ଭୁବନେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରିଲା ବେଳକୁ ଉପକୂଳ ଓଡ଼ିଶାରେ ବନ୍ୟା ବିପଦ। ମହାନଦୀରେ ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବା ପରେ ଫୁଲି ଉଠିଛନ୍ତି ଏହାର ପ୍ରମୁଖ ଶାଖା ନଦୀ । ଫଳରେ ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି। ଏସବୁ ଜିଲ୍ଲାର କିଛି କିଛି ଅଞ୍ଚଳ ବନ୍ୟାରେ ଉବୁଟୁବୁ ହେଉଥିବାରୁ ହଜାର ହଜାର ଲୋକ ବିପନ୍ନ ହେବା ସହ ଚାଷବାସକୁ ବ୍ୟାପକ […]
ଭୁବନେଶ୍ୱର : ଆଜି ପଶ୍ଚିମ ଓଡ଼ିଶାର ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଆକାଶ ମାର୍ଗରୁ ବଲାଙ୍ଗିର ସମେତ କଳାହାଣ୍ଡି, ବୌଦ୍ଧ, ସୋନପୁରର ବନ୍ୟାଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଞ୍ଚଳ ବୁଲିବା ପରେ କେନ୍ଦ୍ରମନ୍ତ୍ରୀ ବଲାଙ୍ଗିର ଏନ୍ଏଚ୍ଏମ୍ ହଲ୍ରେ ଅନୁଷ୍ଠିତ ଏକ ବୈଠକରେ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ।
ସୁନ୍ଦରଗଡ଼ (ବିଜୟ ବରୁଆ) : ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି ହେମଗିର ଥାନା ପୁଲିସ। SDJMଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ କରାଯାଇଛି। କନିକା ଅଞ୍ଚଳର ଜଣେ ମହିଳାଙ୍କ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି। ଏସ୍ପିଙ୍କ ବିରୋଧରେ ଦଫା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୩୪୨, ୩୧୩, ୧୬୬, ୧୬୭, ୫୦୩ ଓ ୫୦୪ରେ ପୁଲିସ ମାମଲା ରୁଜୁ କରିଛି। ଜୁଲାଇ ୩ ତାରିଖ ରାତିରେ […]
ରାଉରକେଲା(ପୱନ ତିୱାରୀ) : ପିଲା ହେଲାନି ବୋଲି ଲ୍ୟାବୋରୋଟାରୀରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ପିଇ ଜୀବନ ହାରିଲେ ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଓ ତାଙ୍କ ପତ୍ନୀ! ଆଉ ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ୪ ପୃଷ୍ଠାର ସୁଇସାଇଡ୍ ନୋଟ୍। ପୁଲିସ ସେହି ସୁଇସାଇଡ୍ ନୋଟ୍କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ୨୦୧୧ରୁ ରାଉରକେଲା ଏନ୍ଆଇଟିରେ ଲାଇଫ ସାଇନ୍ସ ବିଭାଗରେ ଅଧ୍ୟାପନା କରୁଥିଲେ ତାମିଲନାଡୁ ମଦୁରାଇର ଆର.ଜୟବାଲାନ। ଆଉ ତାଙ୍କ ପତ୍ନୀ ମାଳିନୀ କେଶୱନ୍ତ ଏନ୍ଆଇଟି […]
ଭୁବନେଶ୍ୱର : ଚୋରା ପଥର ଖଣି ମାମଲାରେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ବା ଏସ୍ଟିଏଫ୍ ଆଜି ଜୋରଦାର ଜେରା କରିଛି। କ୍ରାଇମବ୍ରାଞ୍ଚର ନୋଟିସ ମୁତାବକ ଦୁଇ ଅଧିକାରୀ ଆଜି ହାଜର ହୋଇଥିଲେ। ୨୦୦୦ କୋଟି ଟଙ୍କାର ବେଆଇନ ପଥର ଖଣି କାରବାର ପଛରେ ଏମାନଙ୍କର କଣ ଲିଙ୍କ ବା ଭୂମିକା ରହିଛି, ତାହାର ଖୋଳତାଡ଼ ଚାଲିଛି। ଚୋରା ପଥର ଖଣି ବ୍ୟବସାୟୀଙ୍କ ସହ […]
