ପୁରୀ : ପୁରୀରେ ପ୍ରଶାସନ ପକ୍ଷରୁ ଚାଲିଥିବା ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତଙ୍କ ଖୋଲା ଚିଠି। ସାମ୍ପ୍ରତିକ ପୁରୀ ଘଟଣାକୁ ନେଇ ପ୍ରଧାନ ବିଚାରପତିଙ୍କୁ ଏଭଳି ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମଠ ମହନ୍ତ। ଚିଠିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିରରୁ ୭୫ ମିଟର ଯାଏ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ୭୫ ମିଟର ପରିଧି ମଧ୍ୟରେ ପୁରାତନ ୧୮ଟି ମଠ […]
ଭୁବନେଶ୍ୱର : ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଅକଳରେ ବାର୍ ମାଲିକ। ବ୍ୟବସାୟରେ ମାନ୍ଦାବସ୍ଥା ଆସିଥିବାରୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି। ସଂଶୋଧିତ ମୋଟର ଯାନ ଆଇନ୍ ଅନୁସାରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ସର୍ବନିମ୍ନ ଜରିମାନା ୧୦,୦୦୦ ଟଙ୍କା ସହ ଗିରଫ ହେବାର ନିୟମ ଥିବାରୁ ଏହା ଗ୍ରାହକଙ୍କୁ ଭୟଭୀତ କରିଛି। ଫଳରେ ଆଗ ଅପେକ୍ଷା ବେପାର ଅଶାତୀତ ଭାବେ ହ୍ରାସ ପାଇଥିବା ବାର୍ ମାଲିକମାନେ କହିଛନ୍ତି। ନୂଆ ମୋଟରଯାନ ଆଇନ୍ ଲାଗୁ […]
ଭୁବନେଶ୍ୱର : ମାରାତ୍ମକ ଅପମିଶ୍ରିତ ଖାଦ୍ୟ କବଳରେ ସାଧାରଣ ଖାଉଟି। ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଅପମିଶ୍ରଣ ବା ଡୁପ୍ଲିକେଟ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢ଼ଉ ପରେ ଏ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପଟେ ଖାଦ୍ୟ ନାଁରେ ବିଷ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀ ମୁନାଫା କମାଉଥିବା ବେଳେ ସେପଟେ ଏହାକୁ କିଣି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି ସାଧାରଣ ଲୋକେ। ୩ ସେପ୍ଟେମ୍ବର ୨୦୧୯, […]
ଭୁବନେଶ୍ୱର : ଚଳିତ ମାସ ୬ ତାରିଖରୁ ରାଜ୍ୟ କଂଗ୍ରେସର ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ବାତିଲ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଏହି ସୂଚନା ଦେଇଥିଲେ। ଏହା ଉପରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ପରବର୍ତ୍ତୀ ସମୟରେ ସଭ୍ୟ ସଂଗ୍ରହ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ ବୋଲି କୁହାଯାଇଛି। ପ୍ରଦେଶ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]
ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପ୍ରଶାସନିକ ଅବହେଳା ବିରୁଦ୍ଧରେ ଅଭିନବ ପ୍ରତିବାଦ। ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ। ଦୀର୍ଘ ଦିନ ଧରି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଓରତରୁ ବଢିହ ପର୍ଯ୍ୟନ୍ତ ରାସ୍ତାର ମରାମତି ହେଉନଥିବାରୁ ଯା’ଆସରେ ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଗୁହାରୀ ସତ୍ତ୍ୱେ କାମ ନହେବାରୁ ଲୋକେ ଆଜି ଏଭଳି ଢଙ୍ଗରେ ପ୍ରତିବାଦ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ତହସିଲଦାର ପହଞ୍ଚି ରାସ୍ତା […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ହେଉଥିବା ଅନିୟମିତତା ବାବଦରେ ଅଭିଯୋଗ ଆଣି ଦଣ୍ଡ ପାଇଲେ ଅଭିଭାବକ ଏବଂ ସେମାନଙ୍କ ପିଲା। ଦୁଇ ଅଭିଭାବକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଘୋଟାଲା ବାବଦରେ ଅଭିଯୋଗ ଆଣିବାରୁ ସେମାନଙ୍କ ପିଲାକୁ ସ୍କୁଲରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକଙ୍କନାମରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆସିଛି। ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ […]
ଭୁବନେଶ୍ୱର : ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦେଢ଼ ଦିନ ପରେ ଅବକାଶ ନୀତି ଆରମ୍ଭ ହୋଇଛି। ଦାନ୍ତ ଘଷିଲେ ପ୍ରଭୁ । ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ ହୋଇଛି। ଏନେଇ ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଯେ, ନିଯୋଗ ବିବାଦ ପାଇଁ ଉପାସରେ ରହିଥିଲେ ମହାପ୍ରଭୁ ଲିଙ୍ଗରାଜ। ଫଳରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହୋଇପାରିନଥିଲା। ଗଙ୍ଗୁଆ […]
ନୟାଗଡ଼ / ବଲାଙ୍ଗିର/ କଣ୍ଟାବାଞ୍ଜି : ଏମିତି ବି ଆସେ ମୃତ୍ୟୁ। ନୟାଗଡ଼ରେ ବିଦ୍ୟୁତ୍ ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ରଣପୁର ଥାନା ଗୋଡ଼ିପଡ଼ା ରଙ୍କଦେଉଳି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। କଟରରେ ପାଇପ୍ କାଟୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଇଲେକ୍ଟ୍ରି ମିସ୍ତ୍ରୀ। ତେବେ ଏହି ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଘର ମାଲିକ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ନିକଟସ୍ଥ ମେଡିକାଲ୍ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର […]
ରାଉଲକେଲା ( ସତ୍ୟାନନ୍ଦ ମହାନ୍ତି) : ଯୁବକଙ୍କୁ ମହଙ୍ଗା ପଡିଲା ନାବାଳିକାଙ୍କୁ ଅସଦାଚରଣ। ନାବାଳିକାଙ୍କ ମାଆଙ୍କ ମାଡ଼ରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ସମ୍ପୃକ୍ତ ଯୁବକ। ଏଭଳି ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ନିଜ ଭଉଣୀଙ୍କ ସହ ଘରେ ଥିବା ବେଳେ ଜଣେ ଯୁବକ ଘରକୁ ପଶି ଆସି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ଅସଦାଚରଣ କରିଥିଲା। ତେବେ ଦୁଇ ଭଉଣୀ ପାଟି କରିବାରୁ ଯୁବକ ଜଣକ ଫେରାର […]
