• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

police--1
ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ପୁଲିସ କମିଶନର

ଭୁବନେଶ୍ୱର : ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ନୂଆ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଜେଲ କର୍ମଚାରୀଙ୍କ ଠାରୁ ରହୁଥିବା ଅପରାଧୀଙ୍କ ବିଷୟରେ ପଚାରି ବୁଝିଛନ୍ତି କମିଶନର। ଅପରାଧୀମାନେ କେଉଁ ଅପରାଧ କରି ଜେଲରେ ଅଛନ୍ତି। କିଏ ଖଲାସ ହୋଇଛନ୍ତି, କିଏ ନୂଆ ଆସିଛନ୍ତି ଏବଂ  ଆଉ କେଉଁ କେଉଁ ଅପରାଧୀ ଜେଲରେ ଏବେ ଅଛନ୍ତି।  ସେମାନଙ୍କ ବିରୋଧରେ କେଉଁଭଳି ମାମଲା ରହିଛି।  ଏସବୁ ପଚାରି ବୁଝିଛନ୍ତି କମିଶନର।ଏପଟେ ଏହା ଏକ ସ୍ୱାଭାବିକ […]

  • Monday, 19 July 2021
ganesh
ଗଜାନନଙ୍କ ଆବାହନ ସହ କାଲିଠାରୁ ପାର୍ବଣ ଋତୁ ଆରମ୍ଭ ; ଝଲସିଲାଣି ସହର ବଜାର

ଭୁବନେଶ୍ୱର :  ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା ସହ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ସାରାରାଜ୍ୟ ଉତ୍ସବ ମୁଖର। ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସିଲାଣି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର।  ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ପୂଜା ପାଇବେ ଗଜାନନ। ସେପଟେ ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ତାଳଚେର ସହର ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜେଇ ହେଲାଣି। ପୂଜା ମଣ୍ଡପରେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି […]

  • Monday, 19 July 2021
traffic
ଲାଗୁ ହେଲା କଡ଼ା ଟ୍ରାଫିକ୍ ରୁଲ୍ : ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ ଉଲ୍ଲଂଘନକାରୀ

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଜରିମାନା। ଦେବାକୁ ପଡୁଛି ପୂର୍ବ ପରିମାଣର ପ୍ରାୟ ୧୦ ଗୁଣା ଫାଇନ୍। ଭୁବନେଶ୍ୱର, କଟକ, ରାଉରକେଲା ଓ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ  ଟ୍ରାଫିକ୍ ନିୟମ ଖିଲାପକାରୀଙ୍କ ମୁଣ୍ଡରେ ଆଜି ଚଡ଼କ ପଡ଼ିଛି। ୧୦୦ କି ୫୦୦ ନୁହେଁ, କାନମୁଣ୍ଡ ଆଉଁସି ପକେଟ୍‌ରୁ ଖାଲି କରିବାକୁ ପଡ଼ିଛି ଅତିକମ୍‌ରେ ହଜାରେ ଟଙ୍କା। ସାରା […]

  • Monday, 19 July 2021
sir
ବିବାହର ପ୍ରତିଶ୍ରୁତି ଦେଇ ଠକିଥିଲେ ସାର୍‌ ; ପ୍ରତାରକ ପ୍ରେମିକଙ୍କ ସମେତ ୪ ଗିରଫ

ରାୟଗଡ଼ା  : ପ୍ରେମ, ପ୍ରତାରଣା ପରେ ପ୍ରେମିକାର ଧାରଣା ମାମଲାରେ ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଯୁବତୀଙ୍କ ପ୍ରେମିକ ଓ ତିନି ଜଣ ମାନବାଧିକାର କର୍ମୀ ଅଛନ୍ତି। ସୂଚନା ଅନୁଯାୟୀ ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବା ପରେ ଦୁଇ ପରିବାରଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ସମ୍ପୃକ୍ତ ମାନବାଧିକାର କର୍ମୀ ଡାକିଥିଲେ। କିନ୍ତୁ ବୁଝାମଣା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏ […]

  • Monday, 19 July 2021
disorder girl
ଦାଉ ସାଧୁଛି ଦାରିଦ୍ର୍ୟ ; ୭ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ଝିଅ ଶିକୁଳିରେ ବନ୍ଧା

