ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆଜି ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ଜାଗାରେ ଆଜି ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି, “ଆଜି ମାଲକାନଗିରି, […]
ଭୁବନେଶ୍ୱର : ଅଭିଯୋଗକାରୀଙ୍କ ଫିଡ୍ବ୍ୟାକ୍ ଆଧାରରେ ପ୍ରସ୍ତୁତ ହେବ ପୁଲିସ ଥାନାର ରିପୋର୍ଟ କାର୍ଡ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ। ଥାନାରୁ କିଭଳି ସେବା ପାଇଲେ ତାର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାଯ୍ର୍ୟକ୍ରମ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି ବି.କେ.ଶର୍ମା। କଲ୍ ସେଣ୍ଟରରୁ ଫୋନ୍ […]
କରଞ୍ଜିଆ : ବୋହୂକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ତାତିଲେ ମହିଳା। ଅଭିଯୁକ୍ତକୁ ଧରିବାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା। ଗତ ୧୭ ତାରିଖରେ ମୟୂରଭଞ୍ଜ ମହୁଲଡ଼ିହା ଥାନା କଇଲିପାଳରେ ନବବଧୂଙ୍କୁ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ୫୩ ନମ୍ବର ରାଜ୍ୟ ରାଜପଥ ମହୁଲଡ଼ିହା ଥାନା […]
ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି। ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ମଧ୍ୟ ଭଙ୍ଗାଯାଉଛି। ମଠ ଭିତରେ ଥିବ ମହନ୍ତ ମହାରାଜଙ୍କ ଘରଗୁଡିକୁ ମଧ୍ୟ ଖାଲି କରାଯାଇଛି। ଏଥି ସହିତ ମଠର କିଛି ଅଂଶରେ ଚାଲିଥିବା ଖଜା ଦୋକାନଗୁଡିକୁ ମଧ୍ୟ ଆଜି ଭଙ୍ଗାଯାଉଛି। ଶ୍ରୀମନ୍ଦିର ସମ୍ମୁଖରେ ଶହ […]
ବାଲିଗୁଡ଼ା ( ଅଜିତ୍ ନାୟକ) : ବିଦ୍ୟୁତ୍ ଖୁଣ୍ଟ ପଡ଼ି ୨ ଯୁବକ ମୃତ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ଅନୁସାରେ ,ମୃତକ ୨ଜଣଙ୍କ ନାଁ ରଂଜନ ପ୍ରଧାନ ଓ ଲିଟୁ ପ୍ରଧାନ। ଉଭୟେ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ବିଲ ଦେଇ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ରଂଜନ ଓ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ ) : ଦେବଗଡ଼ ସହର ଦେଇ ଯାଇଥିବା ମୁମ୍ୱାଇ-କୋଲକାତା ସଂଯୋଗକାରୀ ୪୯ ନମ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ ଛୋଟବଡ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ଘଟୁଛି। ଏହାର ପ୍ରତିବାଦ କରି ଦେବଗଡ ଜିଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଫଳରେ ମୁମ୍ବାଇ-କୋଲକାତା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ […]
ଭୁବନେଶ୍ୱର : କିଭଳି କରିବେ ଆତଙ୍କବାଦୀ ଆକ୍ରମଣର ମୁକାବିଲା। ଆତଙ୍କବାଦୀଙ୍କ ହମ୍ଲା ହେଲେ କେମିତି ଏହାକୁ ପ୍ରତିହତ କରିବେ ସୁରକ୍ଷା କର୍ମୀ। ଏନେଇ ରାଜଧାନୀର ସପିଂ ମଲରେ ହୋଇଛି ମକଡ୍ରିଲ୍। ଟାସ୍କଫୋର୍ସ, ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ଏନ୍ଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଏହି ମକ୍ ଡ୍ରିଲରେ ସାମିଲ ହୋଇଥିଲେ। ପ୍ରଥମେ ମଲ୍ ବାହାରେ ଏକ ବୋମା ବ୍ଲାଷ୍ଟ ହୋଇଥିଲା। ସୂଚନା ପାଇ ସଙ୍ଗେସଙ୍ଗେ ମଲ୍ରେ ପହଞ୍ଚିଥିଲା ଟାକ୍ସଫୋର୍ସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, […]