ପୁରୀ : ପୁରୀ ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ପ୍ରତିନିଧି ଦଳର ଆଲୋଚନା ବିଫଳ। ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କଲେ ଜିଲ୍ଲାପାଳ। ଫଳରେ ଶ୍ରୀମନ୍ଦିର ମେଘନାଦ ପାଚେରି ସଲଗ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ ବୋଲି ବୈଠକ ପରେ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସୂଚନା ଦେଇଛନ୍ତି। ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଉଥିବାରୁ ଉଚ୍ଛେଦ ନେଇ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ। ଏପଟେ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବର୍ଷ ବର୍ଷ ଧରି ଚାଲିଛି ଗଣ୍ଡାଗଣ୍ଡା ବେଆଇନ ରୋଗ ନିରୂପଣ କ୍ଲିନିକ୍। ଦୁର୍ଭାଗ୍ୟର ବିଷୟ ହେଲା ଏହି କ୍ଲିନିକ୍ଗୁଡ଼ିକର ରିପୋର୍ଟ ଆଧାରରେ ହିଁ ହେଉଛି ରୋଗୀଙ୍କ ଚିକିତ୍ସା। ମାଲକାନଗିରିରେ ରୋଗୀଙ୍କ ସହ ଏମିତି ସାଂଘାତିକ ଖେଳ ଚାଲିଛି । ଜିଲ୍ଲାର ଗ୍ରାମାଞ୍ଚଳ ହାଟରେ ଖୁଲମଖୁଲା ବିକ୍ରି ହେଉଛି ମେଡିସିନ୍। ଏମିତିକି କୁନି ପିଲାଙ୍କୁ ଦେଉଛି ଇଂଜେକ୍ସନ ଦେଉଛନ୍ତି […]
ପୁରୀ: ଲୁହା ଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଆଜି ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ବିଶେଷଜ୍ଞ ଟିମ୍ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି। ଏମାନଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଇଞ୍ଜିନିୟରିଂ ଟିମ୍ ମନ୍ଦିରର ବାହ୍ୟ ପାର୍ଶ୍ୱ ଓ ଗର୍ଭଗୃହର […]
ଭୁବନେଶ୍ୱର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡିଲେଣି ରାଜ୍ୟ ସରକାର। କାରଣ ୧୫୦ କୋଟିରୁ ଅଧିକ ଟଙ୍କା ଏବେ ପାଣିରେ ପଡ଼ିଛି। ୩ ଲକ୍ଷ ଅଣଚାଷୀଙ୍କ ଆକାଉଣ୍ଟକୁ ଚାଲିଯାଇଛି ଏହି ସହାୟତା ରାଶି। ବାସୁଦେବପୁର ବ୍ଲକର ଗୋଳମାଳିଆ ଚିତ୍ର ଦେଖିଲେ ଆପଣ ଠିକ୍ ଅନୁମାନ କରିପାରିବେ। ଏଠି ଟଙ୍କା ପାଇଥିବା ୨୮ ହଜାର ୭୧୪ ଚାଷୀରୁ ୬ ହଜାର ୮୩ ହେଉଛନ୍ତି ଅଯୋଗ୍ୟ। ଅର୍ଥାତ ପ୍ରାୟ ୫ ଜଣରେ ଜଣେ ଅଯୋଗ୍ୟକୁ ଟଙ୍କା ଦେଇଛନ୍ତି […]
ପୁରୀ: ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବନ୍ଦ ରହିଲା ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା । ଦୁଇଦିନର ବିରତି ପରେ ଆଜି ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନକୁ ଆଗେଇ ନେବାକୁ ଚାହୁଁଥିବା ଜିଲ୍ଲାପ୍ରଶାସନକୁ ଝଟକା ଲାଗିଛି। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ସାଧୁସନ୍ଥ। ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ମଠ ମହନ୍ତ, ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇଛି।୨/୩ ଦିନ ଭିତରେ ଆଲୋଚନା […]
କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଗତ ତିନିଦିନ ଧରି କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ ହୋଇଛି। ଯାହାଫଳରେ ଆଜି ଭୋର ସମୟରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥ ଉପରେ ରାଣିଗଡ଼ ଗାଁ ନିକଟରେ ପାହାଡ଼ ଉପରୁ ବିଶାଳ ଆକାର ପଥର ଓ ମାଟି ଅତଡା ଖସିଛି। ଯେଉଁଥିପାଇଁ କୋରାପୁଟ ଓ ବୋରିଗୁମ୍ମା ମଧ୍ୟରେ ଯିବାଆସିବା ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ରାସ୍ତା ଉପରୁ ମାଟି କାଢ଼ିବା ଆରମ୍ଭ କରିଛି। […]
