ଭୁବନେଶ୍ୱର : ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍। ରମଜାନ୍ ପରେ ଆଜିଠୁ ମୁସଲମାନ୍ଙ୍କ ଦ୍ୱିତୀୟ ପବିତ୍ର ମାସ ଆରମ୍ଭ ହେଉଛି। ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଜୁଲୁସ୍ ବାହାର କରିବା ସହ ମୁସଲିମ୍ ଧର୍ମାବଲମ୍ବୀ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି। ଲକ୍ଷ୍ନୌ, ହାଇଦ୍ରାବାଦ୍, ମୁମ୍ବାଇ, କୋଲକାତା, ଦିଲ୍ଲୀ ସମେତ ଓଡ଼ିଶାର ରାଉରକେଲା, ଭଦ୍ରକ ସମେତ ଅନ୍ୟ ସ୍ଥାନରେ ଏନେଇ ଆୟୋଜନ କରାଯାଇଛି। ଜୁଲୁସ୍ ବାହାରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି […]
ଭୁବନେଶ୍ୱର : ମୋଦି ସରକାରର ଦ୍ୱିତୀୟ ପାଳିର ଶହେ ଦିନରେ ଓଡ଼ିଶାକୁ ମିଳିଛି ୧୬ହଜାର ୬୦୫.୨କୋଟି ଟଙ୍କା। ଶହେ ଦିନ ପୂରଣ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନସୁକ୍ ମଣ୍ଡଭିୟା। ବାତ୍ୟା ଫୋନି ପାଇଁ ଓଡ଼ିଶାକୁ ୪ହଜାର ୬୭୮.୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କାମ୍ପା ଫଣ୍ଡରେ ୫ହଜାର ୯୩୩.୯୮କୋଟି ଓ ରେଲୱେ ବଜେଟରେ ଓଡ଼ିଶାକୁ ୫ହଜାର […]
ନୀଳଗିରି (ବିଶ୍ୱମ୍ବର ଦାସ) : ମାତ୍ର ୫ ହଜାର ଟଙ୍କା ପାଇଁ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ମାରିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ବାଘମରା ଅଞ୍ଚଳରେ ବାବୁରାମ ସିଂଙ୍କୁ ପିଟି ପିଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ପଡ଼ୋଶୀ ବୁଧୁ ସିଂଙ୍କ ଘରେ ପଡ଼ି ରହିଛି। ଅଭିଯୋଗ ଅନୁସାରେ, ବାବୁରାମଙ୍କ ମାଆ ଏବେ ଜିଲ୍ଲା ଜେଲ୍ରେ ବିଚାରାଧୀନ କଏଦୀ ଅଛନ୍ତି। ବୁଧୁ ସିଂଙ୍କୁ ସେ ୫ ହଜାର ଟଙ୍କା ପରିବାରଲୋକଙ୍କୁ ଦେବାକୁ ଦେଇଥିଲେ। […]
ଭଦ୍ରକ : ମାସକର ଶିଶୁ ପୁତ୍ରକୁ ହତ୍ୟା ଅଭିଯୋଗରେ ବାପା ଗିରଫ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଗତ ୩୦ ତାରିଖରେ ଘଟିଥିବା ଏ ହତ୍ୟା ଘଟଣା ଏବେ ପଦାକୁ ଆସିଛି। ନିଶାସକ୍ତ ବାପା, ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ପୋତି ଦେଇଥିଲା। ଏ ନେଇ ମାଆର ଅଭିଯୋଗ ପରେ ମାମଲାର ଖୋଳତାଡ଼ କରିଥିଲା ପୁଲିସ। ଅଭିଯୁକ୍ତ ବାପା ଗିରଫ ହେବା ପରେ […]
ଭୁବନେଶ୍ୱର : ରାସ୍ତାରେ ରୋଡ୍ ରୋମିଓଙ୍କୁ ପାନେ। ଅସଦାଚରଣର ଦୃଢ଼ ବିରୋଧ। ଏପରି କିଛି ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଚାପୁଡ଼ା ମାରୁଛନ୍ତି ଯୁବତୀ। ମିଳିଥିବା ସୂଚନା ମୁତାବକ, ରାଜଧାନୀର ବମିଖାଲ ଅଞ୍ଚଳରେ ଯୁବତୀଙ୍କୁ କିଛି ଯୁବକ ଅସଦାଚରଣ କରିଥିଲେ। ଏନେଇ ପ୍ରତିବାଦ ଜଣାଇବା ସହ ଅଭିଯୁକ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି ଯୁବତୀ । ସର୍ବସମ୍ମୁଖରେ ଉଠବସ୍ କରାଇବା ସହ ମାଡ଼ ମାରିଛନ୍ତି। ଘଟଣା ସମୟର ଭିଡିଓ ଏବେ ସୋଶାଲ […]