ମୋହନା( ମିହିର ଯତି) : ଗଜପତି ଜିଲ୍ଲ ମୋହନାରେ ଲୁଡ୍ରୁ ଆଶ୍ରମ ସ୍କୁଲ ପରିସରରେ ଥିବା ଏକ କ୍ୱାର୍ଟରରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସେହି ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ମୃତକଙ୍କ ନାଁ ଜଗନ୍ନାଥ କାର୍ଜି। ମିଳିଥିବା ସୂଚନା ମୁତାବକ ,ଗତ କାଲି ରାତିରେ ସେ ଏକୁଟିଆ ଶୋଇଥିବାବେଳେ କେହି ଜଣେ ତାଙ୍କ ମୁହଁକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତଦେହ ପାଖରେ ଏକ ପଥର ପଡିରହିଛି। ପାରିବାରିକ […]
ବାରିପଦା ( ମାଣିକ ଲାଲ୍ ପାଣି) : ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ମୁହାଁମୁହିଁ ହୋଇଛନ୍ତି ୨ଟି ଟ୍ରକ୍ । ଘଟଣାସ୍ଥଳରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆହତ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।
ଭଦ୍ରକ : ସରପଞ୍ଚଙ୍କ ଘରେ ଭିଜିଲାନ୍ସ୍। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ। ଭଦ୍ରକ ଭଣ୍ଡାରିପୋଖରୀ ବ୍ଳକ ତେସିଙ୍ଗା ସେବା ସମବାୟ ସମିତି ସଂପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ରାଜେନ୍ଦ୍ରଙ୍କ ସ୍ତ୍ରୀ ସଂଗୀତା ଖଣ୍ଡେଇ ତେସିଙ୍ଗା ସରପଂଚ ଅଟନ୍ତି। ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରାଜେନ୍ଦ୍ରଙ୍କ ଘରେ ରେଡ୍ କରାଯାଉଛି। ରାଜେନ୍ଦ୍ରଙ୍କ ବାସଭବନ ସହ ଇଟା ଫ୍ୟାକ୍ଟ୍ରି, ଶ୍ୱଶୂର ଘର, ତେସିଙ୍ଗା ସେବା ସମବାୟ ସମିତି, ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଓ […]
ଆଳି ( ବନମାଳୀ ସାହୁ) : ଗୋଟିଏ ରାତିରେ ଦୁଇ ଜଣଙ୍କ ଘରୁ ଗ୍ରୀଲ କାଟି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍। ଆକ୍ରମଣରେ ୪ ଗୁରୁତର। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଭରତପୁର ଗାଁରେ। ଆହତଙ୍କୁ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଗାଁର ହାଡିବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରର ଗ୍ରୀଲ କାଟି ୫ରୁ ଅଧିକ ଡକାୟତ ପ୍ରବେଶ କରିଥିଲେ। ଏହି […]
ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଚାଲିବ। ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଏହି ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଛି କିଛି ଗୁପ୍ତ କୋଠରୀ। ଉପର ତଳ ହୋଇ ରହିଛି ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଓ ଅଜଣା ସୁଡ଼ଙ୍ଗ। ବର୍ଷ ବର୍ଷ ଧରି ବନ୍ଦ ପଡ଼ିଥିବା କୋଠରୀ ସବୁକୁ ଭଙ୍ଗାଯିବା ବେଳେ ଭିତରେ ବିଷଧର ସର୍ପ ଥିବା […]
ଭୁବନେଶ୍ୱର : କଂଗ୍ରେସ ଛାଡ଼ି ଗତବର୍ଷ ବିଜେଡିରେ ସାମିଲ ହୋଇଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ଓ ଲୋକସମ୍ପର୍କ ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି। ଶ୍ରୀ ମଙ୍ଗରାଜ ଏବେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ କାର୍ଯ୍ୟ କରୁଛନ୍ତି। ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ଶ୍ରୀ ମଙ୍ଗରାଜ ୨୦୧୪ରେ କଂଗ୍ରେସ ଟିକେଟ୍ରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ […]
