ୟବହାର କରି ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ଜଣେ ଅଟକ

ଭୁବନେଶ୍ୱର : ଓଟିଭି ଲୋଗୋ ବ୍ୟବହାର କରି ସୋଶାଲ୍ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ସଂପୃକ୍ତ ବ୍ୟକ୍ତିଙ୍କୁ ଏବେ ଅଧିକ ପଚରାଉଚରା କରାଯାଉଛି ବୋଲି ଡିସିପି କହିଛନ୍ତି। ଓଟିଭି ପକ୍ଷରୁ ଇନଫୋସିଟି ଥାନାରେ ଦାୟର ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ଗତ ୨୫ ତାରିଖରେ ଓଟିଭି ଲୋଗୋ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଏକ […]

  • Monday, 19 July 2021
student beating
ମହଙ୍ଗା ପଡ଼ିଲା ଅସଦାଚରଣ ; ଅଟୋ ଡ୍ରାଇଭରକୁ ଚପଲରେ ପିଟିଲେ ଛାତ୍ରୀ

ଭଦ୍ରକ : ନାରୀ ଅବଳା, ଦୁର୍ବଳା ନୁହେଁ। ଏକଥା ନିଜେ ହୃଦୟଙ୍ଗମ କରି ସାରିଲାଣି ଆଜିର ନାରୀ। ଯେକୌଣସି ଅସ୍ୱସ୍ତିକର ପରିସ୍ଥିତିର ମୁକାବିଲା କରିବା ଲାଗି ନିଜକୁ ମାନସିକ ଓ ଶାରୀରିକ ଭାବେ ମଧ୍ୟ ପ୍ରସ୍ତୁତ ରଖୁଛି । ନିଜର ଇଜ୍ଜତ, ମାନସମ୍ମାନ ବଞ୍ଚାଇବା ଲାଗି ଅନ୍ୟ ଉପରେ ନିର୍ଭର କରିବା ପରିବର୍ତ୍ତେ ସେ ହେଲାଣି ଆତ୍ମନିର୍ଭରଶୀଳ। ନାରୀର ଏପରି ସାହସକୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଉଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।  ଏହି […]

  • Monday, 19 July 2021
son
ମା’ ବୟଫ୍ରେଣ୍ଡ୍‌, ବାପା ଗର୍ଲଫ୍ରେଣ୍ଡ୍‌ ସହ ଫେରାର, ପୁଅ ଅନାଥ!

ନୀଳଗିରି (ବିଶ୍ୱମ୍ଭର ଦାସ): କୁନି ପୁଅକୁ ଅନାଥ କରିଦେଲା ବାପା-ମାଆଙ୍କ ଅବୈଧ ପ୍ରେମ। ମାଆ  ବୟଫ୍ରେଣ୍ଡ୍‌ ଓ ବାପା ଗାର୍ଲଫ୍ରେଣ୍ଡ୍‌ଙ୍କ ସହ ପଳାଇଗଲା ପରେ ୧୧ ବର୍ଷର ପିଲାଟି ସମାଜରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ନିଜର ପେଟ ଚାଖଣ୍ଡକ ପାଇଁ ଭିକ୍ଷାବୃତ୍ତି କରୁଛି। ଦୁନିଆକୁ ଭଲ ଭାବେ ଦେଖିନଥିବା ଓ ବୁଝିନଥିବା ଏହି ପିଲାଟିକୁ ନୀଳଗିରି ଥାନା ପୁଲିସ ଉଦ୍ଧାର କରି ଚାଇଲ୍‌ଡ ହେଲ୍‌ପ ଲାଇନ୍‌ କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା […]

  • Monday, 19 July 2021
blue print
ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢିବାକୁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ.

ପୁରୀ : ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଶ୍ରୀକ୍ଷେତ୍ରର ଭିତ୍ତିଭୂମିଠୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ, ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଏହି ସବୁ ଅର୍ଥ ଖର୍ଚ୍ଚ ହେବ। ଏପରିକି ମାଳତିପାଟପୁରରୁ ଜଗନ୍ନାଥବଲ୍ଲଭ ମଠକୁ ଯୋଗାଯୋଗ ଲାଗି ରାଜ୍ୟର ପ୍ରଥମ ଟ୍ରମ୍ପେଟ୍‌ ସେତୁ ନିର୍ମାଣର ଯୋଜନା କରାଯାଇଛି। ଶ୍ରୀକ୍ଷେତ୍ରକୁ ନୂଆ ରୂପ ଦେବା ପାଇଁ ଆଜି ଲୋକସେବା ଭବନରେ […]