କଳାହାଣ୍ଡି ( ରାଜକୁମାର ସିଂହଦେଓ) : କଳାହାଣ୍ଡି ଭବାନୀପାଟଣାରେ ଚାଞ୍ଚଲ୍ୟ। ଦୁଇ ଶିଶୁପୁତ୍ର ଓ ମା’ର ମୃତଦେହ ଉଦ୍ଧାର। ଘର ଭିତରୁ ୨ ଶିଶୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲା ସଦର ଥାନା ସିଂହଝରଣ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ସୂଚନା ମୁତାବକ ,ମୃତ ମହିଳାଙ୍କ ନାଁ ବିମଳା ମାଝୀ। ଲିଙ୍ଗ ମାଝୀଙ୍କ ପତ୍ନୀ ବିମଳା ଦୁଇ ପିଲାଙ୍କ ସହ ରହୁଥିଲେ। ତେବେ ଗତ […]
ପୁରୀ : ପୁରୀରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ଗତକାଲି ଭଙ୍ଗା ଯାଇଥିବା ବଡ଼ ଆଖଡ଼ା ମଠର ଅବଶିଷ୍ଟ ଅଂଶକୁ ଆଜି ଭଙ୍ଗାଯାଉଛି। ଗତକାଲି ବଡ଼ ଆଖଡ଼ା ମଠର ୫୦ ପ୍ରତିଶତ ଭଙ୍ଗାଯାଇଥିଲା। ତେବେ ଏହି ଉଚ୍ଛେଦ ବେଳେ ମଠର ବିଜେସ୍ଥଳୀ, ମହନ୍ତ ରହିବା ସ୍ଥାନକୁ ଉଚ୍ଛେଦ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଆଜି ସାନ ଛତା ମଠ, ବ୍ୟବସାୟ ସ୍ଥଳୀ ଓ ହୋଟେଲ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି। ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଓ […]
ଗଞ୍ଜାମ : ନିୟମକୁ ଖୁଲମଖୁଲା ଉଲ୍ଲଂଘନ। ସରକାରୀ ବାବୁ ଯିଏ କି ଲୋକଙ୍କୁ ସତର୍କ କରାଇବା କଥା ସେ ହିଁ ନିୟମକୁ ଭାଙ୍ଗିଛନ୍ତି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଠି ଶାନ୍ତନୁ କିଛି କର୍ମଚାରୀଙ୍କ ସହ ଚାରି ଚକିଆ ଗାଡ଼ିରେ ବସିଛନ୍ତି। ହେଲେ ସିଟ୍ ବେଲ୍ଟ ଲଗାଇ ନାହାନ୍ତି। ମିଳିଥିବା ସୂଚନା ମୁତାବକ, ଗତକାଲି୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି […]
ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ତିନି ଦିନ ପରେ ମିଳିଲା ଜଣଙ୍କ ମୃତଦେହ। ଶନିବାର ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଏକ ହୁଲି ଡଙ୍ଗା ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୪ଜଣ ନିଖୋଜ ହୋଇଯାଇଥିଲେ। ସର୍ଚ୍ଚ ଅପରେସନ ବେଳେ ବ୍ରାହ୍ମଣୀର ପାଣିଗେଙ୍ଗୁଟିଆ ଘାଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପର୍ଜଙ୍ଗ ଥାନା କୁନ୍ଦନଦେଈପୁର ଗାଁର ବିଶ୍ୱଜିତ୍ ଆଚାର୍ଯ୍ୟ। ଅତ୍ୟଧିକ […]
ସମ୍ୱଲପୁର : ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର। ଗତକାଲି ଅପରାହ୍ନରେ ଡ୍ୟାମ୍ର ଜଳସ୍ତର ଥିଲା ୬୨୫ ଦଶମିକ ୬୫ ଫୁଟ୍। ପ୍ରତି ସେକେଣ୍ଡରେ ଡ୍ୟାମ୍କୁ ୩ ଲକ୍ଷ ୧୬ ହଜାର ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୨ ହଜାର ଘନଫୁଟ ଜଳ। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ସମ୍ବଲପୁରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ […]
