• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

o
'ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ'

ଭୁବନେଶ୍ୱର : ବିଜେପି ଓ ବିଜେଡିର ଭିତିରି ସମ୍ପର୍କ ରହିଛି! କଂଗ୍ରେସ ଏପରି ଅଭିଯୋଗ ବାରମ୍ୱାର କରିଆସୁଥିଲା। ମାତ୍ର ଏହାକୁ ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଖଣ୍ଡନ କରିଆସୁଥିଲେ। ଏପରିକି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ସମଦୂରତା କଥା ବାରମ୍ୱାର କହୁଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏପରି କଥା ରାଜନୈତିକ ସମୀକ୍ଷକ ସହଜରେ ଗ୍ରହଣ କରିପାରୁନଥିଲେ। ଆଜି ଏହି ଭିତିରି ପେଡ଼ିର ଗୁମର ଖୋଲିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। […]

  • Monday, 19 July 2021
traffic
ଓଡ଼ିଶାରେ ଜରିମାନା କୋହଳ କରିବାକୁ ଦାବି

ଭୁବନେଶ୍ୱର : ନୂଆ ଟ୍ରାଫିକ୍‌ ନିୟମରେ ଥିବା ଜରିମାନାକୁ ଗୁଜରାଟ ସରକାର କୋହଳ କରିବା ପରେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବାକୁ ଦାବି ଉଠିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଓ଼ଡିଶାରେ ଜରିମାନାକୁ ୫୦ ପ୍ରତିଶତ କମାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜରିମାନା ଆଦାୟର ଦୋଷୀ ପରିବହନ ବିଭାଗ ନିଜ ମୁଣ୍ଡରେ ଦୋଷ ଛଡାଇ ବିଭାଗ ଏବେ ପୁଲିସ ମୁଣ୍ଡରେ ଅଠା ବୋଳୁଛି।  ତେବେ ପୂର୍ବତନ ପରିବହନ […]

  • Monday, 19 July 2021
bag0
ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନ ଯାଞ୍ଚ ଆରମ୍ଭ। ଆଜି ସ୍ପେଶାଲ ସ୍କ୍ୱାଡ ଟିମ୍ ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲ ଯାଇ ବ୍ୟାଗ୍ ଯାଂଚ କରିଛନ୍ତି । ତାସହ ଅନ୍ୟ ଏକ ଘରୋଇ ସ୍କୁଲକୁ ଯାଇ ମଧ୍ୟ ଅନୁଧ୍ୟାନ କରିଥିବା କୁହାଯାଉଛି। ଗତକାଲି ସ୍କୁଲ ବ୍ୟାଗ ଓଜନ ପାଇଁ  ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। ଏହାପରେ ଆଜିଠୁ ଏହି ସ୍କ୍ୱାର୍ଡ ଅଚାନକ ଗସ୍ତ […]

  • Monday, 19 July 2021
medicine
ଲାଇସେନ୍ସ ନଥିବା ଫାର୍ମକୁ ଔଷଧ ବିକ୍ରି ଅଭିଯୋଗରେ ଚଢ଼ାଉ

ଭୁବନେଶ୍ୱର : ଅନଧିକୃତ ସଂସ୍ଥାକୁ ଔଷଧ ବିକ୍ରି ଅଭିଯୋଗରେ ଫାର୍ମାସ୍ୟୁଟିକାଲ ସଂସ୍ଥା ଉପରେ ଚଢାଉ। ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଥିବା ଟରକ୍ୟୁ ଫାର୍ମାସ୍ୟୁଟିକାଲ ନାମକ ଏକ ସଂସ୍ଥା ଉପରେ ଚଢ଼ାଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର। ପ୍ରସାଧାନ ସାମଗ୍ରୀ ନାଁରେ ଏହି କମ୍ପାନୀ କିଛି ଅନଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି କରୁଥିବା ଅଭିଯୋଗରେ ରେଡ୍  କରାଯାଇଛି। ସଂସ୍ଥାର ଉପ୍ତାଦ ବ୍ୟବହାର ପରେ ପାର୍ଶ୍ୱପ୍ରତିକ୍ରିୟା ହେଉଥିବାରୁ ଏହାକୁ ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ ଅନୁସାରେ […]