କଟକ : କଟକ SCB ମେଡିକାଲ ଆସିବେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା -କାଳିଆ। ନୂଆଦିଲ୍ଲୀ ଏମ୍ସରୁ ଦୁଇ ଜଣଙ୍କୁ କଟକ SCB ଅଣାଯିବ। କେବେ ଆସିବେ ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଯେ ,ଏମ୍ସରେ ଅପରେସନ ପରେ ଯୋଡ଼ା ମୁଣ୍ଡ ଅଲଗା କରାଯାଇଥିଲା। ଜଗା ଓ କାଳିଆଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର ପାଇଁ ଯୋଜନା ଥିଲା। ମାତ୍ର ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ […]
ଚୌଦ୍ୱାର : ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଇମ୍ଫାର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ଥଣ୍ଡା ପାନୀୟ ଜଳପ୍ରକଳ୍ପ ଓ ରାମଲୀଳା ଗୋଷ୍ଠୀ ଉନ୍ନୟନ ମଣ୍ଡପ ଉଦଘାଟିତ ହୋଇଛି। ଚୌଦ୍ୱାର ଆଗ୍ରାହାଟସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଏକ ଥଣ୍ଡା ପାନୀୟ ଜଳପ୍ରକଳ୍ପ ଓ ଦୌଲତାବାଦ ସ୍ଥିତ କାଳି ମନ୍ଦିର ସାମ୍ନାରେ ଅନ୍ୟ ଏକ ପ୍ରକଳ୍ପକୁ ଇମ୍ଫାର ବରିଷ୍ଠ ଉପସଭାପତି ବିଜୟା ନନ୍ଦ ମହାପାତ୍ର ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ […]
ନୂଆପଡ଼ା : କିଓସ୍କ ବ୍ୟାଙ୍କ ଠକେଇରେ ବନ୍ଧା ହେଲେ କେନ୍ଦ୍ର ପରିଚାଳକ। ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଗାଁରୁ ଆସିଛି ଏହି ଅଭିଯୋଗ। ଏହି ଶାଖାରେ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କେନ୍ଦ୍ର ପରିଚାଳକ ଦାଶରଥୀ ସୁନାନୀଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନିକଟରୁ ୧୦ ଲକ୍ଷ ୪ ହଜାର ୩୦୦ ଟଙ୍କା ଜବତ କରାଯାଇଛି। ଏହା ସହିତ କେନ୍ଦ୍ରରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆଧାରକାର୍ଡ, ବ୍ୟାଙ୍କ ପାସବୁକ୍ ଆଦି ଜବତ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସଚିବ ଭାବେ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ସେହିପରି ୧୯୮୫ ବ୍ୟାଚ୍ ଆଇଏଏସ୍ ତଥା କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ନିଜର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଫେରାଇ ନେବାପରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି […]
ଭୁବନେଶ୍ୱର : ଅଭିନେତା ପପୁ ପମ୍ ପମ୍ଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଛିଡ଼ା ହୋଇଛି ବିବାଦ। ପରେ ଥାନାକୁ ଗଲା ମାମଲା। ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ସେ ଏଫଆଇଆର୍ରେ ଉଲ୍ଲେଖ କରିଛନ୍ତି। ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଅଭିନେତା ପପୁ ପପୁପମ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହାସହ ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ୍ […]