ଭୁବନେଶ୍ୱର : ବର୍ଷୀୟାନ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ। ୫୬ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ ଗତ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ନିୟମିତ ଚିକିତ୍ସାଧୀନ ଥିବା ଦିଲୀପ ଗତ ସଂଧ୍ୟାରେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଶା ସାମ୍ବାଦିକତା ଜଗତରେ ଥିଲେ ଅନ୍ୟତମ […]
ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା) : ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିବାରେ ଲାଗିଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟ ବଡ଼ ନାଳ ଓ ଯୋରରୁ ପାଣି ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି। ବୀରମହାରାଜପୁର ବ୍ଲକର ବଖମ୍ୱଶିରିପାଲି ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଗାଁକୁ ଚାରିପଟୁ ବନ୍ୟାପାଣି ଘେରି ରଖିଥିବାରୁ ଭୟ ଆଉ ଆଶଙ୍କା ଭିତରେ […]
ଭୁବନେଶ୍ୱର : ବିଧାୟକ ଗଣିଲେ ୫୦୦ ଟଙ୍କା ଜରିମାନା। ଭୁବନେଶ୍ୱର ଏଜି ଛକରେ ବେଆଇନ ଗାଡି ପାର୍କିଂ କରିଥିବାରୁ ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ୫୦୦ ଟଙ୍କା ଜରିମାନା ଦେଇଛନ୍ତି। ସୂଚନା ମୁତାବକ , ଏଜି ଛକରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଧାୟକଙ୍କ ଗାଡ଼ି ସେଠାରେ ବେଆଇନ୍ ଭାବେ ପାର୍କିଂ ହୋଇଥିଲା। ଫଳରେ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ଫାଇନ୍ କାଟିଥିଲା ଟ୍ରାଫିକ୍ ପୁଲିସ। ନିଜେ ବିଧାୟକ ତାଙ୍କ ଦୋଷ ସ୍ୱୀକାର କରିଥିବା […]
ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଲୁହାପଥର ଖଣି ଏବଂ କୋଲଡ ବ୍ଲକ୍ ନିଲାମରେ ଅଗ୍ରାଧିକାର ଦେବା ପାଇଁ ଦାବି ଜଣାଇଛନ୍ତି ନବୀନ ଜିନ୍ଦଲ। ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଏବଂ ଖଣି ସଚିବଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି। ରାଜ୍ୟରେ ଯେଉଁମାନଙ୍କର କ୍ୟାପଟିଭ ୟୁନିଟ୍ ରହିଛି, ସେମାନଙ୍କୁ ଅତିଶୀଘ୍ର ଲୁହାପଥର ଖଣି ନିଲାମ କରି ଯୋଗାଇ […]
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୮ଟି ଗେଟ୍। ଡ୍ୟାମ୍ର ଜଳସ୍ତର ବଢୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ୬ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ ୨୦ଟି ଗେଟ୍ ଦେଇ ଡ୍ୟାମ୍ରୁ ଜଳ ନିଷ୍କାସନ ହେଉଛି। ଏବେ ଜଳପତ୍ତନ ରହିଛି ୬୨୫.୬୭ ଫୁଟ୍। ସେପଟେ ଅନୁଗୁଳ ରେଙ୍ଗାଳି ଡ୍ୟାମ୍ର ମଧ୍ୟ ଗୋଟିଏ ଗେଟ୍ ଖୋଲାଯାଇଛି।