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ବିନା ଲାଞ୍ଚରେ ଏଠି ସେବା ମିଳୁନାହିଁ। ରୋଗୀ କଷ୍ଟ ପାଉ କି ମରିଯାଉ, ସେ କଥାକୁ କାହାରି ଭ୍ରୁକ୍ଷେପ ନାହିଁ। ହାତଗୁଞ୍ଜା ନ ଦେଲେ ନର୍ସ ସେବା କରୁନାହାନ୍ତି। ଶୋସାଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ, ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବା ଲାଗି ନର୍ସ ଟଙ୍କା ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମାତୃ ଶିଶୁଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଡାକ୍ତରଖାନା ଓ ସହାୟତା ରାଶି ଦେଉଥିବାବେଳେ […]
ପୁରୀ: ବିରୋଧ ଯୋଗୁ ସକାଳେ ଫେରିଯାଇଥିବା ପ୍ରଶାସନ ପୁଣି ଅପରାହ୍ନରେ ଆସି ହାଜର। ପୁରୀର ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କରିଛି ପୁଲିସ। ସେହିପରି ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ବୁଲଡ୍ରୋଜର ମଧ୍ୟ ପହଞ୍ଚିଛି। ଅନ୍ୟପଟେ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ସାଥିରେ ନେଇଯାଇଥିବା ଜଣାପଡ଼ିଛି। ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି। ସେପଟେ ମଠର ଛାତ ଉପରେ ଏବଂ ମଠ ଭିତରେ ବହୁ ସଂଖ୍ୟାରେ […]
ଭୁବେଶ୍ୱର: ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ପୁଣି ସମାଲୋଚନା କଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ତଥାଗତ ଶତପଥୀ। ଐତିହାସିକ ସମ୍ପତ୍ତି ଭାଙ୍ଗିବାର ଅଧିକାର କାହାର ନାହିଁ। ଏପରିକି ଅଦାଲତ କିମ୍ବା ସରକାରଙ୍କର ମଧ୍ୟ ନାହିଁ। ତେଣୁ ଶ୍ରୀମନ୍ଦିର ଚାରିପଟରୁ ନିର୍ମାଣକୁ ଭାଙ୍ଗିବା ଉଚିତ୍ ନୁହେଁ ବୋଲି ତଥାଗତ କହିଛନ୍ତି । ଯଦି ଏସବୁ ଏବେ ବେଆଇନ, ତେବେ ଏତେ ଦିନ ଧରି ଯେଉଁମାନେ ଏହି ନିର୍ମାଣକୁ ଅନୁମତି ଦେଇଥିଲେ ସେମାନଙ୍କ […]
ଭୁବନେଶ୍ୱର: ରାଜଧାନୀରେ ନକଲି ତେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଅଂଚଳରେ ଏକ ଛୋଟ ଘରେ ନକଲି ତେଲ ତିଆରି ହେଉଥିଲା। ଖବର ପାଇ ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଏଥିସହିତ ତେଲ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ, ତେଲ, ପ୍ଲାଷ୍ଟିକ ବୋତଲ, ଠିପି ଏବଂ ବିଭିନ୍ନ ବ୍ରାଣ୍ଡର ଲେବଲ ଜବତ ହୋଇଛି। କେବଳ ସେତିକି ନୁହେଁ ନକଲି ତେଲ ପାଇଁ ଆବଶ୍ୟକ ହେଉଥିବା ୫୦ରୁ ୬୦ ଟିଣ ରିଫାଇଣ୍ଡ ତେଲ […]
ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ। ଚାକିରି କରାଇଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଜୟ କୁମାରକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଯୁବତୀ ଜଣଙ୍କ ଘରୋଇ ଫାଇନାନ୍ସ କଂପାନିରେ ଚାକିରି ବାହାରି ଥିବା ବିଜ୍ଞାପନ ଦେଖି ସାକ୍ଷାତକାର ପାଇଁ ଭୁବନେଶ୍ୱର ଆସିଥିଲେ। ଏହି ଫାଇନାନ୍ସ କଂପାନିର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜୟ କୁମାର ଯୁବତୀଙ୍କୁ ସାକ୍ଷାତକାର ଦେବାକୁ ହେବ କହି ଭୁବନେଶ୍ୱର […]
ଉଦଳା (ମାନସ ପାଣି): ପୁଅକୁ କଚାଡ଼ି ମାରିଲା ବାପା। ଏ ଅଭାବନୀୟ ଘଟଣା ମୟୂରଭଞ୍ଜ ଶରଥ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ ଘଟିଛି। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଥିବା ଜଣାପଡିଛି। ମଧୁ ସିଂ ନାମକ ବ୍ୟକ୍ତି ବିଲକୁ କାମ କରିବାକୁ ଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରି ଫେରିଥିଲେ। ଏହାପରେ ଘରେ ପୁଅ କାନ୍ଦୁଥିବାରୁ ଉତ୍ତ୍ୟକ୍ତ ହୋଇ ପୁଅକୁ ପଥରରେ କଚାଡି ମାରିଥିବା ଜଣାପଡିଛି। ଅଭିଯୁକ୍ତ ବାପା […]
ସମ୍ୱଲପୁର : ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ଲଗ୍ନ ଅର୍ଥାତ୍ ସକାଳ ୧୦ଟା ୫ ମିନିଟ୍ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ। ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମାଆ ସମଲେଶ୍ୱରୀଙ୍କୁ ନବାହ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ନବାନ୍ନ ଅର୍ପଣ କରାଯାଇଥିଲା। ଏହା ପରେ ଘରେ ଘରେ ଲୋକମାନେ ସେମାନଙ୍କ ଇଷ୍ଟ ଦେବାଦେବୀଙ୍କୁ ମଧ୍ୟ […]
ଭୁବନେଶ୍ୱର : ରାଜଧାନୀରେ ଭାସିଗଲେ ୩ ଯୁବକ। ବିଳମ୍ବିତ ରାତିରେ ଡ୍ରେନରେ ୩ ଜଣ ଯୁବକ ଭାସିଯାଇଥିବା ସୂଚନା ମିଳିଛି। ଆଚାର୍ଯ୍ୟବିହାର-ଜୟଦେବ ବିହାର ମଧ୍ୟସ୍ଥ ଉତ୍କଳ ଭିଲ୍ଲାସ୍ ପାଖରେ ଯୁବକମାନେ ଭାସି ଯାଇଛନ୍ତି। ଗୋଟିଏ ବାଇକ୍ରେ ଆସୁଥିବା ବେଳେ ସେମାନେ ପାଣିର ସୁଅରେ ଭାସି ଯାଇଥିଲେ। ରାସ୍ତା ଉପରେ ପ୍ରବଳ ପାଣି ଚାଲୁଥିବାରୁ ଭାସିଯାଇଥିବା ସନ୍ଦେହ କରାଯାଉଛି। ସିସିଟିଭି ଚିତ୍ରରେ ଯୁବକମାନେ ଭାସିଯିବା ବେଳର ଦୃଶ୍ୟ କଏଦ ହୋଇଛି। ଯୁବକ ୩ ଜଣଙ୍କ ଘର କେଉଁଠି, କିଛି […]
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର,ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଢେଙ୍କାନାଳ,ମୟୂରଭଞ୍ଜ, ଦେବଗଡ଼,ସୋନପୁର, ବଲାଙ୍ଗିର,କୋରାପୁଟ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସେ କହିଛନ୍ତି,“ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାସହ ରାଜସ୍ଥାନରୁ ଏକ […]
ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ ମଠ ଭଙ୍ଗାଯିବା ଘଟଣାକୁ ସହଜେ ହଜମ କରି ପାରୁନାହାନ୍ତି ସାଧୁସନ୍ଥ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରବିବାର ଓ ସୋମବାର ୨ ଦିନ ସରକାରୀ ଛୁଟି ଥିବାରୁ ବନ୍ଦ ରହିଥିଲା ଉଚ୍ଛେଦ ପ୍ରକ୍ରିୟା। ଆଜିଠୁ ପୁଣି ଆରମ୍ଭ ହୋଇଯାଇଛି ଏହି ଅଭିଯାନ। ଏମାର ଓ ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ବଡ଼ ଆଖଡ଼ା ମଠର […]