ଖୋର୍ଦ୍ଧା : ଚୋରା ପଥର ଖଣି ମାମଲାରେ ଖୋର୍ଦ୍ଧା ସଦର ଥାନାର ଆଇଆଇସି ବିକ୍ରମ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲ ଏସ୍ଟିଏଫ୍ରେ ହାଜର ହୋଇଛନ୍ତି। ଉଭୟଙ୍କୁ ଏଥିପାଇଁ ଆଗରୁ ନୋଟିସ୍ କରାଯାଇଥିଲା। ଖୋର୍ଦ୍ଧା ଅଞ୍ଚଳର ବେଆଇନ ପଥର ଖଣି ମାମଲାରେ ଚୋରା ବ୍ୟବସାୟୀଙ୍କ ସହିତ ଏମାନଙ୍କର କଣ ସଂପର୍କ ରହିଛି, ଚୋରା ପଥର କାରବାରରେ ଏମାନଙ୍କର କଣ ଭୂମିକା ଥିଲା, ତାର ଖୋଳତାଡ଼ କରିବ ଏସ୍ଟିଏଫ୍। ଆଗରୁ ବିକ୍ରମ ଜେନା ଓ ଶୁଭେନ୍ଦ୍ର ସାମଲଙ୍କ ଭୂମିକା […]
ପୁରୀ : ମାଲେସିଆ ଜାହାଜ ଜିନ୍ ୱାରୁ ତେଲ ଲିକ୍ ସମ୍ଭାବନା କମ୍ ରହିଛି। ପୁରୀ ଜିଲ୍ଲାପାଳ ସଂପୃକ୍ତ ମାଲେସୀୟ ଜାହାଜ ଉପରେ ନଜର ରଖିଛନ୍ତି। ଜାହାଜରୁ ତେଲ ଲିକ୍ ହେବା ସମ୍ଭାବନା କମ୍ ଥିବାବେଳେ ସେନେଇ SOPରେ କାମ କରୁଛୁ ବୋଲି କହିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ସିଡ଼ିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ବଙ୍ଗୋପସାଗରରେ ଥିବା ଜାହାଜଟି ଓଡ଼ିଶା ଜଳରାଶିରେ ଅଛି ବୋଲି ସୁଶାନ୍ତ କହିଛନ୍ତି। ପୂର୍ବରୁ ଜାହାଜ […]
ବଲାଙ୍ଗିର : କେନ୍ଦ୍ର ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା ବୈଠକ ପରେ ମୁହାଁମୁହିଁ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦଦେଓ ଏବଂ ବିଜେଡି ନେତା ଲଳିତ ନାୟକଙ୍କ ସମର୍ଥକ । ପରିସ୍ଥିତି ଏପରି ହେଲା କି କିଛି ସମୟ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି। ଆଜି ବନ୍ୟା କ୍ଷତିଗସ୍ତ ଅଞ୍ଚଳ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ। ଏହାପରେ ଏକ ସମୀକ୍ଷା ବୈଠକ ପରେ ଏପରି ତୁମୁଳକାଣ୍ଡ ଘଟିଛି। […]
ଭୁବନେଶ୍ୱର : ରାଜ୍ୟରେ ବଦଳିଲା ମେଡିକାଲ ଚୁକ୍ତି ପଲିସି। ମେଡିକାଲ ବଣ୍ଡ୍ ପଲିସି ଅନୁସାରେ ସରକାରୀ ମେଡିକାଲରେ ଯେଉଁମାନେ MBBS ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ। ପିଜି କୋର୍ସ କରୁଥିବା ମେଡିକାଲ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷ କାମ କରିବାକୁ ବାଧ୍ୟ। ଯଦି ସେମାନେ କାମ ନକରନ୍ତି ତାହାଲେ ଦେଢ କୋଟି ଟଙ୍କା ଦେବେ। ସେହିପରି ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀ […]
କଟକ : କଟକ ମୁଣ୍ଡଳୀରେ କମୁଛି ଜଳସ୍ତର। ଗତକାଲି ଯେତେ ପାଣି ପ୍ରବାହିତ ହେଉଥିଲା, ଆଜି ତାହା ପ୍ରାୟ ଅଧାକୁ ଖସି ଆସିଲାଣି । ଗତକାଲି ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୫୮ ହଜାର ୪୧୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ପ୍ରତି ଘଣ୍ଟାରେ ୮ ହଜାର କ୍ୟୁସେକ୍ ଜଳ କମୁଛି । କିନ୍ତୁ ହୀରାକୁଦରୁ ପାଣି ଆସିଲେ, ପୁଣି ଜଳସ୍ତର ବଢ଼ିବ। ଗତକାଲି […]