  • Monday, 19 July 2021
representive image
ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ନବରଙ୍ଗପୁର  : ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ। ଏ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ରାଜୀବ ମାଝି। ଘର ପାପଡ଼ାହାଣ୍ଡି ଘୁଷୁରାମାରୁଗୁଡ଼ା ଗାଁରେ। ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି ପୁଲିସ। ସେପଟେ ପୁଲିସ୍‌ ପୀଡ଼ିତା ଓ ଗିରଫ ଅଭିଯୁକ୍ତକୁ ଡାକ୍ତରୀ ମାଇନା ଲାଗି ପଠାଇ […]

  • Monday, 19 July 2021
secretariate
ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ତୁଷାରକାନ୍ତ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ କାରଗାର ନିର୍ଦ୍ଦେଶାଳୟରେ ଅତିରିକ୍ତି କାରଗାର ଆଇଜି, ପ୍ରଦୀପ କୁମାର ଗରଦିଆଙ୍କୁ ଓଡ଼ିଶା ପଣ୍ୟାଗାର […]

  • Monday, 19 July 2021
g
ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର : ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ । ଏଣିକି ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍‌ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଯାହାକୁ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି। ବଦଳିବ ଯୁକ୍ତ ତିନି ପରୀକ୍ଷା ଢାଞ୍ଚା । ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ […]

  • Monday, 19 July 2021
naveen
ଲମ୍ବୁଛି ନବୀନଙ୍କ ମନ୍ତ୍ରୀ ପାହ୍ୟା ତାଲିକା

ଭୁବନେଶ୍ୱର : ପ୍ରଥମେ ଉପଦେଷ୍ଟା ପଦ ଓ ଆଉ ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦ। ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ୧୨ ଉପଦେଷ୍ଟା ପଦ ସୃଷ୍ଟି କରିଥିବା ନବୀନ ଏମାନଙ୍କ ଭିତରୁ ୭ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି। ବଡ଼କଥା ହେଉଛି ଏ ୭ ନେତା ଏଥର ନିର୍ବାଚନ ଲଢ଼ିନଥିଲେ। ପରେ ସରକାର ମିଶନଶକ୍ତି ଉପଦେଷ୍ଟାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ପରି ନୂଆ ପଦ ସୃଷ୍ଟି କରି ଏମାନଙ୍କୁ ଥଇଥାନ […]

  • Monday, 19 July 2021
1
ଭୌତିକକାଣ୍ଡର ଅଜବ କାହାଣୀ ; ଅସ୍ୱାଭାବିକ ଆଚରଣ କରୁଛନ୍ତି ଯୁବତୀ ଓ ମହିଳା

ନୂଆପଡ଼ା  : ଚନ୍ଦ୍ରରେ ଜନବସତିର ସ୍ୱପ୍ନ ଦେଖୁଛି ମଣିଷ। ଏଭଳି ସ୍ଥିତିରେ ବିଶ୍ୱାସ ଓ ଅନ୍ଧବିଶ୍ୱାସର ଦୋଛକିରେ ମୁଣ୍ଡ ଟେକି ବିଜ୍ଞାନକୁ ଉପହାସ କରୁଛି କୁସଂସ୍କାର । ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଜବ ଏବଂ ଭୌତିକ କାଣ୍ଡର ଅବାସ୍ତବ ଚେହେରା। କେବେ ଗାଁ ଦାଣ୍ଡରେ ତ ଆଉ କେବେ ଥାନା ଆଗରେ କୁଆଡ଼େ କାଳିସୀ ଲାଗୁଛି। କିଶୋରୀ ହୁଅନ୍ତି କି ଯୁବତୀ, ଝିଅ ହୁଅନ୍ତୁ ବୋହୂ , ଭୟଙ୍କର ଆଚରଣ ଦେଖାଉଛନ୍ତି ପ୍ରତିଦିନ। ନୂଆପଡ଼ା […]

  • Monday, 19 July 2021
rape
୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ଜୋରିମାନା

କେନ୍ଦୁଝର(ପ୍ରଣୟ ପାଣି) : ୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି କେନ୍ଦୁଝର ଏଡିଜେ କୋର୍ଟ। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି। ୨୦୧୫ ବଡ଼ବିଲ ଥାନା ଅଞ୍ଚଳରେ ଜଣେ ନାବାଳିକା ହାଟରୁ ଘରକୁ ଚାଲି ଚାଲି ଅସୁଥିଲେ। ଏହି ସମୟରେ ୬ ଅଭିଯୁକ୍ତ ତାକୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ […]