ରାୟଗଡ଼ା : ୭ ବର୍ଷ ହେବ ଶିକୁଳିରେ ବନ୍ଧା ଜୀବନ। ମାନସିକ ବିକୃତ ଝିଅର ଚିକିତ୍ସା ନକରାଇପାରିବାରୁ ବେସାହାରା ମାଆ ତାକୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ରଖିଛି। ପାଖରେ ଅର୍ଥ ନାହିଁ। ନିଜେ ଓ ଝିଅର ପେଟରେ ମୁଠାଏ ଦାନା ପାଇଁ ମୂଲ ଲାଗି ଚଳୁଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଶିକୁଳିରେ ବନ୍ଧା ହୋଇଛି ଗୋଡ଼। ତଥାପି ରହିଛି ମାଆର ମମତା। ଝିଅର ମୁଣ୍ଡ କୁଣ୍ଡାଇବା ସହ ଖୁଆଇ […]

  • Monday, 19 July 2021
police
ଗାଁ ଲୋକଙ୍କ ସହ ମିଶି ରାସ୍ତା ମରାମତି କଲେ ଥାନା ବାବୁ

ମାଲକାନଗିରି : ମାଓପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ । ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି। ୭ ରୁ ୮ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁବିଧା ମିଳିନଥିଲା। ନାନା ଅସୁବିଧାର […]

  • Monday, 19 July 2021
photo-chora
ଚୋରିର ନୂଆ କୌଶଳ ; ଶାଢ଼ୀ ଘୋଡ଼ାଇ ହୋଇ ଶାଢ଼ୀ ଦୋକାନରୁ ଚୋରି

ସୋର( ଶଶିକାନ୍ତ ବେହେରା) : ଚୋରିର ନୂଆ ତରିକା। କୌଣସି ପେସାଦାରଙ୍କୁ ବି ଚକମା ଦେବା ଭଳି କାରନାମା। ଫିଲ୍ମ ଷ୍ଟାଇଲରେ ହୋଇଛି ଚୋରି। ସିସିଟିଭିରୁ ନଜର ହଟାଇବା ପାଇଁ ଶାଢ଼ୀରେ ନିଜକୁ ଲୁଚାଇ ଲୁଗା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଏଠାରେ ଥିବା ଲୁଗା ଦୋକାନରୁ ସଂପୃକ୍ତ ଚୋର ହଜାର ହଜାର ଟଙ୍କାର ଶାଢୀ ଚୋରି କରି ନେଇଛି। ଚୋରି ପୂର୍ବରୁ ଦୋକାନ ପଛରେ ଲାଗିଥିବା […]

  • Monday, 19 July 2021
papa
ପୁଲିସ୍‌ କବଜାରେ ଗ୍ୟାଙ୍ଗଷ୍ଟର ପାପା ପଣ୍ଡା

ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ) : ଗ୍ୟାଙ୍ଗଷ୍ଟର୍‌ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା ଓରଫ ଚିନ୍ମୟକୁ ବାଲେଶ୍ୱର ପୁଲିସ୍‌ ଗିରଫ କରିଛି। ଗତକାଲି ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତଙ୍କ ନେତୃତ୍ୱରେ ପୁଲିସ୍‌ର ଏକ ସ୍ପେଶାଲ୍‌ ଟିମ୍‌ କଟକରୁ ଚିନ୍ମୟକୁ ଗିରଫ କରିଥିଲା। ତା’ ନାଁରେ ବିଭିନ୍ନ ଥାନାରେ ବହୁ ହତ୍ୟା ଓ ଅପରାଧିକ ମାମଲା ରହିଛି। ପାପା ଦୁଇ ବର୍ଷ ହେବା ଫେରାର ଥିଲା। ୨୦୧୬ରେ ଗ୍ୟାଙ୍ଗଷ୍ଟର୍ ଖାସୁଆ ଓରଫ ସୁଶାନ୍ତ ଦାସକୁ ହତ୍ୟାକରି ସେ ଫେରାର […]

  • Monday, 19 July 2021
snake
ସାପ ଧରିଲେ ଟଙ୍କା ମିଳିବ

ଭୁବନେଶ୍ୱର : ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା। ଗୋଟିଏ ସାପ ଧରିଲେ ଲୋକଙ୍କୁ ୧୦୦ ଟଙ୍କା ମିଳିବ। ଏହା ସହିତ ସାପ ଧରିବା ଲୋକଙ୍କୁ  ବନ ବିଭାଗ ପଞ୍ଜୀକରଣ କରିବ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବନ ବିଭାଗ। ଗତକାଲି ଅବସର ନେଇଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।  