ଭୁବନେଶ୍ୱର : ପୁଣି ରାଜ୍ୟ ଶିକ୍ଷକ ଏବଂ କର୍ମଚାରୀଙ୍କ ଯୁଦ୍ଧଂ ଦେହି ଡାକରା। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ଦାବି ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜର ହଜାର ହଜାର ଶିକ୍ଷକ ଏବଂ କର୍ମଚାରୀ ମହାତ୍ମାଗାନ୍ଧୀ ମାର୍ଗରେ ଶୋଭାଯାତ୍ରା କରିବା ସହ ସମାବେଶ କରାଯାଇଛି। ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଛେଦ ସହ ପୂର୍ଣ୍ଣ ଅନୁଦାନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛି […]
ସମ୍ୱଲପୁର(ସଞ୍ଜୟ ଜେନା) : ଆଜି ହୀରାକୁଦ ଡ୍ୟାମର ୧୦ ଟି ଗେଟ୍ ବନ୍ଦ କରି ଦିଆଯାଇଛି। ଏବେ ଆଉ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ପ୍ରଥମେ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୬ଟି ଗେଟ ଖୋଲାଯାଇଥିଲା। ଏହାପରେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ତେବେ ଗତ ବୁଧବାର ଦିନ ସାଢ଼େ ଏଗାରଟା ବେଳେ ହୀରାକୁଦ ଡ୍ୟାମର ଗୋଟିଏ ଗେଟ୍ […]
ଭୁବନେଶ୍ୱର : ବରିଷ୍ଠ IAS ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚର ବରିଷ୍ଠ IAS ହେଉଛନ୍ତି ଗଗନ ଧଳ। ସେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ,ଗଗନ ଧଳଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ୨୦୨୦ଜାନୁଆରୀରେ ଅବସର ନେଇଥାନ୍ତେ ଗଗନ ଧଳ ।
ଭୁବନେଶ୍ୱର : ଟଳିଲା ବନ୍ୟା ବିପଦ । ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସଂପଦ ସଚୀବ ପ୍ରଦୀପ ଜେନା। ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ବର୍ଷା ପରିମାଣ କମିଛି। ହ୍ରାସ ପାଇଛି ସବୁ ନଦୀର ଜଳସ୍ତର। ଉପରମୁଣ୍ଡରେ କମ୍ ବର୍ଷା ଓ କମ୍ ପାଣି ଆସୁଥିବାରୁ ହୀରାକୁଦର ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଗତକାଲି ହୀରାକୁଦରୁ ଛଡ଼ା ଯାଇଥିବା ପାଣି ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ। […]
ବଣାଇ(ରଣଜିତ୍ ଚୌଧୁରୀ) : ହଳ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ ଗୋଗୁଆ ଗାଁରେ। ମୃତ ଚାଷୀଙ୍କ ନାଁ ଶ୍ୟାମଘନ ସାହୁ। ଆଜି ସକାଳେ ଶ୍ୟାମଘନ ନିଜ ଚାଷ ଜମିରେ ହଳ କରିବାକୁ ଯାଇଥିଲେ। ଏହି ସମୟରେ ଜମି ଭିତରେ ତାଙ୍କର ଏକ ବଳଦ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବଳଦକୁ ଉଦ୍ଧାର କରିବାକୁ […]