  • Monday, 19 July 2021
praise
ରୋଡ଼ ରୋମିଓଙ୍କୁ ପିଟିଲେ, ପୁରସ୍କାର ପାଇଲେ

ଭୁବନେଶ୍ୱର : ରୋଡ଼ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଇ ଚର୍ଚ୍ଚାକୁ ଆସିଥିବା ଯୁବତୀ ବେବିନା ମହାନ୍ତିଙ୍କୁ ଆଜି କମିଶନେରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି। ଦୁଇ ପୁଅଙ୍କ ସାଙ୍ଗେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏହି ଅବସରରରେ ବେବିନା କହିଛନ୍ତି ଯେ, ଝିଅମାନେ ନିଜର ଆତ୍ମବିଶ୍ୱାସ ବଢ଼ାନ୍ତୁ। ଅନ ଦି ସ୍ପଟ୍‌ରେ ଝିଅମାନେ ମଧ୍ୟ ଲଢ଼ିପାରିବେ। ଯେତେ ରୋଡ଼ ରୋମିଓ ସାବାଡ଼ ହୋଇଯିବେ ବୋଲି ସେ କହିଛନ୍ତି। ପୁଲିସ କମିଶନର […]

  • Monday, 19 July 2021
trafiic
ଛୁଟି ଦିନରେ ଖୋଲିବ ଅଫିସ୍‌ ; ନିଜର ଗାଡ଼ି କାଗଜ ପତ୍ର ଠିକ୍‌ କରାଇ ନିଅନ୍ତୁ

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି ସମସ୍ତ କାମ ଛୁଟି ଦିନରେ ହୋଇପାରିବେ। ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ। ଏ ସମ୍ପର୍କିତ ସମସ୍ତ କାର୍ଯ୍ୟାଳୟ ଛୁଟି ଦିନରେ ଖୋଲା ରହିବ। ଏପରିକି ବିଭିନ୍ନ କ୍ୟାମ୍ପ କରି ଲୋକଙ୍କୁ କାଗଜପତ୍ର କାମରେ ସହଯୋଗ କରାଯିବ। ୩ ମାସ ମଧ୍ୟରେ ଜନସାଧାରଣ ନିଜ ଗାଡ଼ିର କାଗଜପତ୍ର ଠିକ କରାଇ ନେବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା […]

  • Monday, 19 July 2021
helmet
ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କୁ ଫାଇନ ପରେ ଦିଆଯାଉଛି ହେଲମେଟ୍‌

ଭୁବନେଶ୍ୱର : ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ନୂଆ ତରିକା ଆପଣେଇଛି। ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍‌ ପୁଲିସ। ଯେଉଁ ବାଇକ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦେଇଛି ପୁଲିସ। ଏହାଦ୍ୱାରା ବାଇକ ଚାଳକ […]

  • Monday, 19 July 2021
court
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାଳିଆକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀ ଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମାର୍ଚ୍ଚ ୨୦ ତାରିଖରେ ଏରସମା ଥାନା ଅଞ୍ଚଳରେ ଜଣେ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଚକୋଲେଟ୍‌ର ଲୋଭ ଦେଖାଇ ଅଭିଯୁକ୍ତ କାଳିଆ ନାବାଳିକାକୁ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ତାକୁ […]

  • Monday, 19 July 2021
omfed
ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର

ଭୁବନେଶ୍ୱର : ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର। ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ ହେବ। ଆଜି ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦାମ୍ ବୃଦ୍ଧି କରିଛନ୍ତି। ସରକାର ଏନେଇ ବିଚାରବିମର୍ଶ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ ସରକାର ଯୋଜନା କରିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। […]

  • Monday, 19 July 2021
fine-1
ଫାଇନକୁ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନରେ ଥିବା ଫାଇନକୁ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।  ନୂଆ ଆଇନରେ ଅଧିକ ଫାଇନ ଥିବାରୁ ଏହା ଲୋକଙ୍କୁ ବାଧୁଥିବା ସରକାର ହୃଦବୋଧ କରିଛନ୍ତି ବୋଲି ମନ୍ତ୍ରୀ କହିବା ସହ ଏହି ଆକ୍ଟର ଫାଇନ ବ୍ୟବସ୍ଥାରେ ନୂଆ ରୁଲ୍ସ ଆଣିବା ପାଇଁ ଯୋଜନା ଚାଲିଥିବା କହିଛନ୍ତି। ବିଭାଗର ଥିବା ଇଚ୍ଛାଧିନ କ୍ଷମତା ପ୍ରୟୋଗ କରି ବିଧି ବ୍ୟବସ୍ଥାର ପରିଧି […]

  • Monday, 19 July 2021
dillip[
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବର୍ଷୀୟାନ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