ମାଲକାନଗିରି( ଜିତେନ୍ଦ୍ର ବେଉରା) : ପ୍ରଥମ ଆଦିବାସୀ ମହିଳା ପାଇଲଟ୍ ବନିଲେ ମାଲକାନଗିରିର ଅନୁପ୍ରିୟା। ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ଜନ୍ମିତ ଅନୁପ୍ରିୟା ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି। ସୂଚନା ଯେ,ଓଡ଼ିଶା ପୁଲିସ୍ରେ ହାବିଲଦାର ଭାବେ କାର୍ଯ୍ୟରତ ମାରିନିୟସ ଲାକ୍ରା ଏବଂ ଜାମାନ୍ ୟାସମିନ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା। ସେ ମାଲକାନଗିରିରୁ ପାଠପଢିବା ପରେ ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ମାତ୍ର ପାଇଲଟ ହେବା ନିଶାରେ ଇଂଜିନିୟରିଂ ଛାଡି ପାଇଲଟ ଟ୍ରେନିଂ […]
ବାଲିଗୁଡ଼ା(ଅଜିତ୍ ନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ଶ୍ରୀରାମପୁର ଓ ଯୁବାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମାକଡ଼ାପାଟା ପୋଲ ଉପରେ ଗତକାଲି ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ଫଳରେ ଦୁଇ ପଞ୍ଚାୟତର ବହୁ ଲୋକ ରାସ୍ତାର ଉଭୟ ପଟରେ ଅଟକି ରହିଥିଲେ। ଏନେଇ ଖବର ପାଇବା ପରେ ଗତକାଲି ଶ୍ରୀରାମପୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଆସି ୫ ଘଣ୍ଟା […]
ସମ୍ବଲପୁର(ସଂଜୟ ଜେନା) : ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଫାଇନ୍ ଆଦାୟ ହେଲା ୭୦ ହଜାର ଟଙ୍କା ଫାଇନ୍। ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଜଣେ ଟ୍ରକ ଡ୍ରାଇଭରଙ୍କଠୁ ଏତେ ପରିମାଣର ଫାଇନ୍ ଆଦାୟ କରିବା ପରେ ଏବେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ନାଗାଲାଣ୍ଡର। ଡ୍ରାଇଭର ହେଉଛନ୍ତି ଅଶୋକ ଯାଦବ। ଟ୍ରାଫିକ୍ ନିୟମ ଅବମାନନା ନେଇ ତାଙ୍କ ଉପରେ ୪ଟି ଭୁଲ ପାଇଁ ଫାଇନ୍ ପଡିଛି। ଟ୍ରକଟି ଓଭରଲୋଡ […]
କେନ୍ଦୁଝର (ପ୍ରଣୟ ପାଣି) : କେନ୍ଦୁଝରରେ ଡବଲ ମର୍ଡର । ରାତିରେ ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। କେନ୍ଦୁଝର ଘଟଗାଁ ଥାନା ଗୋଧିରାମପଡ଼ାରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ରାମାଇ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଟକ : ଜଗା କାଳିଆଙ୍କ ଚିକିତ୍ସା ପାଇଁ ମୋଟ ୨୧ ଲକ୍ଷ ୮୩ ହଜାର ୬୧୬ ଟଙ୍କା ଖର୍ଚ୍ଚ ହୋଇଛି। ଗତକାଲି କଟକ ଏସ୍ସିବିରେ ଜଗା କାଳିଆ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଜଗା କାଳିଆ ରହୁଥିବା ସ୍ୱତନ୍ତ୍ର ଓ୍ୱାର୍ଡ ବୁଲି ଦେଖିଥିଲେ। ଏହାପରେ କଟକ ଏସସିବିରେ ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ମୋଟ ୧ କୋଟି ଦେଇଥିଲେ। ସେଥିରୁ ୨୧.୮୩ ଲକ୍ଷ ଖର୍ଚ୍ଚ ହୋଇଛି। ଜଗା ସଂପୂର୍ଣ୍ଣ […]