  • Monday, 19 July 2021
photo3
ପ୍ରସୂତିଙ୍କୁ ମିଳିଲାନି ଚିକିତ୍ସା ; ନବଜାତର ମୃତ୍ୟୁ

ଆଠଗଡ଼ (ନୀଳକଣ୍ଠ ଦୋରା) : ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି। ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ଜିଲ୍ଲାର ଆଠଗଡ଼ରୁ। ଖମାର ନୂଆଗାଁର କୁନି ମହାରଣାଙ୍କର ଆଜି ସକାଳେ […]

  • Monday, 19 July 2021
resuffle
ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଓଏଏସସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ପ୍ରଦୀପ୍ତ କୁମାର ସାହାଣୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବିଶ୍ୱଜିତ୍ ବିଶ୍ୱାଳଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ବିଶ୍ୱନାଥ ସାହୁଙ୍କୁ ବୁର୍ଲା ମେଡିକାଲ କଲେଜ […]

  • Monday, 19 July 2021
elephant death
ହାତୀ ମୃତ୍ୟୁରେ ବ୍ରେକ୍ ଦେବାକୁ ବନ ବିଭାଗର ନୂଆ ପ୍ଲାନ୍ : ଲାଗୁ ହେବ ‘ଗଜବନ୍ଧୁ’ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁସଂଖ୍ୟା ଉପରେ ବ୍ରେକ୍ ଲଗାଇବାକୁ ବନ ବିଭାଗର ନୂଆ ଖସଡ଼ା। ଏଣିକି ହାତୀଙ୍କ ସୁରକ୍ଷାରେ ସାମିଲ ହେବେ ଗଜବନ୍ଧୁ। ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁସଂଖ୍ୟା ଉଦବେଗଜନକ ହେବା ପରେ ଗଜରାଜଙ୍କ ସୁରକ୍ଷା ଲାଗି ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ ଚାଲିଛି ମାନସମନ୍ଥନ। ଏଥିରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଖସଡ଼ା ଅନୁସାରେ ଏଣିକି ହାତୀଙ୍କ ସମ୍ପର୍କରେ ସୂଚନା ଦେବାକୁ ମୁତୟନ ହେବେ ସାଧାରଣ ଲୋକେ। ଯେଉଁମାନଙ୍କୁ […]

  • Monday, 19 July 2021
puei eviction
ପୁରୀରେ ଦୁଇ ଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାମ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀଠୁ ୭୫ ମିଟର ଯାଏଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ୨ ଦିନ ପାଇଁ ବନ୍ଦ ରହିବ। ଆସନ୍ତାକାଲି ରବିବାର ଓ ପରଦିନ ଗଣେଶ ପୂଜା ଛୁଟି ଥିବାରୁ ଉଚ୍ଛେଦ କାମ ବନ୍ଦ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ମଙ୍ଗଳବାରଠୁ ପୁଣି ଉଚ୍ଛେଦ ଆରମ୍ଭ ହେଲେ ଏହାପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଏମାର ମଠ ଭଙ୍ଗା ନେଇ […]

  • Monday, 19 July 2021
NRC
ଆସାମ ପରି ଓଡ଼ିଶାରେ ହେଉ ଏନ୍‌ଆର୍‌ସି ; ଦାବି ଉଠାଇଲେ ବିରୋଧୀ

କେନ୍ଦ୍ରାପଡ଼ା/ବାଲେଶ୍ୱର (ମନୋଜ ସ୍ୱାଇଁ/ରଶ୍ମିରଞ୍ଜନ ଦାସ) : ଆସାମ ପରେ ଓଡ଼ିଶାରେ କରାଯାଇପାରେ ନାଗରିକ ତାଲିକା(ଏନ୍‌ଆରସି)।  ଏଠି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସରକାରୀ ଭାବେ ୪ ହଜାର ଭିତରେ ସୀମିତ ଥିବା ବେଳେ ଏମାନଙ୍କ ସଂଖ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ଜାଲ୍‌ ନୋଟଠୁ ଆରମ୍ଭ କରି ନିଶା କାରବାର ପରି ଅପରାଧ ବଢୁଥିବାରୁ ଏମାନଙ୍କୁ ଚିହ୍ନଟ କରି ରାଜ୍ୟ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ବିରୋଧୀ। କେନ୍ଦ୍ରାପଡ଼ା ଜିଲ୍ଲା […]