  • Monday, 19 July 2021
rain
ରାଜ୍ୟରେ ୨ଦିନ ଧରି ପାଗ ଶୁଖିଲା ରହିବ

ଭୁବନେଶ୍ୱର : ଲଗାଣ ବର୍ଷା ପରେ ବଦଳିଛି ପାଗ। ରାଜ୍ୟରେ ୨ଦିନ ଧରି ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ଉପରେ ଥିବା ଲଘୁଚାପ ଏବେ ଉତ୍ତର ଦିଗକୁ ଗତି କରୁଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

  • Monday, 19 July 2021
maharam
ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍

ଭୁବନେଶ୍ୱର : ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍। ରମଜାନ୍ ପରେ ଆଜିଠୁ ମୁସଲମାନ୍‌ଙ୍କ ଦ୍ୱିତୀୟ ପବିତ୍ର ମାସ ଆରମ୍ଭ ହେଉଛି। ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଜୁଲୁସ୍ ବାହାର କରିବା ସହ ମୁସଲିମ୍ ଧର୍ମାବଲମ୍ବୀ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି। ଲକ୍ଷ୍ନୌ, ହାଇଦ୍ରାବାଦ୍, ମୁମ୍ବାଇ, କୋଲକାତା, ଦିଲ୍ଲୀ ସମେତ ଓଡ଼ିଶାର ରାଉରକେଲା, ଭଦ୍ରକ ସମେତ ଅନ୍ୟ ସ୍ଥାନରେ ଏନେଇ ଆୟୋଜନ କରାଯାଇଛି। ଜୁଲୁସ୍ ବାହାରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି […]

  • Monday, 19 July 2021
BJP
ଶହେ ଦିନ ପୂରଣ କରିଛି ଦ୍ୱିତୀୟ ପାଳିର ମୋଦି ସରକାର; ଭୁବନେଶ୍ୱରରେ ବିଜେପିର ପ୍ରେସମିଟ୍

ଭୁବନେଶ୍ୱର : ମୋଦି ସରକାରର ଦ୍ୱିତୀୟ ପାଳିର ଶହେ ଦିନରେ ଓଡ଼ିଶାକୁ ମିଳିଛି ୧୬ହଜାର ୬୦୫.୨କୋଟି ଟଙ୍କା। ଶହେ ଦିନ ପୂରଣ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନସୁକ୍ ମଣ୍ଡଭିୟା। ବାତ୍ୟା ଫୋନି ପାଇଁ ଓଡ଼ିଶାକୁ ୪ହଜାର ୬୭୮.୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କାମ୍ପା ଫଣ୍ଡରେ ୫ହଜାର ୯୩୩.୯୮କୋଟି ଓ ରେଲୱେ ବଜେଟରେ ଓଡ଼ିଶାକୁ ୫ହଜାର […]

  • Monday, 19 July 2021
nilagiri
୫ ହଜାର ଟଙ୍କା ପାଇଁ ହତ୍ୟାକାଣ୍ଡ ! ଯୁବକଙ୍କୁ ପିଟି ପିଟି ମାରିଦେଲେ

ନୀଳଗିରି (ବିଶ୍ୱମ୍ବର ଦାସ) : ମାତ୍ର ୫ ହଜାର ଟଙ୍କା ପାଇଁ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ମାରିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ବାଘମରା ଅଞ୍ଚଳରେ ବାବୁରାମ ସିଂଙ୍କୁ ପିଟି ପିଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ପଡ଼ୋଶୀ ବୁଧୁ ସିଂଙ୍କ ଘରେ ପଡ଼ି ରହିଛି। ଅଭିଯୋଗ ଅନୁସାରେ, ବାବୁରାମଙ୍କ ମାଆ ଏବେ ଜିଲ୍ଲା ଜେଲ୍‌ରେ ବିଚାରାଧୀନ କଏଦୀ ଅଛନ୍ତି। ବୁଧୁ ସିଂଙ୍କୁ ସେ ୫ ହଜାର ଟଙ୍କା ପରିବାରଲୋକଙ୍କୁ ଦେବାକୁ ଦେଇଥିଲେ। […]