ବାରିପଦା(ମାଣିକ ଲାଲ୍ ପାଣି): ଲାଞ୍ଚୁଆ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ(ଆର୍ପିଏଫ୍)ର ଦୁଇ ଜଣଙ୍କୁ ଆଜି ସିବିଆଇ ଗିରଫ କରିଛି। ସେମାନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ। ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସିବିଆଇର ୨୦ ଜଣିଆ ଦଳ ଏହି ଚଢ଼ଉ କରିଥିଲେ। ପୂରା ଘଟଣା ଏମିତି। ବାରିପଦା ରେଳ ଷ୍ଟେସନ୍ ସମ୍ମୁଖରେ ଥିବା ରେଳ ବିଭାଗର ଜମିରେ ବହୁ ଦୋକାନ ଗଢ଼ି ଉଠିଛି। କିଛି ଦିନ ତଳେ ଏହି ଦୋକାନ ଗୁଡ଼ିକୁ ରେଳ ବିଭାଗ […]
ଭଦ୍ରକ(ପାର୍ଥ ସାରଥୀ): ସୋଶାଲ୍ ମିଡିଆ ଯେ, କେବଳ ରାନୁ ମଣ୍ଡଳଙ୍କ ଭଳି କାହାରିକୁ ଷ୍ଟେସନ୍ରୁ ରାତାରାତି ମ୍ୟୁଜିକ୍ ଷ୍ଟୁଡିଓରେ ପହଞ୍ଚାଇପାରେ ତା ନୁହେଁ, ଏହା ଗରିବଙ୍କ ଡାକକୁ ବି ସିଧାସଳଖ ପକାଇପାରେ ସରକାରଙ୍କ କାନରେ। ଏହାର ପ୍ରତ୍ୟକ୍ଷ ପ୍ରମାଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ। ଜଣେ ଗରିବ ହିତାଧିକାରୀ ବର୍ଷେ କାଳ ଅଫିସ୍ରୁ ଅଫିସ୍କୁ ଦୌଡ଼ି ରାସନ୍ କାର୍ଡ ପାଉନଥିବା ବେଳେ, ସ୍ଥାନୀୟ ଯୁବକଙ୍କ କେବଳ ଗୋଟିଏ ଟ୍ୱିଟ୍ ପରେ ତାଙ୍କୁ ଏକାଥରକେ ୯ […]
ଭୁବନେଶ୍ୱର : ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା। ଉନ୍ନତ ଜ୍ଞାନକୌଶଳରେ ଚାଷ କରିବାକୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ନବରଙ୍ଗପୁରର ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ। ସେପଟେ କିନ୍ତୁ ଧାନ ଉପରେ ନିର୍ଭର କରୁଥିବା ଚାଷୀ ସରକାରଙ୍କ ଧାନକିଣା ନୀତି ଓ ବ୍ୟବସ୍ଥାକୁ ନେଇ ମୁଁହଫେରାଇ ନେଉଛନ୍ତି। SHG ଧାନକିଣାରେ ସାମିଲ କରିବା ପ୍ରତିବାଦରେ ଜୟପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଜି ଲୋକସେବା ସଦନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ […]
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ନୂଆ ସ୍ୱାସ୍ଥ୍ୟନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରାଥମିକ ସ୍ୱାସ୍ଥ୍ୟ ଚିଠା ନୀତି ଉପରେ ବିଚାରବିମର୍ଶ ଚାଲିଥିବା ବେଳେ ,ବିଶେଷଜ୍ଞଙ୍କ ପରାମର୍ଶ ମାଗିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି। ଏହା ପରେ ଡ୍ରାଫଟ୍ ପଲିସି ଚୂଡାନ୍ତ ହେବ। ତେବେ ପ୍ରାଥମିକ ସ୍ୱାସ୍ଥ୍ୟ ଚିଠା ନୀତିରେ ରାଜ୍ୟ ସ୍ୱାସ୍ଥ୍ୟସେବାର ଯେଉଁ ବିକଟ ଚିତ୍ର ସାମ୍ନାକୁ ଆସିଛି ତାକୁ […]
ଭୁବନେଶ୍ୱର : ପରୀକ୍ଷା ସଂସ୍କାର ନେଇ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା। ପରୀକ୍ଷା ସରିବାର ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ। ବଢାଯିବ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା। ବିଶେଷ କରି ଯୁକ୍ତ ୩ ପାଇଁ ଗୁରୁତ୍ୱ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଠିକ୍ ସମୟରେ ପରୀକ୍ଷା ପରିଚାଳନା ସହ ଆଗୁଆ କୋର୍ସ ସାରିବା ନେଇ ଗୁରୁତ୍ୱ ଦିଆଯାଇଛି। ତାସହ […]
ଗଂଜାମ : କାନ୍ଥ ଛୁଇଁଲା ସମୁଦ୍ର। ଜୁଆର ମାଡ଼ରେ ଲୀନ ହେବାରେ ଲାଗିଛି ଏକାଧିକ ଘର। ଏଭଳି ଘଟଣା ସାମନାକୁ ଆସିଛି ଗଂଜାମ ଜିଲ୍ଲା ଚିକିଟି ବ୍ଳକ୍ କୁତୁରୁ ପଂଚାୟତର ରାମୟାପାଟଣା ଗାଁରୁ। ଜୁଆର ମାଡ଼ରେ ଘର ଭାଙ୍ଗି ଯାଉଥିବାବେଳେ ଏକାଧିକ ଘର ବିପଦ ସଂକୁଳ ଅବସ୍ଥାରେ ରହିଛି। ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି। ପୂର୍ବରୁ ମଧ୍ୟ ରାମୟାପାଟଣା ସହ ଏହି ଅଂଚଳର ଏକାଧିକ ଗାଁରେ ସମୁଦ୍ର କୂଳ ଲଂଘୁଥିବା ଅଭିଯୋଗ ହୋଇଥିଲା। ଏନେଇ […]
କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ମାମଲା। ବିଧାୟକ ରଘୁରାମ ପୋଡାଲଙ୍କ ଜନ୍ମ ତାରିଖକୁ ନେଇ ମାମଲା ଦାୟର କରିଛନ୍ତି ଆଇନଜୀବୀ କୃଷ୍ଣଚନ୍ଦ୍ର ସଁ। ବିଧାନସଭା ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିବା ଜନ୍ମଦିନ ତାରିଖକୁ ନେଇ ଦାଏର ହୋଇଛି ଏହି ମାମଲା। ୨୦୦୯ ଓ ୨୦୧୯ ବିଧାନସଭା ନିର୍ବାଚନରେ ଦେଇଥିବା ସତ୍ୟପାଠରେ ଜନ୍ମତାରିଖ ଅଲଗା ଅଲଗା ରହିବାକୁ ନେଇ ଏହି ମାମଲା ରୁଜୁ ହୋଇଛି। ୨୦୦୯ ନିର୍ବାଚନରେ […]
ଜଳେଶ୍ୱର( ଅଜିତ୍ ଦାସ) : ସରକାରୀ ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନ। ତାହା ପୁଣି ସ୍କୁଲ ଚାଲିଥିବା ସମୟରେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦାରୁ। ସୂଚନା ମୁତାବକ, ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଆଜି ୭୯ତମ ଜନ୍ମ ଜୟନ୍ତୀ। ଏଥିପାଇଁ ବିଧାୟକଙ୍କ ଜନ୍ମ ଦିନ ପାଳନ ପାଇଁ ଜୟନ୍ତୀ କମିଟି ଓ ସଚେତନ ନାଗରିକ ମଂଚପକ୍ଷରୁ କମର୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ବିଧାୟକ ଅନନ୍ତ ଦାସ ଯୋଗ […]
ଅନୁଗୁଳ : ବୃଦ୍ଧାଙ୍କୁ ଦଳିଦେଲା ହାତୀ। ଅନୁଗୁଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ନଅଗାଁ ପଞ୍ଚାୟତ ନୂଆଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ସୁବାସିନୀ ନାୟକ। ସକାଳ ସମୟରେ ଶୌଚ ହେବାପାଇଁ ପୋଖରୀକୁ ଯାଉଥିବାବେଳେ ହାତୀ ପଛରୁ ଆସି ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ସୁବାସିନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ […]
ବାରିପଦା(ମାଣିକଲାଲ୍ ପାଣି): ବର୍ଷେ ପରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ୨୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ବିଚାର କରି ବାରିପଦା ଏଡିଜେ କୋର୍ଟ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଘଟିଥିଲା ଏପରି ହୃଦୟ ବିଦାରକ ଘଟଣା। ରଜ ପାଇଁ ପୂରା ଗାଁ ଉତ୍ସବ ମୁଖର ହୋଇଥିଲା। ସେଦିନ ଅଭିଯୁକ୍ତ ଜାମିନୀକାନ୍ତ ସାଇକେଲ୍ ଚଳାଇବା ଶିଖାଇବା ପାଇଁ […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏସ୍ଓଜି ଯବାନଙ୍କ ମୃତଦେହକୁ କାନ୍ଧ ଦେଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡ଼ଙ୍ଗରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଖନା ଗ୍ରାମରେ ଜଣେ ଯବାନଙ୍କ କୋକେଇ ବୋହି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ। ଉକ୍ତ ଗ୍ରାମର ଏସଓଜି ଯବାନ ଶତୃଘ୍ନ ଗଣ୍ଡଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଅବସରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚି ମୃତ ଶତୃଘ୍ନଙ୍କ ମରଶରୀରକୁ […]
ପୁରୀ : ଜାରି ରହିଛି ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଲଙ୍ଗୁଳି ମଠ ଧରାଶାୟୀ କରାଯିବା ପରେ ଆଜି ବହୁ ପୁରାତନ ଏମ୍ଆର ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମଠ ଭିତରେ ରହିଥିବା ଆସବାବପତ୍ର ସମେତ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ସାମଗ୍ରୀକୁ କଢ଼ା ଯାଇ ସ୍ଥାନାନ୍ତର କରାଯାଉଛି। ଏହାପରେ ମଠକୁ ଭଙ୍ଗାଯିବ। ଏମଆର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗାଯିବାକୁ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ତା […]