  • Monday, 19 July 2021
rapist
ଯୌନ ପିପାସୁକୁ ରିମାଣ୍ଡରେ ନେବ ପୁଲିସ୍‌

ଭୁବନେଶ୍ୱର  : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଅସଦାଚରଣରେ ଶିକାର ହୋଇଥିଲା। ସ୍କୁଟି ଚଳାଉଥିବା ଜଣେ ଅଭିଯୁକ୍ତ ସାଇକେଲରେ ଯାଉଥିବା ନାବାଳିକାକୁ ଅସଦାଚରଣ କରିଥିଲା। ଏହି ଘଟଣା ରାଜଧାନୀରେ ଚହଳ ପକାଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶରେଟ୍‌ ପୁଲିସ ଅଭିଯୁକ୍ତ ଯୌନ ପିପାସୁକୁ ଗତକାଲି ଗିରଫ କରିଥିଲା। ଆଜି ତାକୁ ନେଇ ସ୍ପଟ୍‌ ଆଇଡେଣ୍ଟିଫିକେସନ କରିଛି ପୁଲିସ। ଅଭିଯୁକ୍ତ କିଭଳି ନାବାଳିକାକୁ ପିଛା କରିଥିଲା ଓ କେଉଁଠି ଅସଦାଚରଣ କରିଥିଲା ସେହି ତଥ୍ୟ ସେ […]

  • Monday, 19 July 2021
ta
ବେନିୟମ ଗାଡ଼ି ଚାଳକ ହୁସିଆର୍ ; ଆସନ୍ତାକାଲିଠୁ କଡ଼ାକଡ଼ି ଟ୍ରାଫିକ୍ ନିୟମ

ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି। ଅଯଥାରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା ଓ ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏହା ସହିତ ଟ୍ରାଫିକ ସୁପରିଚାଳନା ନିମନ୍ତେ ପ୍ରଥମଥର ପାଇଁ ଅନେକ ଧରଣର ନୂଆ ଜୋରିମାନା ସାମିଲ କରାଯାଇଛି । ଏହି ନୂଆ […]

  • Monday, 19 July 2021
cm
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ; ୬ ଅଧିକାରୀ ନିଲମ୍ୱିତ

ଭୁବନେଶ୍ୱର :  ୬ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିଏମ୍ଓ। ଜିରୋ ଟଲେରାନ୍ସ ନୀତି ଅନୁସାରେ ୬ଜଣଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପତ୍ରରେ ଦର୍ଶାଯାଇଛି ଯେ, କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସମସ୍ତ ଅଧିକାରୀ ଦୁର୍ନୀତିରେ ସଂପୃକ୍ତି ଥିଲେ। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ୍‌ର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ। ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ। […]

  • Monday, 19 July 2021
udala
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ

ଉଦଳା( ମାନସ ପାଣି) : ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜିଡିହା ଗ୍ରାମରେ। ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ। ସୂଚନା ମୁତାବକ , ନିଜ ସମୁଦି ଘରକୁ ବୁଲିବାକୁ ଆସିଥିଲେ ବାରିପଦା ଅଂଚଳର ଗୁରୁଭା ସିଂ। ଜଣେ ସଂପର୍କୀୟଙ୍କୁ ବାରମ୍ବାର ଜ୍ୱର ହେଉଥିବାରୁ ସେ ନେଇ ଘରେ ପୂଜା କରିବାକୁ ଗୁରୁଭାଙ୍କୁ ତାଙ୍କ ସମୁଦି କହିଥିଲେ। ଏହା […]

  • Monday, 19 July 2021
raging
+୩ ତୃତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ; ଭିଡିଓ ଭାଇରାଲ୍‌

ବାଲେଶ୍ୱର  ( ରଶ୍ମି ରଂଜନ ଦାସ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ରସାଳପୁରସ୍ଥିତ ଯଦୁନାଥ କଲେଜର ଜଣେ ଯୁକ୍ତ ୩ର ୩ୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏହି କଲେଜର କିଛି ଛାତ୍ର କଲେଜ ପରିସରରେ ସମ୍ପୃକ୍ତ ୩ୟ ବର୍ଷର ଛାତ୍ରଙ୍କୁ ଏକ ପୋଖରୀରେ ବୁଡ଼ାଇବା ପାଇଁ ଉଦ୍ୟମ କରିଛନ୍ତି। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି କଲେଜର ଗୋଟିଏ ଗୋଷ୍ଠୀର ଛାତ୍ରଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଛାତ୍ର ନିର୍ଯାତନା […]