  • Monday, 19 July 2021
bhadrak
ମାସକର ଶିଶୁ ପୁତ୍ରକୁ ହତ୍ୟା ଅଭିଯୋଗରେ ବାପା ଗିରଫ

ଭଦ୍ରକ : ମାସକର ଶିଶୁ ପୁତ୍ରକୁ ହତ୍ୟା ଅଭିଯୋଗରେ ବାପା ଗିରଫ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଗତ ୩୦ ତାରିଖରେ ଘଟିଥିବା ଏ ହତ୍ୟା ଘଟଣା ଏବେ ପଦାକୁ ଆସିଛି। ନିଶାସକ୍ତ ବାପା, ପୁଅକୁ ହତ୍ୟା କରିବା ପରେ  ମୃତଦେହକୁ ପୋତି ଦେଇଥିଲା। ଏ ନେଇ ମାଆର ଅଭିଯୋଗ ପରେ ମାମଲାର ଖୋଳତାଡ଼ କରିଥିଲା ପୁଲିସ। ଅଭିଯୁକ୍ତ ବାପା ଗିରଫ ହେବା ପରେ […]

  • Monday, 19 July 2021
road romeo
ବିଚ୍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ, ଭିଡ଼ିଓ ଭାଇରାଲ୍

ଭୁବନେଶ୍ୱର : ରାସ୍ତାରେ ରୋଡ୍ ରୋମିଓଙ୍କୁ ପାନେ।  ଅସଦାଚରଣର ଦୃଢ଼ ବିରୋଧ। ଏପରି କିଛି ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଚାପୁଡ଼ା ମାରୁଛନ୍ତି ଯୁବତୀ। ମିଳିଥିବା ସୂଚନା ମୁତାବକ, ରାଜଧାନୀର ବମିଖାଲ ଅଞ୍ଚଳରେ ଯୁବତୀଙ୍କୁ କିଛି ଯୁବକ ଅସଦାଚରଣ କରିଥିଲେ। ଏନେଇ ପ୍ରତିବାଦ ଜଣାଇବା ସହ ଅଭିଯୁକ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି ଯୁବତୀ । ସର୍ବସମ୍ମୁଖରେ ଉଠବସ୍ କରାଇବା ସହ ମାଡ଼ ମାରିଛନ୍ତି। ଘଟଣା ସମୟର ଭିଡିଓ ଏବେ ସୋଶାଲ […]

  • Monday, 19 July 2021
deadbody
ଦୁଇ ଶିଶୁଙ୍କ ଗଳାକାଟି ନୃଶଂସ ହତ୍ୟା ; ରେଳ ଧାରଣା ନିକଟରୁ ମା’ର ମୃତଦେହ ଉଦ୍ଧାର

କଳାହାଣ୍ଡି ( ରାଜକୁମାର ସିଂହଦେଓ) : କଳାହାଣ୍ଡି ଭବାନୀପାଟଣାରେ ଚାଞ୍ଚଲ୍ୟ। ଦୁଇ ଶିଶୁପୁତ୍ର ଓ ମା’ର ମୃତଦେହ ଉଦ୍ଧାର। ଘର ଭିତରୁ ୨ ଶିଶୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲା ସଦର ଥାନା ସିଂହଝରଣ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ସୂଚନା ମୁତାବକ ,ମୃତ ମହିଳାଙ୍କ ନାଁ ବିମଳା ମାଝୀ। ଲିଙ୍ଗ ମାଝୀଙ୍କ ପତ୍ନୀ ବିମଳା ଦୁଇ ପିଲାଙ୍କ ସହ ରହୁଥିଲେ। ତେବେ ଗତ […]

  • Monday, 19 July 2021
ଜହୀଗ
ଆଜି ଉଚ୍ଛେଦ ହେବ ସାନ ଛତା ମଠ

ପୁରୀ : ପୁରୀରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ଗତକାଲି ଭଙ୍ଗା ଯାଇଥିବା ବଡ଼ ଆଖଡ଼ା ମଠର ଅବଶିଷ୍ଟ ଅଂଶକୁ ଆଜି ଭଙ୍ଗାଯାଉଛି। ଗତକାଲି ବଡ଼ ଆଖଡ଼ା ମଠର ୫୦ ପ୍ରତିଶତ ଭଙ୍ଗାଯାଇଥିଲା। ତେବେ ଏହି ଉଚ୍ଛେଦ ବେଳେ ମଠର ବିଜେସ୍ଥଳୀ, ମହନ୍ତ ରହିବା ସ୍ଥାନକୁ ଉଚ୍ଛେଦ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଆଜି ସାନ ଛତା ମଠ, ବ୍ୟବସାୟ ସ୍ଥଳୀ ଓ ହୋଟେଲ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି। ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଓ […]

  • Monday, 19 July 2021