  • Monday, 19 July 2021
accident
ଶବଦାହ କରି ଫେରିବା ବେଳେ ଓଲଟିଲା ଭ୍ୟାନ, ୨ ମୃତ

କେନ୍ଦୁଝର(ପ୍ରଣୟ ପାଣି): ଶବଦାହ କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଚାଲିଗଲା ଦୁଇ ଜୀବନ। ୧୫ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ବଲାଣି ଥାନା ବେସ୍‌ କ୍ୟାମ୍ପ ନିକଟରେ ଘଟିଛି। କିରିବୁରୁ ଗାଁର କିଛି ଲୋକ ଶବଦାହ କରିବା ପାଇଁ ବଲାଣୀ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ଶବଦାହ କରି ଘରକୁ ଫେରୁଥିବା ବେଳେ ଘାଟିରାସ୍ତାରେ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଫଳରେ […]

  • Monday, 19 July 2021
university
ରାଗିଂର ପାଠଶାଳା ସାଜିଛି VSSUT !

ସମ୍ୱଲପୁର(ସଞ୍ଜୟ ଜେନା): ରାଗିଂର ପାଠଶାଳା ପାଲଟିଛି କି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)? ଏପରି କହିବାର କାରଣ ହେଉଛି, ୟୁଜିସିର ତଥ୍ୟ ଅନୁସାରେ ରାଗିଂ ପ୍ରବଣ ଓଡ଼ିଶାରେ ସବୁଠୁ ଆଗରେ ରହିଛି ଏହି ଶିକ୍ଷାନୁଷ୍ଠାନ। VSSUT ହଷ୍ଟେଲରେ ୱେଲ୍‌କମ୍‌ ସେରେମନି ନାଁରେ ସାଙ୍ଘାତିକ ରାଗିଂ ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ପରେ ଏବେ ଏହି ତଥ୍ୟ ପଦାକୁ ଆସିଛି। ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଗିଂକୁ ଦୃଷ୍ଟିରେ […]

  • Monday, 19 July 2021
lightening
ଚିନ୍ତା ବଢାଇଛି ବଜ୍ରଘାତ : ସତର୍କତା ସତ୍ତ୍ୱେ ଯାଉଛି ଜୀବନ

ଭୁବନେଶ୍ୱର: ମୃତ୍ୟୁର ଦୂତସାଜି ଆସୁଛି ବଜ୍ରପାତ। ଆଗୁଆ ସତର୍କ ସୂଚନା ସତ୍ତ୍ୱେ ରୋକି ହେଉନି ମୃତ୍ୟୁ। ଖାସ୍ କରି ବଜ୍ରାଘାତର ଶିକାର ହେଉଛନ୍ତି ବିଲରେ କାମ କରିବାକୁ ଯାଉଥିବା ଚାଷୀ। ଗତ ବୁଧବାର ଚାଷ ଜମିରେ ଯାଇଛି କେନ୍ଦ୍ରାପଡ଼ା ଜିଲାର ପାଞ୍ଚ ଜଣଙ୍କ ଜୀବନ। କେବଳ କେନ୍ଦ୍ରାପଡ଼ା ଘଟଣା ନୁହେଁ ରାଜ୍ୟର ଉଦ୍‌ବେଗଜନକ ରହିଛି  ବଜ୍ରାଘାତଜନିତ ମୃତ୍ୟୁ। କୋହ ସମ୍ଭାଳି ପାରୁ ନାହାନ୍ତି ପରିବାର ଲୋକେ। ଗ୍ରାମବାସୀ ବି ନିର୍ବାକ୍। ଜଣେ ନୁହେଁ,ଏକାଥରେ ଗାଁର ଦୁଇ ଦୁଇଟି […]

  • Monday, 19 July 2021
student protest
ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ସାରା ରାଜ୍ୟରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ସାରା ରାଜ୍ୟରେ ଛାତ୍ର ଅଶାନ୍ତି। ବାଲେଶ୍ୱର, ସମ୍ବଲପୁର, କଟକ, ଭୁବନେଶ୍ୱର , ସବୁଠି ସରକାର ବିରୋଧୀ ନାରା, ବିକ୍ଷୋଭ ଆଉ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ। ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଆଗରେ ଏବିଭିପିର ବିକ୍ଷୋଭ କାର୍ଯ୍ୟକ୍ରମ ବେଳେ ପୁଲିସ ସହ ଆନ୍ଦୋଳନକାରୀଙ୍କର ଧସ୍ତାଧସ୍ତି ହୋଇଛି।  ସେହିପରି ବାଲେଶ୍ୱର ଏଫ୍ଏମ୍ କଲେଜ୍, କଟକର ଖ୍ରୀଷ୍ଟ କଲେଜ, ସମ୍ବଲପୁରର ଜିଏମ୍ ବିଶ୍ୱବିଦ୍ୟାଳୟରେ ମଧ୍ୟ ଦେଖିବାକୁ […]