ବାଲେଶ୍ୱର(ରଂଜିତ୍ ପାକଳ) : ୨୪ ଘଣ୍ଟା ବିତିଲା ହେଲେ ସ୍କୁଲ ଯାଇ ଫେରି ନାହାନ୍ତି ୩ ଜଣ ଛାତ୍ର। ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ଶିବ ନାରାୟଣ ଦାସ, ଚିନ୍ମୟ ଦାସ ଓ ଶୁଭଙ୍କର ଦାସ ଗତକାଲି ଶନିବାର ପାଇଁ ସକାଳେ ଘରୁ ବାହାରି ସ୍କୁଲ ଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜାଖୋଜି କରି ସ୍କୁଲ ଯାଇଥିଲେ। କିନ୍ତୁ ସେଠାରେ ବି ପିଲାଙ୍କୁ ପାଇନଥିଲେ। […]
ଭୁବନେଶ୍ୱର : ୱେବସାଇଟ୍ରେ ଅପ୍ଲୋଡ ହେବ ପୁଲିସ ଗାଡ଼ି ଡକ୍ୟୁମେଣ୍ଟ। ଗତକାଲି ରାଜଧାନୀରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଚେତିଛି ପୁଲିସ। ଆଜି ସବୁ ପୁଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍ରେ ଅପଲୋଡ୍ କରାଯିବ। ଫଳରେ ଯେକୌଣସି ଲୋକ ଏହି ୱେବସାଇଟ୍କୁ ଯାଇ ଦେଖିପାରିବେ। ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଗତକାଲି ରାଜମହଲ ଛକରେ ସରକାରୀ ଗାଡିକୁ ପୁଲିସ ଛାଡିଦେଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। […]
ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ରାଉରକେଲା ଛେଣ୍ଡ୍ କଲୋନୀର ଏକ ଧୂପକାଠି ପ୍ରସ୍ତୁତ କମ୍ପାନୀ ମାଲିକଙ୍କ ନାଁରେ ଅଭିଯୋଗ ଆସିଛି। କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ମାଲିକ ଦୁଷ୍କର୍ମ କରିଥିବା ନେଇ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ଏହାପରେ ପୁଲିସ ଏକ ମାମଲା ରୁଜୁ କରିଛି। ସୋଶାଲ ମିଡିଆରେ ଫେକ୍ ଆଇଡିରେ ମହିଳାଙ୍କ ଅଶ୍ଳୀଳ ଫଟୋ ଅପ୍ଲୋଡ କରି ବ୍ଲାକମେଲିଂ କରିବା ସହିତ ମାଲିକ ଦୁଷ୍କର୍ମ […]
ଭୁବନେଶ୍ୱର : ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବାକୁ ରାଜ୍ୟରେ ଯାନବାହନର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ନିଶାଖୋର ଡ୍ରାଇଭରଙ୍କୁ ଧରିବାକୁ ରାଜ୍ୟର ସମସ୍ତ ୧୪ଟି ଟୋଲ୍ ଗେଟ୍ରେ ଚେକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଭିନ୍ନ ଟୋଲଗେଟରୁ ୩୮ଜଣ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି। ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ରୁ ୧୧ଜଣ ଡ୍ରାଇଭର ଗିରଫ ହୋଇଥିବାବେଳେ ସମ୍ବଲପୁରରେ ୩, କେନ୍ଦୁଝରରେ ୫, ଯାଜପୁରରେ ୩, ବରଗଡ଼ରେ ୩, […]
ପୁରୀ : ପୁରୀରେ ଆଜି ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିବାଦ ଯୋଗୁଁ ବନ୍ଦ ରହିଥିବା ଉଚ୍ଛେଦ କାର୍ଯ୍ୟ ଆଜି ସକାଳୁ ପୁଣି ଆରମ୍ଭ କରିଛି ପ୍ରଶାସନ। ସକାଳୁ ମାଜିଷ୍ଟ୍ରେଟ୍ ଓ ୩୦ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ବଡ଼ ଆଖଡ଼ା ମଠର ଉଚ୍ଛେଦ କରାଯାଉଛି। ପ୍ରଥମେ ଲଙ୍ଗୁଳି ମଠ ପଟରୁ ଉଚ୍ଛେଦ କରୁଛି ପ୍ରଶାସନ। ମଠ ପରିସରରେ ଥିବା ୩୭ଟି ଦୋକାନ ଘର ଭଙ୍ଗାଯାଉଛି। ତେବେ ମଠରେ ଥିବା ବିଜେସ୍ଥଳି, ଗାଦିସ୍ଥଳି, ରୋଷଘର ଓ ହନୁମାନ […]