  • Monday, 19 July 2021
adhara card-1
ଆଧାର ସହ ରାସନକାର୍ଡ ଲିଙ୍କ ଅବଧି ବଢ଼ାଇଲେ ସରକାର

ଭୁବନେଶ୍ୱର  : ବଢ଼ିଲା ଆଧାର ଲିଙ୍କର ସମୟ ସୀମା। ରାସନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଫଳରେ ଯେଉଁମାନେ ଆଧାର ଲିଙ୍କ କରିପାରିନଥିଲେ, ସେମାନେ ନିଜ ନିଜ ଆଧାର ଏଣିକି […]

  • Monday, 19 July 2021
ff
ରାସ୍ତା କଡ଼ରେ ଠିଆ ହୋଇଥିଲେ ; ଚଢ଼ିଗଲା ଟ୍ରକ୍‌

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମାଲବାହୀ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିମଳ ଜେନା। ତାଙ୍କ ଘର ଜିଲ୍ଲାର ନଛିମପୁର ପଞ୍ଚାୟତର ଦେଉଳା ଗାଁରେ। ବିମଳ ଆଜି ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଏକ ମାଲବାହୀ ଟ୍ରକ୍‌ ତାଙ୍କ ଉପରେ ଚଢ଼ିଯାଇଥିଲା। […]

  • Monday, 19 July 2021
death----
ଗୁଣି ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ହତ୍ୟା

ମାଲକାନଗିରି (ଜିତେନ୍ଦ୍ର ବେଉରା) : ଗୁଣିଆ ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା। ଏହି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଓରେଲଗୁଡ଼ା ଗାଁରୁ। ମୃତକ ଜଣକ ହେଲେ ଜଗା କାବାସି। ମିଳିଥିବା ସୂଚନା ମୁତାବକ, କିଛି ଦିନର ଅସୁସ୍ଥତା ପରେ ଗତକାଲି ଏହି ଗାଁର ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ସନ୍ଦେହ କରିଥିଲେ ଜଗା କାବାସି ଗୁଣି କରିବାରୁ ଦେବା ବାଞ୍ଜାମିଙ୍କ ମୃତ୍ୟୁ ହୋଇଛି। […]

  • Monday, 19 July 2021
mahanta
ଏମାର ମଠ ଉଚ୍ଛେଦକୁ ନେଇ ମହନ୍ତଙ୍କ ଅସନ୍ତୋଷ

ପୁରୀ  : ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତଙ୍କ ଅସନ୍ତୋଷ । ତାଙ୍କ ବିନା ଅନୁମତିରେ ମଠ  ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। କିଛି ଦିନ ତଳେ ସେ ଲାଇବ୍ରେରୀର ନବୀକରଣ କରିଥିଲେ। ସେହିପରି ଏହା ଅସୁରକ୍ଷିତ ନଥିଲା। ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ଓଟିଭିକୁ କହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜଦାସ। ମଠ ଭିତରେ ଥିବା ଅସୁରକ୍ଷିତ ଓ ଅବ୍ୟବହୃତ ଘରଗୁଡିକୁ […]

  • Monday, 19 July 2021
rain
ଆଜି ତିନି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର  : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆଜି ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ଜାଗାରେ ଆଜି ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି, “ଆଜି ମାଲକାନଗିରି, […]

  • Monday, 19 July 2021
mo sarakar
‘ଥାନାର ରିପୋର୍ଟ କାର୍ଡ ଦେବେ ଅଭିଯୋଗକାରୀ’

ଭୁବନେଶ୍ୱର : ଅଭିଯୋଗକାରୀଙ୍କ ଫିଡ୍‌ବ୍ୟାକ୍‌ ଆଧାରରେ ପ୍ରସ୍ତୁତ ହେବ ପୁଲିସ ଥାନାର ରିପୋର୍ଟ କାର୍ଡ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ। ଥାନାରୁ କିଭଳି ସେବା ପାଇଲେ ତାର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାଯ୍ର୍ୟକ୍ରମ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି ବି.କେ.ଶର୍ମା। କଲ୍ ସେଣ୍ଟରରୁ ଫୋନ୍ […]

  • Monday, 19 July 2021