  • Monday, 19 July 2021
janmashtami
ଆଜି ପବିତ୍ର ଜନ୍ମାଷ୍ଟମୀ ; ବାଳ ଗୋପାଳଙ୍କୁ ସ୍ୱାଗତ କରିବା ଲାଗି ଉତ୍ସବମୁଖର ପୁରପଲ୍ଲୀ

ଭୁବନେଶ୍ୱର : କଳା କହ୍ନେଇଙ୍କ ସ୍ୱାଗତ ପାଇଁ ମଠ ଠାରୁ ମନ୍ଦିର ଉତ୍ସବମୁଖର। ଧୂପ, ଦୀପ ନୈବେଦ୍ୟରେ ସାରା ପରିବେଶ ଆରାଧନାମୟ। ବାଲେଶ୍ୱର ଜିଲ୍ଲା ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିରରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିର ପରିସରରେ ଠାକୁରଙ୍କ ବାଲ୍ୟ ଭୋଗ, ଜନ୍ମଲୀଳା ପଠନ, ହୋମଯଜ୍ଞ ଆଦିର ଆୟୋଜନ କରାଯାଇଛି। ଆଜି ଉତ୍କଳୀୟ ମତରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ହୋଇଥିବାବେଳେ ବୈଷ୍ଣବ ମତରେ ଆସନ୍ତାକାଲି ପାଳନ ହେବାକୁ ଥିବାବେଳେ ୨୫ ତାରିଖ ଦିନ ଅନୁଷ୍ଠିତ ହେବ […]

  • Monday, 19 July 2021
kala
‘କାଳିଆ ଚୟନକର୍ତ୍ତା ଅଫିସରଙ୍କ ଠାରୁ ସରକାର ଟଙ୍କା ଆଦାୟ କରନ୍ତୁ’

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ‘କାଳିଆ’ ସମୀକ୍ଷା ବୈଠକ ପରେ ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଥିଲେ। ଏହାକୁ ନେଇ ଆଜି ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। କାଳିଆ ଚୟନକର୍ତ୍ତା ଅଫିସରଙ୍କ ଠାରୁ ସରକାର ଟଙ୍କା ଆଦାୟ କରନ୍ତୁ ବୋଲି ବିଜେପି ଦାବି କରିଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି-“କାଳିଆ […]

  • Monday, 19 July 2021
arrest3
ପୁଲିସ ଜାଲରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ) : ଗଞ୍ଜାମ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ ଓ ତାଙ୍କ ଗ୍ୟାଙ୍ଗ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ଆଉ ଶିବା ଓ ତାଙ୍କ ଗ୍ୟାଙ୍ଗ ପୁଲିସକୁ ଦେଖି ବୋମା ମାଡ଼ କରିଥିଲେ। ପରେ ପୁଲିସ କୌଶଳ କ୍ରମେ ଶିବା ଓ ତାଙ୍କ ଗ୍ୟାଙ୍ଗର ୯ ଅପରାଧୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ। ତାଙ୍କ ନାଁରେ […]

  • Monday, 19 July 2021
BAIJAYANTA1
କୁଏତରେ ଫଶିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତଙ୍କ ପ୍ରଚେଷ୍ଟା

ଭୁବନେଶ୍ୱର : କୁଏତରେ ଅଟକ ଅଧର ବେହେରାଙ୍କୁ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା । କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କେ ଜେବା ସାଗରଙ୍କୁ ଚିଠି ଲେଖିଛନ୍ତି ବୈଜୟନ୍ତ। ତାଙ୍କୁ ସୁରକ୍ଷିତ ଭାବେ କୁଏତରୁ ଓଡ଼ିଶାକୁ ଫେରାଇବା ପାଇଁ ସେ ନିବେଦନ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁଁ ଆବଶ୍ୟକ ମୁତାବକ ଚିକିତ୍ସା ଉପଲବ୍ଧ କରାଇବାକୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିବେଦନ କରିଛନ୍ତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ାର ଅଧର କୁମାର ବେହେରା […]

  • Monday, 19 July 2021
son murder
ବୀମା ଟଙ୍କା ପାଇଁ ମା'କୁ ମାରିଦେଲା ସାବତ ପୁଅ

କେନ୍ଦ୍ରାପଡ଼ା  : ବୀମା ପାଇଁ ମାଆକୁ ମାରିଦେଲା ସାବତ ପୁଅ। କେନ୍ଦ୍ରାପଡ଼ା ସଦର ଥାନା ଛକନା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୀମା ଟଙ୍କା ପାଇଁ ବିଧବା ମହିଳାଙ୍କୁ ମାରି ବଢ଼ନ୍ତା ଲୁଣା ନଦୀରେ ଫିଙ୍ଗି ଦେଇଥିଲେ ସାବତ ପୁଅ ଓ ସହଯୋଗୀ। ଲୁଣା ନଦୀରୁ ୧୮ ତାରିଖରେ ଶବ ପାଇ ତଦନ୍ତ ଚଳାଇଥିଲା ପୁଲିସ। ଘଟଣାରେ ସାବତ ପୁଅ ଓ ବୋହୂ ସହ ଜଣେ ସହଯୋଗୀ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ସହଯୋଗୀ ଫେରାର […]