ବାଲିଗୁଡ଼ା(ଅଜିତ ନାୟକ) : ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିବା ବାଲିଗୁଡ଼ାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ ଆଜି ଆଖି ବୁଜିଛନ୍ତି। ଭୋର ୪ଟା ୧୫ମିନିଟ୍ରେ ବାଲିଗୁଡ଼ା ମେଡ଼ିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ସାହୁରା ମଲ୍ଲିକ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ଗତ ୧୯୭୪ ମସିହା, ୧୯୮୦ ମସିହା ଓ ୧୯୯୫ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। […]
ବାରିପଦା ( ମାଣିକଲାଲ୍ ପାଣି) : ଜାତିପ୍ରଥାକୁ ନେଇ ସାମାଜିକ କୁସଂସ୍କାର। ଜରିମାନା ଦେଇନପାରିବାରୁ ମୃତଦେହ ଉଠାଉନାହାନ୍ତି ଗ୍ରାମବାସୀ। ମୟୂରଭଂଜ କୁଳିଅଣା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ୩ ଦିନ ଧରି ଖଟରେ ପଡ଼ି ରହିଛି ମୃତଦେହ। ମହିଳାଙ୍କ ସ୍ୱାମୀ ଗାଁରେ ଜରିମାନା ଟଙ୍କା ଦେଇନପାରିବାରୁ ଗ୍ରାମବାସୀ ମୃତଦେହ ଉଠାଉ ନାହାନ୍ତି। ୩ ଦିନ ତଳେ ଅସୁସ୍ଥତା ଯୋଗୁଁ ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପରେ ଶବ ସତ୍କାର […]
ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ସମ୍ଭାବନା ନାହିଁ। ରାଜସ୍ଥାନରେ ମନସୁନ୍ ଟ୍ରପ୍ଲାଇନ୍ ସୃଷ୍ଟି ହୋଇଥିବାରୁ ସ୍ୱାଭାବିକ ବର୍ଷାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ। ତେବେ ଆସନ୍ତାକାଲି ଓ ପରଦିନ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ଏବଂ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପ ବର୍ଷା ହେବ। ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ, ବନ୍ୟା ସ୍ଥିତି ଉପୁଜିବନି ବୋଲି […]
କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ପ୍ରବେଶ କରିଛି ମହାନଦୀର ବନ୍ୟା ଜଳ। ଫଳରେ ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇଛି। ବ୍ଲକର ଖୁରୁଷିଆ, ପାଟୁଳିପଙ୍କ, ତିକ୍ଷିରି, ଟିକରପଙ୍କା, ଅମେଇପାଳ ପଞ୍ଚାୟତରେ ଥିବା ଚାଷ ଜମିରେ ଚାରିଫୁଟ ଉଚ୍ଚର ପାଣି ଜମିଛି। ଖୁରୁଷିଆ ନଦୀ ବନ୍ଧରେ ଥିବା ସ୍ଲୁଇସ ଗେଟ୍ ନିର୍ମାଣରେ ନିମ୍ନମାନର କାମ ହୋଇଥିବାରୁ ପାଣି ରହୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି। ମହାନଦୀରେ ସାମାନ୍ୟ ପାଣି ଆସିଲେ ବି ବନ୍ୟା ପରିସ୍ଥିତି […]
କେନ୍ଦୁଝର(ପ୍ରଣୟ ପାଣି): ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର କରି ଗାଁଲୋକଙ୍କ ରୋଷର ଶିକାର ହେଲେ ଆଇଆଇସି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଜିଲ୍ଲାର ପାଟଣା ଥାନା ଅଧିକାରୀଙ୍କୁ ସାହାରାପଡ଼ା ବ୍ଲକ୍ ଟଭାସୁଆ ଗାଁ ଲୋକେ ୬ ଘଣ୍ଟା ଧରି ଅଟକ ରଖିଥିଲେ। ସୂଚନା ଅନୁଯାୟୀ, ଗାଁର ତିନି ଜଣ ଦଲାଲ ସେହି ଗାଁର ତିନି ଜଣ ପିଲାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତିନି ମାସ ହେବ ବାହାର ରାଜ୍ୟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। […]