  • Monday, 19 July 2021
snake bite3
ସାପ କାମୁଡ଼ାରେ ଦୁଇ ମୃତ

ମାଲକାନଗିରି : ମାଲକାନଗିରିରେ ସାପ କାମୁଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ। ଟିଟିବିରି ଗାଁର ଦେବା ମାଡ଼କାମୀଙ୍କୁ ଗତକାଲି ରାତିରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିପରି ଏମ୍‌ଭି-୩୦ ଗାଁର ମାଳତୀ ରାୟଙ୍କୁ ବି ସମାନ ଢଙ୍ଗରେ ସାପ କାମୁଡ଼ି ଥିଲା। ତାଙ୍କର ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ଗତ କିଛି ଦିନ ମଧ୍ୟରେ ମାଲକାନଗିରି […]

  • Monday, 19 July 2021
heavy rain
କାଲି ଠାରୁ ଏହିସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର  : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ କେତେକ ଜିଲ୍ଲାରେ ଅତି ପ୍ରବଳରୁ ପ୍ରବଳ ବର୍ଷା ହେବ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା କାଲିଠୁ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ କେନ୍ଦୁଝର, […]

  • Monday, 19 July 2021
school
ପରୀକ୍ଷା ଖାତା ଦେଖା ହୋଇନି ; ୮୭ ଜଣ ଛାତ୍ରୀ ପାସ୍

ଆସିକା(ମନୋଜ ମୁନି): ବାର୍ଷିକ ପରୀକ୍ଷା ଖାତା ଦେଖା ହୋଇନି। ହେଲେ ୮୭ ଜଣ ଛାତ୍ରୀ ପାସ୍ ହୋଇଛନ୍ତି। ଏଭଳି ଅନିୟମିତତା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଗାର୍ଲସ ହାଇସ୍କୁଲରେ। ଏଥିପାଇଁ ହାଇସ୍କୁଲର ଇନଚାର୍ଜ ହେଡମାଷ୍ଟର ସମୀରକାନ୍ତ ତ୍ରିପାଠୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ବିଦ୍ୟାଳୟର ଅନ୍ୟ ୩ ଶିକ୍ଷକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗତ ବୁଧବାର ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଅଚାନକ ପାଟପୁର […]

  • Monday, 19 July 2021
loot
ପୁଲିସ ସାଜିଲା ଲୁଟେରା

ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ପୁଲିସ ସାଜିଲା ଲୁଟେରା। ଗାଡ଼ି ଚେକିଂ ବାହାନାରେ ୩ଜଣ ବ୍ୟବସାୟୀଙ୍କଠୁ ଦେଢ ଲକ୍ଷ ଟଙ୍କା ଲୁଟି ଧରାପଡ଼ିଲେ ୩ ପୁଲିସ୍‌ କର୍ମଚାରୀ ।  ପରେ ଚାକିରି ଚାଲିଯିବା ଭୟରେ ସେମାନେ ଟଙ୍କା ଫେରାଇଲେ ମଧ୍ୟ  ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। କଟକ ଜିଲ୍ଲା ନିର୍ଗୁଣ୍ଡି ନିକଟରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ଟାଙ୍ଗି ପୁଲିସ ତିନିଜଣ ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ଟାଙ୍ଗି ଥାନା କର୍ମଚାରୀ। ମିଳିଥିବା ସୂଚନା […]

  • Monday, 19 July 2021
sp
୧୩ଟି ଜିଲ୍ଲାରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଜିଲ୍ଲା ଏସପି ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି। ପୁଲିସ ଡିଜି ବିକେ ଶର୍ମା ମଧ୍ୟ ନିଜ ଟିମ୍ ଗଢ଼ିଛନ୍ତି। ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରମାର ସ୍ମିତ ପୁରୁଷୋତ୍ତମ ଦାସ- ମୟୂରଭଞ୍ଜ ମୁକେଶ କୁମାର ଭାମୋ – କୋରାପୁଟ ଭିନିତ୍ ଅଗ୍ରୱାଲ-  ନୂଆପଡ଼ା(ଇନଚାର୍ଜ) କନୱର ବିଶାଲ ସିଂହ- ସମ୍ବଲପୁର […]

  • Monday, 19 July 2021